ପିଏମଇଣ୍ଡିଆ
ରାଞ୍ଚିସ୍ଥିତ ଭାରୀ ଇଂଜିନିୟରିଂ ନିଗମର ଅବ୍ୟବହୃତ ଜମିକୁ ଝାଡଖଣ୍ଡ ସରକାରଙ୍କୁ ହସ୍ତାନ୍ତର ନିମନ୍ତେ ଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକ୍ରିୟାରେ ମୋଟ 675.43 ଏକର HEC ଜମି ଝାଡଖଣ୍ଡ ସରକାରଙ୍କୁ ଦିଆଯିବ ଯଦ୍ୱାରା HEC 742.98 କୋଟି ଟଙ୍କା ଲାଭବାନ ହେବ । ଏହି ଅର୍ଥ ଏଚଇସି ବନ୍ଦ ହେବା ଫଳରେ ସେଥିରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଗ୍ରାଚୁଇଟି, ଭବିଷ୍ୟନିଧି ପାଣ୍ଠି ଛୁଟି ବିକ୍ରିଜନିତ ଅର୍ଥ ଏବଂ ଅନ୍ୟାନ୍ୟ ଆର୍ଥିକ ସୁବିଧା ପ୍ରଦାନ କରାଯିବ । ପୁନଶ୍ଚ ଏହି ଅର୍ଥ ମଧ୍ୟ ସରକାରୀ ଋଣ ଓ ବ୍ୟାଙ୍କ ଋଣ ତଥା ଅନ୍ୟାନ୍ୟ ତତ୍କାଳ ଖର୍ଚ୍ଚ ଦିଗରେ ଉପଯୋଗ କରାଯିବ । ସେହିଭଳି ଏହି ଜମି ହସ୍ତାନ୍ତର ଝାଡଖଣ୍ଡ ସରକାରଙ୍କ ସ୍ମାର୍ଟସିଟି ପ୍ରକଳ୍ପ ନିର୍ମାଣ ଦିଗରେ ସହାୟକ ହେବ ।