Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରର କିଛି ମୁଖ୍ୟ ଅଂଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକଗୁଡ଼ିଏ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ  କହିଛନ୍ତି:

ଭାରତର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧସରକାର ସଦାବେଳେ ଲୋକମାନଙ୍କ ଆଶା ଆକାଂକ୍ଷା ପ୍ରତି ସଂବେଦନଶୀଳ ରହି ଆସିଛି । ଏଥିରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ।

ସଂସଦରେ ଏହି ଆଲୋଚନାରେ ଅନେକ ମାନ୍ୟବର ସଦସ୍ୟ ଅଂଶ ଗ୍ରହଣ କରିଛନ୍ତି । ମୁଁ ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

2019 ମସିହା ସାଧାରଣ ନିର୍ବାଚନରେ ଯେଉଁମାନେ ପ୍ରଥମ ଥର ପାଇଁ ମତଦାନର ସୁଯୋଗ ପାଇ ଭୋଟ ଦେବେ ସେମାନଙ୍କୁ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଯେଉଁମାନେ 21ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଏବେ ସେମାନେ ସାବାଳକ ଭୋଟର ହେବାକୁ ଯାଉଛନ୍ତି, ସେମାନେ ଭାରତର ପ୍ରଗତି ଧାରାକୁ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

ଏହା ଆସ୍ଥା ଓ ସକାରାତ୍ମକ ଭାବନାର ପ୍ରତିଫଳନ ଯାହାକି ଆମର ରାଷ୍ଟ୍ରକୁ ଆଗକୁ ଆଗେଇ ନେଇଯିବ । ଆମେ ସେଭଳି ଲୋକ ନୋହୁ ଯିଏ ଚାଲେଞ୍ଜକୁ ଡ଼ରି ପୃଷ୍ଠଭଙ୍ଗ ଦେବ । ଆମେ ସଦାବେଳେ ସବୁ ପ୍ରକାର ଚାଲେଞ୍ଜକୁ ସାମ୍ନା କରିଆସିଛୁ ଏବଂ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ କାର୍ଯ୍ୟକରୁଛୁ ।

କଂଗ୍ରେସ ଦଳର ଆବର ବନ୍ଧୁମାନେ ଦୁଇଟି ସମୟର କାର୍ଯ୍ୟଧାରାକୁ ଦେଖିପାରୁଥିବେ- ଅର୍ଥାତ୍‌, ବିସି- ବିଫୋର୍‌ କଂଗ୍ରେସ (କଂଗ୍ରେସ ଶାସନ ପୂର୍ବର) ଯେତେବେଳେ କିଛି ପ୍ରଗତି ଘଟୁନଥିଲା ଏବଂ ଏଡ଼ି -ଆଫଟର ଡ଼ାଇନେଷ୍ଟି (ବଂଶାନୁକ୍ରମିକ ଶାସନ ପରେ) ପରବର୍ତ୍ତୀ ସମୟରେ ଯେତେବେଳେ କି ସବୁକିଛି ପ୍ରଗତି ଘଟିଛି ।

ଗତ ଚାରି ବର୍ଷ ଭିତରେ ଭାରତରେ ଉଲ୍ଲେଖନୀୟ ପ୍ରଗତି ଘଟିଛି । ନିବେଶଠାରୁ ନେଇ ଷ୍ଟିଲ୍‌ ସେକ୍ଟର, ଷ୍ଟାର୍ଟ ଅପ୍‌, ଦୁଗ୍ଧ ଉତ୍ପାଦନଠାରୁ ନେଇ କୃଷି, ବିମାନ ଚଳାଚଳ, ଭାରତର ପ୍ରଗତି ଅଭୂତପୂର୍ବ ରହିଛି ।

ମୋଦୀଙ୍କୁ ଘୃଣା କରିବା କ୍ରମରେ ବିରୋଧୀଦଳ ମାନେ ଏବେ ରାଷ୍ଟ୍ରକୁ ଘୃଣା କରିବା ଆରମ୍ଭ କରିଛନ୍ତି । ସେଇଥିପାଇଁ ସେମାନଙ୍କ ନେତାମାନେ ଲଣ୍ଡନ ଯାଉଛନ୍ତି ଏବଂ ଭାରତକୁ ହୀନ ଦୃଷ୍ଟିରେ ଦେଖିବାକୁ ସାମ୍ବାଦିକ ସମ୍ମିଳନୀମାନେ ଆୟୋଜନ କରୁଛନ୍ତି ।

ସେମାନଙ୍କ ଦୃଷ୍ଟିରେ ମୋର ଅପରାଧ କଣ ଆପଣମାନେ ତାହା ଜାଣନ୍ତି? ତାହା ହେଲା ଏଇଆ ଯେ ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ବ୍ୟକ୍ତି ସୁଲତାନ ବଂଶକୁ ଚାଲେଞ୍ଜ କରୁଛି ।

ସେମାନଙ୍କର 55 ବର୍ଷର ଶାସନକାଳ ଭିତରେ ପରିମଳ ବ୍ୟବସ୍ଥା ମାତ୍ର 38% ଛୁଇଁଥିଲା ଏବଂ ଆମର 55 ମାସର ଶାସନକାଳରେ ତାହା ଏବେ 98%ରେ ପହଞ୍ଚିଛିଗ୍ୟାସ ସଂଯୋଗ କ୍ଷେତ୍ରରେ ସେମାନଙ୍କ 55 ବର୍ଷର କ୍ଷମତା ଦଖଲ ଭିତରେ ତାହା ମାତ୍ର 12 କୋଟି ଥିଲା ଏବଂ ଆମର 55 ମାସର ଶାସନ କାଳରେ ତାହା 13 କୋଟି ହୋଇପାରିଛି । ଆମେ ଆମ ପାଞ୍ଚ ବର୍ଷର ଶାସନକାଳରେ ବିକାଶ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରିଛୁ ।

ଏକଥା ଥରେ ଚିନ୍ତା କରି ଦେଖନ୍ତୁ, କଂଗ୍ରେସ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲା । କିନ୍ତୁ ସମାଲୋଚନା କରାଯାଉଛି ମୋଦୀ ଗଣତାନ୍ତ୍ରିକ ଅନୁଷ୍ଠାନକୁ କାଳେ ଧ୍ୱଂସ କରିଦେଉଛି । କଂଗ୍ରେସ ସେନାକୁ ଅପମାନିତ କଲା, ସ୍ଥଳସେନାଧ୍ୟକ୍ଷଙ୍କୁ ଗୁଣ୍ଡା ବୋଲି କହିଲା, କିନ୍ତୁ ମୋଦୀ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନକୁ ମାରି ଦେଉଛି ବୋଲି ନାରା ଉଠିଛି । କଂଗ୍ରେସ ନେତାମାନେ ମନଗଢ଼ା କଥାମାନ ପ୍ରଚାର କଲେ ଯେ ସେନା ବିଦ୍ରୋହ ରଚନା କରୁଛି …. କିନ୍ତୁ ମୋଦୀ କାଳେ ଗଣତନ୍ତ୍ର ଭଳି ଅନୁଷ୍ଠାନକୁ ଗଳାଚିପି ହତ୍ୟା କରୁଛି!

କଂଗ୍ରେସ ନିର୍ବାଚନ କମିଶନ ଓ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛି କିନ୍ତୁ ମୋଦୀ ଅନୁଷ୍ଠାନକୁ ଭାଙ୍ଗିଚାଲିଛି, କଂଗ୍ରେସ ନ୍ୟାୟପାଳିକାକୁ  ଡ଼ରାଉଛି କିନ୍ତୁ ମୋଦୀ ଅନୁଷ୍ଠାନକୁ ଭାଙ୍ଗି ଚାଲିଛି । କଂଗ୍ରେସ ଯୋଜନା ଆୟୋଗକୁ ପଞ୍ଝାଏ ଜୋକର ବୋଲି ଅଭିହିତ କରିଥିଲା  ….କିନ୍ତୁ ମୋଦୀ ଗଣତାନ୍ତ୍ରିକ ଅନୁଷ୍ଠାନକୁ ନାଶ କରୁଛି ବୋଲି ଅଭିଯୋଗ କରାଯାଉଛି ।

କଂଗ୍ରେସ ସମ୍ବିଧାନର ଧାରା 356କୁ ଅନେକ ଥର ଅପବ୍ୟବହାର କରିଛି କିନ୍ତୁ ମୋଦୀ ଅନୁଷ୍ଠାନଗୁଡ଼ିକର କାଳେ ବିନାଶ କରିଚାଲିଛି ।

ଭାରତର ଜନସାଧାରଣ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ଏକ ସରକାରର କାର୍ଯ୍ୟାବଳୀକୁ ଦେଖି ଆସଛନ୍ତି । ସେମାନେ ଏନଡ଼ିଏ ସରକାରର କାର୍ଯ୍ୟକୁ ଭଲଭାବେ ଦେଖିଛନ୍ତି । ସେମାନେ କଦାପି ଏକ ମହାମିଲାବଟ ସରକାର ଚାହିଁବେ ନାହିଁ ଯେଉଁଥିପାଇଁ କୋଲକାତାରେ ସେମାନଙ୍କର ମେଳି ହୋଇଥିଲା ।

ସିଡ଼ବ୍ଲୁଜି 2010 ବେଳେ ଆମର ଖେଳାନୀମାନେ କଠିନ ଭାବେ ପରିଶ୍ରମ କରି ଖେଳିଥିଲେ ଏବଂ ସେମାନେ ଭାରତ ପାଇଁ ମେଡ଼ାଲ ଜିଣିଥିଲେ । କିନ୍ତୁ, କଂଗ୍ରେସ ଦଳର କତିପୟଙ୍କ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଥିଲା ବ୍ୟକ୍ତିଗତ ସଂପତ୍ତି ଠୁଳ କରିବାର ଏକ ମଉକା ।

ୟୁପିଏ ଶାସନ କାଳର ଫୋନ ବ୍ୟାଙ୍କିଙ୍ଗ୍‌ କଥା ଏବେ ସେହିଦଳର ନେତାମାନଙ୍କ ବନ୍ଧୁଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଏଭଳି ପ୍ରିୟାପ୍ରିତିତୋଷଣ କାରଣରୁ ଆମର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଏବେ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ମୁଁ କେବଳ ସଂସଦରେ ଏତିକି ସୂଚାଇବାକୁ ଚାହେଁ ଯେ ଭାରତୀୟ ଜାତୀୟ କଂଗ୍ରେସ ଚାହେଁନାହିଁ ଯେ ଆମର ସଶସ୍ତ୍ର ସେନାବଳ ସୁଦୃଢ଼ ହେଉ । ସେମାନେ ଚାହାନ୍ତିନାହିଁ ଯେ ଆମର ସୁରକ୍ଷା ବ୍ୟବସ୍ଥା ମଜଭୁତ ହେଉ । ସେମାନେ କେଉଁ କମ୍ପାନୀ ପାଇଁ ନିଲାମୀ ଚାହୁଁଛନ୍ତି ଯେଉଁମାନେ ଅତି ଲଜ୍ଜାଜନକ ଭାବେ କାର୍ଯ୍ୟ କରୁଥିଲେ?

ଡ଼କ୍ଟର ବାବା ସାହେବ ଆମ୍ବେଦକର ସଦାବେଳେ ନିଜ ସମୟ ଠାରୁ ଆଗୁଆ ଚିନ୍ତା କରୁଥିଲେ । ସେ କହିଥିଲେ ଯେ କଂଗ୍ରେସରେ ଯୋଗଦେବା ଅର୍ଥ ଆତ୍ମହତ୍ୟା କରିବା ସଙ୍ଗେ ସମାନ ।

ବିଦେଶରୁ ହଜାର ହଜାର ସଂସ୍ଥା ପାଣ୍ଠି  ଓ ଅନୁଦାନ ପାଇ ଆସୁଥିଲେ । ଆମେ ସେ ବ୍ୟବସ୍ଥାରେ ସ୍ୱଚ୍ଛତା ଚାହିଁଲୁ ଏବଂ ଏହି ପ୍ରକ୍ରିୟାରେ ସେହି ସବୁ ସଂଗଠନ ଆପେ ଆପେ ବନ୍ଦ ହୋଇଗଲା । ଏଭଳି ଉତ୍ତରଦାୟିତ୍ୱ ନଥିବା ଅର୍ଥ କାହିଁକି ଦେଶକୁ ଆସୁଥିଲା?

ଦରଦାମ ବୃଦ୍ଧି ଓ କଂଗ୍ରେସ ଗୋଟିଏ ଶବ୍ଦ । ଯେତେବେଳେ ବି କଂଗ୍ରେସ କ୍ଷମତାକୁ ଆସେ, ସବୁ ସାମଗ୍ରୀର ଦରଦାମ ଆପେ ଆପେ ବଢ଼ିଯାଏ । ଏନଡ଼ିଏ ସରକାର ଦରଦାମ ବୃଦ୍ଧିକୁ ରୋକିବା ଦିଗରେ କଠିନ ଶ୍ରମ ସ୍ୱୀକାର କରିଛି ।

ଏହାର କାରଣ କଣ ହୋଇପାରେ ଯେ ୟୁପିଏ ସରକାରଙ୍କ ଅମଳରେ ଏଲଇଡ଼ି ବଲବର ଦାମ ଏତେ ଅଧିକ ଥିଲା?

ଆମ ସରକାର ଭାରତର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଦିଗରେ କାର୍ଯ୍ୟ କରିଆସୁଛି । ସେଥିପାଇଁ ଷ୍ଟେଣ୍ଟର ମୂଲ୍ୟ, ଆଣ୍ଠୁ ଅସ୍ତ୍ରୋପଚାରର ମୂଲ୍ୟ ଏବଂ ଜୀବନ ରକ୍ଷାକାରୀ ଔଷଧପତ୍ରର ମୂଲ୍ୟ ହ୍ରାସ ପାଇଛି । ଏହା ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇଛି ।

ସେପ୍ଟେମ୍ବର 2017 ଠାରୁ ନଭେମ୍ବର 2018 ପର୍ଯ୍ୟନ୍ତ ପାଖାପାଖି 15 ମାସ ଭିତରେ ପ୍ରାୟ 1 କୋଟି  80 ଲକ୍ଷ ଲୋକଙ୍କର ପ୍ରଥମ ଥର ପାଇଁ ପ୍ରୋଭିଡ଼େଣ୍ଟ ଫଣ୍ଡରେ ପଇସା କଟା ଆରମ୍ଭ ହୋଇଛି । ଏଥିରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କ ଭିତରୁ 64% ଲୋକଙ୍କ ଆୟୁ 28 ବୟସ ସୀମା ଭିତରେ  ।

ଏହା ବ୍ୟତୀତ ଆଉ ଗୋଟିଏ ତଥ୍ୟ ମୁଁ ଆପଣମାନଙ୍କୁ ଦେବାକୁ ଚାହେଁ । ତାହା ହେଲା ଆମ ଦେଶରେ ମାର୍ଚ୍ଚ 2014ରେ ପାଖାପାଖି 65 ଲକ୍ଷ ଲୋକଙ୍କୁ ନେସନାଲ ପେନସନ୍‌ ବ୍ୟବସ୍ଥା (ଏନପିଏସ)ରେ ପଞ୍ଜିକୃତ କରାଯାଇଛି । ଗତ ବର୍ଷ ଅକ୍ଟୋବର ମାସରେ ଏ ସଂଖ୍ୟା ବୃଦ୍ଧିପାଇ ପାଖାପାଖି 1 କୋଟି 20 ଲକ୍ଷ ହୋଇଛି । ଏହାକୁ କଣ କୌଣସି ଚାକିରୀ ବିନା କରାଯାଇଛି ବୋଲି କୁହାଯିବ?

ଆଉ ଏକ ପରିସଂଖ୍ୟାନର ଉଦାହରଣ ମୁଁ ଦେଉଛି । ପ୍ରତି ବର୍ଷ ଆୟକର ରିଟର୍ଣ୍ଣ ଦାଖଲ ସମୟରେ ନନ୍‌ କର୍ପୋରେଟ ଟିକସଦାତା ବି ନିଜ ଆୟ ଷୋଷଣା କରିଥାନ୍ତି । ସେମାନଙ୍କୁ ନିଜକୁ ବେତନ ମିଳେନାହିଁ । କିନ୍ତୁ ସେ ଲୋକମାନେ ସେଠାରେ ନିଯୁକ୍ତ ଲୋକଙ୍କୁ ବେତନ ଦେଇଥାନ୍ତି ।

ଗତ ଚାରି ବର୍ଷ ଭିତରେ ଦେଶରେ ଏଭଳି 6 ଲକ୍ଷ 35 ହଜାର ନୂତନ ପ୍ରଫେସନାଲଙ୍କୁ ଯୋଡ଼ାଯାଇଛି । ଆପଣମାନଙ୍କୁ କଣ ଲାଗୁଛି ଯେ ଜଣେ ଡ଼ାକ୍ତର ନିଜର କ୍ଲିନିକ କିମ୍ବା ନର୍ସିଂ ହୋମ ଖୋଲିଛନ୍ତି ଏବଂ ସେଠାରେ କେବଳ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିଛନ୍ତି? କିମ୍ବା ଜଣେ ଚାର୍ଟାର୍ଡ଼ କାଉଣ୍ଟାଣ୍ଟ କେବଳ ଜଣେ ବ୍ୟକ୍ତିଙ୍କୁ ଚାକିରୀରେ ରଖି ନିଜ କାର୍ଯ୍ୟାଳୟ ଚଳାଉଛନ୍ତି?

ହଜାର ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ପରିଯୋଜନାଗୁଡ଼ିକୁ ପୂରଣ କରାଯାଉଛି ।

ଭାରତ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନର ବନ୍ଧୁ ରାଷ୍ଟ୍ର ହୋଇ ରହିବାକୁ ଚାହେଁ । ସେହିଭଳି ଭାରତ ସାଉଦି ଆରବ ଏବଂ ଇରାନ ସହ ସମାନ ଭାବେ ବନ୍ଧୁତ୍ଵପୂଣ୍ଣ ସମ୍ପର୍କ ରକ୍ଷା କରିବାକୁ ଇଚ୍ଛୁକ । ଆମର ବିଦେଶ ନୀତି ଏଭଳି ହୋଇଛି ଯେ ଭାରତର ସ୍ୱର ବିଶ୍ୱ ଦରବାରରେ ଦିନକୁ ଦିନ ଦୃଢ଼ତର ହେଉଛି ।

ଆମେ ଭାରତର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଦାବେଳେ ଚେଷ୍ଟିତ ରହିଛୁ ।

ସେମାନଙ୍କର ଅହଂକାର ସେମାନଙ୍କୁ 400ରୁ ଆଣି 44ରେ ପହଞ୍ଚାଇ ଦେଇଛି । ରାଷ୍ଟ୍ରପ୍ରତି ଆମର ପ୍ରତିବଦ୍ଧତା ଏବଂ କଠିନ ଶ୍ରମ ଆମକୁ 2ରୁ ନେଇ 282ରେ ପହଞ୍ଚାଇଛି ।

ମୁଁ ଆପଣମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିବାକୁ ଚାହେଁ ଯେ ଯେଉଁମାନେ ଏ ଦେଶକୁ ଲୁଟ କରିଛନ୍ତି ସେମାନେ ସମସ୍ତେ ନରେନ୍ଦ୍ର ମୋଦୀଙ୍କୁ ଭୟ କରିବେ ।

ସୂର୍ଯ୍ୟ ଅସ୍ତ ଯିବେ ତ କେଉଁଠି

ତାଙ୍କୁ ସେଇଠି ରହିବାକୁ ହେବ

ଆମର ନିଃଶ୍ୱାସରେ

ଆମର ଶରୀରରେ

ଆମ ସଂକଳ୍ପରେ

ତୁମେ ଉଦାସ ହୁଅନାହିଁ

ଏବେ କୌଣସି ସୂର୍ଯ୍ୟଙ୍କୁ ଅସ୍ତ ହେବାକୁ ଦେବିନାହିଁ ।

 

**********