Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତି ଭବନ ସଂଗ୍ରହାଳୟର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ରାଷ୍ଟ୍ରପତି ଭବନ ସଂଗ୍ରହାଳୟର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବଗଣ,

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆଜି ଚାରିବର୍ଷ ପୂରଣ ଅବସରରେ ମୁଁ ଆଦରଣୀୟ ରାଷ୍ଟ୍ରପତିଜୀଙ୍କୁ ହୃଦୟର ସହ ଅଜସ୍ର ଶୁଭେଚ୍ଛା ଜଣାଉଛି । ଅଭିନନ୍ଦନ ଜ୍ଞାପନ କରୁଛି, ଶୁଭକାମନା ଜଣାଉଛି । ଆପଣଙ୍କର ଏହି ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଭାବେ ଅଧିକତର ସମୟ କାର୍ଯ୍ୟକରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ମୁଁ ଦିଲ୍ଲୀ ଦୁନିଆରେ ନୂଆ ମୁହଁ । ଏସବୁ ପରିବେଶ ମୋ ପାଇଁ ନୂଆ ଥିଲା । ସେଇ ସମୟରେ ରାଷ୍ଟ୍ରପତି ଜଣେ ଅଭିଭାବକ ଏବଂ ପଥ ପ୍ରଦର୍ଶକ ପରି ଅନେକ ପ୍ରସଙ୍ଗରେ ମୋ ଆଙ୍ଗୁଠି ଧରି ମୋତେ ଆଗକୁ ବଢ଼ିବାର ସୁଯୋଗ ଦେଇଛନ୍ତି । ଚାହିଁବା ଶିଖାଇଛନ୍ତି, ଏଭଳି ସୌଭାଗ୍ୟ କ୍ୱଚିତ ଲୋକଙ୍କୁ ମିଳିଥାଏ, ଯାହା ମୋତେ ମିଳିଛି ।

ଆଜି ଏଠାରେ କେତେଗୁଡିଏ ଗ୍ରନ୍ଥର ଲୋକାର୍ପଣ ହୋଇଛି । ମୁଁ ବହି ବୋଲି ନକହି ଗ୍ରନ୍ଥ କହୁଛି । ଏଇଥିପାଇଁ ଗ୍ରନ୍ଥ ବୋଲି କହୁଛି ଯେ ସେଥିରେ ଏଇସବୁ କଥା ସମାହିତ ହୋଇଛି, ଯାହା କଳ୍ପନା ଚକ୍ଷୁରେ ନୁହେଁ, ଇତିହାସର ଗବାକ୍ଷ ଦେଇ ପ୍ରସୂତ । ଏବଂ ଯେଉଁ କଥା ଇତିହାସର ଗବାକ୍ଷରୁ ବାହାରିଥାଏ, ତାହା ଆଗାମୀ ପିଢ଼ିର ଲୋକଙ୍କ ମନମନ୍ଦିରରେ ଏକ ଅଲିଭା ଚିହ୍ନ ଛାଡିଯାଇଥାଏ । ଏବଂ ସେଇ ଦୃଷ୍ଟିରୁ ଏହି ସବୁ ପ୍ରକାଶନ, ଇତିହାସର ଅଂଶବିଶେଷ ହେବାକୁ ଯାଉଛି । ଏଭଳି କାର୍ଯ୍ୟଲାଗି ମୁଁ ରାଷ୍ଟ୍ରପତିଜୀଙ୍କୁ ଏବଂ ତାଙ୍କର ପୁରା ଟିମକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ଏବେ ଏବେ ମୋତେ ଏହି ସଂଗ୍ରହାଳୟ ଦେଖିବାର ସୁଯୋଗ ମିଳିଲା । ଶ୍ରୀମାନ୍ ଘୋଷଙ୍କର ଏପରି ଉତ୍ସାହ ଥିଲା ଯେ ଯଦି ଅମିତା ତାଙ୍କୁ ରୋକି ନଥାନ୍ତେ ତାହେଲେ ସମ୍ଭବତଃ ଆମକୁ ରାତି 11ଟା ବେଳେ ଏଠାକୁ ଆସିବାକୁ ପଡିଥାନ୍ତା । ଏବଂ ଆପଣମାନଙ୍କ ମଧ୍ୟରୁ ଯାହାଙ୍କୁ ଏଇ ମ୍ୟୁଜିୟମ ଦେଖିବାର ସୁଯୋଗ ମିଳିବ, ମୁଁ ଅନୁରୋଧ କରିବି ସାରା ଦିନ କାଢ଼ି ଏଠାକୁ ଆସନ୍ତୁ ଏଠାରେ ଏତେ ସମ୍ପଦ ଭରି ରହିଛି ତାକୁ ଦେଖନ୍ତୁ । ଏତେ ବିବିଧତା ! ଇତିହାସକୁ ପୁନଃଜୀବିତ କରିବାର ଏହା ଏକ ଅଭିନବ ପ୍ରୟାସ ବୋଲି ମୁଁ କହିବି । ଏହା ଏପରି ଏକ ମ୍ୟୁଜିୟମ ଯେଉଁଠି ଇତିହାସ, କଳା, କଳ୍ପନା ଶକ୍ତି ଏବଂ ପ୍ରଯୁକ୍ତି ଏହି ଚାରିଟିର ଅପୂର୍ବ ମିଳନ ଘଟିଛି ଏବଂ ଯିଏ ବି ଏହା ସଙ୍ଗେ ଲଢ଼େଇ କରିବ, ସିଏ ଏଇ ଚାରିଟି ମାଧ୍ୟମ ଦେଇ ଇତିହାସକୁ ଆୟତ୍ତ କରିପାରିବ । ଇତିହାସକୁ ଜାଣିପାରିବ ଏବଂ ମୁଁ ଏଇ ଅର୍ଥରେ ଭାବୁଛି ଯେ ଯେଉଁଭଳି ବୈଜ୍ଞାନିକ ଉପାୟରେ, ଗବେଷଣା ସହିତ ଏବଂ କଳାତ୍ମକ ଢ଼ଙ୍ଗରେ ଏହା ଉପସ୍ଥାପନ କରାଯାଇଛି । ସେଥିପାଇଁ ଶ୍ରୀମାନ ଘୋଷ ଏବଂ ତାଙ୍କର ପୁରା ଟିମକୁ ମୁଁ ଶୁଭେଚ୍ଛା ଜଣାଉଛି । ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।

ରାଷ୍ଟ୍ରପତିଜୀଙ୍କର ଭାରତୀୟ ଜନ-ଜୀବନ ଲାଗି ବହୁତ ବଡ ଯୋଗଦାନ ରହିଛି । ସାର୍ବଜନୀନ ଜୀବନରେ ତାଙ୍କର ଏକ ସୁଦୀର୍ଘ କାର୍ଯ୍ୟକାଳ ରହିଛି । କିନ୍ତୁ ରାଷ୍ଟ୍ରପତି ଭବନରେ ଏଇ ଚାରି ବର୍ଷର ଅବଧି ମଧ୍ୟରେ ଆପଣ ଢ଼େର କିଛି କରିଛନ୍ତି । ରାଷ୍ଟ୍ରପତି ଭବନକୁ ସାଧାରଣ ମାନବ, ଇତିହାସ ଏବଂ ଭାରତର ସର୍ବୋଚ୍ଚ ସ୍ଥାନକୁ ଗୋଟିଏ ମଳିନ ବିନ୍ଦୁରେ ପରିଣତ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆପଣଙ୍କର ଏଇ ମହାନ୍ ଯୋଗଦାନକୁ ଆମେ ଦେଖିପାରୁଛୁ । ସବୁଠାରୁ ବଡ ଖୁସିର କଥା ଏଇଆ ଯେ ମୋର ରାଜନୈତିକ ପୃଷ୍ଠଭୂମି ଭିନ୍ନ । ରାଷ୍ଟ୍ରପତିଜୀଙ୍କ ରାଜନୈତିକ ପୃଷ୍ଠଭୂମି ଅଲଗା । କିନ୍ତୁ ଲୋକତନ୍ତ୍ରରେ ଭିନ୍ନ ବିଚାରରେ ଲାଳିତପାଳିତ ବ୍ୟକ୍ତି ବି କେମିତି କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିପାରନ୍ତି ତାହା ଲକ୍ଷ୍ୟ କରାଯାଇପାରେ । ରାଷ୍ଟ୍ରପତିଜୀଙ୍କ ସହ ରହି ଆମେ ପ୍ରତି ମୂହୁର୍ତ୍ତରେ ଏହା ଅନୁଭବ କରୁଛୁ ।

ଭାରତ ସରକାରଙ୍କ ଯେତେ ଯେତେ ଯୋଜନା ରହିଛି, କିଛି ରାଜ୍ୟ ଏପରି ଥିବେ ଯାହାଙ୍କୁ ଭାରତ ସରକାରଙ୍କର କିଛି ଯୋଜନା ପ୍ରବର୍ତ୍ତନ କରିବାରେ ବା ଲାଗୁକଲେ ସୁଦ୍ଧା, ସେକଥା କହିବାର କିଛିଟା ଦ୍ୱିଧା ରହିଯାଇପାରେ । ମୁଁ ଆଜି ଗର୍ବର ସହ କହିବାକୁ ଚାହେଁ ଯେ ଭାରତ ସରକାରଙ୍କର ଯେତେ ଯୋଜନା ରହିଛି, ଏ ରାଷ୍ଟ୍ରପତି ଭବନ ପରିସର, ଏହା ବି ଗୋଟିଏ ଛୋଟ ଗାଁ । ଦଶ ହଜାରରୁ ଅଧିକ ଲୋକ ଏଠାରେ ରହନ୍ତି । ଏଇ ଗାଁରେ ବି ସେସବୁ ଯୋଜନାଗୁଡିକ ଲାଗୁ କରିବାର ପ୍ରୟାସ ହୋଇଛି । ତାହା ଅକ୍ଷୟ ଶକ୍ତି ହୋଇଥାଉ, ଜଳ ସଂରକ୍ଷଣ ହୋଇଥାଉ, ପର୍ଯ୍ୟାବରଣ ସମ୍ପର୍କୀତ କାର୍ଯ୍ୟକ୍ରମ ହୋଇଥାଉ, ସବୁ କଥାରେ ଡିଜିଟାଲ ଇଣ୍ଡିଆ ଏବଂ ଏଠାରେ ଡିଜିଟାଲ ରାଷ୍ଟ୍ରପତି ଭବନ । ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ସବୁ ଯୋଜନାର ଏକ ସଂକ୍ଷିପ୍ତ ସଂସ୍କରଣକୁ ଲାଗୁ କରିବା ସକାଶେ ସ୍ୱୟଂ ରାଷ୍ଟ୍ରପତିଜୀ ଉଦ୍ୟମ କରିଛନ୍ତି । ଅନ୍ୟ କୌଣସି ବ୍ୟକ୍ତିଙ୍କ ଦଳର ସରକାର ହେଉ, ଏହା ସତ୍ତ୍ୱେ ସରକାରଙ୍କ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ବି ଲାଗୁ କରାଯିବା ଦରକାର । ଏଭଳି ଉଚ୍ଚ ଚିନ୍ତାଧାରା ଆଦରଣୀୟ ପ୍ରଣବ ଦା ହିଁ ଦେଖାଇପାରନ୍ତି ଏବଂ ସେଥିପାଇଁ ମୁଁ ତାଙ୍କୁ ହୃଦୟରୁ ବନ୍ଦନା କରୁଛି । ଅଭିନନ୍ଦନ ଜଣାଉଛି ।

ମୋର ବିଶ୍ୱାସ ଯେ ଇତିହାସ ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ଜଡିବୁଟି ଭଳି କାର୍ଯ୍ୟରେ ଆସିଥାଏ । ଯିଏ ଇତିହାସକୁ ଭୁଲିଯାଏ, ସିଏ ଜୀବନର ସ୍ୱାଦକୁ ଏକ ପ୍ରକାର ହରାଇ ବସେ । ମନ୍ଦିରରେ ଯେଉଁ ମୂର୍ତ୍ତି ଥାଏ, ସେସବୁ ପ୍ରସ୍ତର ନିର୍ମିତ । କିନ୍ତୁ ଅନେକ ବର୍ଷ ଧରି ଲୋକଙ୍କ ଭକ୍ତିରେ ସେ ମୂର୍ତ୍ତି ଭଗବାନଙ୍କ ରୂପ ଧାରଣ କରିଥାନ୍ତି । ଐତିହାସିକ ସ୍ଥାନର ପ୍ରତ୍ୟେକ ଖଣ୍ଡ ପଥରରେ ବି ନିଜସ୍ୱ ଇତିହାସ ରହିଛି । ପ୍ରତ୍ୟେକ ଖଣ୍ଡ ପଥର ଚିତ୍କାର କରି ବିତିଯାଇଥିବା କାଳର କଥା କହିଥାଏ । ଆଗାମୀ କାଳ ପାଇଁ ମାର୍ଗ ପ୍ରଦର୍ଶନର ଶକ୍ତି ପ୍ରଦର୍ଶନ କରିଥାଏ । କିନ୍ତୁ ଆବଶ୍ୟକ ପଡେ ସେଇ ପଥରକୁ ଶୁଣିବାର ସାମର୍ଥ୍ୟ, ଯାହା ଆମକୁ ନିଜ ଭିତରେ ସୃଷ୍ଟି କରିବାକୁ ପଡିବ । ଏଇ ସଂଗ୍ରହାଳୟ ଦ୍ୱାରା ପଥରକୁ କହିବାର ସାମର୍ଥ୍ୟ ପ୍ରଦାନ କରାଯାଇଛି । ଆମେ ନିଜ ଭିତରେ ଏହାକୁ ଶୁଣିବାର ଶକ୍ତି ସଂଗ୍ରହ କରିବା ଉଚିତ । ଆଗାମୀ ପିଢ଼ିଙ୍କୁ କିଛି ପାଇବାର ଅବସର ଦିଏ ଓ ଏକ ନୂଆ ସାହଚର୍ଯ୍ୟ ପ୍ରାପ୍ତ କରେ ।

ଏଇଭଳି ଅଭିନବ ପ୍ରୟାସ ସକାଶେ ମୁଁ ପୁଣିଥରେ, ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆଦରଣୀୟ ରାଷ୍ଟ୍ରପତିଜୀଙ୍କୁ ପୁଣି ଥରେ ତାଙ୍କର ଚାରି ବର୍ଷ କାର୍ଯ୍ୟକାଳ ପୂର୍ତ୍ତୀ ପାଇଁ ଅଭିନନ୍ଦନ କରୁଛି । ଆଗାମୀ ବର୍ଷ ସେ ଆମକୁ ଆହୁରି ଅନେକ ମାର୍ଗ ଦର୍ଶନ କରାନ୍ତୁ । ଏଭଳି ଅପେକ୍ଷା ଆମେ ରଖୁଛୁ । ତାଙ୍କ ପ୍ରେରଣା ପାଇଁ କୃତଜ୍ଞତା ଜ୍ଞାପନ କରୁଛୁ । ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।