Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ମାନବିକ ଅଧିକାର ଆୟୋଗଙ୍କ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 12, 2018ରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ମାନବିକ ଅଧିକାର ଆୟୋଗ (ଏନଏଚଆରସି)ଙ୍କ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟ ଏବଂ ସ୍ଵତନ୍ତ୍ର କଭର ଉନ୍ମୋଚନ କରିବେ । ଏନଏଚଆରସିଙ୍କ ନୂତନ ୱେବସାଇଟ ସଂସ୍କରଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହି ୱେବସାଇଟ ବିଶେଷ ଭାବେ ଜରୁରୀ ଥିବା ଲୋକଙ୍କ ପାଇଁ ଅଧିକ ଅନୁକୂଳ ଏବଂ ସହଜ ହେବ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

****