ପିଏମଇଣ୍ଡିଆ
ମହାମହିମ, ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନ,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର!
“ଦୋବରି ଦେନ”!
ଆଜି ଭାରତ – ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ “ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀ”ର ମାନ୍ୟତା ମିଳିଥିଲା।
ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର ନେତୃତ୍ୱ ଏବଂ ଦୃଷ୍ଟିକୋଣ ସହିତ ଏହି ସମ୍ପର୍କକୁ ସର୍ବଦା ପରିପୁଷ୍ଟ କରିଛନ୍ତି। ତାଙ୍କ ନେତୃତ୍ୱ ସମସ୍ତ ପ୍ରକାର ପରିସ୍ଥିତିରେ ଆମର ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ଭାରତ ପ୍ରତି ଏହି ଗଭୀର ବନ୍ଧୁତା ଏବଂ ଅଟଳ ପ୍ରତିବଦ୍ଧତା ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।
ବନ୍ଧୁଗଣ,
ଗତ ଆଠ ଦଶନ୍ଧି ଧରି ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି। ମାନବତାକୁ ଅନେକ ଆହ୍ୱାନ ଏବଂ ସଙ୍କଟର ସାମନା କରିବାକୁ ପଡିଛି। ଏସବୁ ମଧ୍ୟରେ, ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଏକ ଧୃବ ତାରା ପରି ଅଟଳ ହୋଇ ରହିଛି। ପାରସ୍ପରିକ ସମ୍ମାନ ଏବଂ ଗଭୀର ବିଶ୍ୱାସ ଉପରେ ଗଠିତ ଏହି ସମ୍ପର୍କ ସର୍ବଦା ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ଆଜି, ଆମେ ଏହି ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ସହଯୋଗର ସମସ୍ତ ଦିଗ ଉପରେ ଆଲୋଚନା କରିଛୁ। ଆର୍ଥିକ ସହଯୋଗକୁ ନୂତନ ଉଚ୍ଚତାକୁ ନେବା ହେଉଛି ଆମର ମିଳିତ ପ୍ରାଥମିକତା। ଏହାକୁ ହାସଲ କରିବା ପାଇଁ, ଆମେ ୨୦୩୦ ପର୍ଯ୍ୟନ୍ତ ଏକ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତ ହୋଇଛୁ। ଏହା ଆମର ବାଣିଜ୍ୟ ଏବଂ ନିବେଶକୁ ବିବିଧ, ସନ୍ତୁଳିତ ଏବଂ ସ୍ଥାୟୀ କରିବ, ଏବଂ ଆମର ସହଯୋଗ କ୍ଷେତ୍ରରେ ନୂତନ ପରିମାଣ ମଧ୍ୟ ଯୋଡ଼ିବ।
ଆଜି, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଭାରତ – ରୁଷ ବ୍ୟବସାୟ ଫୋରମରେ ଯୋଗ ଦେବୁ। ମୁଁ ବିଶ୍ୱାସ କରୁଛି ଯେ, ଏହି ଫୋରମ ଆମର ବ୍ୟାବସାୟିକ ସମ୍ପର୍କକୁ ନୂତନ ଶକ୍ତି ପ୍ରଦାନ କରିବ। ଏହା ରପ୍ତାନି, ସହ-ଉତ୍ପାଦନ ଏବଂ ସହ- ନବସୃଜନ ପାଇଁ ମଧ୍ୟ ନୂତନ ଦ୍ୱାର ଖୋଲିବ।
ଉଭୟ ପକ୍ଷ ୟୁରେସୀୟ ଅର୍ଥନୈତିକ ସଂଘ ସହିତ ଏକ ଏଫଟିଏ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରୁଛନ୍ତି। ଖାଦ୍ୟ ସୁରକ୍ଷା ଏବଂ କୃଷକ କଲ୍ୟାଣ ପାଇଁ କୃଷି ଏବଂ ସାର କ୍ଷେତ୍ରରେ ଆମର ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଖୁସି ଯେ, ଏହାକୁ ଆଗକୁ ନେଇ, ଉଭୟ ପକ୍ଷ ଏବେ ୟୁରିଆ ଉତ୍ପାଦନ ପାଇଁ ଏକାଠି ପ୍ରୟାସ କରୁଛନ୍ତି।
ବନ୍ଧୁଗଣ,
ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବା ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା। ଆମେ ଆଇଏନଏସଟିସି, ଉତ୍ତର ସମୁଦ୍ର ମାର୍ଗ ଏବଂ ଚେନ୍ନାଇ – ଭ୍ଲାଡିଭୋସ୍ତକ୍ କରିଡରରେ ନୂତନ ଶକ୍ତି ସହିତ ଆଗକୁ ବଢ଼ିବୁ। ମୁଁ ଖୁସି ଯେ ଏବେ ଆମେ ମେରୁ ଜଳରାଶିରେ ଭାରତୀୟ ନାବିକମାନଙ୍କୁ ତାଲିମ ଦେବାରେ ସହଯୋଗ କରିବୁ। ଏହା କେବଳ ଆର୍କଟିକରେ ଆମର ସହଯୋଗକୁ ମଜବୁତ କରିବ ନାହିଁ ବରଂ ଭାରତର ଯୁବପିଢ଼ି ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହିପରି, ଜାହାଜ ନିର୍ମାଣରେ ଆମର ଗଭୀର ସହଯୋଗ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣକୁ ମଜବୁତ କରିବାର ସମ୍ଭାବନା ରଖିଛି। ଏହା ଆମର ବଳିଷ୍ଠ ସହଯୋଗର ଆଉ ଏକ ଚମତ୍କାର ଉଦାହରଣ, ଯାହା ନିଯୁକ୍ତି, ଦକ୍ଷତା ଏବଂ ଆଞ୍ଚଳିକ ସଂଯୋଗକୁ ମଜବୁତ କରିବ।
ଶକ୍ତି ସୁରକ୍ଷା ଭାରତ – ରୁଷ ସହଭାଗୀତାର ଏକ ଦୃଢ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି। ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ଆମର ଦଶନ୍ଧି ପୁରୁଣା ସହଯୋଗ ସ୍ୱଚ୍ଛ ଶକ୍ତିର ସହ ଭାଗିତା ଉନ୍ନତି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଆମେ ଏହି ଦୃଢ ସହଯୋଗ ଜାରି ରଖିବୁ।
ବିଶ୍ୱବ୍ୟାପୀ ସୁରକ୍ଷିତ ଏବଂ ବିବିଧ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଆମର ସହଯୋଗ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ୱଚ୍ଛ ଶକ୍ତି, ଉଚ୍ଚ – ପ୍ରଯୁକ୍ତି ଉତ୍ପାଦନ ଏବଂ ନୂତନ ଯୁଗର ଉଦ୍ୟୋଗ କ୍ଷେତ୍ରରେ ଆମର ସହଭାଗୀତାକୁ ଦୃଢ଼ ସମର୍ଥନ ପ୍ରଦାନ କରିବ।
ବନ୍ଧୁଗଣ,
ଆମର ସାଂସ୍କୃତିକ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭାରତ ଏବଂ ରୁଷ ସମ୍ପର୍କରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି। ଦଶନ୍ଧି ଧରି, ଆମ ଦୁଇ ଦେଶର ଲୋକମାନେ ପରସ୍ପର ମଧ୍ୟରେ ସ୍ନେହ, ସମ୍ମାନ ଏବଂ ଆତ୍ମୀୟତାର ଗଭୀର ଭାବନା ବାଣ୍ଟି ଆସିଛନ୍ତି। ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆମେ ଅନେକ ନୂତନ ପଦକ୍ଷେପ ନେଇଛୁ।
ଋଷରେ ବର୍ତ୍ତମାନ ଦୁଇଟି ନୂତନ ଭାରତୀୟ କନସୁଲେଟ୍ ଖୋଲିଛି। ଏହା ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ସଂଯୋଗକୁ ସୁଗମ କରିବ ଏବଂ ସମ୍ପର୍କକୁ ଘନିଷ୍ଠ କରିବ। ଏହି ବର୍ଷ ଅକ୍ଟୋବର ମାସରେ, କାଲମିକିଆରେ ଅନ୍ତର୍ଜାତୀୟ ବୌଦ୍ଧ ଫୋରମରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଆଶୀର୍ବାଦ ଗ୍ରହଣ କରିଥିଲେ।
ମୁଁ ଖୁସି ଯେ ଆମେ ଶୀଘ୍ର ରୁଷ ନାଗରିକମାନଙ୍କ ପାଇଁ ଏକ ନିଃଶୁଳ୍କ ୩୦-ଦିନିଆ ଇ – ପର୍ଯ୍ୟଟକ ଭିସା ଏବଂ ୩୦ – ଦିନିଆ ଗୋଷ୍ଠୀ ପର୍ଯ୍ୟଟନ ଭିସା ପ୍ରଚଳନ କରିବୁ।
ମାନବ ଶକ୍ତି ଗତିଶୀଳତା କେବଳ ଆମର ଲୋକଙ୍କୁ ସଂଯୋଗ କରିବ ନାହିଁ ବରଂ ଉଭୟ ଦେଶ ପାଇଁ ନୂତନ ଶକ୍ତି ଏବଂ ସୁଯୋଗ ସୃଷ୍ଟି କରିବ। ମୁଁ ଖୁସି ଯେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆମେ ବୃତ୍ତିଗତ ଶିକ୍ଷା, ଦକ୍ଷତା ଏବଂ ତାଲିମ ଉପରେ ମଧ୍ୟ ଏକାଠି କାମ କରିବୁ। ଆମେ ଉଭୟ ଦେଶର ଛାତ୍ର, ବିଦ୍ୱାନ ଏବଂ ଖେଳାଳିଙ୍କ ଆଦାନପ୍ରଦାନ ମଧ୍ୟ ବୃଦ୍ଧି କରିବୁ।
ବନ୍ଧୁଗଣ,
ଆଜି ଆମେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ। ଭାରତ ସର୍ବଦା ୟୁକ୍ରେନ ସମ୍ପର୍କରେ ଶାନ୍ତି ପାଇଁ ସମର୍ଥନ କରିଆସିଛି। ଏହି ସମସ୍ୟାର ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ଖୋଜିବା ପାଇଁ କରାଯାଉଥିବା ସମସ୍ତ ପ୍ରୟାସକୁ ଆମେ ସ୍ୱାଗତ କରୁ। ଭାରତ ସର୍ବଦା ଯୋଗଦାନ ଦେବାକୁ ପ୍ରସ୍ତୁତ ଅଛି ଏବଂ ଏହା କରି ଚାଲିବ।
ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ରୁଷ ଦୀର୍ଘଦିନ ଧରି କାନ୍ଧକୁ କାନ୍ଧ ମିଶାଇ ସହଯୋଗ କରିଆସୁଛନ୍ତି। ପହଲଗାଁଓ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ କାପୁରୁଷୋଚିତ ଆକ୍ରମଣ, ଏହି ସମସ୍ତ ଘଟଣାର ଆଧାର ସମାନ। ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ, ଏବଂ ଏହା ବିରୁଦ୍ଧରେ ବିଶ୍ୱସ୍ତରୀୟ ଏକତା ଆମର ସର୍ବବୃହତ ଶକ୍ତି।
ଭାରତ ଏବଂ ରୁଷ ମଧ୍ୟରେ ଜାତିସଂଘ, ଜି ୨୦, ବ୍ରିକ୍ସ, ଏସସିଓ ଏବଂ ଅନ୍ୟାନ୍ୟ ଫୋରମରେ ଘନିଷ୍ଠ ସହଯୋଗ ରହିଆସିଛି। ଘନିଷ୍ଠ ସମନ୍ୱୟର ସହିତ ଆଗକୁ ବଢ଼ି, ଆମେ ଏହି ସମସ୍ତ ଫୋରମରେ ଆମର ଆଲୋଚନା ଏବଂ ସହଯୋଗ ଜାରି ରଖିବୁ।
ମହାମହିମ,
ମୋର ବିଶ୍ୱାସ ରହିଛି ଯେ, ଆଗାମୀ ସମୟରେ, ଆମର ବନ୍ଧୁତା ଆମକୁ ବିଶ୍ୱସ୍ତରୀୟ ଆହ୍ଵାନ ଗୁଡିକୁ ସାମନା କରିବା ପାଇଁ ଶକ୍ତି ପ୍ରଦାନ କରିବ – ଏବଂ ଏହି ଆତ୍ମବିଶ୍ୱାସ ଆମର ମିଳିତ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ।
ମୁଁ ପୁଣି ଥରେ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ପ୍ରତିନିଧିମଣ୍ଡଳୀକୁ ଭାରତ ଗସ୍ତ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
SSP
Addressing the joint press meet with President Putin.@KremlinRussia_E https://t.co/ECjpvWj7CF
— Narendra Modi (@narendramodi) December 5, 2025
आज भारत और रूस के 23वें शिखर सम्मेलन में राष्ट्रपति पुतिन का स्वागत करते हुए मुझे बहुत खुशी हो रही है।
— PMO India (@PMOIndia) December 5, 2025
उनकी यात्रा ऐसे समय हो रही है जब हमारे द्विपक्षीय संबंध कई ऐतिहासिक milestones के दौर से गुजर रहे हैं: PM @narendramodi
पिछले आठ दशकों में विश्व में अनेक उतार चढ़ाव आए हैं।
— PMO India (@PMOIndia) December 5, 2025
मानवता को अनेक चुनौतियों और संकटों से गुज़रना पड़ा है।
और इन सबके बीच भी भारत–रूस मित्रता एक ध्रुव तारे की तरह बनी रही है।
परस्पर सम्मान और गहरे विश्वास पर टिके ये संबंध समय की कसौटी पर हमेशा खरे उतरे हैं: PM @narendramodi
आज राष्ट्रपति पुतिन और मुझे India–Russia Business Forum में शामिल होने का अवसर मिलेगा।
— PMO India (@PMOIndia) December 5, 2025
मुझे पूरा विश्वास है कि ये मंच हमारे business संबंधों को नई ताकत देगा। इससे export, co-production और co-innovation के नए दरवाजे भी खुलेंगे।
दोनों पक्ष यूरेशियन इकॉनॉमिक यूनियन के साथ FTA के…
Critical Minerals में हमारा सहयोग पूरे विश्व में secure और diversified supply chains सुनिश्चित करने के लिए महत्वपूर्ण है।
— PMO India (@PMOIndia) December 5, 2025
इससे clean energy, high-tech manufacturing और new age industries में हमारी साझेदारी को ठोस समर्थन मिलेगा: PM @narendramodi
ऊर्जा सुरक्षा भारत–रूस साझेदारी का मजबूत और महत्वपूर्ण स्तंभ रहा है।
— PMO India (@PMOIndia) December 5, 2025
Civil Nuclear Energy के क्षेत्र में हमारा दशकों पुराना सहयोग, Clean Energy की हमारी साझा प्राथमिकताओं को सार्थक बनाने में महत्वपूर्ण रहा है। हम इस win-win सहयोग को जारी रखेंगे: PM @narendramodi
अब हम भारत के seafarers की polar waters में ट्रेनिंग के लिए सहयोग करेंगे।
— PMO India (@PMOIndia) December 5, 2025
यह आर्कटिक में हमारे सहयोग को नई ताकत तो देगा ही, साथ ही इससे भारत के युवाओं के लिए रोजगार के नए अवसर बनेंगे: PM @narendramodi
इस वर्ष अक्टूबर में लाखों श्रद्धालुओं को “काल्मिकिया” में International Buddhist Forum मे भगवान बुद्ध के पवित्र अवशेषों का आशीर्वाद मिला: PM @narendramodi
— PMO India (@PMOIndia) December 5, 2025
मुझे खुशी है कि शीघ्र ही हम रूसी नागरिकों के लिए निशुल्क 30 day e-tourist visa और 30-day Group Tourist Visa की शुरुआत करने जा रहे हैं: PM @narendramodi
— PMO India (@PMOIndia) December 5, 2025
यूक्रेन के संबंध में भारत ने शुरुआत से शांति का पक्ष रखा है।
— PMO India (@PMOIndia) December 5, 2025
हम इस विषय के शांतिपूर्ण और स्थाई समाधान के लिए किए जा रहे सभी प्रयासों का स्वागत करते हैं।
भारत सदैव अपना योगदान देने के लिए तैयार रहा है और आगे भी रहेगा: PM @narendramodi
आतंकवाद के विरुद्ध लड़ाई में भारत और रूस ने लंबे समय से कंधे से कंधा मिलाकर सहयोग किया है।
— PMO India (@PMOIndia) December 5, 2025
पहलगाम में हुआ आतंकी हमला हो या क्रोकस City Hall पर किया गया कायरतापूर्ण आघात — इन सभी घटनाओं की जड़ एक ही है।
भारत का अटल विश्वास है कि आतंकवाद मानवता के मूल्यों पर सीधा प्रहार है और…
मुझे पूरा विश्वास है कि आने वाले समय में हमारी मित्रता हमें global challenges का सामना करने की शक्ति देगी — और यही भरोसा हमारे साझा भविष्य को और समृद्ध करेगा: PM @narendramodi
— PMO India (@PMOIndia) December 5, 2025