Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଇଟାଲୀର ଫେରୋଭି ଡେଲୋ ଷ୍ଟାଟୋ ଇଟାଲୀଆନୋ ଏସପିଏ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ରେଳବାଇ କ୍ଷେତ୍ରରେ ବୈଷୟିକ ସହାୟତା ଲାଗି ଗତ 31 ଜାନୁଆରୀ, 2017ରେ ଭାରତୀୟ ରେଳବାଇ ଏବଂ ଇଟାଲୀର ଫେରୋଭି ଡେଲୋ ଷ୍ଟାଟୋ ଇଟାଲୀଆନୋ ଏସପିଏ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମ୍ଓୟୁ କାର୍ଯ୍ୟକାରୀ ହେବା ଦ୍ୱାରା ସୁରକ୍ଷା, କୁଶଳତା ଏବଂ ସ୍ଥିରତାକୁ ପ୍ରୋତ୍ସାହନ ଦେବା ଲାଗି ରେଳବାଇ କ୍ଷେତ୍ରରେ ଦେଖାଦେଇଥିବା ସଦ୍ୟ କ୍ରମୋନ୍ନତି ଏବଂ ଜ୍ଞାନର ଆଦାନପ୍ରଦାନ ଲାଗି ଭାରତୀୟ ରେଳବାଇକୁ ଭିତ୍ତିଭୂମି ସହଯୋଗ ଯୋଗାଇଦେବ । ଏହାଦ୍ୱାରା ସୂଚନା ଆଦାନପ୍ରଦାନ, ବିଶେଷଜ୍ଞଙ୍କ ବୈଠକ, ସେମିନାର, ବୈଷୟିକ ଗସ୍ତ ଏବଂ ମିଳିତ ଭାବେ ନିଆଯାଇଥିବା ସହଯୋଗ ନିଷ୍ପତ୍ତି ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ ।

ଟ୍ରେନ୍ ଚଳାଚଳକୁ ଅଧିକ ସୁରକ୍ଷିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଏବଂ ଭାରତୀୟ ରେଳବାଇର ସୁରକ୍ଷା ଅଡିଟ୍ ଦିଗରେ ଏହା ସହାୟକ ହେବ ।

ସେଫଟି ଇଂଟେଗ୍ରିଟି ଲେଭଲ-4(ଏସଆଇଏଲ୍-4) ପର୍ଯ୍ୟନ୍ତ ଅତ୍ୟାଧୁନିକ ଟେକ୍ନୋଲଜି ଆଧାରିତ ସୁରକ୍ଷା ସରଞ୍ଜାମଗୁଡ଼ିକର ମୂଲ୍ୟାଙ୍କନ ଏବଂ ପ୍ରାମାଣିକତା ପ୍ରଦାନ କରାଯିବା ସମ୍ଭବ ହୋଇପାରିବ । ଅତ୍ୟାଧୁନିକ ସିଗ୍ନାଲ୍ ବ୍ୟବସ୍ଥା ଏବଂ ଟ୍ରେନ୍ ନିୟନ୍ତ୍ରଣ ବ୍ୟବସ୍ଥା ଲାଗି ସୁରକ୍ଷାକୁ ଗୁରୁତ୍ୱ ଦେଇ ତାଲିମ ପରିଚାଳନା ଓ ଉଭୟ ପକ୍ଷ ଦ୍ୱାରା ନିର୍ଦ୍ଧାରିତ କ୍ଷେତ୍ରରେ ସହଯୋଗକୁ ଏହି ଏମ୍ଓୟୁ ପ୍ରୋତ୍ସାହିତ କରିବ ।

ସୂଚନାଯୋଗ୍ୟ ଯେ ଫେରୋଭି ଡେଲୋ ଷ୍ଟାଟୋ ଇଟାଲୀଆନୋ ଏସପିଏ ହେଉଛି ଇଟାଲୀର ରେଳବାଇ ପରିଚାଳନା ଏବଂ ଏହି କ୍ଷେତ୍ରରେ ଜଡ଼ିତ ଥିବା ଏକ ଶିଳ୍ପାନୁଷ୍ଠାନ । ଏହା ଇଟାଲୀ ସରକାରଙ୍କ ରାଜସ୍ୱ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ।

ରେଳ ସେବା କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ବୈଷୟିକ ସହାୟତା ଏବଂ ସହଯୋଗ ଲାଗି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ବିଭିନ୍ନ ଦେଶର ସରକାର ଏବଂ ଜାତୀୟ ରେଳବାଇ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

**********