Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (NDRF) ର ଦ୍ୱାଦଶ ଗଠନ ଦିବସରେ ଶୁଭକାମନା ଜଣାଇଛନ୍ତି ।

“ଦ୍ୱାଦଶ ପ୍ରତିଷ୍ଠା ଓ ଗଠନ ଦିବସରେ ଏନଡିଆରଏଫ ଟିମକୁ ଶୁଭକାମନା । ବିପର୍ଯ୍ୟୟ ସମୟରେ ଏନଡିଆରଏଫର ତ୍ୱରିତ କାର୍ଯ୍ୟନୁଷ୍ଠାନ ବିଶେଷ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।

ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ତାର ବ୍ୟବସ୍ଥା, ପ୍ରକ୍ରିୟା ଓ ସାମର୍ଥ୍ୟ ବୃଦ୍ଧି ଦିଗରେ ବାସ୍ତବ ଓ ଠିକଣା ପଦକ୍ଷେପ ଗ୍ରହଣ କରୁଛି ଯାହାକି ବିପର୍ଯ୍ୟୟ ବେଳେ ଆମର ଧନ-ଜୀବନ କ୍ଷତିର ମାତ୍ରାକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିପାରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।