Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 24, 2020ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2020 ବିଜେତା 49 ଜଣ ଶିଶୁଙ୍କୁ ଭେଟିବା ସହ ସେମାନଙ୍କ ସହିତ ମତବିନିମୟ କରିବେ ।

ବିଭିନ୍ନ ରାଜ୍ୟର ଏହି 49ଜଣ ପୁରସ୍କାର ବିଜେତାଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ଶିଶୁ ରହିଛନ୍ତି । କଳା ଓ ସଂସ୍କୃତି, ନବୋନ୍ମେଷ, ମେଧା, ସମାଜସେବା, କ୍ରୀଡ଼ା ଓ ସାହସିକତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ଶିଶୁମାନେ ପୁରସ୍କାର ହାସଲ କରିଛନ୍ତି ।

ଭାରତ ସରକାର ରାଷ୍ଟ୍ର ନିର୍ମାଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଶିଶୁମାନଙ୍କୁ ଗ୍ରହଣ କରିଥାନ୍ତି । ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ଉପଲବ୍ଧି ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବାର ଆବଶ୍ୟକତା ରହିଛି ।

ପ୍ରତ୍ୟେକ ଶିଶୁ ଅମୂଲ୍ୟ ହୋଇଥିବାରୁ ତା’ର ଉପଲବ୍ଧିକୁ ସମ୍ମାନିତ କରାଯିବାର ଆବଶ୍ୟକତା ରହିଛି । ଏପରି କେତେକ ଅଛନ୍ତି ଯେଉଁମାନଙ୍କ ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାଏ ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ଆମ ଶିଶୁମାନଙ୍କର ଉଲ୍ଲେଖନୀୟ ଉପଲବ୍ଧି ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଉଛି । ନବୋନ୍ମେଷ, ଶିକ୍ଷା, ସମାଜସେବା, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ଯେକୌଣସି ଶିଶୁ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ । ସେହିପରି ଅନ୍ୟ କେହି ବ୍ୟକ୍ତି ଯିଏକି ଜଣେ ଶିଶୁର ମେଧାବୀ ଉପଲବ୍ଧି ବିଷୟରେ ଜାଣନ୍ତି ସେ ମଧ୍ୟ ଏହି ପୁରସ୍କାର ପାଇଁ ଶିଶୁର ନାମ ସୁପାରିସ କରିପାରିବେ । ପ୍ରତ୍ୟେକ ଆବେଦନକୁ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିବା ପରେ ଏକ ଉଚ୍ଚସ୍ତରୀୟ ସମିତି ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଥାଏ ।

ଗତକାଲି, ଜାନୁଆରୀ 22, 2020ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥିଲେ ।

ଆଦିବାସୀ କଳାକାର, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ଆଟ ହୋମ କାର୍ଯ୍ୟକ୍ରମ

ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଥିବା 1730 ଜଣ ଆଦିବାସୀ କଳାକାର, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ପ୍ରଧାନମନ୍ତ୍ରୀ 24 ଜାନୁଆରୀ, 2020ରେ ଅନୁଷ୍ଠିତ ଆଟହୋମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

*******