ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।
ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।
ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବିସ୍ତୃତ ଆକଳନ ପାଇଁ ଧନ୍ୟବାଦ ଜଣାଇବା ସହିତ, ପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କରିଥିଲେ।
ଉଭୟ ନେତା ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ପ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ଚଳିତ ବର୍ଷ ଶେଷରେ ୨୩ତମ ଭାରତ – ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ।
SSP/Swadhin
Had a very good and detailed conversation with my friend President Putin. I thanked him for sharing the latest developments on Ukraine. We also reviewed the progress in our bilateral agenda, and reaffirmed our commitment to further deepen the India-Russia Special and Privileged…
— Narendra Modi (@narendramodi) August 8, 2025