Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଞ୍ଚିରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ


 

ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ  ।

ଯୋଗ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ

ଏହି ଅବସରରେ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ସେ ଯୋଗର ବାର୍ତ୍ତା ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ ଗଣମାଧ୍ୟମ ସହଯୋଗୀଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତନ ଆଧୁନିକ ଯୋଗର ବାର୍ତ୍ତାକୁ ସେ ସହରରୁ ଗାଁକୁ ଏବଂ ଗରିବ ଓ ଆଦିବାସୀଙ୍କ ଘରକୁ ନେଇଯିବା ଲାଗି ଚାହୁଁଛନ୍ତି । ଯୋଗ ଗରିବ ଏବଂ ଆଦିବାସୀଙ୍କ ଜୀବନର ଅଂଶବିଶେଷ ହେବା ଆବଶ୍ୟକ, କାରଣ ସେମାନଙ୍କୁ ଅସୁସ୍ଥତା ଯୋଗୁ ଆର୍ଥିକ ବ୍ୟୟ ସହିବାକୁ ପଡ଼ୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି, ପରିବର୍ତ୍ତୀତ ସମୟରେ, ସୁସ୍ଥ ଓ ଆରୋଗ୍ୟ ରହିବା ଆମର ଲକ୍ଷ୍ୟ ହେବା ଆବଶ୍ୟକ । ଯୋଗ ଆମକୁ ଏହି ଶକ୍ତି ଦେଇଥାଏ ବୋଲି ସେ କହିଥିଲେ । ସେ କହିଥିଲେ, ଏହା ହେଉଛି ଯୋଗ ଏବଂ ପ୍ରାଚୀନ ଭାରତୀୟ ଦର୍ଶନର ବିଚାର ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ବୟସ, ବର୍ଣ୍ଣ, ଜାତି, ସମ୍ପ୍ରଦାୟ, ପନ୍ଥ, ବିଚାର, ଧନୀ ଓ ଗରିବ, ଦେଶ ଏବଂ ସୀମାର ବାଧକ ଠାରୁ ଊର୍ଦ୍ଧ୍ବରେଯୋଗ ସମସ୍ତଙ୍କ ପାଇଁ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି, ଡ୍ରଇଂ ରୁମରୁ ବୋର୍ଡ ରୁମ ପର୍ଯ୍ୟନ୍ତ, ପାର୍କରୁ କ୍ରୀଡ଼ା କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏବଂ ରାସ୍ତାକଡ଼ରୁ ଆରୋଗ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଯୋଗ ଲୋକମାନଙ୍କ କଳ୍ପନାଶକ୍ତିକୁ ପ୍ରଭାବିତ କରିଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଯୋଗ ଉଭୟ ପ୍ରାଚୀନ ଏବଂ ଆଧୁନିକ । ଏହା ସ୍ଥିର ଏବଂ ପରିବର୍ତ୍ତନଶୀଳ ବୋଲି ସେ ଉଲ୍ଲେଖ କରିଥିଲେ ।

ଶହ ଶହ ବର୍ଷ ଧରି ଯୋଗ ସମାନ ରହିଛି ସୁସ୍ଥ ଶରୀର, ସ୍ଥିର ମସ୍ତିଷ୍କ, ଏକତାର ଭାବନା ଏହା ଭିତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଆଦର୍ଶ ସମାହାର ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଯୋଗକୁ ଗ୍ରହଣ କରିଥିବାରୁ ଆମକୁ ଏହି ବିଷୟରେ ଗବେଷଣା ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ଚିକିତ୍ସା ବିଜ୍ଞାନ, ଫିଜିଓଥେରାପି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ବିଷୟ ସହ ଯୋଗ ଯୋଡ଼ିହେବା ଆବଶ୍ୟକ ।

 

********