Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳବାଇ ସୁରକ୍ଷା ବାହିନୀକୁ ସଂଗଠିତ ବର୍ଗ-କ ମାନ୍ୟତା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଭାରତୀୟ ରେଳ ସୁରକ୍ଷା ବାହିନୀ (ଆରପିଏଫ)କୁ ସଂଗଠିତ ବର୍ଗ-କ ମାନ୍ୟତା ଏବଂ ଅଣ-କାର୍ଯ୍ୟକାରୀ ଆର୍ଥିକ ଉନ୍ନୟନ (ଏନଏଫଏଫୟୁ)ର ପରିଣାମମୂଳକ ଲାଭ ପ୍ରଦାନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । ଏହି ଦୁଇଟି ସୁବିଧା ଗତ 01.01.2006 ଠାରୁ ଲାଗୁ ହେବ । ସେହିପରି 30% ବରିଷ୍ଠ ଡ୍ୟୁଟି ପଦବୀ ସହିତ କାର୍ଯ୍ୟକାରୀ ଚୟନ ଗ୍ରେଡ (ଏନଏଫଏସଜି) ମାନ୍ୟତା ମଧ୍ୟ ଆରପିଏଫକୁ ମିଳିବ । ଗତ 24.04.2009 ଏବଂ 06.06.2000 ତାରିଖରେ ଜାରି କାର୍ମିକ ଏବଂ ତାଲିମ ବିଭାଗର ଦିଶାନିର୍ଦ୍ଦେଶ ତଥା ତତସଂକ୍ରାନ୍ତ ସୂଚନାବଳୀ ଆଧାରରେ ଏହା କରାଯିବ ।

ପ୍ରମୁଖ ପ୍ରଭାବ :

ଆରପିଏଫକୁ ସଂଗଠିତ ବର୍ଗ –କ ମାନ୍ୟତା ମିଳିବା ଦ୍ୱାରା ଏହି ସେବାରେ ସ୍ଥିରତା ଶେଷ ହୋଇଯିବ, ଅଧିକାରୀମାନଙ୍କ କ୍ୟାରିଅର ପ୍ରଗତିରେ ସୁଧାର ଆସିବ ତଥା ଏହା ସେମାନଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ । ଆରପିଏଫର ଯୋଗ୍ୟ ଅଧିକାରୀମାନେ ଏହାଦ୍ୱାରା ଲାଭାନ୍ୱିତ ହେବେ ।

ସୂଚନାଯୋଗ୍ୟ ଯେ ଗତ 2012 ଡିସେମ୍ବର 4 ତାରିଖରେ ଦିଲ୍ଲୀ ହାଇକୋର୍ଟ ଆରପିଏଫକୁ ସଂଗଠିତ ବର୍ଗ-କ ମାନ୍ୟତା ଦେବା ଲାଗି ରେଳବାଇକୁ ଆଦେଶ ଦେଇଥିଲେ । ଗତ ଫେବୃଆରୀ 5 ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଥିଲେ । ରେଳବାଇ ବୋର୍ଡ ଆରପିଏଫକୁ ସଂଗଠିତ ବର୍ଗ-‘କ’ ସେବାର ମାନ୍ୟତା ପ୍ରଦାନ କରିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ ।

*******