Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ଆର୍ଥିକ ବିବରଣ ପ୍ରାଧିକରଣ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ରାଷ୍ଟ୍ରୀୟ ଆର୍ଥିକ ବିବରଣ ପ୍ରାଧିକରଣ (ଏନଏଫଆରଏ) ପ୍ରତିଷ୍ଠା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏନଏଫଆରଏ ପାଇଁ ଗୋଟିଏ ଅଧ୍ୟକ୍ଷ ପଦ, ତିନୋଟି ପୂର୍ଣ୍ଣକାଳୀନ ସଦସ୍ୟ ପଦ ଏବଂ ସଚିବଙ୍କ ପାଇଁ ଗୋଟିଏ ପଦବୀ ଗଠନ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି ।

କମ୍ପାନୀ ଆଇନ, 2013 ଦ୍ୱାରା ଅଣାଯାଇଥିବା ପରିବର୍ତ୍ତନ ମଧ୍ୟରୁ  ଗୋଟିଏ, ଅଡିଟ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ନିୟାମକ ରୂପରେ ଏନଏଫଆରଏର ପ୍ରତିଷ୍ଠା କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ । ଅର୍ଥ ମନ୍ତ୍ରଣାଳୟ ସଂଲଗ୍ନ ସ୍ଥାୟୀ ସମିତିର ସ୍ୱତନ୍ତ୍ର ସୁପାରିସ (ଏହାର 21ତମ ରିପୋର୍ଟ)ରେ ମଧ୍ୟ ଏହି ବ୍ୟବସ୍ଥା କରିବା ସାମିଲ ରହିଥିଲା ।

ପ୍ରଭାବ :

ଏହି ନିଷ୍ପତ୍ତି ଦ୍ୱାରା ବିଦେଶ/ଦେଶରେ ନିବେଶଗତ ସୁଧାର, ଆର୍ଥିକ ବିକାଶରେ ବୃଦ୍ଧି, ଅନ୍ତର୍ଜାତୀୟ ପଦ୍ଧତି ଅନୁରୂପ କାରବାର, ଜଗତିକରଣର ଅନୁସମର୍ଥନ ଏବଂ ଅଡିଟ ବ୍ୟବସାୟର ନିରନ୍ତର ବିକାଶରେ ସହାୟତା ମିଳିପାରିବ ।

ନ୍ୟାୟ କ୍ଷେତ୍ର :

ଆଇନର ଧାରା 132 ଅନ୍ତର୍ଗତ ଚାଟାର୍ଡ ଏକାଉଣ୍ଟାଣ୍ଟ ଏବଂ ସେମାନଙ୍କ ଫାର୍ମଗୁଡ଼ିକର ଯାଂଚ ଲାଗି ଏନଏଫଆରଏର କାର୍ଯ୍ୟକ୍ଷେତ୍ର ତାଲିକାଭୁକ୍ତ କମ୍ପାନୀ ଏବଂ ବୃହତ ଅଣତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ କାର୍ଯ୍ୟକ୍ଷେତ୍ର ମଧ୍ୟକୁ ଆଣିବା, ଯେଉଁଥିପାଇଁ ନିୟମରେ ଆବଶ୍ୟକ ସୀମା ନିର୍ଦ୍ଧାରଣ କରାଯିବ । ଯେଉଁଠି ସାର୍ବଜନୀନ ସ୍ୱାର୍ଥ ନିହିତ ରହିଛି, ସେଠାରେ କେନ୍ଦ୍ର ସରକାର ଅନ୍ୟ ସଂସ୍ଥାଗୁଡ଼ିକୁ ମଧ୍ୟ ଯାଂଚ ଲାଗି ନିର୍ଦ୍ଦେଶ ଦେଇପାରିବେ ।

ଚାଟାର୍ଡ ଏକାଉଣ୍ଟାଣ୍ଟ ଆଇନ, 1949 ରେ ଥିବା ବ୍ୟବସ୍ଥା ଅନୁଯାୟୀ ଆଇସିଏଆଇର ନିହିତ ନିୟାମକ ଭୂମିକା ସାଧାରଣ ଭାବେ ଏହାର ସଦସ୍ୟ ଏବଂ ପ୍ରାଇଭେଟ ଲିମିଟେଡ କମ୍ପାନୀ ସହ ଜଡ଼ିତ ଅଡିଟ ସମ୍ପର୍କରେ ସ୍ୱତନ୍ତ୍ର ଭାବେ ଜାରି ରହିବ । ଆହୁରି ଥ୍ରେଶହୋଲ୍ଡ ସୀମା ତଳେ ସାର୍ବଜନୀନ ଅଣ-ତାଲିକାଭୁକ୍ତ କମ୍ପାନୀଗୁଡ଼ିକୁ ନିୟମରେ ଅଧିସୂଚିତ କରାଯିବ ।

ଗୁଣବତ୍ତା ସମୀକ୍ଷା ବୋର୍ଡ (କ୍ୟୁଆରବି) ମଧ୍ୟ ପ୍ରାଇଭେଟ ଲିମିଟେଡ କମ୍ପାନୀ, ନିର୍ଦ୍ଧାରିତ ଥ୍ରେଶହୋଲ୍ଡ ଠାରୁ କମ ସାର୍ବଜନୀନ ଅଣ-ତାଲିକାଭୁକ୍ତ କମ୍ପାନୀ ସମ୍ପର୍କରେ ଗୁଣବତ୍ତା ଅଡିଟ ଜାରି ରଖିବ । ଏଥିସହିତ ସେହି କମ୍ପାନୀଗୁଡ଼ିକର ଅଡିଟ ସମ୍ପର୍କରେ ମଧ୍ୟ ଏନଏଫଆରଏ ପକ୍ଷରୁ କ୍ୟୁଆରବିକୁ ଦାୟିତ୍ୱ ଦିଆଯାଇପାରେ । ଆହୁରି, ଆଇସିଏଆଇ ପରାମର୍ଶଦାତା ଭୂମିକା ତୁଲାଇବ ଏବଂ ଏକାଉଣ୍ଟିଂ ଏବଂ ଅଡିଟିଂର ମାନ ତଥା ନୀତି ସମ୍ପର୍କରେ ରାଷ୍ଟ୍ରୀୟ ଆର୍ଥିକ ବିବରଣ ପ୍ରାଧିକରଣକୁ ପରାମର୍ଶ ଦେବ ।

 

************