Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ କର୍ମଚାରୀମାନଙ୍କୁ ମିଳିବ 78 ଦିନର ଉତ୍ପାଦନ ଭିତ୍ତିକ ବୋନସ,


ରେଳବାଇ କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର 78 ଦିନର ଦରମା ସହ ସମାନ ଉତ୍ପାଦନ ଭିତ୍ତିକ ବୋନସ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୋନସ 2016-17 ଆର୍ଥିକ ବର୍ଷ ନିମନ୍ତେ ସମସ୍ତ ରେଳବାଇ ଅଣଗେଜେଟେଡ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବ । ତେବେ ଏଥିରେ ରେଳବାଇ ପୁଲିସ (ଆରପିଏଫ) ଏବଂ ଆରପିଏସଏଫକୁ ସାମିଲ କରାଯାଇ ନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରେଳବାଇର 12.30 ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ । ଦଶହରା ପୂଜା ଛୁଟି ପୂର୍ବରୁ ରେଳ କର୍ମଚାରୀମାନଙ୍କୁ ଏହି ବୋନସ ପ୍ରଦାନ କରାଯିବ ।

ରେଳବାଇର ପରିଚାଳନା ଓ ବିଭିନ୍ନ ନିମ୍ନ ଓ ମଧ୍ୟମ ବର୍ଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଲାଗି ପ୍ରୋତ୍ସାହନ ସ୍ୱରୂପ ଏହି 78 ଦିନର ଉତ୍ପାଦନ ଭିତ୍ତିକ ବୋନସ ପ୍ରଦାନ କରାଯାଉଛି । ପ୍ରକାରାନ୍ତରେ ଏହା ରେଳ ସେବା, ଗତି ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଦିଗରେ ସହାୟକ ହେବ । ସର୍ବାଧିକ ଜନମଙ୍ଗଳ ନୀତିକୁ ଆଧାର କରି କାର୍ଯ୍ୟ କରୁଥିବା ଭାରତୀୟ ରେଳବାଇର କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ଏବଂ ଦାୟୀତ୍ୱବୋଧ ବୃଦ୍ଧି କରିବା କ୍ଷେତ୍ରରେ ବୋନସ ବ୍ୟବସ୍ଥା ବିଶେଷ ଭାବେ ସହାୟକ ହେବ ।

78 ଦିନର ଉତ୍ପାଦନ ଭିତ୍ତିକ ବୋନସ ପ୍ରଦାନ ହେତୁ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ 2245.45 କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ବୋନସ ପ୍ରଦାନ ଲାଗି ସର୍ବନିମ୍ନ ଦରମା ସିଲିଂ 7,000 ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ 17,951 ଟଙ୍କା ପର୍ଯ୍ୟନ୍ତ ବୋନସ ପ୍ରଦାନର ବ୍ୟବସ୍ଥା ରହିଛି ।

********