ପିଏମଇଣ୍ଡିଆ
ଶ୍ରଦ୍ଧେୟ ସଭାପତି ମହୋଦୟ,
ମୁଁ ସର୍ବପ୍ରଥମେ ସଂସଦ ତରଫରୁ ଏବଂ ମୋ ତରଫରୁ ନବନିର୍ବାଚିତ ଉପସଭାପତି ଶ୍ରୀମାନ ହରିବଂଶଙ୍କୁ ହୃଦୟର ସହିତ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆମ ପାଇଁ ଖୁସିର କଥା ଯେ ସୁସ୍ଥ ହେବା ପରେ ଆମ ଅରୁଣଜୀ ଆଜି ଆମମାନଙ୍କ ପାଖରେ ଉପସ୍ଥିତ ଅଛନ୍ତି । ଆଜି ଅଗଷ୍ଟ 9 ତାରିଖ । ଅଗଷ୍ଟ କ୍ରାନ୍ତି ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏବଂ ସେଥିରେ ବଲିଆର ଅନେକ ଭୂମିକା ଥିଲା । 1857ରୁ ସ୍ୱାଧୀନତା ସଂଗ୍ରାମକୁ ନେଇ ବଲିଆ, ସ୍ୱାଧୀନତାର ଗଡ ଭାବେ କ୍ରାନ୍ତିର ବିଗୁଲ ବଜାଇବାରେ, ଜୀବନ ଉତ୍ସର୍ଗ କରିବାରେ ସର୍ବାଗ୍ରେ ରହିଛି । ମଙ୍ଗଳ ପାଣ୍ଡେ ହୁଅନ୍ତୁ, ଚିତ୍ତୁ ପାଣ୍ଡେ ହୁଅନ୍ତୁ ଏବଂ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ପରମ୍ପରା ଏବଂ ସେହିଭଳି ଜଣେ ହେଉଛନ୍ତି ହରିବଂଶଜୀ । ତାଙ୍କର ଜନ୍ମ ଜୟପ୍ରକାଶଜୀଙ୍କ ଗ୍ରାମରେ ହୋଇଥିଲା ଏବଂ ଆଜି ମଧ୍ୟ ସେହି ଗ୍ରାମ ସହ ସେ ଜଡିତ ଅଛନ୍ତି । ଜୟପ୍ରକାଶଙ୍କ ସ୍ୱପ୍ନ ସାକାର କରିବା ପାଇଁ ଯେଉଁ ଟ୍ରଷ୍ଟ ଚାଲିଛି ତାହାର ଟ୍ରଷ୍ଟି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ହିରବଂଶ ସେହି କଲମର ଧନୀ ଯାହା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ମୋ ପାଇଁ ଏହା ମଧ୍ୟ ଖୁସିର କଥା ଯେ ସେ ବନାରସର ବିଦ୍ୟାର୍ଥୀ ଥିଲେ । ସେ ବନାରସରେ ଶିକ୍ଷାଲାଭ କରିଥିଲେ । ଏବଂ ସେହିଠାରୁ ଅର୍ଥଶାସ୍ତ୍ରରେ ସେ ସ୍ନାତୋକୋତ୍ତର ପ୍ରାପ୍ତ କରିଥିଲେ ଏବଂ ରିଜର୍ଭ ବ୍ୟାଙ୍କ ତାଙ୍କୁ ଚାକରିର ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ସେହି ପ୍ରସ୍ତାବରେ ସହମତ ହୋଇନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଘରର ପରିସ୍ଥିତି ଯୋଗୁ ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରିଥିଲେ …. ସଭାପତି ମହୋଦୟ ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ସେ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହାଇଦ୍ରାବାଦରେ କାର୍ଯ୍ୟ କରିଥିଲେ । କେତେବେଳେ ମୁମ୍ବାଇ, କେତେବେଳେ ହାଇଦ୍ରାବାଦ, କେତେବେଳେ ଦିଲ୍ଲୀ, କେତେବେଳେ କଲିକତା କିନ୍ତୁ ଏହିସବୁ ବଡ ସହର ଶ୍ରୀ ହିରବଂଶଙ୍କୁ ଆକର୍ଷିତ କରିପାରିନଥିଲା । ସେ କୋଲକତା ଚାଲିଯାଇଥିଲେ । ‘ରବିବାର’ ସମ୍ବାଦପତ୍ରରେ କାମ କରିବା ପାଇଁ ଏବଂ ଆମେ ଜାଣିଛୁ ଯେ ଏସ ପି ସିଂହ ନାଁ ବଡ…. ଟିଭି ଦୁନିଆରେ ଏକ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ସହିତ ସେ କାମ କରିଥିଲେ । ଏବଂ ଜଣେ ଟ୍ରେନି ଭାବେ, ସାମ୍ବାଦିକ ଭାବେ ଧର୍ମବୀର ଭାରତୀଙ୍କ ସହିତ କାର୍ଯ୍ୟ କରିଥିଲେ । ଜୀବନର ପ୍ରାରମ୍ଭ ସେହିଠାରୁ କରିଥିଲେ । ଧର୍ମବୀରଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ । ଦିଲ୍ଲୀରେ ଚନ୍ଦ୍ରଶେଖରଙ୍କ ସହିତ କାର୍ଯ୍ୟ କରିଥିଲେ । ଚନ୍ଦ୍ରଶେଖରଙ୍କ ପ୍ରିୟ ଥିଲେ ଏବଂ ପଦର ମର୍ଯ୍ୟାଦା ଏବଂ ମୂଲ୍ୟବୋଧ ସମ୍ବନ୍ଧରେ ମନୁଷ୍ୟର ସ୍ୱତନ୍ତ୍ରତା ଥାଏ । ଚନ୍ଦ୍ରଶେଖର ଇସ୍ତଫା ପ୍ରଦାନ କରିବାକୁ ଯାଉଥିଲେ, ଏହା ତାଙ୍କୁ ପୂର୍ବରୁ ଜଣାଥିଲା । ସେ ନିଜେ ଗୋଟିଏ ସମ୍ବାଦପତ୍ର ସହ ଜଡିତ ଥିଲେ । ସାମ୍ବାଦିକତାର ଦୁନିଆ ସହ ସଂଶ୍ଲିଷ୍ଟ ଥିଲେ । କିନ୍ତୁ ନିଜର ସମ୍ବାଦପତ୍ରରେ କେବେ ମଧ୍ୟ ଛାପି ନଥିଲେ ଯେ ଚନ୍ଦ୍ରଶେଖର ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି । ସେ ନିଜ ପଦ ମର୍ଯ୍ୟାଦାକୁ ରକ୍ଷା କରି ଗୋପନୀୟତାକୁ ବଜାୟ ରଖିଥିଲେ । ନିଜ ସମ୍ବାଦପତ୍ରରେ ଖବର ପ୍ରକାଶିତ ହେଇଯାଉ, ଏବଂ ସମ୍ବାଦପତ୍ରର ପ୍ରଶଂସା ହେଉ ସେ କେବେ ହେବାକୁ ଦେଇନଥିଲେ ।
ହରିବଂଶ ରବିବାରରେ ବିହାର ଯାଇଥିଲେ, ସେତେବେଳେ ସଂଯୁକ୍ତ ବିହାର ଥିଲା । ପରେ ଝାଡଖଣ୍ଡ ଗଠନ ହୋଇଥିଲା । ସେ ରାଂଚି ଯାଇଥିଲେ । ପ୍ରଭାତ ଖବର ପାଇଁ ଏବଂ ଯେତେବେଳେ ସେ ଯୋଗଦେଇଥିଲେ ସେତେବେଳେ ତାହାର ସର୍କୁଲେସନ କେବଳ ଚାରିଶହ ଥିଲା । ଯାହାଙ୍କ ଜୀବନରେ ଏତେ ସୁଯୋଗ ଥିଲା, ବ୍ୟାଙ୍କରେ ମଧ୍ୟ ସୁଯୋଗ ଥିଲା । ପ୍ରତିଭାବାନ ବ୍ୟକ୍ତିତ୍ୱ ଥିଲେ, କିନ୍ତୁ ସେ ନିଜକୁ ଚାରିଶହ ସର୍କୁଲେସନ ଥିବା ସମ୍ବାଦପତ୍ର ସହ ଜଡିତ କରିଥିଲେ । ଚାରି ଦଶନ୍ଧିର ସାମ୍ବାଦିକତାର ଯାତ୍ରା ସମର୍ଥ ସାମ୍ବାଦିକତା ଥିଲା ଏବଂ ସାମ୍ବାଦିକତା ଯାହା ସମାଜ କାରଣରୁ ଜଡିତ ହୋଇଥିଲା, ନିଜର ପ୍ରଭାବଶକ୍ତି ବଢାଇବା କାରଣରୁ ନୁହେଁ । ମୁଁ ମାନୁଛି ଯେ ହରିବଂଶଙ୍କ ନିଯୁକ୍ତି, ଏହା ସମାଜ ପାଇଁ ସବୁଠାରୁ ବଡ ଅବଦାନ ଏବଂ ସେ ପ୍ରଭାବଶକ୍ତି ପାଇଁ ସାମ୍ବାଦିକତା କରିବାଠାରୁ ନିଜକୁ ଦୂରରେ ରଖିଥିଲେ । ଏବଂ ସେତେବେଳେ ପରମବୀର ଆଲବର୍ଟ ଏକ୍କା ଦେଶ ପାଇଁ ଶହିଦ ହୋଇଥିଲେ । ଥରେ ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା ଯେ ଆଲବର୍ଟ ଏକ୍କାଙ୍କ ପତ୍ନୀ ଅତି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି । 20 ବର୍ଷ ପୂର୍ବର କଥା । ହରିବଂଶ ଏହାକୁ ଏକ ସେବାମୂଳକ ଆହ୍ଵାନ ଭାବେ ଗ୍ରହଣ କରିଥିଲେ, ହରିବଂଶ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଚାରି ଲକ୍ଷ ଟଙ୍କା ସେହି ଶହିଦଙ୍କ ପତ୍ନୀଙ୍କ ପାଖରେ ପହଂଚାଇଥିଲେ ।
ଥରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନକ୍ସଲମାନେ ଅପହରଣ କରିଥିଲେ । ହରିବଂଶ ନିଜ ସମ୍ବାଦପତ୍ରର ସ୍ରୋତଗୁଡିକ ଜରିଆରେ, ଅଦମ୍ୟ ସାହସର ସହିତ ନକ୍ସଲ ଅଂଚଳକୁ ଯାଇଥିଲେ । ଲୋକମାନଙ୍କୁ ବୁଝାଇ ଶେଷର ତାଙ୍କୁ ମୁକୁଳାଇ ଆଣିପାରିଥିଲେ । ନିଜ ଜୀବନକୁ ବାଜି ଲଗାଇଦେଇଥିଲେ । ଏଭଳି ଏକ ବ୍ୟକ୍ତିତ୍ୱ ଯିଏ ଅନେକ ପୁସ୍ତକ ଅଧ୍ୟୟନ କରିଛନ୍ତି, ଅନେକ ପୁସ୍ତକ ଲେଖିଛନ୍ତି ଏବଂ ମୁଁ ଭାବେ ଯେ ସମ୍ବାଦପତ୍ର ପରିଚାଳନା, ସାମ୍ବାଦିକମାନଙ୍କଠାରୁ କାର୍ଯ୍ୟ ହାସଲ କରିବା ବୋଧହୁଏ ସହଜ ହୋଇଥିବ । ସମାଜ ମଙ୍ଗଳର ଅନୁଭୂତି ଏବଂ ନିଜର ପ୍ରଭାବଶକ୍ତିର ଅନୁଭବ ଭିନ୍ନ ଭିନ୍ନ । ଜଣେ ସାଂସଦ ଭାବେ ମୁଁ ନିଜର ଏକ ସଫଳ କାର୍ଯ୍ୟକାଳର ଅନୁଭବ ସମସ୍ତଙ୍କୁ କରାଇଛି । କିନ୍ତୁ ଅଧିକାଂଶ ସାଂସଦଙ୍କ ସ୍ଥିତି ଏଭଳି ଯେ ଏଠାରେ କ୍ରୀଡାବିତଙ୍କ ଅପେକ୍ଷା ଅମ୍ପାୟାର ଅଧିକ ବିବ୍ରତ ରହୁଛନ୍ତି । ଏଥିପାଇଁ ନିୟମ ଅନୁଯାୟୀ ଖେଳିବାକୁ ସମସ୍ତଙ୍କୁ ବାଧ୍ୟ କରିବା – ଏକ ବହୁତ ବଡ କାର୍ଯ୍ୟ, ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କିନ୍ତୁ ହରିବଂଶ ନିଶ୍ଚିତ ଭାବେ ଏହି କାର୍ଯ୍ୟ କରିବେ ବୋଲି ପୂର୍ଣ୍ଣ ଆଶା ।
ହରିବଂଶଙ୍କ ଶ୍ରୀମତୀ ଆଶା ଜୀ ସେ ନିଜେ ଚମ୍ପାରଣର । ଏହାର ଅର୍ଥ ଏକ ପ୍ରକାର ପୂରା ପରିବାର କେତେବେଳେ ଜେପିଙ୍କଠାରୁ ତ କେତେବେଳେ ଗାନ୍ଧୀଙ୍କ ଆନ୍ଦୋଳନ ସହ ସମ୍ପୃକ୍ତ ଏବଂ ଆଶାଜୀ ମଧ୍ୟ ଏମ.ଏ. ପଲିଟିକାଲ ସାଇନ୍ସର ଛାତ୍ରୀ, ତାଙ୍କର ଏହି ଶିକ୍ଷାଗତ ଜ୍ଞାନ ଏବେ ଅଧିକ ସହାୟତା କରିବ । ମୋର ବିଶ୍ୱାସ ଯେ ଏବେ ସଂସଦର ମନ୍ତ୍ର ହୋଇଯିବ ଯେ ଆମ ସମସ୍ତ ସାଂସଦଙ୍କୁ ହରିଙ୍କ କୃପା । ଏବେ ସବୁକିଛି ହରିଙ୍କ ଭରସାରେ । ଏବଂ ମୋର ବିଶ୍ୱାସ ଯେ ଆମେ ସମସ୍ତେ, ସେପଟର ନ ହେଲେ ଏପଟର ସମସ୍ତଙ୍କ ଉପରେ ଭଗବାନଙ୍କ କୃପା ରହୁ । ଏହି ନିର୍ବାଚନ ଏଭଳି ଥିଲା ଯେତେବେଳେ ଦୁଇ ପକ୍ଷରେ ଭଗବାନ ଥିଲେ । କିନ୍ତୁ ଜଣଙ୍କ ଆଗରେ ବି କେ ଥିଲେ । ବି.କେ ହରି, ଏମାନଙ୍କ ପାଖରେ କୌଣସି ବିକେ, ଭିକେ ନଥିଲେ । କିନ୍ତୁ ମୁଁ ବି କେ ହରିପ୍ରସାଦଙ୍କୁ ମଧ୍ୟ ଗଣତନ୍ତ୍ରର ମର୍ଯ୍ୟାଦା ପାଇଁ ନିଜ ଦାୟିତ୍ୱର ଅନୁପାଳନ କରି ଏବଂ ସମସ୍ତେ କହୁଥିଲେ ଯେ ପରିଣାମ ଜଣାଅଛି କିନ୍ତୁ ନିର୍ବାଚନ ପ୍ରକ୍ରୀୟା ଚାଲିବ । ଅନେକ ନୂତନ ଲୋକମାନଙ୍କର ପ୍ରଶିକ୍ଷଣ ମଧ୍ୟ ହୋଇଯାଇଥିବ – ଭୋଟ ଦେବା ପାଇଁ ।
ମୁଁ ସଂସଦର ସମସ୍ତ ମହାନୁଭବମାନଙ୍କର, ସମସ୍ତ ଆଦରଣୀୟ ସଦସ୍ୟମାନଙ୍କର ଏହି ସଂପୂର୍ଣ୍ଣ ପ୍ରକ୍ରୀୟାକୁ ଉତ୍ତମ ଭାବେ ଆଗକୁ ବଢାଇବା ପାଇଁ ଏବଂ ଉପସଭାପତିଙ୍କୁ, ମୋର ବିଶ୍ୱାସ ଯେ ତାଙ୍କର ଅନୁଭୂତି, ତାଙ୍କର ସମାଜ ପାଇଁ ସମର୍ପଣ…. ହରିବଂଶଙ୍କର ଗୋଟିଏ ବିଶେଷତ୍ୱ ଥିଲା ଯେ ସେ ଗୋଟିଏ ସ୍ତମ୍ଭଲେଖା(Column) ଚଲାଇଥିଲେ । ନିଜର ସମ୍ବାଦପତ୍ରରେ ଲେଖୁଥିଲେ ‘ଆମ ସାଂସଦ କେଉଁଭଳି ହେବା ଦରକାର’ । ସେତେବେଳେ ତାଙ୍କୁ ମଧ୍ୟ ଜଣାନଥିଲା ଯେ ସେ ସାଂସଦ ହେବେ । ସାଂସଦ କେଉଁଭଳି ହେବା ଦରକାର ଅଭିଯାନ ଚଳାଇଥିଲେ । ମୁଁ ଜାଣିଛି ଯେ ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାକୁ ପୂରା କରିବାର ସୁଯୋଗ ତାଙ୍କୁ ମିଳିଛି, ଆମେ ସମସ୍ତ ସାଂସଦମାନଙ୍କୁ ଯେଉଁ ପ୍ରଶିକ୍ଷଣ ଆପଣଙ୍କ ଜରିଆରେ ମିଳିବ ଏବଂ ଯେଉଁ ଦଶରଥ ମାଂଝୀଙ୍କ ଆଲୋଚନା ଆଜି କେବେ କେବେ ହିନ୍ଦୁସ୍ଥାନରେ ଶୁଣିବାକୁ ମିଳୁଛି । ବହୁତ କମ ଲୋକଙ୍କୁ ସେହି ଦଶରଥ ମାଂଝୀଙ୍କ କଥା ଜଣାଅଛି । ସେହି ଦଶରଥ ମାଂଝୀଙ୍କ କଥାକୁ ଖୋଜିଖାଜି ପ୍ରଥମ ଥର ପାଇଁ କେହିଜଣେ ପ୍ରକାଶିତ କରିଥିଲେ ସେ ହେଉଛନ୍ତି ହରିବଂଶ ବାବୁ, ସମାଜର ନିମ୍ନ ସ୍ତରର ଲୋକମାନଙ୍କ ସହିତ ଜଡିତ ଥିବା ମହାନୁଭବ ଆଜି ଆମମାନଙ୍କର ମାର୍ଗଦର୍ଶନ କରିବାକୁ ଯାଉଛନ୍ତି ।
ମୋ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ।
*****
I congratulate Harivansh Ji on being elected the Deputy Chairperson of the Rajya Sabha: PM @narendramodi in the Rajya Sabha
— PMO India (@PMOIndia) August 9, 2018
I am happy that the Leader of the Rajya Sabha, Shri @arunjaitley is present today: PM @narendramodi in the Rajya Sabha
— PMO India (@PMOIndia) August 9, 2018
Today we mark the anniversary of the Quit India Movement. Harivansh Ji hails from Ballia, a land linked with freedom fighters. He has been inspired by Loknayak JP. He also spent time in Varanasi.
— PMO India (@PMOIndia) August 9, 2018
Here is a leader who worked with a statesman like Chandra Shekhar Ji: PM
Working closely with Chandra Shekhar Ji, Harivansh Ji knew in advance that Chandra Shekhar Ji would resign. However, he did not let his own paper have access to this news. This shows his commitment to ethics and public service: PM @narendramodi in the Rajya Sabha
— PMO India (@PMOIndia) August 9, 2018
Harivansh Ji is well read and has written a lot. He has served society for years: PM @narendramodi in the Rajya Sabha
— PMO India (@PMOIndia) August 9, 2018
I also want to congratulate BK Hariprasad Ji for being a part of the election for Deputy Chairperson of the Rajya Sabha: PM @narendramodi
— PMO India (@PMOIndia) August 9, 2018