Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଜାପାନ ସହ ଏମ୍ଓସିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳବାଇ ସୁରକ୍ଷା କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ହୋଇଥିବା ସହଯୋଗ ବୁଝାମଣା(ଏମ୍ଓସି)କୁ ଅନୁମୋଦନ ମିଳିଛି । ଗତ ଫେବୃଆରୀରେ ଏହି ଏମ୍ଓସି ସ୍ୱାକ୍ଷରିତ ହୋଇଥିଲା । ଟ୍ରାକ୍ ସୁରକ୍ଷା (ରେଳ ଟ୍ରକ୍ ମରାମତି, ଅନୁଧ୍ୟାନ, ଟ୍ରାକ୍ ସର୍କିଟ୍ ଆଦି) ଏବଂ ରେଳବାଇ ଟ୍ରକ୍ ସେଫଟି କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜି(ସ୍ୱୟଂକ୍ରିୟ ଅନୁଧ୍ୟାନ ଟେକ୍ନୋଲୋଜି), ରୋଲିଂ ଷ୍ଟକ୍ ସେଫଟୀ, ବୃହତ୍ତ ରେଳ ଦୁର୍ଘଟଣା ଏଡ଼ାଇବା ଲାଗି ଦୁର୍ଘଟଣାର କାରଣ ଖୋଜିବା ଭଳି ରେଳବାଇ ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ଏହି ଏମ୍ଓସିରେ ବ୍ୟବସ୍ଥା ରହିଛି । ଏହି ଏମ୍ଓସି ବଳରେ ଭାରତୀୟ ରେଳବାଇର ଅଧିକାରୀମାନଙ୍କୁ ରେଳବାଇ କ୍ଷେତ୍ରରେ ସଦ୍ୟ ବିକାଶ ସମ୍ପର୍କରେ ସୂଚନା ଏବଂ ଜ୍ଞାନ ଆଦାନପ୍ରଦାନର କ୍ଷମତା ମିଳିବ । ବିଶେଷଜ୍ଞଙ୍କ ସହଯୋଗ, କୋର ଷ୍ଟାଫଙ୍କୁ ଜାପାନରେ ତାଲିମ୍, ଶ୍ରେଷ୍ଠ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ ଆଦି ବ୍ୟବସ୍ଥା ଏହାର ଅନ୍ତର୍ଭୁକ୍ତ । ଜାପାନର ଜାତୀୟ ଟ୍ରାଫିକ ସେଫଟୀ ଓ ପରିବେଶ ଲାବରୋଟୋରୀ ଏବଂ ଭାରତ ସରକାରଙ୍କ ରେଳବାଇ ଅଧୀନ ରିସର୍ଚ୍ଚ ଡିଜାଇନ୍ ଏବଂ ଷ୍ଟାଣ୍ଡାର୍ଡ ସଂଗଠନ ଭଳି ରେଳବାଇ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରତିଷ୍ଠା, ସଂଗଠନ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ଲାଗି ଏହି ଏମ୍ଓସିରେ ବ୍ୟବସ୍ଥା ରହିଛି ।