Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଡିଓ, ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


 

ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲାଭ:

ବିଦେଶୀ ପ୍ରସାରକମାନଙ୍କ ସହିତ ବୁଝାମଣା ଫଳରେ ସାର୍ବଜନୀକ ପ୍ରସାରକମାନେ ନୂତନ ଦୃଷ୍ଟିକୋଣ ଓ  ପ୍ରାଦ୍ୟୋଗିକୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ । ଏହା ଗଣମାଧ୍ୟମର ଉଦାରୀକରଣ ଏବଂ ଜଗତିକରଣରେ ମଧ୍ୟ ସହାୟକ ହେବ ।

ମୁଖ୍ୟ ପ୍ରଭାବ:

ପ୍ରଯୁକ୍ତିବିଦ୍ୟା, ବିଶେଷଜ୍ଞତାର ଆଦାନ-ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଫଳରେ ସାର୍ବଜନୀକ ପ୍ରସାରକମାନଙ୍କୁ ପ୍ରସାରଣ କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା କରିବାରେ ସହାୟତା ମିଳିବ । ପାରସ୍ପରିକ ସହଯୋଗରେ ପ୍ରସ୍ତୁତ କାର୍ଯ୍ୟକ୍ରମର ପ୍ରସାରଣ ଫଳରେ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ/ଶ୍ରୋତାଙ୍କ ମଧ୍ୟରେ ସମତା ଓ ସମାବେଶନର ବାତାବରଣ ନିର୍ମିତ ହେବ ।

 

**********