ପିଏମଇଣ୍ଡିଆ
ରେଳବାଇର ଅଣ-ଗେଜେଟେଡ କର୍ମଚାରୀମାନଙ୍କୁ 78 ଦିନର ଉତ୍ପାଦନ ଭିତ୍ତିକ ବୋନସ ମିଳିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି । ବୋନସ ପରିସୀମାରୁ ଆରପିଏଫ ଏବଂ ଆରପିଏସଏଫକୁ ବାଦ ଦିଆଯାଇଛି । 2015-16 ଆର୍ଥିକ ବର୍ଷ ନିମନ୍ତେ ଏହି ବୋନସ ଦିଆଯିବ ଏବଂ ଏ ବାବଦରେ କେନ୍ଦ୍ର ସରକାର 2090.96 କୋଟି ଟଙ୍କାର ବ୍ୟୟଭାର ବହନ କରିବେ ।
ରେଳବାଇରେ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରତି ବର୍ଷ ଉତ୍ପାଦନ ଭିତ୍ତିକ ବୋନସ ପ୍ରଦାନ କାରାଯାଇଥାଏ । ପୂଜା ଛୁଟି ତଥା ଦଶହରା ପାର୍ବଣ ପୂର୍ବରୁ ରେଳ କର୍ମଚାରୀମାନଙ୍କୁ ଏହି ବୋନସ ପ୍ରଦାନ କରାଯିବ ।