ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ନିର୍ମିତ ସଂଗ୍ରହାଳୟର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ଆଜି ଉଦ୍ଘାଟନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁର୍ଖାଜୀ ଏବଂ ଉପରାଷ୍ଟ୍ରପତି ଶ୍ରୀ ହମିଦ୍ ଆନସାରୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସଂଗ୍ରହାଳୟ ଉଦ୍ଘାଟିତ ହୋଇଛି ।
ଏହି ଅବସରରେ ସଦ୍ୟ ଉନ୍ମୋଚିତ ହୋଇଥିବା ସଂକଳନଗୁଡିକୁ ପ୍ରଧାନମନ୍ତ୍ରୀ ଅମୂଲ୍ୟ ଗ୍ରନ୍ଥ ବୋଲି ତାଙ୍କ ଭାଷଣରେ ବର୍ଣ୍ଣନା କରିଥିଲେ । ଏହିସବୁ ପୁସ୍ତକ ଇତିହାସର ସ୍ୱାକ୍ଷର ବହନ କରିବ ବୋଲି ସେ କହିଥିଲେ ।
ଆଜି ଉଦ୍ଘାଟିତ ହୋଇଥିବା ମ୍ୟୁଜିୟମ ବା ସଂଗ୍ରହାଳୟ ଅତୀତକୁ ଜୀବନ୍ତ କରିବା ଦିଗରେ ଏକ ମହାନ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ ।
ସେ କହିଥିଲେ ଯେ, ଭାରତକୁ ରାଷ୍ଟ୍ରପତି ଶ୍ରୀ ମୁର୍ଖାଜୀଙ୍କର ଅବଦାନ ଅତୁଳନୀୟ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଗରିମା ବୃଦ୍ଧି ଦିଗରେ ସେ ଅନେକ କିଛି କରିଛନ୍ତି । ଭିନ୍ନ ଭିନ୍ନ ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିମାନେ କିଭଳି ମିଳିମିଶି କାମ କରିପାରିବେ ତାହା ରାଷ୍ଟ୍ରପତି ମୁର୍ଖାଜୀଙ୍କର କାର୍ଯ୍ୟଶୈଳୀରୁ ଆମକୁ ଶିକ୍ଷା କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଅକ୍ଷୟ ଶକ୍ତି ହେଉ, ଜଳ ସଂରକ୍ଷଣ ହେଉ ଅଥବା ଡିଜିଟାଲ ଇଣ୍ଡିଆ – ଏହି ସବୁ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଭବନରେ ରୂପାୟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
The publications released today are not books, they are Granths which will leave a mark in history: PM @narendramodi
— PMO India (@PMOIndia) July 25, 2016
The museum inaugurated today is a great attempt to bring the past back to life: PM @narendramodi
— PMO India (@PMOIndia) July 25, 2016
The contribution of President Mukherjee to India is immense. And he has given a lot to the office of the President also: PM @narendramodi
— PMO India (@PMOIndia) July 25, 2016
We learn from President Mukherjee how people from diverse political backgrounds can work together: PM @narendramodi
— PMO India (@PMOIndia) July 25, 2016
Be it renewable energy, water conservation, digital India...they've all been implemented at Rashtrapati Bhavan: PM @narendramodi
— PMO India (@PMOIndia) July 25, 2016
Glad to join the programme to inaugurate the Phase-2 of the Rashtrapati Bhavan Museum. https://t.co/mesVHUcClf
— Narendra Modi (@narendramodi) July 25, 2016
The museum beautifully brings the past back to life. The books inaugurated today are Granths that will leave a distinct mark on history.
— Narendra Modi (@narendramodi) July 25, 2016
Congratulated President Mukherjee on completing 4 years in office & highlighted his rich contribution to the nation & the Presidency.
— Narendra Modi (@narendramodi) July 25, 2016