Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ-ଫ୍ରାନ୍ସ ବୁଝାମଣା କ୍ୟାବିନେଟଙ୍କୁ ଅବଗତ କରାଗଲା


 

ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତୀୟ ରେଳବାଇ ଏବଂ ଏସଏନସିଏଫ ମୋବିଲିଟିଜ୍(ଫ୍ରାନ୍ସ ସରକାରଙ୍କ ମାଲିକାନାରେ ଥିବା କମ୍ପାନୀ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଏହି ଏମଓୟୁ 10 ମାର୍ଚ୍ଚ, 2018ରେ ସ୍ୱାକ୍ଷରିତ ହୋଇଥିଲା ।

ରେଳବାଇ କ୍ଷେତ୍ରରେ ସଦ୍ୟତମ ବିକାଶ ଓ ଜ୍ଞାନ କୌଶଳର ବିନିମୟ ଏବଂ ବିଚାର ଆଲୋଚନା ଲାଗି ଏହି ଏମଓୟୁ ଭାରତୀୟ ରେଳବାଇକୁ ମଂଚ ପ୍ରଦାନ କରିବ । ସ୍ୱତନ୍ତ୍ର ପ୍ରଯୁକ୍ତି କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞ, ରିପୋର୍ଟ ଏବଂ ବୈଷୟିକ କାଗଜପତ୍ର, ତାଲିମ ଏବଂ ସେମିନାର/କର୍ମଶାଳାର ବିନିମୟ ଏବଂ ଜ୍ଞାନର ଆଦାନପ୍ରଦାନ ଲାଗି ଅନ୍ୟ ଆଲୋଚନା ଲାଗି ଏହି ଏମଓୟୁରେ ସୁବିଧା ରହିଛି ।

ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ନେଇ ସହଯୋଗ ପାଇଁ ଏହି ଏମଓୟୁ ମଂଚ ପ୍ରଦାନ କରିବ:-

1. ହାଇସ୍ପିଡ ଏବଂ ସେମି ହାଇସ୍ପିଡ ରେଳ;

2. ଷ୍ଟେସନ ଉନ୍ନତୀକରଣ ଏବଂ ପରିଚାଳନା;

3. ବର୍ତ୍ତମାନର ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଆଧୁନିକୀକରଣ;

4. ଉପନଗରୀ/ସହରତଳି ରେଳ ।

 

**********