Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ କ୍ଷେତ୍ରରେ ଭାରତ-ମରକ୍କୋ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ମରକ୍କୋ ଜାତୀୟ ରେଲୱେ ଅଫିସ(ଓଏନ୍ସିଏଫ୍) ମଧ୍ୟରେ ରେଳବାଇର ବିଭିନ୍ନ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ଓ ଭାଗିଦାରୀ ନିମନ୍ତେ  ସ୍ୱାକ୍ଷରିତ ବୁଝାମଣାକୁ  ପିଛିଲା ଭାବେ ଅନୁମୋଦନ ମିଳିଛି । 2017 ଡିସେମ୍ବର 14ତାରିଖରେ ଏହି ସହଯୋଗ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି ସହଯୋଗ ବୁଝାମଣା ନିମ୍ନଲିଖିତ କ୍ଷେତ୍ରରେ ଜ୍ଞାନକୌଶଳ ସହଯୋଗ ପାଇଁ ସକ୍ଷମ କରାଇବ ।

କ- ପ୍ରଶିକ୍ଷଣ ଓ କର୍ମଚାରୀଙ୍କ ବିକାଶ

ଖ- ବିଶେଷଜ୍ଞ ମିଶନ୍, ଅଭିଜ୍ଞତା ଓ କର୍ମଚାରୀଙ୍କ ଆଦାନପ୍ରଦାନ ଏବଂ

ଗ- ବିଶେଷଜ୍ଞଙ୍କ ଆଦାନପ୍ରଦାନ ସମେତ ପାରସ୍ପରିକ ବୈଷୟିକ ସହାୟତା

ସୂଚନାଯୋଗ୍ୟ ଯେ ରେଳ ମନ୍ତ୍ରଣାଳୟ ରେଳବାଇ କ୍ଷେତ୍ରରେ ଜ୍ଞାନକୌଶଳ ସହଯୋଗ ପାଇଁ ବିଭିନ୍ନ ବିଦେଶୀ ରାଷ୍ଟ୍ରର ସରକାର ଓ ଜାତୀୟ ରେଳବାଇ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ କରିଛନ୍ତି ।