ପିଏମଇଣ୍ଡିଆ

ଆପଣଙ୍କର ରାଜସୀ ମହାରାଣୀ, ମହାମହିମ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଗଣ, ବନ୍ଧୁଗଣ, ନମସ୍କାର, ଶୁଭସନ୍ଧ୍ୟା ।
ମୁଁ ମହାମହିମ ରାଜା ଏବଂ ଦୁଇଟିଯାକ ପବିତ୍ର ମସଜିଦର ତତ୍ତ୍ଵାବଧାରକ ଏବଂ ମୋର ଭାଇ ମହାମହିମ ଯୁବରାଜଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି କି ସେମାନେ ମୋତେ ଏହି ମଞ୍ଚରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ସାଉଦୀ ଆରବ ଏବଂ ଏଠାରେ ରହିଥିବା ପବିତ୍ର ମସଜିଦ୍, ହେଉଛି ଦୁନିଆର କୋଟି କୋଟି ଲୋକମାନଙ୍କର ଆସ୍ଥାର କେନ୍ଦ୍ର । ଏହି ଭୂମି ବିଶ୍ୱ ଅର୍ଥନୀତିର ମଧ୍ୟ ଉର୍ଜ୍ଜା ସ୍ରୋତ ରହି ଆସିଛି । ଆଜି ରିୟାଦର ଏହି ଉର୍ଜ୍ଜାବାନ ସହରରେ ଆପଣମାନଙ୍କ ମଧ୍ୟରେ ମୋତେ ମଧ୍ୟ ସକରାତ୍ମକ ଉର୍ଜ୍ଜା ଅନୁଭବ ହେଉଛି ।
ବନ୍ଧୁଗଣ,
ଭବିଷ୍ୟତ ପୁଞ୍ଜିନିବେଶ ପ୍ରୟାସ ମଞ୍ଚ ବିଷୟରେ ଏହା ସ୍ପଷ୍ଟ କରୁଛୁ କି ଏହି ମଞ୍ଚର ଉଦ୍ଦେଶ୍ୟ କେବଳ ଏଠାକାର ଅର୍ଥତନ୍ତ୍ରର ହିଁ ଚର୍ଚ୍ଚା କରିବା ନୁହେଁ ବରଂ ବିଶ୍ୱରେ ଉଙ୍କିମାରୁଥିବା ପ୍ରବୃତିଗୁଡ଼ିକୁ ବୁଝିବା ଆଉ ଏଥିରେ ମଧ୍ୟ ବିଶ୍ୱକଲ୍ୟାଣର ରାସ୍ତାକୁ ଖୋଜିବା । ଏହି କାରଣରୁ, ଏହି ଗତିଶୀଳ ମଞ୍ଚ ବ୍ୟବସାୟ ଦୁନିଆର କ୍ୟାଲେଣ୍ଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । କେବଳ ତିନି ବର୍ଷର ଏକ କମ୍ ସମୟ ମଧ୍ୟରେ ହିଁ ଏହି ଫୋରମ୍ ଏକ ଦୀର୍ଘ ଯାତ୍ରା ସ୍ଥିର କରିଛି । ମୋର ମିତ୍ର ଏବଂ ଭାଇ ଯୁବରାଜ ହେଉଛନ୍ତି ଏହି ସଫଳତା ପାଇଁ ବହୁତ ବହୁତ ଧନ୍ୟବାଦର ପାତ୍ର । ତାଙ୍କର ଏହି ମଞ୍ଚକୁ ଡାଭୋସ ଅଫ୍ ଦି ଡେଜର୍ଟ କୁହାଯାଏ । ବିଗତ ଶତାବ୍ଦୀରେ ସାଉଦୀ ଆରବର ଲୋକମାନଙ୍କର ପରିଶ୍ରମ ଏବଂ ଈଶ୍ୱରଙ୍କ ଆଶୀର୍ବାଦ ଏହି ମରୁଭୂମିକୁ ସୁନାରେ ପରିଣତ କରିଛି । ଯଦି ଚାହିଁ ଥାଆନ୍ତେ ତ ସାଉଦୀ ଆରବର ନେତୃତ୍ୱ ଖୁବ୍ ଆରାମରେ ବସି ପାରିଥାଆନ୍ତା, କିନ୍ତୁ ନିଜର ଆଗାମୀ ପିଢିର ବଂଶଧରମାନଙ୍କ ବିଷୟରେ ଚିନ୍ତା କଲେ, ଭବିଷ୍ୟତର ଚିନ୍ତା କଲେ, ସମଗ୍ର ମାନବତା ସମ୍ପର୍କରେ ଚିନ୍ତା କଲେ । ମୁଁ ମହାମହିମ ଯୁବରାଜଙ୍କୁ ଏହି କଥା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି କି ସେମାନେ ଏହି ମଞ୍ଚର ନାମ ହିଁ କେବଳ ଫ୍ୟୁଚର ରଖି ନାହାଁନ୍ତି, ବରଂ ଏହାର ସଂପୂର୍ଣ୍ଣ ପରିକଳ୍ପନା ଆଗକୁ ଦେଖୁଥିଲା ଭଳି, ଭବିଷ୍ୟତ ପ୍ରତି ହୋଇଛି ଉନ୍ମୁକ୍ତ । ଏଭଳି ପରିସ୍ଥିତିରେ, ସେମାନଙ୍କର ଭାଇ ଏବଂ ପଡୋଶୀ ହୋଇଥିବା ଯୋଗୁଁ, ଏହି ଉଚ୍ଚକୋଟୀର ନବସୃଜନରେ ଦୁନିଆର ସବୁଠାରୁ ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥାର ପ୍ରତିନିଧିତ୍ୱ କରିବା ହେଉଛି ମୋ ପାଇଁ ଏକ ସ୍ୱାଭାବିକ କଥା ।
ବନ୍ଧୁଗଣ,
ମୁଁ ଆପଣମାନଙ୍କ ଗହଣରେ ଭାରତର ଲୋକମାନଙ୍କର ଶୁଭେଚ୍ଛା ନେଇ ଆସିଛି । ସାଉଦୀଆରବ ସହିତ ଆମର ସମ୍ପର୍କ ହଜାର ହଜାର ବର୍ଷ ଧରି ରହି ଆସିଛି । ଏଭଳି ବନ୍ଧୁତ୍ୱ ରହି ଆସିଛି ଯେଭଳି ଆପଣ କହୁଛନ୍ତି – ସଦକତୁମ, ଯେ ଜଣଙ୍କ ପାଖରେ ଅନ୍ୟଜଣଙ୍କୁ ନିଜର ଭଳି ଲାଗୁଛି । ଆମର ଐତିହାସିକ ସମ୍ବନ୍ଧ ଏବଂ ସମ୍ପର୍କ ଆମର ରଣନୀତିକ ଭାଗିଦାରୀର ମଧ୍ୟ ସୁଦୃଢ଼ ମୂଳଦୁଆ ରଖିଛି । ଆଉ ଆଜି ଆମେ ଯୁବରାଜଙ୍କ ସହିତ କଥାବାର୍ତ୍ତାରେ ରଣନୀତିକ ଭାଗିଦାରୀର ପରିଷଦର ସ୍ଥାପନା କରି ନିଜର ସମ୍ବନ୍ଧକୁ ନୂତନ ଉଚ୍ଚତା ପ୍ରଦାନ କରିଛୁ । ମହାମହିମ ମହାରାଜ ଏବଂ ରାଜକୀୟ ପରମ୍ପରାର ପ୍ରତିନିଧି ଯୁବରାଜଙ୍କ ମାର୍ଗଦର୍ଶନ ଫଳରେ ଆମ ସମ୍ବନ୍ଧରେ ଅପ୍ରତ୍ୟାଶିତ ପ୍ରଗତି ଏବଂ ଆପଣାପଣ ଆଣି ପାରିଛୁ । ମୁଁ ତାଙ୍କର ପ୍ରୟାସ ପାଇଁ, ଭାରତ ପ୍ରତି ତାଙ୍କର ଆପଣାର ଭାବ ପାଇଁ ସେମାନଙ୍କ ପ୍ରତି ନିଜର କୃତଜ୍ଞତା ଜଣାଉଛି ।
ସାଥୀଗଣ,
ଭବିଷ୍ୟତ ପୁଞ୍ଜିନିବେଶ ପ୍ରୟାସ ମଞ୍ଚରେ ଆଜି ମୋତେ, “ବିଶ୍ୱସ୍ତରୀୟ ବ୍ୟବସାୟ ପାଇଁ ପରବର୍ତ୍ତି ପ୍ରୟାସ କ’ଣ” ଆଉ ସେଥିରେ ଭାରତରେ ଉଙ୍କି ମାରୁଥିବା ସୁଯୋଗ ଏବଂ ସମ୍ଭାବନାଗୁଡ଼ିକୁ, ଆମର ଆଶା ଏବଂ ଲକ୍ଷ୍ୟଗୁଡ଼ିକ ଉପରେ ନିଜର କଥା ରଖିବାର ସୁଯୋଗ ମିଳିଛି । ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନିଜର ଅର୍ଥନୀତିକୁ ଦୁଇଗୁଣା କରି 5 ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖିଛି । ଏଭଳି ସମୟରେ ତ ଏ ବିଷୟ ଆହୁରି ମଧ୍ୟ ପ୍ରାସଙ୍ଗିକ ଏବଂ ମହତ୍ୱପୂର୍ଣ୍ଣ ହୋଇ ଯାଇଛି ।
ସାଥୀଗଣ,
ଆଜି ଯେତେବେଳେ ଭାରତରେ ଆମେ ବିକାଶକୁ ଗତି ଦେବା ପାଇଁ ଚାହୁଁଛୁ ତ ଆମକୁ ଉଙ୍କିମାରୁଥିବା ପ୍ରବୃତ୍ତି ଗୁଡ଼ିକୁ ଭଲ ଭାବେ ବୁଝିବା ଦରକାର । ତେଣୁ, ଆଜି ମୁଁ ଆପଣଙ୍କ ସହିତ ବିଶ୍ୱସ୍ତରୀୟ ବ୍ୟବସାୟକୁ ପ୍ରଭାବିତ କରୁଥିବା ପାଞ୍ଚଟି ବଡ଼ ପ୍ରବୃତି ଗୁଡ଼ିକ ବିଷୟରେ କଥା ହେବାକୁ ଚାହିଁବି । ପ୍ରଥମ ପ୍ରବୃତି ହେଉଛି – ବୈଷୟିକ ଜ୍ଞାନ ଏବଂ ନବସୃଜନର ପ୍ରଭାବ ହେଉଛି, ଦ୍ୱିତୀୟ – ବିଶ୍ୱସ୍ତରୀୟ ପ୍ରଗତି ପାଇଁ ଭିତ୍ତିଭୂମିର ଗୁରୁତ୍ୱ ହେଉଛି, ତୃତୀୟ – ମାନବ ସମ୍ବଳ ଏବଂ ଭବିଷ୍ୟତ କାର୍ଯ୍ୟରେ ଆସୁଥିବା ପରିବର୍ତ୍ତନ ହେଉଛି, ଚତୁର୍ଥ – ପରିବେଶ ପାଇଁ ଦୟାଭାବ ଏବଂ ପଞ୍ଚମ ପ୍ରବୃତି ହେଉଛି – ବ୍ୟବସାୟ ଅନୁକୂଳ ପ୍ରଶାସନ ।
ବନ୍ଧୁଗଣ!
ବୈଷୟିକ ଜ୍ଞାନ ଏବଂ ନବସୃଜନର ବଢ଼ୁଥିବା ପ୍ରଭାବର ଆମେ ହେଉଛେ ପ୍ରତ୍ୟକ୍ଷ ସାକ୍ଷୀ । ପରିବର୍ତ୍ତିତ ଟେକ୍ନୋଲୋଜି ଯେପରି କୃତ୍ରିମ ବୌଦ୍ଧିକତା, ଜେନେଟିକ୍ସ, ଏବଂ ନାନୋ ଟେକ୍ନୋଲୋଜି, ଗବେଷଣାରୁ ଆଗକୁ ବଢ଼ି ଆଜି ଦୈନନ୍ଦିନ ଜୀବନର ଏକ ଅଙ୍ଗ ହୋଇ ଯାଉଛି । ବୈଷୟିକ ଜ୍ଞାନର ଏହି ପରିବର୍ତ୍ତନ ଦ୍ୱାରା ସେହି ସମାଜକୁ ସବୁଠାରୁ ଅଧିକ ଲାଭ ହୋଇଛି ଯେଉଁଥିରେ ନୂତନ ବୈଷୟିକ ଜ୍ଞାନକୁ ଆପଣେଇବା ଏବଂ ସେଗୁଡ଼ିକରେ ଆଗାମୀ ନବସୃଜନର ସଂସ୍କୃତି ବିକଶିତ ହୋଇଛି । ଭାରତରେ ଆମର ଏହି ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଅନେକ ସ୍ତରରେ କାର୍ଯ୍ୟ କରାଯାଇଛି । ସେ ହୁଏତ ଯୁବକମାନଙ୍କ ପାଇଁ ଷ୍ଟାର୍ଟ-ଅପ ଆହ୍ୱାନ ହେଉ କିମ୍ବା ହ୍ୟାକାଥନ ହେଉ । କିମ୍ବା ବିଦ୍ୟାଳୟ ପିଲାଙ୍କ ପାଇଁ ଅଟଳ ଟିଙ୍କରିଂ ଲ୍ୟାବ, ଯେଉଁଠାରେ ସେମାନେ ନବସୃଜନ ଅନୁଭୁତ ହେଉଛି । ଆଜି ଭାରତରେ ଗବେଷଣା ଏବଂ ବିକାଶଠାରୁ ଆରମ୍ଭ କରି ବୈଷୟିକ-ଔଦ୍ୟୋଗିକର ଏକ ବ୍ୟାପକ ଇକୋ-ସିଷ୍ଟମ ପ୍ରସ୍ତୁତ ହେଉଛି। ଆମର ଏହି ପ୍ରୟାସଗୁଡ଼ିକର ଫଳାଫଳ ମଧ୍ୟ ଆସିବା ଆରମ୍ଭ ହୋଇଗଲାଣି । ଆଜି ଭାରତ ଦୁନିଆର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋ-ସିଷ୍ଟମ ହୋଇଯାଇଛି । ଭାରତର ଟିୟର-2 ଏବଂ ଟିୟର-3 ସହରରେ ମଧ୍ୟ ଷ୍ଟାର୍ଟ-ଅପ୍ସ ବିକଶିତ ହେଉଛି । ଭାରତରେ 1 ବିଲିୟନ ୟୁଏସ୍ ଡଲାରରୁ ଅଧିକ ମୂଲ୍ୟଯୁକ୍ତ ୟୁନିକର୍ଣ୍ଣସର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମର ବହୁ ଷ୍ଟାର୍ଟ-ଅପ୍ସ୍ ବିଶ୍ୱସ୍ତରରେ ନିବେଶ କରିବାକୁ ଲାଗିଲେଣି । ଭାରତୀୟ ଷ୍ଟାର୍ଟ-ଅପ୍ସ୍ ସବୁକିଛି କରିପାରୁଛନ୍ତି, ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି ପରିବହନ, ଆତିଥେୟତା ଠାରୁ ଆରମ୍ଭ କରି ଡାକ୍ତରୀ ଚିକିତ୍ସା, ଏପରିକି ପର୍ଯ୍ୟଟନ ପର୍ଯ୍ୟନ୍ତ । ଆଉ ଏଥିପାଇଁ, ବିଶ୍ୱର ସମସ୍ତ ନିବେଶକ, ବିଶେଷକରି ଉଦ୍ୟମୀ ନିବେଶକଙ୍କୁ ମୋର ଅନୁରୋଧ ହେଉଛି କି ଆପଣମାନେ ଆମର ଷ୍ଟାର୍ଟ-ଅପ୍ସ୍ ଇକୋ ସିଷ୍ଟମର ଲାଭ ଉଠାନ୍ତୁ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଭାରତରେ ନବସୃଜନରେ କରାଯାଇଥିବା ନିବେଶ ସବୁଠାରୁ ଅଧିକ ଲାଭ ପ୍ରଦାନ କରିବ । ଆଉ ଏହିସବୁ ଲାଭ କେବଳ ଭୌତିକ ହେବ ନାହିଁ, ବରଂ ଯୁବକମାନଙ୍କୁ ଶକ୍ତି ପ୍ରଦାନ କରିବ ।
ବନ୍ଧୁଗଣ!
ବିଶ୍ୱସ୍ତରୀୟ ବୃଦ୍ଧି ଏବଂ ବ୍ୟବସାୟର ବିକାଶ ପାଇଁ ଭିତ୍ତିଭୂମିର ମହତ୍ୱ କ୍ରମାଗତ ଭାବେ ବୃଦ୍ଧି ହୋଇ ଚାଲିଛି । ମୁଁ ମାନୁଛି କି ଭିତ୍ତିଭୂମି ହେଉଛି ଏକ ସୁଯୋଗ ପରିବୃଦ୍ଧିକାରୀ । ଭିତ୍ତିଭୂମି ବ୍ୟବସାୟ ପାଇଁ ନିବେଶ ନିମନ୍ତେ ବ୍ୟାପକ ସୁଯୋଗ ସୃଷ୍ଟି କରିଥାଏ । ତ ଅନ୍ୟପକ୍ଷରେ ବ୍ୟବସାୟର ବୃଦ୍ଧି ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ।
ସାଥୀଗଣ,
ଆଜି ବିଶ୍ୱରେ ଭୌତିକ ଭିତ୍ତିଭୂମିର ସୁଯୋଗ ସବୁଠାରୁ ଅଧିକ ବିକାଶଶୀଳ ଦେଶରେ ରହିଛି । ଏସିଆରେ ଦେଖିବା ତ, ଭିତ୍ତିଭୂମିରେ ପ୍ରତି ବର୍ଷ 700 ବିଲିୟନ ଆମେରିକୀୟ ଡଲାରର ନିବେଶର ଆବଶ୍ୟକତା ରହିଛି । ଭାରତରେ ଆମେ ଆଗାମୀ କିଛି ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ 1.5 ଟ୍ରିଲିୟନ ଡଲାର ନିବେଶ କରିବାର ଲକ୍ଷ୍ୟ ରଖିଛୁ । ଆଉ ପୁଣି, ଆଜି ଆମେ ଭିତ୍ତିଭୂମି କ୍ଷେତ୍ରରେ ସ୍ଥାଣୁତାର ସହ ଚିନ୍ତା କରୁ ନାହୁଁ ବରଂ ଆମର ପ୍ରୟାସରେ ସମନ୍ୱିତ ଆଭିମୁଖ୍ୟ ରହିଛି । ଗୋଟିଏ ରାଷ୍ଟ୍ର ଗୋଟିଏ ପାୱାର ଗ୍ରୀଡ଼୍, ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ୟାସ ଗ୍ରୀଡ଼୍ ଏବଂ ଗୋଟିଏ ରାଷ୍ଟ୍ର ଗୋଟିଏ ୱାଟର ଗ୍ରୀଡ଼୍, ଗୋଟିଏ ରାଷ୍ଟ୍ର ଗୋଟିଏ ମୋବିଲିଟି କାର୍ଡ, ଗୋଟିଏ ରାଷ୍ଟ୍ର ଗୋଟିଏ ଅପ୍ଟିକାଲ ଫାଇବର ନେଟୱାର୍କ, ଭଳି ଅନେକ ପ୍ରୟାସ ମାଧ୍ୟମରେ ଆମେ ଭାରତର ଭିତ୍ତିଭୂମିକୁ ସମନ୍ୱିତ କରୁଛୁ । ଆମେ ପ୍ରତ୍ୟେକ ଭାରତୀୟଙ୍କୁ ଘର ଦେବାର, ଆଉ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ଏବଂ ପାଇପ୍ ଯୋଗେ ପାନୀୟଜଳ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ । ଭିତ୍ତିଭୂମିର ନିର୍ମାଣରେ ନିଜର ଗତି ଏବଂ ମାନକକୁ ମଧ୍ୟ ଆମେ ଅଦ୍ଭୁତପୂର୍ବ ଭାବେ ବୃଦ୍ଧି କରିଛୁ । ଆଉ ଏଥିପାଇଁ ଭାରତରେ ଭିତ୍ତିଭୂମିର ଅଭିବୃଦ୍ଧି ଦୁଇ ଅଙ୍କରେ ରହିବ, ଆଉ ଏଥିରେ ଦକ୍ଷତାର ପରିପୂର୍ଣ୍ଣତାର ସମ୍ଭାବନା ନାହିଁ । ଏହି କାରଣରୁ ନିବେଶକମାନଙ୍କୁ ସୁନିଶ୍ଚିତ ଲାଭର ସମ୍ଭାବନା ରହିବ ।
ସାଥୀଗଣ,
ତୃତୀୟ ପ୍ରବୃତି ଅର୍ଥାତ ମାନବ ସମ୍ବଳ ଏବଂ ଭବିଷ୍ୟତର କାର୍ଯ୍ୟରେ ଆସୁଥିବା ପରିବର୍ତ୍ତନ ମଧ୍ୟ ହେଉଛି ମହତ୍ୱପୂର୍ଣ୍ଣ । ଆଜି ଆନ୍ତର୍ଜାତିକ ନିବେଶ ଗୁଣାତ୍ମକ ମାନବ ସମ୍ବଳର ଉପଲବ୍ଧତା ଉପରେ ନିର୍ଭର କରିଛି । ଏହା ସହିତ କୁଶଳୀ ମାନବ ସମ୍ବଳ ଯେକୌଣସି କମ୍ପାନୀର ମୂଲ୍ୟାୟନ ପାଇଁ ମାନଦଣ୍ଡ ପାଲଟି ଯାଇଛି । ଏଭଳି କ୍ଷେତ୍ରରେ ଦ୍ରୁତ ଗତିରେ ଲୋକଙ୍କୁ କୁଶଳୀ କରିବା ଆମ ସମ୍ମୁଖରେ ଏକ ଆହ୍ୱାନ ପାଲଟିଛି । ଯେଭଳି କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସୁଛି, ସେ କ୍ଷେତ୍ରରେ ଆଗାମୀ ବର୍ଷମାନଙ୍କରେ ଆମକୁ ଅନେକ ଥର ଲୋକଙ୍କୁ ପୁନଃ ଦକ୍ଷ କରିବାକୁ ପଡ଼ିବ । ଶିକ୍ଷିତ-ଅଶିକ୍ଷିତ ଏବଂ ପୁନଃଶିକ୍ଷିତ ଚକ୍ରଣ ଜରୁରୀ ହୋଇ ପଡ଼ିବ ।
ବନ୍ଧୁଗଣ,
ଭାରତର ଦକ୍ଷ ମାନବ ସମ୍ବଳକୁ ସାରା ବିଶ୍ୱରେ ଆଦର ଓ ପ୍ରତିଷ୍ଠା ମିଳୁଛି । ଭାରତୀୟ ପ୍ରତିଭା ଏଠାରେ ସାଉଦୀ ଆରବରେ ଅନୁଶାସିତ ଆଇନର ପାଳନ କରି ପରିଶ୍ରମୀ ଏବଂ କୁଶଳ କାର୍ଯ୍ୟବଳ ଭାବେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି । ଭାରତରେ ଦକ୍ଷତାର ବିକାଶ କରିବା ପାଇଁ ଆମେ ଏକ ବ୍ୟାପକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରିଛୁ ଆଉ ଏହା ଉପରେ କ୍ରମାଗତ ଭାବେ କାର୍ଯ୍ୟ କରାଯାଉଛି । ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆଗାମୀ 3-4 ବର୍ଷରେ 400 ମିଲିୟନ ଲୋକଙ୍କୁ ବିଭିନ୍ନ ଦକ୍ଷତାରେ ତାଲିମ ଦେବୁ । ଭାରତରେ ନିବେଶ କରୁଥିବା କମ୍ପାନୀଙ୍କୁ ଏହାଦ୍ୱାରା ନିଶ୍ଚିତ ଦକ୍ଷ ମାନବ ସମ୍ବଳ ମିଳିବ ।
ସାଥୀଗଣ,
ଦକ୍ଷ ମାନବ ସମ୍ବଳର ହସ୍ତାନ୍ତର ସହଜ କରିବା ଦ୍ୱାରା ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା ବୃଦ୍ଧି ହେବ । ମୁଁ ମାନୁଛି କି ଆମକୁ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ବୁଝାମଣାକୁ କେବଳ ସାମଗ୍ରୀ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ । ବରଂ ମାନବ ସମ୍ବଳ ଆଉ ଦକ୍ଷତାର ଆଦାନ ପ୍ରଦାନକୁ ମଧ୍ୟ ତାହାର ବିଭିନ୍ନ ଅଙ୍ଗ ଭାବେ ସାମିଲ କରି ସେଥିରେ ସରଳତା ଆଣିବା ଦରକାର ।
ଚତୁର୍ଥ ପ୍ରବୃତି ଅର୍ଥାତ ପର୍ଯ୍ୟାବରଣ ପ୍ରତି ଦୟାଭାବ, କେବଳ ଏକ ପ୍ରବୃତି ନୁହେଁ, ବରଂ ଆମ ସମୟର ଆବଶ୍ୟକତା ପାଲଟି ଯାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ସ୍ୱଚ୍ଛ ଇନ୍ଧନର ମହତ୍ଵ ଏତେ ବ୍ୟାପକ ଯେ ତାକୁ ଅଣଦେଖା କରାଯାଇ ପାରିବନାହିଁ । ଆଗାମୀ ଦିନରେ ଆମର ଶକ୍ତି ଆହରଣର ପଦ୍ଧତି ଆହୁରି ବଦଳିବ । କୋଇଲାରୁ ତୈଳ ଏବଂ ତୈଳରୁ ଗ୍ୟାସ ଏବଂ ପୁଣି ଅକ୍ଷୟ ଶକ୍ତି ଆଡକୁ ଅଧିକ ଚାପ ପଡିବ । ଉର୍ଜ୍ଜାର ବ୍ୟୟ ଏବଂ ଉର୍ଜ୍ଜାରର ସଞ୍ଚୟ ଦୁଇଟି ଯାକ ହିଁ ମହତ୍ତ୍ଵପୂର୍ଣ୍ଣ, ଆଉ ମହଜୁଦ କରିବା ମଧ୍ୟ । ପର୍ଯ୍ୟାବରଣରେ ଅବନତିର ଆହ୍ୱାନ ମଧ୍ୟ ବଢି ଚାଲିବ । ଏହାକୁ ହୃଦୟଙ୍ଗମ କରି ଭାରତରେ ଆମେ ଗ୍ୟାସ ଏବଂ ତୈଳ କ୍ଷେତ୍ରର ଭିତ୍ତିଭୂମିରେ ବ୍ୟାପକ ମାତ୍ରାରେ ନିବେଶ ବୃଦ୍ଧି କରୁଛୁ । 2024 ସୁଦ୍ଧା ଆମେ ରିପାଇନିଙ୍ଗ, ପାଇପ ଲାଇନ୍ ଏବଂ ଗ୍ୟାସ ଟର୍ମିନାଲରେ 100 ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ନିବେଶର ଲକ୍ଷ୍ୟ ରଖିଛୁ । ମୁଁ ଖୁସି ଯେ ସାଉଦୀ ଆର୍ମାକୋ ଭାରତରେ ପଶ୍ଚିମ ଉପକୂଳ ରିଫାଇନାରୀ ପ୍ରକଳ୍ପ-ଯାହା ହେବ ଏସିଆର ରିଫାଇନାରୀ – ସେଥିରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି । ଆମେ ନିକଟରେ ହିଁ ଡାଉନଷ୍ଟ୍ରିମ ସେକ୍ଟରରେ, ବିଶେଷ କରି ଖୁଚୁରା ବଜାରରେ ନିବେଶର ନୀତି ନିୟମକୁ ଆହୁରି ସରଳ କରିଛୁ, ଯାହାଦ୍ୱାରା ଏହି କ୍ଷେତ୍ରରେ ବ୍ୟବସାୟ ସୁଗମତା ଆହୁରି ବୃଦ୍ଧି ପାଇବ । ଏହା ବ୍ୟତୀତ ଆମେ ଅକ୍ଷୟ ଶକ୍ତି କ୍ଷେତ୍ରରୁ 175 ଜିଗା ୱାଟ ଉର୍ଜ୍ଜା ଉତ୍ପାଦନ କରିବାର ଯେଉଁ ଲକ୍ଷ୍ୟ ରଖିଥିଲୁ, ତାହାକୁ ମଧ୍ୟ ଆଗାମୀ ବର୍ଷ ମାନଙ୍କରେ ବୃଦ୍ଧି କରି 450 ଜିଗା ୱାଟ ପର୍ଯ୍ୟନ୍ତ ନେଇ ଯିବାକୁ ସ୍ଥିର କରିଛୁ । ଦ୍ରୁତ ଗତିରେ ବଢୁଥିବା ଭାରତର ଅର୍ଥନୀତି ପାଇଁ ଉର୍ଜ୍ଜାରେ ନିବେଶ କରିବା ହେଉଛି ବହୁତ ଜରୁରି । ଆଉ ଆମେ ଏଠାରେ ଉପସ୍ଥିତ ଶକ୍ତି କମ୍ପାନୀ ଗୁଡିକୁ ଏହି ଅବସରର ଲାଭ ଉଠାଇବା ପାଇଁ ଅନୁରୋଧ କରୁଛୁ ।
ବନ୍ଧୁଗଣ,
ଅନ୍ତିମ କିନ୍ତୁ ଶେଷ ନୁହେଁ, ପଞ୍ଚମ ପ୍ରବୃତି ଅର୍ଥାତ ସରକାରଙ୍କର ପରିବର୍ତ୍ତିତ ଭୂମିକା ଏବଂ ତାହାର ବ୍ୟବସାୟର ଭବିଷ୍ୟତ ଉପରେ ମଧ୍ୟ ବହୁତ ବ୍ୟାପକ ପ୍ରଭାବ ରହିଛି । ମୋର ଗୁରୁତ୍ୱ ସବୁବେଳେ ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ ଉପରେ ରହିଛି । ମୁଁ ବୁଝି ପାରୁଛି ଯେ, ପ୍ରତିଦ୍ୱନ୍ଦିତା, ନବସୃଜନ ଏବଂ ଗତିଶୀଳ ବ୍ୟବସାୟିକ କ୍ଷେତ୍ର ପାଇଁ ସକ୍ରିୟ ତଥା ପାରଦର୍ଶୀ ପ୍ରଶାସନ ଉତ୍ତମ ସୁବିଧା ଉପଲବ୍ଧକାରୀର ଭୂମିକା ତୁଲାଇ ପାରିବ । ସ୍ପଷ୍ଟ ନିୟମ ଏବଂ ନିରପେକ୍ଷ ବ୍ୟବସ୍ଥା ଘରୋଇ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଆବଶ୍ୟକ । ଏହି ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ସହିତ ଭାରତ ବିଗତ ପାଞ୍ଚ ବର୍ଷରେ ଆମେ ଅନେକ ପ୍ରମୁଖ ଢାଞ୍ଚା ଗତ ସଂସ୍କାର କରିଛୁ । ଏଫଡିଆଇ ନୀତିକୁ ସୁଗମ ଏବଂ ସରଳ କରିବା କାରଣରୁ ଆଜି ଭାରତ ବିଦେଶୀ ନିବେଶର ସବୁଠାରୁ ବଡ଼ କ୍ଷେତ୍ର ପାଲଟି ଯାଇଛି । ବିଗତ 5 ବର୍ଷରେ ଭାରତରେ 286 ବିଲିୟନ ଆମେରିକୀୟ ଡଲାର ପ୍ରତ୍ୟକ୍ଷ ବିଦେଶ ନିବେଶ ହୋଇଛି । ଏହା ବିଗତ 20 ବର୍ଷରେ ଭାରତରେ ମୋଟ ଏଫଡିଆଇ ଆଗମନର ହେଉଛି ପ୍ରାୟ ଅଧା । ଦେବାଳିଆ ଏବଂ ବ୍ୟାଙ୍କିଙ୍ଗ ସଂହିତା ହେଉ ଅବା ସାରାଦେଶ ପାଇଁ ଏକକ ଟିକସ ବ୍ୟବସ୍ଥା, ଆମେ କଠୋରରୁ କଠୋର ନିଷ୍ପତ୍ତି ନେଇଛୁ । ଆଜି ଭାରତର ଟିକସ ବ୍ୟବସ୍ଥା ଆଉ ଆଇପିଆର ଶାସନ ବିଶ୍ୱର ସବୁଠାରୁ ଉତ୍ତମ ବ୍ୟବସାୟିକ ଶାସନ ସହିତ ତୁଳନୀୟ । ଏଭଳି ସଂସ୍କାର କାରଣରୁ ପ୍ରତ୍ୟେକ ବିଶ୍ୱ ରାଙ୍କିଙ୍ଗରେ ଭାରତ ନିରନ୍ତର ଉନ୍ନତ ପ୍ରଦର୍ଶନ କରି ଚାଲିଛି । ପଣ୍ୟ ପରିବହନ ପ୍ରଦର୍ଶନ ସୁଚକାଙ୍କ, 10ଟି ସ୍ଥାନର ଲମ୍ପ ପ୍ରଦାନ କରି ବିଶ୍ୱ ନବସୃଜନ ସୂଚୀରେ 24 ନମ୍ବରର ସୁଧାର, ବିଶ୍ୱ ବ୍ୟାଙ୍କର ବ୍ୟବସାୟ ସୁଗମତା ସୂଚୀରେ 2014ରେ ଆମେ 142ରେ ଥିଲୁ । ସେଠାରୁ ଉପରକୁ ଉଠି ଆଜି 2019ରେ ଆମେ 63 ତମ ସ୍ଥାନରେ ଅଛୁ । କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ଆମେ ବିଶ୍ୱର ଶ୍ରେଷ୍ଠ 10 ସଂସ୍କାର ଆଣୁଥିବା ଦେଶ ମଧ୍ୟରେ ରହିଛୁ । ଆମେ 1500ରୁ ଅଧିକ ଏଭଳି ପୁରୁଣା ଆଇନକୁ ରଦ୍ଦ କରି ଦେଇଛୁ, ଯାହା ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ।
ସାଥୀଗଣ,
ବିଗତ ଚାରି-ପାଞ୍ଚ ବର୍ଷରେ ଅତିରିକ୍ତ 350 ମିଲିୟନରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ସଂଯୋଗ କରାଯାଇଛି । ଭାରତରେ ଆଜି ପ୍ରାୟ ପ୍ରତ୍ୟେକ ନାଗରିକଙ୍କ ପାଖରେ ୟୁନିକ୍ ଆଇଡି, ମୋବାଇଲ ଫୋନ୍ ଏବଂ ବ୍ୟାଙ୍କ ଖାତା ଅଛି । ଏହି ବ୍ୟବସ୍ଥା ଯୋଗୁଁ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତରରେ ପାରଦର୍ଶୀତା ଯୋଗୁଁ 20 ବିଲିୟନ ଡଲାରରୁ ଅଧିକ ଲିକେଜକୁ ବନ୍ଦ କରାଯାଇ ପାରିଛି । ଅର୍ଥାତ 20 ବିଲିୟନ ଡଲାରର ସଞ୍ଚୟ ହୋଇଛି । ସ୍ୱାସ୍ଥ୍ୟ ଯେ, କୌଣସି ସରକାରଙ୍କ ପାଇଁ ହେଉଛି ମହତ୍ୱପୁର୍ଣ୍ଣ ଦାୟିତ୍ୱ । ଏହି କ୍ଷେତ୍ରରେ ଗୁଣାତ୍ମକ ସେବା ବୃଦ୍ଧି କରିବା ପାଇଁ ଭାରତ ଅନେକ ପ୍ରୟାସ କରିଛି । ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତରେ 50 କୋଟି, ଅର୍ଥାତ ଆମେରିକା, କାନାଡା ଏବଂ ମେକ୍ସିକୋର ମୋଟ ଜନସଂଖ୍ୟାରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରୁଛି । କେବଳ ଏତିକି ନୁହେଁ, ଏହି ଯୋଜନା ଯୋଗୁଁ ଭାରତରେ ସ୍ୱାସ୍ଥ୍ୟ ସୁରକ୍ଷାରେ ନିବେଶର ଅପାର ସମ୍ଭାବନା ବଢିଯାଇଛି । ଆଜି ଭାରତ ସର୍ବବୃହତ ସ୍ଵାସ୍ଥ୍ୟ ସେବା ଉପଭୋକ୍ତା ଏବଂ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଉପଳବ୍ଧକାରୀ ମଧ୍ୟ । ସ୍ଵାସ୍ଥ୍ୟ ସେବାରେ ଟେକ୍ନୋଲୋଜିର ବ୍ୟବହାରରେ ଆମେ ବିପ୍ଳବ ଆଣି ପାରିଛୁ । ଏହାଦ୍ୱାରା ନା କେବଳ ଅର୍ଥନୈତିକ ସୁଯୋଗ ସୃଷ୍ଟି ହୋଇଛି, ବରଂ କୋଟି କୋଟି ଲୋକଙ୍କ ଉତ୍ପାଦନ କ୍ଷମତା ବଢ଼ିଛି ।
ସାଥୀଗଣ,
ଆଜିର ଏହି ମଞ୍ଚରୁ ମୁଁ ଆପଣମାନଙ୍କୁ ବିଶ୍ୱାସର ସହିତ କହିବାକୁ ଚାହୁଁଛି କି ଭାରତର ପ୍ରଗତିର ଏହି ଗତି ଆହୁରି ଗତିଶୀଳ ହେବ । ଆମେ ଦେଶର ବିକାଶ ସହିତ ଜଡ଼ିତ ପ୍ରତ୍ୟେକ ନିଷ୍ପତ୍ତି ନେଉଛୁ । ନା ଆମ ନୀତିରେ ବିଭ୍ରାନ୍ତି ଅଛି ନା ହିଁ ଆମ ଲକ୍ଷ୍ୟରେ ସନ୍ଦେହ ଅଛି । ଆମର 5 ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟର ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ଏହି ଲକ୍ଷ୍ୟ କେବଳ ପରିମାଣଭିତ୍ତିକ ଅଭିବୃଦ୍ଧିର ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ଗୁଣାତ୍ମକ ଜୀବନ ଶୈଳୀକୁ ଉନ୍ନତ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ । ଆମେ ବ୍ୟବସାୟ ସୁଗମତାରେ ନୁହେଁ, ସହାବସ୍ଥାନ ସୁଗମତାରେ ମଧ୍ୟ ସଂସ୍କାର ଆଣିଛୁ । ରାଜନୈତିକ ସ୍ଥିରତା, ଭବିଷ୍ୟତର ନୀତି ନିର୍ଦ୍ଧାରଣ ଏବଂ ବୃହତ ବିବିଧ ବଜାର ବ୍ୟବସ୍ଥା କାରଣରୁ, ଭାରତରେ ଆପଣମାନଙ୍କର ନିବେଶ ସବୁଠାରୁ ଅଧିକ ଲାଭଦାୟକ ରହିବ ।
ବନ୍ଧୁଗଣ,
ଆମର ସହଯୋଗୀ ଦେଶର ସହଯୋଗ ଆମର ବିକାଶ ଯାତ୍ରାର ହେଉଛି ଅଭିନ୍ନ ଅଙ୍ଗ । ସମସ୍ତ ଦେଶ ସହିତ ପରିପୂରକତା ଅନ୍ୱେଷଣ କରି, ଆଉ ତାଳମେଳ ବୃଦ୍ଧିକରି, ଆମେ ବିଜୟୀ-ବିଜେତା ହେବାର ସମାଧାନ ପାଇଁ କାର୍ଯ୍ୟ କରୁଛୁ । ସାଉଦୀ ଆରବର 2030 ଦୃଷ୍ଟିପତ୍ର ଏବଂ ଅର୍ଥନୀତିକୁ ବ୍ୟାପକ କରିବା ପାଇଁ ଯୋଜନାଗୁଡ଼ିକୁ ସଫଳ କରିବା ପାଇଁ ଆମେ ସେମାନଙ୍କ ସହିତ ପାଦରେ ପାଦ ମିଳାଇ ଚାଲିବୁ ।
ବନ୍ଧୁଗଣ,
ଭାରତର ସ୍ୱାଧୀନତାକୁ 2022ରେ 75 ବର୍ଷ ପୂରଣ ହେବ । ଆମେ ସେହି ସମୟ ପର୍ଯ୍ୟନ୍ତ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ନିଜ ସାମ୍ନାରେ ରଖିଛୁ । ସେହି ନ୍ୟୁ ଇଣ୍ଡିଆରେ ପ୍ରତ୍ୟେକ ଭାରତୀୟଙ୍କ ଆଖିରେ ନୂତନ ସ୍ୱପ୍ନ ରହିବ । ହୃଦୟରେ ନୂତନ ସମ୍ବଳ ଥିବ ଆଉ ପାଦରେ ନୂତନ ଶକ୍ତି ଥିବ । ସେହି ନୂତନ ଭାରତରେ ନୂତନ ସାମର୍ଥ୍ୟ ଏବଂ ନୂତନ କ୍ଷମତା ଥିବ ।
ବନ୍ଧୁଗଣ,
ସେହି ସାମର୍ଥ୍ୟ ଏବଂ ଶକ୍ତିମାନ ଭାରତ କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଶାନ୍ତି ଏବଂ ଉଲ୍ଲାସର ସ୍ରୋତ ହେବ । ଇତିହାସ ସାକ୍ଷୀ ରହିଛି କି ଭାରତ ଯେତେବେଳେ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ଥିଲା, ଆଉ ସୈନ୍ୟବଳରେ ମଧ୍ୟ ସବଳ ଥିଲା, ସେତେବେଳେ ମଧ୍ୟ ଆମେ କାହା ଉପରେ ଚାପ ସୃଷ୍ଟି କରି ନଥିଲୁ, କାହା ଉପରେ ବଳ ପ୍ରୟୋଗ କରି ନ ଥିଲୁ । ଭାରତ ନିଜର କ୍ଷମତା ଏବଂ ଉପଲବ୍ଧିଗୁଡ଼ିକୁ ସମଗ୍ର ଦୁନିଆ ସହିତ ବାଣ୍ଟିଛି । କାରଣ ଆମେ ସମଗ୍ର ଦୁନିଆକୁ ଗୋଟିଏ ପରିବାର ବୋଲି ଭାବିଛୁ – ‘ବସୁଧୈବ କୁଟୁମ୍ବକମ୍’ । ନୂତନ ଭାରତରେ ନୂତନ ଶକ୍ତି ରହିବ କିନ୍ତୁ ତା’ ଚିନ୍ତାଧାରାରେ ସେହି ସନାତନ ଆତ୍ମା ଉଦ୍ଭାସିତ ହେବ । ଆମର ବିକାଶ ବିଶ୍ୱରେ ବିଶ୍ୱାସ ସୃଷ୍ଟି କରିବ । ଆମର ପ୍ରଗତି ପରସ୍ପର ପ୍ରେମ ବଢ଼ାଇବ । ବିଶ୍ୱକଲ୍ୟାଣର ଏହି ଯାତ୍ରାରେ ଭାରତ ସହିତ ସହଭାଗୀ ହେବା ପାଇଁ, ମୁଁ ଆପଣମାନଙ୍କୁ, ସମଗ୍ର ବିଶ୍ୱର ବ୍ୟବସାୟୀ ଗୋଷ୍ଠୀଙ୍କୁ ଆମନ୍ତ୍ରିତ କରୁଛି । ମୋର ଟିମ୍ ସଦାସର୍ବଦା ଆପଣମାନଙ୍କ ସହାୟତା ପାଇଁ ତତ୍ପର ଅଛୁ । ଆପଣମାନେ ମୋତେ କିଛି ବିଚାର ବିନିମୟ କରିବାର ସୁଯୋଗ ଦେଲେ ଆଉ ମୋତେ ଧ୍ୟାନର ସହିତ ଶୁଣିଲେ । ଏଥିପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ପୁଣିଥରେ ଯୁବରାଜଙ୍କୁ, ମହାରାଜଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇ ମୋ ବକ୍ତବ୍ୟ ଶେଷ କରୁଛି, ବହୁତ ବହୁତ ଧନ୍ୟବାଦ ।
**************
The times of a bipolar world have gone. We live in a time where every nation is connected and dependent on each other.
— PMO India (@PMOIndia) October 29, 2019
Need of the hour is to strengthen a multi-polar order.
Each and every nation is important today: PM @narendramodi pic.twitter.com/ntQ58w86TV
We have to think whether the UN has risen to the occasion when it comes to conflict resolution. I had raised this issue when the UN turned 70 but much discussion couldn’t happen. I hope this topic is discussed more actively when the UN turns 75: PM @narendramodi pic.twitter.com/qE1knsFDVP
— PMO India (@PMOIndia) October 29, 2019
My aim is to empower the poorest of the poor and ensure they lead a life of dignity: PM @narendramodi pic.twitter.com/0J6UqBIKBg
— PMO India (@PMOIndia) October 29, 2019
I am always thinking- how can India contribute to global good.
— PMO India (@PMOIndia) October 29, 2019
Whatever we are doing in India will strengthen global initiatives too.
Take for instance our aim to end TB in 2025, before the global target of 2030.
When India succeeds, the world will be a healthier place: PM pic.twitter.com/YteWxPcml3
Five trends that will influence global business in the 21st century. pic.twitter.com/brUZWhTTp2
— Narendra Modi (@narendramodi) October 29, 2019
Infrastructure is an opportunity multiplier.
— Narendra Modi (@narendramodi) October 29, 2019
We in India are leaving no stone unturned to build next-generation infrastructure. pic.twitter.com/EzyQdkvNBq
The need of the hour today- compassion towards the environment. pic.twitter.com/9VuW61XJqs
— Narendra Modi (@narendramodi) October 29, 2019
India has:
— Narendra Modi (@narendramodi) October 29, 2019
Political stability.
Predictable policies.
Diverse markets.
This is a great time to invest and do business in India. pic.twitter.com/kA0W9uPO6p
Honoured to have addressed the @FIIKSA. Here are some pictures from the evening. pic.twitter.com/FWhUIUHoJ5
— Narendra Modi (@narendramodi) October 29, 2019