ପିଏମଇଣ୍ଡିଆ
ଆଦରଣୀୟ ଅଧ୍ୟକ୍ଷ ମହୋଦୟା, ମାନନୀୟ ରାଷ୍ଟ୍ରପତି ମହାଶୟଙ୍କ ଅଭିଭାଷଣ ଉପରେ ତାଙ୍କୁ ଧନ୍ୟବାଦ ବା କୃତଜ୍ଞତା ଜଣାଇବା ପାଇଁ ମୁଁ ସଦନରେ ଆପଣମାନଙ୍କ ଗହଣରେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରି କିଛି କଥା ନିଶ୍ଚୟ କହିବାକୁ ଚାହିଁବି । କାଲି ସଦନରେ ମାନନୀୟ ରାଷ୍ଟ୍ରପତି ମହାଶୟଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ କେତେକ ମାନ୍ୟବର ସଦସ୍ୟ ନିଜର ମତ ବ୍ୟକ୍ତ କଲେ । ଶ୍ରୀମାନ ମଲ୍ଲିକାର୍ଜୁନ ମହାଶୟ, ଶ୍ରୀମାନ ମହମ୍ମଦ ସଲିମ ମହାଶୟ, ଶ୍ରୀମାନ ବିନୋଦ କୁମାର ମହାଶୟ, ଶ୍ରୀମାନ ନରସିଂହନ ଘୋଟା ମହାଶୟ, ଶ୍ରୀ ତାରିକ୍ ଅନୱର ମହାଶୟ, ଶ୍ରୀ ପ୍ରେମସିଂହ ମହାଶୟ, ଶ୍ରୀ ରାଜା ମହାଶୟ, ଜୟପ୍ରକାଶ ନାରାୟଣ ଯାଦବ ମହାଶୟ, କଲ୍ୟାଣ ବାନାର୍ଜୀ, ଶ୍ରୀ ପି. ବେଣୁଗୋପାଳ, ଆନନ୍ଦରାଓ ଅଡସୁଲ ମହାଶୟ, ଆର. କେ. ଭାରତୀ ମୋହନ ମହାଶୟ, ପାଖାପାଖି 34ଜଣ ମାନ୍ୟବର ସଦସ୍ୟ ନିଜର ବିଚାର ବ୍ୟକ୍ତ କଲେ । ବିସ୍ତାରିତ ଭାବେ ଚର୍ଚ୍ଚା ହେଲା । କେହି ସପକ୍ଷରେ କହିଲେ, କେହି ବିପକ୍ଷରେ କହିଲେ । କିନ୍ତୁ ଏହି ସଫଳ ଚର୍ଚ୍ଚା ଏହି ସଦନରେ ହେଲା ଆଉ ରାଷ୍ଟ୍ରପତିଙ୍କର ଭାଷଣ କୌଣସି ଦଳର ହୋଇ ନଥାଏ । ଦେଶର ଆଶା-ଆକାଂକ୍ଷାଗୁଡ଼ିକର ଅଭିବ୍ୟକ୍ତିର ଆଉ ସେହି ଦିଗରେ ହେଉଥିବା କାର୍ଯ୍ୟର ଗୋଟିଏ ଆଲେଖ ହୋଇଥାଏ । ଆଉ ସେହି ଦୃଷ୍ଟିରୁ ରାଷ୍ଟ୍ରପତିଙ୍କର ଭାଷଣର ସମ୍ମାନ ହେବା ଦରକାର । କେବଳ ବିରୋଧ କରିବା ପାଇଁ ବିରୋଧ କରିବା ଏହା କେତେ ଦୂର ଉଚିତ ତାହା ବିଚାର୍ଯ୍ୟ ।
ସଭାପତି ମହୋଦୟା, ଆମ ଦେଶରେ ରାଜ୍ୟଗୁଡ଼ିକର ସଂରଚନା ଆଦରଣୀୟ ଅଟଳ ବିହାରୀ ବାଜପେୟୀ ମହାଶୟ ମଧ୍ୟ କରିଥିଲେ । ତିନୋଟି ନୂତନ ରାଜ୍ୟ ଗଠନ ହୋଇଥିଲା ଆଉ ସେହି ତିନୋଟି ରାଜ୍ୟର ଗଠନରେ ହୁଏତ ଉତ୍ତରପ୍ରଦେଶରୁ ଉତରାଖଣ୍ଡ ଗଠନ ହୋଇଥାଉ, ମଧ୍ୟପ୍ରଦେଶରୁ ଛତିଶଗଡ଼ ଗଠନ ହୋଇଥାଉ, ବିହାରରୁ ଝାଡ଼ଖଣ୍ଡ ଗଠନ ହୋଇଥାଉ, କିନ୍ତୁ ସେହି ସରକାରଙ୍କର ଦୂରଦୃଷ୍ଟି ରହିଥିଲା କି କୌଣସି ମଧ୍ୟ ସମସ୍ୟା ନ ହୋଇ ତିନିଗୋଟି ରାଜ୍ୟ ଅଲଗା ହେବା ମାତ୍ରେ ଯଦି ଯାହା କିଛି ମଧ୍ୟ ଭାଗବଂଟା କରିବାକୁ ଥିଲା ତ ବଂଟାହେଲା, ଅଫିସରମାନଙ୍କୁ ବଦଳି କରିବାର ଥିଲା ତ ଅଫିସରମାନଙ୍କର ବଦଳି – ସମସ୍ତ ଜିନିଷଗୁଡ଼ିକ ସହଜ ଭାବରେ ହେଲା । ନେତୃତ୍ୱ ଯଦି ଦୂରଦ୍ରଷ୍ଟା ହୋଇଥିବେ, ରାଜନୈତିକ ସ୍ୱାର୍ଥରଖି ତରବରିଆ ଭାବେ ଯଦି ନିଷ୍ପତ୍ତି ନିଆ ଯାଇନଥିବ, ତ ସେହି ନିଷ୍ପତ୍ତିଗୁଡ଼ିକ କେତେ ସ୍ୱସ୍ଥ ନିର୍ଣ୍ଣୟ ହୋଇଥାଏ । ତାହାର ଉଦାହରଣ ଅଟଳ ବିହାରୀ ବାଜପେୟୀ ମହାଶୟ ଯେଉଁ ତିନୋଟି ରାଜ୍ୟ ଗଠନ କରିଥିଲେ, ଆଜି ଦେଶ ତାହା ଅନୁଭବ କରୁଛି । ଆପଣଙ୍କ ଚରିତ୍ରରେ ଅଛି ଯେତେବେଳେ ଆପଣ ଭାରତର ବିଭାଜନ କରିଥିଲେ, ଦେଶ ଖଣ୍ଡ ଖଣ୍ଡ କରିଥିଲେ ଆଉ ଯେଉଁ ବିଷ ବୁଣିଥିଲେ । ଆଜି ସ୍ୱାଧୀନତାର 70 ବର୍ଷ ପରେ ଗୋଟିଏ ଦିନ ମଧ୍ୟ ଏମିତି ଯାଉ ନାହିଁ କି ଆପଣଙ୍କର ସେହି ପାପର ଦଣ୍ଡ ଶହେ ପଚିଶ କୋଟି ହିନ୍ଦୁସ୍ଥାନୀ ଭୋଗୁଛନ୍ତି ।
ନିଜ ଦେଶକୁ ଖଣ୍ଡ ଖଣ୍ଡ କରିଥିଲେ ତାହା ମଧ୍ୟ ସେହି ଭାବରେ କଲେ । ଆପଣ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ସଂସଦର ଦ୍ୱାର ବନ୍ଦ କରି ସଦନ ବସି ନଥିଲା, ତେବେ ମଧ୍ୟ ଆନ୍ଧ୍ରର ଲୋକଙ୍କର ଭାବନାକୁ ଆଦର ନ କରି ତେଲଙ୍ଗାନା ଗଠନ କରିବା ସପକ୍ଷରେ ଆମେ ମଧ୍ୟ ଥିଲୁ । ତେଲଙ୍ଗାନା ଆଗକୁ ବଢ଼ୁ ଏହା ସପକ୍ଷରେ ଆମେ ଆଜି ମଧ୍ୟ ଅଛୁ । କିନ୍ତୁ ଆନ୍ଧ୍ର ସହିତ ସେହି ଦିନ ଆପଣ ଯେଉଁ ବୀଜ ବପନ କରିଥିଲେ, ଆପଣ ଯାହା କିଛି ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ କଲେ । ଏହା ହେଉଛି ତାହାର ପରିଣାମ କି ଆଜି ଚାରି ବର୍ଷ ପରେ ମଧ୍ୟ ସମସ୍ୟା କୁହୁଳୁଛି ଆଉ ଏଥିପାଇଁ ଆପଣଙ୍କୁ ଏପ୍ରକାରର ଜିନିଷ ଶୋଭା ଦେଉ ନାହିଁ ।
ସଭାପତି ମହୋଦୟା, କାଲି ମୁଁ କଂଗ୍ରେସ ଦଳର ନେତା ଶ୍ରୀମାନ ଖଡ୍ଗେ ମହାଶୟଙ୍କର ଭାଷଣ ଶୁଣୁଥିଲି । ମୁଁ ଏହା ବୁଝିପାରୁ ନଥିଲି କି ସେ ଟ୍ରେଜେରୀ ବେଂଚକୁ ସମ୍ବୋଧିତ କରୁଥିଲେ, କର୍ଣ୍ଣାଟକର ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ କି ନିଜର ହିଁ ଦଳର ନୀତି ନିର୍ଦ୍ଧାରକଙ୍କୁ ଖୁସି କରିବାର ପ୍ରୟାସ କରୁଥିଲେ । ଆଉ ଯେତେବେଳେ ସେ କାଲି ବଶୀର ବଦ୍ରଙ୍କ ସାୟରୀରୁ ଆରମ୍ଭ କଲେ । ଖଡ୍ଗେ ମହାଶୟ ବଶୀର ବଦ୍ରଙ୍କ ଶାୟରୀ ଶୁଣାଇଲେ । ଆଉ ମୁଁ ଆଶା କରୁଛି କି ସେ ଯେଉଁ ସାୟରୀ ଶୁଣାଇଛନ୍ତି, ତାହା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମହୋଦୟ ନିଶ୍ଚିତ ଭାବେ ଶୁଣିଥିବେ । କାଲି ସେ ସାୟରୀରେ କହିଲେ କି-
‘ଦୁଶମନୀ ଜମକର କରୋ, ଲେକିନ୍ ୟହ ଗୁଂଜାଇସ୍ ରହେ
ଯବ କଭି ହମ ଦୋସ୍ତ ହୋ ଯାଏଁ, ତୋ ଶର୍ମିନ୍ଦା ନ ହୋ’
ମୁଁ ନିଶ୍ଚିତ ଭାବେ ମାନୁଛି କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମହୋଦୟ ଆପଣଙ୍କର ଏହି ଗୁହାରୀ ଣୁଣି ନେଇଥିବେ, କିନ୍ତୁ ଶ୍ରୀମାନ ଖଡ଼୍ଗେ ମହାଶୟ ଆପଣ ଯେଉଁ ବଶୀର ବଦ୍ରଙ୍କ ସାୟରୀ କଥା କହିଲେ, ଭଲ ହୋଇଥାଆନ୍ତା ସେହି ସାୟରୀରେ ଯେଉଁ ଶବ୍ଦ ଆପଣ କହୁଥିଲେ ତାହାର ବିଲକୁଲ ପ୍ରଥମ ଧାଡ଼ିର ଲାଇନକୁ ଯଦି ଆପଣ ମନେ ରଖି ଦେଇ ଥାଆନ୍ତେ ତ ବୋଧହୁଏ ଏହି ଦେଶକୁ ଏହା ନିଶ୍ଚିତ ଭାବେ ଜଣା ପଡ଼ିଥାଆନ୍ତା କି ଆପଣ କେଉଁଠାରେ ଠିଆ ହୋଇଛନ୍ତି । ସେହି ସାୟରୀରେ ବଶୀର ବଦ୍ର ମହାଶୟ ଆଗକୁ କହିଛନ୍ତି-
‘…………… ଜୀ ଚାହତା ହେ ସଚ୍ ବୋଲେ, ଜୀ ବହୁତ୍ ଚାହତା ହେ ସଚ୍ ବୋଲେ,
କ୍ୟା କରେ ହୋସଲା ନହିଁ ହୋତା ।’
ମୁଁ ଜାଣେ ନାହିଁ କି କର୍ଣ୍ଣାଟକ ନିର୍ବାଚନ ପରେ ଖଡ଼୍ଗେ ମହାଶୟ ସେହି ସଠିକ ଜାଗରେ ଥିବେ କି ନ ଥିବେ ଆଉ ଏଥିପାଇଁ ଗୋଟିଏ ପ୍ରକାରରେ ଏହା ତାଙ୍କର ବିଦାୟକାଳୀନ ଭାଷଣ ମଧ୍ୟ ହୋଇପାରେ । ଆଉ ଏଥିପାଇଁ ସାଧାରଣ ଭାବେ ସଦନରେ କୌଣସି ସଦସ୍ୟ ଯଦି ପ୍ରଥମ ଥର ପାଇଁ କହନ୍ତି ତ ସମସ୍ତେ ସମ୍ମାନର ସହିତ ଆଉ ସେହି ଭଳି ଭାବେ ଯେଉଁ ବିଦାୟକାଳୀନ ଭାଷଣ ହୋଇଥାଏ, ତାହାକୁ ମଧ୍ୟ ପାଖାପାଖି ସମ୍ମାନର ଭାବନା ସହିତ ଦେଖା ଯାଇଥାଏ । ଭଲ ହୋଇ ଥାଆନ୍ତା କାଲି କିଛି ମାନନୀୟ ସଦସ୍ୟ ସଂଯମ ରକ୍ଷା କରି ଥା’ନ୍ତେ ଆଉ ଆଦରଣୀୟ ଖଡ୍ଗେ ମହାଶୟଙ୍କର କଥାକୁ ସେହି ସମ୍ମାନର ସହିତ ଶୁଣିଥା’ନ୍ତେ, ତ ଭଲ ହୋଇଥା’ନ୍ତା । ଲୋକତନ୍ତ୍ର ପାଇଁ ଏହା ବହୁତ ଆବଶ୍ୟକ । ବିରୋଧ କରିବାର ଅଧିକାର ଅଛି, କିନ୍ତୁ ସଦନକୁ ବିଶ୍ୱାସକୁ ନେବାର ଅଧିକାର ନାହିଁ ।
ଅଧ୍ୟକ୍ଷ ମହୋଦୟା, କାଲି ମୁଁ ଦେଖୁଛି କି ଯେତେବେଳେ ମଧ୍ୟ ଆମ ବିରୁଦ୍ଧରେ କିଛି ଲୋକ ଆମର କୌଣସି କଥା ଆଲୋଚନା କରିବାକୁ ଯାଆନ୍ତି, ତ ତଥ୍ୟ ତ କମ୍ ରହିଥାଏ । କିନ୍ତୁ ଆମ ସମୟରେ ଏପରି ଥିଲା, ଆମ ସମୟରେ ଏପରି କରିଥିଲୁ, ଆମେ ଏହା କରୁଥିଲୁ, ଅଧିକାଂଶ ସମୟ ସେହି କ୍ୟାସେଟକୁ ବଜାନ୍ତି । କିନ୍ତୁ ଏହା ଭୁଲନ୍ତୁ ନାହିଁ କି ଭାରତ ସ୍ୱାଧୀନ ହେଲା, ତା’ପରେ ମଧ୍ୟ ଯେଉଁ ଦେଶମାନେ ସ୍ୱାଧୀନ ହେଲେ ସେମାନେ ମଧ୍ୟ ଆମଠାରୁ ଦ୍ରୁତ ଗତିରେ ଖୁବ ଆଗକୁ ବଢ଼ି ଗଲେଣି । ଆମେ ବଢ଼ି ପାରି ନାହୁଁ ଏହାକୁ ମାନିବାକୁ ପଡ଼ିବ ଆଉ ଆମର ମାଆ ଭାରତୀକୁ ଆମେ ଖଣ୍ଡ-ଖଣ୍ଡ କରିଦେଲୁ ତା’ପରେ ମଧ୍ୟ ଏ ଦେଶ ଆପଣଙ୍କ ସାଥୀରେ ରହିଥିଲା । ଆପଣ ସେହି ସମୟରେ ଦେଶ ଉପରେ ରାଜୁତି କରୁଥିଲେ । ପ୍ରାରମ୍ଭିକ ତିନି-ଚାରି ଦଶକ ଧରି ବିରୋଧୀ ଦଳ ଏକ ନାମମାତ୍ର ବିରୋଧୀ ଦଳ ଥିଲା । ସେହି ସମୟ ଥିଲା, ଯେତେବେଳେ ଗଣମାଧ୍ୟମର ପରିବ୍ୟାପ୍ତି ମଧ୍ୟ ଖୁବ କମ୍ ଥିଲା ଆଉ ଯାହା ଥିଲା ତାହା ମଧ୍ୟ ଅଧିକାଂଶ ଭାବେ ଦେଶର ଭଲ ହେବ ଏହି ଆଶା ନେଇ ଶାସନ କଳ ସହିତ ଚାଲୁଥିଲେ । ରେଡ଼ିଓ ସଂପୂର୍ଣ୍ଣ ଭାବେ ଆପଣଙ୍କର ହିଁ ଗୀତ ଗାଉଥିଲା ଆଉ କୌଣସି ସ୍ୱର ସେଠାରେ ଶୁଣାଯାଉ ନଥିଲା । ଆଉ ପରେ ଯେତେବେଳେ ଟେଲିଭିଜନ ଆସିଲା ତ ସେହି ଟିଭି ମଧ୍ୟ ସଂପୂର୍ଣ୍ଣ ରୂପେ ଆପଣଙ୍କ ପାଇଁ ସମର୍ପିତ ଥିଲା । ସେ ସମୟରେ ନ୍ୟାୟପାଳିକାରେ ମଧ୍ୟ ଜୁଡ଼ିସିଆରୀର ସର୍ବୋଚ୍ଚ ପଦରେ ମଧ୍ୟ ନିଯୁକ୍ତି କଂଗ୍ରେସ ପାର୍ଟି କରୁଥିଲା । ପାର୍ଟି ଦ୍ୱାରା ସ୍ଥିରୀକୃତ ହେଉଥିଲା ଅର୍ଥାତ୍ ଏତେ ଭୋଗବିଳାସ ଆପଣଙ୍କ ପାଇଁ । ସେ ସମୟରେ ଅଦାଲତରେ ନା କୌଣସି ପିଆଇଏଲ ହେଉଥିଲା ନା କୌଣସି ଏନଜିଓ ଏଭଳି ହାଉଜାଉ ହେଉଥିଲା । ଆପଣ ଯେଉଁ ବିଚାର ଧାରାରେ ଲାଳିତ-ପାଳିତ ହୋଇଛନ୍ତି, ସେମିତି ହିଁ ପରିବେଶ ସେ ସମୟରେ ଦେଶରେ ଆପଣଙ୍କୁ ଉପଲବ୍ଧ ଥିଲା । ବିରୋଧର ଚିହ୍ନ-ବର୍ଣ୍ଣ ନ ଥିଲା । ପଂଚାୟତରୁ ନେଇ ପାର୍ଲାମେଂଟ ପର୍ଯ୍ୟନ୍ତ ଆପଣଙ୍କର ହିଁ ପତାକା ଉଡ଼ୁଥିଲା, କିନ୍ତୁ ଆପଣ ସଂପୂର୍ଣ୍ଣ ସମୟ ଗୋଟିଏ ପରିବାରର ଗୁଣଗାନରେ ଲଗାଇ ଦେଲେ । ଦେଶର ଇତିହାସକୁ ଭୁଲାଇ ଦେଇ ଗୋଟିଏ ହିଁ ପରିବାରକୁ ଦେଶ ମନେ ରଖୁ, ସମସ୍ତ ଶକ୍ତି ସେଥିରେ ଲଗାଇ ଦେଲେ । ସେ ସମୟରେ ଦେଶର ଉତ୍ସାହ ସ୍ୱାଧୀନତାର ପରବର୍ତ୍ତୀ ଦିନର ଥିଲା । ଦେଶକୁ ଆଗକୁ ନେଇ ଯିବାର ଉତ୍ସାହ ଥିଲା, ଆପଣ କିଛି ଦାୟିତ୍ୱର ସହିତ କାମ କରି ଥାଆନ୍ତେ, ତ ଦେଶର ଜନତା ନିକଟରେ ସାମର୍ଥ୍ୟ ଥିଲା ଦେଶକୁ କେଉଁଠାରୁ କେଉଁଠାକୁ ନେଇ ପହଂଚାଇ ଦେଇ ଥାଆନ୍ତା । କିନ୍ତୁ ଆପଣ ନିଜର ହିଁ ବାଜା ବଜାଇ ଚାଲିଲେ । ଆଉ ଏହା ମାନିବାକୁ ପଡ଼ିବ କି ଯଦି ଆପଣ ସଠିକ ଦିଗ ରଖି ଥାଆନ୍ତେ, ସଠିକ ନୀତି ପ୍ରସ୍ତୁତ କରି ଥାଆନ୍ତେ, ଯଦି ନିର୍ମଳ ଉଦ୍ଦେଶ୍ୟ ରଖି ଥାଆନ୍ତେ, ତ ଏହି ଦେଶ ଆଜି ଯେଉଁଠାରେ ଅଛି, ତା’ଠାରୁ କେତେ ଗୁଣା ଆଗରେ ଆହୁରି ଭଲ ଥାଆନ୍ତା । ଏହାକୁ ମନା କରି ପାରିବା ନାହିଁ । ଏହା ହେଉଛି ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ପାର୍ଟିର ନେତାମାନଙ୍କୁ ଏହା ଲାଗୁଛି କି ଭାରତ ନାମରେ ଦେଶଟିର ଜନ୍ମ 15 ଅଗଷ୍ଟ, 1947ରେ ହେଲା । ଯେମିତିକି ଏହା ପୂର୍ବରୁ ଦେଶ ହିଁ ନଥିଲା । ଆଉ କାଲି ମୁଁ ଆଶ୍ଚର୍ଯ୍ୟଚକିତ ଥିଲି, ଏହାକୁ ମୁଁ ଅହଂକାର ବୋଲି କହିବି, ନା ଜାଣିଛି ବୋଲି କହିବି । ବର୍ଷା ଋତୁରେ ନିଜର ଚଉକି ବଂଚାଇବାର ପ୍ରୟାସ ବୋଲି କହିବି । ଯେତେବେଳେ ଏହା କୁହାଗଲା କି ଦେଶକୁ ନେହେରୁ ଲୋକତନ୍ତ୍ର ଦେଇଥିଲେ, ଦେଶକୁ କଂଗ୍ରେସ ଲୋକତନ୍ତ୍ର ଦେଇଥିଲା । ଖଡ୍ଗେ ସାହେବ ଆଜ୍ଞା, କିଛି ତ କମ୍ କରନ୍ତୁ । ମୁଁ ଟିକେ ପଚାରିବାକୁ ଚାହୁଁଛି ଆପଣ ଲୋକତନ୍ତ୍ରର କଥା କହୁଛନ୍ତି । ଆପଣଙ୍କୁ ଜଣାଥିବ ଏହା ଆମର ଦେଶ, ଯେତେବେଳେ ଆପଣ ଯେଉଁ ଲୋକତନ୍ତ୍ରର କଥା କହୁଛନ୍ତି, ଆମ ଦେଶରେ ଯେତେବେଳେ ଲିଚ୍ଛବି ସାମ୍ରାଜ୍ୟ ଥିଲା, ଯେତେବେଳେ ବୁଦ୍ଧ ପରମ୍ପରା ସବୁ ଥିଲା, ସେତେବେଳେ ମଧ୍ୟ ଆମ ଦେଶରେ ଲୋକତନ୍ତ୍ରର ଗୁଞ୍ଜରଣ ଶୁଭୁଥିଲା । ଏହି କଂଗ୍ରେସ, ଆଉ ନେହେରୁ ମହାଶୟ ଲୋକତନ୍ତ୍ରକୁ ଦେଇ ନ ଥିଲେ ।
ବୌଦ୍ଧ ସଂଘ ଏକ ଏଭଳି ବ୍ୟବସ୍ଥା ଥିଲା ଯାହା ଚର୍ଚ୍ଚା, ବିଚାର ବିମର୍ଶ ଏବଂ ମତଦାନର ଆଧାର ଉପରେ ନିଷ୍ପତ୍ତି ଓ ନିର୍ଣ୍ଣୟ କରିବାର ପ୍ରକ୍ରିୟା ଚାଲୁଥିଲା । ଆଉ ଶ୍ରୀମାନ ଖଡ଼୍ଗେ ମହାଶୟ, ଆପଣ ତ କର୍ଣ୍ଣାଟକରୁ ଆସୁଛନ୍ତି ଅତି କମ୍ ରେ ଗୋଟିଏ ପରିବାରର ଭକ୍ତିର ସହିତ । କର୍ଣ୍ଣାଟକର ନିର୍ବାଚନ ପରେ ବୋଧହୁଏ ଆପଣଙ୍କ ଏଠି ବସିବାର ସ୍ଥାନ କିଛି ବଳି ପଡ଼ିବ, କିନ୍ତୁ ଅତି କମରେ ଜଗତ ଗୁରୁ ବସୱେଶ୍ୱରଜୀଙ୍କର ତ ଅପମାନ କରନ୍ତୁ ନାହିଁ । ଆପଣଙ୍କୁ ଜଣାଥିବା ଦରକାର, ଆପଣ କର୍ଣ୍ଣାଟକରୁ ଆସିଛନ୍ତି ଯେଉଁଠାରେ ଜଗତ ଗୁରୁ ବସୱେଶ୍ୱର ଥିଲେ, ଯିଏ ସେହି ସମୟରେ ଅନୁଭବ ମଣ୍ଡପମ୍ ନାମରେ ବ୍ୟବସ୍ଥା କଲେ, ଦ୍ୱାଦଶ ଶତାବ୍ଦୀରେ, ଆଉ ଗାଁର ସମସ୍ତ ନିର୍ଣ୍ଣୟ ଲୋକତାନ୍ତ୍ରିକ ଉପାୟରେ ହେଉଥିଲା । ଆଉ କେବଳ ଏତିକି ହିଁ ନୁହେଁ ନାରୀ ସଶକ୍ତୀକରଣର କାମ ହୋଇଥିଲା ସେହି ସଦନରେ, ସେହି ସଭା ମଧ୍ୟରେ ମହିଳାମାନଙ୍କର ଉପସ୍ଥିତ ରହିବା ଅନିର୍ବାଯ୍ୟ ଥିଲା । ଏହା ଜଗତ ଗୁରୁ ବସୱେଶ୍ୱରଜୀଙ୍କର ସମୟରେ ଲୋକତନ୍ତ୍ରକୁ ପ୍ରୋତ୍ସାହିତ କରିବାର କାମ ଦ୍ୱାଦଶ ଶତାବ୍ଦୀରେ ଏହି ଦେଶରେ ହୋଇଥିଲା । ଲୋକତନ୍ତ୍ର ଆମ ରକ୍ତରେ ଅଛି, ଆମ ପରମ୍ପରାରେ ଅଛି । ଆଉ ବିହାର ମଧ୍ୟରେ ଇତିହାସ ସାକ୍ଷୀ ଅଛି କି ଲିଚ୍ଛବି ସାମ୍ରାଜ୍ୟ ସମୟରେ ଏହି ପ୍ରକାରରେ ଆମର ଏଠି, ଯଦି ଆମେ ପ୍ରାଚୀନ ଇତିହାସ ଆଡ଼କୁ ନିରୀକ୍ଷଣ କରି ଦେଖିବା, ତ ଆମର ଏଠି ଗଣରାଜ୍ୟର ବ୍ୟବସ୍ଥା ଥିଲା, ଅଢ଼େଇ ହଜାର ବର୍ଷ ପୂର୍ବେ ଏଠାରେ ମଧ୍ୟ ଲୋକତନ୍ତ୍ରର ପରମ୍ପରା ଥିଲା । ସହମତି ଏବଂ ଅସହମତିକୁ ଆମର ଏଠାରେ ମାନ୍ୟତା ଥିଲା । ଆପଣମାନେ ଲୋକତନ୍ତ୍ରର କଥା କହୁଛନ୍ତି, ଶ୍ରୀମାନ ମନମୋହନ ସିଂହ ମହାଶୟଙ୍କ ସରକାରରେ ମନ୍ତ୍ରୀ ରହିଥିବା ଆପଣଙ୍କ ଦଳର ନେତା ସେ ଏବେ ଯେତେବେଳେ ଆପଣଙ୍କ ପାର୍ଟି ମଧ୍ୟରେ ନିର୍ବାଚନ ଚାଲୁ ରହିଥିଲା, ତ ସେ ଗଣମାଧ୍ୟମକୁ କ’ଣ କହିଥିଲେ । ସେ କହିଥିଲେ ଜାହାଙ୍ଗୀରଙ୍କ ସ୍ଥାନରେ ଶାହାଜହାନ ଆସିଲେ, ଶାହାଜହାନଙ୍କ ସ୍ଥାନରେ ଔରଙ୍ଗଜେବ ଆସିଲେ । କ’ଣ ସେଠାରେ ନିର୍ବାଚନ ହୋଇଥିଲା କି? ତ ଆମର ଏଠାକୁ ମଧ୍ୟ ଆସିଗଲେ । ଆପଣ ଲୋକତନ୍ତ୍ରର କଥା କହୁଛନ୍ତି । ଆପଣ ଲୋକତନ୍ତ୍ରର ଚର୍ଚ୍ଚା କରୁଛନ୍ତି । ମୁଁ ଟିକେ ପଚାରିବାକୁ ଚାହୁଁଛି, ସେମାନେ କେଉଁ ପ୍ରକାରର ଲୋକତନ୍ତ୍ରର ଚର୍ଚ୍ଚା କରୁଛନ୍ତି, ଯେତେବେଳେ ତାଙ୍କର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହାଇଦ୍ରାବାଦ ବିମାନବନ୍ଦରରେ ଓହ୍ଲାଇ ଥିଲେ, ସେଠାରେ ଆପଣଙ୍କର ହିଁ ପାର୍ଟିରୁ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ, ଅନୁସୂଚିତ ଜାତିର ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ସେବା କରିବାକୁ ଆସିଥିଲେ । ଆଉ ଲୋକତନ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକ ଯେଉଁ ନେହେରୁ ମହାଶୟଙ୍କ ନାମରେ ଆପଣ ଲୋକତନ୍ତ୍ରର ସମସ୍ତ ପରମ୍ପରା ସମର୍ପିତ କରୁଛନ୍ତି । ଶ୍ରୀମାନ ରାଜୀବ ଗାନ୍ଧୀ ହାଇଦ୍ରାବାଦ ବିମାନବନ୍ଦରରେ ଓହ୍ଲାଇ ଏକ ଦଳିତ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ଭାବେ ଅପମାନିତ କରିଥିଲେ । ଜଣେ ନିର୍ବାଚିତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଟି. ଅଞ୍ଜେୟାଙ୍କ ଅପମାନ କରିଥିଲେ, ଆପଣ ଲୋକତନ୍ତ୍ରର କଥା କହୁଛନ୍ତି, ଆଜ୍ଞା, ଆପଣ ଲୋକତନ୍ତ୍ରର ଚର୍ଚ୍ଚା କରୁଛନ୍ତି ତ ସେତେବେଳେ ପ୍ରଶ୍ନ ଏହା ଉଠୁଛି ଆଉ ଏହି ତେଲଗୁଦେଶମ୍ ପାର୍ଟି ଯାହା ଏନ୍.ଟି. ରାମାରାଓ ସେହି ଅପମାନର ଚିତାରୁ ଜନ୍ମ ହୋଇଥିଲେ । ଟି. ଅଞ୍ଜେୟାଙ୍କ ଅପମାନ ହେଲା ତାଙ୍କୁ ସମ୍ମାନ କରିବା ପାଇଁ ରାମାରାଓଙ୍କୁ ନିଜର ଫିଲ୍ମ କ୍ଷେତ୍ର ଛାଡ଼ି ଯଥା ଶୀଘ୍ର ଜନତାଙ୍କ ସେବା କରିବା ପାଇଁ ମୈଦାନକୁ ଆସିବାକୁ ପଡ଼ିଲା ।
ଆପଣମାନେ ଲୋକତନ୍ତ୍ରର କଥା ବୁଝାଉଛନ୍ତି । ଏହି ଦେଶରେ 90 ଥର, 90ରୁ ଅଧିକ ଥର ଧାରା 356ର ଦୁରୁପଯୋଗ କରି ରାଜ୍ୟ ସରକାରଙ୍କୁ ସେହି ରାଜ୍ୟଗୁଡ଼ିକରେ ଜନ୍ମ ନେଉଥିବା ପାର୍ଟିଗୁଡ଼ିକୁ ଆପଣ ନିଜେ ଉପାଡ଼ି ଫୋପାଡ଼ି ଦେଇଛନ୍ତି । ଆପଣମାନେ ପଞ୍ଜାବରେ ଅକାଳୀ ଦଳ ସହିତ କ’ଣ କଲେ? ଆପଣ ମାନେ ତାମିଲନାଡ଼ୁରେ କ’ଣ କଲେ? ଆପଣମାନେ କେରଳରେ କ’ଣ କଲେ? ଏହି ଦେଶର ଲୋକତନ୍ତ୍ରକୁ ଆପଣମାନେ ବିକଶିତ ହେବାକୁ ଦେଲେ ନାହିଁ । ଆପଣ ନିଜ ପରିବାରର ଲୋକତନ୍ତ୍ରକୁ ଲୋକତନ୍ତ୍ର ବୋଲି ମାନୁଛନ୍ତି । ଆଉ ଦେଶକୁ ଆପଣମାନେ ବିଭ୍ରାନ୍ତ କରାଉଛନ୍ତି । କେବଳ ଏତିକି ନୁହେଁ । କଂଗ୍ରେସ ପାର୍ଟିର ଲୋକତନ୍ତ୍ର, ଯେତେବେଳେ ଆତ୍ମାରୁ ସ୍ୱର ଉଠିଥାଏ ତ ସେମାନଙ୍କର ଲୋକତନ୍ତ୍ରକୁ ଦବାଇ ଦିଆଯାଇଥାଏ । ଆପଣମାନେ ଜାଣନ୍ତି କଂଗ୍ରେସ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଲମ ସଂଜୀବ ରେଡ୍ଡୀଙ୍କୁ ପସନ୍ଦ କରିଥିଲେ ଆଉ ରାତାରାତି ତାଙ୍କ ପଛରେ ଛୁରୀକା ଘାତ କରିଦିଆଗଲା । ଅଧିକାରୀକଭାବେ ପ୍ରାର୍ଥୀଙ୍କୁ ପରାଜିତ କରିଦିଆଗଲା । ଆଉ ଏହା ମଧ୍ୟ ତ ଦେଖନ୍ତୁ ସଂଯୋଗ ବଶତଃ ସେ ମଧ୍ୟ ଆନ୍ଧ୍ରରୁ ଆସିଥିଲେ । ଟି ଅଞ୍ଜେୟାଙ୍କ ସହିତ କ’ଣ କଲେ, ଆପଣ ସଞ୍ଜିବ ରେଡ୍ଡୀଙ୍କ ସହିତ କଲେ । ଆପଣ ଲୋକତନ୍ତ୍ରର କଥା ଶୁଣାଉଛନ୍ତି? ଏତିକି ହିଁ ନୁହେଁ ଏବେକାର ଡକ୍ଟର ମନମୋହନ ସିଂହ ମହାଶୟ ଏହି ଦେଶର ପ୍ରଧାନମନ୍ତ୍ରୀ ଥିଲେ ଏବଂ କ୍ୟାବିନେଟର ଏକ ନିଷ୍ପତ୍ତି କଲେ ଲୋକତନ୍ତ୍ରର ମହତ୍ୱପୂର୍ଣ୍ଣ ସଂସ୍ଥା ସମ୍ବିଧାନ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସଂସ୍ଥା ଆପଣଙ୍କର ପାର୍ଟିର ହିଁ ସରକାର ଆଉ ଆପଣଙ୍କର ଦଳର ଏକ ପଦାଧିକାରୀ ସାମ୍ବାଦିକ ସମ୍ମିଳନୀ ଡକାଇ କ୍ୟାବିନେଟର ନିଷ୍ପତ୍ତିଗୁଡ଼ିକୁ ଚିରି ଖଣ୍ଡ-ଖଣ୍ଡ କରି ଫୋପାଡ଼ି ଦେଇଥିଲେ । ଆପଣଙ୍କ ମୁହଁରେ ଲୋକତନ୍ତ୍ର ଶୋଭା ଦିଏ ନାହିଁ । ଆଉ ଏଥିପାଇଁ ଦୟା କରି ଆପଣ ଆମକୁ ଲୋକତନ୍ତ୍ର ବିଷୟରେ ପାଠ ପଢ଼ାନ୍ତୁ ନାହିଁ ।
ମୁଁ ଟିକେ ଆଉ ଏକ ଇତିହାସର କଥା ଆଜି କହୁଛି । କ’ଣ ଏହା ସତ୍ୟ ନୁହେଁ କି ଦେଶରେ କଂଗ୍ରେସକୁ ନେତୃତ୍ୱ ଦେବା ପାଇଁ ନିର୍ବାଚନ ହେଲା । 15 କଂଗ୍ରେସ କମିଟି, ସେଥିମଧ୍ୟରୁ 12କଂଗ୍ରେସ କମିଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବାଛିଥିଲେ । 3ଟି କମିଟି ନୋଟା (ନନ୍ ଅଫ୍ ଦ ଏବଭ୍) ଦେଇଥିଲେ । କାହାକୁ ମଧ୍ୟ ଭୋଟ ନଦେବା ପାଇଁ ନିର୍ଣ୍ଣୟ ନେଇଥିଲେ । ତାହାପରେ ମଧ୍ୟ ନେତୃତ୍ୱ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଦିଆ ଯାଇନଥିଲା । ତାହା କେଉଁ ଭଳିଆ ଲୋକତନ୍ତ୍ର ଥିଲା? ପଣ୍ଡିତ ନେହେରୁଙ୍କୁ ବସାଇ ଦିଆଗଲା । ଯଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହୋଇ ଥାଆନ୍ତେ, ତ ମୋ କାଶ୍ମୀରର ଏହି ଅଂଶ ଆଜି ପାକିସ୍ଥାନ ପାଖରେ ନଥା’ନ୍ତା ।
ଏବେ ଡିସେମ୍ବର ମାସରେ କ’ଣ କଂଗ୍ରେସ ପାର୍ଟିର ଅଧ୍ୟକ୍ଷଙ୍କ ନିର୍ବାଚନ ଥିଲା କିମ୍ବା ଅଭିଷେକ ଥିଲା । ଆପଣଙ୍କର ହିଁ ପାର୍ଟିର ଯୁବକ ଜଣେ ସ୍ୱର ଉତ୍ତୋଳନ କଲେ, ସେ ନିଜର ପ୍ରାର୍ଥୀପତ୍ର ପୂରଣ କରିବାକୁ ଚାହୁଁଥିଲେ । ଆପଣ ତାକୁ ମଧ୍ୟ ରୋକି ଦେଲେ । ଆପଣ ଲୋକତନ୍ତ୍ରର କଥା କହୁଛନ୍ତି । ମୁଁ ଜାଣୁଛି ଏହି ସ୍ୱରକୁ ଦବାଇବା ପାଇଁ ଏତିକି ଚେଷ୍ଟା ଅସଫଳ ହେବା ପାଇଁ ଯାଉଛି । ଶୁଣିବାର ସାହସ ରହିଥିବା ଦରକାର, ଆଉ ଏଥିପାଇଁ ଅଧ୍ୟକ୍ଷ ମହୋଦୟା, ଆମ ସରକାରଙ୍କର ଏହା ହେଉଛି ବିଶେଷତ୍ୱ ଯେ ଏଭଳି ଏକ କାର୍ଯ୍ୟ ସଂସ୍କୃତିକୁ ଆଣିବେ, ଯେଉଁ କାର୍ଯ୍ୟ ସଂସ୍କୃତିରେ କେବଳ ଘୋଷଣା କରି ଖବରକାଗଜର ମୁଖ୍ୟାଂଶରେ ଛାଇଯିବା, କେବଳ ଯୋଜନାମାନ ଘୋଷଣା କରି ଜନତାଙ୍କ ଆଖିରେ ଧୂଳି ପକାଇ ଦେବା, ଏହା ଆମର ସଂସ୍କୃତି ନୁହେଁ । ଆମେ ସେହି ଜିନିଷଗୁଡ଼ିକରେ ହାତ ଦେଉଛୁ ଯାହାକୁ ପୂରଣ କରିବାର ପ୍ରୟାସ ହେବ । ଆଉ ଯେଉଁଗୁଡ଼ିକ ହେଉଛି ଭଲ ଜିନିଷ ସେଗୁଡ଼ିକ କୌଣସି ମଧ୍ୟ ସରକାରଙ୍କ, କାହାର ମଧ୍ୟ ହେଉ ନା କାହିଁକି ଯଦି ସେ ଅଟକି କରି ରହିଛି, ଦେଶର କ୍ଷତି ହେଉଛି, ତ ତାହାକୁ ଠିକ୍-ଠାକ୍ କରି ସଂପୂର୍ଣ୍ଣ କରିବାର ପ୍ରୟାସ କରୁଛୁ । ଲୋକତନ୍ତ୍ରରେ ସରକାର ଆସନ୍ତି-ଯାଆନ୍ତି, ଦେଶ ଗଠିତ ହୋଇ ଚାଲେ ଆଉ ସେହି ସିଦ୍ଧାନ୍ତକୁ ଆମେ ହେଉଛୁ ମାନିବା ଭଳି ଲୋକ । କ’ଣ ଏହା ସତ୍ୟ ନୁହେଁ । ଏହି କର୍ମଚାରୀ, ଏହି ଫାଇଲ, ଏହି କାର୍ଯ୍ୟଶୈଳୀ ଆଉ କ’ଣ କାରଣ ଥିଲା କି ବିଗତ ସରକାରଙ୍କ ବେଳେ ପ୍ରତିଦିନ 11 କିଲୋମିଟର ଜାତୀୟ ରାଜପଥ ତିଆରି ହେଉଥିଲା । ଆଜି ଗୋଟିଏ ଦିନରେ 22 କିଲୋମିଟର ଜାତୀୟ ରାଜପଥ ତିଆରି ହୋଇଛି । ସଡ଼କ ଆପଣ ତିଆରି କରୁଥିଲେ, ଆମେ ମଧ୍ୟ ସଡ଼କ ତିଆରି କରୁଛୁ । ବିଗତ ସରକାରଙ୍କ ଶେଷ ତିନି ବର୍ଷରେ 80 ହଜାର କିଲୋମିଟର ସଡ଼କ ତିଆରି ହୋଇଥିଲା । ଆମ ସରକାରଙ୍କ ତିନି ବର୍ଷରେ ଏକ ଲକ୍ଷ 20 ହଜାର କିଲୋମିଟର ସଡ଼କ ତିଆରି ହୋଇଛି । ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ପାଖାପାଖି 1100 କିଲୋମିଟର ନୂତନ ରେଳ ଲାଇନର ନିର୍ମାଣ ହୋଇଥିଲା । ଆମ ସରକାରଙ୍କ ତିନି ବର୍ଷରେ 2100 କିଲୋମିଟର ହୋଇଛି । ବିଗତ ସରକାରଙ୍କ ଶେଷ ତିନି ବର୍ଷରେ ଅଢ଼େଇ ହଜାର କିଲୋମିଟର ରେଳ ଲାଇନର ବିଜୁଳୀକରଣ ହୋଇଥିଲା । ଏହି ସରକାରଙ୍କ ତିନି ବର୍ଷରେ ଚାରି ହଜାର ତିନି ଶହ କିଲୋମିଟରରୁ ଅଧିକ କାମ ହୋଇଛି । 2011 ପରେ ବିଗତ ସରକାର 2014 ପର୍ଯ୍ୟନ୍ତ ଆପଣ ପୁଣି କହିବେ, ଏହି ଯୋଜନା ତ ଆମର ଥିଲା, ଏହି ପରିକଳ୍ପନା ତ ଆମର ଥିଲା, ଏହାର ଶ୍ରେୟ ତ ହେଉଛି ଆମର, ଏହି ଗୀତ ଗାଇବେ, ସତ୍ୟତା ପ୍ରକୃତରେ କ’ଣ? ଅପଟିକାଲ ଫାଇବର ନେଟୱାର୍କ, ଆପଣଙ୍କର କାର୍ଯ୍ୟ କରିବାର ଉପାୟ କ’ଣ ଥିଲା? ଯେ ପର୍ଯ୍ୟନ୍ତ ବନ୍ଧୁ ବାନ୍ଧବ ଏକାଠି ନ ହେବ କିମ୍ବା ନିଜ ଲୋକଙ୍କର ମେଳା ନ ବସିବ, ଗାଡ଼ି ଆଗକୁ ଚାଲୁ ନଥିଲା । 2011ପରେ 2014 ଯାଏଁ ଆପଣ କେବଳ 59ଟି ପଂଚାୟତରେ ଅପଟିକାଲ ଫାଇବର ପଂହଚାଇଥିଲେ । 2011 ରୁ 2014 ଯାଏଁ ତିନି ବର୍ଷ । ଆମେ ଆସିଲା ପରେ ଏତେ କମ୍ ସମୟରେ ଏକ ଲକ୍ଷରୁ ଅଧିକ ପଂଚାୟତରେ ଅପଟିକାଲ ଫାଇବର ନେଟୱାର୍କ ପଂହଚାଇ ଦେଲୁ । କେଉଁଠି ତିନି ବର୍ଷରେ 60ରୁ ମଧ୍ୟ କମ୍ ଗାଁ ଆଉ କେଉଁଠି ଏକ ଲକ୍ଷରୁ ମଧ୍ୟ ଅଧିକ ଗାଁ, କୌଣସି ହିସାବ ହିଁ ନାହିଁ ଆଜ୍ଞା । ଆଉ ଏଥିପାଇଁ ବିଗତ ସରକାର ସହରୀ ଆବାସ ଯୋଜନା 939ଟି ସହରରେ ଲାଗୁ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) 4320 ସହରରେ ଲାଗୁ କରିଥିଲେ । ଆପଣ ଏକ ହଜାରରୁ ମଧ୍ୟ କମ୍ ଆମେ 4000 ରୁ ମଧ୍ୟ ଅଧିକ । ବିଗତ ସରକାରଙ୍କର ଶେଷ ତିନି ବର୍ଷରେ ମୋଟ 12 ହଜାର ମେଗାୱାଟର ନବୀକରଣ ଯୋଗ୍ୟ ଶକ୍ତିର ନୂତନ କ୍ଷମତା ଯୋଡ଼ା ଗଲା । ଏହି ସରକାରଙ୍କର ତିନି ବର୍ଷରେ 22 ହଜାର ମେଗାୱାଟରୁ ମଧ୍ୟ ଅଧିକ ଯୋଡ଼ାଗଲା । ଜାହାଜ ଶିଳ୍ପର ପଣ୍ୟ ପରିବହନରେ ଆପଣଙ୍କ ସମୟରେ ନକାରାତ୍ମକ ବିକାଶ ହେଉଥିଲା । ଏହି ସରକାର ତିନି ବର୍ଷରେ 11ପ୍ରତିଶତରୁ ଅଧିକ ବିକାଶ କରି ଦେଖାଇଛନ୍ତି । ଯଦି ଆପଣ ମାଟି ସହିତ ଯୋଡ଼ି ହୋଇ ରହିଥା’ନ୍ତେ, ତ ହୁଏତ ଆପଣଙ୍କ ଅବସ୍ଥା ଏପରି ହୋଇ ନଥା’ନ୍ତା । ମୋତେ ଭଲ ଲାଗିଲା ଆମର ଖଡ଼୍ଗେ ମହାଶୟ, ଦୁଇଟି ଜିନିଷ ଗୋଟିଏ ତ ରେଳବାଇ ଆଉ ଅନ୍ୟଟି କର୍ଣ୍ଣାଟକ, ଆଉ ଖଡ଼୍ଗେ ମହାଶୟଙ୍କର ଛାତି ପୂରା ଫୁଲି ଉଠେ । ଆପଣ ବିଦର କଲବୁର୍ଗୀ ରେଳ ଲାଇନ କଥା କହିଲେ । ଟିକେ ଦେଶକୁ ଏହି କଥାର ସତ୍ୟତା ସଂପର୍କରେ ଜଣାଥିବା ଦରକାର । ଏହି କଥା କଂଗ୍ରେସ ମୁହଁରୁ କେବେ କେହି ଶୁଣି ନଥିବେ, କେବେ କହି ନଥିବେ । ଉଦ୍ଘାଟନ ସମାରୋହରେ ମଧ୍ୟ କହି ନଥିବେ, ଶିଳାନ୍ୟାସରେ ମଧ୍ୟ କହି ନଥିବେ । ସତ୍ୟକୁ ସ୍ୱୀକାର କରନ୍ତୁ କି ଏହି ବିଦର କଲବୁର୍ଗୀ 110 କିଲୋମିଟରର ନୂତନ ରେଳ ଲାଇନ ପ୍ରକଳ୍ପ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଞ୍ଜୁର ହୋଇଥିଲା । ଆଉ 2013 ପର୍ଯ୍ୟନ୍ତ ଆପଣଙ୍କର ସରକାର ରହିଲା, ଆପଣ ସ୍ୱୟଂ ରେଳ ମନ୍ତ୍ରୀ ରହିଥିଲେ ଏହା ହେଉଛି ଆପଣଙ୍କର ହିଁ ସଂସଦୀୟ କ୍ଷେତ୍ର ଆଉ ତା’ପରେ ମଧ୍ୟ ଏତେ ବର୍ଷ ମଧ୍ୟରେ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ପରେ କେତେ ବର୍ଷ ହେଲା ଅନୁମାନ ଲଗାନ୍ତୁ କେବଳ 37କିଲୋମିଟରର କାମ ହୋଇଥିଲା, 37 କିଲୋମିଟରର । ଆଉ ସେ କାମ ମଧ୍ୟ ସେତେବେଳେ ହେଲା ଯେତେବେଳେ ୟେଦିୟୁରାପ୍ପା ମହାଶୟ ମୁଖ୍ୟମନ୍ତ୍ରୀ ଥିଲେ ଆଉ ସେ ସେଥିପାଇଁ ପଦକ୍ଷେପ ନେଇଥିଲେ । ସେ ଭାରତ ସରକାରଙ୍କୁ ଯାହା ମାଗିଲେ ଦେବା ପାଇଁ ସହମତି ଦେଇ ଦେଲେ । ସେତେବେଳେ ଯାଇ ଆପଣଙ୍କର ସରକାର ଅଟଳ ବିହାରୀ ବାଜପେୟୀଙ୍କର ସ୍ୱପ୍ନକୁ ଆଗକୁ ବଢ଼ାଇବାର କାମ ଚାଲୁ କଲେ । ଆଉ ତାହା ମଧ୍ୟ ଯେତେବେଳେ ନିର୍ବାଚନ ଆସିଲା ତ ଆପଣଙ୍କୁ ଲାଗିଲା କି ଏହି ରେଳ ଚାଲିବ ତ ଭଲ ହେବ । 110 କିଲୋମିଟର ହେବାର ଥିଲା ସାଢ଼େ ତିନି କିଲୋମିଟରର ଗୋଟିଏ ଅଂଶରେ ଯାଇ ପତାକା ଉଡ଼ାଇ ଆସିଲେ । ଆଉ ଆମେ ଆସି ଏତେ କମ୍ ସମୟରେ 72 କିଲୋମିଟରର ଯେଉଁ ବଳକା କାମ ଥିଲା, ପୂରଣ କଲୁ । ଆଉ ଆମେ ଏହା ଚିନ୍ତା କଲୁ ନାହିଁ କି ଏହା ହେଉଛି ବିରେଧୀ ଦଳ ନେତାଙ୍କର ସଂସଦୀୟ କ୍ଷେତ୍ର, ଏହାକୁ ଏବେ ଗାତରେ ପକାଇ ଦିଅ ଦେଖାଯିବ । ଏଭଳି ପାପ ଆମେ କରୁନାହୁଁ । ଆପଣଙ୍କର ଅଂଚଳ ଥିଲା, କିନ୍ତୁ କାମ ଥିଲା ଦେଶର । ଆମେ ଦେଶର କାମ ଭାବି ତାକୁ ପୂରଣ କଲୁ । ଆଉ ସେହି ସଂପୂର୍ଣ୍ଣ ଯୋଜନାର ଲୋକାର୍ପଣ ମୁଁ କଲି ତା’ହେଲେ ମଧ୍ୟ ଆପଣଙ୍କୁ କଷ୍ଟ ହେଉଛି । ଏହି କଷ୍ଟର ଔଷଧ ବୋଧହୁଏ ଦେଶର ଜନତା ବହୁ ଆଗରୁ କରି ଦେଇଛନ୍ତି ।
ଅଧ୍ୟକ୍ଷ ମହୋଦୟା, ଅନ୍ୟ ଏକ ଚର୍ଚ୍ଚା କରୁଛନ୍ତି ବାଡମେର ବିଶୋଧନାଗାରର । ନିର୍ବାଚନରେ ଭୋଟ ପାଇବା ପାଇଁ, ନିର୍ବାଚନ ପୂର୍ବରୁ ପଥର ଫଳକ ଉପରେ ନାମ ଲେଖି ହୋଇଯିବ ତ ଗାଡ଼ି ଚାଲିବ । ଆପଣ ଯାଇ ବାଡମେରର ବିଶୋଧନାଗାରର ପଥର ପୋତିଦେଲେ, ନାମ ଲେଖାଇଦେଲେ, କିନ୍ତୁ ଯେତେବେଳେ ଆମେ ଆସି କାଗଜ ପତ୍ର ଦେଖୁ ତ ଯେଉଁ ଶିଳାନ୍ୟାସ ହୋଇଥିଲା ବିଶୋଧନାଗାରର ତାହା ସବୁ କେବଳ କାଗଜରେ ହିଁ ଥିଲା ଜମି ଉପରେ ନା ମଞ୍ଜୁରି ଥିଲା, ନା ଜମି ଥିଲା, ନା ଭାରତ ସରକାରଙ୍କ ସହିତ କୌଣସି ଚୁଡାନ୍ତ ଚୁକ୍ତି ଥିଲା । ଆଉ ନିର୍ବାଚନକୁ ଆଖି ଆଗରେ ରଖି ଆଗରୁ ସେଠାରେ ମଧ୍ୟ ପଥର ପୋତି ଦେଲେ । ଆପଣଙ୍କର ତ୍ରୁଟିଗୁଡ଼ିକୁ ସୁଧାରି ସେହି ଯୋଜନାକୁ ସଠିକ୍ ସ୍ୱରୂପ ଦେବାରେ ଭାରତ ସରକାରଙ୍କୁ, ରାଜସ୍ଥାନ ସରକାରଙ୍କୁ ଏତିକି ମୁଣ୍ଡଖର୍ଚ୍ଚ କରିବାକୁ ପଡ଼ିଲା, ତେବେ ଯାଇ ବହୁତ ଅସୁବିଧା ପରେ ତାକୁ ବାହାର କରି ପାରିଲୁ ଆଉ ଆଜି ସେହି କାମକୁ ଆରମ୍ଭ କରି ଦେଇଛୁ ।
ଆସାମରେ ଗୋଟିଏ ଧୋଲା ସାଦିଆ ସେତୁ, ଏହି ଧୋଲା ସାଦିଆ ସେତୁ ଯେତେବେଳେ ଆମେ ଉଦ୍ଘାଟନ କଲୁ ତ ଟିକେ କିଛି ଲୋକଙ୍କୁ ଅସୁବିଧା ହେଲା ଆଉ କହିଦେଲେ ଏହା ତ ଆମର ଥିଲା, ଏହା ହେଉଛି ଖୁବ ସହଜ । ଏହା କେବେ ହେଲେ ମଧ୍ୟ କହି ନାହାଁନ୍ତି ଯେତେବେଳେ ସେହି ପୋଲର କାମ ଆଗକୁ ବଢ଼ୁଥିଲା, କେବେ ସଦନରେ ପ୍ରଶ୍ନ ଉଠିଛି, କେବେ ଏହା କହିବାର ସଚ୍ଚୋଟତା ଦେଖାଇ ନାହାଁନ୍ତି କି ଏହି କାମ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସ୍ଥିର ହୋଇଥିଲା ଆଉ ତାହା ମଧ୍ୟ ଆମର ଜଣେ ବିଜେପିର ବିଧାୟକ ସେ ବିସ୍ତୃତ ଭାବେ ଅଧ୍ୟୟନ କରି ଦାବି ଉଠାଇଥିଲେ ଆଉ ଅଟଳ ବିହାରୀ ଜୀ ତାଙ୍କ କଥାକୁ ମାନିଥିଲେ ଆଉ ସେଥିରୁ ଏହା ତିଆରି ହୋଇଥିଲା । ଆଉ 2014ରେ ଆମ ସରକାର ଗଠନ ହେବା ପରେ ନର୍ଥ-ଇଷ୍ଟ, ଉତ୍ତର-ପୂର୍ବର ଅଂଚଳଗୁଡ଼ିକୁ ଆମେ ପ୍ରାଥମିକତା ଦେଲୁ, ଆଉ ସେଗୁଡ଼ିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାର କାମ ଆମେ କଲୁ ଆଉ ତେବେ ଯାଇ ସେହି ସେତୁ ନିର୍ମାଣ ହୋଇ ପାରିଲା । ଏତିକି ହିଁ ନୁହେଁ ମୁଁ ଗର୍ବର ସହ କହି ପାରିବି ଏହା ହେଉଛି ସେହି ସରକାର ଯିଏ ଦେଶରେ ଆଜି ସବୁଠାରୁ ଦୀର୍ଘ ସୁଡ଼ଙ୍ଗ, ସବୁଠାରୁ ଦୀର୍ଘ ଗ୍ୟାସ ପାଇପ୍ ଲାଇନ୍, ସବୁଠାରୁ ଦୀର୍ଘ ସମୁଦ୍ର ଭିତରେ ପୋଲ, ସବୁଠାରୁ ଦ୍ରୁତତମ ଟ୍ରେନ୍ ଏ ସମସ୍ତ ନିର୍ଣ୍ଣୟ ଏହି ସରକାର କରି ପାରନ୍ତି ଆଉ ସମୟସୀମାରେ ଆଗକୁ ବଢ଼ୁଛନ୍ତି । ଏହି ସମୟରେ 104 ଉପଗ୍ରହ ଛାଡ଼ିବାର ସାହସ ମଧ୍ୟ ଏହି ସମୟରେ ହୋଇଛି ।
ଏହି କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ଯାହା ରାଷ୍ଟ୍ରପତି ମହାଶୟ ନିଜର ଅଭିଭାଷଣରେ ଉଲ୍ଲେଖ କଲେ ଆଉ ମୁଁ କହିବାକୁ ଚାହିଁବି ଲୋକତନ୍ତ୍ର କିପରି ହୋଇଥାଏ । ଶାସନରେ ରହି ପ୍ରତ୍ୟେକଙ୍କର ସାମ୍ନା କିପରି ହୋଇଥାଏ । ଲାଲକିଲ୍ଲାରୁ ଭାଷଣ ବାହାର କରନ୍ତୁ । ସ୍ୱାଧୀନତାର ସମସ୍ତ କଂଗ୍ରେସ ନେତାମାନଙ୍କର ଲାଲକିଲ୍ଲାର ଭାଷଣ ବାହାର କରନ୍ତୁ ଗୋଟିଏ ମଧ୍ୟ ଭାଷଣ ଏପରି ଥିବ ଯେଉଁଥିରେ କେହି କହିଥିବେ କି ଦେଶରେ ଯେଉଁ ପ୍ରଗତି ହୋଇଛି, ସେଥିରେ ସମସ୍ତ ସରକାରଙ୍କର ଯୋଗଦାନ ରହିଛି । ପୂର୍ବତନ ସରକାରଙ୍କର ଯୋଗଦାନ ରହିଛି, ଏଭଳି ଗୋଟିଏ ବାକ୍ୟ ଲାଲକିଲ୍ଲାରୁ କଂଗ୍ରେସ ନେତାମାନେ କହିଥିବେ, ତ ଟିକେ ଇତିହାସକୁ ଖୋଜି ବାହାର କରି ଆଣନ୍ତୁ । ଏହି ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ କହେ କି ଦେଶ ଆଜି ଯେଉଁଠି ପହଂଚିଛି ପୁରୁଣା ସମସ୍ତ ସରକାରଙ୍କର ମଧ୍ୟ ଯୋଗଦାନ ରହିଛି, ରାଜ୍ୟ ସରକାରଙ୍କର ମଧ୍ୟ ଯୋଗଦାନ ରହିଛି ଆଉ ଦେଶବାସୀଙ୍କର ଯୋଗଦାନ ରହିଛି । ଖୋଲାଖୋଲି ଭାବେ ସ୍ୱୀକାର କରିବାର ସାହସ ଆମର ଅଛି ଆଉ ଏହା ଆମ ଚରିତ୍ରରେ ରହିଛି ।
ମୁଁ ଆଜି କହିବାକୁ ଚାହୁଁଛି କି ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ତ ସେହି ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୁଜରାଟର ସୁବର୍ଣ୍ଣ ଜୟନ୍ତୀର ବର୍ଷ ଥିଲା । ଆମେ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରିବାର ଯେଉଁ କାର୍ଯ୍ୟକ୍ରମ କରିଥିଲୁ, ସେଥିରୁ ଗୋଟିଏ କାର୍ଯ୍ୟକ୍ରମ କରିଥିଲୁ, ରାଜ୍ୟପାଳ ମହାଶୟଙ୍କର ଯେତକି ମଧ୍ୟ ଭାଷଣ ଥିଲା, ଗଭର୍ଣ୍ଣରଙ୍କର, ରାଜ୍ୟପାଳଙ୍କର ଭାଷଣ କ’ଣ ହୋଇଥାଏ, ଯେପରି ରାଷ୍ଟ୍ରପତିଙ୍କର ଭାଷଣ ସେହି ସରକାରଙ୍କର କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ ଥାଏ । ରାଜ୍ୟପାଳଙ୍କ ଭାଷଣରେ ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ବୟାନ କରିଥାଏ । ଗୁଜରାଟ ଗଠନ ହେବା ପରେ, କଂଗ୍ରେସର ସରକାର ମଧ୍ୟ ଥିଲା । କିନ୍ତୁ ଆମେ ଗୁଜରାଟ ପ୍ରତିଷ୍ଠା ହେବାର 50 ବର୍ଷର ଯାତ୍ରାରେ ଯେତେ ରାଜ୍ୟପାଳଙ୍କ ଭାଷଣ ଥିଲା, ଯେଉଁଥିରେ ସମସ୍ତ ସରକାରଙ୍କର କାମର ବର୍ଣ୍ଣନା ଥିଲା, ତାହାର ଏକ ଗ୍ରନ୍ଥ ପ୍ରସ୍ତୁତ କଲୁ ଏବଂ ତାହାକୁ ସଂରକ୍ଷିତ କରି ରଖିବା ପାଇଁ କାର୍ଯ୍ୟ କଲୁ । ଲୋକତନ୍ତ୍ର ଏହାକୁ କୁହାଯାଏ । ଆପଣମାନେ ଦୟାକରି, ପ୍ରତ୍ୟେକ କାର୍ଯ୍ୟ ଆପଣମାନେ ହିଁ କରିଛନ୍ତି, ଆପଣମାନଙ୍କର ଏହି ପରିବାର କରିଛି । ଏହି ମାନସିକତା କାରଣରୁ ଆଜି ଆପଣମାନଙ୍କୁ ସେଠାରେ ଯାଇ ବସିବାର ସୁଯୋଗ ଆସିଛି । ଆପଣମାନେ ଦେଶକୁ ସ୍ୱୀକାର କରି ନାହାଁନ୍ତି ଆଉ ଏଥିପାଇଁ ଆଜି ଏହି କାରଣରୁ ହିଁ ଦୁଇ ଗୁଣ ଗତିରେ ସଡ଼କ ତିଆରି ହେଉଛି । ରେଳ ଲାଇନ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ବନ୍ଦରର ବିକାଶ ହେଉଛି, ଗ୍ୟାସ ପାଇପ ଲାଇନ୍ ବିଛା ଯାଉଛି, ବନ୍ଦ ପଡ଼ିଥିବା ସାର କାରଖାନା ତାକୁ ଖୋଲିବାର କାମ ଚାଲୁ ରହିଛି, କୋଟି-କୋଟି ଘରେ ଶୌଚାଳୟ ତିଆରି ହେଉଛି, ଆଉ ରୋଜଗାରର ନୂତନ ସୁଯୋଗ ଉପଲବ୍ଧ ହେଉଛି ।
ମୁଁ ଟିକେ କଂଗ୍ରେସର ବନ୍ଧୁମାନଙ୍କୁ ପଚାରିବାକୁ ଚାହୁଁଛି, ରୋଜଗାର ଏବଂ ବେକାରୀର ଆଲୋଚନା କରୁଥିବା ଲୋକମାନଙ୍କୁ ପଚାରିବାକୁ ଚାହୁଁଛି । ଆପଣ ଯେତେବେଳେ ବେକାରୀର ପରିସଂଖ୍ୟାନ ଦେଉଛନ୍ତି, ତ ଆପଣ ମଧ୍ୟ ଜାଣିଛନ୍ତି, ଦେଶ ମଧ୍ୟ ଜାଣିଛି, ମୁଁ ମଧ୍ୟ ଜାଣିଛି କି ଆପଣ ସାରା ଦେଶର ସମସ୍ତ ବେକାରୀର ପରିସଂଖ୍ୟାନ ଦେଉଛନ୍ତି । ଯଦି ସାରା ଦେଶର ବେକାରୀର ପରିସଂଖ୍ୟାନ ଦେଉଛନ୍ତି, ତ ସମଗ୍ର ଦେଶର ରୋଜଗାରର ପରିସଂଖ୍ୟାନ କଥା ମଧ୍ୟ ଜଣାଇବାର ଅଛି । ଏବେ ଆପଣମାନଙ୍କୁ ଆମର କଥା ଉପରେ ଭରସା ହେବ ନାହିଁ, ମୁଁ ଟିକେ କିଛି କହିବାକୁ ଚାହୁଁଛି ଆଉ ଆପଣ ରେକର୍ଡ ପାଖରେ ରହନ୍ତୁ, ପଶ୍ଚିମବଙ୍ଗର ସରକାର, କର୍ଣ୍ଣାଟକର ସରକାର, ଓଡ଼ିଶାର ସରକାର, ଆଉ କେରଳର ସରକାର ଆମେ ତ ସେଠାରେ ନାହୁଁ, ନା କୌଣସି ଏନଡିଏ ଅଛି, ଏହି ଚାରି ରାଜ୍ୟର ସରକାର ସ୍ୱୟଂ ଯାହା ଘୋଷଣା କରିଛନ୍ତି, ସେ ହିସାବରେ ବିଗତ ତିନି-ଚାରି ବର୍ଷରେ ଏହି ଚାରି ରାଜ୍ୟ ସରକାର ଦାବି କରୁଛନ୍ତି କି ପାଖାପାଖି ଏକ କୋଟି ଲୋକଙ୍କୁ ରୋଜଗାର ମିଳିଛି । କ’ଣ ଆପଣ ତାକୁ ମଧ୍ୟ ଅସ୍ୱୀକାର କରିବେ କି? କ’ଣ ଆପଣ ସେହି ରୋଜଗାରକୁ ରୋଜଗାର ବୋଲି ମାନିବେ ନାହିଁ କି? ବେକାରୀ ଦେଶର ଆଉ ସମଗ୍ର ଦେଶରେ ରୋଜଗାରର କାର୍ଯ୍ୟ, ଆଉ ମୁଁ ଏଥିରେ ଦେଶର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରାଜ୍ୟର ଚର୍ଚ୍ଚା କରୁ ନାହିଁ, ଏନଡ଼ିଏ ସରକାରଙ୍କର ଚର୍ଚ୍ଚା କରୁ ନାହିଁ, ମୁଁ ସେ ସରକାରଙ୍କର ଚର୍ଚ୍ଚା କରୁଛି ଯେଉଁ ସରକାରରେ ଆପଣମାନଙ୍କର ଲୋକ ରହିଛନ୍ତି ଆଉ ରୋଜଗାର ଦାବି କରୁଛନ୍ତି । ତା’ହେଲେ ଆପଣ ଅସ୍ୱୀକାର କରି ଦିଅନ୍ତୁ କି ଆପଣଙ୍କ କର୍ଣ୍ଣାଟକ ସରକାର ଯେଉଁ ପରିସଂଖ୍ୟାନ ଆଧାରରେ କହୁଛନ୍ତି, ମିଛ କହୁଛନ୍ତି । କହନ୍ତୁ ।
ଆଉ ଏଥିପାଇଁ ଦେଶକୁ ବିଭ୍ରାନ୍ତ କରିବାର ଚେଷ୍ଟା କରନ୍ତୁ ନାହିଁ ଆଉ ମୋ ଦେଶର ସମସ୍ତ ରାଜ୍ୟରେ ରୋଜଗାର ପାଇଁ ଭାରତ ସରକାର ଯେଉଁ ପ୍ରୟାସ କରିଛନ୍ତି ତାଙ୍କର ଯୋଜନାଗୁଡ଼ିକ ଆଉ ଆପଣମାନେ ଜାଣିଛନ୍ତି ଗୋଟିଏ ବର୍ଷ ଭିତରେ ଇପିଏଫ୍ ରେ 70 ଲକ୍ଷ ନୂତନ ନାମ ପଞ୍ଜିକୃତ ହୋଇଛି ଆଉ ଏହା 18ରୁ 25 ବର୍ଷର ଯୁବକ ରହିଛନ୍ତି, ପୁଅ-ଝିଅ ରହିଛନ୍ତି ଆଉ ଏହାଙ୍କର ନାମ ଯୋଡ଼ି ହୋଇଛି । ଏହା କ’ଣ ରୋଜଗାର ନୁହେଁ କି? ଏତିକି ହିଁ ନୁହେଁ ଯେ କେହି ଡାକ୍ତର ହୁଅନ୍ତୁ, କେହି ଇଂଜିନିୟର ହୁଅନ୍ତୁ, କେହି ଓକିଲ ହୁଅନ୍ତୁ, କେହି ଚାଟାର୍ଡ ଏକାଉଣ୍ଟାଣ୍ଟ ହୁଅନ୍ତୁ । ଏମାନେ ନିଜର ବ୍ୟବସାୟ ଆରମ୍ଭ କଲେ । ନିଜର କମ୍ପାନୀରେ ଲୋକମାନଙ୍କୁ କାମ ଦେଲେ । ନିଜର ରୋଜଗାର ବଢ଼ାଇଲେ । ଆପଣ ଏମାନଙ୍କୁ ଗଣିବାକୁ ପ୍ରସ୍ତୁତ ନୁହଁନ୍ତି । ଆଉ ଆପଣ ଜାଣନ୍ତି, ଭଲ ଭାବରେ ଜାଣନ୍ତି ଔପଚାରିକ କ୍ଷେତ୍ରରେ କେବଳ 10 ପ୍ରତିଶତ ରୋଜଗାର ହୋଇଥାଏ, ଅନୌପଚାରିକ କ୍ଷେତ୍ରରେ 90 ପ୍ରତିଶତ ହୋଇଥାଏ । ଆଉ ଆଜି ଅନୌପଚାରିକକୁ ମଧ୍ୟ ଔପଚାରିକ କ୍ଷେତ୍ରକୁ ଆଣିବା ପାଇଁ ଏଭଳି କେତେକ ପଦକ୍ଷେପ ଏବଂ କେତେକ ଯୋଜନା ତିଆରି କରିବା ଦିଗରେ ସଫଳତାପୂର୍ବକ ପ୍ରୟାସ କରିଛୁ । ଏତିକି ହିଁ ନୁହେଁ, ଆଜି ଦେଶର ମଧ୍ୟମ ବର୍ଗୀୟ ପରିବାରର ଯୁବକ ସେ ଚାକିରି ପାଇଁ ଭିକ ମାଗିବା ଭଳି ଲୋକଙ୍କ ମଧ୍ୟରେ ଜଣେ ହୋଇ ରହିନାହିଁ, ସେ ସମ୍ମାନର ସହିତ ଜୀଇଁବାକୁ ଚାହୁଁଛି, ସେ ନିଜ ପରିଶ୍ରମ ଆଧାରରେ ଜୀଇଁବାକୁ ଚାହୁଁଛି । ମୁଁ ଏଭଳି ଅନେକ ଆଇଏଏସ୍ ଅଫିସରଙ୍କୁ ଦେଖିଛି, କେବେ ପଚାରିଛି କି ଆପଣଙ୍କ ସନ୍ତାନ କ’ଣ କରୁଛନ୍ତି? ଅଧିକାଂଶ କ୍ଷେତ୍ରରେ ମୁଁ ଭାବିଥାଏ କି ବୋଧହୁଏ ସେମାନେ ମଧ୍ୟ ବାବୁ ହେବେ । କିନ୍ତୁ ଆଜିକାଲି ସେମାନେ ମୋତେ କହୁଛନ୍ତି କି ସାର୍ ସମୟ ବଦଳି ଯାଇଛି । ଆମ ପିତାଙ୍କ ସାମ୍ନାରେ ଆମେ ଥିଲୁ ତ ଆମେ ସରକାରୀ ଚାକିରି ଖୋଜି-ଖୋଜି ଏଠାରେ ପହଂଚିଗଲୁ । ଆଜି ଆମ ପିଲାଙ୍କୁ ଆମେ କହୁଛୁ କି ପୁଅ, ଏଠାକୁ ଆସିଯାଅ, ସେମାନେ ମନା କରୁଛନ୍ତି ଆଉ ସେମାନେ କହୁଛନ୍ତି କି ମୁଁ ତ ଷ୍ଟାର୍ଟ ଅପ୍ ଆରମ୍ଭ କରିବି । ସେ ବିଦେଶରୁ ପଢ଼ି ଆସିଛି, କହିଲା ମୁଁ ଷ୍ଟାର୍ଟ ଅପ୍ ଆରମ୍ଭ କରିବି । ସମସ୍ତ ଦୂର ଦେଶର ଯୁବକଙ୍କଠାରେ ଏହି ଅଭିଳାଷ ରହିଛି ଆଉ ଭାରତ ନେତୃତ୍ୱରେ କେହି ମଧ୍ୟ ଦଳ ହେଉ, ମଧ୍ୟମବର୍ଗୀୟ କରିତକର୍ମା ଯେଉଁ ଯୁବକ ଅଛନ୍ତି, ତାଙ୍କର ଅଭିଳାଷକୁ ଶକ୍ତି ଦେବା ଆବଶ୍ୟକ, ସେମାନଙ୍କୁ ନିରାଶ କରୁଥିବା କାମ କରିବା ଆବଶ୍ୟକ ନୁହେଁ, ଆଉ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, କୌଶଳ ବିକାଶ ଯୋଜନା, ଉଦ୍ୟୋଗୀତା ପ୍ରଶିକ୍ଷଣର ଯୋଜନା ଏ ସମସ୍ତ କଥା ଦେଶର ମଧ୍ୟମ ବର୍ଗର ଶକ୍ତିମାନ ଯୁବକମାନଙ୍କୁ ସେମାନଙ୍କ ଅଭିଳାଷକୁ ଶକ୍ତି ଦେବା ପାଇଁ ଆମେ ପ୍ରୟାସ କରୁଛୁ ଆଉ ଏହାର ପରିଣାମ ହେଉଛି କି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ 10 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଛି । ଏହି ପରିସଂଖ୍ୟାନ କମ୍ ନୁହେଁ । ଆଉ ଏବେ ସ୍ଥିର ହୋଇଛି ଏହି ଦଶ କୋଟି ଋଣ ମଞ୍ଜୁରିରେ କେଉଁଠି କାହାର ଅଟକି ଯାଇଛି, ମଝିରେ କିଏ ଦଲାଲ ଆସିଛି, ଏଭଳି କୌଣସି ଅଭିଯୋଗ ଆସି ନାହିଁ ଆଉ ଏହା ମଧ୍ୟ ଏହି ସରକାରଙ୍କ କାର୍ଯ୍ୟ ସଂସ୍କୃତିର ହେଉଛି ପରିଣାମ । ଏହା ମଧ୍ୟ ହେଉଛି ସେହି ସଂସ୍କୃତିର ପରିଣାମ, କୌଣସି ମଧ୍ୟସ୍ଥି ଆସି ନାହାଁନ୍ତି । ଆଉ ତା’ର କାରଣ ଥିଲା କି ଆମେ ଯେଉଁ ପ୍ରକଳ୍ପ ତିଆରି କରିଛୁ, ନୀତି ନିୟମ ତିଆରି କରିଛୁ, ତା’ର ପରିଣାମ ଏହା ଥିଲା କି ତାଙ୍କୁ ବିନା କୌଣସି ଗ୍ୟାରେଂଟିରେ ବ୍ୟାଙ୍କକୁ ଯାଇ ଧନ ମିଳି ପାରୁଛି । ଆଉ ଏହି ଦଶ କୋଟି ଋଣ ମଞ୍ଜୁର ହୋଇଛି, ଯେଉଁଥିରୁ ଚାରି ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଏତିକି ନୁହେଁ । ଏହି ଋଣ ପାଇଥିବା ଲୋକଙ୍କ ମଧ୍ୟରୁ ତିନି କୋଟି ଲୋକ ହେଉଛନ୍ତି ନୂଆ ଉଦ୍ୟମୀ, ଯେଉଁମାନଙ୍କ ଜୀବନରେ କେବେ ଏଭଳି ସୁଯୋଗ ଆସି ନଥିଲା, କ’ଣ ଏହା ଭାରତରେ ରୋଜଗାର ବୃଦ୍ଧି କରିବାର କାମ ହେଉ ନାହିଁ, କିନ୍ତୁ ଆପଣମାନେ ଆଖି ବନ୍ଦ କରି ରଖିଛନ୍ତି । ଆଉ ଏଥିପାଇଁ ଆପଣ ସମସ୍ତେ ନିଜ ଗୀତ ଗାଇବାରୁ ଉପରକୁ ଉଠି ପାରୁ ନାହାଁନ୍ତି, ଆଉ ଏହି ମାନସିକତା ଆପଣମାନଙ୍କୁ ସେହିଠାରେ ରଖିଦେବ ଆଉ ଏହା ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କର କହିବା କଥା କି ସତ୍ୟ ଏହା ଯେ ଆପଣ ଛୋଟ ମନରେ କେହି ବଡ଼ ହୁଏ ନାହିଁ, ଅଟଳ ବିହାରି ବାଜପେୟୀ କହିଛନ୍ତି କି ‘ଛୋଟ ମନରେ କେହି ବଡ଼ ହୁଏ ନାହିଁ ଆଉ ଭଙ୍ଗା ମନରେ କେହି ଠିଆ ହୋଇ ପାରେ ନାହିଁ ।’ ଆଉ ଏଥିପାଇଁ ଆପଣ ସେହିଠାରେ ହିଁ ରହିଯିବେ, ସେହିଠାରେ ଆପଣଙ୍କୁ ଚଳିବାର ଅଛି ।
ମୁଁ ଟିକେ ପଚାରିବାକୁ ଚାହୁଁଛି ଏମାନେ ସମସ୍ତେ ଆମ ସମୟର, ଆମ ସମୟର ଗୀତ ଗାଇ ଚାଲିଥିଲେ । 80 ଦଶକରେ ଆମ ଦେଶରେ ଏହି ଗୁଞ୍ଜରଣ ଶୁଣିବାକୁ ମିଳୁଥିଲା । ଏକବିଂଶ ଶତାବ୍ଦୀ ଆସୁଛି, ଏକବିଂଶ ଶତାବ୍ଦୀ ଆସୁଛି, ଏକବିଂଶ ଶତାବ୍ଦୀ ଆସୁଛି । ଆଉ ସେହି ସମୟରେ ଏହି କଂଗ୍ରେସର ନେତା ପ୍ରତ୍ୟେକଙ୍କୁ ଏକବିଂଶ ଶତାବ୍ଦୀର ଏକ କାଗଜ ଦେଖାଉଥିଲେ । ଯୁବକ ନେତା ଥିଲେ, ନୂଆ-ନୂଆ ଆସିଥିଲେ, ନିଜ ଅଜାଙ୍କଠାରୁ ମଧ୍ୟ ଅଧିକ ଆସନ ଜିତି କରି ଆସିଥିଲେ ଆଉ ଦେଶର ଜନତା ଏକବିଂଶ ଶତାବ୍ଦୀ, ଏକବିଂଶ ଶତାବ୍ଦୀ.. ଆଉ ମୁଁ ସେହି ସମୟରେ ଗୋଟିଏ ବ୍ୟଙ୍ଗ ଚିତ୍ର ଦେଖିଥିଲି, ତାହା ବେଶ୍ ଉତ୍ସାହଜନକ ବ୍ୟଙ୍ଗ ଚିତ୍ର ଥିଲା କି ଟ୍ରେନ ପାଖରେ ପ୍ଲାଟଫର୍ମରେ ଜଣେ ଯୁବକ ଠିଆ ହୋଇଛି ଆଉ ସାମ୍ନାରୁ ଟ୍ରେନ ଆସୁଛି । ଟ୍ରେନ ଉପରେ ଲେଖା ଥିଲା ଏକବିଂଶ ଶତାବ୍ଦୀ, ଆଉ ଏହି ଯୁବକ ସେହି ଦିଗକୁ ଦୌଡ଼ୁଛି । ଜଣେ ବୟସ୍କ ଲୋକ କହିଲେ ଠିଆ ହୋଇ ରୁହ ତାହା ତ ଆସିବାର ଅଛି ତୁମକୁ କିଛି କରିବାର ଆବଶ୍ୟକତା ନାହିଁ । 80 ଦଶକରେ ଏକବିଂଶ ଶତାବ୍ଦୀର ସ୍ୱପ୍ନ ଦେଖା ଯାଉଥିଲା । ବହୁତ ଡେରି ପର୍ଯ୍ୟନ୍ତ ଏକବିଂଶ ଶତାବ୍ଦୀର ଭାଷଣ ଶୁଣା ଯାଉଥିଲା ଆଉ ଏକବିଂଶ ଶତାବ୍ଦୀର କଥା କହୁଥିବା ସରକାର ଏହି ଦେଶରେ ବିମାନ ଚଳାଚଳ ନୀତି ମଧ୍ୟ ଆଣି ପାରି ନଥିଲେ । ଯଦି ଏକବିଂଶ ଶତାବ୍ଦୀରେ ବିମାନ ଚଳାଚଳ ନୀତି ନଥିବ, ଆପଣମାନେ କିପରି ଏପରି ଏକବିଂଶ ଶତାବ୍ଦୀ କଥା ଚିନ୍ତା କରିଥିଲେ? ବଳଦଗାଡ଼ି ଭଳି, ଏହାକୁ ଆପଣ ଚଲାଉଛନ୍ତି ।
ଭାଇ ଓ ଭଉଣୀମାନେ, ଅଧ୍ୟକ୍ଷ ମହୋଦୟା, ଗୋଟିଏ ବିମାନ ଚଳାଚଳ ନୀତି ଆମେ ପ୍ରସ୍ତୁତ କଲୁ ଆଉ ଆଜି ଛୋଟ-ଛୋଟ ସହରମାନଙ୍କରେ ଯେଉଁ ଛୋଟ-ଛୋଟ ଏୟାର ଷ୍ଟ୍ରିପ୍ ସବୁ ପଡ଼ିଥିଲା, ସେଗୁଡ଼ିକୁ ଆମେ ଉପଯୋଗ କଲୁ ଆଉ 16 ନୂତନ ଏୟାର ଷ୍ଟ୍ରିପ୍ ଯେଉଁଠାକୁ ଜାହାଜ ଯିବା-ଆସିବା ଆରମ୍ଭ ହୋଇଗଲା । 80 ରୁ ଅଧିକ ବିମାନ ଚଳାଚଳ ପାଇଁ ସମ୍ଭାବନା ପଡ଼ି ରହିଛି, ସେ ଉପରେ ଆମେ କାର୍ଯ୍ୟ କରୁଛୁ । ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ, ଏ ସହରମାନଙ୍କରେ ଉଡ଼ାଜାହାଜ ଉଡ଼ିବାକୁ ଯାଉଛି । ଆଉ ଆଜି ଦେଶରେ ଏହା ଶୁଣି ଏହା କଷ୍ଟ ହେବ, ଆଜି ଦେଶରେ ପାଖାପାଖି ସାଢ଼େ ଚାରି ଶହ ଜାହାଜ, ଉଡ଼ାଜାହାଜ ହେଉଛି ଅପରେସନାଲ । ପାଖାପାଖି ସାଢ଼େ ଚାରି ଶହ । ଆପଣ ଜାଣି ଖୁସି ହେବେ କି ଆମର ଏହି ପଦକ୍ଷେପର ପରିଣାମ ହେଉଛି କି ଏ ବର୍ଷ ନଅ ଶହରୁ ଅଧିକ ଉଡ଼ାଜାହାଜ କିଣିବାର ଅର୍ଡର ହିନ୍ଦୁସ୍ଥାନରୁ ଯାଇଛି ଆଉ ଏଥିପାଇଁ ମୁଁ ମାନୁଛି ଆଉ ଏହି ସଫଳତା ଏଥିପାଇଁ ମିଳି ନାହିଁ କି କେବଳ ଆମେ ନିର୍ଣ୍ଣୟ କରୁଛୁ । ଆମେ ଟେକ୍ନୋଲଜିର ସଂପୂର୍ଣ୍ଣ ଭାବେ ଉପଯୋଗ କରୁଛୁ, ଆମେ ନିରୀକ୍ଷଣ କରୁଛୁ । ଆଉ ରେଳର କାମକୁ ମଧ୍ୟ ଏବଂ ରେଳର କାମକୁ ମଧ୍ୟ ଆମେ ଡ୍ରୋନ ଦ୍ୱାରା ଦେଖୁଛୁ । ଆମେ ଉପଗ୍ରହ ଟେକ୍ନୋଲଜି ଦ୍ୱାରା, ଆମେ ଟ୍ୟାଗିଂ କରୁଛୁ । ଏତିକି ହିଁ ନୁହେଁ, ଯଦି ଶୌଚାଳୟ ତିଆରି ହେବ ତ ମୋବାଇଲ ଫୋନରେ ତା’ର ଛବି ଟ୍ୟାଗ କରାଯାଉଛି । ଆଉ ଏହି ଭଳି ଭାବେ ପ୍ରତ୍ୟେକ ଜିନିଷକୁ ଉପଗ୍ରହ ଟେକ୍ନୋଲଜି ଉପଯୋଗ କରି ଆଗକୁ ବଢ଼ାଇବାର କାମ ଆମେ କରିଛୁ ଆଉ ସେହି କାରଣରୁ ନିରୀକ୍ଷଣ କରିବା କାରଣରୁ ଗତି ମଧ୍ୟ ଆସିଛି । ନିରୀକ୍ଷଣ କରିବା କାରଣରୁ ସ୍ୱଚ୍ଛତାକୁ ମଧ୍ୟ ଶକ୍ତି ମିଳିଛି ।
ମୁଁ ଆଶ୍ଚର୍ଯ୍ୟଚକିତ ଆଧାର ପାଇଁ, ଯଦି ମୋର ଠିକ୍ ଭାବେ ମନେ ଅଛି, ଯେତେବେଳେ ଆମେ ନିର୍ବାଚନ ଜିତି କରି ଆସିଲୁ । ଆପଣମାନଙ୍କ ତରଫରୁ ଆଶଙ୍କା ବ୍ୟକ୍ତ କରାଯାଇଥିଲା କି ମୋଦୀ ଆଧାରକୁ ଶେଷ କରିଦେବେ । ଏହା ହେଉଛି ଆମର ଯୋଜନା ମୋଦୀ ଏହାକୁ ପଟକାଇଦେବ, ମୋଦୀ ଆଧାରକୁ ଆସିବାକୁ ଦେବ ନାହିଁ । ଆପଣ ଏହା ମାନି ଚାଲିଥିଲେ ଆଉ ଏଥିପାଇଁ ଆପଣ ମୋଦୀ ଉପରେ ଆକ୍ରମଣ କରିବା ପାଇଁ ଆଧାରର ଏଇଥିପାଇଁ ଉପଯୋଗ କରିଥିଲେ କି ମୋଦୀ ଆଣିବ ନାହିଁ । କିନ୍ତୁ ଯେତେବେଳେ ମୋଦୀ ଏହାକୁ ବୈଜ୍ଞାନିକ ଉପାୟରେ ଆଣିଲା ଆଉ ତାହାର ବୈଜ୍ଞାନିକ ଉପଯୋଗ କରିବାର ରାସ୍ତା ଖୋଜିଲା ଯାହା ଆପଣଙ୍କର କଳ୍ପନା ମଧ୍ୟରେ ତାହା ନଥିଲା, ଆଉ ଯେତେବେଳେ ଆଧାର ଲାଗୁ ହୋଇଗଲା, ଭଲ ଢ଼ଂଗରେ ଲାଗୁ ହୋଇଗଲା । ଗରିବରୁ ଗରିବ ବ୍ୟକ୍ତିକୁ ଏହାର ଲାଭ ଭଲ ଭାବରେ ମିଳିବାକୁ ଲାଗିଲା, ତ ଆପଣଙ୍କୁ ଆଧାରର କାର୍ଯ୍ୟକାରିତା ଖରାପ ଲାଗିବାକୁ ଲାଗିଲା । ମୁଣ୍ଡ ବି ମୋର, ଲାଞ୍ଜ ବି ମୋର । ଏହି ଖେଳ ଚାଲିଥାଏ କି? ଆଉ ଏଥିପାଇଁ ଆଜି 115 କୋଟିରୁ ଅଧିକ ଆଧାର ତିଆରି ହୋଇ ସାରିଛି । କେନ୍ଦ୍ର ସରକାରଙ୍କର ପାଖାପାଖି ଚାରିଶହ ଯୋଜନାଗୁଡ଼ିକ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ମାଧ୍ୟମରେ ଗରିବଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବାକୁ ଲାଗିଲାଣି । 57 ହଜାର କୋଟି ଟଙ୍କା, ଆରେ ଆପଣ ଏପରି-ଏପରି ବିଧବାମାନଙ୍କୁ ପେନସନ୍ ଦେଇଛନ୍ତି, ଯେଉଁ ଝିଅ ଜନ୍ମ ହୋଇ ନାହିଁ, ସେ କାଗଜରେ ବିଧବା ହୋଇଯାଏ । ବର୍ଷ-ବର୍ଷ ଧରି ପେନସନ୍ ଯାଇଥାଏ, ପଇସା ଯାଇଥାଏ, ଆଉ ମଲେଇ ଖାଇବାବାଲା ମଧ୍ୟସ୍ଥି ମଲାଇ ଖାଇଥାଏ । ବିଧବା ନାମରେ, ବୟସ୍କଙ୍କ ନାମରେ, ଦିବ୍ୟାଙ୍ଗଙ୍କ ନାମରେ ସରକାରୀ ରାଜକୋଷରୁ ଯାଉଥିବା ଅର୍ଥ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ଆଉ ରାଜନୀତି ଚାଲୁ ରହିଛି । ଆଜି ଆଧାର ଯୋଗୁଁ ସିଧାସଳଖ ସୁବିଧା ହସ୍ତାନ୍ତର ଯୋଗୁଁ ଆପଣ ଦୁଃଖୀ ଅଛନ୍ତି, ଏପରି ନୁହେଁ । ଆପଣଙ୍କର ଦୁଃଖର କାରଣ ହେଉଛି ଏହା ଯେ ଯେଉଁ ମଧ୍ୟସ୍ଥିଙ୍କ ଷଡଯନ୍ତ୍ର ଥିଲା, ସେହି ମଧ୍ୟସ୍ଥିଙ୍କର ଷଡଯନ୍ତ୍ର ଶେଷ ହୋଇଛି ଏବଂ ଏଥିପାଇଁ ଯେଉଁ ରୋଜଗାର ଯାଇଛି ତାହା ମଧ୍ୟସ୍ଥିଙ୍କର ଯାଇଛି । ଯେଉଁ ରୋଜଗାର ଯାଇଛି, ବେଇମାନଙ୍କର ଯାଇଛି, ଯେଉଁ ରୋଜଗାର ଯାଇଛି ତାହା ଦେଶକୁ ଲୁଟୁଥିବା ଭଳି ଲୋକଙ୍କର ଯାଇଛି
ଅଧ୍ୟକ୍ଷ ମହୋଦୟା, ଚାରି କୋଟି ଗରିବ ଆଉ ମଧ୍ୟମ ବର୍ଗଙ୍କ ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଦେବାର ସୌଭାଗ୍ୟ ଆମେ ଆଣିଛୁ । ଆପଣ କହିବେ କି ଲୋକଙ୍କ ଘରେ ବିଜୁଳି ଦେବାର ଯୋଜନା ଆମ ସମୟରେ ହୋଇଥିଲା । ହୋଇଥିବ, କିନ୍ତୁ କ’ଣ ବିଜୁଳି ଥିଲା? କ’ଣ ପରିବହନ ଲାଇନ୍ ଥିଲା? ଆଜ୍ଞା 18 ହଜାର ଗାଁ ପର୍ଯ୍ୟନ୍ତ ଖୁଂଟ ମଧ୍ୟ ପୋତାଯାଇ ନଥିଲା, ଅଷ୍ଟାଦଶ ଶତାବ୍ଦୀରେ ଜୀଇଁବା ପାଇଁ ଲୋକ ବାଧ୍ୟ ହୋଇଥିଲେ । ଆଉ ଆଜି ଆପଣ ଏହା କହୁଛନ୍ତି କି ଆମର ଯୋଜନା ଥିଲା । ଆଉ ଆମେ କୌଣସି ମଧ୍ୟ ବିକାଶ ପାଇଁ ଗୋଟିଏ ଅଂଶରେ ଦେଖିବାକୁ ଚାହୁଁ ନାହୁଁ । ଆମେ ଏକ ବୌଦ୍ଧିକ, ସମନ୍ୱିତ ଆଭିମୁଖ୍ୟ ଏବଂ ଦୂରଦୃଷ୍ଟି ସହିତ ଆଉ ସୁଦୂର ପ୍ରସାରି ପରିଣାମ ଦେବା ଭଳି ଯୋଜନା ସହିତ ଆମେ ଜିନିଷକୁ ଆଗକୁ ଆଣିଥାଉ । କେବଳ ବିଜୁଳିର ବିଷୟ ମୁଁ କହିବାକୁ ଚାହୁଁଛି । ଆପଣମାନଙ୍କୁ ଜଣା ପଡ଼ିବ କି ସରକାରଙ୍କର କାମ କରିବାର କୌଶଳ କ’ଣ ଅଛି । ଆମେ କିଭଳି ଭାବେ କାମ କରୁଛୁ? ବିଜୁଳି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚାରି କୋଟି ଘରେ, ଦେଶରେ ମୋଟ ଘର ସଂଖ୍ୟା ହେଉଛି 25 କୋଟି, ଚାରି କୋଟି ଘରେ ଆଜି ମଧ୍ୟ ବିଜୁଳି ନ ରହିବା ଅର୍ଥ ପାଖାପାଖି 20 ପ୍ରତିଶତ ଲୋକ ଆଜି ମଧ୍ୟ ଅନ୍ଧାରରେ ଜୀବନ ବିତାଉଛନ୍ତି । ଏହା ଗର୍ବ କରିବା ଭଳି ବିଷୟ ନୁହେଁ । ଆଉ ଆପଣ ଏହା ଆମକୁ ପରମ୍ପରା ଭାବେ ଦେଇଛନ୍ତି ଯାହାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ପ୍ରୟାସ କରୁଛୁ । କିନ୍ତୁ କିପରି କରୁଛୁ । ଆମେ ବିଜୁଳି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଭିନ୍ନ-ଭିନ୍ନ ପର୍ଯ୍ୟାୟରେ ଜିନିଷରେ ଆମେ ହାତ ଦେଇଛୁ । ପ୍ରଥମରେ ବିଜୁଳି ଉତ୍ପାଦନ, ପରିବହନ, ପରିବଂଟନ ଏବଂ ଚତୁର୍ଥରେ ଆସୁଛି ସଂଯୋଗ । ଆଉ ଏହି ସମସ୍ତ ଜିନିଷକୁ ଆମେ ଏକାଠି ଆଗକୁ ବଢ଼ାଉଛୁ । ସର୍ବପ୍ରଥମେ ଆମେ ବିଜୁଳି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଲୁ । ସୌର ଶକ୍ତି ହେଉ, ଜଳ ବିଦ୍ୟୁତ ହେଉ, ତାପଜ ବିଦ୍ୟୁତ ହେଉ, ପରମାଣୁ ଶକ୍ତି ହେଉ, ଯେଉଁଭଳି କ୍ଷେତ୍ରରୁ ବିଜୁଳି ମିଳି ପାରିବ, ତା’ଉପରେ ଆମେ ଗୁରୁତ୍ୱ ଦେଇ ବିଜୁଳି ଉତ୍ପାଦନ ବଢ଼ାଇଲୁ । ପରିବହନ ନେଟୱାର୍କରେ ଆମେ ଦ୍ରୁତ ଗତିରେ ବୃଦ୍ଧି କଲୁ । ବିଗତ ତିନି ବର୍ଷରେ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଉପରେ ଆମେ କାମ କରିଛୁ । ଏହା ବିଗତ ସରକାରଙ୍କ ଶେଷ ତିନି ବର୍ଷ ତୁଳନାରେ 83 ପ୍ରତିଶତ ଅଧିକ । ଆମେ ସ୍ୱାଧୀନତା ପରେ ଦେଶରେ ମୋଟ ସ୍ଥାପିତ ପରିବହନ ଲାଇନ୍, ଏଥିରେ 2014 ପରେ 31 ପ୍ରତିଶତ ଅର୍ଥାତ ସ୍ୱାଧୀନତା ପରେ ଯାହା ଥିଲା, ସେଥିରେ ଆମେ ଏକା ଆସିବା ପରେ ବଢ଼ାଇଛୁ । ଟ୍ରାନ୍ସଫର୍ମରର ଦକ୍ଷତା ବିଗତ ତିନି ବର୍ଷରେ ଆମେ 49 ପ୍ରତିଶତ ବଢ଼ାଇଛୁ । କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କାମରୋ, ଅବାଧ ଭାବେ ବିଜୁଳି ପରିବହନ କରିବା ପାଇଁ ସମସ୍ତ ନେଟୱାର୍କର କାମ ଆମେ ଠିଆ କରାଇ ଦେଇଛୁ । ଶକ୍ତି ବଂଟନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ 2015ରେ ଉଜ୍ଜ୍ୱଳ ଡିସକମ୍ ଏସ୍ୟୁରାନ୍ସ ଯୋଜନା ଅର୍ଥାତ ଉଦୟ ଯୋଜନା ଏବଂ ରାଜ୍ୟଗୁଡ଼ିକୁ ସାଙ୍ଗରେ ନେଇ ବୁଝାମଣା କରି ଆଗକୁ ବଢ଼ାଇଛୁ । ବିଜୁଳି ବିତରଣ କମ୍ପାନୀମାନଙ୍କରେ ଅଧିକ ଉନ୍ନତ ମାନର ପରିଚାଳନା ଆଉ ଆର୍ଥିକ ପରିଚାଳନା ପ୍ରମାଣିତ ହେଉ, ସେ ଉପରେ ଆମେ ଯୋର ଦେଇଛୁ । ଏହା ପରେ ସଂଯୋଗ ପାଇଁ ଘରେ ବିଜୁଳି ପହଂଚାଇବା ପାଇଁ ସୌଭାଗ୍ୟ ଯୋଜନା ଆରମ୍ଭ କରିଛୁ । ଗୋଟିଏ ପଟେ ବିଜୁଳି ପହଂଚାଇବା, ଅନ୍ୟ ପଟେ ବିଜୁଳି ବଂଚାଇବା, ଆମେ 28 କୋଟି ଏଲଇଡ଼ି ବଲ୍ବ ବାଂଟିଛୁ । ମଧ୍ୟମ ବର୍ଗର ପରିବାର ଯିଏ ଘରେ ବିଜୁଳିର ଉପଯୋଗ କରିଥାଏ । 28 କୋଟି ବିଜୁଳି ବଲ୍ବ ପହଂଚିବା କାରଣରୁ 15ହଜାର କୋଟି ଟଙ୍କା ବିଜୁଳି ବିଲ୍ ବଂଚିଛି, ଯାହା ମଧ୍ୟମ ବର୍ଗର ପରିବାରର ପକେଟର ବଂଚିଛି । ଦେଶର ମଧ୍ୟମ ବର୍ଗଙ୍କୁ ଲାଭ ହୋଇଛି । ଆମେ ସମୟର ଅପଚୟକୁ ମଧ୍ୟ ବଂଚାଇଛୁ । ଆମେ ଧନ ଅପଚୟକୁ ରୋକିବା ପାଇଁ ସଚ୍ଚୋଟତାର ସହ ପ୍ରୟାସ କରିଛୁ ।
ଅଧ୍ୟକ୍ଷ ମହୋଦୟା, ଏଠାରେ କୃଷକଙ୍କ ନାମରେ ରାଜନୀତି କରିବାର ଭରପୁର ପ୍ରୟାସ ଚାଲିଛି ଏବଂ ସେମାନଙ୍କୁ ମଧ୍ୟ ସାହାଯ୍ୟ କରୁଥିବା ଲୋକ ମିଳିଯାଉଛନ୍ତି । ଏହା ସତ୍ୟ ଯେ ସ୍ୱାଧୀନତାର 70ବର୍ଷ ପରେ ମଧ୍ୟ ଆମର କୃଷକ ଯେଉଁ ଉତ୍ପାଦନ କରନ୍ତି ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର ଏଠାରେ ଯେଉଁ ଉତ୍ପାଦିତ ଜିନିଷ ରହିଛି ଫଳ ହେଉ, ଫୁଲ ହେଉ, ପନିପରିବା ହେଉ, ଶସ୍ୟ ହେଉ, ଏହା କ୍ଷେତରୁ ନେଇ ଭଣ୍ଡାର ପର୍ଯ୍ୟନ୍ତ ଏବଂ ବଜାର ସହିତ ଯେଉଁ ଯୋଗାଣ ଶୃଙ୍ଖଳର ଆବଶ୍ୟକ ସେଥିରେ ଅଭାବ ରହିବା କାରଣରୁ ସେହି ସଂପଦ ନଷ୍ଟ ହୋଇ ଯାଇଥାଏ । ଆମେ ପ୍ରଧାନମନ୍ତ୍ରୀ କିଷାନ ସଂପଦା ଯୋଜନା ଆରମ୍ଭ କଲୁ ଏବଂ ଆମେ ସେହି ଭିତ୍ତିଭୂମିକୁ ଶକ୍ତି ଦେଉଛୁ କି କୃଷକ ଯେଉଁ ଉତ୍ପାଦନ କରୁଛି ତାକୁ ରକ୍ଷଣାବେକ୍ଷଣ ବ୍ୟବସ୍ଥା ମିଳୁ । କମ୍ ଖର୍ଚ୍ଚରେ ମିଳୁ ଆଉ ତା’ଫସଲ ନଷ୍ଟ ନ ହେଉ । ତାହାର ଗ୍ୟାରେଂଟି ପ୍ରସ୍ତୁତ କରିଛୁ ।
ସରକାର ଯୋଗାଣ ଶୃଙ୍ଖଳରେ ନୂତନ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାକୁ ନିଷ୍ପତ୍ତି କରିଛନ୍ତି ଆଉ ଏହା ପରେ ଯେଉଁ ଏକ ଲକ୍ଷ କୋଟି ଟଙ୍କା ସଂଚୟ ହେବ ତାହା ଦେଶର କୃଷକଙ୍କୁ ଖାଦ୍ୟ ପ୍ରକ୍ରିୟାକରଣରେ ଲାଗିଥିବା ମଧ୍ୟମ ବର୍ଗର ଯୁବକଙ୍କୁ ଗାଁରେ ହିଁ କୃଷି ଆଧାରିତ ଉଦ୍ୟୋଗ ପାଇଁ ସୁଯୋଗର ସମ୍ଭାବନା ସୃଷ୍ଟି ହୋଇଛି । ଆମ ଦେଶରେ କୃଷିର ଯେତିକି ମହତ୍ୱ ଅଛି, ପଶୁପାଳନର ମଧ୍ୟ ସେତିକି ମହତ୍ୱ ରହିଛି, ତାହା ଗୋଟିଏ ଅନ୍ୟଟି ସହିତ ଯୋଡ଼ି ହୋଇ ରହିଛି । ଆମ ଦେଶରେ ପଶୁପାଳନ କ୍ଷେତ୍ରରେ ଆବଶ୍ୟକ ବ୍ୟବସ୍ଥାର ଅଭାବ ହେତୁ ବର୍ଷକୁ 40 ହଜାର କୋଟି ଟଙ୍କାର କ୍ଷତି ହୋଇଥାଏ । ଆମେ ପ୍ରାଣୀମାନଙ୍କର କଥା ଚିନ୍ତା କରି କାମଧେନୁ ଯୋଜନା ଦ୍ୱାରା ଏହି ପଶୁମାନଙ୍କର ରକ୍ଷଣାବେକ୍ଷଣ ଚିନ୍ତା କରିବା ପାଇଁ, ସେମାନଙ୍କର ଆରୋଗ୍ୟର ଚିନ୍ତା କରିବା ପାଇଁ ଏକ ବଡ଼ ଅଗ୍ରାଧିକାର କାର୍ଯ୍ୟ ଆରମ୍ଭ କରିଛୁ । ଆଉ ସେହି କାରଣରୁ କାମଧେନୁ ଯୋଜନାର ଲାଭ ଦେଶର ପଶୁପାଳନକୁ ଆଉ ଯେଉଁ କୃଷକ ପଶୁପାଳନ କରିଥାଏ ତାଙ୍କୁ ମିଳିଥାଏ । ସେମାନଙ୍କୁ ଏକ ବହୁତ ବଡ଼ ଆଶ୍ୱାସନା ମିଳିବାକୁ ଯାଉଛି । ଆମେ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା କରିବା କଥା କହୁଛୁ । ଅଶୀ ଦଶକରେ ଏକବିଂଶ ଶତାବ୍ଦୀର କଥା କହିବା ତାହା ତ ମଞ୍ଜୁର ଥିଲା । କିନ୍ତୁ ଯଦି ମୋଦୀ ଆଜି 2018ରେ ସ୍ୱାଧୀନତାର 75 ବର୍ଷ 2022 କୁ ମନେ ପକାନ୍ତି ତ ଆପଣମାନଙ୍କୁ କଷ୍ଟ ହେଉଛି । କି ମୋଦୀ 2022 ର କଥା କାହିଁକି କହୁଛନ୍ତି । ଆପଣ ଅଶୀ ଦଶକରେ ଏକବିଂଶ ଶତାବ୍ଦୀର ଗୀତ ଗାଉଥିଲେ । ଦେଶକୁ ଦେଖାଉଥିଲେ । ଆଉ ଯେତେବେଳେ ମୋ ସରକାର ନିର୍ଦ୍ଧାରିତ କାମ ସହିତ 2022ରେ ସ୍ୱାଧୀନତାର 75 ବର୍ଷ ଏକ ପ୍ରେରଣା ତାକୁ ନେଇ ଯଦି କାମ କରୁଛନ୍ତି ତ ଆପଣମାନଙ୍କୁ ତାହା ମଧ୍ୟ କଷ୍ଟ ହେଉଛି । ଆଉ କୃଷକଙ୍କ ଆୟ ଦୁଇଗୁଣା କରିବା । ଆପଣ ଏଥିପାଇଁ ଆଶଙ୍କାରେ ଜୀଉଁଛନ୍ତି କି ଆପଣମାନେ କେବେ ବୃହତର କଥା ଚିନ୍ତା କରି ନାହାଁନ୍ତି । ଛୋଟ ମନରେ କିଛି ହୁଏ ନାହିଁ, ଛୋଟ ମନରେ କିଛି ହୁଏ ନାହିଁ । ଆପଣ କୃଷକଙ୍କ ଆୟ ଦୁଇଗୁଣା କରିବା ଅର୍ଥ କ’ଣ ଚାଷବାସରେ ଖର୍ଚ୍ଚ କମ୍ କରି ପାରିବା ନାହିଁ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଏହା ସମ୍ଭବ ହୋଇଛି, ସୌର ପମ୍ପ ଦ୍ୱାରା ଏହା ସମ୍ଭବ ହୋଇଛି । ନିମ ଲେପିତ ୟୁରିଆ ଯୋଗୁଁ ଏହା ସମ୍ଭବ ହୋଇଛି । ଏହି ସମସ୍ତ ହେଉଛି କୃଷକଙ୍କର ଖର୍ଚ୍ଚ କମ୍ କରିବା ପାଇଁ କାମରେ ଆସିବା ଭଳି ଜିନିଷ । ଏଭଳି ଅନେକ କଥାକୁ ଆମେ ଆଗକୁ ବଢ଼ାଇଛୁ । ସେହିଭଳି ଭାବେ କୃଷକଙ୍କୁ ନିଜ କୃଷି କାର୍ଯ୍ୟ ସହିତ ଆମେ ବାଉଁଶ ଚାଷର ନିଷ୍ପତ୍ତି କରିଛୁ । ଯଦି ସେ ନିଜ କ୍ଷେତ ଚାରି ପଟେ ବାଉଁଶ ଲଗାଇବ ଆଉ ଆଜି ସେହି ବାଉଁଶର ଏକ ସୁନିଶ୍ଚିତ ବଜାର ରହିଛି । ଆଜି ଦେଶ ହଜାର-ହଜାର କୋଟି-କୋଟି ଟଙ୍କାର ବାଉଁଶ ଆମଦାନୀ କରୁଛି । ଆପଣମାନଙ୍କର ଗୋଟିଏ ଭୁଲ ନୀତି ଯୋଗୁଁ । କ’ଣ ଆପଣ ବାଉଁଶକୁ ଗଛ କହିଦେଲେ, ଆଉ ସେହି କାରଣରୁ କେହି ବାଉଁଶ କାଟି ପାରୁ ନଥିଲେ । ମୋ ଉତ୍ତର-ପୂର୍ବ ରାଜ୍ୟର ଲୋକ ଚିନ୍ତାଗ୍ରସ୍ତ ଥିଲେ । ଆମମାନଙ୍କ ମଧ୍ୟରେ ସାହସ ଅଛି କି ଆମେ ବାଉଁଶକୁ ଘାସର ଶ୍ରେଣୀଭୁକ୍ତ କରି ରଖିଲୁ । ତାହା କୃଷକଙ୍କ ଆୟ ବୃଦ୍ଧି କରିବ । ନିଜ ବିଲ ଚାରିପଟେ ଯଦି ସେ ବାଉଁଶ ଲଗାଇବ, ତ’ର ଛାୟା ଯୋଗୁଁ କୃଷକଙ୍କୁ ଅସୁବିଧା ହୋଇ ନଥାଏ । ତା’ଛଡ଼ା ତାହାର ଅତିରିକ୍ତ ଆୟ ବଢ଼ିବ । ଆମେ ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଚାହୁଁଛୁ । ପ୍ରତ୍ୟେକ ପ୍ରାଣୀଠାରୁ ଆମର ଏଠି ଦୁଗ୍ଧ ଉତ୍ପାଦନ ହୋଇଥାଏ । ତାହାକୁ ବଢ଼ା ଯାଇ ପାରେ । ଆମେ ମହୁମାଛି ପାଳନ ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହୁମାଛି ପାଳନରେ ପାଖାପାଖି 40 ପ୍ରତିଶତ ବୃଦ୍ଧି ହୋଇଛି । ମହୁ ରପ୍ତାନୀ କରିବାରେ ହୋଉଛି ଏବଂ ବହୁତ କମ ଲୋକଙ୍କୁ ଏହା ଜଣାଥିବ । ଆଜି ଦୁନିଆ ବୌଦ୍ଧିକ ଓ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା, ସହଜରେ ସହାବସ୍ଥାନ ଏଥିରେ ଗୁରୁତ୍ୱ ଦେଉଛି । ଆଉ ଏଥିପାଇଁ ତାହାକୁ ରସାୟନିକ ମହମରୁ ରକ୍ଷା ପାଇଁ, ମହୁରୁ ପ୍ରସ୍ତୁତ ମହମ ପାଇଁ, ଆଜି ସମଗ୍ର ଦୁନିଆରେ ମହୁ ମହମର ବହୁତ ବଡ଼ ବଜାର ଅଛି । ଆଉ ଆମର କୃଷକ ଚାଷବାସ ସହିତ ମହୁମାଛିର ପାଳନ କରିବ । ତ ମହୁ ମହମ ଯୋଗୁଁ ତାକୁ ଏକ ଉତମ ପ୍ରକାରର ଅଧିକ ଆୟରେ ମଧ୍ୟ ପରିବର୍ତ୍ତନ ହେବ । ଆମେ ଏହା ମଧ୍ୟ ଜାଣିଛୁ କି ମହୁମାଛି ଫସଲର ଉତ୍ପାଦନ ବଢ଼ାଇବାରେ ମଧ୍ୟ ଏକ ନୂତନ ଶକ୍ତି ପ୍ରଦାନ କରିଥାଏ । ଏଭଳି ଅନେକ କ୍ଷେତ୍ର ଅଛି ଆଉ ଏ ସମସ୍ତ କାର୍ଯ୍ୟ ଦୁଗ୍ଧ ଉତ୍ପାଦନ, କୁକୁଡ଼ା ପାଳନ, ମାଛ ଚାଷ ହେଉ, ବାଉଁଶ ହେଉ, ମୂଲ୍ୟଯୁକ୍ତ ହେଉ ଏହି ସମସ୍ତ ଜିନିଷ ଅଛି । ଯାହା କୃଷକଙ୍କ ଆୟ ଦ୍ୱିଗୁଣିତ କରି ପାରିବ । ଆମେ ଜାଣିଛୁ କି ଯେଉଁ ଲୋକ ଭାବୁଥିଲେ ଆଧାର କେବେ ଆସିବ ନାହିଁ-ଆସିଗଲା, ସେମାନଙ୍କୁ ଏହା ମଧ୍ୟ ଚିନ୍ତାଗ୍ରସ୍ତ କରାଇଲା କି ଜିଏସଟି ଆସିବ ନାହିଁ ଆଉ ଆମେ ସରକାରଙ୍କୁ ବୁଡ଼ାଇ ଦେବୁ । ଏବେ ଜିଏସଟି ଆସିଗଲା, ଆସିଗଲା ତ କ’ଣ କରିବା ତ ନୂତନ ଖେଳଖେଳିବା, ଏହି ଖେଳ ଚାଲୁ ରହିଛି । କୌଣସି ଦେଶର ରାଜନୈତିକ ନେତା ଦେଶକୁ ନିରାଶ କରିବାର କାମ କରନ୍ତି ନାହିଁ । କିନ୍ତୁ କିଛି ଲୋକ ଏହି କାମକୁ ରାସ୍ତା ଭାବେ ବାଛି ନେଇଛନ୍ତି । ଆଜି କେବଳ ଜିଏସଟି ଯୋଗୁଁ ମାଲ୍ ପରିବହନରେ ଯେଉଁ ଲାଭ ହୋଇଛି, ଆମର ଟ୍ରକ ପ୍ରଥମେ ଯାଉଥିଲା ଯେତେ ସମୟ ଟ୍ରାଫିକ୍ ଜାମ କାରଣରୁ, ଟୋଲ ଟ୍ୟାକ୍ସ ବା ପଥକର କାରଣରୁ ତା’ର ନଷ୍ଟ ହେଉଥିଲା । ଆଜି ତାହାର ସେହି ସମୟ ବଂଚିଗଲା । ଆଉ ଆମର ପରିବହନର କ୍ଷମତାକୁ 60 ପ୍ରତିଶତ ମାଲ ଖଲାସ କରିବାର ନୂତନ ଶକ୍ତି ଆସି ପାରିଛି । ଯେଉଁ କାମ ପାଞ୍ଚ ଛଅ ଦିନରେ ଗୋଟିଏ ଟ୍ରକ ଯାଇ କରୁଥିଲା, ତାହା ଆଜି ଅଢ଼େଇ-ତିନି ଦିନରେ ଶେଷ କରି ଦେଉଛି । ଏହା ଦେଶ ପାଇଁ ବହୁତ ବଡ଼ ଲାଭପ୍ରଦ ହୋଇଛି । ଆମ ଦେଶରେ ମଧ୍ୟମବର୍ଗ, ଭାରତକୁ ଆଗକୁ ନେଇ ଯିବାରେ ସେମାନଙ୍କର ବହୁତ ବଡ଼ ଭୂମିକା ରହିଛି । ମଧ୍ୟମ ବର୍ଗଙ୍କୁ ନିରାଶ କରିବା ପାଇଁ ଭ୍ରମ ସୃଷ୍ଟି କରିବାର ପ୍ରୟାସ ହେଉଛି । ଆମ ଦେଶର ମଧ୍ୟମ ବର୍ଗର ବ୍ୟକ୍ତି ସୁଶାସନ ଚାହୁଁଛି । ଭଲ ବ୍ୟବସ୍ଥା ଚାହୁଁଛି । ସେ ଯଦି ଟ୍ରେନ୍ ଟିକଟ ନେଉଛି ତ ଟ୍ରେନରେ ତାକୁ ଏକ ସୁବିଧା ଦରକାର । ଯଦି ସେ କଲେଜରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛି ତ ତାକୁ ଭଲ ଶିକ୍ଷା ଚାହୁଁଛି । ପିଲାଙ୍କୁ ସ୍କୁଲ ପଠାଇବାକୁ ଚାହୁଁଛି ତ ସ୍କୁଲରେ ଭଲ ଶିକ୍ଷା ଚାହୁଁଛି । ସେ ଖାଦ୍ୟ କିଣିବାକୁ ଯାଉଛି ତ ଭଲ ଗୁଣବତ୍ତା ଯୁକ୍ତ ଖାଦ୍ୟ ମିଳୁ ଏହା ମଧ୍ୟମ ବର୍ଗର ବ୍ୟକ୍ତି ଚାହିଁଥାଏ । ଆଉ ଏ କାମ ହେଉଛି ସରକାରଙ୍କର ଯେ ପାଠପଢା ପାଇଁ ଉନ୍ନତ ସଂସ୍ଥାନ ହେଉ, ଉଚିତ ମୂଲ୍ୟରେ ତାକୁ ଘର ମିଳୁ, ଭଲ ସଡକ ମିଳୁ, ଗମନା ଗମନର ଉନ୍ନତ ସୁବିଧା ମିଳୁ, ଆଧୁନିକ ସହରୀ ଭିତ୍ତିଭୂମି ହେଉ, ମଧ୍ୟମ ବର୍ଗର ଆଶା ଆକାଂକ୍ଷା ଗୁଡିକୁ ପୂରଣ କରିବାରେ ସହଜରେ ସହାବସ୍ଥାନ କରିବା ପାଇଁ ଏହି ସରକାର ଦେଢ଼ ବର୍ଷ ଧରି ପଦକ୍ଷେପ ଉଠାଉଛନ୍ତି । ଆମେ ଆଉ ଏହା ଶୁଣିକରି ଆଶ୍ଚର୍ଯ୍ୟ ହୋଇଯିବୁ ଏ ଲୋକମାନେ ପ୍ରାରମ୍ଭିକ ଆୟକର ସ୍ତର ଦୁନିଆରେ 5 ପ୍ରତିଶତ ଦରରେ ଯଦି ସବୁଠାରୁ କମ୍ କେଉଁଠି ଅଛି ତ ଭାରତ, ହିନ୍ଦୁସ୍ଥାନରେ ରହିଛି । ଯାହା କୌଣସି ସମୃଦ୍ଧ ଦେଶରେ ମଧ୍ୟ ନାହିଁ, ସମୃଦ୍ଧ ଦେଶରେ ମଧ୍ୟ ନାହିଁ ତାହା ଆମର ଏଠି ଅଛି । 2018ର ପୂର୍ବ ବଜେଟରେ ଟିକସ ଛାଡ଼ର ସୀମା ପଚାଶ ହଜାର ଟଙ୍କା ବଢ଼ାଇ ଅଢ଼େଇ ଲକ୍ଷ ଟଙ୍କା କରି ଦିଆ ଯାଇଥିଲା । ଏ ବର୍ଷ ବଜେଟରେ ଆମେ ଚାଳିଶ ହଜାର ଟଙ୍କାର Standard Deduction କୁ ଆମେ ମଞ୍ଜୁର କରି ଦେଇଛୁ । ବରିଷ୍ଠ ନାଗରିକଙ୍କୁ ଟିକସରେ ଛାଡ଼ର ବ୍ୟବସ୍ଥା ମଧ୍ୟ କରିଛୁ । ମଧ୍ୟମ ବର୍ଗଙ୍କୁ ପାଖାପାଖି 12 ହଜାର କୋଟି ଟଙ୍କାର ବାର୍ଷିକ ନୂତନ ଲାଭ ଏହା ଯୋଡ଼ି ହୋଇ ଚାଲିବ ଏହି କାମ ଆମ ସରକାର କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ରେ 31 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଆମେ କରିଛୁ । ପ୍ରଥମ ଥର ଏହି ଦେଶରେ ମଧ୍ୟମ ବର୍ଗର ଲୋକମାନଙ୍କୁ ସୁଧରେ ରିହାତି ଦେବାର କାମ ଏହି ସରକାର କରିଛନ୍ତି । ନୂତନ ଏମସ୍, ନୂତନ ଆଇଆଇଟି, ନୂତନ ଆଇଆଇଏମ୍, 11ଟି ବଡ଼-ବଡ଼ ସହରମାନଙ୍କରେ ମେଟ୍ରୋ, 32 ଲକ୍ଷରୁ ଅଧିକ ରାଜପଥକୁ ଏଲଇଡ଼ି ଲାଇଟ୍ ଦ୍ଵାରା ଆଲୋକିତ କରି ଦିଆଯାଇଛି । ଆଉ ଏଥିପାଇଁ ନୂତନ ଉଦ୍ୟମ ହେଉଛି ଏମଏସଏମଇ ଯାହାକୁ କେହି ମନା କରି ପାରିବେ ନାହିଁ । ଏମଏସଏମଇର କ୍ଷେତ୍ର ସହିତ ଯୋଡ଼ି ହୋଇଥିବା ଏହି ଲୋକମାନେ ହେଉଛନ୍ତି ମଧ୍ୟମ ବର୍ଗ ଆଉ ଉଚ୍ଚ ମଧ୍ୟମ ବର୍ଗର । ଅଢ଼େଇ ଶହ କୋଟି ଟଙ୍କାର କାରବାରରେ ଆମେ ଟିକସ ହାର 30 ପ୍ରତିଶତରୁ କମ୍ କରି 25ପ୍ରତିଶତ କରି ମଧ୍ୟମ ବର୍ଗ ସମାଜର ବହୁତ ବଡ଼ ସେବା କରିଛୁ । 5 ପ୍ରତିଶତ ଦେଇଛୁ । 2 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ ବ୍ୟବସାୟୀଙ୍କୁ କେବଳ ବ୍ୟାଙ୍କିଙ୍ଗ Correspondentଙ୍କ ମାଧ୍ୟମରେ ନେବା-ଦେବା କରୁଛନ୍ତି । ସରକାର ସେମାନଙ୍କର ଆୟକୁ କାରବାରର 8 ପ୍ରତିଶତ ନୁହେଁ 6 ପ୍ରତିଶତ ମାନୁଛନ୍ତି । ଅର୍ଥାତ୍ ତାଙ୍କୁ ଟିକସ ଉପରେ 2 ପ୍ରତିଶତର ଲାଭ ହୋଇଥାଏ । ଜିଏସଟିରେ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଲୋକଙ୍କୁ କମ୍ପୋଜିସନ୍ ଯୋଜନା ଦେଲୁ ଆଉ କାରବାରର କେବଳ ଏକ ପ୍ରତିଶତର ଜମା ଏହା ମଧ୍ୟ ଦୁନିଆରେ ସବୁଠାରୁ କମ୍ ହେଉଛି ହିନ୍ଦୁସ୍ଥାନରେ, ଆଉ ଏହା କରିଛନ୍ତି ଏହି ସରକାର ।
ମାନନୀୟ ଅଧ୍ୟକ୍ଷା ମହୋଦୟ, ଜନ ଧନ ଯୋଜନା, 31 କୋଟିରୁ ଅଧିକ ଗରିବଙ୍କର ବ୍ୟାଙ୍କ ଖାତା ଖୋଲିବା, 18 କୋଟିରୁ ଅଧିକ ଗରିବଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଲାଭ ମିଳୁ, 90 ପଇସା ପ୍ରତିଦିନ ବା ଏକ ଟଙ୍କା ପ୍ରତିମାସ ଏତେ ଭଲ ଉତ୍ପାଦ ଭଳି ବୀମା ଆମେ ଦେଶକୁ, ଗରିବଙ୍କୁ ଦେଇଛୁ । ଆଉ ଆପଣ, ଆପଣଙ୍କୁ ଏହା ଜାଣି ସନ୍ତୋଷ ଭାବ ହେବ କି ଏତେ କମ୍ ସମୟ ମଧ୍ୟରେ ଏହି ଗରିବ ପରିବାରଙ୍କ ଉପରେ ବିପଦ ଆସିଛି ତ ବୀମା ଯୋଜନା କାରଣରୁ ଏଭଳି ପରିବାରଙ୍କୁ ଦୁଇ ହଜାର କୋଟି ଟଙ୍କା ସେମାନଙ୍କ ଘରେ ପହଂଚି ଗଲା । ଏହି ଅସାମାନ୍ୟ କାମ ହୋଇଛି ।
ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ତିନି କୋଟି ତିରିଶ ଲକ୍ଷ ମାଆ-ଭଉଣୀମାନଙ୍କୁ, ଗରିବ ମାଆ-ଭଉଣୀମାନଙ୍କୁ, ଆରେ ଗ୍ୟାସର ସଂଯୋଗ ପାଇଁ ଏହି ଏମପିମାନଙ୍କର କୁର୍ତା ଧରି ଚାଲିବାକୁ ପଡ଼ୁଥିଲା । ଆମେ ସାମ୍ନାରୁ ଯାଇ ଏହି ଗ୍ୟାସର ସଂଯୋଗ ଦେଉଛୁ ଆଉ ଏବେ ସେହି ସଂଖ୍ୟାକୁ 8 କୋଟି କରିବାର ନିଷ୍ପତ୍ତି ଆମେ କରିଛୁ ।
ଆୟୁଷ୍ମାନ ଭାରତ ଯୋଜନା ମୁଁ ଆଶ୍ଚର୍ଯ୍ୟ ଯେ କ’ଣ ଦେଶର ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିବା ଦରକାର କି ମିଳିବା ଦରକାର ନୁହେଁ । ଗରିବ ପଇସା ଅଭାବରୁ ଚିକିତ୍ସା କରାଇବାକୁ ଯାଆନ୍ତି ନାହିଁ, ସେ ମୃତ୍ୟୁକୁ ପସନ୍ଦ କରେ । କିନ୍ତୁ ପିଲାମାନଙ୍କ ପାଇଁ ସେ କରଜର ବୋଝ ଛାଡ଼ି ଯିବା ପାଇଁ ପସନ୍ଦ କରେ ନାହିଁ । କ’ଣ ଏଭଳି ଗରିବ ନିମ୍ନ ବର୍ଗର ପରିବାରଙ୍କ ରକ୍ଷା କରିବାର ନିର୍ଣ୍ଣୟ ଭୁଲ ହୋଇ ପାରେ କି? ହଁ, ଆପଣଙ୍କୁ ଯଦି ଲାଗୁଛି କି ଏହି ଉତ୍ପାଦ କିଛି ପରିବର୍ତ୍ତନ କରିବା ଦରକାର ତ ଭଲ ସକାରାତ୍ମକ ସୁଧାର ନେଇ ଆସନ୍ତୁ । ମୁଁ ସ୍ୱୟଂ ସମୟ ଦେବା ପାଇଁ ପ୍ରସ୍ତୁତ ଅଛି । ଫଳରେ ଦେଶର ଗରିବମାନଙ୍କୁ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଖର୍ଚ୍ଚ କରିବାରେ ତାହାର କାମରେ ଆସନ୍ତୁ ସରକାର । କିନ୍ତୁ ଆପଣ ସେଥିରେ ମଧ୍ୟ ଏ ପ୍ରକାରର ବୟାନବାଜି କରୁଛନ୍ତି । ଭଲ ଯୋଜନା, ନିଶ୍ଚୟ ମୋତେ ପରାମର୍ଶ ଦିଅନ୍ତୁ, ଆମେ ମିଳିମିଶି-ବସି ସହମତ ହେବା, ସ୍ଥିର କରିବା ।
ମାନନୀୟ ଅଧ୍ୟକ୍ଷା ମହୋଦୟ, ଆମର ସରକାର ଯେଉଁ ପଦକ୍ଷେପ ଉଠାଇଛନ୍ତି, ସେତିକି ସରକାରଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଜନ-ଧନ-ଯୋଜନା ଗରିବଙ୍କର ଆତ୍ମ ବିଶ୍ୱାସ ବଢ଼ାଇଛି । ବ୍ୟାଙ୍କରେ ପଇସା ଜମା କରୁଛି । ରୂପେ ଡେବିଟ କାର୍ଡ ଉପଯୋଗ କରୁଛି । ସେ ମଧ୍ୟ ନିଜକୁ-ନଜେ ସମୃଦ୍ଧ ପରିବାରଙ୍କ ସମକକ୍ଷରେ ଦେଖିବାକୁ ଲାଗିଲାଣି । ସ୍ୱଚ୍ଛ ଭାରତ ମିଶନ ମହିଳାଙ୍କ ଭିତରେ ଏକ ବହୁତ ବଡ଼ ଆତ୍ମ ବିଶ୍ୱାସ ସୃଷ୍ଟି କରିବାର କାମ କରିଛି । ଅନେକ ପ୍ରକାର କଷ୍ଟରୁ ମୁକ୍ତି ଦେବାର କାରଣ ହୋଇଛି । ଉଜ୍ଜ୍ୱଳା ଯୋଜନା ଗରିବ ମାଆମାନଙ୍କୁ ଧୂଆଁରୁ ମୁକ୍ତି ଦେବାର କାମ କହିଲା । ଆଗରୁ ଆମର ଶ୍ରମିକ ହୁଏତ ଭଲ ଚାକିରିଟିଏ ପାଇବା ପାଇଁ ପୁରୁଣା ଚାକିରି ଛାଡ଼ିବା ପାଇଁ ସାହସ କରୁ ନଥିଲା, କାରଣ ପୁରୁଣା ଜମା ପଇସା ବୁଡ଼ି ଯିବ । ଆମେ ତାଙ୍କର ଅଣ ଦାବିଦାର 27 ହଜାର କୋଟି ଟଙ୍କା ସାର୍ବଜନୀନ ଖାତା ନମ୍ବର ଦେଇ ତା’ପର୍ଯ୍ୟନ୍ତ ପହଂଚାଇବାର କାମ କରିଛନ୍ତି ସରକାର, ଆଉ ଆଗକୁ ଗରିବ ଶ୍ରମିକ ଯେଉଁଠିକୁ ଯିବ, ତାହାର ବ୍ୟାଙ୍କ ଖାତା ମଧ୍ୟ ସାଙ୍ଗରେ ଯିବ । ଏହି କାମ କରିଛୁ । ଭ୍ରଷ୍ଟାଚାର ଆଉ କଳାଧନ । ଏବେ ମଧ୍ୟ ଆପଣଙ୍କୁ ରାତିରେ ନିଦ ଆସୁ ନାହିଁ । ମୁଁ ଜାଣିଛି ଆପଣଙ୍କର ବ୍ୟସ୍ତତା ଭ୍ରଷ୍ଟାଚାର କାରଣରୁ ଜାମିନ ପାଇ ଜୀଉଁଥିବା ଲୋକ ଭ୍ରଷ୍ଟାଚାରରୁ ବଂଚିଲା ଭଳି ନୁହଁନ୍ତି, କେହି ହେଲେ ମଧ୍ୟ ବଂଚିଲା ଭଳି ନୁହଁନ୍ତି । ପ୍ରଥମ ଥର ଦେଶରେ ହୋଇଛି, ଚାରି-ଚାରି ଜଣ ପୂର୍ବତନ-ମୁଖ୍ୟମନ୍ତ୍ରୀ ଭାରତର ନ୍ୟାୟପାଳିକା ସେମାନଙ୍କୁ ଦୋଷୀ ଘୋଷିତ କରିଛନ୍ତି ଆଉ ଜେଲରେ ଜୀବନ ବିତାଇବାକୁ ବାଧ୍ୟ ହେବାକୁ ପଡ଼ିଛି । ଏହା ହେଉଛି ଆମର ପ୍ରତିବଦ୍ଧତା । ଦେଶକୁ ଯେଉଁମାନେ ଲୁଟିଛନ୍ତି ସେମାନଙ୍କୁ ଦେଶକୁ ଫେରାଇବାକୁ ପଡ଼ିବ ଆଉ ଏହି କାମରେ ମୁଁ କେବେ ପଛକୁ ହଟିଲା ଭଳି ନୁହେଁ । ମୁଁ ହେଉଛି ଲଢ଼ିଲା ଭଳି ଲୋକଟିଏ, ତେଣୁ କରି ଆଜି ଦେଶରେ ଗୋଟିଏ ସଚ୍ଚୋଟତାର ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ସଚ୍ଚୋଟତାର ଉତ୍ସବ ରହିଛି । ଅଧିକ ଲୋକ ଆଜି ଆଗକୁ ଆଗେଇ ଆସୁଛନ୍ତି, ଆୟକର ଦେବା ପାଇଁ ଆସିଛନ୍ତି । ସେମାନଙ୍କୁ ଭରସା ରହିଛି କି ଶାସନ ପାଖକୁ ରାଜକୋଷକୁ ଯେଉଁ ପଇସା ଯିବ, ଗୋଟି-ଗୋଟିର ହିସାବ ମିଳିବ, ସଠିକ ଉପଯୋଗ ହେବ । ଏହି କାମ ହେଉଛି ।
ଆଜି ମୁଁ ଗୋଟିଏ ବିଷୟରେ ଟିକେ ବିସ୍ତାର ଭାବେ କହିବାକୁ ଚାହୁଁଛି । କିଛି ଲୋକଙ୍କର ମିଛ କହିବା, ଯୋରରେ ମିଛ କହିବା, ବାରମ୍ବାର ମିଛ କହିବା, ଏହା ଫେସନ ହୋଇ ଯାଇଛି । ଆମ ଅର୍ଥମନ୍ତ୍ରୀ ବାରମ୍ବାର ଏହି କଥା କହିଛନ୍ତି, ତଥାପି ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିବା ଲୋକ, ସତ୍ୟକୁ ଚପାଇ ଦେବା ଏବଂ ମିଛ କହୁଥିବା ଲୋକଙ୍କୁ ଛକରେ ଠିଆ କରାଇ ଯୋରରେ ମିଛ କହି ଚାଲୁଛନ୍ତି । ଆଉ ସେହି ଘଟଣା ହେଉଛି ଏନପିଏର, ମୁଁ ଏହି ସଦନ ମାଧ୍ୟମରେ, ଅଧ୍ୟକ୍ଷ ମହୋଦୟା ଆପଣଙ୍କ ମାଧ୍ୟମରେ ଆଜି ଦେଶକୁ ମଧ୍ୟ କହିବାକୁ ଚାହୁଁଛି । ହଁ ଆଚ୍ଛା ଏନପିଏର ଘଟଣା ହେଉଛି କ’ଣ? ଦେଶକୁ ଜଣା ଥିବା ଦରକାର କି ଏନପିଏର ପଛରେ ଏହି ପୁରୁଣା ସରକାରଙ୍କର କାରବାର ରହିଛି ଆଉ ଶତ ପ୍ରତିଶତ ପୁରୁଣା ସରକାର ହିଁ ଏଥିପାଇଁ ଦାୟୀ, ଅନ୍ୟ କେହି ଗୋଟିଏ ପ୍ରତିଶତ ମଧ୍ୟ ନୁହେଁ । ଆପଣ ଦେଖନ୍ତୁ ସେମାନେ ଏଭଳି ବ୍ୟାଙ୍କିଙ୍ଗ ନୀତି ସବୁ ପ୍ରସ୍ତୁତ କଲେ କି ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ଯାଉଥିଲା, ଟେଲିଫୋନ ଯାଉଥିଲା, ନିଜର ପାଖ ଲୋକଙ୍କୁ ଋଣ ମିଳୁଥିଲା । ସେ ଋଣ ଟଙ୍କା ଦେଇ ପାରୁ ନଥିଲେ । ବ୍ୟାଙ୍କ, ନେତା, ସରକାର, ମଧ୍ୟସ୍ଥି ମିଳିମିଶି ତାହାର ପୁନର୍ଗଠନ କରୁଥିଲେ । ବ୍ୟାଙ୍କରୁ ଯାଇଥିବା ଅର୍ଥ କେବେ ବ୍ୟାଙ୍କକୁ ଆସୁ ନଥିଲା । କାଗଜରେ ଆସୁଥିଲା-ଯାଉଥିଲା, ଆସିବା-ଯିବା ଚାଲୁ ରହିଥିଲା ଆଉ ଦେଶ, ଦେଶକୁ ଲୁଟ କରାଯାଉଥିଲା । ସେମାନେ ଶହ-ଶହ କୋଟି ଟଙ୍କା ଦେଇ ଦେଲେ । ଆମେ ପରେ ଆସିଲୁ, ଆସିବା ମାତ୍ରେ ହିଁ ଆମର ଧ୍ୟାନକୁ ଏହି ବିଷୟ ଆସିଲା, ଯଦି ମୋତେ ରାଜନୀତି କରିବାର ହୋଇ ଥାଆନ୍ତା, ତ ମୁଁ ପ୍ରଥମ ଦିନରୁ ହିଁ ଦେଶ ସାମ୍ନାରେ ସେହି ତଥ୍ୟ ରଖି ଦେଇ ଥାଆନ୍ତି, କିନ୍ତୁ ଏଭଳି ସମୟ ବ୍ୟାଙ୍କର ଦୁର୍ଦ୍ଦଶାର କଥା ଦେଶର ଅର୍ଥତନ୍ତ୍ରକୁ ନଷ୍ଟ କରି ଦେଇ ଥାଆନ୍ତା । ଦେଶରେ ଏଭଳି ଏକ ସଙ୍କଟର ପରିବେଶ ଅସି ଯାଇଥାଆନ୍ତା, ସେଥିରୁ ବାହାରିବା କଷ୍ଟକର ହୋଇ ଯାଇଥାଆନ୍ତା । ଆଉ ଏଥିପାଇଁ ଆପଣଙ୍କ ପାପକୁ ଦେଖି, ପ୍ରମାଣ ରହିଥିବା ସତ୍ତ୍ୱେ ମୁଁ ଚୁପ୍ ରହିଲି, ମୋ ଦେଶର ଭଲ ପାଇଁ । ଆପଣଙ୍କ ଅଭିଯୋଗ ମୁଁ ସହି ଚାଲିଲି, ଦେଶର ଭଲ ପାଇଁ । କିନ୍ତୁ ଏବେ ଆମେ ବ୍ୟାଙ୍କକୁ ଆବଶ୍ୟକ ଶକ୍ତି ଦେଇଛୁ, ଏବେ ସମୟ ଆସି ଯାଇଛି କି ଦେଶ ସାମ୍ନାକୁ ସତ୍ୟ ଆସିବା ଦରକାର । ଏହି ଏନପିଏ ଆପଣଙ୍କର ପାପ ଥିଲା ଆଉ ମୁଁ ଆଜି ଏହା ଏହି ପବିତ୍ର ସଦନରେ ଠିଆ ହୋଇ କହୁଛି । ମୁଁ ଲୋକତନ୍ତ୍ରର ମନ୍ଦିରରେ ଠିଆ ହୋଇ କହୁଛି । ଆମ ସରକାର ଆସିବା ପରେ ଗୋଟିଏ ମଧ୍ୟ ଋଣ ଆମେ ଏଭଳି ଦେଇ ନାହୁଁ ଯାହାକୁ ଏନପିଏର ପରିସ୍ଥିତି ଆସିଛି ଆଉ ଆପଣମାନେ ଲୁଚାଇଲେ, ଆପଣମାନେ କ’ଣ କଲେ, ଆପଣମାନେ ଭୁଲ ପରିସଂଖ୍ୟାନ ଦେଲେ, ଯେ ପର୍ଯ୍ୟନ୍ତ ଆପଣମାନେ ଥିଲେ, ଆପଣମାନେ କହିଥିଲେ ଏନପିଏ 36 ପ୍ରତିଶତ ଅଛି । ଆମେ ଯେବେ ଦେଖିଲୁ ଆଉ 2014ରେ ଆମେ କହିଲୁ କି ଭାଇ ମିଛ ଚଳିବ ନାହିଁ, ସତ୍ୟ କୁହ, ଯାହା ହେବ ଦେଖାଯିବ ଆଉ ଯେତେବେଳେ ସମସ୍ତ କାଗଜପତ୍ର ଖେଳାଇବାକୁ ଆରମ୍ଭ କରିଲୁ ତ ଆପଣମାନେ ଯାହା ଦେଶକୁ କହିଥିଲେ ତାହା ଭୁଲ ପରିସଂଖ୍ୟାନ ଥିଲା, 82 ପ୍ରତିଶତ ଏନପିଏ ଥିଲା, 82 ପ୍ରତିଶତ । ମାର୍ଚ୍ଚ 2008ରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ମୋଟ ଅଗ୍ରିମ 18 ଲକ୍ଷ କୋଟି ଟଙ୍କା ଆଉ ଆମେ 6 ବର୍ଷରେ ଆପଣ ଦେଖନ୍ତୁ କ’ଣ ପରିସ୍ଥିତି ହୋଇଗଲା, 2008 ରେ 18 ଲକ୍ଷ କୋଟି ଆଉ ଆପଣ ଯେ ପର୍ଯ୍ୟନ୍ତ ମାର୍ଚ୍ଚ 2000 ପର୍ଯ୍ୟନ୍ତ ବସିଥିଲେ, ଏହି 18 ଲକ୍ଷ କୋଟି 52ଲକ୍ଷ କୋଟି ରେ ପଂହଚିଯାଇଥିଲା, ଯାହା ଦେଶର ଗରିବଙ୍କର ପଇସା ଆପଣମାନେ ଲୁଟିଥିଲେ । ଆଉ ବାରମ୍ବାର ଆମେ ପୁନର୍ଗଠନ କରି ଚାଲିଲୁ କାଗଜ ଉପରେ ହିଁ, ଋଣ ଆସିଗଲା, ଋଣ ଦେଇ ଦିଆଗଲା । ଆପଣ ଏଭଳି ଅନେକଙ୍କୁ ବଂଚାଇ ଚାଲିଲେ କାରଣ ମଝିରେ ମଧ୍ୟସ୍ଥିମାନେ ଥିଲେ, କାରଣ ସେ ଆପଣମାନଙ୍କର ପରିଚିତ ଥିଲେ । କାରଣ ଆପଣଙ୍କୁ ସେଥିରୁ କେହି ନା କେହି କାହାର ନା କାହାର ହିତ ଲୁଚି ରହିଥିଲା । ଆଉ ଏଥିପାଇଁ ଆପଣମାନେ ଏହି କାମ କଲେ । ଆମେ ଏହା ସ୍ଥିର କଲୁ କି ଯାହା ମଧ୍ୟ ଅସୁବିଧା ହେଉ, କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ଆଉ ମୋ ସ୍ୱଚ୍ଛତା ଅଭିଯାନ କେବଳ ଛକ ପର୍ଯ୍ୟନ୍ତ ନୁହେଁ । ମୋର ସ୍ୱଚ୍ଛତା ଅଭିଯାନ ଏହି ଦେଶର ନାଗରିକଙ୍କ ଅଧିକାର ପାଇଁ । ଏହି ଆଚାର ବିଚାରରେ ମଧ୍ୟ ଥିଲା । ଆଉ ଏଥିପାଇଁ ଆମେ ଏହି କାମ କରିଛୁ ।
ଆମେ ଯୋଜନା ତିଆରି କରିବା ଚାରି ବର୍ଷ ଲାଗିଲା । ଆମେ ପୁନଃପୁଞ୍ଜିକରଣ ଉପରେ କାମ କରିଛୁ । ଆମେ ସାରା ଦୁନିଆର ଅନୁଭବ ଉପରେ ଅଧ୍ୟୟନ କରିଛୁ ଆଉ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଶକ୍ତି ମଧ୍ୟ ଦେଇଛୁ । ଶକ୍ତି ଦେବା ପରେ ଆଜି ମୁଁ ପ୍ରଥମ ଥର ଚାରି ବର୍ଷ ଆପଣଙ୍କ ମିଛକୁ ସହ୍ୟ କରି ଚାଲିଲି । ଆଜି ମୁଁ ଦେଶ ସମ୍ମୁଖରେ ପ୍ରଥମ ଥର ଏହି ସୂଚନା ଦେଉଛି । 18 ଲକ୍ଷରୁ 52ଲକ୍ଷ, 18 ଲକ୍ଷ କୋଟିରୁ 52 ଲକ୍ଷ କୋଟି ଆପଣମାନେ ଲୁଟି ନେଇଛନ୍ତି । ଆଉ ଆଜି ଯେଉଁ ଟଙ୍କା ବଢ଼ି ଚାଲିଛି ତାହା ହେଉଛି ସେହି ସମୟର ଆପଣଙ୍କର ପାପର ସୁଧ । ଏହା ଆମ ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ଅର୍ଥ ନୁହେଁ । ଏହି ଯେଉଁ ପରିସଂଖ୍ୟାନ ବଦଳିଛି, ସେହି 52 ଲକ୍ଷ କୋଟି ସୁଧ ଯାହା ଲାଗୁଛି ଏହା ହେଉଛି ତାଙ୍କର । ଆଉ ଦେଶ କେବେ ଏହି ପାପ ପାଇଁ ଆପଣଙ୍କ କ୍ଷମା କରିବ ନାହିଁ ଏବଂ କେବେ ନା କେବେ ତ ଏହି ଜିନିଷର ହିସାବ ଆପଣମାନଙ୍କୁ ଦେଶକୁ ଦେବାକୁ ପଡ଼ିବ ।
ମୁଁ ଦେଖୁଛି କି, Hit and Run ଭଳି ରାଜନୀତି ଚାଲୁ ରହିଛି, କାଦୁଅ ଫୋପାଡ଼ ଆଉ ପଳାଇ ଯାଅ, ଯେତେ ଅଧିକ କାଦୁଅ ଫୋପାଡ଼ିବ, ପଦ୍ମ ସେତେ ଅଧିକ ଫୁଟିବ ଆହୁରି ଉଠାଅ, ଯେତେ ଉଠାଇବାର ଅଛି ଉଠାଅ । ପୁଣି ଉଠାଅ ଆଉ ଏଥିପାଇଁ ମୁଁ ଟିକେ କହିବାକୁ ଚାହୁଁଛି ଏବେ ଏଥିରେ ମୁଁ କୌଣସି ଅଭିଯୋଗ କରିବାକୁ ଚାହୁଁନାହିଁ । କିନ୍ତୁ ଦେଶ ସ୍ଥିର କରିବ କି କ’ଣ ହୋଇଛି? ଆପଣମାନେ କତାରରୁ ଗ୍ୟାସ ଆଣିବାର ୨୦ ବର୍ଷ ପାଇଁ ବୁଝାମଣା କରିଛନ୍ତି, ଆଉ ଯେଉଁ ନାମରେ ଗ୍ୟାସର ଠିକା କରିଥିଲେ ଆମେ ଆସି କତାର ସହିତ କଥା ହେଲୁ, ଆମେ ନିଜ ପକ୍ଷ ରଖିଲୁ, ଭାରତ ସରକାର ବନ୍ଧା ପଡ଼ିଥିଲେ, ଆପଣମାନେ ଯେଉଁ ସଉଦା କରିଯାଇଥିଲେ ଆମକୁ ତାହାକୁ ପୂରଣ କରିବାର ଥିଲା, କାରଣ ଦେଶର ସରକାରଙ୍କର ନିଜର ଏକ ବିଶେଷତ୍ୱ ରହିଥାଏ । କିନ୍ତୁ ଆମେ ତାହାକୁ ତଥ୍ୟ ଆଗରେ ରଖିଲୁ, ଆମେ ସେମାନଙ୍କୁ ବାଧ୍ୟ କରାଇଲୁ ଆଉ ମୋ ଦେଶବାସୀମାନଙ୍କୁ ଖୁସି ହେବ ଅଧ୍ୟକ୍ଷା ମହୋଦୟ, ଏହି ପବିତ୍ର ସଦନରେ ମୁଁ ଏହା କହି ସନ୍ତୋଷ ଲାଭ କରୁଛି କି ଆମେ କତାର ସହିତ ପୁନଃ ବୁଝାମଣା କଲୁ ଆଉ ଯେଉଁ ଗ୍ୟାସ ଆମେ କିଣୁଥିଲୁ, ଦେଶର ପାଖାପାଖି 8 ହଜାର କୋଟି ଟଙ୍କା ଆମେ ବଂଚାଇଲୁ ।
ଆପଣମାନେ 8ହଜାର କୋଟି ଟଙ୍କା ଅଧିକ ଦେଇଥିଲେ । କାହିଁକି ଦେଲେ, କ’ଣ ପାଇଁ ଦେଲେ, କିପରି ଦେଲେ, କ’ଣ ଏଥିପାଇଁ ପ୍ରଶ୍ନ ଚିହ୍ନ ଠିଆ ହୋଇ ପାରିବ, ତାହା ଦେଶ ସ୍ଥିର କରିବ, ମୋତେ କରିବାର ନାହିଁ । ସେହିପରି ମୁଁ ଏହା ମଧ୍ୟ କହିବାକୁ ଚାହିଁବି କି ଅଷ୍ଟ୍ରେଲିଆ ଭିତରେ ଭାରତ ସରକାରଙ୍କର ଏକ ବୁଝାମଣା ହୋଇଥିଲା । ଗ୍ୟାସ ସେମାନଙ୍କଠାରୁ ନିଆଯାଉଥିଲା, ଆମେ ସେମାନଙ୍କ ସହିତ ମଧ୍ୟସ୍ଥତା କଲୁ, ଦୀର୍ଘ ସମୟର ଧରି ଆଲୋଚନା କଲୁ ଆଉ ଆପଣମାନେ କାହିଁକି ଏପରି କରି ନଥିଲେ, ଆମେ ଚାରି ହଜାର କୋଟି ଟଙ୍କା ସେଥିରୁ ମଧ୍ୟ ବଂଚାଇଲୁ । ଦେଶର ଅଧିକାରର ପଇସା ଆମେ ବଂଚାଇଲୁ, କାହିଁକି ଦେଲୁ, କିଏ ଦେଲା, କେବେ ଦେଲା, କେଉଁଥିପାଇଁ ଦେଲା, କ’ଣ ଉଦ୍ଦେଶ୍ୟ ରଖି ଦେଲା, ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣମାନେ କେବେ ଦେବେ ନାହିଁ, ମୋତେ ଜଣା ଅଛି, ଦେଶର ଜନତା ଆଗକୁ ଉତ୍ତର ମାଗିବେ ।
ଛୋଟିଆ ଏକ ବିଷୟ ହେଉଛି ଏଲଇଡ଼ି ବଲ୍ବ, କେହି ମୋତେ କୁହନ୍ତୁ, କ’ଣ କାରଣ ଥିଲା କି ଆପଣଙ୍କ ସମୟରେ ସେହି ବଲ୍ବ ତିନିଶହ, ସାଢ଼େ ତିନିଶହ ଟଙ୍କାରେ ବିକ୍ରି ହେଉଥିଲା । ଭାରତ ସରକାର ତିନିଶହ, ସାଢ଼େ ତିନିଶହ ଟଙ୍କାରେ କିଣୁଥିଲେ । କ’ଣ କାରଣ ଥିଲା କି ସେହି ବଲ୍ବ, ଟେକ୍ନୋଲଜିରେ କୌଣସି ଫରକ ନାହିଁ । କ୍ୱାଲିଟିରେ କୌଣସି ଫରକ ନାହିଁ । ଦେଲାବାଲା କମ୍ପାନୀ ମଧ୍ୟ ସେହି, ସାଢ଼େ ତିନିଶହ ଟଙ୍କାର ବଲ୍ବ, ଚାଳିଶ ଟଙ୍କାରେ କିଭଳି ଆସିବାରେ ଲାଗିଲା । ଟିକେ କହିବାକୁ ପଡ଼ିବ, ଆପଣମାନଙ୍କୁ କହିବାକୁ ପଡ଼ିବ, ଆପଣମାନଙ୍କୁ ଉତ୍ତର ଦେବାକୁ ପଡ଼ିବ । ମୋତେ କୁହନ୍ତୁ କ’ଣ କାରଣ ଅଛି ସୌର ଶକ୍ତି ଆପଣଙ୍କ ସମୟରେ ସୌର ପାୱାର ୟୁନିଟ୍ 12 ଟଙ୍କା, 13 ଟଙ୍କା,14 ଟଙ୍କା, 15 ଟଙ୍କା ଥିଲା । ଲୁଟିଚାଲ, ଯାହାଙ୍କୁ ମଧ୍ୟ ଲୁଟିବାର ଅଛି, ଲୁଟ, କେବଳ ଆମର ଧ୍ୟାନ ରଖନ୍ତୁ । ଏହି ମନ୍ତ୍ରକୁ ନେଇ କରି ଚାଲନ୍ତୁ । ଆଜି ସେହି ସୋଲାର ପାୱାର ଦୁଇ ଟଙ୍କା, ତିନି ଟଙ୍କା ମଧ୍ୟକୁ ଆସି ଯାଇଛି । କିନ୍ତୁ ଏହା ପରେ ମଧ୍ୟ ଆମେ ଆପଣଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇ ନାହୁଁ । ଦେଶକୁ ଲଗାଇବାର ଅଛି, ଲଗାଇବ । ମୁଁ ସେଥିରେ ନିଜକୁ ନିଜେ ସଂଯମ ରକ୍ଷା କରିବାକୁ ଚାହୁଁଛି କିନ୍ତୁ ଏହା ବାସ୍ତବତା କହୁଛି କି କ’ଣ ହେଉଥିଲା ଆଉ ଏଥିପାଇଁ, ଏବଂ ଆଜି ବିଶ୍ୱରେ ଭାରତର ମାନ ସମ୍ମାନ ବଢ଼ିଛି । ଆଜି ଭାରତର ପାସପୋର୍ଟର ଶକ୍ତି ସମଗ୍ର ଦୁନିଆରେ ଯେଉଁଠାକୁ ହିନ୍ଦୁସ୍ଥାନୀ ହିନ୍ଦୁସ୍ଥାନର ପାସପୋର୍ଟ ନେଇ କରି ଯାଇଥାଏ, ସାମ୍ନାରେ ଭେଟିଲାବାଲା ଆଖି ଉପରକୁ ଉଠାଇ ଗର୍ବର ସହିତ ଦେଖିଥାଏ । ଆପଣଙ୍କୁ ଲାଜ ଲାଗୁଛି, ବିଦେଶକୁ ଯାଇ ଦେଶର ଭୁଲକୁ ଭୁଲ ଭାବରେ ଉପସ୍ଥାପିତ କରୁଛ । ଯେତେବେଳେ ଦେଶ ଡୋକଲାମର ଲଢ଼େଇ ଲଢ଼ୁଥିଲା, ଠିଆ ହୋଇଥିଲା, ଆପଣ ମାନେ ଚୀନର ଲୋକଙ୍କ ସହିତ କଥା ହେଉଥିଲେ । ଆପଣମାନଙ୍କୁ ମନେ ରହିବା ଦରକାର ସଂସଦୀୟ ପ୍ରଣାଳୀ, ଲୋକତନ୍ତ୍ର, ଦେଶ ବିରୋଧୀ ଦଳ ଏକ ଦାୟିତ୍ୱବାନ ପକ୍ଷ କ’ଣ ପାଇଁ ହୋଇଥାଏ? ସିମଲା ରାଜିନାମା ଯେତେବେଳେ ହେଲା ଇନ୍ଦିରା ଗାନ୍ଧି, ବେନଜୀର ଭୁଟ୍ଟୋ ମହାଶୟାଙ୍କ ସହିତ ସ୍ୱାକ୍ଷର କରିଥିଲେ । ଆମର ଦଳର ସହମତି ଥିଲା, କିନ୍ତୁ ଇତିହାସ ସାକ୍ଷୀ ରହିଛି, ଅଟଳ ବିହାରୀ ବାଜପେୟୀ ଇନ୍ଦିରା ଗାନ୍ଧୀ ମହୋଦୟାଙ୍କୁ ସମୟ ମାଗିଥିଲେ, ଇନ୍ଦିରା ଜୀଙ୍କୁ ସାକ୍ଷାତ କରିବାକୁ ଗଲେ ଆଉ ତାଙ୍କୁ କହିଲେ କି ଦେଶ ହିତ ପାଇଁ ଭୁଲ ହେଉଛି, ବାସ୍ ଆମେ ବାହାରକୁ ଆସି ସେ ସମୟରେ ଦେଶର କୌଣସି କ୍ଷତି ହେବାକୁ ଦେଲୁ ନାହିଁ । ଦେଶ ପାଇଁ ଆମର ଦାୟିତ୍ୱ ରହିଥିଲା । ଯେତେବେଳେ ଆମର ସେନାର ଜବାନ ସର୍ଜିକାଲ ଷ୍ଟ୍ରାଇକ୍ କରିଥାଏ, ଆପଣମାନେ ପ୍ରଶ୍ନ ଚିହ୍ନ ଠିଆ କରାଇଥାଆନ୍ତି । ମୁଁ ବୁଝି ପାରୁଛି ଯେତେବେଳେ ଦେଶରେ ଏକ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ହେଲା, ଦେଶରେ ଏକ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ହେଲା, ଏବେ ମଧ୍ୟ କିଭଳି ଜିନିଷ ଲୋକଙ୍କ ମନରେ ପ୍ରଶ୍ନ ଚିହ୍ନ ହୋଇ ରହିଛି । ଏହି ସରକାର ଆସିଲା ପରେ 54 ଦେଶର ଭାରତ-ଆଫ୍ରିକା ସମ୍ମେଳନ ହେଲା, ବ୍ରିକ୍ସ ଶିଖର ବୈଠକ ହେଲା, 17 ବର୍ଷରୁ କମ୍ ଫିଫା ବିଶ୍ୱ କପ୍ ହେଲା । ଏତେ ବଡ଼-ବଡ଼ ଯୋଜନାଗୁଡ଼ିକ ହେଲା, ଆଉ ଏବେ 26 ଜାନୁୟାରୀରେ ଆସିଆନ ଦେଶର ମୁଖିଆମାନେ ଆସି ବସିଥିଲେ ଆଉ ମୋ ତିରଙ୍ଗା ଫରଫର ହୋଇ ଉଡ଼ୁଥିଲା । ଭାବି ନଥିଲି କେବେ, ଆଜ୍ଞା ଯେଉଁ ଦିନ ନୂତନ ସରକାର ଶପଥ ଗ୍ରହଣ କଲେ, ସମସ୍ତ ସାର୍କ ଦେଶର ମୁଖିଆ ମାନେ ଆସି ବସିଲେ ତ ଆପଣଙ୍କ ମନରେ ପ୍ରଶ୍ନ ଥିବ କି 70 ବର୍ଷରେ ଆମର କାହିଁକି ବୁଝା ପଡ଼ିଲା ନାହିଁ । ଛୋଟ ମନ ବଡ଼ କଥା କହି ପାରି ନାହିଁ ।
ଅଧ୍ୟକ୍ଷ ମହୋଦୟା, ଏକ ନିଉ ଇଣ୍ଡିଆର ସ୍ୱପ୍ନ କାହାକୁ ନେଇ କରି ଦେଶ ଆଗକୁ ବଢ଼ିବା ଦରକାର । ମହାତ୍ମା ଗାନ୍ଧି ୟଙ୍ଗ ଇଣ୍ଡିଆର କଥା କହିଥିଲେ, ସ୍ୱାମୀ ବିବେକାନନ୍ଦ ଯେଉଁ ନୂତନ ଭାରତର କଥା କହିଥିଲେ, ଆମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯେତେବେଳେ ପଦବୀରେ ଥିଲେ, ସେତେବେଳେ ମଧ୍ୟ ନୂତନ ଭାରତର ସ୍ୱପ୍ନ ସର୍ବ ସମ୍ମୁଖରେ ରଖିଥିଲେ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ନୂତନ ଭାରତ ନିର୍ମାଣ କରିବାର ସଂକଳ୍ପକୁ ସାକାର କରିବା ପାଇଁ ନିଜର ଦାୟିତ୍ୱ ନିର୍ବାହ କରିବା । ଲୋକତନ୍ତ୍ରରେ ସମାଲୋଚନା ହେଉଛି ଲୋକତନ୍ତ୍ରର ଶକ୍ତି । ଏହା ହେବା ଦରକାର, ସେତେବେଳେ ତ ଯାଇ ଅମୃତ ବାହାରି ଥାଏ, କିନ୍ତୁ ଲୋକତନ୍ତ୍ର ମିଥ୍ୟା ଅଭିଯୋଗ କରିବାର ଅଧିକାର ଦେଇ ନଥାଏ । ନିଜର ରାଜନୈତିକ ରୁଟି ସେକିବା ପାଇଁ ଦେଶକୁ ନିରାଶ କରିବାର ଅଧିକାର ଦେଇ ନଥାଏ । ଆଉ ଏଥିପାଇଁ ମୁଁ ଆଶା କରୁଛି କି ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣକୁ କହିଲାବାଲା କହିଦେଲେ, ଏବେ ଟିକେ ଆରାମରେ ତାହାକୁ ପଢ଼ନ୍ତୁ । ପ୍ରଥମ ଥର ପଢ଼ିଲେ ବୁଝା ନ ପଡ଼ିଲେ ତ ଦ୍ୱିତୀୟ ଥର ପଢ଼ନ୍ତୁ । ଭାଷା ବୁଝା ପଡ଼ୁ ନାହିଁ, ତ କାହାର ସାହାଯ୍ୟ ନିଅନ୍ତୁ । କିନ୍ତୁ ଯାହା କଳା-ଧଳାରେ ସତ୍ୟ ଲେଖାଯାଇଛି, ତାକୁ ଅସ୍ୱୀକାର କରିବାର କାମ ନ କରନ୍ତୁ । ଏହି ଗୋଟିଏ ଅନୁରୋଧ ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଯେଉଁ-ଯେଉଁ ମାନ୍ୟବର ସଦସ୍ୟମାନେ ନିଜ-ନିଜ ବିଚାର ବ୍ୟକ୍ତ କଲେ, ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଆଉ ମୁଁ ସମସ୍ତଙ୍କୁ କହୁଛି କି ସର୍ବ ସମ୍ମତିରେ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣକୁ ଆମେ ସ୍ୱୀକାର କରିବା । ଏହି ଅନୁରୋଧ ସହିତ ଆପଣମାନେ ଯେଉଁ ସମୟ ଦେଲେ, ମୁଁ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ, ଧନ୍ୟବାଦ ।
**********
Several members of Parliament expressed their thoughts on various subjects. The address by the Honourable President does not belong to any party. It is about the aspirations of every Indian: PM @narendramodi in the Lok Sabha
— PMO India (@PMOIndia) February 7, 2018
When we speak about creating new states, we remember the manner in which Atal Bihari Vajpayee Ji created Uttarakhand, Jharkhand and Chhattisgarh. He showed how farsighted decision making is done: PM @narendramodi in the Lok Sabha https://t.co/0aHXLrts3D
— PMO India (@PMOIndia) February 7, 2018
I see that whenever we are criticised by select Opposition parties, substance is lacking. They go back to saying- when we were in power....
— PMO India (@PMOIndia) February 7, 2018
This is the same party that divided India: PM @narendramodi in the Lok Sabha
For decades, one party devoted all their energies to serving one family. The interests of the nation were looked over just for the interests of one family: PM @narendramodi
— PMO India (@PMOIndia) February 7, 2018
How can one of the leaders say India got a democracy due to Pandit Nehru and the Congress Party? Is this their reading of India's history? What arrogance is this: PM @narendramodi in the Lok Sabha
— PMO India (@PMOIndia) February 7, 2018
India did not get democracy due to Pandit Nehru, as Congress wants us to believe. Please look at our rich history. There are many examples of rich democratic traditions that date back centuries ago. Democracy is integral to this nation and is in our culture: PM @narendramodi
— PMO India (@PMOIndia) February 7, 2018
When Rajiv Gandhi landed in Hyderabad, how did he behave with a Congress leader Mr. T Anjaiah. He humiliated a big leader, who did not belong to a privileged background: PM @narendramodi
— PMO India (@PMOIndia) February 7, 2018
How did the Congress act in Kerala, how did they treat the @Akali_Dal_ in Punjab, how did they behave in Tamil Nadu? Why did Congress dismiss so many state governments at their will. This is no commitment to democracy: PM @narendramodi
— PMO India (@PMOIndia) February 7, 2018
How did the Congress act in Kerala, how did they treat the @Akali_Dal_ in Punjab, how did they behave in Tamil Nadu? Why did Congress dismiss so many state governments at their will. This is no commitment to democracy: PM @narendramodi
— PMO India (@PMOIndia) February 7, 2018
In December, did we witness an 'election' or coronation for the post of Congress President? One youngster raised his voice about this as well: PM @narendramodi in the Lok Sabha
— PMO India (@PMOIndia) February 7, 2018
The NDA Government has changed the work culture in the nation. Projects are not only thought about well but also executed in a timely manner: PM @narendramodi in the Lok Sabha
— PMO India (@PMOIndia) February 7, 2018
The NDA government is building more roads than the previous one. We have given a strong boost to the infrastructure sector across the nation: PM @narendramodi
— PMO India (@PMOIndia) February 7, 2018
More villages are getting optical fibre network in the last three years than they got previously. This is the transformation happening: PM @narendramodi in the Lok Sabha
— PMO India (@PMOIndia) February 7, 2018
Since Kharge Ji spoke about railways and Karnataka, let me tell the truth about the Bidar-Kalburgi rail line. The project was approved by the Vajpayee Government and from 2004 till 2013 nothing was done. It is when a Government under @BSYBJP gave approvals work could begin: PM
— PMO India (@PMOIndia) February 7, 2018
The approvals by the @BSYBJP Government in Karnataka made it possible to work quickly on the rail line. We do not bother who is the local MP or MLA, which party they belong to. We serve the nation and care for 125 crore Indians: PM @narendramodi
— PMO India (@PMOIndia) February 7, 2018
The way people of Rajasthan were misled about the Barmer refinery was appalling. Just for votes, lies were said. It is in the last three years that the Government of India and the Rajasthan Government worked together to sort out the pending issues: PM @narendramodi in LS
— PMO India (@PMOIndia) February 7, 2018
I can see the energy and enthusiasm in our youth. They want to do something on their own, they want to launch their own start-ups. Our Government is giving wings to the aspirations of India's middle class: PM @narendramodi in the Lok Sabha
— PMO India (@PMOIndia) February 7, 2018
Our government had the opportunity to prepare an aviation policy that focuses on smaller cities, towns so that more Indians can fly: PM @narendramodi
— PMO India (@PMOIndia) February 7, 2018
When our Government took office in 2014, the chorus from the opposition was - Modi will scrap @UIDAI but when we made Aadhaar more effective in terms of enabling better and effective service delivery, suddenly the opposition began opposing Aadhaar: PM @narendramodi
— PMO India (@PMOIndia) February 7, 2018
When the corrupt and middlemen are out of work, obviously the Congress will be unhappy: PM @narendramodi
— PMO India (@PMOIndia) February 7, 2018
India's middle class desires good education facilities, affordable housing, good infrastructure. They want 'Ease of Living' which we are committed to providing: PM @narendramodi
— PMO India (@PMOIndia) February 7, 2018
I know the Government's efforts to eliminate corruption & black money are hurting a select group of people. Today, people who served as Chief Ministers are in jail. However powerful one was, if one has been corrupt, that person will be punished. We are in an era of honesty: PM
— PMO India (@PMOIndia) February 7, 2018
The workings of our previous Government are responsible for the NPA mess. They are 100% responsible and nobody else. The banking policies of the previous Governments were not proper. Middlemen were happy, the country was suffering: PM @narendramodi in Lok Sabha
— PMO India (@PMOIndia) February 7, 2018
I have to tell the entire nation about the NPA mess our previous Government created: PM @narendramodi
— PMO India (@PMOIndia) February 7, 2018
Is there any reason why LED bulbs were so expensive till 2014? It was affecting the middle class. The price of LED bulbs today are affordable: PM @narendramodi
— PMO India (@PMOIndia) February 7, 2018
Is there any reason why LED bulbs were so expensive till 2014? It was affecting the middle class. The price of LED bulbs today are affordable: PM @narendramodi
— PMO India (@PMOIndia) February 7, 2018
We have to create a new India. Let us work together to fulfil the dreams of the people: PM @narendramodi
— PMO India (@PMOIndia) February 7, 2018