Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟସଭାରେ 124ତମ ସମ୍ବିଧାନ ସଂଶୋଧନ ବିଲ, 2019 ଗୃହୀତ ହେବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ରାଜ୍ୟସଭାରେ 124ତମ ସମ୍ବିଧାନ ସଂଶୋଧନ ବିଲ, 2019 ଗୃହୀତ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
“ରାଜ୍ୟସଭା 124ତମ ସମ୍ବିଧାନ ସଂଶୋଧନ ବିଲ, 2019 ଗୃହୀତ କରିଛି । ଏହି ବିଲକୁ ବ୍ୟାପକ ସମର୍ଥନ ମିଳିଥିବା ଦେଖି ମୁଁ ଆନନ୍ଦିତ । ଗୃହରେ ଅନେକ ସଭ୍ୟ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ମତାମତ ପ୍ରଦାନ କରି ସଫଳ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ସଂସଦର ଉଭୟ ଗୃହରେ, 2019 ଗୃହୀତ ହେବା ସାମାଜିତ ନ୍ୟାୟ ପାଇଁ ଏକ ବିରାଟ ସଫଳତା । ଯୁବ ଶକ୍ତି ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରି ଭାରତର ବିକାଶ ଓ ରୂପାନ୍ତରଣର ଅଂଶୀଦାର ହେବା ପାଇଁ ଏହା ମାର୍ଗ ଉନ୍ମୁକ୍ତ କରିବ ।

ସମ୍ବିଧାନରେ (124ତମ ସମ୍ବିଧାନ ସଂଶୋଧନ) ବିଲ, 2019କୁ ଗୃହୀତ କରି ଆମେ ସମ୍ବିଧାନର ନିର୍ମାତା ଏବଂ ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ, ଯେଉଁମାନେ କି ଏକ ସମୃଦ୍ଧ ଏବଂ ସମାବେଶୀ ଭାରତର ସ୍ଵପ୍ନ ଦେଖିଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।