ପିଏମଇଣ୍ଡିଆ
ରେଳ ମନ୍ତ୍ରଣାଳୟ, ଭାରତ ଏବଂ ରେଳ ଗବେଷଣା ପ୍ରତିଷ୍ଠାନ, ଋଷ ସୂଚନା ଓ ପ୍ରଯୁକ୍ତି ଗବେଷଣା ଏବଂ ଡିଜାଇନ ପ୍ରତିଷ୍ଠାନ, ରେଲୱେ ଯୋଗାଯୋଗ ସିଗନାଲିଂ ଓ ଟେଲିଯୋଗାଯୋଗ ପ୍ରତିଷ୍ଠାନ, ଋଷ ମଧ୍ୟରେ ଡିଜାଇନ ଗବେଷଣା ଓ ପ୍ରତିଷ୍ଠାନର ସ୍ତରକୁ ନେଇ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ୟାବିନେଟ କମିଟିକୁ ଅବଗତ କରାଯାଇଛି।
ଏହି ବୁଝାମଣା ପତ୍ର ସୂଚନାର ଆଦାନ ପ୍ରଦାନ, ବିଶେଷଜ୍ଞମାନଙ୍କ ବୈଠକ, ଆଲୋଚନା ଚକ୍ର, ବୈଷୟିକ ଗସ୍ତ ଏବଂ ଯୁଗ୍ମ ଭାବେ ସମ୍ମତ ସହାୟକ ପ୍ରକଳ୍ପର କାର୍ଯ୍ୟକାରିତା ଆଦି କ୍ଷେତ୍ରରେ ସହାୟକ ହେବ ।
ଏହି ବୁଝାମଣା ପତ୍ର 2019 ଏପ୍ରିଲରେ ସ୍ୱାକ୍ଷରିତ ହୋଇଥିଲା ।
****