Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ ଏବଂ ସଡକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ,

ରେଳ ଏବଂ ସଡକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ,


ରେଳ ଏବଂ ସଡକ ପରି ପ୍ରମୂଖ ଭିତ୍ତିଭୂମିମୂଳକ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୩୦.୦୫.୨୦୧୬) ସମୀକ୍ଷା କରିଛନ୍ତି ।

ରେଳ କ୍ଷେତ୍ରର ସମୀକ୍ଷା ବେଳେ ୨୦୧୫-୧୬ ବର୍ଷରେ ପୁଞ୍ଜି ବିନିଯୋଗ ୯୩,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ଯାହା ପୂର୍ବ ବର୍ଷ ତୁଳନାରେ ଶତକଡା ୬୫ ଭାଗ ଅଧିକ ଏବଂ ଏପର୍ଯ୍ୟନ୍ତ ସର୍ବାଧିକ । ସେହିପରି ଗୋଟିଏ ବର୍ଷ(୨୦୧୫-୧୬)ରେ ୧୭୮୦ କିଲୋମିଟର ରେଳଲାଇନ୍ ନିର୍ମାଣ ଏବଂ ୧୭୩୦ କିଲୋମିଟର ରେଳଲାଇନ୍ ର ବିଦ୍ୟୁତକରଣ – ଭାରତୀୟ ରେଳ ଇତିହାସରେ ପୂର୍ବରୁ କେବେ ହୋଇନଥିଲା ।

ପ୍ରଧାନମନ୍ତ୍ରୀ ରେଳ ଷ୍ଟେସନଗୁଡିକର ପୁନଃ-ଆଧୁନିକୀରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରି ରେଳବାଇକୁ ଏ ଦିଗରେ ଉଚ୍ଚ ଲକ୍ଷ୍ୟ ରଖିବାକୁ କହିଥିଲେ । ରେଳବାଇର ଭିତ୍ତିଭୂମିକୁ ଉନ୍ନତ କରି ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବାର ଆବଶ୍ୟକତା ଉପରେ ସେ ଜୋର୍ ଦେଇଥିଲେ । ଗ୍ରମାଂଚଳରେ ରେଳକୁ କୌଶଳ ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇପାରିବା କଥା ଦୋହରାଇ ଶ୍ରୀ ମୋଦୀ ଏହା ରେଳବାଇର ଅଣ-ଭଡା ରାଜସ୍ୱ ବୃଦ୍ଧି କରିବ ବୋଲି କହିଥିଲେ ।

ସଡକ କ୍ଷେତ୍ରରେ ୨୦୧୫-୧୬ରେ ୬୦୦୦ କିଲୋମିଟରରୁ ଉର୍ଦ୍ଧ୍ଵ ଜାତୀୟ ରାଜମାର୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସେହି ସମୟ ମଧ୍ୟରେ ୧୦,୦୯୮ କିଲୋମିଟର ସଡକ ନିର୍ମାଣ ପାଇଁ ଚୁକ୍ତି ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ।

ଦେଶର ବିଭିନ୍ନ ଅଂଚଳରେ ସଡକ ନିର୍ମାଣ ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରତିରୂପର ଅନୁଧ୍ୟାନ ସହ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ଅନୁସରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ, ଯାହା ଫଳରେ ରାଜମାର୍ଗ ନିର୍ମାଣ କ୍ଷେତ୍ରରେ ଅଧିକ ମାତ୍ରାରେ ଘରୋଇ ପୁଞ୍ଜିନିବେଶ ହୋଇପାରିବ ।

ବିପଜ୍ଜନକ ମାର୍ଗରୁ ଅବରୋଧ ଦୂର କରିବା ଏବଂ ଟୋଲ୍ ଆଦାୟ ପାଇଁ ନବୀନତମ ଜ୍ଞାନକୌଶଳର ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

**********