Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ ଅଲମ୍ପିକ୍ସରେ ଯୋଗ ଦେଉଥିବା କ୍ରୀଡାବିତଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ରିଓ ଅଲମ୍ପିକ୍ସରେ ଯୋଗ ଦେଉଥିବା କ୍ରୀଡାବିତଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରିଓ ଅଲମ୍ପିକ୍ସ କ୍ରୀଡା ପାଇଁ ଯୋଗ୍ୟ ବିବେଚିତ 60 ଜଣ ଭାରତୀୟ କ୍ରୀଡାବିତଙ୍କ ସହିତ ଆଜି ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମସ୍ତ କ୍ରୀଡାବିତଙ୍କୁ ସାକ୍ଷାତ କରି ସେମାନଙ୍କ ସହିତ ଅନୈାପଚାରିକ ଆଲୋଚନା କରିଥିଲେ । ବିଶ୍ୱର ସର୍ବବୃହତ ଓ ମର୍ଯ୍ୟାଦାପୂର୍ଣ୍ଣ କ୍ରୀଡାଙ୍ଗନରେ ସେମାନଙ୍କର ସାମର୍ଥ୍ୟ ଅନୁସାରେ ଉତ୍ତମ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏମ.ସି.ମେରିକମ, ଅଂଜୁ ବବି ଜର୍ଜ ଏବଂ ପି.ଗୋପୀଚାନ୍ଦଙ୍କ ସମେତ ଅନେକ ପୂର୍ବତନ ଅଲମ୍ପିକ ଖେଳାଳୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ରିଓ ଅଲମ୍ପିକ୍ସ ପାଇଁ 13ଟି ଶୃଙ୍ଖଳାରେ 100 ଜଣ କ୍ରୀଡାବିତ ମନୋନୀତ ହୋଇଛନ୍ତି ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ରାଜ୍ୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଏହି ଅବସରରେ ଉପସ୍ଥିତ ଥିଲେ ।