Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ


ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ଅଗ୍ରଗତି ଏବଂ ନୂତନ ପ୍ରୟାସ ତଥା ଏନଏଚଏମର କ୍ଷମତା ସମ୍ପନ୍ନ କାର୍ଯ୍ୟକ୍ରମ ସମିତି ଓ ମିଶନ ପରିଚାଳନା ଗୋଷ୍ଠୀର ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।

ପ୍ରମୁଖ ବିଶେଷତ୍ୱ :

ଏନଏଚଏମ ଅନ୍ତର୍ଗତ ଗତ 5 ବର୍ଷ ଏବଂ 2017-18 ବର୍ଷରେ ହାସଲ ଉପଲବ୍ଧିଗୁଡ଼ିକ ହେଲା :

  1. 2014-16 କାଳରେ ମାତୃ ମୃତ୍ୟୁ ଅନୁପାତ (ଏମଏମଆର) 2.7 ପ୍ରତିଶତ ହ୍ରାସ ପାଇ 130 ହୋଯାଇଥିଲା, ଯେତେବେଳେ କି 2010-12 ରେ ଏହି ଅନୁପାତ 178 ଥିଲା ।
  2. ଶିଶୁ ମୃତ୍ୟୁ ହାର (ଆଇଏମଆର) 2011ରେ 44 ତୁଳନାରେ 2016ରେ ହ୍ରାସ ପାଇ 34 ହୋଇଯାଇଥିଲା । 2015 ଏବଂ 2018 ମାଧ୍ୟରେ ଶିଶୁ ମୃତ୍ୟୁ ହାରରେ ବାର୍ଷିକ ହ୍ରାସ ହାର 8.1 ପ୍ରତିଶତ ଥିଲା ।
  3. 5 ବର୍ଷରୁ କମ ଶିଶୁଙ୍କ ମୃତ୍ୟୁ ହାର (ୟୁ5ଏମଆର) 2011ରେ 55 ଥିବା ବେଳେ 2016ରେ ହ୍ରାସ ପାଇ 39ରେ ପହଁଚିଥିଲା । 2015-16ରେ ୟୁ5ଏମଆରରେ ବାର୍ଷିକ ହ୍ରାସ ହାର 9.3 ପ୍ରତିଶତ ଥିଲା ।
  4. ମୋଟ ପ୍ରଜନନ ହାର (ଟିଏଫଆର) 2011ରେ 2.3 ପ୍ରତିଶତ ତୁଳନାରେ 2016ରେ ହ୍ରାସ ପାଇ 2.3 ପ୍ରତିଶତରେ ପହଁଚିଥିଲା । 2011-16 ଅବଧିରେ ଟିଏଫଆରରେ ହ୍ରାସର ବାର୍ଷିକ ଚକ୍ରବୃଦ୍ଧି ହାର 1.7 ପ୍ରତିଶତ ରହିଥିଲା ।

ବିଭିନ୍ନ ରୋଗ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସଂକେତରେ ସୁଧାର ପରିଲକ୍ଷିତ ହୋଇଛି, ଉଦାହରଣସ୍ୱରୂପ:-

(1) 2016ରେ ମ୍ୟାଲେରିଆରେ ସମ୍ପର୍କରେ ବାର୍ଷିକ ପରଜୀବୀ ମାମଲା (ଏପିଆଇ) 0.84 ଥିଲା । ଏହା 2011ରେ 1.10 ଥିଲା । 2017ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ 30 ପ୍ରତିଶତ ହ୍ରାସ ଦେଖାଦେଇଥିଲା ଏବଂ ମ୍ୟାଲେରିଆ କାରଣରୁ ହେଉଥିବା ମୃତ୍ୟୁରେ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା ।

(2) ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା 2017ରେ ହ୍ରାସ ପାଇ 204ରେ ପହଁଚିଥିଲା । ଏହା 2013ରେ 234 ଥିଲା । 2016ର 211 ତୁଳାନରେ 2017ରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଯକ୍ଷ୍ମା ରୋଗ ହ୍ରାସ ପାଇ 204ରେ ପହଁଚିଥିଲା । 2017ରେ ଯକ୍ଷ୍ମା କାରଣରୁ ମୃତ୍ୟୁ ଘଟଣା ପ୍ରତି 1 ଲକ୍ଷ ଜନସଂଖ୍ୟାରେ ହ୍ରାସ ପାଇ 21ରେ ପହଁଚିଥିଲା, ଯାହା 2016ରେ 32 ଥିଲା ।

(3)  ପ୍ରତି 1 ଲକ୍ଷ ଜନସଂଖ୍ୟା ମଧ୍ୟରୁ ଜଣେ କୁଷ୍ଠ ରୋଗୀର ଲକ୍ଷ୍ୟ ଜାତୀୟ ସ୍ତରରେ ହାସଲ କରାଯାଇସାରିଛି । 2017ରେ 554 ତୁଳନାରେ କୁଷ୍ଠ ରୋଗକୁ ସମାପ୍ତ କରିଥିବା ଜିଲ୍ଲାଗୁଡ଼ିକର ସଂଖ୍ୟା ମାର୍ଚ୍ଚ, 2018ରେ ବୃଦ୍ଧି ପାଇ 571 ହୋଇଯାଇଛି ।

(4) ପ୍ରତ୍ୟେକ ବ୍ଲକ୍ରେ ପ୍ରତି 10 ହଜାର ଜନସଂଖ୍ୟାରେ କଳା ଜ୍ୱର ରୋଗ ହ୍ରାସ ପାଇ 01 ହୋଇଯାଇଥିଲା । 10,000ର ଜନସଂଖ୍ୟାରେ ଗୋଟିଏରୁ ଅଧିକ କଳାଜ୍ୱର ମାମଲା ଥିବା ବ୍ଲକଗୁଡ଼ିକର ସଂଖ୍ୟା 2017ରେ ହ୍ରାସ ପାଇ 72ରେ ପହଁଚିଥିଲା, ଯେତେବେଳେ ଏହି ସଂଖ୍ୟା 2016ରେ 94 ଥିଲା ।

(5) ତମାଖୁ ସେବନରେ ହ୍ରାସ ଅଣାଯାଇ ଚାରିଟି ପ୍ରମୁଖ ଅଣ-ସଂକ୍ରମଣକାରୀ ରୋଗ (ଏସିଡି)-କର୍କଟ, ମଧୁମେହ, ପକ୍ଷାଘାତ ଏବଂ ହୃଦରୋଗ ତଥା ଫୁସଫୁସର ଗୁରୁତର ରୋଗରେ ହ୍ରାସ ଆଣିବାର ଲକ୍ଷ୍ୟ ହାସଲ କରାଯାଇଛି । ତମାଖୁ ବ୍ୟବହାରରେ ହାରାହାରି 6 ପ୍ରତିଶତ ହ୍ରାସ ଦେଖାଦେଇଛି ଏବଂ ଏହି ବ୍ୟବହାର ହ୍ରାସ ପାଇ 2016-17ରେ 28.6 ପ୍ରତିଶତ ହୋଇଯାଇଛି, ଯେତେବେଳେ କି 2009-10ରେ ତମାଖୁ ସେବନର ପ୍ରତିଶତ 34.6 ପ୍ରତିଶତ ଥିଲା ।

 

**********