ପିଏମଇଣ୍ଡିଆ
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି । ନିଜର ପ୍ରଥମ ଭାଷଣ ସହିତ ଶ୍ରୀମାନ ଅମିତ ଭାଇ ସାହେବ ପ୍ରସ୍ତାବ ଆଗତ କରିଥିଲେ, ବିନୟ ସହସ୍ରବୁଦ୍ଧେ ମହାଶୟ ଏହାକୁ ସମର୍ଥନ କରିଥିଲେ । ଶ୍ରୀମାନ ଗୁଲାମନବୀ ଆଜାଦ ମହାଶୟ, ଡି.ପି ତ୍ରୀପାଠୀ ମହାଶୟ, ପ୍ରମୋଦ ତିୱାରୀ ମହାଶୟ, ସର୍ଦ୍ଦାର ବଲୱନ୍ତ ସିଂହ ମହାଶୟ, ନରେଶ ଅଗ୍ରୱାଲ ମହାଶୟ, ଦିଲ୍ଲୀପ କୁମାର ତିର୍କୀ ମହାଶୟ, ସଞ୍ଜୟ ରାଉତ୍ତ ମହାଶୟ, ଆନନ୍ଦ ଶର୍ମା ମହାଶୟ, ଡେରିକ ଓ ବ୍ରେଇନ ମହାଶୟ, ଡି. ରାଜା, ସଞ୍ଜୟ ସିଂହ, ସୁଖେନ୍ଦୁ ଶେଖର ରାୟ ମହାଶୟ, ଟି.କେ ରଙ୍ଗରାଜନ ମହାଶୟ, ଟି.ଜି ଭେଙ୍କଟେସ ମହାଶୟଙ୍କ ସମେତ ଅନେକ ଆଦରଣୀୟ ସଦସ୍ୟ ନିଜର ମତାମତ ରଖିଛନ୍ତି । ରୋଜଗାର ହେଉ, ଭ୍ରଷ୍ଟାଚାର ହେଉ, କୃଷକଙ୍କର ରୋଜଗାରର କଥା ହେଉ, ନିବେଶ ନୀତି ହେଉ, ସୁରକ୍ଷା ବ୍ୟବସ୍ଥା ହେଉ, ଆୟୁଷ୍ମାନ ଭାରତ ହେଉ, ଏଭଳି ଅନେକ ବିଷୟ ଉପରେ ସମସ୍ତେ ନିଜର ମତାମତ ରଖିଛନ୍ତି । ଗୁଲାମନବୀ ମହାଶୟଙ୍କୁ ତ’ ମୁଁ ଏଠାରେ ବସି ଶୁଣୁଥିଲି, ଅନ୍ୟ ମାନଙ୍କୁ ମୁଁ ନିଜ କୋଠରୀରେ ରହି ଶୁଣିଲି ଆଉ ଏଥିପାଇଁ ସେମାନଙ୍କର ଶାରୀରିକ ପରିଭାଷା ମଧ୍ୟ ଦେଖିବାର ସୁଯୋଗ ମିଳିଥିଲା । ଆଉ ଯେତେବେଳେ ସେ ବଂଶବାଦ ଉପରେ ଚର୍ଚ୍ଚା କରୁଥିଲେ ଆଉ ଗୋଟିଏ ପରିବାରକୁ ବଂଚାଇବା ପାଇଁ ବହୁତ କିଛି କହୁଥିଲେ, ଯାହା କହୁଥିଲେ ତାହା ତ ଠିକ୍ ଅଛି, କିନ୍ତୁ ସେହି ସମୟରେ ତାଙ୍କର ପିଲାଳିଆମୀ ବହୁତ ଭଲ ଲାଗୁଥିଲା । ଆଉ ଅଧିକାଂଶ ସମୟରେ ମୁଁ ଦେଖିଲି, ଏବେ ଆନନ୍ଦ ଶର୍ମା ମହାଶୟଙ୍କୁ ମଧ୍ୟ ଶୁଣୁଥିଲି । ତ ଗୁଲାମନବୀ ଆଜାଦ ମହାଶୟଙ୍କଠାରୁ ନେଇ ଆନନ୍ଦ ଶର୍ମା ମହାଶୟଙ୍କ ପର୍ଯ୍ୟନ୍ତ ଅଧିକାଂଶ ସଦସ୍ୟ ତ ନିଜ ପୁରୁଣା ସରକାରଙ୍କ କଥା କହିବାକୁ ସୁଯୋଗ ନେଉଥିଲେ । ବାହାରେ ତ କେହି ଶୁଣନ୍ତି ନାହିଁ ତ’ ଏଠାରେ ହିଁ କହିବାକୁ ପଡ଼ିବ । ଛାଡ଼ନ୍ତୁ କଂଗ୍ରେସ ଦଳ କିମ୍ବା ଏହି ରାଜନୈତିକ ଦଳଙ୍କୁ କ’ଣ କରିବା ଆବଶ୍ୟକ ସେଥିପାଇଁ ନା ମୋତେ କିଛି କହିବାର ଅଧିକାର ରହିଛି ନା କାହାକୁ । କିନ୍ତୁ ଆପଣ ଆୟୁଷ୍ମାନ ଭାରତ ଯୋଜନାର ଚର୍ଚ୍ଚା କଲେ ଆଉ ଆପଣ ଉଦାହରଣ ଦେଲେ ଆମେରିକାର ଏବଂ ବ୍ରିଟେନର । ଏବେ ଏହି ଆମେରିକାର ମଡେଲ ଏବଂ ବ୍ରିଟେନର ମଡେଲ ଆଉ ଭାରତର ସାମାଜିକ ସ୍ଥିତି ଦୁଇଟିରେ ଆକାଶ ପାତାଳ ପ୍ରଭେଦ ରହିଛି । କେତେକ ଜିନିଷ ସେଠାରେ ସଫଳ ହୁଏ, ଆମର ଏଠାରେ ସଫଳ ହୋଇ ପାରେ ନାହିଁ, କେତେକ ଜିନିଷ ସେଠାରେ ବିଫଳ ହୁଏ, ଆମର ଏଠାରେ ଅଯୋଗ୍ୟ ସାବ୍ୟସ୍ତ ହୋଇ ପାରେ । ଏଭଳି ଯୁକ୍ତି ଠିକ୍ ନୁହେଁ । ଆମକୁ ନିଜ ଦୃଷ୍ଟିରେ ଭାବିବାକୁ ପଡ଼ିବ । ନିଜ ଦେଶ ପାଇଁ ଏହା ଏଇଥିପାଇଁ ହୋଇଥାଏ କି ଅଧିକାଂଶ ଏବେ ପାଖାପାଖି 50-55ବର୍ଷ କ୍ଷମତାରେ ରହିବା ଆଉ ଭୂଇଁରୁ ଓପାଡ଼ି ହୋଇ ପଡ଼ିବା ହେଉଛି ବଡ଼ ସ୍ୱାଭାବିକ କଥା । ଆଉ ସେହି କାରଣରୁ ଏଭଳି ପ୍ରକାରର ବିଚାର ଆଉ ମର୍ଯ୍ୟାଦା ଆସିବା ମଧ୍ୟ ହେଉଛି ବଡ଼ ସ୍ୱାଭାବିକ କଥା । କିନ୍ତୁ ମୁଁ ମାନୁ ନାହିଁ କି ଏମାନଙ୍କ ମଧ୍ୟରୁ କେହି ଏହି କଥା ଉପରେ ଅସହମତ ହେବେ କି ଆମ ଦେଶରେ ଆରୋଗ୍ୟ କ୍ଷେତ୍ରରେ ବହୁତ କିଛି କରିବାର ଆବଶ୍ୟକତା ରହିଛି । ଏହାର ମାନେ ନୁହେଁ କି ଗୁଲାମନବୀ ଯେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ତ’ ସେତେବେଳେ କିଛି କରି ନାହାଁନ୍ତି । କିଛି ତ କରିଛନ୍ତି । କିନ୍ତୁ ବହୁତ କିଛି କରିବାର ଆବଶ୍ୟକତା ରହିଛି ଏହି କଥାକୁ କେହି ଅସ୍ୱୀକାର କରିବେ ନାହିଁ । ଆଉ ଏଥିପାଇଁ ଆମେ ଆଲୋଚନାରେ ଏହି କଥାକୁ ମଧ୍ୟ ବୁଝିବା ଯେ ଦେଶର ଆଶା-ଆକାଂକ୍ଷା ଅନୁସାରେ ଆମେ କିଛି କଥାକୁ କିପରି କରି ପାରିବା । ଏବେ ଏହା ଠିକ୍ ଅଛି କି ଆମେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଛୁ । ହୋଇପାରେ କି ଏଥିରେ କିଛି ଅଭାବ ରହି ଯାଇ ପାରିଥାଏ, କିନ୍ତୁ ଶେଷରେ ଏହି ଯୋଜନା ଦେଶ ପାଇଁ ହିଁ ଅଛି । କୌଣସି ଦଳ ପାଇଁ ନାହିଁ ତ, ମୁଁ ଚାହିଁବି କି କଂଗ୍ରେସର ବନ୍ଧୁମାନେ ମଧ୍ୟ ଗୋଟିଏ ଟାସ୍କ ଫୋର୍ସ ଗଠନ କରନ୍ତୁ ଅନ୍ୟ ଦଳର ଲୋକମାନେ ମଧ୍ୟ ଟାସ୍କ ଫୋର୍ସ ଗଠନ କରନ୍ତୁ । ଆୟୁଷ୍ମାନ ଭାରତ ଯୋଜନାକୁ ଅନୁଧ୍ୟାନ କରନ୍ତୁ ଆଉ ସେଥିରେ କିଛି ଦୋଷ ତ୍ରୁଟି ରହଥିବ ତ ମୁଁ ନିଶ୍ଚିତ ସମୟ ଦେବି । ମୁଁ ନିଜେ ସମୟ ଦେବି । ବିକଳ୍ପ ଉଦ୍ଦେଶ୍ୟ କ’ଣ ରହିଛି? ବିକଳ୍ପ ଉଦ୍ଦେଶ୍ୟ ଏହା ରହିଛି କି ଦେଶରେ ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ପରିବାରରେ ଯଦି ରୋଗ ସେମାନଙ୍କ ଘରକୁ ଆସିଥାଏ । ଯାହା କିଛି ମଧ୍ୟ ସେମାନଙ୍କର ସଂଚୟ ରହିଥାଏ ସବୁ ଶୂନରେ ଆସି ଅଟକି ଯାଇଥାଏ । ବିଯୁକ୍ତ ହୋଇ ଯାଇଥାଏ । କେବେ ସୁଧଖୋରଙ୍କ ଠାରୁ ସୁଧରେ ଟଙ୍କା ଆଣି ଚିକିତ୍ସା କରିବାକୁ ପଡେ । କେବେ ସେ ଚିନ୍ତାକରେ କି ପୁଅମାନଙ୍କୁ ଋଣରେ ବୁଡାଇବାର ନାହିଁ, ରୋଗକୁ ସହ୍ୟ କରି ନିଏ, ଆୟୁଷ କମି ଯାଉଛି ତ କମି ଯାଉ । ଏହି ମାନସିକତା ଆମ ଭିତରେ ରହି ଯାଇଛି । ଆଉ କିଏ କଲା କିଏ ନ କଲା 70 ବର୍ଷ ଧରି କାହିଁକି ହେଲା ନାହିଁ ଏ ସମସ୍ତ ପ୍ରଶ୍ନ ଉଠିପାରେ । କିନ୍ତୁ ମୋ ଚର୍ଚ୍ଚାର ବିଷୟ ତାହା ନୁହେଁ । କ’ଣ ଆମକୁ ଏଭଳି କିଛି କରିବା ଦରକାର କି ଦରକାର ନୁହେଁ । ସରକାର ଯାହା ଚିନ୍ତା କରନ୍ତି, ଆପଣଙ୍କ ଭଳି ଆମର ଚିନ୍ତା ଧାରା ନୁହେଁ କି ଭଗବାନ ସବୁ କିଛି ଆମକୁ ଦେଇ ଦେଇଛନ୍ତି । ଆମେ ମାନୁଛୁ କି ଏଠାରେ ସଦନରେ ଆମଠାରୁ ମଧ୍ୟ କେତେ ବିଦ୍ୱାନ ଏବଂ ଅନୁଭବୀ ଲୋକ ଅଛନ୍ତି । ସେମାନଙ୍କର ବିଜ୍ଞତା ଆଉ ସେମାନଙ୍କର ଅନୁଭବ ଏପରି କି ବାହାର ଦେଶ ବିଷୟରେ ମଧ୍ୟ ବହୁତ ବିଜ୍ଞତା ଏବଂ ଅନୁଭବ ଅଛି । ଆମେ ବସି, ମିଳିମିଶି ଏକାଠି ବସି ଆୟୁଷ୍ମାନ ଭାରତ ଯୋଜନାକୁ ଦେଶର 40-50କୋଟି ଲୋକଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଏକ ବିଶ୍ୱାସ ସୃଷ୍ଟି କରି ପାରିବା କି? ଆଉ ଯଦି ଥରେ … ଆଉ ଏହା ହେଉଛି ବୀମା ଯୋଜନା । ଆଉ ଏଥିପାଇଁ ମୁଁ ବୁଝୁଛି କି ଆମେ ଜାଣିଛୁ କି ବୀମା ଯୋଜନାରେ କି ପ୍ରକାରର ବ୍ୟବସ୍ଥା ହୋଇଥାଏ । ଆଉ ଏଥିପାଇଁ ବଜେଟରେ ବ୍ୟବସ୍ଥା ବିନା ଚର୍ଚ୍ଚା କରି ଅଟକିବାର ଆବଶ୍ୟକତା ନାହିଁ । ସେହି ଦିଗ ପ୍ରତି ଆମେ ଭଲ ଭାବେ ପରିଚିତ ଅଛୁ । କିନ୍ତୁ ଦେଶର ଗରିବଙ୍କୁ ଏହାର ଲାଭ ମିଳୁ । ଆଉ ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ କି କାହାକୁ ଅସୁବିଧା ହେଉ । ହଁ, ଯୋଜନା ଲାଗୁ କରିବା ପରେ କିଛି ତ୍ରୁଟି ଆସିଥିବ ଆଉ ଧ୍ୟାନ ଦିଆଯାଇ ନଥିବ ତ ଆଲୋଚନା କରି କହି ଦିଅନ୍ତୁ ତାହା ଠିକ୍ ଅଛି । ଏବେ ମତାମତ ଦେବା ସମୟରେ ଏକ ଯୋଜନାର ପ୍ରାଥମିକ ବିଚାର ପ୍ରସ୍ତୁତ ହୋଇଛି । ଆମେ ମିଳିମିଶି କରି ତାହାକୁ କିପରି ଆହୁରି ଅଧିକ ଉତ୍ତମ କରି ପାରିବା ଏଥିପାଇଁ ମୁଁ ଚାହିଁବି କି ଭଲ ପ୍ରସ୍ତାବ ଆସିବା ଦରକାର । ଆଉ ଯେଉଁ ଲୋକ ଆଜି ମୋ ଭାଷଣକୁ ଯଦି ଟିଭିରେ ଶୁଣୁଥିବେ ସେମାନଙ୍କୁ ମଧ୍ୟ ମୋର ଅନୁରୋଧ କି ଏଥିରେ କିଛି ଉପଯୁକ୍ତ, କିଛି ଭଲ ଜିନିଷ, ଆପଣ ଦେଇ ପାରିବେ ତ ଦେଇ ଦିଅନ୍ତୁ । ଦେଶର ଗରିବଙ୍କ ପାଇଁ କରିବାର ଅଛି ଏଥିରେ କୌଣସି ଦଳ ନ ଥାଏ ଆଜ୍ଞା ଆଉ ମୁଁ ମାନୁଛି କି ଆମେ ସମସ୍ତେ ମିଳିମିଶି କରି ଏହି କଥାକୁ ଆଗକୁ ବଢ଼ାଇବା ।
ଏ କଥା ଠିକ୍ ଅଛି କି ମୁଁ ଏଠାରେ ବସି କରି ଇଂରାଜୀରେ 9 ଲେଖିବି ତ ମୁଁ ମାନୁ ନାହିଁ କି ଏଠାକାର କୌଣସି ବ୍ୟକ୍ତି ଏହି କଥାକୁ ମନା କରିବ କି ଏହା 9 ଅଟେ । କିନ୍ତୁ ଏଠାରେ ବସିଥିବା ଲୋକଙ୍କୁ 6 ଦିଶିବ । ମୁଁ ଇଂରାଜୀରେ ଏଠାରେ 9 ଲେଖିବି, ମୁଁ ଭୁଲ ନୁହେଁ କିନ୍ତୁ ଆପଣଙ୍କୁ 6 ଦିଶୁଛି ତ ମୁଁ କ’ଣ କରିବି? କାରଣ ଆପଣ ଏଠାରେ ବସିଛନ୍ତି । ଆଉ ଏଥିପାଇଁ ମୁଁ ବୁଝି ପାରୁଛି କି ଏବେ କିଏ ମୋତେ କହନ୍ତୁ କି ହିନ୍ଦୁସ୍ଥାନରେ ସହଜରେ ବ୍ୟବସାୟ ଅନୁକୂଳ ଏହି ମାନ୍ୟତାରେ ଯଦି ସୁଧାର ହୁଏ । ଆମକୁ କାହିଁକି ଦୁଃଖ ଲାଗିବ । କ’ଣ ଏହି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏ କଥାରେ ଗର୍ବ ଅନୁଭବ କରିବାର ନୁହେଁ କି ସହଜରେ ବ୍ୟବସାୟ ଅନୁକୂଳ ହେଲା । ଦୁନିଆରେ ଆମର ଏକ ଛବି ସୃଷ୍ଟି ହେଲା । ଦେଶ ପାଇଁ ଗୋଟିଏ ଭଲ କଥା ହେଲା । ଏବେ ଆମେ କଲୁ, ଆପଣ କଲେ ସେହି ପ୍ରସଙ୍ଗ ଆମେ ଯେତେବେଳେ ନିର୍ବାଚନକୁ ଯିବା ସେତେବେଳେ ଖେଳ ଖେଳି ନେବା । କିନ୍ତୁ ଯେତେବେଳେ ଦେଶର କଥା ଆସେ ତ ଭଲ ହୁଏ । ଆଚ୍ଛା କହି ଆମେ ଏ ପର୍ଯ୍ୟନ୍ତ ଚାଲିଯିବା ଆଜ୍ଞା । ଯେ କୌଣସି ଏକ ରେଟିଂ ସଂସ୍ଥାକୁ ଦେବା ତ ଏବେ ଆମ ଉପରେ ଆକ୍ରମଣ କରିବା କେବେ ସମ୍ଭବ ହୁଏ ନାହିଁ । ତ ସେହି ରେଟିଂ ସଂସ୍ଥା ଉପରେ ହିଁ ଆକ୍ରମଣ କରି ଦେଉ । ବୋଧହୁଏ ଦୁନିଆରେ ଏପରି କେହି ନ ଥିବେ । ଆଉ ଏଥିପାଇଁ ଆଉ କେବେ-କେବେ ତ ମୁଁ ଅନୁଭବ କରେ କି ଆମ ଭାରତୀୟ ଜନତା ପାର୍ଟିର ସମାଲୋଚନା କରିବା ଦରକାର । ଭଲ ଭାବେ କରିବା ଦରକାର । ଆପଣଙ୍କର ଏହା ହେଉଛି ଅଧିକାର । ମୋଦୀଙ୍କର ମଧ୍ୟ ସମାଲୋଚନା କରିବା ଦରକାର । ଭଲ ଭାବେ କରିବା ଦରକାର । ଚୁଟି ଟାଣି ଦେବା ଦରକାର । ଗଣତନ୍ତ୍ରରେ ଆପଣଙ୍କର ସଂପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ଭାଜପାର ଖରାପ ଗୁଣଗାନ କରୁ-କରୁ ଆପଣ ଏହା ଭୁଲି ଯାଆନ୍ତି । ଭାରତର ଖରାପ ଗୁଣଗାନ କରିବାରେ ଲାଗି ପଡ଼ନ୍ତି, ଖସିଯାଆନ୍ତି ଆପଣ । ଆପଣ ମୋଦୀ ଉପରେ ଆକ୍ରମଣ କରୁ-କରୁ ଯାଇ ହିନ୍ଦୁସ୍ଥାନ ଉପରେ ଆକ୍ରମଣ କରିବାକୁ ଲାଗନ୍ତି । ଯେ ପର୍ଯ୍ୟନ୍ତ ଭାଜପା ଆଉ ମୋଦୀ ଉପରେ ଆକ୍ରମଣ କରନ୍ତି – ରାଜନୀତିରେ ଏହା ହେଉଛି ଆପଣଙ୍କର ଅଧିକାର ଆଉ ଏହା ଆପଣମାନଙ୍କୁ କରିବା ମଧ୍ୟ ଦରକାର । କିନ୍ତୁ ଏହି କାରଣରୁ ମର୍ଯ୍ୟାଦା ଲଙ୍ଘି ଦିଅନ୍ତି । ଆଉ ତାହା ଦ୍ୱାରା ଦେଶକୁ ବହୁତ ବଡ଼ କ୍ଷତି ପହଂଚିଥାଏ । ତ ମୁଁ ଏବେ ଏହା ଠିକ୍ ଅଛି କି ଆପଣ କେବେ – ଏହା ସ୍ୱୀକାର କରି ପାରିବେ ନାହିଁ କି ଏଠାରେ ଆମ ଭଳିଆ ଲୋକ ବସିଛନ୍ତି । କିପରି ସ୍ୱୀକାର କରି ପାରିବେ । କେବେ ହେଲେ ମଧ୍ୟ ସ୍ୱୀକାର କରି ପାରିବେ ନାହିଁ । ଆପଣଙ୍କର କଷ୍ଟ ଆମେ ବୁଝି ପାରୁଛୁ । କିନ୍ତୁ ଦୟା କରି ଦେଶର କ୍ଷତି ହେଉ, ଦେଶ ଦୁନିଆରେ ଏବେ ଏଠାରେ ଗୋଟିଏ ବିଷୟ ବସ୍ତୁ ଆସିଲା । ଏବେ ରାଷ୍ଟ୍ରପତି ମହୋଦୟ ନିଜର ଭାଷଣରେ ନିଉ ଇଣ୍ଡିଆର କଳ୍ପନା କରିଛନ୍ତି । ସ୍ୱାମୀ ବିବେକାନନ୍ଦ ମଧ୍ୟ ନୂତନ ଭାରତର ଚର୍ଚ୍ଚା କରିଥିଲେ । ମହାତ୍ମାଗାନ୍ଧି ମଧ୍ୟ ୟଙ୍ଗ ଇଣ୍ଡିଆର କଥା କହୁଥିଲେ । ଆମର ପୂର୍ବତନ ରାଷ୍ଟ୍ରପତି ମହୋଦୟ ମଧ୍ୟ ଯେତେବେଳେ ପଦରେ ଥିଲେ ସେତେବେଳେ ସିଏ ମଧ୍ୟ ନୂତନ ଭାରତର କଳ୍ପନାର କଥା କହିଥିଲେ । ତ ମୋତେ ଜଣା ନାହିଁ କ’ଣ ଅସୁବିଧା ରହିଛି । ଆମକୁ ନିଉ ଇଣ୍ଡିଆ ଦରକାର ନାହିଁ । ଆମକୁ କ’ଣ ଆମର ସେହି ଭାରତ ଦରକାର, ପୁରୁଣା ଭାରତ ଦରକାର । ମୁଁ ଭାବୁଛି କି ଆମକୁ ଗାନ୍ଧିଙ୍କ ଭଳି ଭାରତ ଦରକାର । ମୋର ମଧ୍ୟ ଗାନ୍ଧିଙ୍କ ଭଳି ଭାରତ ଦରକାର । କାରଣ ଗାନ୍ଧି କହିଥିଲେ କି ସ୍ୱାଧୀନତା ମିଳି ସାରିଛି ଏବେ କଂଗ୍ରେସର କୌଣସି ଆବଶ୍ୟକତା ନାହିଁ । କଂଗ୍ରେସକୁ ଖେଳେଇ ଦେବା ଆବଶ୍ୟକ । ଏହି କଂଗ୍ରେସ ମୁକ୍ତ ଭାରତ ମୋଦୀଙ୍କ ବିଚାର ନୁହେଁ, ଏହା ହେଉଛି ଗାନ୍ଧିଜୀଙ୍କର । ଆମେ ତ ସେହି ପଦ ଚିହ୍ନରେ ଚାଲିବାକୁ ପ୍ରୟାସ କରୁଛୁ । ଏବେ ଆପଣଙ୍କୁ ସେହି ଭାରତ ଦରକାର । ଆପଣ, କହୁଛନ୍ତି କି ଆମକୁ ସେହି ଭାରତ ଦରକାର । କ’ଣ ସେନାର ଜିପ୍ ଘୋଟାଲା ଭଳି ଭାରତ, କ’ଣ ଜଳଜାହାଜ ଘୋଟାଲା ଭଳି ଭାରତ, କ’ଣ ବୋଫୋର୍ସ ଘୋଟାଲା ଭଳି ଭାରତ, ହେଲିକେପ୍ଟର ଘୋଟାଲା ଭଳି ଭାରତ । ଆପଣଙ୍କୁ ନିଉ ଇଣ୍ଡିଆ ଦରକାର ନାହିଁ, ଆପଣଙ୍କୁ ସେହି ଭାରତ ଦରକାର । ଆପଣଙ୍କୁ ସେହି ଭାରତ ଦରକାର ଜରୁରୀକାଳୀନ ପରିସ୍ଥିତି ଭଳି, ଦେଶକୁ ଜେଲଖାନା କରି ଦେଲା ଭଳି । ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇଙ୍କ ଭଳି ଲୋକଙ୍କୁ ଜେଲରେ ବନ୍ଦ କରିଲା ଭଳି, ଦେଶର ଲକ୍ଷ-ଲକ୍ଷ ଲୋକଙ୍କୁ ଜେଲରେ ବନ୍ଦ କରିଲା ଭଳି, ଜରୁରୀକାଳୀନ ପରିସ୍ଥିତି ଭଳି ଭାରତ ଆପଣଙ୍କୁ ଦରକାର । ଆପଣଙ୍କୁ ଏଭଳି ଭାରତ ଦରକାର । ଲୋକତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବା, ଦେଶର ଖବରକାଗଜକୁ ତାଲା ପକାଇ ଦେବା । ଆପଣଙ୍କୁ ଏହି ଭାରତ ଦରକାର । ଆପଣଙ୍କୁ…ଆପଣଙ୍କୁ କେଉଁ ଭାରତ ଦରକାର ସେହି ଭାରତ – ବଟ ବୃକ୍ଷ ଉପୁଡ଼ି ପଡ଼ିବା ପରେ… ବଡ଼ ବୃକ୍ଷ ଉପୁଡ଼ି ପଡ଼ିବା ପରେ, ହଜାର-ହଜାର ନିର୍ଦ୍ଦୋଷ ଶିଖଙ୍କୁ ଖୋଲାଖୋଲି ଭାବେ ହତ୍ୟା ହୋଇଯାଏ । ଆପଣଙ୍କୁ…ଆପଣଙ୍କୁ ନିଉ ଇଣ୍ଡିଆ ଦରକାର ନାହିଁ । ଆପଣଙ୍କୁ ଭାରତ ଦରକାର । ସେହି ଭାରତ… …ଆପଣଙ୍କୁ ସେହି ଭାରତ ଦରକାର । ଆପଣଙ୍କୁ ସେହି ଭାରତ ଦରକାର ଯେଉଁଠି ତନ୍ଦୁର କାଣ୍ଡ ହେଉଥିବ, ଆଉ ରସୁଖଦାର ଲୋକଙ୍କ ସମ୍ମୁଖରେ ପ୍ରଶାସନ ଆଣ୍ଠୋଉ ଥିବ । ସେହି ଭାରତ ଦରକାର । ହଜାର-ହଜାର ଲୋକଙ୍କର ମୃତ୍ୟୁ ପାଇଁ ଦାୟୀଥିବା ଦୋଷୀଙ୍କୁ ବିମାନରେ ବସାଇ… ବିମାନରେ ବସାଇ ତାକୁ ଦେଶ ବାହାରକୁ ନିଆ ଯାଉଥିବ । ଏହି ଭାରତ ଆପଣଙ୍କୁ ଦରକାର । ଡାଭୋସକୁ…ଡାଭୋସକୁ ଆପଣ ମଧ୍ୟ ଯାଇଥିଲେ, ଡାଭୋସକୁ ମୁଁ ମଧ୍ୟ ଯାଇଥିଲି । କିନ୍ତୁ ଆପଣ…ଆପଣ କାହାର ଚିଠି ନେଇ କାହାକୁ ପଠାଉଛନ୍ତି ଆପଣଙ୍କୁ ସେହି ଭାରତ ଦରକାର, ଏବଂ ଏଥିପାଇଁ ଆପଣଙ୍କୁ ନିଉ ଇଣ୍ଡିଆ ଦରକାର ନାହିଁ ।
ଏଠାରେ ଜନ-ଧନ ଯୋଜନା ବିଷୟରେ ରାଷ୍ଟ୍ରପତି ମହାଶୟ ଉଲ୍ଲେଖ କରିଛନ୍ତି । ଏବେ ଆପଣ ଜନ-ଧନ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଆଉ ଏହା କହିଛନ୍ତି ଏହା ତ କିଛି ନୁହେଁ ଆଗରୁ ହୋଇଥିଲା । ମୁଁ ଚାହୁଁଛି କି ଅତି କମରେ ତଥ୍ୟକୁ ଆମେ ସ୍ୱୀକାର କରିବା । ରାଜନୀତରେ ଯାହା କହିବାର ଅଛି କହି ଚାଲ । ଆମେ ଯେଉଁ 31 କୋଟି ଜନ-ଧନ ଖାତା ବିଷୟରେ କହୁଛୁ । ସେ ସମସ୍ତ 2014ରେ ଆମ ସରକାର ଗଠନ ହେବା ପରେ ହୋଇଛି ତାଙ୍କର.. ଆଉ ଏହି ରେକର୍ଡ କେହି ବଦଳାଇ ପାରିବେ ନାହିଁ । ଏହି ରେକର୍ଡ ଉପଲବ୍ଧ ଅଛି ଆଉ ଏଥିପାଇଁ ମୁଁ ଚାହୁଁଛି କି ଆପଣ ତଥ୍ୟ ଗୁଡ଼ିକୁ ଟିକେ ଠିକ୍ କରି ନିଅନ୍ତୁ ତ ଭଲ ହେବ ଆପଣ ଏହା ମଧ୍ୟ କହିଛନ୍ତି କି ଆମେ ତ ହେଉଛୁ ନାମ ପରିବର୍ତ୍ତନକାରୀ, ଖେଳ ପରିବର୍ତ୍ତନକାରୀ ନୁହେଁ, ନେମ୍ ଚେଞ୍ଜର ଗେମ୍ ଚେଞ୍ଜର ନୁହେଁ ।
ଆମର କାର୍ଯ୍ୟକଳାପ ଗୁଡ଼ିକୁ ଦେଖିବେ ଆଉ ସତ୍ୟତାର ସହିତ କହିବାକୁ ହେବ ତ ଆପଣ କହିବେ କି ଆମେ ତ ହେଉଛୁ ଏମ୍-ଚେଞ୍ଜର (ଲକ୍ଷ୍ୟ ପରିବର୍ତ୍ତନକାରୀ) । ଆମେ ହେଉଛୁ ଲକ୍ଷ୍ୟର ପିଛା କରିବା ଭଳି ଲୋକ ଆଉ ଲକ୍ଷ୍ୟକୁ ପ୍ରାପ୍ତ କରି ରହିଥାଉ । ଆଉ ଏଥିପାଇଁ ଆମେ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରୁ, ସମୟ ସୀମାରେ ପାର କରିବା ପାଇଁ ରୋଡ଼ମେପ୍ ପ୍ରସ୍ତୁତ କରୁ, ସମ୍ବଳ ବିନିଯୋଗ କରୁ, କଠିନ ପରିଶ୍ରମ କରୁ । ଫଳରେ ଦେଶକୁ ଅସୁବିଧାରୁ ମୁକ୍ତ କରିବା ଦିଗରେ କିଛି ଆମେ ମଧ୍ୟ ଯୋଗଦାନ କରିବୁ । ଆଉ ଏଥିପାଇଁ କଂଗ୍ରେସ ଏହି ଛଟପଟ ହେବା ବହୁତ ସ୍ୱାଭାବିକ କଥା ଅଟେ ଭାଇ.. ଆମର ଜୟ-ଜୟକାର କରନ୍ତୁ, ଆମକୁ ବାରମ୍ବାର ମନେ ପକାନ୍ତୁ, ପ୍ରତ୍ୟେକ ଜାଗାରେ ଆମକୁ ମନେ ପକାନ୍ତୁ ଆପଣଙ୍କର ଏହି ଇଚ୍ଛା ରହିବା ହେଉଛି ବହୁତ ସ୍ୱାଭାବିକ । ଆଉ ଏବେ ଏହା ଶୁଣି-ଶୁଣି ଆପଣଙ୍କୁ ମଧ୍ୟ ଅଭ୍ୟାସ ପଡ଼ି ଯାଇଛି କି ଏହା ଛଡ଼ା କୌଣସି ଜିନିଷ ଭିତରେ ଫିଟ୍ ହୋଇ ନଥାଏ ।
ମୁଁ ଖୁସି ଅନୁଭବ କରିବି ଆଉ ଆପଣ ରେକର୍ଡ ଯାଂଚ କରନ୍ତୁ କି 15 ଅଗଷ୍ଟକୁ ଲାଲକିଲ୍ଲାରୁ ଆପଣଙ୍କର ଯେତେ ପ୍ରଧାନମନ୍ତ୍ରୀଙ୍କୁ, କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ଯିଏ ଦେଶର ପ୍ରଧାନମନ୍ତ୍ରୀ ହେଲେ ତାଙ୍କର ଭାଷଣରେ କୌଣସି ଅନ୍ୟ ସରକାରଙ୍କର, କୌଣସି ଅନ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଦେଶର ମଙ୍ଗଳ ପାଇଁ କୌଣସି କାମ ହୋଇଥିବ ତାହାର ଉଲ୍ଲେଖ କରିଥିବେ । ମୁଁ ହେଉଛି ସିଏ ଯିଏ ଲାଲକିଲ୍ଲାରୁ କହୁଛି ଦେଶ ଆଜି ଯେଉଁଠାରେ ପହଂଚିଛି ଏ ପର୍ଯ୍ୟନ୍ତ ଆସିଥିବା ସବୁ ସରକାରଙ୍କ ଯୋଗଦାନ ରହିଛି, ସମସ୍ତ ରାଜ୍ୟ ସରକାରଙ୍କ ଯୋଗଦାନ ରହିଛି । ଆଉ ଏହା କହିବାରେ ସଂକୋଚ ଅନୁଭବ କରିବା ଏହା ଉଚିତ ନୁହେଁ । ଏହା କହିବାରେ ସଂକୋଚ ଅନୁଭବ କରିବା ଉଚିତ ନୁହେଁ । ଆଉ ଆମେ ଏହି କଥା ପାଇଁ ଛଟପଟ ହେଉ ନାହିଁ କି ଆପଣ ଅଟଳ ବିହାରୀ ବାଜପେୟୀଙ୍କ ନାମକୁ ମନେ ପକାନ୍ତୁ, ଆମେ ଛଟପଟ ହେଉ ନାହୁଁ ଆଜ୍ଞା । ଆପଣ ବାଧ୍ୟ ହୋଇ କହିବେ ତ ଠିକ ଅଛି ନ ହେଲେ ବି ଠିକ୍ ଅଛି । ଆପଣଙ୍କୁ ଯାହା ଠିକ ଲାଗିବ ଆପଣ ସେହି ନାମ ଦିଅନ୍ତୁ । ଆଉ ଆପଣ ଏହା ମଧ୍ୟ କହିଦେଲେ କି 2014 ପୂର୍ବରୁ ଯାହା କିଛି ହୋଇଥିଲା ସବୁ ଆପଣଙ୍କ ଖାତାକୁ ଗଲା । ପ୍ରଶଂସା ଦେବା ପାଇଁ ବହୁତ ବଡ଼ ଇଚ୍ଛା ହେଉଛି । ଆଉ ଆପଣଙ୍କର ନିୟମ ମଧ୍ୟ ହେଉଛି ବଡ଼ କମାଲ । ଯେତେବେଳେ ଆମେ ଛୋଟ ଥିଲୁ ଗାଁରେ କ୍ରିକେଟ ଖେଳୁଥିବା ଲୋକଙ୍କୁ ଦେଖୁଥିଲୁ ତ ଛୋଟ-ଛୋଟ ପିଲାମାନେ ଖେଳୁଥିଲେ, ତ ପରେ ଆମେ ଦେଖୁଥିଲୁ ଶେଷରେ ଝଗଡ଼ା ହେଉଥିଲା । ତ ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା କି କ’ଣ ଏବେ ତ ଖେଲୁଥିଲେ, ଏବେ ଲଢ଼ୁଛନ୍ତି । ତ ପୁଣି ଦେଖିଲୁ …ତ ତାଙ୍କର ଗୋଟିଏ ନିୟମ ରହିଥିଲା ଯାହା ହାତରେ ବ୍ୟାଟ ରହୁଥିଲା ସେ ବ୍ୟାଟିଂ କରୁଥିଲା ଆଉ ଯେମିତି ହିଁ ସିଏ ଆଉଟ୍ ହେଉଥିଲା ନା ଭାଇ ମୁଁ ଯାଉଛି । ଆପଣମାନେ ମଧ୍ୟ ଏହିଠାରେ ରହିଛନ୍ତି କି ବ୍ୟାଟିଂ ଆପଣଙ୍କୁ ହିଁ ମିଳିବ କି? ଆଉ ପୁଣି ଏବେ ପୁଣି ବ୍ୟାଟିଂ ମିଳିଲା ନାହିଁ ତ ଖେଳ ଶେଷ, ଆମେ ଯାଉଛୁ, ଏଭଳି ହୋଇ ନଥାଏ ଭାଇ ।
ଏବେ ଆମେ ଆଧାର କଥାକୁ ଆସିବା । ତ ଆପଣ କହୁଛନ୍ତି କି କାମ ହେଉଛି ଆମର ଆଉ ଆପଣ ଶ୍ରେୟ ନେଉଛନ୍ତି । ଭଲ ହେଉଛି ଯଦି ଆପଣ ଏହା କହୁଛନ୍ତି ତ । କିନ୍ତୁ ଆପଣଙ୍କୁ ଏହା ମନେ ରଖିବାକୁ ପଡ଼ିବ । ଆଉ ମୁଁ ଚାହିଁବି 7 ଜୁଲାଇ 1998 ଏହି ସଦନରେ ଆଉ ସଭାପତି ମହୋଦୟ ସେ ସମୟରେ ଏହି ସଦନର ସଦସ୍ୟ ଥିଲେ । ତ’ 7 ଜୁଲାଇ 1998ରେ ସେ ଏକ ପ୍ରଶ୍ନ ପଚାରି ଥିଲେ ଜଣେ ସଦସ୍ୟ ଭାବରେ ଆଉ ସେତେବେଳେ, ସେତେବେଳର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀମାନ ଲାଲ କୃଷ୍ଣ ଆଡଭାନୀ ମହାଶୟ ଉତ୍ତର ଦେଇଥିଲେ ଏହି ସଦନରେ । ଆଉ ସେହି ଉତ୍ତରରେ ସେ କହିଥିଲେ, ବହୁମୁଖୀ ଜାତୀୟ ପରିଚୟପତ୍ର ପାସପୋର୍ଟ ପ୍ରଦାନ ପାଇଁ ବ୍ୟବହାର ହେବ, ଡ୍ରାଇଭିଂ ଲାଇସେନ୍ସ, ପଡି କାର୍ଡ, ସ୍ୱାସ୍ଥ୍ୟ ସେବା, ନାମଲେଖା ଏବଂ ଶିକ୍ଷା ସଂସ୍ଥାନ, ସରକାରୀ ଏବଂ ଘରୋଇ କ୍ଷେତ୍ରରେ ନିଯୁକ୍ତି, ଜୀବନ ଏବଂ ସାଧରଣ ବୀମା ଏବଂ ଜମବାଡି ରେକର୍ଡ ଏବଂ ସହରାଂଚଳ ସମ୍ପତ୍ତି ପାଇଁ କାମରେ ଆସିବ । ଆଧାରର ମଞ୍ଜି ଏହିଠାରେ ରହିଛି ।
ବର୍ତ୍ତମାନଠାରୁ କୋଡ଼ିଏ ବର୍ଷ ପୂର୍ବେ…
ମାନନୀୟ ସଭାପତି ମହୋଦୟ ମୋର ଆପଣଙ୍କୁ ପ୍ରାର୍ଥନା ଯେ ରେଣୁକା ମହାଶୟାଙ୍କୁ କିଛି କୁହନ୍ତୁ ନାହିଁ, ରାମାୟଣ ଧାରାବାହିକ ପରେ ଏଭଳି ହସ ଶୁଣିବାର ସୌଭାଗ୍ୟ ଆଜି ମିଳିଛି ।
କୋଡ଼ିଏ ବର୍ଷ ପୂର୍ବେ ଏହି ଦୃଷ୍ଟିଭଙ୍ଗୀ ଅଟଳ ବିହାରୀ ବାଜପେୟୀ ମହାଶୟଙ୍କର ଥିଲା । କିନ୍ତୁ କଂଗ୍ରେସ କହୁଛି ସେ ଆଧାର ଆରମ୍ଭ କରିଛି ତା’ହେଲେ ମଧ୍ୟ ଏହାର ଶ୍ରେୟ ଆପଣଙ୍କୁ ଦେବାରେ ଆମର କୌତସି ଆପତ୍ତି ନାହିଁ । ଆଧାର ହେଉଛି ଆପଣଙ୍କର ।
ଆମେ ଦଳଠାରୁ ଆଗରେ ଦେଶକୁ ରଖିଛୁ । ଆଉ ଆମ ନିଷ୍ପତ୍ତିର ଆଧାର ହେଉଛି ଦେଶର ହିତ । ଆଜି ଶ୍ରେୟ ନେବା ପାଇଁ ଆପଣ ବହୁତ ବ୍ୟଗ୍ର ଏହା ହେଉଛି ବହୁତ ସ୍ୱାଭାବିକ । ସ୍ଵତନ୍ତ୍ର ଅନୁସନ୍ଧାନ ଟିମ (ଏସଆଇଟି) ଗଠନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । ଆପଣ ତିନି ବର୍ଷ ପର୍ଯ୍ୟନ୍ତ ତାହାର ନିର୍ଣ୍ଣୟ କଲେ ନାହିଁ ଏହାର ଶ୍ରେୟ ଆପଣଙ୍କୁ ହିଁ ଯିବା ଆବଶ୍ୟକ । ଆଉ ଆମେ ପ୍ରଥମେ ଏସଆଇଟିକୁ ଗ୍ରହଣ କଲୁ କିନ୍ତୁ ଆପଣ କହି ପାରିବେ କି ଆମ ସାମ୍ନାକୁ ଏ ବିଷୟ ଆସିଥିଲା ।
କଳାଧନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାର ଶ୍ରେୟ ମଧ୍ୟ କଂଗ୍ରେସ ସ୍ୱୀକାର କରି ନେଉ । କଂଗ୍ରେସ 28 ବର୍ଷ ପର୍ଯ୍ୟନ୍ତ ବେନାମୀ ସମ୍ପତ୍ତି ଆଇନ ଲାଗୁ କଲା ନାହିଁ । ତାହାର ଶ୍ରେୟ ମଧ୍ୟ ଆପଣ ନେଇ ନିଅନ୍ତୁ । ଆଉ ଏ ପର୍ଯ୍ୟନ୍ତ 35 ଶହ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଆପଣଙ୍କୁ ଜଣାଥିବା ଦରକାର, ମାନ୍ୟବର ଆନନ୍ଦ ଶର୍ମା ମହାଶୟ ଆପଣ ଦୀର୍ଘ ସମୟ ହେବ ଏଠାରେ ବସିଛନ୍ତି ଏବଂ କହିବାର ଆପଣଙ୍କର ଏକ ସ୍ୱତନ୍ତ୍ର ଶୈଳୀ ମଧ୍ୟ ଅଛି । ଆଉ ଆପଣ ବରଫ ଉପରେ ଶାଣ ଛୁରା ତିଆରି କରି ଭୁଷି ଦେଇ ପାରିବେ ଜଣା ପଡିବ ନାହିଁ । କିନ୍ତୁ ଏହି ବେନାମୀ ସମ୍ପତ୍ତି ଆଇନ 28 ବର୍ଷ ପୂର୍ବେ ସମସ୍ତ ସଦନରେ ଗୃହୀତ ହୋଇ ସାରିଥିଲା । କିନ୍ତୁ ତାହାର ନିୟମ ତିଆରି କଲେ ନାହିଁ, ବିଜ୍ଞପ୍ତି କଲେ ନାହିଁ, ଆଉ ଅଟକି ରହିଥିଲା । କିଏ ଅଟକାଉ ଥିଲା ଇଏ କୌଣସି ବିରୋଧୀ- ବିରୋଧୀ ଦଳ ଦାୟୀ ନ ଥିଲା, ଜଣାଇବା ପାଇଁ । ମୋତେ ଭଲ ଲାଗିଲା ଆପଣମାନଙ୍କ ଭଳି ବିଦ୍ୱାନଙ୍କୁ ମଧ୍ୟ କିଛି…………
ଏ ପର୍ଯ୍ୟନ୍ତ 35 ଶହ କୋଟି ବେନାମୀ ସମ୍ପତ୍ତି ଜବତ ହୋଇଛି । ଏବେ ଆପଣଙ୍କ ସମୟରେ ଏତେ ପରିମାଣର ବେନାମୀ ସମ୍ପତି ସୃଷ୍ଟି ହୋଇଛି ତ ଶ୍ରେୟ ତ ମିଳିବା ହିଁ ଦରକାର… ଶ୍ରେୟ ତ ମିଳିବା ହିଁ ଦରକାର । ଏ ସମସ୍ତ ଶ୍ରେୟ ହେଉଛି ଆପଣଙ୍କର । ସମଗ୍ର ଦୁନିଆ ବଦଳିଛି, ପରିଶୋଧ କରି ନଥିବା ସଂହିତା, ଦେବାଳିଆ ବ୍ୟାଙ୍କିଙ୍ଗ ଆଇନ ମୁଁ ସ୍ୱୀକାର କରି ପାରୁନାହିଁ କି ଏହାର କୌଣସି ଜ୍ଞାନ ଆପଣଙ୍କୁ ନ ଥିଲା । କିନ୍ତୁ ଆପଣଙ୍କୁ ଶ୍ରେୟ ମିଳିବା ଦରକାର କି ବହୁତ ଲୋକଙ୍କର ଲାଭ ଥିଲା, ଆପଣ ଏହାକୁ ତିଆରି କରି ନଥିଲେ । ଶ୍ରେୟ ଆପଣଙ୍କୁ ମିଳିବା ଦରକାର । ଦେଶର ଶିଳ୍ପ କ୍ଷେତ୍ରକୁ ବିଶ୍ୱ ସମୁଦାୟର ଭାରତ ପ୍ରତି ବିଶ୍ୱାସ ସୃଷ୍ଟି ହେଉ, ଭାରତର ଆଇନ କାନୁନ ପ୍ରତି ବିଶ୍ୱାସ ସୃଷ୍ଟି ହେଉ । ଆମେ ଏହି ନିଷ୍ପତ୍ତି କରିଛୁ । One Rank One Pension “ଗୋଟିଏ ପଦବୀ ଗୋଟିଏ ପେନସନ” ନୀତି ଚାରି ଦଶକ ଧରି ଦେଶ ଆଖିରେ ଧୂଳି ପକାଇ ଚାଲିଲେ ଆଉ ଗଲାବେଳେ ମାତ୍ର 500 କୋଟି ଟଙ୍କାର ବଜେଟ ଦେଇ ନିର୍ବାଚନକୁ ଚାଲିଗଲେ । ପବନ ସୃଷ୍ଟି ହୋଇ ସାରିଥିଲା କ’ଣ କରିବା । ଏବେ ଆମେ ଯେବେ ଆସିଲୁ ତ ଦେଖିଲୁ କି ରେକର୍ଡ ମଧ୍ୟ ନଥିଲା କୌଣସି ଜିନିଷର, ସୂକ୍ଷ୍ମତାର ସହିତ ଅଧ୍ୟୟନ ହୋଇ ନଥିଲା ଆଉ ଯେତେବେଳେ ଆମେ ଏହାକୁ ଲାଗୁ କଲୁ 11 ହଜାର କୋଟି ଟଙ୍କାର ଆବଶ୍ୟକତା ପଡ଼ିଲା, 11 ହଜାର କୋଟି ଟଙ୍କା । ଆପଣ 500 କୋଟିରେ କେମିତି ଦେଇ ଥାଆନ୍ତେ ତ ଏବେ ଏ ସମସ୍ତ ଶ୍ରେୟ ହେଉଛି ଆପଣଙ୍କର । ଜିଏସଟି ପାଇଁ ମଧ୍ୟରାତ୍ରିରେ ସମାରୋହ ହେଲା । କଂଗ୍ରେସ ଏହାର ବହିଷ୍କାର କଲା । ସବୁ ଦଳ ଆସିଲେ । ଆଉ ଆପଣଙ୍କୁ ଏହା ଲାଗିଲା କି ଏ ସମସ୍ତ ଶ୍ରେୟ ଆମକୁ ମିଳିଯିବ ଆଉ ଆପଣ ମାନନ୍ତୁ କିମ୍ବା ନ ମାନନ୍ତୁ ଆପଣ ଯାହା କିଛି ମଧ୍ୟ କରୁଛନ୍ତି ଜିଏସଟି ସମ୍ବନ୍ଧରେ ଏହାର ଯେତିକି ନକାରାତ୍ମକ ଭାବନା ରହିଛି ତାହା ଆପଣଙ୍କ ଖାତାରେ ଜମା ହେଉଛି, ଆଉ ହୋଇ ଚାଲିବ, ଆଉ ଦେଶବାସୀଙ୍କ ମସ୍ତିଷ୍କରେ ଫିଟ୍ ହୋଇଯିବ । ଆପଣମାନେ ଚିନ୍ତା କରନ୍ତୁ କି ଶ୍ରେୟ କେହି ନେଇ ନ ଯାଆନ୍ତୁ ଏହା ଚିନ୍ତା କରନ୍ତୁ ଆଉ ଆପଣଙ୍କୁ ସମସ୍ତ ଶ୍ରେୟ ମିଳୁଥାଉ ।
ଏବେ ନିମ ଲେପିତ ୟୁରିଆ କଥା ଆସିଲା । ଆପଣଙ୍କ ତରଫରୁ କୁହାଗଲା କି ଆମେ ଆରମ୍ଭ କରିଥିଲୁ ଦେଖନ୍ତୁ ଆପଣ ସବୁ ଜିନିଷ ଅଧା ପନ୍ତରିଆ କରି ଛାଡ଼ିଦେବେ । ଆଉ ଆପଣ ତାହା ଉପରେ କ୍ୟାପ ଲଗାଇ ଦେବେ କି ଏଠାରୁ ଆଗକୁ ଯିବାର ନାହିଁ । ତ ସେତେବେଳେ ସେହି ଯୋଜନାର ଲାଭ ହେବା ପରିବର୍ତ୍ତେ ଅଧିକ କ୍ଷତି ହୋଇଥାଏ । ସର୍ବଶେଷରେ ନିମ ଲେପିତ ୟୁରିଆ ପଛରେ ଦୁଇଟି ବିଷୟ ଥିଲା । ଯାହାର ଜ୍ଞାନ ଆପଣଙ୍କୁ ମଧ୍ୟ ଜଣା ନଥିଲା । ଗୋଟିଏ ହେଲା ୟୁରିଆର ବର୍ଦ୍ଧିତ ଶକ୍ତି ଥାଏ । ସେଥିପାଇଁ କୃଷକ କମ୍ ୟୁରିଆ ଖର୍ଚ୍ଚରେ କାମ ଚଳାଇ ପାରେ । ଅନ୍ୟଟି ହେଲା ଗୁଣାତ୍ମକ ପରିବର୍ତ୍ତନ ଆସିଥାଏ ଫଳରେ ଉତ୍ପାଦନ ବୃଦ୍ଧି ହୋଇଥାଏ । ଏହା ହେଉଛି ମାନିବାର କଥା ଥିଲା । ଆଉ ଅନ୍ୟଟି – ୟୁରିଆ କୃଷକଙ୍କ ପାଖକୁ ଯିବା ପରିବର୍ତ୍ତେ କାରଖାନାକୁ ଚାଲି ଯାଉଥିଲା । ବ୍ୟୟ ବିଲ କୃଷକଙ୍କ ନାମରେ ପଡ଼ୁଥିଲା । ରିହାତି କୃଷକଙ୍କ ନାମରେ କଟୁଥିଲା । ଆଉ ଚାଲି ଯାଉଥିଲା କାରଖାନାକୁ । ଏବେ 100 ପ୍ରତିଶତ ନିମ ଲେପିତ ହୋଇଥାଏ । ତ ଏହା ଏବେ କୌଣସି କାରଖାନାରେ କାମରେ ଲାଗିବ ନାହିଁ । ଆପଣଙ୍କୁ ମଧ୍ୟ ଜଣା ଥିଲା । 35 ପ୍ରତିଶତ କରିବା ପରେ 65 ପ୍ରତିଶତର କବାଟ କାହା ପାଇଁ ଖୋଲା ରଖିଥିଲେ । ଏହାର ଶ୍ରେୟ ମୁଁ କାହାକୁ ଦେବି ।
ଆଉ ଏଥିପାଇଁ ମୁଁ ବୁଝୁଛି କି 100ପ୍ରତିଶତ ପଛରେ ଆମେ ଲାଗିଗଲୁ । ଏତିକି ହିଁ ନୁହେଁ ଆମଦାନୀ ହୋଇ ଯେଉଁ ୟୁରିଆ ଆସିଥାଏ ତାକୁ ମଧ୍ୟ ଆସିବା ପୂର୍ବରୁ ତାହାକୁ ନିମ ଲେପିତ କରା ଯାଇଥାଏ । ଏହା ହେଉଛି ସେଥିପାଇଁ କି ଏବେ ତାହାର ପରିଣାମ ସ୍ୱରୂପ ଆଜି ୟୁରିଆର କୌଣସି ଅଭାବ ରହି ନାହିଁ । ନହେଲେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ମୋତେ ପ୍ରତି ବର୍ଷ ଦୁଇ ତିନୋଟି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ୟୁରିଆ ପାଇଁ ଲେଖିବାକୁ ପଡ଼ୁଥିଲା । ମୁଁ ଏଠାକୁ ଆସିଲି ତ ଆରମ୍ଭରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ୟୁରିଆ ପାଇଁ ଚିଠି ଆସୁଥିଲା । ଆଉ ଆଜି ଗୋଟିଏ ହେଲେ ମଧ୍ୟ ଚିଠି ଆସୁ ନାହିଁ । ନା କେଉଁଠାରେ ଲାଠି ଚାର୍ଜ ହେଉଛି । ଲୋକମାନଙ୍କୁ ୟୁରିଆ ମିଳୁଛି । କିଛି ଜିନିଷ ବଦଳା ଯାଇପାରେ । ମୁଁ ଏହା ଜଣାଇବାକୁ ଚାହିଁବି କେବେ କେବେ ରାଜନୀତି ଏତିକି ଭାରୀ ହୋଇଥାଏ ଆଉ ଏହି କଥା ସତ କି ବାରମ୍ବାର ନିର୍ବାଚନ, ବାରମ୍ବାର ନିର୍ବାଚନର ଏହା ହେଉଛି ପରିଣାମ କି ଯୋଜନା ପୂରା ପ୍ରସ୍ତୁତ ହୋଇଥାଉ, ନ ହୋଇ ଥାଉ ଆମେ ପଥର ପୋତି ଦେଉଛେ । ଫିତା କାଟି ଦେଉଛୁ । ଫଳକ ଲଗାଇ ଦେଉଛୁ । ଆଉ ତାହାର ପରିଣାମ କ’ଣ ହେଲା । ଏବେ ଦେଖନ୍ତୁ ଆମକୁ ରେଳବାଇର ବଜେଟରେ ଘୋଷଣା ସବୁକୁ ବନ୍ଦ କରିବାକୁ ପଡ଼ିଲା, ଏବେ ତ ରେଳବାଇର ବଜେଟ ମଞ୍ଜୁର ହୋଇଗଲା । କିନ୍ତୁ କାହିଁକି ଯେତେବେଳେ ମୁଁ ଦେଖିଲି କି ପୁରୁଣା ସରକାର 15 ଶହରୁ ଅଧିକ ଏଭଳି ରେଳବାଇର ଯୋଜନା ସବୁ ଘୋଷିତ କରି ଦେଇଥିଲେ ଯାହାକୁ ପରେ କେହି ଦେଖିଲା ଭଳି ମଧ୍ୟ ନାହିଁ । ଏହି ଭଳି ଭାବେ, ହୋଇଗଲା ଘୋଷିତ । କିଛି ଦିନ ସଦନରେ ତାଳି ବାଜିଗଲା । କୌଣସି ଖବରକାଗଜରେ ଛପିଗଲା । ସେହି ଏମପି ଘରେ ଯାଇ ମାଳା ପିନ୍ଧି ଦେଲେ କଥା ସମାପ୍ତ ହୋଇଗଲା । ଏହି ସଂସ୍କୃତି ଦ୍ୱାରା ଦେଶର ବହୁତ ବଡ଼ କ୍ଷତି ହୋଇଥାଏ ।
ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା ମୁଁ ଗୋଟିଏ ପ୍ରଗତି ଟେକ୍ନୋଲଜିର ଉପଯୋଗ କରି ପଦକ୍ଷେପ ନେଲି । ଆଉ ମୁଁ ନିଜେ ସମସ୍ତ ପଡ଼ି ରହିଥିବା ପ୍ରକଳ୍ପର ସମୀକ୍ଷା କରିବାରେ ଲାଗିଲି । ସମସ୍ତ ରାଜ୍ୟର ମୁଖ୍ୟ ସଚିବ, ଭାରତ ସରକାରଙ୍କର ସମସ୍ତ ସଚିବ ଏବଂ ମୋ ସହିତ ଅନଲାଇନରେ ସମସ୍ତଙ୍କର ସହିତ ବୈଠକ ହୋଇଥାଏ । ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା, ଏଭଳି ପ୍ରକଳ୍ପ ସବୁ ସାମ୍ନାକୁ ଆସିଲା ଯାହା 30 ବର୍ଷ 40 ବର୍ଷ ପୂର୍ବରୁ ସ୍ଥିର ହୋଇଥିଲା । ଶିଳାନ୍ୟାସ ହୋଇ ଯାଇଥିଲା । ପରେ କାଗଜ ପତ୍ର ଉପରେ ତାହାର ଚିହ୍ନ ବର୍ଣ୍ଣ ନଥିଲା । ଏଭଳି, ଅନେକ ପ୍ରକଳ୍ପକୁ ଏବେ ଗୋଟି-ଗୋଟି କରି ସମୀକ୍ଷା କରିବାରେ ଲାଗିଲି, ସମସ୍ତ ବିଭାଗକୁ ଏକାଠି କରିବାରେ ଲାଗିଲି, ପୂର୍ବରୁ ଯେଉଁ ସରକାର ଥିଲେ ସେମାନଙ୍କର କ’ଣ ଦାୟିତ୍ୱ ନ ଥିଲ । ଆଜ୍ଞା, ତଥାପି ମୁଁ ଏହା କରିବାରେ ଲାଗିଲ, ଶେଷରେ ଏହି ଦେଶ ହେଉଛି ଅବ୍ୟାହତ ରଖିବାର ଧାରା, ସରକାର ଆସିଲେ, ଗଲେ, ଆପଣ ବସିଲେ, ଅନ୍ୟ କିଏ ବସିଲା, ତୃତୀୟ ଜଣେ ବସିଲା ଆମେ ତ ଏହାକୁ ରୋକି ପାରିବା ନାହିଁ, ଏହା ହେଉଛି ଲୋକତନ୍ତ୍ର । କିନ୍ତୁ ସରକାରରେ ଏହି ଭାବ ଚାଲେ ନାହିଁ କି ଏହା ତ ଜୟ ରାମ ରମେଶଙ୍କ ସମୟରେ ହୋଇ ନଥିଲା, ତାଲା ଲଗାଇ ଦିଅ । ଏପରି ହୁଏ ନାହିଁ ଆଜ୍ଞା । ଆମେ ଖୋଜିଲୁ, ଆପଣ ଆଶ୍ଚର୍ଯ୍ୟ ହେବେ – 9 ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମୁଁ ଏ ପର୍ଯ୍ୟନ୍ତ ତୁଟାଇ ଦେଇଛି । ସମସ୍ତ ମନ୍ତ୍ରଣାଳୟକୁ ବସାଇ ଯେଉଁ ସବୁ 30 ବର୍ଷ 40 ବର୍ଷର ପୁରୁଣା ପ୍ରକଳ୍ପ ଥିଲା ଏବେ ସେହି ପ୍ରକଳ୍ପ ସେ ସମୟରେ ହୋଇ ଥାଆନ୍ତା ତ ବୋଧ ହୁଏ କେତେ ହଜାର କୋଟିରେ ହୋଇ ଯାଇ ଥାଆନ୍ତା । କିନ୍ତୁ ଆଜି ଏହି ପ୍ରକଳ୍ପର ଅଟକଳ 9 ଲକ୍ଷ – 10 ଲକ୍ଷ କୋଟି ଟଙ୍କା ହୋଇ ଯାଇଛି ଆଜ୍ଞା । ଆଉ ଏଥିପାଇଁ ଏହି କାମ ଯାହା ଆମେ କରୁଛୁ, ସରକାର ଆପଣ ମଧ୍ୟ ଚଲାଇଛନ୍ତି, ଆମେ ମଧ୍ୟ ଚଲାଉଛୁ । ଆଉ ଯିଏ ମଧ୍ୟ ସରକାରରେ ବସି ଥାଆନ୍ତି ସେମାନଙ୍କୁ ଚଲାଇବାକୁ ପଡ଼ିଥାଏ । ସେମାନଙ୍କର ଦାୟିତ୍ୱ ଥାଏ । କିନ୍ତୁ ସବୁ ଜିନିଷକୁ ଭଲ ଭାବରେ ଚଲାଇବା ଆଉ ଏ ଯେଉଁ ସମସ୍ତ ଜାଗାରେ ପଥର ଅଛି, ଆପଣମାନଙ୍କ ନାମ ଅଛି ସବୁ କିଛି ଅଛି ଯେଉଁଥିରୁ ବୋଧହୁଏ କିଛି ପଥର କିଛି ଲୋକ ଚୋରି ମଧ୍ୟ କରି ନେଲେଣି । କିନ୍ତୁ ଶ୍ରେୟ ସବୁ ଆପଣଙ୍କୁ ଯାଇଥାଏ । ଯୋଜନା ଗୁଡ଼ିକ ଆପଣଙ୍କର ଆଜ୍ଞା ।
ଏବେ ଏଠାରେ ଆମ ଆଜାଦ ସାହେବ ଖାଦ୍ୟ ସୁରକ୍ଷା ବିଲ୍ କଥା କହିଲେ ଏବଂ ତାରିଖ ସହିତ କହିଲେ । ମୁଁ ଆପଣଙ୍କୁ କେହି ମଧ୍ୟ ଆପଣଙ୍କୁ ପଚାରିବ ଆଜ୍ଞା ଆପଣ ଯେଉଁ ତାରିଖ ଦେଲେ ଆମେ ତା’ପରେ ଆସିଲୁ ଆଜ୍ଞା । ଗୋଟିଏ ବର୍ଷ ପରେ ଆସିଛୁ । ଗୋଟିଏ ବର୍ଷରେ ଆପଣ କାହିଁକି ଓ କ’ଣ ପାଇଁ ହେବାକୁ ନ ଦେଲେ । ଆଉ ଆପଣମାନେ ସୁପ୍ରିମକୋର୍ଟର ଦ୍ୱାହି ଦେଇ ପଚାରିଲେ କି ସୁପ୍ରିମକୋର୍ଟର ପଚାରିଛନ୍ତି । ଆପଣଙ୍କୁ ଜଣାଥିବା ଦରକାର କି କେରଳ ଯେଉଁଠାରେ ଆପଣଙ୍କର ସରକାର ଥିଲା, ସେମାନେ ଏହାକୁ ସ୍ୱୀକାର କରି ନଥିଲେ । ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । କିନ୍ତୁ ଏବେ ଆପଣ ତାହାକୁ ମଧ୍ୟ ଆମ ଉପରେ ଲଦି ଦେଉଛନ୍ତି । ଆପଣଙ୍କୁ କରିବାର ଥିଲା । ଆଉ ମୁଁ ମାନୁଛି କି ଯେଉଁ ନିଷ୍ପତ୍ତି ଆମେ ନେଉଛୁ ତାହାକୁ ଶେଷ କରିବାର ପ୍ରସ୍ତୁତି ସହିତ କରିବା ଦରକାର ।
ଏବେ ସାର କାରଖାନା ଖୋଲିବା ପାଇଁ ତ ଆପଣ କହୁଛନ୍ତି କି ଆମ ସମୟରେ ହୋଇଥିଲା, ଆମ ସମୟରେ ହୋଇଥିଲା, ଆମ ସମୟରେ ହୋଇଥିଲା । କିନ୍ତୁ ବନ୍ଦ ମଧ୍ୟ ଆପଣଙ୍କ ସମୟରେ ହୋଇଥିଲା । ହଜାର ହଜାର ଲୋକ ଆପଣଙ୍କ ସମୟରେ ହିଁ ବେକାର ମଧ୍ୟ ହୋଇଥିଲେ, ତାହାର ମଧ୍ୟ ଶ୍ରେୟ ନିଅନ୍ତୁ । ଆଉ ଏଥି ପାଇଁ ଯଦି ଆଜି ଆମେ ଏହାକୁ ଲାଗୁ କରୁଛୁ ଏବଂ ନୀତିଗତ ପରିବର୍ତ୍ତନ କରି କରୁଛୁ । ଆଜି ଦେଖନ୍ତୁ ଆମେ ୟୁପିର ଗୋରଖପୁର, ବିହାରରେ ବରୌନୀ, ଝାଡଖଣ୍ଡରେ ସିଙ୍ଗରୀ, ଏହି ୟୁରିଆ କାରଖାନା ଯାହା ବନ୍ଦ ପଡିଥିଲା ତାହାକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ପାଇଁ କାମ କରୁଛୁ । ଜଗଦୀଶପୁର-ହଳଦିଆ ଗ୍ୟାସ ପାଇପଲାଇନ ତାହାକୁ ଆମେ ଯୋଡିଲୁ । ଏହି ନୀତିଗତ ପରିବର୍ତ୍ତନ କଲୁ ଫଳରେ ତାଙ୍କୁ ଗ୍ୟାସ ମିଳିଯାଉ ତ କାରଖାନା ଚଳାଇବାରେ ସୁବିଧା ହୋଇଯିବ । ଆଉ ଏହା ହେଉଛି ଦେଶର ସେହି ଅଂଚଳ ଯେଉଁଠାରେ ଏ ପ୍ରକାର ବ୍ୟବସ୍ଥା କରାଯାଏ ତ’ ପୂର୍ବ ଭାରତର ବିକାଶର ସମ୍ଭାବନା ବଢିଯିବ । ଆଉ ଏହା ସେହି ରାଜ୍ୟ ନୁହେଁ ଯେଉଁଠାରେ ଭାରତୀୟ ଜନତା ପାର୍ଟିର ପତାକା ଉଡୁଛି । ଦେଶ ପାଇଁ ଆବଶ୍ୟକ ଅଟେ, ପୂର୍ବଭାରତର ରାଜ୍ୟଗୁଡିକର ବିକାଶ ହେବା ଦରକାର । ଦେଶର ସନ୍ତୁଳିତ ବିକାଶ ହେବା ଦରକାର । ଏହି ସିଧାସାଧା ବିକାଶର ଥିଓରି ଆଧାରରେ ଆମେ କାମ କରୁଛୁ । ଆଉ ମୋର ବିଶ୍ୱାସ ଅଛି କି ଏହି ସବୁ କଥାକୁ ଆପଣ ପ୍ରସଂଶା କରିବେ ।
ଆମର ମାନନୀୟ ସଦସ୍ୟ ଶ୍ରୀମାନ ଅମିତ ଶାହା ଭାଷଣ ଦେଲେ । ଆଉ ମତେ ଭଲ ଲାଗିଲା କି ଆଜାଦ ସାହାବ ସେଥିରୁ ଏହା ଖୋଜି ବାହାର କଲେ କି ଆପଣ ଏତେ କଥା ଭାଷଣରେ କହିଲେ କିନ୍ତୁ ସର୍ଦ୍ଦାର ପଟେଲଙ୍କ ନାମ କାହିଁକି କହିଲେ ନାହିଁ । ମତେ ଭଲ ଲାଗିଲା କି ଆପଣ ସର୍ଦ୍ଦାର ସାହେବଙ୍କୁ ମନେ ପକାଇଲେ ।
ଏବେ-ଏବେ ଗୁଜରାଟରେ ନିର୍ବାଚନ ହୋଇଥିଲା । ସେହି ନିର୍ବାଚନରେ ଆମର ବାବୁ ବସିଛନ୍ତି ଏଠାରେ, ସର୍ଦ୍ଦାର ପଟେଲ କଂଗ୍ରେସ ପାର୍ଟିର ସମସ୍ତ ଲେଖାରେ ସର୍ଦ୍ଦାର ସାହେବ ଥିଲେ । ମତେ ଏତିକି ଭଲ ଲାଗିଲା କି ଚାଲ ବହୁତ ବର୍ଷ ପରେ ଏଭଳି ଦିନ ମଧ୍ୟ ଆସିଲା । କିନ୍ତୁ ଆଉ ଯେତେବେଳେ ମୁଁ ଏହା ଚିନ୍ତା କରୁଥିଲି କି ଏହି ପରମ୍ପରା ଜାରି ରହିବ । କିନ୍ତୁ ଗୁଜରାଟ ନିର୍ବାଚନ ଶେଷ ହେଲା ଏବଂ ଏଠାରେ ଆପଣଙ୍କର ଦଳର କାର୍ଯ୍ୟକ୍ରମ ଥିଲା । ଏବେ ମଧ୍ୟ ଆପଣ ପୁରୁଣା ଚିତ୍ର ଦେଖି ପାରିବେ । ପଛପଟେ କେଉଁଠି ମଧ୍ୟ ସର୍ଦ୍ଦାର ସାହେବ ନାହାନ୍ତି ଏବଂ ସେହି ସମୟର ସମ୍ବାଦପତ୍ର ଲେଖିଥିଲା କି ସପ୍ତାହ ପରେ ଆପଣଙ୍କର ଏଠାରେ କାର୍ଯ୍ୟକ୍ରମ ହେଉଛି ଆଉ ସର୍ଦ୍ଦାର ସାହେବ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ଆଉ ଏହା ମଧ୍ୟ ମନେ ପକାନ୍ତୁ କି ଆମେ ସର୍ଦ୍ଦାର ସାହେବଙ୍କ ନାମ, ଆମ ଅଧ୍ୟକ୍ଷ ମହାଶୟ ଉଲ୍ଲେଖ ନ କଲେ । ତାହାକୁ ଆପଣ ଉପଯୋଗ କରିବାକୁ ଚେଷ୍ଟା କଲେ ଏହା ମଧ୍ୟ ମନେ ପକାନ୍ତୁ କି ସର୍ଦ୍ଦାର ସାହେବ ଏବଂ ବାବା ସାହେବ ଆମ୍ବେଦକରଙ୍କୁ ଭାରତରତ୍ନ କେବେ ମିଳିଲା । ମଝିରେ ଏତେ ସମୟ କାହିଁକି ଚାଲିଗଲା । ଆଉ ଏଥିପାଇଁ ଆପଣ ଚର୍ଚ୍ଚା କରନ୍ତୁ ଅଭିଯୋଗ କରନ୍ତୁ । ଆଉ ଏହା ରାଷ୍ଟ୍ରପତି ମହୋଦୟଙ୍କର ଅଭିଭାଷଣ ଠାରୁ ଅଲଗା ବିଷୟ ଥିଲା । କିନ୍ତୁ ପୁଣି ମଧ୍ୟ ଆପଣ ଉଠାଇଲେ ତ ହେଉଛି ଭଲ କଥା, ଉଠାଇଲେ । କିନ୍ତୁ ଯେତେବେଳେ ଆପଣ କୌଣସି ବିଷୟ ଉଠାଉଛନ୍ତି ତ’ ଚାରୋଟି ଆଙ୍ଗୁଠି ନିଜ ଆଡକୁ ହୋଇଥାଏ, ଏହା ଆପଣ ଭୁଲନ୍ତୁ ନାହିଁ ଏହା ମୋର…. ଆପଣ ଆଶ୍ଚର୍ଯ୍ୟ ହେବେ ଆଜ୍ଞା… ଏହି ପ୍ରକାରର କାମ ଆମ ଦେଶରେ ହୁଏ, ହୋଇପାରେ ବୋଧହୁଏ ଆପଣଙ୍କ କାର୍ଯ୍ୟ ଶୈଳୀରେ ଏହି ପ୍ରକାରର ସୁକ୍ଷ୍ମତା ମଧ୍ୟକୁ ଯିବାର ସ୍ୱଭାବ ନଥିବ ।
ମୋର ଏହା ସୌଭାଗ୍ୟ ଥିଲା କି ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲି । ଆଉ ସେହି କାରଣରୁ ଆଜାଦ ସାହେବ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଥିଲେ ଜଣା ପଡ଼ି ଥାଆନ୍ତା କି ବହୁତ ସୂକ୍ଷ୍ମତା ମଧ୍ୟକୁ ଯିବାକୁ ପଡ଼ିଥାଏ । ଶରଦ ରାଓ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି ତାଙ୍କୁ ଜଣା ଯେ ବହୁତ ସୂକ୍ଷ୍ମତା ମଧ୍ୟକୁ ଯିବାକୁ ପଡ଼ିଥାଏ । ମୁଖ୍ୟମନ୍ତ୍ରୀ ଏଠାକୁ-ସେଠାକୁ ଯାଇ ପାରନ୍ତି ନାହିଁ ତାଙ୍କୁ ବିସ୍ତୃତ ଭାବେ ଦିଅନ୍ତୁ । ଆଉ ଆମେ ସମସ୍ତେ ଯିଏ ମୁଖ୍ୟମନ୍ତ୍ରୀ ରହିଛନ୍ତି ତାଙ୍କୁ ଜଣା । କିନ୍ତୁ ଏଠାକୁ ମୁଖ୍ୟମନ୍ତ୍ରୀ ତ ବହୁତ କମ୍ ଆସନ୍ତି, ଆସନ୍ତି ତ ଛୋଟ ଏକ ବିଭାଗ ନେଇ ଯାଆନ୍ତି । ମୋ ଦାୟିତ୍ୱରେ ଗୋଟିଏ ବଡ଼ କାମ ଆସିଗଲା । ଆଉ ସେଥିପାଇଁ ମୋର ସେହି ଅଭ୍ୟାସ ମୋ କାମରେ ଆସୁଛି ।
ଆମ ଦେଶରେ ବିଗତ ବର୍ଷ ଯେଉଁ ଜଳସେଚନ ପ୍ରକଳ୍ପ ହୋଇଛି ବନ୍ଧ(Dam) ପ୍ରସ୍ତୁତ ହୋଇ ସାରିଥିବ କିନ୍ତୁ ପାଣି କାହିଁ? କ୍ଷେତ ପାଇଁ ଆମେ ନେଟୱାର୍କ ପ୍ରସ୍ତୁତ କରି ନାହୁଁ । 40-50 ବର୍ଷ ଅର୍ଥାତ କେହି କଳ୍ପନା କରି ପାରିବେ କି ଛଅ ମହଲା ତିଆରି କରିବେ ଆଉ ସିଡ଼ି ମଧ୍ୟ ନ ଥିବ, ଲିଫ୍ଟ ମଧ୍ୟ ରହି ନଥିବ । କିପରି ଏଭଳି କାମ ହୋଇଗଲା । ମୁଁ ସେଥି ମଧ୍ୟରୁ 99 ଟିକୁ ଚିହ୍ନଟ କଲି । ହଜାର-ହଜାର କୋଟି-କୋଟି ଟଙ୍କାର ଯୋଜନାରେ କାମ ଆରମ୍ଭ କଲୁ । କୃଷକଙ୍କ ପାଖରେ ପାଣି ପହଂଚୁ ଏହି ଦିଗରେ ଆମେ କାମ ଆରମ୍ଭ କଲୁ । ଆଉ 50ଟି ଯୋଜନା ସଂପୂର୍ଣ୍ଣ ହୋଇ ସାରିଛି ବଳକା ଯୋଜନାଗୁଡ଼ିକ ଖୁବ ଶୀଘ୍ର ସଂପୂର୍ଣ୍ଣ ହୋଇ ଯିବା ଦିଗରେ ଆମର କାମ ଚାଲୁ ରହିଛି ।
ପ୍ରଶ୍ନ ହେଉଛି ଆପଣ ତିଆରି କଲେ-ତିଆରି କଲେ, ଭଲ କାମ କଲେ, କିନ୍ତୁ ଚିନ୍ତାଧାରା ଅଧା, କାମ ଅଧା ଆଉ ଟଙ୍କା ଗଲା, ପରିଣାମ ମିଳିଲା ନାହିଁ । ଅଧିକ ଭଲ ହୋଇ ଥାଆନ୍ତା ଯଦି ବିସ୍ତୃତ ଭାବେ ହୋଇ ଥାଆନ୍ତା, ସମନ୍ୱିତ ଆଭିମୁଖ୍ୟ ନେଇ ହୋଇଥାଆନ୍ତା, ବୌଦ୍ଧିକ ଦୃଷ୍ଟିଭଙ୍ଗୀ ଥାଆନ୍ତା ତ ଆପଣଙ୍କ ସମୟରେ ଯେଉଁ କାମ ହୋଇଛି ସେଥିରେ ମଧ୍ୟ ଯଦି ସଂପୂର୍ଣ୍ଣ କରି ଥାଆନ୍ତେ ତ ଦେଶର ମଙ୍ଗଳ କରି ଥାଆନ୍ତେ । ଆପଣ କରି ନାହାଁନ୍ତି ଏହା ମୁଁ କହୁ ନାହିଁ । କିନ୍ତୁ କିଛି କରିଲା ଭଳି କାମ କିପରି କରିବା ଦରକାର ସେଥିରେ ବହୁତ ବଡ଼ ଅଭାବ ରହି ଯାଇଛି । ଯାହା-ଯାହାଙ୍କୁ ଭଲ କାମ କରିବାର ସୁଯୋଗ ମିଳିଛି ସେହି ଲୋକମାନଙ୍କର ଦାୟିତ୍ୱ ହେଉଛି କି ଜିନିଷ….
ଆଉ ଏଥିପାଇଁ ଆପଣମାନେ ଦେଖିଥିବେ ଆମେ ଆସି ଏକ ବଡ଼ ପରିବର୍ତ୍ତନ କରିଛୁ । ଆମେ ଆମ ଦେଶରେ ଅଧିକାଂଶ ବଜେଟ ଅନୁଦାନ ହେବା ଅର୍ଥାତ୍ ସେହିଠାରୁ ହିଁ ବଡ଼ ସନ୍ତୋଷ ବୋଲି ମାନି ନିଆଯାଇଥାଏ । ତାଳି ପଡିଯାଇଥାଏ ସେହି ଅନୁଦାନ ମିଳି ଯାଇଥାଏ । ଶେଷ ହେବା ଆଡ଼କୁ ଦେଖିବାର ସଂଖ୍ୟା ବହୁତ କମ ହୋଇଥାଏ । ପରିଣାମ ଆଡ଼କୁ ଦେଖିବାର ଭଳି ସେଥିରେ ମଧ୍ୟ ବହୁତ କମ୍ ହୋଇଥାଏ । ଆଉ ପରିଣାମର ଚର୍ଚ୍ଚା ହିଁ ହେଉ ନଥିଲା । ଆମେ ସଂପୂର୍ଣ୍ଣ କାର୍ଯ୍ୟ ସଂସ୍କୃତିକୁ ଏଭଳି ପ୍ରସ୍ତୁତ କରି ଦେଇଛୁ । ଏହି ସରକାର ଆଗ୍ରହ ରଖିଛନ୍ତି ଆଉ ସଂସଦରେ ରଖୁଛନ୍ତି ପରିଣାମର ରିପୋର୍ଟ ଫଳରେ ଟଙ୍କା ଯେଉଁ କାମ ପାଇଁ ବ୍ୟବହାର କରାଯାଇଥିଲା ସେହି କାମରେ ଗଲା କି ଗଲା ନାହିଁ । ଆଉ ଏଥିପାଇଁ ଫଳାଫଳ ଉପରେ ଯୋର୍ ଦେବା ଦିଗରେ ଆମର ପ୍ରୟାସ ରହିବା ଆବଶ୍ୟକ ।
ଏବେ କୃଷକଙ୍କର ରୋଜଗାର ବଢ଼ାଇବାର ବିଷୟରେ ଏହିଠାରେ ଚର୍ଚ୍ଚା ହୋଇଛି । ମୁଁ ଆଶ୍ଚର୍ଯ୍ୟଚକିତ ଯେ କୃଷକଙ୍କର ରୋଜଗାର ଦ୍ୱିଗୁଣିତ କରିବାରେ କାହାକୁ ଅସ୍ୱୀକାର ହୋଇପାରେ । କୌଣସି ଅସ୍ୱୀକାର ହୋଇ ନ ପାରେ । ଆଉ ଆମେ ଏଥିପାଇଁ ନୁହେଁ କି ତା’ ସହିତ କୌଣସି ରାଜନୀତି ରହିଛି ଏଠାରେ ବସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଅଛି କି ଭାଇ ଏହା ହେଉଛି ଏକ ଏଭଳି କାମ ଯାହାକୁ ଆମେ କରିବା ଦରକାର । ଏବେ ଏହା କିପରି ହେବ । ଜମି ଖଣ୍ଡ ଖଣ୍ଡ ହେବା ବଢ଼ିବାରେ ଲାଗିଛି । ପରିବାରର ସଂଖ୍ୟା ବଢ଼ିଥାଏ ଯଦି ତାହାର ଦଶ ମାଣ ଜମି ରହିଛି ତ ପିଲାମାନଙ୍କ ମଧ୍ୟରେ ବଣ୍ଟା ହୋଇଯାଏ ତ 2 ମାଣ, 1 ମାଣକୁ ଆସି ଯାଇଥାଏ ତ କଷ୍ଟ ହୋଇଥାଏ । ତେଣୁ ଆମକୁ ଟେକ୍ନୋଲଜି ଆଧାରିତ କୃଷି କୌଶଳ ଆଡ଼କୁ ଯିବାକୁ ହିଁ ପଡ଼ିବ । ଆମକୁ ଆଧୁନିକ ହେବାକୁ ହିଁ ପଡ଼ିବ । ଆଉ ଏହା ଯଦି ଆମେ କରୁଛୁ ତ ପରିବର୍ତ୍ତନ ହେବ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ହେଉଛି ଗୋଟିଏ ପ୍ରୟାସ । ପ୍ରତି ବୁନ୍ଦା ଜଳ ଅଧିକ ଶସ୍ୟ (ପର ଡ୍ରପ୍ ମୋର କ୍ରପ୍), ସୂକ୍ଷ୍ମ ଜଳସେଚନ ହେଉଛି ଗୋଟିଏ ପ୍ରୟାସ । ଫୁଆରା ଜଳସେଚନ, ଗୋଟିଏ ସମୟ ଥିଲା ଆମ ଦେଶରେ କୃଷକ ବୁଡ଼ା ପାଣି ଦେବା ବିନା ଆଖୁ ଚାଷ ହୋଇ ପାରୁ ନଥିଲା ଏହି ମାନସିକତା ଭିତରେ ଆଖୁ ଚାଷ ଥିଲା । ସେ ଏହା ଭାବି ନେଇଥିଲା କି ଆଖୁ ଚାଷ ପାଇଁ ବିଲ ସବୁବେଳେ ପାଣିରେ ଭରି ରହିବା ଦରକାର । କିନ୍ତୁ ଅନୁଭବରୁ.. ମୁଁ ତ ଗୁଜରାଟରେ ଥିଲି, ମୋର ନିୟମ ଥିଲା ଫୁଆରା ଜଳସେଚନରେ ଆଖୁ ଚାଷ ହେଲେ ଉନ୍ନତମାନର ଆଖୁ ମିଳିଥାଏ । ଏବେ ଧିରେ ଧିରେ ସାରା ଦେଶରେ ପାଣି ବଂଚିବ । ଏବେ ଏହା କୌଣସି ପ୍ରୟୋଗ ନୁହେଁ । ପ୍ରଥମରୁ ସମସ୍ତଙ୍କୁ ଜଣାଥାଏ ଯେଉଁମାନେ କଦଳୀ ଚାଷ କରିଥାନ୍ତି । କଦଳୀ ଚାଷ କଲାବାଲା କଦଳୀ କାନ୍ଦି କାଟି ସାରିବା ପରେ ଥୁଂଟା ଗଛ ବିଲରେ ଠିଆ ହୋଇଥାଏ । ତାକୁ କାଟି ବିଲରୁ କାଢିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏକ ଏକର ଜମି ପାଇଁ 5 ହଜାର, 10ହଜାର, 15 ହଜାର ଟଙ୍କା ଦେବାକୁ ପଡିଥାଏ ।
ଆମର ଏଠାରେ କୃଷି ବିଶ୍ୱ ବିଦ୍ୟାଳୟ ଯେଉଁ ପରିଣାମ ଦେଲେ-କଦଳୀ ଗଛ ଗଣ୍ଡିରୁ ସେମାନେ ଫାଇବର ତିଆରି କଲେ, ଫେବ୍ରିକ୍ସ ତିଆରି କଲେ ଆଉ କପଡ଼ା ପ୍ରସ୍ତୁତ କଲେ । ଆଜ୍ଞା ବହୁତ ଭଲ ମାନର କପଡ଼ା ତିଆରି ହେଉଛି । କେବଳ ଏତିକି ନୁହେଁ ଯେଉଁଠାରେ ଶୁଖିଲା ମାଟି ରହିଛି ସେଠାରେ ଏହି ଗଛକୁ ଖଣ୍ଡ-ଖଣ୍ଡ କରି କାଟି ପକାଇ ଦିଆଯାଏ ତ 90 ଦିନ ପର୍ଯ୍ୟନ୍ତ ସେଠାରେ ବିନା ପାଣିରେ ଗଛଲତା ବଢ଼ି ପାରିବେ । ଆଜି ଏଠାରେ ଯେଉଁ ଆବର୍ଜନା ଥିଲା ସେଥିରୁ ସମ୍ପଦ ସୃଷ୍ଟି ହେଲା ଆଉ ତାକୁ ନେବା ପାଇଁ ଲୋକ ଆସୁଛନ୍ତି ଆଉ ତାଙ୍କୁ ଏକର ପ୍ରତି 10 ହଜାର, 15 ହଜାର ଦେଉଛନ୍ତି । ଆମ ଦେଶରେ ଯେଉଁ କୃଷିଜାତ ଆବର୍ଜନା ହେଉଛି ଆମେ ତା’ଉପରେ ଗୁରୁତ୍ୱ ଦେବା ତ ଆୟ ବୃଦ୍ଧି ଦିଗରେ ତାହା ସାହାଯ୍ୟ କରିବ । ଆଉ ଆମ ଦେଶରେ ମଧ୍ୟ ଏବେ ଆଖୁଚାଷ ହେଉଛି । ଅଧିକ ଚିନି ଉତ୍ପାଦନ ହୋଇଯାଏ ତ କୃଷକ ମରିବ, କମ ଉତ୍ପାଦନ ହୋଇଯାଏ ତ କୃଷକ ମରିବ । ଅଧିକାଂଶ ଚିନିକଳ କୃଷକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏବେ ଆମେ ଇଥାନଲ 10 ପ୍ରତିଶତ କରିଦେଲୁ । ଏବେ ଏହି କାରଣରୁ ଯେଉଁ ସମୟରେ ଚାପ ପଡ଼ିବ ଚିନି ବଜାର ଉପରେ ବିଶ୍ୱର ପ୍ରଭାବ ରହିଥାଏ ତ ଇଥାନଲ ଆଡ଼କୁ ବଦଳାଇ ଦେବା ତ କୃଷକଙ୍କ ସୁରକ୍ଷାର ସମ୍ଭାବନା ବଢ଼ିଯିବ ।
ଆମର କିଷାନ ସମ୍ପଦା ଯୋଜନା ମଧ୍ୟ, ଆମକୁ ଜଣା ଅଛି କି ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କା ଆମର ଏଥିପାଇଁ ନଷ୍ଟ ହେଉଛି କି ଚାଷଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଶୃଙ୍ଖଳରେ ଅନେକ ଦୁର୍ବଳ ବିନ୍ଦୁ ରହିଛି । ମୌଳିକ ଢ଼ାଂଚାରେ କେତେକ ଦୁର୍ବଳ ବିନ୍ଦୁ ରହିଛି । ଆମର ବିହନ ଠାରୁ ବଜାର ପର୍ଯ୍ୟନ୍ତ ଏକ ବିସ୍ତୃତ ଦୃଷ୍ଟିଭଙ୍ଗୀ ହେବ ତେବେ ଯାଇ କରି ଏହି ପ୍ରୟାସ ସଫଳ ହେବ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ ।
ମୁଁ ସ୍ୱୀକାର କରୁଛି କି ଇ-ନାମ ଯୋଜନା ହେଉ, ଇ-ନାମ ଯୋଜନା ଏବେ ଆରମ୍ଭ ହୋଇଛି । ଅନେକ ରାଜ୍ୟ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ମଧ୍ୟ ନିଜର ଏପିଏମସି ଆଇନରେ ଯେଉଁ ପରିବର୍ତ୍ତନ କରିବାର ଅଛି କରିନାହାଁନ୍ତି । କିନ୍ତୁ ପାଖାପାଖି 36 ହଜାର କୋଟି ଟଙ୍କାର କାରବାର ଇ-ନାମ ମାଧ୍ୟମରେ କୃଷକମାନେ ଅନଲାଇନ୍ ରେ ବିକ୍ରି କରିଛନ୍ତି । 36 ହଜାର କୋଟିର କାରବାର ନିଜକୁ ନିଜେ ବହୁତ ବଡ଼ ଶୁଭାରମ୍ଭ ହୋଇଛି । ମୁଁ ବୁଝି ପାରୁଛି ଏହା ବହୁତ ଆଗକୁ ଯିବ ।
ଆମକୁ ମୂଲ୍ୟଯୁକ୍ତ ଆଡ଼କୁ ଯିବାକୁ ପଡ଼ିବ । କୃଷକ ଯଦି କଞ୍ଚା ଲଙ୍କା ବିକ୍ରି କରିଥାଏ ତ ବହୁତ କମ ଧନ ମିଳିଥାଏ କିନ୍ତୁ ଯଦି ଶୁଖିଲା ନାଲି ଲଙ୍କା ହୋଇଥାଏ ତ ସେଥିରୁ ପାଉଡର ହୋଇଥାଏ । ଲଙ୍କାଗୁଣ୍ଡ କରି ପ୍ୟାକିଂ କରି ଭଲ ଭାବରେ ବ୍ରାଣ୍ଡିଂ କରି ବିକ୍ରି କରିବ ତ କୃଷକଙ୍କର ଆୟ ବଢ଼ିଥାଏ । ଆମକୁ ମୂଲ୍ୟଯୁକ୍ତ ଆଡ଼କୁ ଯିବାକୁ ପଡ଼ିବ ।
ଆମ କୃଷକର ଆନୁସଙ୍ଗିକ କାର୍ଯ୍ୟ ଆଜି କ୍ଷେତରେ ସୌର ଶକ୍ତିର ଫାର୍ମ ଯୋଡ଼ା ଯାଇ ପାରିବ, କୃଷକଙ୍କ ଆୟ ବଢ଼ା ଯାଇ ପାରିବ । ସୌର ପମ୍ପ ମଧ୍ୟ ତାହାର ବିଜୁଳି ଉତ୍ପାଦନ କରିପାରିବ । ସୌର ଶକ୍ତି ପମ୍ପ ଚଲାଇ ପାରିବ । ଡିଜେଲ ଖର୍ଚ୍ଚ କମ୍ କରି ପାରିବ । ବିଜୁଳିର ଖର୍ଚ୍ଚ କମ୍ କରି ପାରିବ । ଆଉ ସେହି ବିଜୁଳି ରାଜ୍ୟ ସରକାର କିଣି ପାରିବେ । ତ ତାହାର ଏକ ବହୁତ ବଡ଼ ଖର୍ଚ୍ଚ ମଧ୍ୟ କମିଯିବ ।
ଆଜି ଆମେ ବାଉଁଶ, ବାଉଁଶ 90 ବର୍ଷ ହେବ, ଆପଣଙ୍କ ଦୋଷ ନୁହେଁ । 90 ବର୍ଷ ହେବ ଆଇନ ତିଆରି କରି ଦେଲେ କି ଏହା ତ ହେଉଛି ଗଛ । କେହି କାଟି ପାରିବେ ନାହିଁ । ଯେତେବେଳେ ସମଗ୍ର ଦୁନିଆରେ ବାଉଁଶ ହେଉଛି ଘାସ । ଏବେ ଆପଣ କରିବା ଦରକାର ତ ଶ୍ରେୟ ଆପଣଙ୍କୁ ଯାଉଛି । ଆମେ ଭାବିଲୁ, ଆମେ ପଦକ୍ଷେପ ନେଲୁ, ଆଜି ଆମେ ବାଉଁଶକୁ ଘାସ ପର୍ଯ୍ୟାୟରେ ରଖିଲୁ । ଆଜି କୃଷକ ନିଜ କ୍ଷେତର ଚାରି ପଟେ ବାଉଁଶ ଚାଷ କରି ପାରିବ । ବାଉଁଶ ଚାଷ ଯୋଗୁଁ ତା’ଫସଲକୁ କୌଣସି କ୍ଷତି ହୁଏ ନାହିଁ । ତା’ହେଉଛି ଅତିରିକ୍ତ ଆୟ । ଆଉ ଆଜି ହିନ୍ଦୁସ୍ଥାନ ବାଉଁଶ କ୍ଷେତ୍ରରେ ହଜାର-ହଜାର କୋଟିର ବାଉଁଶ ଆମଦାନୀ କରୁଛି । ଆମେ ଦିଆସିଲି ପାଇଁ ବାହାରୁ ବାଉଁଶ ଆଣୁଛୁ, ଗୁଡ଼ି ପାଇଁ ବାହାରୁ ବାଉଁଶ ଆଣୁଛୁ, ଅଗରବତୀ ପାଇଁ ବାହାରୁ ବାଉଁଶ ଆଣୁଛୁ । ଏହା ହେଉଛି ଗୋଟିଏ ଛୋଟ ନିଷ୍ପତ୍ତି ଯାହା ଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ଶକ୍ତି ଆସିଥାଏ ।
ଆମର କୃଷକ ମହୁମାଛି ପାଳନ କରିଥାଏ, ଏବେ ମୁଁ ଆଶ୍ଚର୍ଯ୍ୟ ହେଉଛି କି ମହୁମାଛି ପାଳନ କ୍ଷେତ୍ରରେ କେତେ କାର୍ଯ୍ୟ ହୋଇ ପାରି ଥାଆନ୍ତା, ତାହାକୁ ଆପଣମାନେ କରି ପାରିଲେ ନାହିଁ । ମୁଁ ଆଶ୍ଚର୍ଯ୍ୟ ହେଉଛି କାହିଁକି କରି ପାରିଲେ ନାହିଁ । ଏହି ଦିନମାନଙ୍କରେ ଆମେ ଚାରି ବର୍ଷରେ 11ଟି ସମନ୍ୱିତ ମହୁମାଛି ପାଳନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଛୁ । ଆଉ ମହୁ ଉତ୍ପାଦନରେ 38 ପ୍ରତିଶତ ବୃଦ୍ଧି ହୋଇଛି । ଆଉ ଏହି ମହୁ ବିଶ୍ୱ ବଜାରକୁ ଯିବାରେ ଲାଗିଛି । ଆଉ ସବୁଠାରୁ ବଡ଼ କଥା ଯାହା ପରେ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ଅଛି ।
ଆଜି ଦୁନିଆ ବୌଦ୍ଧିକ ସ୍ୱାସ୍ଥ୍ୟ ସେବା (Holistic Healthcare) ଆଡ଼କୁ ଗତି କରୁଛି । ଦୁନିଆରେ ପରିବେଶ ଅନୁକୂଳ ଜୀବନ ପ୍ରତି ସଚେତନତା ବଢ଼ିଛି । ଆଉ ଏହି କାରଣରୁ ରସାୟନିକ ମହମ ପରିବର୍ତ୍ତେ ମହୁମାଛି ଦ୍ୱାରା ପ୍ରସ୍ତୁତ ହେଉଥିବା ମହମର ଚାହିଦା ବୃଦ୍ଧି ପାଇଛି । ଆମର ଏହି ମହୁମାଛି ପାଳନର କାମ ଏତେ ବଡ଼ ସଂଖ୍ୟାରେ ମହୁ ମହମକୁ ଶକ୍ତି ଦେଇ ପାରିବ କି ଯେଉଁ କାରଣରୁ ଆଗାମୀ ଦିନମାନଙ୍କରେ ଆମେ ବହୁତ ବଡ଼ ବିଶ୍ୱ ବଜାର ଅଧିଗ୍ରହଣ କରି ପାରିବା । ଆଉ ଆମ କୃଷକ କ୍ଷେତ କଡ଼ରେ ଏକ ଗଛ ତଳେ ଏହି କାମ କରି ପାରିବ । ପଶୁପାଳନ, ମାଛଚାଷ, କୁକୁଡ଼ା ପାଳନ, ମୂଲ୍ୟଯୁକ୍ତ ଏଭଳି ଅନେକ ଜିନିଷ ରହିଛି ଯାହାକୁ ଆମେ ଏକାଠି କରି କୃଷକର ଘର ପର୍ଯ୍ୟନ୍ତ ପହଂଚାଇବା । ମୁଁ ଜାଣି ପାରୁ ନାହିଁ କି କୃଷକଙ୍କର ଆୟ ଦ୍ୱିଗୁଣିତ କରିବାରେ କୌଣସି ଅସୁବିଧା ହୋଇପାରେ । କୃଷକକୁ ଶକ୍ତି ମିଳି ପାରିବ । ପ୍ରୟାସ ଆମ ସମସ୍ତଙ୍କୁ କରିବାକୁ ପଡ଼ିବ । ଆଉ ଆମେ ସମସ୍ତେ ପ୍ରୟାସ କରିବା ତ ପରିଣାମ ନିଶ୍ଚୟ ମିଳିବ ଆଉ ସେହି ଦିଗରେ ଆମର ପ୍ରୟାସ ରହିବା ଦରକାର ।
ଆଜି ଆମ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ପରିହାସ କରାଯାଉଛି, ମେକ୍ ଇନ୍ ଇଣ୍ଡିଆକୁ ନେଇ ପରିହାସ କରାଯାଉଛି, ଜନ-ଧନ ଯୋଜନାକୁ ପରିହାସ କରାଯାଉଛି, ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ପରିହାସ କରାଯାଉଛି, କଳାଧନ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପରିହାସ କରାଯାଉଛି, ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଯାଉଛି ।
କିନ୍ତୁ ଆପଣ ମୋତେ କୁହନ୍ତୁ ଓବିସି କମିଶନଙ୍କୁ ସଂବିଧାନର ମାନ୍ୟତା ମିଳିଲା । କିଏ ଏହାର ବିରୋଧ କରିବା ଦରକାର, କୌଣସି କାରଣ କୁହନ୍ତୁ, ଏତେ ବର୍ଷ ଧରି ଆବଶ୍ୟକ ଥିଲା । ଆପଣମାନଙ୍କର କୌଣସି ବାଧ୍ୟ ବାଧକତା ଥିବ ଆଣିଲେ ନାହିଁ । ଏହି ସଦନରେ ଆମେ ଏହାକୁ ଏହି କମିଟିରେ ରଖନ୍ତୁ, ସେହି କମିଟିରେ ରଖନ୍ତୁ । ତାହାକୁ ଝୁଲାଇ ରଖିଥିଲେ । କ’ଣ ଆମେ ଏହି କାମକୁ କରିପାରି ନଥାନ୍ତେ?
ଏହି ଯେଉଁ ଖୋଲାଖୋଲି ଭାବେ ବିରୋଧ କରିବାର ଯେତେବେଳେ ସାହସ ନଥାଏ, ଜନତା ଜନାର୍ଦ୍ଦନଙ୍କୁ ସମ୍ମୁଖୀନ ହେବାର ଶକ୍ତି ନ ଥାଏ, ଆଜି ଓବିସି ସମାଜ ମଧ୍ୟରେ ଯେଉଁ ଆକାଂକ୍ଷା ଜାଗ୍ରତ ହୋଇଛି, ଆଜି ଓବିସି ସମାଜ ସଚେତନ ହୋଇଛି, ଓବିସି ସମାଜ ନିଜର ଅଧିକାର ପାଇଁ ମୈଦାନକୁ ଆସିଛି । ଆଉ ଆପଣଙ୍କ ରଣନୀତି ଖୋଲାଖୋଲି ଭାବେ କଥା ହେବାର ସାହସ କରି ନଥାଏ । ଏଥିପାଇଁ ବାହାନା କରୁଛନ୍ତି । କିନ୍ତୁ ଏହି ଦେଶର ଓବିସି ସମାଜ ଦେଶକୁ ଦେବା ଭଳି ସେମାନେ ଯଦି ନିଜର ଅଧିକାର ମାଗନ୍ତି ତ ମୁଁ ଅନୁରୋଧ କରିବି କି ରାଜନୀତି ଛାଡ଼ି ଏବଂ ନୂଆ-ନୂଆ କଥା ଯୋଡ଼ିବାର କାମ ଅଟକାଇବାର ପ୍ରୟାସ କରିବା ବଦଳରେ ତାହାକୁ ଗୃହୀତ କରାନ୍ତୁ ।
ତିନି ତଲାକ… ଯଦି ଆପଣମାନଙ୍କୁ ଲାଗୁଛି କି ତିନି ତଲାକ ବିଷୟରେ ଆପଣ ଯେଉଁ ପ୍ରକାରର ଆଇନ ଚାହୁଁଛନ୍ତି । କିଏ ଆପଣଙ୍କୁ ଅଟକାଇଥିଲା, 30 ବର୍ଷ ପୂର୍ବେ ମାମଲା ଆପଣଙ୍କ ହାତକୁ ଆସିଥିଲା, ଆପଣଙ୍କୁ ଯେପରି ଦରକାର ସେହିପରି ତିଆରି କରିବାର ଥିଲା । କିନ୍ତୁ ଆପଣଙ୍କ ରାଜନୀତି…ଆପଣଙ୍କର ହିଁ ମନ୍ତ୍ରୀଙ୍କର ବକ୍ତବ୍ୟ ଥିଲା ତିନି ତଲାକ କାହିଁକି ଯିବା ଦରକାର । କିନ୍ତୁ ଯେତେବେଳେ ଚାରିଆଡ଼ୁ ସ୍ୱର ଉଠିଲା, ରାଜନୀତି ବିପଦରେ ପଡ଼ିଲା, ଭୋଟ ବ୍ୟାଙ୍କକୁ ବିପଦ ଆସିଲା, ଆଉ ଅଚାନକ ସେହି ମନ୍ତ୍ରୀଙ୍କୁ ଯିବାକୁ ପଡ଼ିଲା ଆଉ ସେହି ମିଶନକୁ ମଧ୍ୟ ଯିବାକୁ ପଡ଼ିଲା । ଆଉ ଏଥିପାଇଁ ଯେଉଁ କାରଣ ଦିଆଯାଉଛି । ହିନ୍ଦୁସ୍ଥାନର ପ୍ରତ୍ୟେକ ନାଗରିକ ଅପରାଧ ଆଇନ ମଧ୍ୟକୁ ଆସୁଛନ୍ତି ଯେଉଁଠାରେ ଦଣ୍ଡ ଅଛି । ଯେଉଁ ଯୁକ୍ତି ଦେଉଛନ୍ତି ଲାଗୁ ହୋଇ ପାରେ କି ଭାଇ ସେ କାହାର ହତ୍ୟା କରିଛନ୍ତି ଘରର ଏକମାତ୍ର ପୁଅ, ବୟସ ମାତ୍ର ତିରିଶ ବର୍ଷ । ଏବେ ତାହାକୁ ଜେଲ ଯିବାର ଆଇନ କାହିଁକି କଲେ । ବୁଢ଼ା ମାଆ-ବାପା କାହିଁକି ଯିବେ । ହିନ୍ଦୁ ଦୁଇଥର ବିବାହ କରେ ତ ସେ ଜେଲ ଚାଲିଯାଏ, ତା’ପାଇଁ ଦଣ୍ଡ ହୋଇଥାଏ । ସେତେବେଳେ ଆପଣମାନଙ୍କୁ ଚିନ୍ତା ହେଲା ନାହିଁ କି ତା’ପରିବାରର ଲୋକ କ’ଣ ଖାଇବେ । ଦଣ୍ଡ ମିଳୁ? ଆଉ ଏଥିପାଇଁ ମୁଁ ମାନୁ ନାହିଁ କି କେହି ମଧ୍ୟ ତାହାକୁ ଅଧ୍ୟୟନ କରିବେ ସେମାନେ ଆଶ୍ଚର୍ଯ୍ୟ ହେବେ କି ଆପଣ କେଉଁ କଥା କରୁଛନ୍ତି ।
କେବେ କେବେ ମୋତେ ଲାଗେ ବୋଧ ହୁଏ ଆମର ନରେଶ ମହାଶୟ ବଡ଼ ସହାନୁଭୂତି ଦେଖାଇଥିଲେ କି ସେ ଚୀର ହରଣ କରୁଥିଲେ ତା’କହିବା କଷ୍ଟକର ଅଟେ କିନ୍ତୁ ବହୁତ କିଛି କହୁଥିଲେ । ଭୟ ଜେଲ ତ ଆମେ ଭୋଗିଛୁ, 15 ବର୍ଷ ପର୍ଯ୍ୟନ୍ତ କ’ଣ କିଛି ଆମେ ସହିଛୁ ଆମକୁ ହିଁ ଜଣା ଅଛି । କିନ୍ତୁ ଆଇନ ଆଇନର କାମ କରୁ କିମ୍ବା ନ କରୁ ଆପଣ ଏଠାରେ କହି କାହା ପୁଅକୁ ଫସାଇବାକୁ ଯାଉଛନ୍ତି, ତାହାକୁ ଚିନ୍ତାଗ୍ରସ୍ତ କରିବାକୁ ଯାଉଛନ୍ତି । କେତେ କରାଯାଉଛି । ଆଉ କ’ଣ ମୁଁ ବୁଝାଉଛି କି ଏହି ପ୍ରକାରର କଥା କରିବା ଆଇନର ଉପହାସ କରୁଛୁ କି କରୁ ନାହୁଁ । ଆଇନ ସ୍ଥିର କରିବ କ’ଣ ହେବ । ଆଉ ଏଥିପାଇଁ ମୋତେ ଉତ୍ତର ଦେଇ ସାହାଯ୍ୟ କରନ୍ତୁ ।
ଏଭଳି ଭାବରେ ଆମକୁ ସାହାଯ୍ୟ କରନ୍ତୁ ।
ଜଣେ କବି ଦୁଷ୍ୟନ୍ତ କୁମାରଙ୍କ କବିତାର ଶବ୍ଦ ହେଉଛି
ଉନକି ଅପିଲ ହୈ କି ଉହ୍ନେ ମଦଦ କରେ,
ଉନକି ଅପିଲ ହୈ କି ଉହ୍ନେ ମଦଦ କରେ,
ଚାକୁ କି ପଶଲିୟୋଁ ସେ ଗୁଞ୍ଜାଇସ୍ ତୋ ଦେଖିୟେ
(ତାଙ୍କର ଅନୁରୋଧ ହେଉଛି କି ତାଙ୍କୁ ସାହାଯ୍ୟ କର,
ତାଙ୍କର ଅନୁରୋଧ ହେଉଛି କି ତାଙ୍କୁ ସାହାଯ୍ୟ କର,
ଛୁରୀର ଧାରରେ ସମ୍ଭାବନାକୁ ଦେଖନ୍ତୁ)
ମହିଳାମାନଙ୍କ ଉପରେ ଅତ୍ୟାଚାର, ମୁଁ ମାନୁନାହିଁ କି ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି – ଏହି କଂଗ୍ରେସ, ବିଜେପି, ଅମୁକ ପାର୍ଟି, ସମୁକ ପାର୍ଟିର ବିଷୟ । ଏହା ହୋଇପାରେନା, ଆଉ ଯେଉଁ ଚିନ୍ତା ଆପଣ ପ୍ରକଟ କରିଛନ୍ତି ସେହି ଚିନ୍ତା ହେଉଛି ବହୁତ ସ୍ୱଭାବିକ । ଯାହା ଆଜାଦ ସାହେବ କହିଛନ୍ତି । ଆଉ ଏଥିପାଇଁ ମୁଁ ସାହସ କରିଥିଲି କି ଲାଲକିଲ୍ଲା ଉପରୁ କହିବା ପାଇଁ… କି ଝିଅମାନଙ୍କ ପାଇଁ ତ ବହୁତ କିଛି କୁହାଯାଏ କିଏ ତ ପଚାର ପୁଅ ରାତିରେ କାହିଁକି ଡେରିରେ ଘରକୁ ଆସିଥାଏ? କିଏ ତ’ ପ୍ରଶ୍ନ କର ପୁଅ ସନ୍ଧ୍ୟାରେ କେଉଁଠାକୁ ଯାଇଥାଏ, କାହାକୁ ଭେଟିଥାଏ? କିଏ ତ ଚିନ୍ତା କର କି ପୁଅମାନଙ୍କୁ ତ ସଂସ୍କାର କରିବାର ଚିନ୍ତା ଅଛି । କ’ଣ ଆମେ ସମସ୍ତେ ଗୋଟିଏ ସ୍ୱରରେ ସେହି ମାଆମାନଙ୍କୁ ଆନ୍ଦୋଳିତ କରି ପାରିବା ନାହିଁ, ସେହି ପିତାମାନଙ୍କୁ ଆନ୍ଦୋଳିତ କରି ପାରିବା ନାହିଁ, ସେହି ଶିକ୍ଷକମାନଙ୍କୁ ଆନ୍ଦୋଳିତ କରି ପାରିବା ନାହିଁ କି ଶେଷରେ ସିଏ କାହାର ନା କାହାର ତ, ପୁଅ ଯିଏ କୌଣସି ଝିଅ ଉପରେ ଅତ୍ୟାଚାର କରୁଛି । ହେଉଛି କାହାର ନା କାହାର ତ, ପୁଅ । କ’ଣ ଆମେ ସମସ୍ତେ ଗୋଟିଏ ସ୍ୱରରେ ସମାଜ ଆଉ ଶେଷରେ ସେହି ସାମାଜିକ …. ଆଉ ସେଥିରେ ଆମେ ଯେତେ ଅଧିକ ମିଶି କରି କରିବା ଆଉ ମୁଁ ଚାହୁଁଛି କି ଆମେ ଏହି ସମସ୍ତ କଥାରେ ଉଜ୍ଜ୍ୱଳା ଯୋଜନା, ମହିଳା ସଶକ୍ତି କରଣର ଏକ ବହୁତ ବଡ଼ କାମ, କିନ୍ତୁ ଆମକୁ ମଧ୍ୟ ଏହା ଚିନ୍ତା କରିବାର ଅଛି କି ଆଉ ମୁଁ ଚାହିଁବି କି ସଦନ ମାଧ୍ୟମରେ ଦେଶରେ ଷ୍ଟାର୍ଟ ଅପ୍ ମାନଙ୍କୁ ବିଶେଷ ଅନୁରୋଧ କରିବି ।
ସ୍ଵଚ୍ଛ ରୋଷେଇ ଏହି କାମଟିକୁ ଆମେ ମିଶନ ମୋଡରେ ଦେଶରେ କରିବା ଆବଶ୍ୟକ । ଆଉ ହୋଇ ପାରିବ ତ ନୂତନ ସୌର ଚୂଲା ଉଦ୍ଭାବନ ହେବ । ଏଭଳି ନବସୃଜନ ହେଉ ଫଳରେ ଗରିବଙ୍କୁ ଖାଦ୍ୟ ରୋଷେଇ କରିବାର ଏକ ନୂଆ ପଇସା ଖର୍ଚ୍ଚ କରିବାକୁ ନ ପଡ଼ୁ । ଆଉ ଗ୍ୟାସ ପରିବହନର ଖର୍ଚ୍ଚ ବଂଚି ଯାଉ । ଆଉ ନିଜର ହିଁ ଘରେ ସୌର ବ୍ୟବସ୍ଥା ହେଉ । ଆଉ ଆଧୁନିକ ଏପରି ନବସୃଜନ ଦ୍ୱାରା ଚୂଲା ତିଆରି ହୋଇ ପାରିବ । ପରିଷ୍କାର ରୋଷେଇ ଦ୍ୱାରା ଆମର ସାଧାରଣ ଜୀବନର ପରିବେଶ ପାଇଁ, ମହିଳାମାନଙ୍କର ସ୍ୱାସ୍ଥ୍ୟ ପାଇଁ ହେଉଛି ଆବଶ୍ୟକ । ଆଉ ଏହା କୌଣସି ରାଜନୈତିକ ଏଜେଣ୍ଡାର କାର୍ଯ୍ୟକ୍ରମ ନୁହେଁ । ଆମେ ମିଳିମିଶି କରି ଏହାକୁ ଆଗକୁ ବଢ଼ାଇବା ।
ଏବେ ସେଠାରେ ଚର୍ଚ୍ଚା ହେଲା କି ଏହି ସ୍ୱଚ୍ଛ ଭାରତର ବିଜ୍ଞାପନ ପାଇଁ ଏତେ ଖର୍ଚ୍ଚ ହୋଇଛି । ମୁଁ ଚାହୁଁ ନାହିଁ ଏମିତି କିଛି କଥା କହିବି ଯାହାଦ୍ୱାରା ଅନ୍ୟ କାହାକୁ ଖରାପ ଲାଗିବ କିନ୍ତୁ ଆପଣ ସରକାରରେ ରହିଛନ୍ତି । ଆପଣ ସାର୍ବଜନୀନ ଜୀବନ ଜୀଉଁଛନ୍ତି । ଶୌଚାଳୟ ସ୍ୱଚ୍ଛତା ଏ ବିଷୟ ଯେତିକି ମାତ୍ରାରେ ଭିତ୍ତିଭୂମିର କଥା ରହିଥାଏ ତା’ଠାରୁ ଅଧିକ ଆଚରଣଗତ କଥା ରହିଥାଏ । ଅଭ୍ୟାସର ହେଉଛି ବିଷୟ ଆଉ ଏଥିପାଇଁ ଦୁନିଆରେ ଏ ବିଷୟକୁ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଏହି କଥା କହିଛନ୍ତି । ଆପଣ ଯେତେବେଳେ ସରକାରରେ ଥିଲେ ସେତେବେଳେ ମଧ୍ୟ ଏହା ଉପରେ ଦୃଷ୍ଟି ରହିଥିଲା କି ଯେ ପର୍ଯ୍ୟନ୍ତ ଆଚରଣଗତ ପରିବର୍ତ୍ତନ ଆସି ନଥାଏ ଏଥିରେ ବ୍ୟତିକ୍ରମ ଘଟି ନଥାଏ । ଏବେ ଯେଉଁ ବିଜ୍ଞାପନ ରହିଛି ତାହା ସରକାରଙ୍କର କାର୍ଯ୍ୟକ୍ରମଗୁଡ଼ିକର ଚମକପ୍ରଦ ପ୍ରଚାର ନୁହେଁ । ଆଚରଣଗତ ପରିବର୍ତ୍ତନ ପାଇଁ ଛୋଟ-ଛୋଟ ଘଟଣାଗୁଡ଼ିକୁ ନେଇ ଲୋକଙ୍କୁ ଶିକ୍ଷିତ କରାଇବାର କାମ ହେଉଛି । ଆଉ ଏହା କହିଲା ପୂର୍ବରୁ ଆମେ ଏହା ଯେମିତି ଏ କଥା ଭୁଲି ନ ଯାଉ କି ଏହି ଗରିବ ଲୋକଙ୍କ ଟଙ୍କାରୁ ରାଜକୋଷକୁ ଆସିଥିବା ଟଙ୍କାରେ ପରିବାରର କିଛି ଲୋକଙ୍କର ଜନ୍ମଦିନର ବିଜ୍ଞାପନ ଛପା ଯାଉଥିଲା । କେତେ ଟଙ୍କା ଦେଶର, ହିସାବ ଲଗାଇ ଦିଅନ୍ତୁ । ଗୋଟିଏ ହିଁ ପରିବାରର ଲୋକଙ୍କର ଜନ୍ମଦିନର ବିଜ୍ଞାପନ ଉପରେ କେତେ ଟଙ୍କା ଖର୍ଚ୍ଚ ହୋଉଛି ଜାଣିଲେ ଚମକି ପଡ଼ିବେ ଆଉ ଏହା ହେଉଛି ଆଚରଣଗତ ପରିବର୍ତ୍ତନ ପାଇଁ ଆଉ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ । ଆପଣମାନଙ୍କର ମଧ୍ୟ ଯେଉଁଠି ରାଜ୍ୟ ସରକାର ଅଛନ୍ତି କୁହନ୍ତୁ କି ଆଚରଣଗତ ପରିବର୍ତ୍ତନ ପାଇଁ ବଜେଟ ବ୍ୟୟ ବରାଦ କରନ୍ତୁ । ଲୋକମାନଙ୍କୁ ଶିକ୍ଷିତ କରାନ୍ତୁ ।
ଆଦରଣୀୟ ସଭାପତି ମହୋଦୟ ଆମର ରାଷ୍ଟ୍ରପତି ମହୋଦୟ ଆଜ୍ଞା…
ଆମର ମାନ୍ୟବର ଆଜାଦ ସାହେବ ବୋଫୋର୍ସ ପ୍ରସଙ୍ଗକୁ ବଡ଼ ବିସ୍ତାରରେ କହିଲେ ଆଉ ଶ୍ରେୟ ନେବାର ଚେଷ୍ଟା କଲେ । ମୁଁ ଏକ ଉଦ୍ଧୃତାଂଶ ପଢ଼ିବାକୁ ଚାହୁଁଛି । ଏହି ଉଦ୍ଧୃତାଂଶ କଂଗ୍ରେସର ଜଣେ ବରିଷ୍ଠ ମନ୍ତ୍ରୀ ଆଉ ପରେ ନିର୍ବିବାଦ ରାଷ୍ଟ୍ରପତି ମହୋଦୟ ଶ୍ରୀମାନ ଭେଙ୍କଟରମଣ ମହାଶୟଙ୍କ ଆତ୍ମକଥାର ହେଉଛି ଏକ ଅଂଶ । ଆତ୍ମକଥା ହେଉଛି “ଯେତେବେଳେ ମୁଁ ରାଷ୍ଟ୍ରପତି ଥିଲି”- ଆର ଭେଙ୍କଟରମଣ ମହାଶୟଙ୍କ, ସେ ଲେଖିଛନ୍ତି-ସେ ଜେ ଆର ଡି ଟାଟାଙ୍କ ସହିତ ସାକ୍ଷାତକାର କଲେ ଆଉ ସାକ୍ଷାତକାରର ସବିଶେଷ ତଥ୍ୟ ସେ ସେହି ପୁସ୍ତକରେ ଲେଖିଛନ୍ତି- ଲେଖିଛନ୍ତି “ଟାଟା କହିଲେ କି ତୋପ ଆଉ ଅନ୍ୟ ସୁରକ୍ଷା ସାମଗ୍ରୀ ସଉଦାରେ ରାଜୀବ ଗାନ୍ଧି କିମ୍ବା ତାଙ୍କ ପରିବାରକୁ ଲାଭ ହୋଇଥାଉ ବା ନ ହୋଇଥାଉ କିନ୍ତୁ ଏହାକୁ ଅସ୍ୱୀକାର କରିବା କଷ୍ଟ ହେବ କି କଂଗ୍ରେସ ଦଳକୁ କୌଣସି କମିଶନ ମିଳି ନାହିଁ ।“ ତାଙ୍କୁ ଲାଗୁଥିଲା କି 1980 ପରଠାରୁ ଏହା ମୁଁ ଆର ଭେଙ୍କଟରମଣ ମହାଶୟଙ୍କ ପୁସ୍ତକ ପଢ଼ୁଛି ମୋର କିଛି ନୁହେଁ । ତାଙ୍କୁ ଲାଗୁଥିଲା କି 1980 ପରଠାରୁ ଉଦ୍ୟୋଗପତିଙ୍କଠାରୁ ଚାନ୍ଦା ମଗାଯାଇ ନାହିଁ ଆଉ ଦଳର ଖର୍ଚ୍ଚ ଏଭଳି ସୌଦାରୁ ମିଳୁଥିବା କମିଶନରେ ଚଳି ଯାଏ ।
ଆଉ ଏଥିପାଇଁ ଏ ତ ଆର ଭେଙ୍କଟରମଣ ମହାଶୟ ଥିଲେ । ବଡ଼ ବରିଷ୍ଠ ନେତା ଥିଲେ ଆପଣଙ୍କର ଏବଂ ରାଷ୍ଟ୍ରପତି ଥିଲେ । ଏଠାରେ କେବେ ପରିବାରବାଦର କଥା ଆସିଲା ତ ବଡ଼ ଦୁଃଖ ଲାଗିଲା, ରାଗ ମଧ୍ୟ ଆସେ ବହୁତ ସ୍ୱାଭାବିକ ଅଟେ କାରଣ ମୁଁ ଚାହୁଁ ନାହିଁ କି ଆପଣମାନଙ୍କ ମଧ୍ୟରୁ କାହାର ରାଜନୀତିକୁ କ୍ଷତି ହେଉ । ମୁଁ ଚାହିଁବି ନାହିଁ । କିନ୍ତୁ ଆପଣଙ୍କର ହିଁ ଜଣେ ମହାଶୟ ଯାହାଙ୍କର ଗଣ ମାଧ୍ୟମରେ ରିପୋର୍ଟ କରୁଥିଲେ । ସେ କ’ଣ କହିଲେ । “ସଲତନତ୍ ଗନ୍ ବଟ ଉଇ ବିହେଭ ଲାଇକ୍ ସୁଲତାନ୍” ଅର୍ଥାତ ରାଜତନ୍ତ୍ର ଚାଲିଯାଇଛି କିନ୍ତୁ ଆମେ ରାଜାଙ୍କ ଭଳି ଆଚରଣ କରୁଛୁ । ମୁଁ ଜୟରାମ ମହାଶୟଙ୍କ ଖୋଲା ଚରିତ୍ର ଖୁଲମଖୁଲା ମନୋଭାବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
ନିମ୍ନ ମଧ୍ୟମ ବର୍ଗ, ମଧ୍ୟମ ବର୍ଗ ଦେଖନ୍ତୁ, ମହଙ୍ଗାର ପ୍ରଭାବ ସବୁଠାରୁ ଅଧିକ ମଧ୍ୟମ ବର୍ଗ ଉପରେ ପଡ଼ିଥାଏ ଆଉ ଆଗରୁ ଦରଦାମ କେଉଁ ପର୍ଯ୍ୟନ୍ତ ପହଂଚିଥିଲା ତାହା ଆଜି ସମସ୍ତେ ଜାଣନ୍ତି । ଆମେ ଚେଷ୍ଟା କରିଛୁ କି ଦରଦାମ 2 ରୁ 6 ପ୍ରତିଶତ ଭିତରେ ନିୟନ୍ତ୍ରିତ ରହୁ । ଯଦି ଯେଉଁ ଦ୍ରୁତ ଗତିରେ ଯେଉଁ କ୍ରମରେ ଦରଦାମ ବଢ଼ିୁଛି ସେହି କ୍ରମରେ ଚାଲି ଥାଆନ୍ତା ତ ନିମ୍ନ ମଧ୍ୟମ ବର୍ଗ, ମଧ୍ୟମ ବର୍ଗଙ୍କର ବଂଚିବା କେତେ କଷ୍ଟକର ହୋଇ ପଡ଼ିଥାଆନ୍ତା ଏହା ଆପଣ କଳ୍ପନା କରି ପାରୁଥିବେ । ଏହି ପଦକ୍ଷେପ ଦ୍ୱାରା ସେମାନଙ୍କୁ ସୁରକ୍ଷିତ କରିବାର କାମ ମଧ୍ୟମ ବର୍ଗୀୟ ପରିବାରଙ୍କ ବଂଚାଇବାର କାମ ଆମେ କରିଛୁ । ଗରିବ ଆଉ ମଧ୍ୟମ ବର୍ଗର ପରିବାର ନିଜର ଘର ତିଆରି କରିବାକୁ ଚାହୁଁଛନ୍ତି ତ ବ୍ୟାଙ୍କର ସୁଧ ଦର କାଟି ସେମାନଙ୍କୁ ରିହାତି ଦେଇ ପ୍ରୋତ୍ସାହିତ କରିବାର କାମ ବଡ଼ ମହତ୍ୱପୂର୍ଣ୍ଣ କାମ ଏହି ସରକାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ) ସେଥିରେ ନୂତନ ଶ୍ରେଣୀ ଆମେ ପ୍ରସ୍ତୁତ କରିଛୁ । ଆଉ ଘର ତିଆରି କରିବା ପାଇଁ 9ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ 4 ପ୍ରତିଶତ ଛାଡ଼ ଦେଇଛୁ ଏହି ମଧ୍ୟମ ବର୍ଗ ଯାହାର ନିଜର ଘର ଥିବ ଏହି ଇଚ୍ଛାକୁ ପୂରଣ କରିବାର କାମ ହୋଇଛି । ଆଉ 12 ଲକ୍ଷ ଟଙ୍କା ମୂଲ୍ୟର ଘର ହୋଇଥିଲେ ସୁଧରେ 3 ପ୍ରତିଶତ ଛାଡ଼ ଦେବାର କାମ କରିଛୁ । ସେହି ଭଳି ଭାବେ ଗାଁ ଭିତରେ ପୁରୁଣା ଘର ରହିଛି । ଏବେ ପରିବାର ବଡ଼ ହୋଇଛି ତାହାକୁ ଟିକେ ବିସ୍ତାର କରିବାର ଅଛି । ଗୋଟିଏ କୋଠରୀ ତିଆରି କରିବାର ଅଛି, ଦୁଇଟି କୋଠରୀ ତିଆରି କରିବାର ଅଛି ତ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ଆମେ 3 ପ୍ରତିଶତ ଛାଡ଼ ଦେଇଛୁ । ଏ ସମସ୍ତ ଜିନିଷ ହେଉଛି ନିମ୍ନ ମଧ୍ୟମ ବର୍ଗ, ମଧ୍ୟମ ବର୍ଗର ଆକାଂକ୍ଷାକୁ ପୂରଣ କରିବା ପାଇଁ କାମରେ ଆସୁଥିବା ବିଷୟ ।
ସେହି ଭଳି ଭାବେ Real Estate Regulatory Authority – ରେରା ଆଜି ସିଏ ଯେଉଁ ମଧ୍ୟମ ବର୍ଗର ମଣିଷ ଗୃହ ପ୍ରସ୍ତୁତ କରିବା ପାଇଁ ଯେଭଳି ଚିନ୍ତିତ ରହୁଥିଲା, ଏକ ପ୍ରକାରରେ ସୁରକ୍ଷା ପ୍ରଦାନ କରାଯାଇଛି । ଆମେ ସେଥିରେ କେତେ ନିୟମ କଲୁ ଯାହାର ଲାଭ ଆମେ ସାଧାରଣ ମଣିଷଙ୍କୁ ଆମେ କ୍ରେତା ସୁରକ୍ଷା ଆଇନ ଏବଂ ସେଥିରେ କ୍ରେତା ସଶକ୍ତିକରଣ ଉପରେ ମଧ୍ୟ ଯୋର ଦିଆ ଯାଇଛି ।
ଲୋକଙ୍କୁ ଶସ୍ତାରେ ଔଷଧ ମିଳୁ, ଭାରତୀୟ ଜନ ଔଷଧୀ ଏବଂ 800 ରୁ ଅଧିକ ଔଷଧ ବହୁତ ଶସ୍ତାରେ ଦେଇଛୁ ଆଉ ଆପଣମାନେ ଦେଖିଥିବେ, ଯେଉଁ ଲୋକମାନେ ସେହି ଔଷଧ ଦ୍ୱାରା ସେମାନଙ୍କର ଅନୁଭବ କରୁଛନ୍ତି ସେମାନଙ୍କୁ ଲାଗୁଛି କି ତାଙ୍କର 60-70 ପ୍ରତିଶତ ଖର୍ଚ୍ଚ କମ ହୋଇଛି । ଆଣ୍ଠୁ ପ୍ରତିରୋପଣ ନୂତନ ଅସ୍ତ୍ରୋପଚାର କରିବାର ଅଛି ଖର୍ଚ୍ଚ କମ କଲୁ । ଷ୍ଟେଣ୍ଟର ଖର୍ଚ୍ଚ କମ କଲୁ । ଡାଏଲିସିସ.. ଆମ ଦେଶରେ ଏହି ଦିନ ମାନଙ୍କରେ କିଡନୀର ସମସ୍ୟା ଏତେ ଅଧିକ ହୋଇଛି । କିନ୍ତୁ ଆମର ଏଠି ଦୈନନ୍ଦିନ ବ୍ୟବସ୍ଥାରେ ଡାଏଲିସିସ ପାଇଁ ହୁଏତ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡ଼ିଥାଏ ନ ହେଲେ ବଡ଼ ବଡ଼ ସହର ମାନଙ୍କୁ ଯିବାକୁ ପଡ଼ିଥାଏ । ଆମେ ଏକ ମିଶନ ମୋଡ଼ରେ କାମ କରିଛୁ । ପାଖାପାଖି 500ରୁ ଅଧିକ ଜିଲ୍ଲାରେ ବହୁତ ନାମକୁ ମାତ୍ର ବ୍ୟୟରେ ଏହି ଡାଏଲିସିସର ଆନ୍ଦୋଳନ ଚାଲୁଛି ଏ ପର୍ଯ୍ୟନ୍ତ ସେଠାରେ ପହଂଚିଛୁ ଆଉ ଏ ପର୍ଯ୍ୟନ୍ତ ମୋ ଜାଣିବାରେ ପାଖାପାଖି 22 ଲକ୍ଷରୁ ଅଧିକ ଡାଏଲିସିସର ଚିକିତ୍ସା ହୋଇଛି । ଏ ସମସ୍ତ ହେଉଛି ମାନବତା ଦୃଷ୍ଟିକୋଣରେ କରୁଥିବା ଭଳି ଜିନିଷ । ଯାହାକୁ ଆମେ ଶକ୍ତି ପ୍ରଦାନ କରିଛୁ ।
ଏଲଇଡ଼ି ବଲବ୍ କାରଣରୁ କ’ଣ ଲାଭ ହୋଇଛି ତାହା ଆପଣ ଭଲ ଭାବରେ ଜାଣୁଛନ୍ତି । ହଜାର-ହଜାର କୋଟି-କୋଟି ଟଙ୍କା ମଧ୍ୟମ ବର୍ଗର ପକେଟର ବଂଚି ଯାଉଛି । ପାଖାପାଖି 15-15ହଜାର କୋଟି ଟଙ୍କା ବଢ଼ୁଛି ।
ଗୋଟିଏ ବିଷୟ ରାଷ୍ଟ୍ରପତି ମହୋଦୟ ନିଜ ଭାଷଣରେ କହିଛନ୍ତି । ଆଉ ମୋର ସେହି ବିଷୟରେ ଏହା ହେଉଛି ମତ ଯେ କୌଣସି ସରକାରଙ୍କର କାମ ନୁହେଁ । ଆଉ ନା ଏହା କୌଣସି ଦଳର କାମ । ଦେଶର ଚିନ୍ତା ଯେଉଁମାନଙ୍କୁ ଅଛି ଏଭଳି ସବୁ ଲୋକମାନଙ୍କର ଏହା ହେଉଛି କାମ । ଆଉ ଏହି ସଦନରେ ବସିଥିବା ପ୍ରତ୍ୟେକଙ୍କର କାମ । ଆଉ ସମସ୍ତଙ୍କର ବରାବର କାମ ରହିଛି । ଅନ୍ୟ ବିଷୟ ରାଷ୍ଟ୍ରପତି ମହୋଦୟ ସ୍ପଷ୍ଟ କରିଛନ୍ତି । ଆଗରୁ ପ୍ରଣବ ଦା ଯେବେ ରାଷ୍ଟ୍ରପତି ଥିଲେ ସେତେବେଳେ ସେ ମଧ୍ୟ ଉଲ୍ଲେଖ କରିଥିଲେ । ଏବେ ଆଗରୁ ମଧ୍ୟ କେତେ ଲୋକ ଏହି ବିଷୟରେ ନିଜର ମତ ରଖିଛନ୍ତି ଆଉ ତାହା ହେଉଛି ଲୋକସଭା ଆଉ ବିଧାନ ସଭାର ନିର୍ବାଚନ ଏକା ସାଙ୍ଗରେ କରାଇବା । ଏହା ଠିକ ଅଛି କି ରାଜ୍ୟସଭାକୁ ଯେଉଁମାନେ ଆସନ୍ତି ସେମାନଙ୍କୁ ଏ ନିର୍ବାଚନର ଧାଁଧପଡ଼ କ’ଣ ହୋଇଥାଏ, ଯେଉଁମାନେ ଲୋକସଭା ଆଉ ରାଜ୍ୟସଭା ଦୁଇଟି ଯାକ କରି ଆସିଛନ୍ତି ସେମାନଙ୍କୁ ଜଣାଅଛି । କିଛି ଲୋକ ହାରି ଯିବା ପରେ ମଧ୍ୟ ରାଜ୍ୟସଭା ପହଂଚନ୍ତି ସେମାନଙ୍କୁ ମଧ୍ୟ ଅନୁଭବ ଥିବ କି କ’ଣ ସବୁ କଷ୍ଟ ରହିଛି । କିନ୍ତୁ କେବେ ଚିନ୍ତା କରିବାକୁ ହେବ ଏକ ସୁସ୍ଥ ପରମ୍ପରା କାରଣ ଭାରତର ଲୋକତନ୍ତ୍ର ଖୁବ ଅଭିଜ୍ଞ ହୋଇଛି । ଆମେ ସମସ୍ତେ ସାହାସ କରି ସୁସ୍ଥ ପରମ୍ପରା ଦିଗରେ ଆମେ ଯାଇ ପାରିବା କି? ଆଉ ମୁଁ ଚାହୁଁଛି କି 1967 ପର୍ଯ୍ୟନ୍ତ ଏହା ଚାଲିଛି । ଲୋକସଭା, ବିଧାନସଭା ଏକା ସାଙ୍ଗରେ ହେଲା ପାଖାପାଖି 1967 ପର୍ଯ୍ୟନ୍ତ ଏହା ଚାଲିଲା । ସେଥିରେ ଗୋଟିଏ ଅଧେ ଅପବାଦ ରହି ପାରିଥାଏ କିନ୍ତୁ ଚାଲିଛି । ଆଉ ସେ ସମୟରେ ଏହା କାହାକୁ କଷ୍ଟକର ଲାଗି ନଥିଲା । କିନ୍ତୁ ପରେ କୌଣସି ନା କୌଣସି ରାଜନୈତିକ କାରଣରୁ ଅସନ୍ତୁଳନ ସୃଷ୍ଟି ହେଲା ଆଉ ଆଜି ଆମେ ଦେଖୁଛେ ଗୋଟିଏ ନିର୍ବାଚନ ଆସିଲା ପୂରା ହେଲା ତ ଦ୍ୱିତୀୟଟି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଉଛି ଦ୍ୱିତୀୟଟି ପୂରା ହେଉଣୁ ତୃତୀୟ । ଆଉ ତାହାର ଚାପ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାରଙ୍କ ଉପରେ ରହୁଛି । ସଙ୍ଘୀୟ ଭିତ୍ତିର ଗୋଟିଏ ସୁଖଦ ପରିବେଶ ରହିବା ଦରକାର । ନିର୍ବାଚନର ଚାରି ଛଅ ମାସ ଆମେ ବୁଝି ପାରୁଛୁ ତୁ-ତୁ ମେ-ମେ ରେ ଚାଲିଯାଏ । କିନ୍ତୁ ଚାରି-ସାଢ଼େ ଚାରି ବର୍ଷ ତ ଅତି କମରେ ଆମେ ମିଳିମିଶି ବସି ଦେଶ ପାଇଁ କାମ କରି ପାରିବା । ଆମର ସଂପୂର୍ଣ୍ଣ ଶକ୍ତି କାମରେ ଲାଗୁ । ସେହି ଦିଗରେ ଆମକୁ କାମ କରିବାକୁ ହେବ । ଆଉ ମୁଁ ଚାହୁଁଛି କି ସେହି ଦିଗରେ ଏକ ବ୍ୟାପକ ଚର୍ଚ୍ଚା ହେଉ । ଆଉ ଆପଣ ଦେଖିବେ ଏବେ ଯେତେବେଳେ ଲୋକସଭାର ନିର୍ବାଚନ ହେବ ତ ଚାରୋଟି ରାଜ୍ୟ ତା’ ସହିତ ରହିଛି । ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶା । କଷ୍ଟ ହେଉଛି କ’ଣ ତାହା ଆମେ ଭଲ ଭାବରେ ଜାଣୁ । 2009 ରେ ପାଖାପାଖି ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା ଲୋକସଭାର ନିର୍ବାଚନ ପାଇଁ । 2014 ରେ ଏହା ପାଖାପାଖି 4 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଗଲା । ଏକ ହଜାରରୁ ଚାରି ହଜାର । ଏତିକି ହିଁ ନୁହେଁ 2014 ପରେ ଯେଉଁ ବିଧାନସଭାର ନିର୍ବାଚନ ହୋଇଛି ସେଥିରେ ଏ ପର୍ଯ୍ୟନ୍ତ ପାଖାପାଖି 3ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଏବେ ଏହା ଆମେ କଳ୍ପନା କରି ପାରିବା । ଭାରତ ଭଳି ଦେଶ ଯେଉଁଠାରେ ଗରିବଙ୍କ ପାଖରେ ବହୁତ କିଛି ପହଂଚାଇବା ହେଉଛି ଆମର ଦାୟିତ୍ୱ । ଆଉ ଆମେ ନିର୍ବାଚନ ଭିତରେ ଆମର ଏଠି ଏକ କୋଟିରୁ ଅଧିକ ଲୋକ 9 ଲକ୍ଷ 30 ହଜାର ପୋଲିଂ ଷ୍ଟେସନରେ ତାଙ୍କର ଡ୍ୟୁଟି ପଡ଼ିଥାଏ । ବହୁତ ମାତ୍ରାରେ ସୁରକ୍ଷା ଫୋର୍ସ ନିର୍ବାଚନ ପ୍ରବନ୍ଧନରେ ଲାଗି ଥାଆନ୍ତି । ସୁରକ୍ଷା କ୍ଷେତ୍ରରେ ନୂଆ-ନୂଆ ଆହ୍ୱାନ ବାହାରି ଆସିଥାଏ । ଆଉ ଆମର ଫୋର୍ସ କେବଳ ସେହି କାମରେ ଲାଗି ରହିଥାଏ । ଏହା ହେଉଛି …. ପରର ବିଷୟ । ଦେଶ ହିତ ବିଷୟରେ ହୋଇ ପାରେ ଏଥିରେ କିଛି ମତଭେଦ ମଧ୍ୟ ଥାଇ ପାରେ କିନ୍ତୁ ତର୍କର, ଚର୍ଚ୍ଚା ତୁ-ତୁ ମେ-ମେ ରୁ ନ ହେଉ । ଏକ ପ୍ରାମାଣିକ ପବିତ୍ରତା ସହିତ ଆମେ ଯୁକ୍ତି କରିବା । ମିଳିମିଶି କୌଣସି ରାସ୍ତା ବାହାର କରିବା । ଆଉ ମୋତେ ଲାଗୁଛି ଆମେ ଏହାକୁ ଆଗକୁ ବଢ଼ାଇବାରେ ସଫଳ ହୋଇ ପାରିବା । ଆମେ ଏଭଳି ବହୁତ ନିର୍ଣ୍ଣୟ କରିଛୁ ଯାହା ବହୁ ଦୁନିଆର ଦେଶଙ୍କୁ ଅଦ୍ଭୁତ ଲାଗି ପାରେ । ଏତେଗୁଡ଼ିଏ ଦଳ ଆଉ ଏଭଳି ନିର୍ଣ୍ଣୟ ହୋଇ ପାରେ । ମାତ୍ର ଏହି ସଦନରେ ବସିଥିବା ଲୋକମାନେ ଅତୀତରେ କରିଛନ୍ତି । ଶ୍ରେଷ୍ଠ ନିର୍ଣ୍ଣୟ କରିଛନ୍ତି । ଆଗାମୀ ପିଢିଙ୍କୁ ଲାଭ ହେଲା ଭଳି ନିର୍ଣ୍ଣୟ କରିଛନ୍ତି । ମୁଁ ବୁଝୁଛି କି ପୁଣି ଥରେ ଦୁଇ ସଦନରେ ବସିଥିବା ସମସ୍ତ ମହାନୁଭବଙ୍କ ସାମ୍ନାରେ ଗୋଟିଏ ବଡ଼ ସୌଭାଗ୍ୟ ପ୍ରାପ୍ତ ହୋଇଛି କି ଆମେ ଏହାକୁ କରୁ ।
ମାନ୍ୟବର ସଭାପତି ମହୋଦୟ, ବହୁ ବିଷୟ ଉପରେ ସମସ୍ତ ମହାନୁଭବ ମାନେ କେତେ କଥା କହିଛନ୍ତି । ରାଷ୍ଟ୍ରପତି ମହାଶୟଙ୍କ ଭାଷଣ ନିଜକୁ ନିଜ ମଧ୍ୟରେ ହେଉଛି ଏକ ପୂର୍ଣ୍ଣ ଅଭିଭାଷଣ । ଦିଗ କ’ଣ ଅଛି, ଗତି କ’ଣ ଅଛି, ଉଦ୍ଦେଶ୍ୟ କ’ଣ ଅଛି, ଆଉ ସାଧାରଣ ମଣିଷଙ୍କ ହିତ ଦିଗରେ ଆମେ କିପରି ଆଗକୁ ବଢ଼ୁଛୁ ତାହାର ଗୋଟିଏ ଯେତିକି ସମୟ ସୀମା ରହିଥାଏ ତାହାର ଖାତା ରଖି ପାରିବା । ତାହାକୁ ରଖିବାର ପ୍ରୟାସ ସେ କରିଛନ୍ତି । ଆମେ ସର୍ବସମ୍ମତିରେ ଆଦରଣୀୟ ରାଷ୍ଟ୍ରପତି ମହାଶୟଙ୍କ ଅଭିଭାଷଣକୁ ସ୍ୱୀକୃତି ଦେବା । ଆଉ ଧନ୍ୟବାଦ ପ୍ରସ୍ତାବ ପାରିତ କରିବା । ଏହି ଏକ ଆଶା ଓ ଅପେକ୍ଷା ସହିତ ମୋର ସମର୍ଥନ ଦେଇ ମୁଁ ମୋର ବାଣୀକୁ ବିରାମ ଦେଉଛି ।
ବହୁତ-ବହୁତ ଧନ୍ୟବାଦ ।
***
MPs spoke about Ayushman Bharat and some of them began to compare with USA and Britain. I think every nation has its own context, challenges and nature of working.
— PMO India (@PMOIndia) February 7, 2018
What I am sure we agree on is that there is a lot of work to be done in our health sector: PM @narendramodi in RS
Let us work together in providing the poor quality and affordable healthcare: PM @narendramodi https://t.co/1qKFcSzd6v
— PMO India (@PMOIndia) February 7, 2018
We are always looking for suggestions, feedback and input on our schemes. After all, we are working for the nation and the poor: PM @narendramodi in the Rajya Sabha https://t.co/1qKFcSzd6v
— PMO India (@PMOIndia) February 7, 2018
I fail to understand why some people feel bad when India improves its ease of business rankings: PM @narendramodi https://t.co/1qKFcSzd6v
— PMO India (@PMOIndia) February 7, 2018
We want Mahatma Gandhi's India. Even the Congress wants 'Gandhi's India.' - the India of the Emergency, Bofors, Chopper scams : PM @narendramodi
— PMO India (@PMOIndia) February 7, 2018
When a big tree falls......remember these lines...is this the India Congress wants: PM @narendramodi in the Rajya Sabha
— PMO India (@PMOIndia) February 7, 2018
Congress wants the India of the Tandoor Case.
— PMO India (@PMOIndia) February 7, 2018
I also went to Davos, you also went to Davos. But the difference is- you went with a letter to save someone: PM @narendramodi to the Congress party
You call us name changers....we are aim changers - we work hard and have ushered in a paradigm shift in the working of the Government. Innovative projects are being thought about and completed in a time bound manner: PM @narendramodi
— PMO India (@PMOIndia) February 7, 2018
Congress keeps saying we brought Aadhaar. Let me remind them about a debate in the Rajya Sabha in 1998 and what LK Advani Ji said. It is in his speech that you will find the genesis of Aadhaar: PM @narendramodi in Rajya Sabha
— PMO India (@PMOIndia) February 7, 2018
The eastern parts of India have to develop and that is why more resources are being devoted towards these states: PM @narendramodi
— PMO India (@PMOIndia) February 7, 2018
During the Gujarat campaign I was happy- I thought at least now the Congress realised the greatness of Sardar Patel. Sadly, one week after the results Sardar Patel was missing in Congress posters: PM @narendramodi
— PMO India (@PMOIndia) February 7, 2018
Look at what all you mocked- Swachh Bharat, Make in India, surgical strikes, Yoga Day.
— PMO India (@PMOIndia) February 7, 2018
You are free to mock as you please but why are you blocking the bill for OBC Commission? Why are you blocking Triple Talaq Bill.
Are you not sensitive to the aspirations of OBCs: PM to INC
We are working to ensure that every Indian has his or her own home: PM @narendramodi
— PMO India (@PMOIndia) February 7, 2018
Let us have a constructive discussion on holding simultaneous Lok Sabha and Vidhan Sabha elections in the various states: PM @narendramodi
— PMO India (@PMOIndia) February 7, 2018
While discussing Aadhaar, let us not forget that the root of the idea originated during Atal Ji’s Government, mentioned by Advani Ji in the Rajya Sabha in 1998. pic.twitter.com/gtr5GPJACk
— Narendra Modi (@narendramodi) February 7, 2018
Our fight for justice for the OBC communities and Muslim women will continue.
— Narendra Modi (@narendramodi) February 7, 2018
The anti-OBC and anti-women stand of the Congress is fully exposed. pic.twitter.com/yU8oP1icTX
It is time for a constructive debate on simultaneous Lok Sabha and Vidhan Sabha elections in the various states. pic.twitter.com/O4AOrBf3gb
— Narendra Modi (@narendramodi) February 7, 2018
Now is the time to give India a healthcare system that makes quality treatment affordable. We will ensure this through Ayushman Bharat. pic.twitter.com/Vy5bqyvehH
— Narendra Modi (@narendramodi) February 7, 2018