ପିଏମଇଣ୍ଡିଆ
ଆଦରଣୀୟ ସଭାପତିଜୀ, ଦୁଇ ସଂଯୁକ୍ତ ସଦନକୁ ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ପାଇଁ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି । ପ୍ରାୟ 40ଜଣ ଆଦରଣୀୟ ସଦସ୍ୟ ଏହି ଆଲୋଚନାରେ ଭାଗ ନେଇଛନ୍ତି । ଶ୍ରୀମାନ ଗୁଲାମନବୀ ଆଜାଦ, ଶ୍ରୀ ନୀରଜ ଶେଖର, ଶ୍ରୀ ଏ.ନବନୀଥକୃଷ୍ଣନ୍, ଶ୍ରୀ ଡେରିକ ଓ ବ୍ରେଇନ, ଶ୍ରୀ ଶରଦ ଯାଦବ, ଶ୍ରୀ ସୀତାରାମ ୟେଚୁରୀ, ଶ୍ରୀମାନ ଅହମଦ ଭାଇ ଏବଂ ଏବେ ଏବେ ଶ୍ରୀ ଆନନ୍ଦ ଶର୍ମାଜୀ, ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଆଉ ମଧ୍ୟ ଯେଉଁ ମାନନୀୟ ସଦସ୍ୟମାନେ ଏ ବିଷୟରେ ମତ ରଖିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି । ଅଧିକାଂଶ ଯେଉଁ ଆଲୋଚନା ରହିଛି ତାହା ବିମୁଦ୍ରୀକରଣ ଉପରେ ପାଖାପାଖି ରହିଛି । ଏହି କଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ କି ଆମ ଦେଶରେ ଏହା ଏକ ଖରାପ ବ୍ୟବସ୍ଥା ଆସିଛି ଏହି କଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ ଏହା ଆମ ଅର୍ଥ ବ୍ୟବସ୍ଥାରେ, ସମାଜ ବ୍ୟବସ୍ଥାରେ ଆସ୍ଥାନ ଜମାଇ ଦେଇଛି । ଏହାକୁ ଆମେ ଅସ୍ୱୀକାର କରିପାରିବା ନାହିଁ ଆଉ ଏଥିପାଇଁ ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଲଢାଇ, ଏହା କୌଣସି ରାଜନୈତିକ ଲଢାଇ ନୁହେଁ, କୌଣସି ରାଜନୈତିକ ଦଳକୁ ଅସୁବିଧାରେ ପକାଇବା ପାଇଁ ଲଢାଇ ନୁହେଁ । ଆଉ ଏଭଳି ଭାବିବାର କାରଣ ମଧ୍ୟ ନାହିଁ ଏବଂ ଏଥିପାଇଁ କେହି ଏହି ବିବାଦକୁ ନିଜ ସହିତ ଯୋଡିବାର କୌଣସି କାରଣ କରିବା ଦରକାର ନାହିଁ । ଏହି ସଦନରେ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି କି ଆମେମାନେ ଏହା ବିରୁଦ୍ଧରେ ଯାହା ମଧ୍ୟ ଆମ୍ଭମାନଙ୍କର ସାମ୍ବିଧାନିକ ମର୍ଯ୍ୟାଦା ରହିଛି ଆଉ ଯାହା ଆମର ବିବେକ ଅନୁମତି ଦେଉଛି ତାହା କରିବା ଦରକାର, ଆଉ ଏହା ମଧ୍ୟ ଠିକ୍ ଯେ ସମସ୍ତ ସମାନ୍ତର ଅର୍ଥବ୍ୟବସ୍ଥା କାରଣରୁ ସବୁଠାରୁ କ୍ଷତି କାହାକୁ ହୋଇଛି ତ ଗରୀବମାନଙ୍କୁ ହୋଇଛି । ଗରୀବର ଅଧିକାର ଛଢାଇ ନିଆ ଯାଉଛି ଏବଂ ମଧ୍ୟମ ବର୍ଗଙ୍କର ଶୋଷଣ ହୋଇଥାଏ । ଆଉ ଏମିତି ନୁହେଁ କି ପ୍ରଥମେ କିଛି ପ୍ରୟାସ ହୋଇ ନାହିଁ! ପ୍ରଥମେ ମଧ୍ୟ ପ୍ରୟାସ ହୋଇଥିବ, ଅଧିକ ପ୍ରୟାସର ଆବଶ୍ୟକତା ରହିଛି । ଏହି ପ୍ରୟାସକୁ ମଧ୍ୟ ଯଦି ଆହୁରି ଅଧିକ ପ୍ରୟାସ ଆଡକୁ ନିଆଯାଏ ତ ନେଇ ଯିବାକୁ ପଡିବ । କାରଣ ଶେଷ ପର୍ଯ୍ୟନ୍ତ ଆମେ କେତେ ଦିନ ଯାଏ ଏହି ସମସ୍ୟାକୁ ନେଇ ଗାଲିଚା ତଳେ ପକାଇ ନିଜର ଗୁଜରାଣ ମେଂଟାଇ ଚାଲିଥିବା ।
ଆଉ ଏଥି ପାଇଁ ଯେ ପର୍ଯ୍ୟନ୍ତ ଗୋଟିଏ ବିଷୟରେ ଆଲୋଚନା ହୋଇଥାଏ କି ଜାଲ ନୋଟ୍ ବିଷୟରେ । ଯେଉଁ ସଂଖ୍ୟା ପ୍ରଚାରିତ ହୋଇଥାଏ ସେହି ସଂଖ୍ୟା ଯେଉଁ ଜାଲ ନୋଟ୍ ବ୍ୟାଙ୍କ ପର୍ଯ୍ୟନ୍ତ ପହଂଚିଥାଏ ତାହାର ହିସାବ କିତାବ । । ଅଧିକାଂଶ ଜାଲ ନୋଟ୍ ସେତେବେଳ ପର୍ଯ୍ୟନ୍ତ ବ୍ୟାଙ୍କର ଦରଜା ପାଖକୁ ଯାଇ ନ ଥାଏ ସେହି ବ୍ୟବସ୍ଥାରେ ଚାଲିଥାଏ । ଆଉ ଆତଙ୍କବାଦ, ନକ୍ସଲବାଦ ଏହାର ବୃଦ୍ଧି ଦିଗରେ ଏହା ଉପଯୋଗ ମଧ୍ୟ ହୋଇଥାଏ । କିଛି ଲୋକ ବହୁତ ନାଚି କୁଦି କହୁଛନ୍ତି ଯେ, ଆତଙ୍କବାଦୀଙ୍କ ଠାରୁ କିଛି ଦୁଇ ହଜାର ଟଙ୍କିଆ ନୋଟ୍ ମିଳିଥିଲା । ଆମେ ଜାଣିବା ଦରକାର ଯେ, ଆମ ଦେଶରେ ଏହି ଯେଉଁ ବିମୁଦ୍ରୀକରଣ ପରର ସମୟ ଥିଲା, ବ୍ୟାଙ୍କ ଲୁଟିବାର ଯେଉଁ ପ୍ରୟାସ ହେଲା ଆଉ ସେଥିରେ ମଧ୍ୟ ନୂଆ ନୋଟ୍ ନେଇ ଯିବାର ପ୍ରୟାସ ହେଲା, ତାହା ଜମ୍ମୁ କାଶ୍ମୀରରେ ହେଲା । କାରଣ ଜାଲ ନୋଟ୍ ପାଇଁ ଯେଉଁ ସ୍ଥିତି ହେଲା ତାହା ପରେ ନିତିଦିନିଆ କାରବାରରେ ଅସୁବିଧା ଆସିଥିଲା । ଆଉ ଯେଉଁ ନୋଟ୍ ବ୍ୟାଙ୍କରୁ ଲୁଟିବାର କିଛିଦିନ ପରେ ଆତଙ୍କବାଦୀ ମରିଥିଲେ, ସେମାନେ ସେହି ନୋଟ୍ ହାତେଇ ନେଇଥିଲେ । ତ ଏହାର ସିଧା ସିଧା ସମ୍ବନ୍ଧ ଅଟେ, ତାହା ଆମକୁ ବୁଝିବାକୁ ପଡିବ ଏବଂ କାରଣ ଏହା ନୁହେଁ କି ଆମେ ଏପରି ଲୋକଙ୍କ ସପକ୍ଷରେ ନିଜ ବିଚାର କାହିଁକି ରଖିବା, କୌଣସି କାରଣ ନାହିଁ କି ଏ ଲୋକ ଏମିତି ଅଟନ୍ତି କି ଯେଉଁମାନଙ୍କ ବିରୁଦ୍ଧରେ ଆମେ ଗୋଟିଏ ସ୍ୱରରେ ଲଢିବା ଦରକାର । ସଚ୍ଚୋଟ ବ୍ୟକ୍ତିଙ୍କୁ ସେତେବେଳେ ପର୍ଯ୍ୟନ୍ତ ଶକ୍ତି ମିଳିବ ନାହିଁ ଯେ ପର୍ଯ୍ୟନ୍ତ ବେଇମାନଙ୍କ ପ୍ରତି କଠୋର ଭାବ ପ୍ରଦର୍ଶନ କରା ନ ଯିବ । ଆଉ ଏଥିପାଇଁ ଏହି ପଦକ୍ଷେପର ସୁନିଶ୍ଚିତ ଲାଭ ସଚ୍ଚୋଟ ଶକ୍ତିଗୁଡିକୁ ବଳ ମିଳିବାର ଅଛି, ଏହା ହେଉଛି ଆମର ସ୍ପଷ୍ଟ ମତ ।
ଆଦରଣୀୟ ସଭାପତି ଜୀ, ବହୁତ ବର୍ଷ ପୂର୍ବେ ଗୋଟିଏ ୱାଙ୍ଗଚୂ କମିଟି ଗଠନ କରାଯାଇଥିଲା । ଏବଂ ବିମୁଦ୍ରୀକରଣର ଆର୍ଥିକ ଆବଶ୍ୟକତା ସମ୍ବନ୍ଧରେ ସେ ସେହି ସମୟରେ ଯେତେବେଳେ ଇନ୍ଦିରା ଗାନ୍ଧି ଥିଲେ, ସେ ନିଜର ରିପୋର୍ଟ ପ୍ରଦାନ କରିଥିଲେ । ଆଉ ଯଶୱନ୍ତ ରାଓ ଚୌହ୍ୱାନ ସେଥିରେ ମଧ୍ୟ ସହମତ ଥିଲେ, ତାକୁ ଆଗକୁ ନେବାକୁ ଚାଂହୁଥିଲେ, କିନ୍ତୁ ସେହି ସମୟରେ ଇନ୍ଦିରା ଜୀ କହିଥିଲେ ଆରେ ଭାଇ ଆମେ ତ ରାଜନୀତିରେ ଅଛୁ, ନିର୍ବାଚନ ଲଢେଇ ତ ଲଢି ଚାଲିଛୁ । ଏହା ଗଡୱଲେ ଜୀଙ୍କ ବହିରେ ଅଛି ଆଜ୍ଞା, ଆପଣଙ୍କୁ ଆପଣମାନଙ୍କୁ ଗଡୱଲେ ଜୀ, ଶ୍ରୀ ଯଶୱନ୍ତ ରାଓ ଚୌହ୍ୱାନଙ୍କ, ଗଡୱଲେ ଜୀଙ୍କ ଯେଉଁ ବହି ପ୍ରକାଶିତ ହୋଇଛି ଭଲ ହୋଇଥାନ୍ତା ଆପଣ ଏତିକି ସଚେତନତା ଦେଖାଇଥାନ୍ତେ ଏବଂ ଏହି ବହି ବିରୁଦ୍ଧରେ ସ୍ୱର ଉଠାଇ ଥାଆନ୍ତେ, ଆପଣ ଶୋଇ ଥିଲେ କି? କ’ଣ କରୁଥିଲେ ଆପଣ? ଆଉ ଇନ୍ଦିରା ଜୀଙ୍କ ଉପରେ ସେତେ ବଡ଼ ଆରୋପ ଲାଗିଯିବ, ଆଉ ଜଣେ ଅଫିସର ଆରୋପ ଲଗାଇଦେବେ ଏବଂ ଏ ପର୍ଯ୍ୟନ୍ତ ଆପଣ ଶୋଇ ରହିଲେ? ଆରେ ଆପଣଙ୍କ ସ୍ଥାନରେ ମୁଁ ଥାଆନ୍ତି ତ ଗଡୱଲେ ଜୀଙ୍କ ବିରୁଦ୍ଧରେ ମୋକଦ୍ଦମା କରିଥାନ୍ତି କିନ୍ତୁ ଆପଣ କଲେ ନାହିଁ । ଆଜି, ଆଜି ଯେବେ ଗଡୱଲେ ଜୀଙ୍କ ବହିର ଚର୍ଚ୍ଚା ହେଉଛି, ତ ଆପଣଙ୍କୁ ସାମାନ୍ୟ କିନ୍ତୁ ଆଜି ତାହାର ସ୍ଥିତି ଟିକେ ଅଧିକ ଆଗକୁ ବଢିଯାଇଛି ଯେବେ ୱାଙ୍ଗଚୂ କମିଟି ରିପୋର୍ଟ ଦେଇଥିଲେ, ସେତେବେଳେ ସେତିକି କଳାଧନ ନଗଦ ମଧ୍ୟରେ ସୀମିତ ଥିଲା । ଆଜି କଳାଧନ ଆତଙ୍କବାଦୀ ସଂଗଠନ, ଜାଲ ନୋଟ୍ କାରବାର, ଡ୍ରଗ୍ସର କାରବାର, ହାୱାଲାର କାରବାର ଏହା ଜୀବନର ବହୁ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପୀ ଯାଇଛି ଓ ଏଥିପାଇଁ ଏହାର ବ୍ୟାପକତା ବଢି ଯାଇଛି ।
ଯେଉଁ ସମୟ 8 ନଭେମ୍ବରରେ ନିଷ୍ପତ୍ତି କରାଗଲା, ତ ଜାଲ ନୋଟ୍ ଫେରାଇ ଆଣିବାର ପ୍ରଶ୍ନ ହିଁ ନ ଥିଲା । କେଉଁ ଛୋଟ ବ୍ୟାଙ୍କ ହୋଇଥିବ! କୌଣସି ସାଧନ ନ ଥିବ ଆଉ ପଶି ଯାଇଥିବ, ତ ତାହାକୁ ରିଜର୍ଭ ବ୍ୟାଙ୍କ ଯାଂଚ କରିବ । କିନ୍ତୁ ଜାଲ ନୋଟର ତ ସେହି ସମୟରେ ନିଷ୍ଫଳ ହୋଇଗଲା । ଆଉ ଏଥିପାଇଁ ତାହାର ହିସାବ ଯଦି କାହା ପାଖରେ ଅଛି, ତ ସେ ଆଶ୍ଚର୍ଯ୍ୟ ହୋଇଥାନ୍ତି କି ତାହା କେମିତି ହେଲା । ୟାଙ୍କ ପାଖରେ ଜାଲ ନୋଟ୍ ତ ସେହି ସମୟରେ ସ୍ଥିର ହୋଇ ଯାଇଥିଲା । ଆଉ ସବୁଠାରୁ ବଡ଼, ସବୁଠାରୁ ବଡ଼ ଏହି କାରଣରୁ ହୋଇଛି, ଆଉ ଆପଣ ଏକ ଟିଭି ସମ୍ବାଦରେ ଦେଖିଥିବେ । ଶତ୍ରୁ ଦେଶରେ ଜାଲ ନୋଟର ଯେଉଁ ବହୁତ ବଡ଼ କାରବାର କରିଲାବାଲାଙ୍କୁ ଆତ୍ମହତ୍ୟା କରିବାକୁ ପଡିଥିଲା, ଏହି ସମ୍ବାଦ ଟିଭି ନ୍ୟୁଜରେ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା ।
ଆଜି ଦେଖନ୍ତୁ ଆମ ଦେଶରେ ତିରିଶ ଚାଳିଶ ଦିନରେ 700ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ତିରିଶ ଚାଳିଶ ଦିନରେ, ଏହା ପ୍ରଥମ ଥର ପାଇଁ ହୋଇଛି, ଏହା ନଭେମ୍ବର-ଡିସେମ୍ବର ମଧ୍ୟରେ ଚାଳିଶ ଦିନରେ 700 ଲୋକ ଆତ୍ମସମର୍ପଣ କରିଛନ୍ତି ଆଉ ତା ପରେ ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିଛି । ଯଦି ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେଥିପାଇଁ ଏହି ସଦନରେ ଯଦି ସନ୍ତୋଷ କାହାକୁ ନ ହୁଏ, ସେମିତି ହେବ ନାହିଁ । କେମିତି ହେବ? ଆଉ ଯଦି ନ ହେବ ତ ତାହାର ଅର୍ଥ ଅନ୍ୟ କିଛି ହେବ ।
ସେହି ପ୍ରକାରରେ ଏ କଥା ମଧ୍ୟ ଠିକ୍ ଯେ ଦେଶର ସାଧାରଣ ବ୍ୟବସ୍ଥାରେ ଧନ ରହିବା ହେଉଛି ବହୁତ ଜରୁରୀ । ହଜାର ଟଙ୍କିଆ ନୋଟ୍ ଛପା ହେବା ପରେ ସାମାନ୍ୟ ବ୍ୟବହାର ପାଇଁ ଯାଉ ନ ଥିଲା, ପାଂଚ ଶହ ଟଙ୍କିଆ ନୋଟ୍ ବହୁତ କମ୍ ଯାଉଥିଲା, ହଜାର ଟଙ୍କିଆ ନୋଟ୍ ବହୁତ କମ୍ ଯାଉଥିଲା, ଏବଂ ବିଡା ବିଡା ନୋଟର କାରବାର ଚାଲୁ ରହିଥିଲା । ଏହା ହେଉଛି ସତ୍ୟ, ଏହି ସତ୍ୟକୁ ଆମେ ଅସ୍ୱୀକାର କରି ପାରିବା ନାହିଁ । ଏବେ ଯେତେବେଳେ ଏତେ ବଡ ଟଙ୍କା ବା ମୁଦ୍ରା ବ୍ୟାଙ୍କ ପାଖକୁ ଆସିଛି ତ ସ୍ୱଭାବିକ ଅଟେ ଯେ ବ୍ୟାଙ୍କର ସାମାନ୍ୟ ବ୍ୟକ୍ତିଙ୍କୁ ଟଙ୍କା ଦେବାର ସାମର୍ଥ୍ୟ ବଢିଛି । ସୁଧ ହାର, ସବୁ ବ୍ୟାଙ୍କ ଗୁଡିକ ଏକା ସହିତ ସୁଧ ହାର କମ୍ କରିଛନ୍ତି, ତାହା ଦେଶରେ ପ୍ରଥମ ଥର ହୋଇଥିଲା । ବ୍ୟାଙ୍କର ଲାଭ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ…. ଏଠାରେ ଅସଂଗଠିତ ଶ୍ରମିକଙ୍କ କଥା କୁହାଯାଉଛି, ସତରେ ମୁଁ ଆପଣମାନଙ୍କୁ ବିଶେଷତଃ ସୀତାରାମ ଜୀ ଏବଂ ତାଙ୍କ ଦଳ ଠାରୁ ଏହି ଆଶା କରିବି ଯେ ଅସଂଗଠିତ ଶ୍ରମିକଙ୍କୁ ସେମାନଙ୍କର ବେତନ ସମ୍ବନ୍ଧରେ ସୁରକ୍ଷା ମିଳିବା ଦରକାର । ଏହା ସତ୍ୟ ଯେ ଯେତିକି କୁହାଯାଏ ସେତିକି ଦିଆଯାଏ ନାହିଁ, ଦିଆଯାଏ ସେଥିରେ ମଧ୍ୟ ଜଣେ ଅଧେ ଲୋକ ବାହାରେ ଠିଆ ହୋଇ ରହିଥାନ୍ତି ଓ ସେ କିଛି କାଟି ଦିଏ, ଏହି ରୋଗ ବିଷୟରେ ଆମେ ସମସ୍ତେ ଜାଣିଛେ, କିନ୍ତୁ ଏଭଳି ବହୁତ ରୋଗ ସହିତ ଆମେ ପରିଚିତ ଏବଂ ଏଥି ପାଇଁ ଯଦି ଆମେ ଏହି ବ୍ୟବସ୍ଥା କରିବା, ତ ସେହି ଶ୍ରମିକ ମାନଙ୍କୁ ଲାଭ ମିଳିବ, ସମୟ ଥାଉ ଥାଉ ଇପିଏଫ ସହିତ ଯୋଡି ହେବେ, ଇଏସ୍ଆଇସି ଯୋଜନା ସହିତ ମଧ୍ୟ ଯୋଡି ହେବେ, ଶ୍ରମିକଙ୍କୁ ଏକ ବହୁତ ବଡ଼ ସୁରକ୍ଷା ଏହି କାରଣରୁ ସମ୍ଭବ ହୋଇ ପାରିବ, ଏହି ଦିଗରେ ଆମର ପ୍ରୟାସ ଚାଲୁ ରହିଛି ।
ଆସାମର କ୍ଷେତ ଓ ବଗିଚା ସଂପର୍କରେ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି, ସେଠାକାର ସରକାର କିଛି ପ୍ରଚେଷ୍ଟା କଲେ, ଚା’ ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିଲେ ପ୍ରାୟ ସାତ ଲକ୍ଷ, ମୋବାଇଲ ଆପ୍ ଜରିଆରେ ସେମାନଙ୍କୁ କାରବାର କରିବା ଶିଖାଇଲେ, ପ୍ରାରମ୍ଭରେ ସଂଗଠନର ଲୋକମାନେ ମନାକଲେ ନଗଦ ଟଙ୍କା ଦେବାକୁ ପଡିବ କାରଣ ସେଥିରେ ବାକି ଜିନିଷ ଯୋଡି ହୋଇ ଥିଲା, ଏହି କାରଣରୁ ଏଇ ଚା’ ବଗିଚାର ଶ୍ରମିକମାନଙ୍କୁ ପୁରା ବେତନ ମିଳିବାକୁ ଳାଗିଲା, କିଛି କଟି ଯାଉଥିବା ପଇସା ମିଳିଲା ଏବଂ ସେହି ଅଂଚଳରେ ସେମାନଙ୍କର କାରବାର ସୁରକ୍ଷିତ ହେଲା, ଏକ ବହୁତ ବଡ଼ ଅନୁଭୂତି ଅଟେ ମୁଁ ଭାବୁଛି ଏହାକୁ ଆମକୁ … ।
ସେହି ପ୍ରକାରରେ ବିମୁଦ୍ରୀକରଣ ପାଇଁ କୌଣସି ବିଦେଶୀ ଖବର କାଗଜକୁ ଉଦାହରଣ ଭାବେ ନେବା ତ, କୌଣସି ବିଦେଶୀ ଅର୍ଥଶାସ୍ତ୍ରୀଙ୍କୁ ଉଦାହରଣ ଭାବେ ନେବା,ଏମିତି ଏକ ତଫାତ ଯେ ଯଦି ଆପଣ ଦଶଟି ଉଦାହରଣ ନେବେ ତ ମୁଁ କୋଡିଏ କରି ପାରିବି, ଆପଣ ଯଦି ଦଶଜଣ ମହାପୁରୁଷଙ୍କ କଥନ କହିବେ ତ ମୁଁ କୋଡିଏ କରି ପାରିବି । ଏହା ଏଇଥି ପାଇଁ ହୋଇପାରୁଛି କି ବିଶ୍ୱରେ ଏହାର କୌଣସି ସମାନ୍ତର ହିଁ ନାହିଁ । ଦୁନିଆରେ କେଉଁଠି ଏତେ ବଡ଼ ଓ ଏତେ ବ୍ୟାପକ ନିଷ୍ପତ୍ତି କେବେ ହୋଇ ନ ଥିଲା । ଆଉ ଏଥିପାଇଁ ଦୁନିଆର ଅର୍ଥଶାସ୍ତ୍ରୀମାନଙ୍କ ପାଇଁ ଏହାର ହିସାବ କିତାବ କରିବାର କୌଣସି ମାନଦଣ୍ଡ ନାହିଁ । ଏହା ଏକ ବହୁତ ବଡ଼ ଦୁନିଆର ଅର୍ଥଶାସ୍ତ୍ରୀମାନଙ୍କ ପାଇଁ, ଦୁନିଆର ବିଶ୍ୱବିଦ୍ୟାଳୟ ପାଇଁ ଏକ ବହୁତ ବଡ଼ ତଥ୍ୟ-ଅଧ୍ୟୟନ ହୋଇପାରେ ।
ଆଉ ଭାରତ କେତେ ବଡ଼ ନିଷ୍ପତ୍ତି କଲା ଏହାର ମଧ୍ୟ ସେହି ପ୍ରକାରରେ ଜନସାଧାରଣ, ଦେଶର ଜନଶକ୍ତି କ’ଣ ହୋଇପାରେ ଏବଂ ଏହି ସଦନରେ ବସିଥିବା ସମସ୍ତ ମହାନୁଭବମାନଙ୍କୁ କହିବାକୁ ଚାହେଁ କି ଏହି ବିମୁଦ୍ରୀକରଣ ପରେ ସମାଜଶାସ୍ତ୍ରୀ ନିଶ୍ଚୟ ଅଧ୍ୟୟନ କରିବେ, ପ୍ରଥମ ଥର ପାଇଁ ସମାନ୍ତରାଳ ବିଭାଜନରୁ ବାହାରି ଆସିଛି । ଆଉ ଯେତେବେଳେ ମୁଁ ସମାନ୍ତରାଳ ବିଭାଜନ କହୁଛି ଜନତା ଜନାର୍ଦ୍ଦନର ମିଜାଜ୍ ଗୋଟିଏ ପଟରେ ଏବଂ ନେତାମାନଙ୍କ ମିଜାଜ୍ ଆର ପଟରେ । ଏମାନେ ଜନତାଙ୍କ ଠାରୁ ଏତେ ଦୂରେଇ ଯାଇଛନ୍ତି, ପ୍ରଥମଥର ଆମକୁ ସନ୍ତୋଷ ହେବା ଦରକାର, ସାଧାରଣତଃ ସରକାର ଯେତେବେଳେ କୌଣସି ନିଷ୍ପତ୍ତି କରନ୍ତି ତ ଜନତା ଏବଂ ସରକାର ସାମନା ସାମ୍ନି ରହିଥାନ୍ତି, କହିବାକୁ ଗଲେ କେଉଁ ସରକାର ହୁଅନ୍ତୁ ନା କାହିଁକି, ଏହା ହେଉଛି ପ୍ରଥମ ଏପରି ଘଟଣା କି କିଛି ଲୋକ ତ ସେପଟେ ଥିଲେ କିନ୍ତୁ ସରକାର ଏବଂ ଜନତା ଏକ ସଙ୍ଗରେ ଥିଲେ ।
ସେହି ପ୍ରକାରରେ ଏହି କଥା ପାଇଁ ଆମକୁ ଗର୍ବ କରିବା ଦରକାର, ହୋଇପାରେ ଆପଣଙ୍କର କିଛି ଅସୁବିଧା ହୋଇଥିବ, କିନ୍ତୁ ଏହି କଥାକୁ ଆମକୁ ବୁଝିବାକୁ ହେବ ଆଉ ବିଶ୍ୱ ଆଗରେ ଆମେ ଗର୍ବର ସହିତ କହି ପାରିବା କି ଏହି ଦେଶର ଶହେ ପଚିଶ କୋଟି ଲୋକ ଏମିତି ଅଛନ୍ତି, ସେମାନେ ଅଶିକ୍ଷିତ ହୋଇ ପାରନ୍ତି, ଶିକ୍ଷା ବୋଧହୁଏ ନ ମିଳି ଥାଉ ଯେମିତି ଆପଣ ନିଷ୍ପତ୍ତି କରୁଥିଲେ, ଯେଉଁ ରିପୋର୍ଟ କାର୍ଡ ଆପଣ ଦେଉଥିଲେ ଆପଣଙ୍କର ଏମିତି ଅଛି, ସେମିତି ଅଛି, ତାହା ସବୁ ସତ୍ତ୍ୱେ ମଧ୍ୟ, ଏହି ଦେଶ ହେଉଛି ଯିଏ ନିଜ ଭିତରର ଦୁର୍ଗୁଣ ମଧ୍ୟରୁ ବାହାରି ଆସିବା ପାଇଁ ପରିଶ୍ରମ କରି ଚାଲିଛି, ବ୍ୟତିବ୍ୟସ୍ତ ହେଉଛି । ଏହା ଯେ କୌଣସି ରାଜନେତା ହୁଅନ୍ତୁ, କୌଣସି ଦଳ ହେଉ ଏହା ଆମମାନଙ୍କ ପାଇଁ ଗର୍ବର ବିଷୟ ଅଟେ ଯେ ଏହି ଦେଶରେ ଏଭଳି ଜନତା ଅଛନ୍ତି, ଏଭଳି ନାଗରିକ ଅଛନ୍ତି ଯେଉଁମାନେ ନିଜର ଦୁର୍ଗୁଣ ବିରୁଦ୍ଧରେ ଲଢିବା ପାଇଁ କଷ୍ଟ ସହିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି, ଅସୁବିଧା ସହିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ଏବଂ ଦୁର୍ଗୁଣରୁ ବାହାରକୁ ବାହାରିବା ପାଇଁ ରାସ୍ତା ଖୋଜୁଛନ୍ତି । ଆଉ ଏଥି ପାଇଁ ଆମକୁ ମଧ୍ୟ ଏହି କଥାକୁ ବୁଝିବାକୁ ପଡିବ ।
ସଭାପତି ମହୋଦୟ, ବିଗତ ଅଧିବେଶନରେ ମନମୋହନ ଜୀ ନିଜର ବିଚାର ରଖିଥିଲେ, ଏକଥା ସତ ଯେ, ଏବେ ବୋଧହୁଏ ଆପଣଙ୍କ ତରଫରୁ ଗୋଟିଏ ପୁସ୍ତକ ପ୍ରକାଶିତ ହୋଇଛି, ତାହାର ମୁଖବନ୍ଧ ଡକ୍ଟର ସାହେବ ଲେଖିଛନ୍ତି । ମୁଁ ଆପଣଙ୍କୁ ଯେବେ ରିପୋର୍ଟ ଦେଖାଉଥିଲି, ମତେ ଲାଗିଲା ଯେ ଏତେ ବଡ଼ ଅର୍ଥଶାସ୍ତ୍ରୀ ଅଟନ୍ତି, ତ ପୁସ୍ତକରେ ତାଙ୍କର ଯୋଗଦାନ ରହିଥିବ । କିନ୍ତୁ ଜଣାପଡିଲା ଯେ ପୁସ୍ତକ ଅନ୍ୟ କେହି ଜଣେ ଲେଖିଛନ୍ତି ମୁଖବନ୍ଧ ସେ ଳେଖିଛନ୍ତି । ତ ତାଙ୍କ ଭାଷଣରୁ ମଧ୍ୟ ମତେ ଏପରି ଲାଗିଲା, ଯେ ତାଙ୍କ ଭାଷଣରୁ ମଧ୍ୟ ମତେ ଏପରି ଲାଗିଲା, ଯେ ବୋଧହୁଏ ! ଏ କଥା ବୁଝିବାର କଥା ଯେ ବିଗତ ପାଖାପାଖି, ପାଖାପାଖି, ପାଖାପାଖି 30-35 ବର୍ଷ ଧରି ଯେଉଁ ଶବ୍ଦ ମୁଁ ମଧ୍ୟ କହି ନାହିଁ ସେ ତାହାର ଅର୍ଥ ବୁଝିଗଲେ, ଏହା ବଡ଼ ଅଜବ କଥା ଆଜ୍ଞା! ଏବେ ଡକ୍ଟର ମନମୋହନ ସିଂହ ଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟନ୍ତି, ଆଦରଣୀୟ ବ୍ୟକ୍ତି ଅଟନ୍ତି । ଆଉ ହିନ୍ଦୁସ୍ଥାନରେ ଗତ 30-35 ବର୍ଷ ଧରି ଭାରତର ଆର୍ଥିକ ନିଷ୍ପତ୍ତି ସହିତ ତାଙ୍କର ସିଧା ସମ୍ବନ୍ଧ ରହିଛି ଆପଣଙ୍କର ନିର୍ଣ୍ଣାୟକ ଭୂମିକା ରହିଛି । 35 ବର୍ଷ ଧରି ଦେଶରେ ବୋଧହୁଏ ଏଭଳି କୌଣସି ବ୍ୟକ୍ତି ଅର୍ଥ ଜଗତରେ ଥିବେ, ଯିଏ ହିନ୍ଦୁସ୍ଥାନର ସତୁରୀ ବର୍ଷର ସ୍ୱାଧୀନତାର ଅଧା ସମୟ ଜଣେ ହିଁ ବ୍ୟକ୍ତିଙ୍କର ଏଭଳି ପ୍ରଭାବ ରହି ଆସିଛି । ଆଉ ଏତେ ଘୋଟାଲାର ଖବର ଆସିଛି, କିନ୍ତୁ ବିଶେଷକରି ଆମ ରାଜନେତାମାନଙ୍କୁ ଡକ୍ଟର ସାହେବଙ୍କଠାରୁ ବହୁତ କିଛି ଶିଖିବାର ଅଛି । ଏତେ କିଛି ହେଲା ତାଙ୍କ ଉପରେ ଗୋଟିଏ ଦାଗ ଲାଗିଲା ନାହିଁ! ଗାଧୁଆଘରେ ବର୍ଷାତି ପିନ୍ଧି ଗାଧୋଇବା ଏ କଳା ତ ଡକ୍ଟର ସାହେବ ହିଁ ଜାଣିଛନ୍ତି ଆଉ କେହି ଜାଣି ନାହାନ୍ତି ।
ଆଦରଣୀୟ ସଭାପତି, ଏତେ ବଡ଼ ପଦରେ ରହିଥିବା ବ୍ୟକ୍ତି ସଦନରେ ଯେବେ ଲୁଟ୍, ବେଆଇନ ଅର୍ଥ ଆଇନ ସମ୍ମତ କରିବା ଭଳି ଶବ୍ଦ ପ୍ରୟୋଗ କରିଥିଲେ, ତ ପଚାଶ ଥର ସେଠାରେ ମଧ୍ୟ ଭାବିବାର ଆବଶ୍ୟକତା ଥିଲା ଯେ ମର୍ଯ୍ୟାଦା ଯଦି ଉଲଙ୍ଘନ କରୁଛନ୍ତି ତ ଶୁଣିବାର ମଧ୍ୟ ପ୍ରସ୍ତୁତି ରଖିବାର ଥିଲା ଆଉ ଆମେ ସେହି ମୁଦ୍ରାରେ ଫେରାଇବାର ସାମର୍ଥ୍ୟ ରଖୁଛୁ । ଆଉ ସମ୍ବିଧାନର ମର୍ଯ୍ୟାଦା ମଧ୍ୟରେ ରହି କାମ କରୁଛୁ, ଲୋକତନ୍ତ୍ରର ଆଦର କରୁଥିବା ଲୋକ ଅଟୁ କିନ୍ତୁ କୌଣସି ରୂପରେ ପରାଜୟକୁ ସ୍ୱୀକାର ହିଁ ନ କରିବା, ଏହା କେତେବେଳ ପର୍ଯ୍ୟନ୍ତ ଚାଲିବ?
ଆଦରଣୀୟ ସଭାପତି, ଏହି କଥା ସତ ଯେ ସାମାନ୍ୟ ଜନତାଙ୍କୁ ଆନ୍ଦୋଳିତ କରିବାର ବହୁତ ପ୍ରୟାସ ହୋଇଥିଲା ଏବଂ ଆଜି ଆମେ ଦେଖୁଛୁ ଯେ କେଉଁଠାରେ ଏକ ଘଟଣା ଅକସ୍ମାତ ଘଟିଯାଏ ତାହେଲେ ମଧ୍ୟ ଦୁଇ ଚାରୋଟି ଗାଡି ଜଳାଇ ଦିଆଯାଏ, କେଉଁଠାରେ ବସ୍ ଡେରିରେ ଆସିଲା ତାହେଲେ ଗୋଟିଏ ଅଧା ଦୁଇଟି ବସ୍ ଜଳାଇ ଦିଆଯାଏ । ଏହ।ର କ’ଣ ପ୍ରଭାବ ହେବ ତାହା ତ’ ବିଶ୍ଳେଷଣର ବିଷୟ କିନ୍ତୁ ଏହି ଦୃଶ୍ୟ ଦୈନନ୍ଦିନର ଘଟଣା ଅଟେ । କିନ୍ତୁ ଆମ ଭିତରର ଲଢେଇ ସହିତ ଲଢିବା ପାଇଁ ଆମେ ପ୍ରତିବଦ୍ଧ ଅଟୁ ଯେ ଏତେ ଅସୁବିଧା ପରେ ମଧ୍ୟ ଏଭଳି କୌଣସି ଘଟଣା ହେବାକୁ ଦେଇ ନ ଥିଲେ । ଆଉ ସଂପୂର୍ଣ୍ଣ ବିଶ୍ୱ ସାମ୍ନାରେ ଭାରତର ଲୋକଙ୍କର ଏହି ସାମର୍ଥ୍ୟକୁ ଆମକୁ ଗର୍ବର ସହିତ ପ୍ରସ୍ତୁତ କରିବା ଦରକାର, ଆମକୁ ଏହି କଥା କରିବା ଦରକାର ଏବଂ ତେବେ ଯାଇ ମୁଁ ଭାବୁଛି ଯେ କେଉଁ କଥାକୁ ଦୁନିଆ ବୁଝିପାରିବ ଯେ ଆମେ କେଉଁ ପ୍ରକାରର ଚିନ୍ତା କରୁଛୁ ।
ମୁଁ ଆଜି ଅନ୍ୟ ଏକ କଥା ଉଲ୍ଲେଖ କରିବାକୁ କରିବାକୁ ଚାହୁଁଛି ଯେ ଏକ ମାମଲା ଏଭଳି ଥିଲା, ଯେଉଁଠି ଆମର ଓ ସୀତାରାମ ଜୀ ଙ୍କର ବିଚାରଧାରା ଅଲଗା, ତ ବିଚାରର ପ୍ରସ୍ତୁତି ମଧ୍ୟ ଅଲଗା ହେବା ସ୍ୱଭାବିକ । କିନ୍ତୁ ଏହା ଏଭଳି ଏକ ବିଷୟ ଥିଲା ଯେବେ ମୁଁ ଭାବୁଥିଲି ମୋର କଳ୍ପନା ଥିଲା ଯେ ସୀତାରାମ ଜୀ ଓ ତାଙ୍କ ଦଳ ଆମ ସାଥୀରେ ରହିବେ, ଏହି କାମରେ ଆମ ସାଥୀରେ ରହିବେ । ଆଉ ଏହାର କାରଣ ଥିଲା, କାରଣ ଏହା ଥିଲା ଆପଣଙ୍କ ପାର୍ଟିର ହିଁ ବରିଷ୍ଠ ନେତା ଶ୍ରୀମାନ ଜ୍ୟୋର୍ତିମୟ ବସୁ 1972ରେ ସେ ୱାଙ୍ଗଚୂ କମିଟିର ରିପୋର୍ଟ ଗୃହରେ ରଖିବା ପାଇଁ ବହୁତ ବଡ଼ ଦାବି କଲେ ଏବଂ ବହୁତ ବଡ ଲଢେଇ ମଧ୍ୟ ଲଢିଥିଲେ । ସରକାର ମାନୁ ନ ଥିଲେ, ତାହାକୁ ପ୍ରସ୍ତୁତ କରୁ ନଥିଲେ, ଶେଷରେ ସେ ଗୋଟିଏ ନକଲ ନେଇ ଆସିଲେ ସେ ନିଜେ ଟେବୁଲ ଉପରେ ରଖିଲେ । ସେ ନିଜେ ହିଁ, ଜ୍ୟୋର୍ତିମୟ ବସୁ ଜୀ ସେହି ରିପୋର୍ଟକୁ ଟେବୁଲ ଉପରେ ରଖିଲେ, ପ୍ରାଇଭେଟ ସଭ୍ୟ କହୁଥିଲେ ଏବଂ ତାଙ୍କର ଯେଉଁ ଭାଷଣ ସେହିଦିନ ହୋଇଥିଲା ତାହା ଆଜି ମଧ୍ୟ ଲାଗେ ବହୁତ ବଢିଆ ପ୍ରସ୍ତୁତ ଥିଲା । ସେ କହିଥିଲେ ଯେ, 26 ଅଗଷ୍ଟ 1972 ରେ, ଆଜ୍ଞା 12 ନଭେମ୍ବର 1970 କୌଣସି ଶକ୍ତିଶାଳୀ ଏବଂ ପ୍ରତିଷ୍ଠିତ କମିଟିର ପ୍ରାଥମିକ ସୁପାରିଶଗୁଡିକ ମଧ୍ୟରେ ଗୋଟିଏ ଥିଲା ବିମୁଦ୍ରୀକରଣ, ଆଜ୍ଞା ଶ୍ରୀମତୀ ଇନ୍ଦିରା ଗାନ୍ଧୀ କଳାଧନର ବଳରେ ହିଁ ବଂଚିଛନ୍ତି । ତାଙ୍କର ରାଜନୀତି କଳାଧନରେ ହିଁ କଟିଛି । ତେଣୁ ନା କେବଳ ଏହି ରିପୋର୍ଟକୁ ଲାଗୁ କରାଗଲା ନାହିଁ, ବରଂ ଦେଢ ବର୍ଷ ପର୍ଯ୍ୟନ୍ତ ଚପାଇ ରଖାଗଲା । ଏହି ଜ୍ୟୋର୍ତିମୟ ବସୁ ଜୀ 1972ରେ କହିଲେ ପୁଣି ଥରେ 4 ସେପ୍ଟେମ୍ବର 1972ରେ ଲୋକସଭାରେ ଭାଷଣ ଦେଇ ଜ୍ୟୋର୍ତିମୟ ବସୁ ଜୀ କହିଥିଲେ, ‘ମୁଁ ବିମୁଦ୍ରୀକରଣ ଏବଂ ଅନ୍ୟ ଉପାୟଗୁଡିକର ସୁପାରିଶ କରିଛି । ଏବେ ତାହାକୁ ଦୋହରାଇବାକୁ ଚାହୁଁ ନାହିଁ । ସରକାର ସଚ୍ଚୋଟତାର ସହିତ ଲୋକଙ୍କୁ ସହଯୋଗ କରିବା ଆବଶ୍ୟକ, ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କର ଏହି ସରକାରଙ୍କ ଚରିତ୍ର ଏଭଳି ଏକ ସରକାର ଯିଏ କଳାଧନର ଅଟେ, କଳାଧନ ଦ୍ୱାରା ଅଟେ, ଏବଂ କଳାଧନ ପାଇଁ ଅଟେ ।’ ଏହା 1972ର କଥା ମୁଁ କହୁଛି ଆଉ 4 ସେପ୍ଟେମ୍ବର 1972ରେ ଏହା କହିଥିଲେ । ଏତିକି ହିଁ ନୁହେଁ, ସିପିଏମର ବରିଷ୍ଠ ନେତା ହରକିଷନ ସିଂହ ଜୀ ସୁରଜିତ ସେ 27 ଅଗଷ୍ଟ 1981ରେ ସଦନରେ ଭାଷଣ ଦେଇଥିଲେ ଆଉ ସେ କହିଥିଲେ, ‘କଳାଧନରେ ଅଙ୍କୁଶ ଲଗାଇବା ପାଇଁ ସରକାର କ’ଣ ପ୍ରକୃତରେ କୌଣସି ଗମ୍ଭୀର ପଦକ୍ଷେପ ନେବାକୁ ଚାହୁଁଛନ୍ତି? କ’ଣ ଶହେ ଟଙ୍କିଆ ନୋଟକୁ ବନ୍ଦ କଲା ଭଳି ନିଷ୍ପତ୍ତି ନେଇ ହେବ?’ ଏହି ପ୍ରଶ୍ନ ସୁରଜିତ ଜୀ ମଧ୍ୟ ଏହି ସଦନରେ 1981ରେ ଉଠାଇଥିଲେ ଆଉ ଏଇଥି ପାଇଁ ବିଶେଷ କରି ବାମ ଦଳକୁ ମୋର ଅନୁରୋଧ କି ଆପଣ ଏହି ଳଢେଇରେ ଆମକୁ ସହଯୋଗ କରନ୍ତୁ ଏବଂ କରିବେ ବୋଲି ମୁଁ ଆଶା କରୁଛି, ଆପଣ ନିଜସ୍ୱ ବିଚାର ବ୍ୟାପକ ରୂପରେ ନିଶ୍ଚୟ ରଖୁଥିବେ କିନ୍ତୁ ଏହି କାମ ଏମିତି ଯେ ଯେଉଁଥିରୁ ଆପଣ ଅଲଗା ହୋଇ ପାରିବେ ନାହିଁ, ଆପଣଙ୍କ ଚରିତ୍ର ଏମିତି ନୁହେଁ । କିନ୍ତୁ ପୁଣି ମଧ୍ୟ, ଏହା ସମୟ କହିବ, ଏ କଥା ଠିକ୍ ଯେ ଲୋକତାନ୍ତ୍ରିକ ବ୍ୟବସ୍ଥାରେ ଏତେ ବଡ଼ ନିଷ୍ପତ୍ତି ନେବା ସାଧାରଣତଃ ଲୋକ ଭାବନ୍ତି ଲୋକପ୍ରିୟ ପଦକ୍ଷେପ ନେବା ଏହା ଲୋକତନ୍ତ୍ରର ସ୍ୱଭାବ ହୋଇ ଯାଇଥାଏ । ସ୍ୱଳ୍ପ ମିଆଦି ଲକ୍ଷ୍ୟକୁ ନେଇ ସ୍ୱଭାବ ହୋଇ ଯାଇଥାଏ । ଆଉ ଏଥିପାଇଁ ଏତେ ବଡ଼ ନିଷ୍ପତ୍ତିକୁ ବୁଝିବା ପାଇଁ ମଧ୍ୟ କିଛି ସମୟ ଲାଗିଥାଏ ତ ସେଥିପାଇଁ ମଧ୍ୟ କାହାକୁ ଦୋଷ ଦେଉ ନାହିଁ, ଧୀରେ ଧୀରେ ଲୋକ ବୁଝି ପାରିବେ ଯେଉଁମାନେ ଆଜି ଏହାକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ବୁଝି ପାରିବେ କି ଏତେ ବଡ଼ ନିଷ୍ପତ୍ତି କେତେ ବଡ଼ ଦେଶର ଭଲ କରିବାର ସମ୍ଭାବନା ଗୁଡିକୁ ନେଇ ଆସିଛି ଏବଂ ଆମେ ତାକୁ ଆଗକୁ ନେବାକୁ ଚାହୁଁଛୁ ।
ଏଠାରେ ଡିଜିଟାଲ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା ହେଉଛି, ମୁଁ କିନ୍ତୁ ଆଶ୍ଚର୍ଯ୍ୟ ଯେ,ସାମ୍ନାରୁ ଯେତେ ଭାଷଣ ହେଲା, ଏହି ଦେଶରେ ଏହା ନାହିଁ, ଅମୁକ ନାହିଁ, ସମୁକ ନାହିଁ, ଏହା ହୋଇ ନାହିଁ, ତାହା ହୋଇ ନାହିଁ, ଶୌଚାଳୟ ଅଛି ତ ପାଣି ନାହିଁ, ଜଣା ନାହିଁ କ’ଣ କ’ଣ କହୁଛନ୍ତି? ସତୁରୀ ବର୍ଷର ହିନ୍ଦୁସ୍ଥାନର ସରକାରୀ ରିପୋର୍ଟ କାର୍ଡ ଦେଉଥିଲେ, ଯେଉଁମାନେ ମଧ୍ୟ କହୁଥିଲେ ଏହା ନାହିଁ, ତ ହେଉଛି ସତୁରୀ ବର୍ଷର ରିପୋର୍ଟ କାର୍ଡ ଏବେ ସତୁରୀ ବର୍ଷରେ ମୋର ଯୋଗଦାନ ହେଉଛି ଅଢେଇ ବର୍ଷର । ଏହା ଆମେମାନେ, ଆପଣମାନେ ଶୌଚାଳୟ ତିଆରି କଲେ ତ ଆମେମାନେ କ’ଣ ତାଲା ଲଗାଇ ଦେଲୁ କି? ଆପଣମାନେ ରାସ୍ତା ତିଆରି କଲେ ତ ମୁଁ କ’ଣ ଓପାଡି ଫୋପାଡି ଦେଲି କି ? ଆପଣ ପାଣି ପାଇଁ ନଳ ବସାଇଲେ ମୁଁ ଆସି ତାହାର ପାଇପ କାଟି ଦେଲି କି? ଏହା ହେଉଛି ସତ୍ୟ, କେହି ଏହା କହୁ ନାହାନ୍ତି କି ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ଡିଜିଟାଲ ବ୍ୟବସ୍ଥା ଅଛି, କିଏ କହୁଛି? ପ୍ରଶ୍ନ ଏହା ଯେ ମନସ୍ତତ୍ତ୍ଵ ବଦଳିବାରେ ଯେଉଁଠାରେ ସମ୍ଭାବନା ଅଛି ସେଠାରେ ଆମେ ଏହାକୁ କରି ପାରିବା ନା କରି ପାରିବା ନହିଁ?
ଧରି ନିଅନ୍ତୁ ଦିଲ୍ଲୀ ସହରରେ ସମ୍ଭାବନା ଅଛି, ଚାଲନ୍ତୁ ଭାଇ ଦିଲ୍ଲୀ ସହରରୁ ଆରମ୍ଭ କରିବା, ଆମେମାନେ ସକରାତ୍ମକ ଭାବେ କିଛି ଯୋଗଦାନ କରିବା । ବ୍ୟବହାରରେ ପରିବର୍ତ୍ତନର ବିଷୟ ଅଟେ । ଯଦି କଲିକତାର ଲୋକଙ୍କ ପାଖରେ ମୋବାଇଲ ଫୋନ୍ ଅଛି । କଲିକତାର ଲୋକଙ୍କ ପାଖରେ ଡିଜିଟାଲ ଯୋଗାଯୋଗର ବ୍ୟବସ୍ଥା ଅଛି ତ, ସେଠାରେ ଆରମ୍ଭ କରନ୍ତୁ । ହୋଇପାରେ ଦୂର-ସୁଦୂର ବାଂଲାଦେଶର ଗାଁର ନ ଥିବ । ଏହା କହିବା, ଆଉ ଦ୍ୱିତୀୟରେ ଆମେ ଏହି କଥାର ଗୀତ ଗାଇ ଚାଲିଛୁ କି ଆମେ ଏହା କରିଦେଲୁ, ଆମେ ତାହା କରିଦେଲୁ, ଅମୁକ କରି ଦେଲୁ । ଏବେ ଯେତେବେଳେ ତାକୁ ଲାଗୁ କରିବାର କଥା ଆସିଲା ତ ଆମକୁ କଷ୍ଟ ହେଉଛି ।
ଦ୍ୱିତୀୟରେ, ଆମେ ଶବ୍ଦର ଖେଳ ଖେଳୁଛୁ । ପ୍ରତ୍ୟେକ ଏ କଥା ମାନିବେ ଭାଇ । କୋଉ ପିଲାଙ୍କୁ ବି ପଚାର, ସ୍କୁଲ ସବୁଦିନେ ଯାଉଛ, କାହାକୁ ମଧ୍ୟ । ଆପଣଙ୍କ ସନ୍ତାନକୁ ମଧ୍ୟ ମୁଁ ପଚାରିବି ତ କହିବ, ହଁ ସବୁଦିନେ ଯାଉଛି । କିନ୍ତୁ ମତେ ବି ଜଣା ତାକୁ ବି ଜଣା ଯେ ରବିବାରରେ ଯାଏ ନାହିଁ । ସମସ୍ତଙ୍କୁ ଜଣା ଅଛି । ତେଣୁ ଏହା ସ୍ୱଭାବିକ ଅଟେ, ସେହିଭଳି ଦେଶରେ ନଗଦ ବିହୀନର ଅର୍ଥ ହେଉଛି ଧୀରେ ଧୀରେ ସମାଜକୁ ଏହି ପ୍ରକାରର ପାଉଣା ଦିଗରେ ନେଇ ଯିବା । ଦୁନିଆରେ ଆଜି ମଧ୍ୟ ବଡ଼ ବଡ଼ ଦେଶ ନିର୍ବାଚନ କରୁଛନ୍ତି ତ ଭୋଟ କାଗଜ ଛାପି, ମୋହର ମାରି ନିର୍ବାଚନ କରୁଛନ୍ତି । ଯେଉଁ ଦେଶକୁ ଅପାଠୁଆ ବିବେଚନା କରାଯାଏ ଏହି ହିନ୍ଦୁସ୍ଥାନ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ର ବଟନ ଚିପି ଭୋଟିଂ କରେ । ଯେଉଁଦିନ ବଟନ ଚିପିବାର ବ୍ୟବସ୍ଥା ଆସିଥିବ, କେହି ଭାବି ନ ଥିବେ ଯେ ଏତେ ବୈଷୟିକ ଜ୍ଞାନକୁ ଆମ ଦେଶର ଗରିବରୁ ଗରିବ ଲୋକ ଆପଣାଇପାରେ ।
ଅର୍ଥାତ ଆମେ ନିଜ ଦେଶର ଶକ୍ତିକୁ କମ୍ ନ ଭାବିବା । ହଁ ଆମକୁ ଏହା ଲାଗୁଛି ଏହି ରାସ୍ତା ହିଁ ଭୁଲ, ତାହେଲେ ଠିକ୍ ଅଛି, କିନ୍ତୁ ଅସୁବିଧା ଅଛି, କଷ୍ଟ ଅଛି, ତା ହେଲେ ଛାଡି ଦେବା, ତାହା ଠିକ୍ ନୁହେଁ । ଅସୁବିଧା ହେବ, ବ୍ୟବସ୍ଥା କମ୍ ଥିବ କିନ୍ତୁ ଆଗକୁ ତ ବଢିବାକୁ ହେବ । ଆଗକୁ ବଢିବା ଭିତରେ ।
କିଛି ଲୋକ କହୁଛନ୍ତି ଯେ ଦୁନିଆରେ କେତେଗୁଡିଏ ଦେଶ ଆଗରେ ଅଛନ୍ତି । ଦୁନିଆର କେତେକ ଦେଶ, ମୁଁ ଆଶ୍ଚର୍ଯ୍ୟ, ଆନନ୍ଦ ଶର୍ମା କହୁଥିଲେ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ କୋରିଆ ଡିଜିଟାଲ ଯୁଗରେ ଯିବା ପାଇଁ ଯେଉଁ ପ୍ରୋତ୍ସାହନ ଯୋଜନା କରିଛି ଏତେ ବଡ ମାତ୍ରାରେ ଆସିଲା । ଏ କହୁଛନ୍ତି ଆପଣ କୋଟି କୋଟି ଟଙ୍କା ଡିଜିଟାଲକୁ ପ୍ରୋତ୍ସାହନ ଦେବା ପାଇଁ ଖର୍ଚ୍ଚ କରୁଛନ୍ତି । ଏବେ ଯେଉଁ ଭୀମ୍ ଆପ୍ କରାଯାଇଛି । ଭୀମ୍ ଆପ୍ ରେ ଏକ ନୂଆ ପଇସା ଖର୍ଚ୍ଚ ହେବ ନାହିଁ । ବିନା ଖର୍ଚ୍ଚରେ ଦେଣନେଣ ହେଉଛି । ଗୋଟିଏ ଟଙ୍କା ମଧ୍ୟ କୌଣସି ବ୍ୟାଙ୍କକୁ, କାହାକୁ ମଧ୍ୟ କମିଶନ ଆକାରରେ ଯାଉ ନାହିଁ ଆଉ ଏଥି ପାଇଁ ଦୁନିଆ କାଗଜ-ବିହୀନ, ପରିସୀମା-ବିହୀନ ବ୍ୟାଙ୍କିଙ୍ଗ୍ ଆଡକୁ ଯାଉଛି । ଭାରତ ପଛରେ ରହିବାର କୌଣସି କାରଣ ନାହିଁ । ହୋଇପାରେ ଆମର ବ୍ୟବସ୍ଥା କମ୍ ଥିବ ତା ହେଲେ ଆଉ ଦୁଇ ବର୍ଷ ଅଧିକ ଲାଗିପାରେ, ପାଂଚ ବର୍ଷ ଆଉ ଲାଗିବ କିନ୍ତୁ ଆରମ୍ଭ କରିବା କିମ୍ବା ଏହି ଦିଗ ଭୁଲ, ଏଭଳି ବିଚାର ମୁଁ ଭାବୁଛି ଉପଯୁକ୍ତ ହେବ ନାହିଁ । ଆମ ଲୋକମାନଙ୍କୁ ପ୍ରୟାସ କରିବାକୁ ହେବ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ନିଜ ଅଂଚଳରେ ମଧ୍ୟ ଲୋକଙ୍କୁ ଆମକୁ ବୁଝାଇବାକୁ ପଡିବ ଆଉ ଏହି ଦିଗରେ ଆମକୁ ବଢିବାକୁ ହେବ ।
ଏବେ ଦେଖନ୍ତୁ, ରେଳବାଇ । ଆମ ଦେଶରେ ସାଧାରଣ ନାଗରିକ ଯାଏ । ଆଜି 60 ପ୍ରତିଶତ ରେଳରେ ଅନ୍ ଲାଇନ ବୁକିଂ ହେଉଛି । ତାହାର ଦେୟ ମଧ୍ୟ ଅନ୍ ଲାଇନରେ । ଯଦି ସେ ଟିକେଟ କ୍ୟାନସେଲ ବା ରଦ୍ଦ କରିଦେଉଛନ୍ତି ତା ହେଲେ ପଇସା ଅନ୍ ଲାଇନରେ ଫେରି ଆସୁଛି । ଆଜି ବହୁତ ଏମିତି ପରିବାର ଅଛନ୍ତି ଯେଉଁମାନେ ସହରରେ ରହୁଛନ୍ତି । ସେମାନଙ୍କୁ ଯଦି ବିଜୁଳି ବିଲ୍ ଦେବାକୁ ଅଛି ଆଗରୁ ବିଜୁଳି ବିଲ୍ ପଇଠ କରିବା ପାଇଁ ଅଧାଦିନ ଛୁଟି ନେବାକୁ ପଡୁଥିଲା ଏବଂ ତା ପରେ ଅଫିସ ଯାଉଥିଲେ । ଆଜି ସେ ଘରେ ବସି ରାତି 12ଟାରେ ଆସି ନିଜ ମୋବାଇଲ ଫୋନରୁ ବିଜୁଳିର ଦେୟ ଦେଉଛି । ସୁବିଧା ବଢି ବଢି ଚାଲିଛି । ଯଦି ଏହି ସୁବିଧା ବୈଜ୍ଞାନିକ ଉପାୟରେ ଟେକ୍ନୋଲଜି ଉପାୟରେ ମିଳୁଛି ତ ହଁ ଆମକୁ ତାହାର ଅସୁବିଧା ବିଷୟରେ ଚିନ୍ତା କରିବା ଦରକାର । ଟେକ୍ନୋଲଜିରେ ମଧ୍ୟ ଯଦି କୌଣସି ଅଭାବ ରହୁଛି ତାକୁ ଠିକ୍ କରିବା ଦରକାର କିନ୍ତୁ ଏହି କଳ୍ପନା ହିଁ ଭୁଲ ଯଦି ଆପଣ ଏପରି ନକାରାତ୍ମକ ଭାବନା ନେଇ ଚାଲିବେ ତା ହେଲେ ଆମେ ଦେଶର କୌଣସି ପ୍ରକାରରେ ଭଲ କରି ପାରିବା ନାହିଁ ।
“ରୂପେ କାର୍ଡ”– ଏବେ ଅରୁଣ ଜୀ କହୁଥିଲେ । ଏହି ଦେଶରେ ଜନଧନ ଏକାଉଂଟ ସହିତ ଏହି ଦେଶରେ 21 କୋଟି ଲୋକଙ୍କୁ ରୂପେ କାର୍ଡ ଦିଆଯାଇଛି । ଆଉ ଆପଣମାନଙ୍କୁ ଅନ୍ଦାଜ ନାହିଁ ଏହାର ଶକ୍ତି କ’ଣ ହୋଇଥାଏ । ସାଧାରଣ ଭାବେ ପକେଟରେ ଏହି କାର୍ଡ ରହିବା, ଏହା ବଡ ସମ୍ମାନ ସୂଚକ ହୋଇଗଲାଣି ସମାଜର ଗୋଟିଏ ବର୍ଗ ପାଇଁ, ପାଉଣା ଦେବାର ଅଛି ତ କାର୍ଡରେ ଦେବା । ଏହା ମଧ୍ୟ ହାୱା ହୋଇଗଲାଣି କି ଗରିବର ତ ଏହି ବିଷୟ ହିଁ ନୁହେଁ ଆଜ୍ଞା । ଏବେ ମତେ ଅନନ୍ତ କୁମାର ଜୀ କହୁଥିଲେ । ସେ ବାଙ୍ଗାଲୁରୁରୁ ଆସୁଥିଲେ ତ ତାଙ୍କ ସହିତ କୌଣସି ଆଇଟି ପ୍ରଫେସନାଲ ବସିଥିଲେ ତ ସେ ନିଜ ଡ୍ରାଇଭରର ଘଟଣା ଶୁଣିଲେ । କହିଲେ ତାଙ୍କ ଡ୍ରାଇଭର ଏହି ବିମୁଦ୍ରୀକରଣ ଯୋଗୁ ଭାରି ଖୁସି । ତ କହିଲେ କାହିଁକି, କହିଲା ଆଜି କୌଣସି ବଡ ଲୋକ କାର୍ଡ ରଖେ ତ ମୁଁ ମଧ୍ୟ କାର୍ଡ ରଖୁଛି । ସେ କାର୍ଡ ଦେଖାଇବାକୁ ଲାଗିଲା । ତାକୁ ବହୁତ ଆନନ୍ଦ ମିଳୁଥିଲା । ଏବେ ଦେଖନ୍ତୁ ଏହି ସମାଜର ସାମାନ୍ୟ ବ୍ୟକ୍ତିର ଜୀବନରେ ମଧ୍ୟ ଏକ ପରିବର୍ତ୍ତନର ବ୍ୟବସ୍ଥା ହୋଇଛି । ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ଯାହା ଘରକୁ ମଧ୍ୟ ସାଇକେଲ ଆସି ନଥାଏ ନା, ସେ ଖୁସିରେ ଆତ୍ମହରା ହୋଇଯାଏ ଯେତେବେଳେ ମୋଟର ସାଇକେଲ ଆସି ଯାଇଥାଏ । ଯାହା ପାଖରେ ସ୍କୁଟର ଥାଏ ଯଦି ଛୋଟଟିଏ ଆଣିଥାଏ, ପୁରୁଣାଟିଏ ମଧ୍ୟ ଆଣିଥାଏ ତ ଗର୍ବ କରିଥାଏ । ଆମକୁ ସମାଜର ଛୋଟ ଛୋଟ ଲୋକଙ୍କର ଯେଉଁ ଆକାଂକ୍ଷାକୁ ପୁରା କରିବା ଦିଗରେ, ଆମର ପ୍ରୟାସ ହେବା ଦରକାର ।
ସିଧାସଳଖ ସୁବିଧା ହସ୍ତାନ୍ତର-କେତେ ବଡ଼ ଲାଭ ହୋଇଛି । ମୁଁ ସେହି ସଦନରେ ବିସ୍ତୃତ ଭାବେ କହିଛି କି ସିଧାସଳଖ ସୁବିଧା ହସ୍ତାନ୍ତର ଦ୍ୱାରା ପାଖାପାଖି 50 ହଜାର କୋଟି ଟଙ୍କା ଯାହା ବାଟମାରଣ ବା ଚୋରି ହେଉଥିଲା, ପ୍ରତି ବର୍ଷ ହେଉଥିଲା, ଏ ପର୍ଯ୍ୟନ୍ତ ବଂଚାଇ ପାରିଲୁ ଆଉ ଆଗକୁ ଜଣା ନାହିଁ କେତେ ବଂଚିବ । ସିଧାସଳଖ ସୁବିଧା ହସ୍ତାନ୍ତର ଛାତ୍ରବୃତ୍ତି ଭଳି । ଗୋଟିଏ ବ୍ୟକ୍ତି ଛଅଟି ସ୍ଥାନରୁ ଆଣିଥାଏ । ବିଧବା ଭତ୍ତା, ଯେଉଁ ଝିଅର ଜନ୍ମ ହୋଇ ନାହିଁ ସେ ମଧ୍ୟ ବିଧବା ହୋଇଗଲା ଏବଂ ଚେକ୍ ମଧ୍ୟ କଟା ଯାଇଥାଏ । ଏହା ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନା କାରଣରୁ, ଏହି ଯେଉଁ ବାଟମାରଣା ବା ଚୋରି ହେଉଥିଲା ତାକୁ କଳାବଜାରୀ ବା ଦଲାଲମାନେ ନେଇ ଯାଉଥିଲେ । ଏଥିରେ ଦେଶର ଯେଉଁ ବହୁତ ବଡ ରାଜକୋଷ ଲୁଟ୍ ହେଉଥିଲା ସେଥିରେ ଅଙ୍କୁଶ ଲାଗିଲା । ତ ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ମଧ୍ୟ ଏଥିରୁ ଲାଭ ମିଳିଲା । ଆମକୁ ପ୍ରଚେଷ୍ଟା କରିବାକୁ ପଡିବ ଡିଜିଟାଲ ପାଉଣାକୁ ବଢାଇବା ପାଇଁ, ଆମେ ଯେତେ ପ୍ରୟାସ କରୁଛୁ, ଆମକୁ କରି ଚାଲିବାକୁ ପଡିବ ।
ସରକାର ସେହି ବ୍ୟବସ୍ଥାକୁ ବିକଶିତ କରିଛନ୍ତି । ପିଓଏସ୍ ମେସିନର ଆବଶ୍ୟକତା, ବହୁତ ଦ୍ରୁତ ଗତିରେ ପିଓଏସ୍ ମେସିନ ସଂଖ୍ୟା ବୃଦ୍ଧି କରାଯାଉଛି । ମୋବାଇଲ-ପେମେଂଟ ପାଇଁ, ଇ-ୱାଲେଟ ପାଇଁ ପ୍ରେତ୍ସାହନ ଦିଆଯାଉଛି । ଇଂଟରନେଟ ବ୍ୟାଙ୍କିଙ୍ଗ ଦିଗରେ କାମ ଚାଲିଛି । ଆଧାର ଆଧାରିତ ପେମେଂଟ, ଯେଉଁଭଳି ଭାବେ ଟେକ୍ନୋଲଜିର ବିକାଶ ହୋଇଛି । ଖାଲି ‘ଆଧାର’କୁ ଆଧାର କରି, କୌଣସି ମୋବାଇଲ ଫୋନର ମଧ୍ୟ ଆବଶ୍ୟକତା ପଡିବ ନାହିଁ, ସେ ନିଜ ପାଉଣା ଦେଇ ପାରିବ, ସେହି ଦିନ ଦୂର ନାହିଁ । ଆଉ ଏଥିପାଇଁ ଏହି ବ୍ୟବସ୍ଥାକୁ ଆମେ ଟିକେ ବୁଝିବାକୁ ଚେଷ୍ଟା କରିବା ଆଉ ଆମ ନିଜ ଟିମକୁ ଏଥିରେ ଲାଗୁ କରିବା ପାଇଁ ପ୍ରୟାସ କରିବା ।
ଭୀମ୍ ଆପ୍ ବହୁତ ଭଲ ଉତ୍ତମ ପ୍ରକାରର ବ୍ୟବସ୍ଥା ହୋଇଛି । ଭାରତ ସରକାରଙ୍କର ଛତ୍ରଛାୟାରେ ତିଆରି ହୋଇଛି ଆଉ ଭୀମ୍ ଆପ୍ କୁ ଯେତେ ଲୋକପ୍ରିୟ କରିବା ତ କୌଣସି ବ୍ୟାପାରୀ କେହି ବାହାର ସଂସ୍ଥାର କିଛି ଦେବାନେବା ହେବ ନାହିଁ । ସିଧା ସଳଖ ଏକ ସାମର୍ଥ୍ୟବାନ ପ୍ଲାଟଫର୍ମ ରହିଛି, ଯାହାର ଲାଭ ନେଇ ପାରିବା । ଆମକୁ ଏହା କରିବାକୁ ପଡିବ ।
ଏବେ ଦେଖନ୍ତୁ ଡ୍ରାଇଭର, ଯିଏ ଗାଡି ଚଳାଇବାକୁ ଯାଇଥାଏ । ଆମେ ଜାଣିଛୁ କି ଗାଡି ଅଟକିବା କାରଣରୁ ପେଟ୍ରୋଲ ଡିଜେଲରେ କେତେ ଖର୍ଚ୍ଚ ହୋଇଥାଏ । 8 ନଭେମ୍ବର ପରେ ତାହା ଉପରେ ମଧ୍ୟ ଟିକେ ଗୁରୁତ୍ୱ ଦିଆଯାଇଛି କି ଭାଇ ଡ୍ରାଇଭର ଟୋଲ ଟ୍ୟାକ୍ସ ଦେବା ପାଇଁ ଟେକ୍ନୋଲଜିର ପ୍ରୟୋଗ କରନ୍ତୁ । ଆଉ ରେଡିଓ ତରଙ୍ଗ ଚିହ୍ନଟ (radio frequency identification) ଆରଏଫ୍ଆଇଡି ମାଧ୍ୟମରେ, ପ୍ରଥମେ ଜଣେ ଦୁଇଜଣଙ୍କ ପାଖରେ ଏହି ବ୍ୟବସ୍ଥା ଥିଲା । ଏତେ କମ୍ ସମୟରେ ଆଜି ପାଖାପାଖି 20 ପ୍ରତିଶତ ଟ୍ରାଫିକ, ଏହି ଆରଏଫ୍ଆଇଡି ଦ୍ୱାରା ପାଉଣା ଦେଉଛନ୍ତି । କାର ଆସୁଛି, ସିଧା ତାହାର ପଂଜିକରଣ ହୋଇଯାଇଥାଏ ଓ ବ୍ୟାଙ୍କରୁ କଟିଯାଇଥାଏ, ତାକୁ ଅଟକିବାକୁ ପଡେ ନାହିଁ, ଚାଲି ଯାଏ । ଏହା ଯଦି ବଢିବ ତାହେଲେ ଦେଶରେ କେତେ ପେଟ୍ରୋଲ ବଂଚିବ । ଆମ ଦେଶରେ ଟୋଲ ଟ୍ୟାକ୍ସର ପରିସ୍ଥିତି ଏହିଭଳି । ସେହିଭଳି ପେଟ୍ରୋଲ ପମ୍ପରେ ପାଖାପାଖି 29-30 ପ୍ରତିଶତ ଲୋକ, ଆଜି ଡିଜିଟାଲ ମୁଦ୍ରାରେ କାମ କରିବା ଆରମ୍ଭ କରି ଦେଇଛନ୍ତି । ଆମ ଚନ୍ଦ୍ରବାବୁ ନାଇଡୁ ଜୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲୁ, ତାହାର ଅନ୍ତରୀଣ ରିପୋର୍ଟ ଆସିଛି । ତାହାର ଅଧ୍ୟୟନ ଚାଲିଛି । ସର୍ବଶେଷ ରିପୋର୍ଟ ଆସିବ । ମାତ୍ର ଆମେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିବା ଏବଂ ମତେ ଲାଗୁଛି ଯେ ।
ଗୋଟିଏ ବିଷୟ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥା – ଯଦି ଆପଣ କିଛି ମଧ୍ୟ କହୁଛନ୍ତି, ତା ହେଲେ ମୁଁ ତାକୁ କହୁଛି ରିପୋର୍ଟ କାର୍ଡ । ପୁରୁଣା କାର୍ଯ୍ୟକାଳର ତାହା ରିପୋର୍ଟ କାର୍ଡ । ଏହି ସରକାର ଆସି ସର୍ବ ପ୍ରଥମେ ଋଣ ଆଦାୟ ପ୍ରାଧିକରଣ Debt Recovery Tribunal ସ୍ଥାପନ କଲା, କି ବ୍ୟାଙ୍କର ଯେଉଁ ଋଣ ରହିଛି, ତାକୁ ଅସୁଲ କରିବା ଲାଗି ସରକାର ପଦକ୍ଷେପ ନେଲେ । ବ୍ୟାଙ୍କରେ ଯେଉଁ ନିଯୁକ୍ତି ହୋଇଥାଏ, ସେଥିରେ କୌଣସି ନିୟମ ନ ଥିଲା, ଏମିତି ହିଁ ଚାଲିଥିଲା, ଚିରାଚରିତ ବ୍ୟବସ୍ଥା ଥିଲା । ଏହି ସରକାର ବ୍ୟାଙ୍କ ବୋର୍ଡ ବ୍ୟୁରୋ ପ୍ରତିଷ୍ଠା କଲେ, ସ୍ୱାଧୀନ ସଂସ୍ଥା ଅଟେ, ସେହି ନିଯୁକ୍ତି କରୁଛି । ତାହାର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ତାହାର ନିର୍ଦ୍ଦେଶକ ପ୍ରମୁଖ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବୃତ୍ତିଗତଭାବ ଆଣିବା ପାଇଁ ଆମେ ପ୍ରୟାସ କରିଛୁ ।
ବ୍ୟାଙ୍କ ଏବଂ ଅର୍ଥ ଜଗତ, ବ୍ୟାଙ୍କିଙ୍ଗ ସେକ୍ଟର, ଆର୍ଥିକ ଜଗତ ଏମାନଙ୍କର ଏକ ଗୋଲ୍ ଟେବୁଲ ବୈଠକ ଦୁଇ ଦିନ ପାଇଁ ହୋଇଥିଲା । ଆମ ଦେଶର ବ୍ୟାଙ୍କିଙ୍ଗକୁ କିଭଳି ବିଶ୍ୱ ସ୍ତରୀୟ ମାନକୁ କିଭଳି ଆଣି ହେବ, ବିସ୍ତୃତ ଭାବେ ସେମାନେ ଆତ୍ମ ମନ୍ଥନ କଲେ, ଚିନ୍ତନ କଲେ, ନିଜର କ’ଣ ଅଭାବ ଗୁଡିକୁ ସେମାନେ ବୁଝିଲେ ଏବଂ ଠିକ୍ କରିବାର ପ୍ରୟାସ କଲେ ।
ରିଜର୍ଭ ବ୍ୟାଙ୍କର ଗାରିମା – ମୁଁ ବୁଝୁଛି ଯେ ମୋ ଉପରେ ଆକ୍ରମଣ ହେଉ, ଆମ ଦଳ ଉପରେ ଆକ୍ରମଣ ହେଉ, ଆମ ସରକାର ଉପରେ ଆକ୍ରମଣ ହେଉ, ବହୁତ ସ୍ୱଭାବିକ ଅଟେ, ତାହା ଚାଲୁ ରହିବ ନିଜ ବାଟରେ । କିନ୍ତୁ ରିଜର୍ଭ ବ୍ୟାଙ୍କକୁ ଟାଣିବାର କୌଣସି କାରଣ ନାହିଁ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ଟାଣିବାର କୌଣସି କାରଣ ନାହିଁ । ଏଭଳି ସଂସ୍ଥାଗୁଡିକର ମାନ ମର୍ଯ୍ୟାଦାକୁ ପାଳନ କରିବାରେ ଆମର ଯୋଗଦାନ ରହିବା ଆବଶ୍ୟକ । ଆଉ ୟା ପୂର୍ବରୁ ଯେଉଁ ଗଭର୍ଣ୍ଣର ଥିଲେ ସେତେବେଳେ ମଧ୍ୟ କିଛି ଲୋକ ସ୍ୱର ଉଠାଇଥିଲେ । ପୁଣି ମୁଁ ତାହାର ବିରୋଧ କରିଥିଲି, ଏହା ଶୋଭା ଦେଉ ନାହିଁ । ଏଭଳି ପ୍ରସଙ୍ଗଗୁଡିକୁ ବିବାଦ ଠାରୁ ଅଲଗା ରଖିବା ଦରକାର । ବାକି ରହିଲା ସରକାରଙ୍କର ବ୍ୟବସ୍ଥା ତାହା ଚାଲୁ ରହିବ, ଏଗୁଡିକୁ ଆମେ କରିବା ଦରକାର । ଅର୍ଥ ବ୍ୟବସ୍ଥାକୁ ଚଳାଇବାରେ ରିଜର୍ଭ ବ୍ୟାଙ୍କର ବହୁତ ବଡ଼ ଭୂମିକା ରହିଥାଏ । ତାହାର ବିଶ୍ୱାସନୀୟତା ଦିଗରେ ଆମର ସକାରାତ୍ମକ ସକ୍ରିୟ ଯୋଗଦାନ ହେବା ଦରକାର । କିନ୍ତୁ ଯେଉଁ ଲୋକ ରିଜର୍ଭ ବ୍ୟାଙ୍କର ଗାରିମା ଏବଂ ଏହି ସରକାର ଉପରେ ଯେତେବେଳେ ଆରୋପ ଲଗାଉଛନ୍ତି ତ ମୁଁ ଆଜି ସେମାନଙ୍କୁ କିଛି କହିବାକୁ ଚାହୁଁଛି ଆଉ ବଡ଼ ଦୁଃଖର ସହ କହିବାକୁ ଚାହୁଁଛି । ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ଡକ୍ଟର ସୁବାରାଓ ଏକ ପୁସ୍ତକ ଲେଖିଛନ୍ତି ‘Who Moved My Interest Rate? ଆଉ ସେହି ପୁସ୍ତକରେ ସେ ଲେଖିଛନ୍ତି ଯେ 2008ରେ ତତ୍କାଳୀନ ଅର୍ଥ ସଚିବଙ୍କ ଦ୍ୱାରା ଏକ Liquidity Management Committeeକୁ ନିଯୁକ୍ତ କରିବାରେ ସରକାରଙ୍କ ନିଷ୍ପତ୍ତିରେ ମୁଁ ଦୁଃଖିତ ଓ ଚିନ୍ତାଗ୍ରସ୍ତ ଥିଲି । ଚିଦାମ୍ବରମ୍ ସ୍ପଷ୍ଟ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଷୟରେ, କ୍ଷେତ୍ରରେ over-step କରିଥିଲେ । Liquidity ପରିଚାଳନା ସଂପୂର୍ଣ୍ଣଭାବେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ଅଟେ । ନା କେବଳ ସେ ମୋ ସହିତ ଏ ବିଷୟରେ ପରାମର୍ଶ ମଧ୍ୟ କଲେ ନାହିଁ କିନ୍ତୁ ଅଧିସୂଚନା ଜାରି କରିବା ବିଷୟରେ ମତେ ମଧ୍ୟ ଜଣାଇଲେ ନାହିଁ । ମତେ କ’ଣ ଜଣାଥିଲା ଯେ ଏହି ନିଷ୍ପତ୍ତି ମୋ କାର୍ଯ୍ୟକାଳର ଶେଷ ବର୍ଷରେ ଆମ ଦୁଇଜଣଙ୍କ ମଧ୍ୟରେ ଅସହଜ ସମ୍ବନ୍ଧ ପାଇଁ ମାର୍ଗ ଖୋଜିବ । ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ପୁରୁଣା ସରକାରଙ୍କ ଉପରେ ଏହିଭଳି ଗମ୍ଭୀର ଆରୋପ ଲଗାଇଥିଲେ । ଆଉ ବହିରେ ପ୍ରକାଶିତ ହୋଇଛି ଏବଂ ଏ ପର୍ଯ୍ୟନ୍ତ କେହି ଏହାର ଉତ୍ତର ଦେଇ ନାହାନ୍ତି । ଏବେ ମୁଁ କହୁଛି ତ କିଛି କହିବେ ତାହେଲେ ଅଲଗା କଥା । କିନ୍ତୁ ଏକଥା ସତ ଯେ ଆଜି ଆମେ ଏହି ଉପଦେଶ ଦେଉଛୁ ଯେ, ସେ ଟିକେ ନିଜେ ନିଜକୁ ଅନୁଶୀଳନ କରି ଦେଖନ୍ତୁ । ଆଉ ମୁଁ ମାନିବି ଯେ ଆମେ ରାଜନୀତି ଠାରୁ ଏହାକୁ ଅଲଗା ରଖିବା । ଏହି ସଂସ୍ଥାର ଗୌରବ ରକ୍ଷା ଦିଗରେ ପ୍ରଯତ୍ନ କରିବା ।
ଆଉ ଆମେ କ’ଣ କରିଛୁ । ଆରବିଆଇର ତାକତ ବଢୁ, ତାହାର ନିଷ୍ପତ୍ତି ଏହି ସରକାର ଆସି କରିଛନ୍ତି । ଆମେ ଆରବିଆଇ ଆଇନକୁ ସଂଶୋଧନ କରି ଆର୍ଥିକ ନୀତି କମିଟିର ସ୍ଥାପନା କରିଛୁ । କେତେ ବର୍ଷ ହେଲାଣି ତାହାର ଚର୍ଚ୍ଚା ଚାଲୁ ରହିଥିଲା, କେହି କରୁ ନଥିଲେ, ଆମେ କଲୁ । ଏହି ସମିତିକୁ ଆର୍ଥିକ ନୀତି ସଂଚାଳନର ସଂପୂର୍ଣ୍ଣ ସ୍ୱାୟତ୍ତତା ଦିଆଯାଇଛି । ଏହି ସମିତିର ପ୍ରମୁଖ ଆରବିଆଇର ଗଭର୍ଣ୍ଣର ଅଟନ୍ତି । ଆରବିଆଇର ଦୁଇ ଅଧିକାରୀଙ୍କ ଛଡା ତିନି ବିଶେଷଜ୍ଞ ଏହାର ସଦସ୍ୟ ଅଛନ୍ତି । ଏହି ସମିତିରେ କେନ୍ଦ୍ର ସରକାରଙ୍କର ଜଣେ ମଧ୍ୟ ସଦସ୍ୟ ରଖା ଯାଇନାହିଁ । ଆଉ ଏହାଠାରୁ ବଡ ସ୍ୱାୟତ୍ତତା, ଆର୍ଥିକ ନୀତି ବହୁତ ବଡ଼ କଥା ହୋଇଥାଏ । ଏତେ ବଡ ସ୍ୱାୟତ୍ତତା କେହି କଳ୍ପନା କରି ପାରିବେ ନାହିଁ ଯେ ଏହି ସରକାର ଆରବିଆଇକୁ ଦେଇଛନ୍ତି ଆଉ ଏଇ କାରଣରୁ ଆରବିଆଇର ଶକ୍ତିକୁ ବଢାଇ ଦେଇଛି ।
ଏ କଥା ସତ ଅଟେ । କେତେକ ବିଷୟରେ ଏଠାରେ ଆଲୋଚନାମାନ ହୋଇଛି । କେଉଁ ସରକାର ଶୋଇବା ପାଇଁ ତ ଆସି ନ ଥାନ୍ତି । ପ୍ରଥମେ ମଧ୍ୟ ଯେଉଁ ସରକାରମାନେ ଆସିଛନ୍ତି ସେମାନେ ମଧ୍ୟ କିଛି ନା କିଛି କରିବାର ପ୍ରୟାସ ତ କରିଥିବେ । ଆମେ ଏ ତ କହୁ ନାହୁଁ ଯେ କେହି କିଛି କରି ନାହାନ୍ତି । ମୁଁ ଲାଲକିଲ୍ଲାରୁ କହିଛି କିନ୍ତୁ ହିନ୍ଦୁସ୍ଥାନର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏହା କହି ନାହାନ୍ତି ମୁଁ ଯାହା କହିଛି । ମୁଁ କହିଥିଲି ଯେ ଦେଶ ସ୍ୱାଧୀନ ହେଲା ସେବେଠାରୁ ଯେତେ ସରକାର ଆସିଛନ୍ତି, ଯେତେ ପ୍ରଧାନମନ୍ତ୍ରୀ ଆସିଛନ୍ତି, ଯେତେ ଲୋକ କାମ କରିଛନ୍ତି, ସେ ସମସ୍ତଙ୍କର ଯୋଗଦାନ ଅଛି ତେବେ ଯାଇ ଦେଶ ଆଜି ଏପର୍ଯ୍ୟନ୍ତ ପହଂଚିଛି । ଆମେ ଏଭଳି ଲୋକ । ତାହା ତ ମତେ ଜଣା ଅଛି ଅନ୍ୟମାନେ ନା କହିବାକୁ କୁଣ୍ଠାବୋଧ କରନ୍ତି । ସେମାନଙ୍କୁ ପସନ୍ଦ ନୁହେ ଯେ କେହି ଅନ୍ୟ ଜଣେ କିଛି କାମ କରିଥିବେ, ଆଉ ତା’ର ଉଲ୍ଲେଖ ଏମାନେ କରିବେ । ଆଉ ଇତିହାସ ସାକ୍ଷୀ ରହିଛି । କିନ୍ତୁ ଏ କଥା ସତ ଯେ, ଏହି ସରକାର ଶାସନ ପ୍ରସଙ୍ଗ ଉପରେ ବହୁତ କାମ କରିଛନ୍ତି । ଛୋଟ ଛୋଟ ନିଷ୍ପତ୍ତି ନେବେ କିନ୍ତୁ ସେହି ନିଷ୍ପତ୍ତି ସାମାନ୍ୟ ମଣିଷର ଶକ୍ତିକୁ ବହୁତ ବଢାଇ ଦେଇଛି ।
ଆମେ ଆଫିଡେଭିଟର ପ୍ରଥା ଦେଲୁ । ସାଂସଦଙ୍କ ଘରେ, ବିଧାୟକଙ୍କ ଘରେ, କର୍ପୋରେଟରଙ୍କ ଘରେ ଲୋକମାନେ ଆସି ସକାଳୁ ଠିଆ ହୋଇ ଯାଉଥିଲେ ଷ୍ଟାମ୍ପ ମାରିବା ପାଇଁ । ଲାଇନ ଲାଗି ଯାଉଥିଲା । ଆଉ ନା ସେ କିଛି ଦେଖୁଥିଲା ନା କିଛି ନାହିଁ । ଗୋଟିଏ ପିଅନ ବସିଥିଲା କିମ୍ବା କୌଣସି ସାଥୀ କାର୍ଯ୍ୟକର୍ତ୍ତା ବସିଥିଲା ସେ ଷ୍ଟାମ୍ପ ମାରି ଦେଉଥିଲା । ଆମେ ସେହି ସାର୍ଟିଫିକେର୍ଟକୁ ନିଜସ୍ୱ ଏଟେଷ୍ଟେସନ ବ୍ୟବସ୍ଥା କରିଦେଲୁ ଆଉ ସେହି କାରଣରୁ ସେହି ସଂକଟରୁ ସାଧାରଣ ମଣିଷ ବଂଚିଗଲା । କାରଣ ଯେବେ ତାହାର ଅନ୍ତିମ ପର୍ଯ୍ୟାୟ ନିଯୁକ୍ତି ହେବ ତ ପ୍ରକୃତ କପି ନେଇ ଯିବ । ଜେରକ୍ସର ଯୁଗ ଅଟେ ତେଣୁ ସବୁ କିଛି କରିବାର କ’ଣ ଆବଶ୍ୟକତା ଅଛି ।
ଆମେ ସାକ୍ଷାତକାର ଶେଷ କରି ଦେଲୁ । ଟେକ୍ନୋଲଜି ଦ୍ୱାରା ସ୍ଥିର ହେବ ଯେ ଯାହାର ଯୋଗ୍ୟତା ଥିବ, ଯୋଗ୍ୟତା ଆଧାରରେ ଚାକିର ମିଳିବ । ସେହି କାରଣରୁ ଭ୍ରଷ୍ଟାଚାର ଗଲା । 1100ରୁ ଅଧିକ ଆଇନକୁ ଶେଷ କରାଗଲା ଏହି ଦୁଇ ସଦନ ଶେଷ କଲେ । ବରିଷ୍ଠ ପଦରେ ନିଯୁକ୍ତି, କେତେକ ସମ୍ବାଦ ପତ୍ରରେ ଲେଖା ଲେଖିଛନ୍ତି । ପ୍ରଥମ ଥର ପାଇଁ ଯୋଗ୍ୟତା ଆଧାରରେ ନିଯୁକ୍ତି ହେଉଛି । ସମସ୍ତ ପ୍ରକାର ପୁରୁଣା ପ୍ରକ୍ରିୟା, ମୋର-ତୋର ସବୁ କିଛି ଚାଲିଗଲା ଆଉ ଏହା ଉପରେ କେତେକ ନିରପେକ୍ଷ ସମ୍ବାଦ ପତ୍ର ଲେଖା ମଧ୍ୟ ପ୍ରକାଶିତ କରିଛନ୍ତି ।
ଡିବିଟି, ସିଧାସଳଖ ସୁବିଧା ଦ୍ୱାରା ବାଟମାରଣାକୁ ରୋକାଯାଇଛି । ପ୍ରଥମେ କଂପାନୀ ପଂଜିକରଣ କରିବାକୁ ପଡୁଥିଲା ତ 7-7, 15-15 ଦିନ, ଦୁଇ-ଦୁଇ ମାସ ଲାଗୁଥିଲା । ଆଜି 24 ଘଣ୍ଟାରେ କଂପାନୀ ପଂଜିକରଣ ହୋଇ ପାରୁଛି ଏହି ବ୍ୟବସ୍ଥା କରିଛୁ । ପ୍ରଥମେ ପାସପୋର୍ଟ ପାଇବାକୁ ମାସେ ଲାଗିଯାଉ ଥିଲା, ଆଜି ପାସପୋର୍ଟ ଗୋଟିଏ ସପ୍ତାହ ଭିତରେ ଦେବାର ବ୍ୟବସ୍ଥା କରିଛୁ । ଆଉ ଏବେ ଡାକଘରର ଯେଉଁ ମୁଖ୍ୟ ଡାକଘର ଅଛି ତାକୁ ମଧ୍ୟ ପାସପୋର୍ଟ ଅଫିସରେ ପରିବର୍ତ୍ତନ କରିବା ଦିଗରେ ଆମେମାନେ କାମ କରି ଚାଲିଛୁ ଆଉ ତାହାର ମଧ୍ୟ ଲାଭ ସାମାନ୍ୟ ଜନତାକୁ ମିଳିବାର ଅଛି ଆଉ ଏହି ଦିଗରେ ଆମର ପ୍ରୟାସ ରହିଛି ।
ଆମେ ଏହା ମଧ୍ୟ ଜାଣିଛୁ କୋଇଲା ନିଲାମ କରିବା କେତେ ବଡ଼ ବିଷୟ ଥିଲା । ସହଜରେ ସରକାର ଏହାକୁ ଲାଗୁ କରି ଦେଲେ । ପାରଦର୍ଶିତା ଆଣିଲୁ । ଏକ ବଡ଼ ମହତ୍ୱପୁର୍ଣ୍ଣ ନିଷ୍ପତ୍ତି କରିଛୁ, କି ଯାହାର ଏବେ ଅଧିକ ଚର୍ଚ୍ଚା ହୋଇନାହିଁ କିନ୍ତୁ ମୁଁ ଏହି ସଦନକୁ ଜଣାଇବାକୁ ଚାହୁଁଛି । ସରକାରଙ୍କର ଯେଉଁ କିଣିବାର ପରମ୍ପରା ହୋଇଥାଏ ସେଥିରେ ଆମେ ଜିଇଏମର ଶୁଭାରମ୍ଭ କରିଛୁ । ଯେଉଁଥିରେ ସରକାର ଇ-ବଜାର ପ୍ଲେସ, ଜିଇଏମ୍, ଏହି ବ୍ୟବସ୍ଥାକୁ ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ Procurement Innovation ପୁରସ୍କାରରେ ସମ୍ମାନିତ କରାଯାଇଛି । ଏବେ ସେଥିରେ ଦୁନିଆରେ ଯାହାକୁ ମଧ୍ୟ ସରକାରଙ୍କୁ ଦେବାକୁ ହେବ, ସେ ଅନ୍ ଲାଇନରେ ଆସୁଛନ୍ତି, ନିଜ ତାଲିକା ରଖୁଛନ୍ତି ଆଉ ସରକାର ସେଥିରୁ ସ୍ଥିର କରୁଛନ୍ତି । ଆର୍ଥିକ ଲାଭ ମଧ୍ୟ ହେଲା ଆଉ 5000 ଟଙ୍କାରୁ ଅଧିକ ଦେବାକୁ ପଇଠ କରିବାକୁ ହେବ ତ ଏହି ଜିଇଏମ୍ ମାଧ୍ୟମରେ କରିପାରୁଛନ୍ତି । ଏହି ଦିଗରେ ଆମେ ବ୍ୟବସ୍ଥା କରିଛୁ ।
ଭ୍ରଷ୍ଟାଚାର ବିରୁଦ୍ଧରେ ସୁ-ଶାସନ ମାଧ୍ୟମରେ, ଟେକ୍ନୋଲଜିର ଉପଯୋଗ ମାଧ୍ୟମରେ ଏକ ପାରଦର୍ଶିତା ଆଣିବା ଦିଗରେ ଆମେ ବଡ଼ ସଫଳତା ପାଇଛୁ ।
ଏହି ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଅନେକ ନୂଆ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ଉଜ୍ଜ୍ୱଳା ଯୋଜନା । ଆମେ ଜାଣିଛୁ ଗ୍ୟାସର ସିଲିଣ୍ଡର କ’ଣ ସମୟ ଥିଲା, ସାଂସଦ ମାନଙ୍କୁ 25-25 କୁପନ ମିଳୁଥିଲା ଆଉ ସେହି 25 କୁପନକୁ ନେବା ପାଇଁ ଲୋକ ଲାଇନ୍ ଲଗାଇ ଦେଉଥିଲେ । ସେମିତି ମଧ୍ୟ ଦିନ ଥିଲା । 2014 ନିର୍ବାଚନରେ 9 ସିଲିଣ୍ଡର ଦେବା ଅବା 12 ସିଲିଣ୍ଡର ଦେବା, ତାହାକୁ ନିର୍ବାଚନର ପ୍ରସଙ୍ଗ ଭାବେ ନେଇ ଲଢା ଯାଉଥିଲା । ଏହି ସରକାରଙ୍କ କାର୍ଯ୍ୟରେ କେତେ ପାର୍ଥକ୍ୟ ଅଛି । ଗରୀବ ମହିଳାଙ୍କୁ ଗ୍ୟାସ ଚୂଲା, ଏହା ସ୍ୱପ୍ନରେ ମଧ୍ୟ ଭାବି ହେଉ ନ ଥିଲେ । ଏ ପର୍ଯ୍ୟନ୍ତ ପାଖାପାଖି 1 କୋଟି 65 ଲକ୍ଷରୁ ଅଧିକ ଗରିବ ପରିବାରକୁ ଗ୍ୟାସ୍ ସଂଯୋଗ ଦେଇ ଦିଆଯାଇଛି । ପାଂଚ କୋଟି ପରିବାର ପାଖରେ ପହଂଚାଇବାକୁ ପୁରା ଲକ୍ଷ୍ୟ ରହିଛି । ଦେଶରେ 25 କୋଟି ପରିବାର ଅଛନ୍ତି, ପାଂଚ କୋଟି ପରିବାରଙ୍କ ପାଖରେ ପହଂଚାଇବାର ପ୍ରୟାସ ହୋଇଛି ।
ପ୍ରଧାନମନ୍ତ୍ରୀ ଆବସ ଯୋଜନା–ମହିଳାମାନଙ୍କ ନାମରେ ଘରର ପଂଜିକରଣ ବ୍ୟବସ୍ଥା କରିଛୁ । ମନରେଗାରେ 55 ପ୍ରତିଶତ ମହିଳାମାନେ ଆଜି କାମ କରୁଛନ୍ତି ଯାହା ପ୍ରଥମେ 40-45 ପ୍ରତିଶତ ହେଉଥିଲା ।
ମୁଦ୍ରା ଯୋଜନାରେ ବ୍ୟାଙ୍କରୁ ପଇସା ଦିଆଯାଉଛି ବିନା କୌଣସି ଗ୍ୟାରେଂଟିରେ ଦିଆଯାଉଛି । ପଇସା ଆଣିବାରେ 70 ପ୍ରତିଶତ ମହିଳା ଅଛନ୍ତି ଅର୍ଥାତ ଉଦ୍ୟୋଗୀ ରୂପରେ ଆମ ଦେଶର ମହିଳାମାନେ ଏହା ସହିତ ଯୋଡି ହେଉଛନ୍ତି ।
ପଣ୍ଡିତ ଦୀନ ଦୟାଲ ଅନ୍ତୋଦୟ ଯୋଜନା– ସ୍ୱୟଂ ସହାୟକ ଗୋଷ୍ଠୀର କାମ ଦକ୍ଷିଣ ଭାରତରେ କିଛି ମାତ୍ରାରେ ଚାଲିଥିଲା । କିନ୍ତୁ ପୁରା ଭାରତରେ ତାକୁ ବଢାଇବା ଦିଗରେ ମଧ୍ୟ ଆମେମାନେ କାମ କରିବାର ପ୍ରୟାସ କରିଛୁ ।
ଗରୀବ ଗର୍ଭବତୀ ମହିଳାମାନଙ୍କ ପାଇଁ 6000 ଟଙ୍କା ପ୍ରସବ ସମୟରେ ଆଇଏମ୍ଆର,ଏମ୍ଏମ୍ଆର ପାଇଁ । ବେଟି ବଚାଓ-ବେଟି ପଢାଓ ଅଭିଯାନ, ବହୁତ ବଡ ମାତ୍ରାରେ ତାକୁ ସ୍ୱୀକୃତି ମିଳିଛି, ସାମାଜିକ ଆନ୍ଦୋଳନ ପାଲଟି ଯାଇଛି । ସୁକନ୍ୟା ସମୃଦ୍ଧି ଯୋଜନା-ଏକ କୋଟି ଏକାଉଂଟ ଝିଅମାନଙ୍କ ନାମରେ ଖୋଲିଛି ଆଉ 11 ହଜାର କୋଟି ଟଙ୍କା, ଯାହାକୁ ଭବିଷ୍ୟତ ପାଇଁ ଏକ ସୁରକ୍ଷା ଗ୍ୟାରେଂଟି ଦେଇଛି । ମହିଳା ଶକ୍ତି କେନ୍ଦ୍ର 500 କୋଟି ଟଙ୍କାରେ 14 ଲକ୍ଷ ଅଙ୍ଗନୱାଡି କେନ୍ଦ୍ରରେ ଏହାର ସ୍ଥାପନା ହୋଇଛି ।
ମିଶନ ଇନ୍ଦ୍ରଧନୁଷ – ପିଲାମାନଙ୍କର ଟୀକାକରଣ ହେଉ ନ ଥିଲା । ସରକାର ଚାଲୁଥିଲା, ଟୀକାକରଣ କାର୍ଯ୍ୟକ୍ରମ ହେଉଥିଲା । 55 ଲକ୍ଷ ଏମିତି ପିଲା ଦୃଷ୍ଟିକୁ ଆସିଲେ ଯେଉଁମାନଙ୍କର ଟୀକାକରଣ ହୋଇ ନ ଥିଲା । ମିଶନ ଇନ୍ଦ୍ରଧନୁଷ କାରଣରୁ ସେହି ସେହି ପିଲାଙ୍କୁ ଖୋଜାଗଲା । ସେମାନଙ୍କ ଜୀବନକୁ ବଂଚାଇବା ପାଇଁ ଦିଗରେ କାମ କରାଗଲା ।
ଗ୍ରାମୀଣ କ୍ଷେତ୍ରରେ, ଏଠାରେ ମୁଁ ଆଶ୍ଚର୍ଯ୍ୟ ହେଲି କି ସ୍ୱଚ୍ଛତାକୁ ଥଟ୍ଟା ଭାବେ ନିଆ ଯାଉଥିଲା । କାରଣ କ’ଣ ମୁଁ ବୁଝି ପାରୁ ନାହିଁ । ଆମ ଭିତରେ କେହି ନାହାନ୍ତି ଯିଏ ଅଳିଆ ଆବର୍ଜନା ଭିତରେ ରହିବାକୁ ଚାହୁଁଛି । ଆମେ ଏହା ମଧ୍ୟ ଜାଣିଛୁ ଯେ ସ୍ୱଚ୍ଛତା ଅଧିକ ବ୍ୟବହାରର ପ୍ରସଙ୍ଗ । ଭିତ୍ତିଭୂମି ତା ସହିତ ଆସିଥାଏ । ଆଉ ମୁଁ କହିବି ଆମେ ରାଜନେତା କେବେ କେବେ କମ୍ ପଢିଥାଉ, ମୁଁ ଏହି ଦେଶର ଗଣମାଧ୍ୟମକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି କି ସ୍ୱଚ୍ଛତାର ଆନ୍ଦୋଳନକୁ ସେମାନେ ଆଗକୁ ବଢାଇ ନେଇଛନ୍ତି । ଆଜି ସମସ୍ତ ଗଣମାଧ୍ୟମ ଦ୍ୱାରା ସ୍ୱଚ୍ଛତା ପାଇଁ ପୁରସ୍କାର ଦିଆଯାଉଛି, ଉତ୍ସବର ଆୟୋଜନ କରାଯାଉଛି । ସ୍ୱଚ୍ଛତା ସମ୍ବନ୍ଧରେ ଆଜି ହିନ୍ଦୁସ୍ଥାନର, ନଚେତ ସରକାରଙ୍କର କୌଣସି ବି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ନକରାତ୍ମକ ଭାବେ ଦେଖାଏ, ଏହା ସ୍ୱଭାବିକ ଅଟେ । ଏହା ହେଉଛି ଏକ ଅପବାଦ କାର୍ଯ୍ୟକ୍ରମ ଯହାକୁ ସରକାରଙ୍କଠାରୁ ମଧ୍ୟ, ରାଜନେତା ମାନଙ୍କଠାରୁ ମଧ୍ୟ ଦୁଇପାଦ ଆଗକୁ ଗଣମାଧ୍ୟମ ନେଇଯାଇଛି ଏବଂ ସ୍ୱଚ୍ଛତାକୁ ଆନ୍ଦୋଳନ କରିବା ଦିଗରେ ପ୍ରୟାସ କରିଛନ୍ତି ଆଉ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏହି ସଦନ ମାଧ୍ୟମରେ । ଆରେ ଏଠି କେହି ଠିଆ ହୋଇ କରି କହୁଛନ୍ତି ଶୌଚାଳୟ ଅଛି, ପାଣି ନାହିଁ । ମହାତ୍ମା ଗାନ୍ଧୀ ମଧ୍ୟ ଏହି କଥା ପାଇଁ ବଡ଼ ଆଗ୍ରହୀ ଥିଲେ । ମତେ ତ’ ଡ଼ର ଲାଗୁଛି କି କେବେ ଆଜି ମହାତ୍ମା ଗାନ୍ଧୀ ଥାଆନ୍ତେ ଆଉ ସ୍ୱଚ୍ଛତା କଥା କହିଥାନ୍ତେ ତ ଆମେମାନେ କ’ଣ ଏହି ଭାଷା କହିଥାନ୍ତେ । କ’ଣ ଆମର ଦାୟିତ୍ୱ ନାହିଁ, କ’ଣ ସମାଜରେ ପରିବର୍ତ୍ତନ ଆଣିବା ପାଇଁ କୌଣସି ସକରାତ୍ମକ ଜିନିଷ କରି ପାରିବା ନାହିଁ । ପ୍ରତ୍ୟେକ ଜିନିଷରେ ଆମେ ବିରୋଧ କରିବା । ଆଉ ଏଥିପାଇଁ, ମୁଁ ଖୁସି ଯେ ଗ୍ରାମୀଣ କ୍ଷେତ୍ରରେ ସ୍ୱଚ୍ଛତାର ପରିବ୍ୟାପ୍ତି ଯାହା ଆଗରୁ 42 ପ୍ରତିଶତ ଥିଲା ଏହି ଆନେ୍ଦାଳନ ପରେ ତାହା 60 ପ୍ରତିଶତରେ ପହଂଚିଛି । ଆମେ ଯେବେ ଏହି କଥା କହୁଛୁ ଶୌଚାଳୟର, ଆପଣ କଳ୍ପନା କରି ପାରୁଥିବେ ଗାଁ ମହିଳାଙ୍କର ହିଁ କ’ଣ, ସହରର ବସ୍ତିରେ ଯେଉଁ ମହିଳାମାନେ ରହୁଛନ୍ତି, କେତେ କଷ୍ଟ ହେଉଛି ଆଜ୍ଞା, ଅନ୍ଧାର ନ ହେବା ପର୍ଯ୍ୟନ୍ତ ସେମାନେ ଶୌଚାଳୟ ଯାଇ ପାରନ୍ତି ନାହିଁ । ଏହା ତୁ-ତୁ ମେଁ-ମେଁ ବା କଳି କରିବାର ବିଷୟ ନୁହେଁ, କିନ୍ତୁ ଯଦି କେହି କେବେ ଥଟ୍ଟା କରିଥାଏ ତାହେଲେ ବହୁତ କଷ୍ଟ ହୁଏ । ଏହା ଥଟ୍ଟାର ବିଷୟ ହୋଇ ନ ପାରେ ।
ମହିଳାମାନଙ୍କ ସୁରକ୍ଷା ପାଇଁ ସାର୍ବଜନିନ ମହିଳା ହେଲ୍ପଲାଇନ-181, 24 ଘଣ୍ଟା ଜରୁରୀକାଳୀନ ସେବା ଆରମ୍ଭ କରାଯାଇଛି । 18ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ଏହି ମହିଳା ହେଲ୍ପଲାଇନ ବ୍ୟବସ୍ଥାକୁ ଆଗକୁ ନେଇଛନ୍ତି । ମହିଳାଙ୍କର ପୋଲିସରେ ନିଯୁକ୍ତି 33 ପ୍ରତିଶତ ଏବଂ କିଛି ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି । କେନ୍ଦ୍ର ଶାସିତ ଅଂଚଳରେ ଏହାକୁ ବାଧ୍ୟତାମୂଳକ କରି ଦିଆଯାଇଛି । ହରିୟାଣାରେ ଗୋଟିଏ ନୂଆ ପ୍ରୟୋଗ କରାଯାଇଛି । ଯାହାକୁ ହିନ୍ଦୁସ୍ଥାନର ଅନ୍ୟ ଲୋକମାନେ କରନ୍ତୁ । ମୁଁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରିଛି । ସେମାନେ ମହିଳା ପୁଲିସର ସ୍ୱେଚ୍ଛାସେବୀଙ୍କର ଏକ ନେଟୱାର୍କ ପ୍ରତିଷ୍ଠା କରିଛନ୍ତି ଯିଏ ଏହି ପ୍ରକାର ସାହାଯ୍ୟ କରିବାର କାମ କରୁଛନ୍ତି । ସେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । କହିବାର ତାତ୍ପର୍ଯ୍ୟ ମୋର ଏହା ଅଟେ । ଏକ panic button ଟେକ୍ନୋଲଜିର ଉପଯୋଗ କରି, ଆମେ ଆଗାମୀ କିଛି ଦିନ ମାନଙ୍କରେ ଆପଣଙ୍କ ସାମ୍ନାକୁ ଆଣିବାକୁ ଯାଉଛୁ ।
କୃଷକଙ୍କ ସଶକ୍ତିକରଣ-ଏହି ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ସବୁଠାରୁ ବଡ଼ କଥା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା । ଆମକୁ ପସନ୍ଦ ହେଉ ବା ନ ହେଉ, କିନ୍ତୁ କୃଷକଙ୍କୁ ସୁରକ୍ଷା ଦେବାକୁ ହେବ ତ ଆମକୁ ତାକୁ, ତାହାର ରୋଜଗାରର ସୁନିଶ୍ଚିତତା ସହିତ ଯୋଡିବାକୁ ହେବ । ଆମର ଏଠି ଜଳସେଚନର ସୁବିଧା ବହୁତ କମ୍ ଅଛି । ପ୍ରାକୃତିକ ସଂସାଧନ ଉପରେ ତାହା ନିର୍ଭରଶୀଳ । ଏଭଳି ସ୍ଥିତିରେ ଯଦି ଫସଲ ଚାଷ କରେ ଓ ଫସଲ କଟା ହେବା ପରେ ଯଦି ନଷ୍ଟ ହୋଇଯାଏ ତାହେଲେ ମଧ୍ୟ ଯଦି ବୀମା ସୁବିଧା ମିଳୁଛି । ଆଉ ମତେ ଜଣା ଅଛି କି କିଛି ପ୍ରଗତିଶୀଳ ରାଜ୍ୟଗୁଡିକ 40-40 50-50 ପ୍ରତିଶତ କୃଷକଙ୍କ ବୀମା କାର୍ଯ୍ୟ ସେମାନେ କରିଛନ୍ତି । ସରକାର ମଧ୍ୟ କୃଷକମାନଙ୍କ ପାଇଁ ବହୁତ ବଡ଼ ମାତ୍ରାରେ ଫସଲ ବୀମା ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ କାମ କରିଛନ୍ତି । ପୂର୍ବ ତୁଳନାରେ ବହୁତ ବଢିଛି କିନ୍ତୁ କିଛି ରାଜ୍ୟରେ ବହୁତ ପଛରେ ରହିଛି । ଏହା ହେଉଛି ଚିନ୍ତାର ବିଷୟ । ତାକୁ ଆଗକୁ ବଢାଇବାକୁ ହେବ ।
ନୂଆ ସାର ନୀତି-ୟୁରିଆର ଉତ୍ପାଦନ । ଦେଖନ୍ତୁ ନିମ-ଲେପିତ ୟୁରିଆ, ନିମ-ଲେପ କାରଣରୁ ଦୁଇଟି ମହତ୍ୱପୂର୍ଣ୍ଣ ଲାଭ ହୋଇଛି, ଗୋଟିଏରେ ମାଟିକୁ ଲାଭ ତ ହେଉଛି, ଉତ୍ପାଦନ ବଢିବାରେ ଲାଗିଛି । କିନ୍ତୁ ପ୍ରଥମେ କୃଷକଙ୍କ ନାମରେ ରିହାତି କଟା ଯାଉଥିଲା, ବିଲ୍ କୃଷକଙ୍କ ନାମରେ କଟାଯାଉଥିଲା, କିନ୍ତୁ ତାହା ରାସାୟନିକ କଂପାନୀକୁ କଂଚାମାଲ ଭାବେ ଚାଲିଯାଉ ଥିଲା । ଯେଉଁ ସିନ୍ଥେଟିକ୍ କ୍ଷୀର ତିଆରି ହେଉଥିଲା ସେମାନେ ମଧ୍ୟ ୟୁରିଆର ଉପଯୋଗ କରୁଥିଲେ । 100 ପ୍ରତିଶତ ନିମ-ଲେପ କାରଣରୁ ମାଟି ବିନା ତାହାର ଅନ୍ୟ କୌଣସି ଠାରେ ଉପଯୋଗ ସମ୍ଭବ ହୋଇ ପାରୁ ନାହିଁ । ଚୋରୀ ଧରା ପଡି ଯାଇଛି । ନା ୟୁରିଆରୁ ଆଜି କଳାଧନ ହୋଇ ପାରୁଛି । ୟୁରିଆ ମିଳୁ ନାହିଁ, ଏମିତି କୌଣସି ମୁଖ୍ୟମନ୍ତ୍ରୀଙ୍କର ଚିଠି ଆସୁ ନାହିଁ, ୟୁରିଆ ପାଇଁ କାହାକୁ ଅସୁବିଧା ହେଉ ନାହିଁ । ଛୋଟ ପରିବର୍ତ୍ତନ ମଧ୍ୟ କେତେ ବଡ଼ ପରିବର୍ତ୍ତନ ଆଣି ପାରିଲା ତାହା ଆପଣ ଦେଖି ପାରିଲେ ।
ଆମ ଦେଶରେ ଡ଼ାଲି ଉତ୍ପାଦନ-ଏହି ସରକାର ତାହାକୁ ଉତ୍ସାହିତ କରିବା ଦିଗରେ ପ୍ରୟାସ କରିଛନ୍ତି । ଆଉ ତାହାର ପରିଣାମ ଏହା ହୋଇଛି କି ଆଜି ପାଖାପାଖି 50 ରୁ 60 ପ୍ରତିଶତ ବୃଦ୍ଧିର ସମ୍ଭାବନା ଏଥର ସୃଷ୍ଟି ହୋଇଛି । ଆମ ଦେଶର କୃଷକମାନେ ସରକାରଙ୍କ ଆହ୍ୱାନକୁ ସ୍ୱୀକାର କରି ସମସ୍ତ ରେକର୍ଡ ଅତିକ୍ରମ କରି ଏହି କାମକୁ କରିଛନ୍ତି ।
ଇ-ନାମ ଇଲୋକ୍ଟ୍ରୋନିକ ବଜାର 500 ମଣ୍ଡିରେ, ଏବେ କୃଷକ କେଉଁଠି ବି ଅଧିକ ଦରରେ ମାଲ ବିକ୍ରି କରି ପାରିବେ, ସେହି ବୈଷୟିକ ଜ୍ଞାନ ମାଧ୍ୟମରେ କରି ପାରିବ । 500 ମଣ୍ଡିରେ ମୋବାଇଲ ଫୋନ୍ ମାଧ୍ୟମରେ ଆଜି ମୋ କୃଷକ ବ୍ୟାପାର କରି ପାରିବ ଏହି ସ୍ଥିତିରେ ନାହିଁ । ପ୍ରାୟ 250 ମଣ୍ଡି ଏହି କାମକୁ ସଂପୂର୍ଣ୍ଣ କରି ଦେଇଛନ୍ତି । ରାଜ୍ୟଗୁଡିକ କିଛି ଆଇନ ବଦଳାଇବାକୁ ଥିଲା ତ ଆଇନ ବଦଳାଇ ଦେଇଛନ୍ତି । ଆମେ ଜାଣିଛୁ ଖାଦ୍ୟ ପ୍ରକ୍ରିୟା କରଣ, ଆମ କୃଷକଙ୍କୁ ଲାଭ ସେତେ ବେଳେ ହେବ ଯେତେବେଳେ ଆମେ ଖାଦ୍ୟ ପ୍ରକ୍ରିୟା କରଣ ଉପରେ ଗୁରୁତ୍ୱ ଦେବା । ସରକାର 100 ପ୍ରତିଶତ ଏଫଡିଆଇକୁ ଅନୁମତି ଦେଇଛନ୍ତି ଫଳରେ ଖାଦ୍ୟ ପ୍ରକ୍ରିୟା କରଣକୁ ସହାୟତା ମିଳିବ ଏବଂ ମୂଲ୍ୟଯୁକ୍ତ ହେବ ଫଳରେ ଆମ କୃଷକର ଅଧିକ ଆୟ ହେବ ଏବଂ ସେହି ଦିଗରେ କାମ କରିବା ପାଇଁ ଆମେ ପ୍ରୟାସ କରି ଚାଲିଛୁ ।
ଆଦିବାସୀମାନଙ୍କର ସଶକ୍ତିକରଣ – ପାଖାପାଖି 28 ପ୍ରତିଶତ ବିଭାଗର କେଉଁଠି ନା କେଉଁଠି ଆଦିବାସୀଙ୍କ ସହିତ ସମ୍ବନ୍ଧ ଆସିଯାଇଥାଏ । ଆମେ ପ୍ରଥମ ଥର ପାଇଁ ଏକ ଆଦିବାସୀ ଉପ-ଯୋଜନା ଦ୍ୱାରା, ଅର୍ଥ ତ ବଢାଇ ଦେଲୁ କିନ୍ତୁ ବନବନ୍ଧୁ କଲ୍ୟାଣ ଯୋଜନା ଦ୍ୱାରା ଏକ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରି ଫଳାଫଳ ଦେଖାଇବା ପାଇଁ, ସେହି ଦିଗରେ ଆମେ ଏକ ସଫଳ ପ୍ରୟାସ କରିଛୁ ।
ଜଙ୍ଗଲ ଅଧିକାର ଆଇନ – ତାହାକୁ ଦୃଢତାର ସହିତ ଲାଗୁ କରିବା ଦିଗରେ କାମ କରିଛୁ । ଆଦିବାସୀ ଅଂଚଳରେ ମୁଁ ପ୍ରଥମ ଥର, କାରଣ ଆମ ଦେଶରେ ଯେତେ ମଧ୍ୟ ଖଣିଜ ଅଛି, ଖଣି ଅଛି ତାହା ପ୍ରାୟତଃ ଆଦିବାସୀ ଇଲାକାରେ ଅଛି । କୋଇଲା ହେଉ, ଲୁହା ହେଉ, କିମ୍ବା ଲୁହା ପଥର ହେଉ କିନ୍ତୁ ସେଥିରୁ ଲାଭ ମିଳୁ ନଥିଲା । ପ୍ରଥମ ଥର ସରକାର ଜିଲ୍ଲା ଖଣିଜ ଫାଉଣ୍ଡେସନ ପ୍ରତିଷ୍ଠା କଲେ ଆଉ ସେଠାରୁ ଖଣିରୁ ଯାହା ବାହାରୁଥିଲା ତା’ ଉପରେ ଟିକସ ଲଗାଇଲେ । ମତେ ଛତିଶଗଡ ମୁଖ୍ୟମନ୍ତ୍ରୀ କହୁଥିଲେ ଯେ, ମୋର 7 ଜିଲ୍ଲା ଏଭଳି ଅଛନ୍ତି ଯେଉଁଠାରୁ ଯେଉଁ ଖଣିଜ ବାହାରେ, ଏହି ଯେଉଁ ଯୋଜନା ଆପଣ କରିଛନ୍ତି, ଫାଉଣ୍ଡେସନ ପ୍ରତିଷ୍ଠା କରିଛନ୍ତି ସେଥିପାଇଁ ମତେ ସେହି ଜିଲ୍ଲାଗୁଡିକର ବିକାଶ ପାଇଁ ଏବେ ଅତିରିକ୍ତ ବଜେଟର କୌଣସି ଆବଶ୍ୟକତା ପଡିବ ନାହିଁ । ଏତେ ବଡ଼ ମାତ୍ରାରେ ଅର୍ଥ ସେହି ଗରିବ ଆଦିବାସୀଙ୍କ କାମରେ ଆସିବ, ତା ଉପରେ ଆମେ କାମ କରିଛୁ ।
ଆମେ ଯେଉଁ ରୁର୍ବାନ ମିଶନ ଚଲାଇଛୁ ତାହାର ସବୁଠାରୁ ବଡ଼ ଲାଭ ଆଦିବାସୀ କ୍ଷେତ୍ରରେ ହେବାର ସମ୍ଭାବନା ଅଛି । ଆଦିବାସୀ ବଜାର ଏକ ବଡ଼ ବଜାରରେ ବିକଶିତ ହେବା ଦରକାର । ବଜାର ବିକଶିତ ହୁଏ ତ, ସେଠାକୁ ଶିକ୍ଷା ବ୍ୟବସ୍ଥା ଆସେ, ସେଠାକୁ ଡ଼ାକ୍ତରୀ ସୁବିଧା ଆସେ ଆଉ ଆସେ ମନୋରଂଜନର ସୁବିଧା । ଧୀରେ ଧୀରେ ଆଖପାଖର 50-100 ଗାଁର ତାହା କେନ୍ଦ୍ର ହୋଇଯାଏ ଏବଂ ରୁର୍ବାନ ଦ୍ୱାରା ଆଦିବାସୀ ଇଲାକାରେ 300 ଏଭଳି ନୂଆ ସହର ତିଆରି କରିବା ଦିଗରେ ଆମେ କାମ କରୁଅଛୁ । ଏହା ଆଦିବାସୀ କ୍ଷେତ୍ରର ବିକାଶ ପାଇଁ ଏକ ବହୁତ ବଡ଼ କାମ ହେବ ।
ସେହି ପ୍ରକାରରେ ସ୍ୱଚ୍ଛତା, ମୁଁ ଆରମ୍ଭରୁ କହିଥିଲି ଯେ ସ୍ୱଚ୍ଛତା ଏକ ଜନ ଆନ୍ଦୋଳନରେ ପରିଣତ ହେବା ଦରକାର । ଜନ ଆନ୍ଦୋଳନରେ ପରିଣତ ହେବା ଦିଗରେ ଆମ ସମସ୍ତଙ୍କର କିଛି ନା କିଛି ଯୋଗଦାନ ରହିବା ଦରକାର । ଯେବେଠାରୁ ଆମେ ସ୍ୱଚ୍ଛତା ପାଇଁ ମାନ୍ୟତା(Ranking) କରିବା ଆରମ୍ଭ କରିଛୁ, ସ୍ୱାଧୀନ ସଂସ୍ଥା ଦ୍ୱାରା କରିଛୁ, ସହରଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ସହର ଯଦି ଆଗକୁ ଗଲା ତ ଅନ୍ୟ ସହର ସେହି ସହରକୁ ଅଟକାଇ ଦେଉଛି ଯେ ଦେଖ ସେ ସହର ତ ଆଗେଇ ଗଲା, ଆମେ କାହିଁକି ସଫେଇ କରୁ ନାହେଁ? ଧୀରେ ଧୀରେ ଏହି କଥା ତଳ ସ୍ତର ଯାଏ ଗଲାଣି । ଆମ ମାନଙ୍କୁ ତା’ ଉପରେ ପ୍ରାଧାନ୍ୟ ଦେବା ଦରକାର ଏବଂ ମୁଁ ଚାହିଁବି ଯେ ଆମ ଦେଶର ସବୁ ରାଜନୈତିକ ଦଳଗୁଡିକୁ କେଉଁଠି ନା କେଉଁଠି ସରକାର ଚଳାଇବା ପାଇଁ ଏହି ଦିନ ମାନଙ୍କରେ ସୁଯୋଗ ମିଳିଛି । କେହି ନଗର ପାଳିକାରେ ଥିବେ, କେହି ଜିଲ୍ଲା ପଂଚାୟତରେ ଥିବେ, କେହି ରାଜ୍ୟରେ ଥିବେ । ଆପଣଙ୍କୁ ନିଜ ଦଳର ସରକାରରେ ଯେଉଁ ସେବା କରିବାର ସୁଯୋଗ ମିଳିଛି ଆପଣ ସେଥିରେ ମଧ୍ୟ ପ୍ରତିଯୋଗିତା କରନ୍ତୁ । ସେହି କମ୍ୟୁନିଷ୍ଟ ଶାସିତ ଯେତେ ସହର ଅଛି ସେମାନଙ୍କ ମଧ୍ୟରେ ସ୍ୱଚ୍ଛତାର ପ୍ରତିଯୋଗିତା କରନ୍ତୁ । କମ୍ୟୁନିଷ୍ଟ ଶାସିତ ଯେତେ ଜିଲ୍ଲା ପଂଚାୟତ ଅଛି ସେମାନଙ୍କ ମଧ୍ୟରେ ସ୍ୱଚ୍ଛତାର ପ୍ରତିଯୋଗିତା କରନ୍ତୁ । ଗୋଟିଏ ପରିବେଶ ସୃଷ୍ଟି ହେବ । ବିଜେପି ଶାସିତ ରାଜ୍ୟ ହୋଇଥିବେ ତ ସେଠାକାର ନଗରପାଳିକାଗୁଡିକ ପ୍ରତିଯୋଗିତା କରନ୍ତୁ । ଥରେ ଯଦି ଆମେ ଏହି ପ୍ରତିଯୋଗିତା ଆଗକୁ ଆଗେଇ ନେବା ତ ମୁଁ ଭାବୁଛି ଏହି ସ୍ୱଚ୍ଛତାର ଅଭିଯାନ ସଫଳ ହେବ । ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଜନ ଆନ୍ଦୋଳନ ହେବା ଦରକାର । ଏହା ଯୁଗର ଆବଶ୍ୟକତା ଅଟେ, ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଅଟେ । ବିଶ୍ୱ ବ୍ୟାଙ୍କର ରିପୋର୍ଟ କହେ ଯେ ପାଖାପାଖି ଅସ୍ୱଚ୍ଛତାର କାରଣରୁ ଅଢେଇ ଲକ୍ଷ କୋଟି ଟଙ୍କାର ବୋଝ ପଡିଥାଏ । ଯଦି ଆମେ ଏତିକି ଯତ୍ନ କରିବା ତ ଦେଶର ଅଢେଇ ଲକ୍ଷ କୋଟି ଟଙ୍କା, ଏହା ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅଟେ ହିନ୍ଦୁସ୍ଥାନ ବିଷୟରେ । ଗରିବ ମଣିଷ ପାଇଁ ତ ଗୋଟିଏ ବର୍ଷରେ ପାଖାପାଖି 7 ହଜାର ଟଙ୍କା ଖର୍ଚ୍ଚ ଆସିଥାଏ । ଅଳିଆ ଆବର୍ଜନାରୁ ବେମାରୀ ଆସିବା ହେଉଛି ବହୁତ ସ୍ୱଭାବିକ । ଆମେ ଏହାକୁ ବଞ୍ଚାଇ ପାରିବା ।
ଏବେ ପିଲାଙ୍କୁ ହାତ ଧୋଇ କରି ଖାଦ୍ୟ ଖାଇବା ଦରକାର । ଏହା ଯେ କେହି ମାନନ୍ତି । କିନ୍ତୁ ଆମେ କହିବା ତ କିଏ କହିବେ ସେଠାରେ ପାଣି ନାହିଁ, ନଳ ନାହିଁ, ସେଠାରେ ଢିଙ୍କିଆ ନାହିଁ, ପିଲା କୁଅ ପାଖକୁ ଯିବ ତ । ଆରେ ଏମିତି କ’ଣ କିଏ ଚିନ୍ତା କରେ । ଏ ଯେଉଁ ଚିନ୍ତାଧାରା, ଏହି ଚିନ୍ତାଧାରା ଦେଶକୁ ଏହିଠାରେ ଦବାଇ ରଖିଛି । ଆରେ କିଛି ଚିନ୍ତା କର ତ’ ସଠିକ ରାସ୍ତା ବାହାରିବ କିଛି କଷ୍ଟ ଆସିବ ତ ରାସ୍ତା ବାହାରିବ । କିନ୍ତୁ ଆମେ, ଘରେ ବସି ସେଠାରେ ପିଲାମାନଙ୍କୁ ହାତ ଧୋଇବାକୁ କହୁଛନ୍ତି କିନ୍ତୁ ସେଠାରେ ଅମୁକ ନାହିଁ, ସମୁକ ନାହିଁ । ଏହିଭଳି ଦେଶ ବଦଳେ ନାହିଁ ଆଜ୍ଞା, ଏଥିପାଇଁ ଏହି ମାନସିକତାରୁ ଆମେ ଦେଶକୁ ବହୁତ କ୍ଷତି ପହଂଚାଉଛୁ । ଏହି ମାନସିକତାରୁ ଆମକୁ ବାହାରକୁ ବାହାରିବାକୁ ପଡିବ । ଦୁନିଆରେ, ଆମେ ଦେଖିବା ଆମ ପାଖ ପଡୋଶୀ ଦେଶ, ଦକ୍ଷିଣ କୋରିଆକୁ ଦେଖନ୍ତୁ, ମାଲେସିଆକୁ ଦେଖନ୍ତୁ, ଥାଇଲାଣ୍ଡକୁ ଦେଖନ୍ତୁ, ସିଙ୍ଗାପୁରକୁ ଦେଖନ୍ତୁ, ଛୋଟ ଛୋଟ ଦେଶ ସେମାନେ 15-15 ବର୍ଷ ଲଗାଇ ଦେଲେ ସ୍ୱଚ୍ଛତା ପାଇଁ ଆଉ ଆଜି ଆମମାନଙ୍କ ପାଇଁ ସେମାନେ ଏକ ମଡେଲ ରୂପରେ ନଜରକୁ ଆସୁଛନ୍ତି । କାହିଁକି ଆମେ ହିନ୍ଦୁସ୍ଥାନରେ କରି ନ ପାରିବା । ଆମକୁ ସେ ଦିଗରେ ପ୍ରୟାସ କରିବା ଦରକାର । କିନ୍ତୁ କେବେ କେବେ କ’ଣ ଲାଗେ ନା ଯେଉଁ ପ୍ରକାର ବାତାବରଣ ହୋଇଛି, କେହି ଜଣେ କବି କହିଛନ୍ତି:- ସହର ତୁମର, ହତ୍ୟାକାରୀ ତୁମେ, ଶହିଦ ତୁମେ, ବଇଦ ତୁମେ, ମୋର ବିଶ୍ୱାସ ମୋର ହିଁ ଭୁଲ ବାହାରିବ । କିନ୍ତୁ ମୁଁ ମାନୁଛି ଯେ ସେଥିରୁ ଆମେ ଟିକେ ବାହାରକୁ ବାହାରିବା ।
ଅନ୍ୟ ଏକ ବିଷୟ କହି ମୁଁ ମୋ କଥାକୁ ସମାପ୍ତ କରିବାକୁ ଚାହିଁବି । ଏକ ଭାରତ-ଶ୍ରେଷ୍ଠ ଭାରତ ଏହି କାମକୁ ଆମେ 31 ଅକ୍ଟୋବରରେ ପ୍ରାରମ୍ଭ କରିଥିଲୁ । ସର୍ଦ୍ଦାର ପଟେଲଙ୍କର ଜୟନ୍ତୀରେ ପ୍ରାରମ୍ଭ କରିଥିଲୁ । ଆମ ଦେଶରେ ଦୁନିଆର କୌଣସି ରାଜ୍ୟ ସହିତ ଭଗିନୀ ରାଜ୍ୟ, ଭଗିନୀ ସହର ହେବା, ଏହାତ କେତେ ବର୍ଷ ଧରି ଚାଲୁ ରହିଛି କିନ୍ତୁ ଆମ ନିଜ ଦେଶର ଅଲଗା ଅଲଗା ଲୋକଙ୍କ ସହିତ ମିଶିବାର ଅଭ୍ୟାସ ହୋଇ ନାହିଁ । ଆମେ ଏ ପ୍ରକାର କରିଦେଲୁ ଯେଉଁ କାରଣରୁ କେତେକ ରାଜ୍ୟ ଗୁଡିକୁ ଳାଗିଲା ଯେ ଆମର ଉପେକ୍ଷା କରାଯାଉଛି । ଆବଶ୍ୟକତା ଅଟେ ଯେ ଆମ ଦେଶର ସାମର୍ଥ୍ୟକୁ ଆମକୁ ଧରିବାକୁ ପଡିବ । ଆମେ ଏକ ଭାରତ-ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଚେଷ୍ଟା କରିଛୁ ଆଉ ମୁଁ ଚାହିଁବି ସଦନରେ ଯେଉଁ ଲୋକମାନେ ଅଛନ୍ତି ସେମାନେ ଏହାକୁ ବୁଝିବାରେ ଓ ଆଗକୁ ବଢାଇବାରେ ସାହାଯ୍ୟ କରିବେ । ଏଭଳି ଦୁଇଟି ରାଜ୍ୟ ମଧ୍ୟରେ ଏମ୍ଓୟୁ କରାଯାଏ । ଏବେ 12 ରାଜ୍ୟ ଜଣେ ଅନ୍ୟ ସହିତ ବୋଧହୁଏ କରିଦେଇଛନ୍ତି । ଯେଭଳି ହରିୟାଣା ଓ ତେଲଙ୍ଗାନା କରିଛନ୍ତି । ତ ହରିୟାଣାରେ ତେଲୁଗୁ ଭାଷାରେ 100ଟି ବାକ୍ୟ ହରିୟାଣାର ଲୋକମାନେ କହିବା ଶିଖିବେ । ହସ୍ପିଟାଲ କେଉଁଠି, ରିକ୍ସା କେଉଁଠି ମିଳିବ, ହୋଟେଲ କେଉଁଠି ଅଛି, ବସ ଷ୍ଟେସନ କେଉଁଠି, ପୁଲିସବାଲା କେଉଁଠି ଅଛନ୍ତି, ଏହା ଯଦି ଶିଖିବାକୁ ମିଳିବ ଏବଂ ତେଲଙ୍ଗାନା ଲୋକ ହରିୟାଣାର ଭାଷା ଶିଖିବେ । ହରିୟାଣାରେ କେବେ ତେଲଙ୍ଗାନାର ପିଲ୍ମ ଉତ୍ସବ ହେବ, ହରିୟାଣାର ପିଲ୍ମ ଉତ୍ସବ ତେଲଙ୍ଗାନାରେ ହେବ । କୁଇଜ୍ ପ୍ରତିଯୋଗିତା ହେବ, ତେଲଙ୍ଗାନାର କୁଇଜ୍ ପ୍ରତିଯୋଗିତାରେ ହରିୟାଣାର ପିଲାମାନେ ଭାଗ ନେବେ । ଏକ ପ୍ରକାରରେ ଦେଶକୁ ଜାଣିବାର ଅଭିଯାନ, ଦେଶ ସହିତ ଯୋଡି ହେବାର ଏବଂ ଏହାକୁ ଯେତେ ଆମେ ବଢାଇବା । କେବେ କେବେ ଲାଗୁଛି, ହିନ୍ଦୀ ଭାଷାରେ କିଛି ଶବ୍ଦ ମଧ୍ୟ ନାହିଁ କିନ୍ତୁ ତାମିଲରେ କିଛି ଭଲ ଶବ୍ଦ ଥାଏ, କିନ୍ତୁ ଆମେ ପରିଚିତ ନୁହେଁ । ମରାଠୀରେ ବଢିଆ ଶବ୍ଦ ଥାଏ, ବଙ୍ଗଳାରେ ବହୁତ ବଢିଆ ଶବ୍ଦ ଥାଏ, ଆମେ ପରିଚିତ ନୁହେଁ । ଆମ ଦେଶର ଏତେ ବଡ଼ ଶକ୍ତି ରହିଛି । ଏହି ଶକ୍ତିକୁ ଯୋଡିବା ଦିଗରେ, ଏକ ଭାରତ-ଶ୍ରେଷ୍ଠ ଭାରତର ଅଭିଯାନ ଚଳାଇବା ଦିଗରେ ପ୍ରୟାସ ଚାଲୁ ରହିଛି ।
ମୁଁ ପୁଣି ଥରେ ସମସ୍ତ ଆଦରଣୀୟ ସଦସ୍ୟମାନେ ଯେଉଁ ବିଚାର ରଖିଛନ୍ତି ସେଥି ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ଆପଣମାନେ ମୋତେ ସମର୍ଥନ ଦେବା ପାଇଁ, କଥା ହେବା ପାଇଁ ସୁଯୋଗ ଦେଲେ, ମୁଁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ରାଷ୍ଟ୍ରପତି ମହୋଦୟଙ୍କର ସମ୍ବୋଧନକୁ ମୋର ସମର୍ଥନ ଦେଇ ମୁଁ ମୋ କଥାକୁ ସମାପ୍ତ କରୁଛି ।
ବହୁତ ବହୁତ ଧନ୍ୟବାଦ ।
**********
Several members have shared their views and there was considerable discussion on demonetisation: PM @narendramodi in Rajya Sabha
— PMO India (@PMOIndia) February 8, 2017
The fight against corruption and black money is not a political fight. It is not to single out any particular party: PM @narendramodi
— PMO India (@PMOIndia) February 8, 2017
Corruption has adversely impacted the aspirations of the poor and the middle class: PM @narendramodi
— PMO India (@PMOIndia) February 8, 2017
We will have to be tough on those who are cheating the system. When we do that, the hands of the poor will be strengthened: PM
— PMO India (@PMOIndia) February 8, 2017
ईमानदार व्यक्ति को ताकत तब तक नहीं मिलेगी जब तक बेईमानों के प्रति कठोरता नहीं बरती जाएगी: PM @narendramodi
— PMO India (@PMOIndia) February 8, 2017
About 700 Maoists surrendered after demonetisation and this number is increasing. Shouldn't this make us happy: PM @narendramodi
— PMO India (@PMOIndia) February 8, 2017
There is a horizontal divide- on one side are the people of India & Government and on the other side are a group of political leaders: PM
— PMO India (@PMOIndia) February 8, 2017
Today India is working to correct the wrongs that entered our society: PM @narendramodi
— PMO India (@PMOIndia) February 8, 2017
नोटबंदी पर सरकार, जनता साथ-साथ रही। इस देश के सवा सौ करोड़ लोगों ने अपने भीतर की बुराईयों से बाहर निकलने के लिए मेहनत की। गर्व की बात है: PM
— PMO India (@PMOIndia) February 8, 2017
There was so much said about what is wrong with the nation...perhaps they were giving a report card of their own record: PM @narendramodi
— PMO India (@PMOIndia) February 8, 2017
हमें व्यावहारिक बदलाव लाने की दिशा में लगातार आगे बढ़ते रहना चाहिए: PM @narendramodi
— PMO India (@PMOIndia) February 8, 2017
हमें अपने देश की शक्ति को कम नहीं आंकना चाहिए: PM @narendramodi
— PMO India (@PMOIndia) February 8, 2017
हमें डिजिटल पेमेंट के साथ-साथ समाज की छोटी-छोटी आकांक्षाओं को पूरा करने की दिशा में लगातार प्रयास करते रहना होगा: PM @narendramodi
— PMO India (@PMOIndia) February 8, 2017
Attacks on the party I belong to, our government, on me are understandable but why was the RBI dragged into this. It was not required: PM
— PMO India (@PMOIndia) February 8, 2017
Let us keep institutions above politics: PM @narendramodi
— PMO India (@PMOIndia) February 8, 2017
हमारी सरकार ने गवर्नेंस के मुद्दे पर काफ़ी काम किया जिससे सामान्य मानविकी को ताकत मिली: PM @narendramodi
— PMO India (@PMOIndia) February 8, 2017
सरकार के प्रोक्योरमेंट प्रोसेस में पारदर्शिता लाने में हमने बड़ी सफलता पाई है: PM @narendramodi
— PMO India (@PMOIndia) February 8, 2017
I was surprised that people made fun of the Swachh Bharat Mission also: PM @narendramodi
— PMO India (@PMOIndia) February 8, 2017
I want to congratulate the media, they have furthered the message of Swachh Bharat and created so much awareness: PM @narendramodi
— PMO India (@PMOIndia) February 8, 2017
Sanitation coverage in the rural areas has increased: PM @narendramodi
— PMO India (@PMOIndia) February 8, 2017
स्वच्छता एक जन आंदोलन बनना चाहिए और हम सभी को इस दिशा में लगातार प्रयास करते रहना चाहिए: PM @narendramodi
— PMO India (@PMOIndia) February 8, 2017
‘एक भारत, श्रेष्ठ भारत’ के तहत हमने इस देश के विभिन्न क्षेत्रों की संस्कृति और क्षमता को जाना, समझा और उसे सीख सके: PM @narendramodi
— PMO India (@PMOIndia) February 8, 2017