Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳପଥ କ୍ଷେତ୍ରରେ ଜର୍ମାନୀ ସହ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରେଳପଥ କ୍ଷେତ୍ରରେ ରଣନୈତିକ ପ୍ରକଳ୍ପରେ ସହଯୋଗ ଲାଗି ଭାରତ ଓ ଜର୍ମାନୀ ମଧ୍ୟରେ ଯୁଗ୍ମ ଉଦ୍ଦେଶ୍ୟ ଘୋଷଣା (JDI)କୁ ଅନୁମୋଦନ କରିଛନ୍ତି । ଗତମାସରେ ଏହି ଯୁଗ୍ମ ଉଦ୍ଦେଶ୍ୟ ଘୋଷଣା ସ୍ୱାକ୍ଷରିତ ହୋଇଥିଲା ।

ଲାଭ :

ଜର୍ମାନୀର ଅର୍ଥନୈତିକ ବ୍ୟାପାର ଓ ଶକ୍ତି ମନ୍ତ୍ରଣାଳୟ ସହ ଯୁଗ୍ମ ଉଦ୍ଦେଶ୍ୟ ଘୋଷଣା ରେଳପଥ କ୍ଷେତ୍ରରେ ସଦ୍ୟତମ ପ୍ରଚଳନ ଓ ଜ୍ଞାନର ବିନିମୟ ଲାଗି ଏକ ମଞ୍ଚ ଯୋଗାଇ ଦେବ । ଏହି ଜେଡିଆଇ ଦ୍ୱାରା ସୂଚନା ବିନିମୟ, ବିଶେଷଜ୍ଞଙ୍କ ବୈଠକ, ସେମିନାର, ବୈଷୟିକ ଗସ୍ତ ଓ ମିଳିତ ସହମତି ସହଯୋଗ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସହଜ ହେବ ।

**************