ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ସଦସ୍ୟମାନଙ୍କ ସହ ମିଶି ଗୃହର ନୂତନ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ସ୍ୱାଗତ କରିଛନ୍ତି ।
ସ୍ୱାଗତ ଅଧିବେଶନରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଅଗଷ୍ଟ 11 ତାରିଖ ହେଉଛି ଏକ ପବିତ୍ର ଦିବସ ଯେଉଁଦିନ ସ୍ୱାଧୀନତା ସଂଗ୍ରାମର ମହାନ ଯୁବ ବିପ୍ଳବୀ ଶ୍ରୀ ଖୁଦିରାମ ବୋଷଙ୍କୁ ଇଂରେଜମାନେ ଫାସି ଖୁଣ୍ଟରେ ଝୁଲାଇ ଥିଲେ । ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏହି ମହାନ ଗାଥା ଓ ଆତ୍ମବଳୀକୁ ସ୍ମରଣ କରିବା ହେଉଛି ଆଜି ଦିବସର ତାତ୍ପର୍ଯ୍ୟ । କେବଳ ସ୍ମରଣ କଲେ ହେବନାହିଁ ବରଂ ଏହି ମହାପୁରୁଷ ମାନଙ୍କର ବଳିଦାନ ଆମ୍ଭମାନଙ୍କୁ ରାଷ୍ଟ୍ର କର୍ତ୍ତବ୍ୟ ଲାଗି ମନେପକାଇ ଦେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଭେଙ୍କେୟା ନାଇଡୁ ହେଉଛନ୍ତି ପ୍ରଥମ ଉପରାଷ୍ଟ୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛନ୍ତି । ଶ୍ରୀ ନାଇଡୁଙ୍କର ସଂସଦୀୟ କାର୍ଯ୍ୟ ଶୈଳୀ, ପରମ୍ପରା, ସଦନର କାର୍ଯ୍ୟଧାରା ସଂପର୍କରେ ଦୀର୍ଘ ଅନୁଭୂତି ରହିଛି ଏବଂ ସେ ଏହାର ଜଟିଳତା ସଂପର୍କରେ ପୂର୍ଣ୍ଣ ରୂପେ ଅବଗତ ଅଛନ୍ତି ।
ଶ୍ରୀ ଭେଙ୍କେୟା ନାଇଡୁଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ବନ୍ଧକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ସବୁବେଳେ ଗ୍ରାମାଂଚଳ, ଗରିବ, ଚାଷୀ-ମୂଲିଆଙ୍କ ଜୀବନଜୀବିକା ନେଇ ସମ୍ବେଦନଶୀଳ ରହିଥାଆନ୍ତି । ଶ୍ରୀ ନାଇଡୁଙ୍କର ଏହି ବିଷୟଗୁଡିକ ଉପରେ ଅନୁଭୂତି, ଅଭିମତ ଓ ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହୋଇଆସିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ଆସନମାନଙ୍କରେ ସରଳ ଓ ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବା ତୃଣମୂଳ ସ୍ତରର ବ୍ୟକ୍ତି ବିଶେଷ ଆସୀନ ହୋଇଛନ୍ତି । ଏହା ଭାରତୀୟ ଗଣତନ୍ତ୍ର ଏବଂ ସମ୍ବିଧାନର ପରିପକ୍ୱତା, ପାରଦର୍ଶୀତା ଓ ସମୃଦ୍ଧିଶାଳୀ ସଂସଦୀୟ ବ୍ୟବସ୍ଥାର ପରିଚାୟକ ।
I congratulate Shri @MVenkaiahNaidu on being sworn in as India’s Vice President.
— Narendra Modi (@narendramodi) August 11, 2017
Sharing my remarks in the Rajya Sabha, welcoming Vice President Shri @MVenkaiahNaidu. https://t.co/pkNkf9GeFi
— Narendra Modi (@narendramodi) August 11, 2017