Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

“ରାଷ୍ଟ୍ରପତି ଜୀଙ୍କୁ ଜନ୍ମ ଦିନର ଶୁଭକାମନା । ତାଙ୍କର ଅଗାଧ ଜ୍ଞାନ ଓ ଅନୁଭୂତି ଯୋଗୁଁ ରାଷ୍ଟ୍ର ଅନେକ ମାତ୍ରାରେ ଉପକୃତ ହୋଇଛି । ମୁଁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି ।

ପ୍ରଣବ ଦା ସବୁବେଳେ ଭାରତର ସ୍ଵାର୍ଥକୁ ସର୍ବାଗ୍ରେ ରଖିଥାନ୍ତି । ଏଭଳି ଜଣେ ବିଦ୍ଵାନ ଏବଂ ଜ୍ଞାନୀ ରାଷ୍ଟ୍ରପତିଙ୍କୁ ପାଇ ଆମେ ଗର୍ବ ଓ ଗୌରବ ଅନୁଭବ କରୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****