Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ, ସଂଯୁକ୍ତ ଆରବ ଅମିରତନ୍ତ୍ର ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସଂଯୁକ୍ତ ଆରବ ଅମିରତନ୍ତ୍ରର ଫେଡେରାଲ ଟ୍ରାନ୍ସପୋର୍ଟ ଅଥରିଟି-ସ୍ଥଳ ଏବଂ ସାମୁଦ୍ରିକ ପଥ ସହିତ ରେଳ କ୍ଷେତ୍ରରେ ହୋଇଥିବା ସହଯୋଗ ବୁଝାମଣାପତ୍ର(ଏମଓୟୁ)କୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର 10 ଫେବୃଆରୀ, 2018ରେ ସ୍ୱାକ୍ଷରିତ ହୋଇଥିଲା ।

କ- ନିୟନ୍ତ୍ରଣ, ସୁରକ୍ଷା ଏବଂ ଦୁର୍ଘଟଣାର ବୈଷୟିକ ଯାଞ୍ଚ

ଖ- ଷ୍ଟେସନଗୁଡ଼ିକୁ ପୁନଃବିକାଶ ।

ଗ- ଲୋକୋମୋଟିଭ, କୋଚ ଏବଂ ୱାଗନ ଏବଂ

ଭାଗିଦାରୀ ଦ୍ୱାରା ମିଳିତ ଭାବେ ଚିହ୍ନଟ କରାଯାଇଥିବା କୌଣସି ଅନ୍ୟ କ୍ଷେତ୍ର ।

ଲାଭ : ଏମଓୟୁ ଦ୍ୱାରା ଭାରତୀୟ ରେଳବାଇକୁ ରେଳ କ୍ଷେତ୍ରରେ ନବୀନତମ ବିକାଶ ଏବଂ ସୂଚନା ହସ୍ତାନ୍ତର ଏବଂ ଏ ବିଷୟରେ ଆଲୋଚନା କରିବା ଲାଗି ମଞ୍ଚ ମିଳିପାରିବ । ଏମଓୟୁ ଦ୍ୱାରା ସୂଚନା ସରଳତା ପୂର୍ବକ ଆଦାନପ୍ରଦାନ ହୋଇପାରିବ, ବିଶେଷଜ୍ଞମାନଙ୍କ ବୈଠକ ହୋଇପାରିବ, ସେମିନାର ବୈଷୟିକ ଯାତ୍ରା ଏବଂ ମିଳିତ ଭାବେ ମଞ୍ଜୁର ହୋଇଥିବା ସହଯୋଗ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ।

 

**********