Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାସ୍ତା ସମ୍ପ୍ରସାରଣ ପାଇଁ ତ୍ରିଶୂର ମହାନଗର ନିଗମକୁ ଡାକ ବିଭାଗର ଜମି ଓ କୋଠା ହସ୍ତାନ୍ତର ପ୍ରସ୍ତାବକୁ ମଞ୍ଜୁରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେରଳର ତ୍ରିଶୂରରେ ଥିବା ଡାକ ବିଭାଗର 16.5 ସେଂଟସ ଜମି ଓ କୋଠାକୁ ପଟ୍ଟାଲମ୍ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ତ୍ରିଶୂର ମହାନଗର ନିଗମକୁ ହସ୍ତାନ୍ତର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜମି ଆଦାନପ୍ରଦାନ ନୀତିରେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି । ଡାକ ବିଭାଗ 16.5ସେଂଟସ୍ ଜମି ବଦଳରେ ତ୍ରିଶୂର କେନ୍ଦ୍ରୀୟ ଡାକଘରଠାରୁ 200 ମିଟର ଦୂରରେ ଥିବା ସ୍ଥାନରେ ସମାନ ପରିମାଣର ଜମି ପାଇବ । ତ୍ରିଶୂର ମହାନଗର ନିଗମ ମଧ୍ୟ ନିଜ ଖର୍ଚ୍ଚରେ 3500 ବର୍ଗଫୁଟ୍ ଅଞ୍ଚଳରେ ଡାକଘର ନିର୍ମାଣ କରାଇବ । ଏଥିରେ ପାଚେରୀ ଓ ଦୁଇଟି ଗେଟ୍ ନିର୍ମାଣ ସାମିଲ ରହିଛି । ଟ୍ରାଫିକ୍ ସମସ୍ୟା ଓ ଲୋକଙ୍କ ସୁବିଧା ନିମନ୍ତେ ପଟ୍ଟାଲମ୍ ରାସ୍ତାର ସମ୍ପ୍ରସାରଣ ଜରୁରୀ ହୋଇ ପଡ଼ିଥିଲା ।

**********