Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଳ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ବୈଷୟିକ ସହଯୋଗ ବୁଝାମଣା ନେଇ ଅବଗତ ହେଲେ କେନ୍ଦ୍ର କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରେଳ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ବୁଝାମଣା ବିଷୟରେ କେନ୍ଦ୍ର କ୍ୟାବିନେଟ ଅବଗତ ହୋଇଥିଲେ । ଏହି ବୁଝାମଣାପତ୍ର 29 ମେ, 2018ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ବ୍ୟବସ୍ଥା ଉପଲବ୍ଧ କରିବ ।

କ. ଜ୍ଞାନ, ପ୍ରଯୁକ୍ତି, କ୍ଷମତା ନିର୍ମାଣ ସହିତ ସଂସ୍ଥାଗତ ସହଯୋଗର ଆଦାନପ୍ରଦାନ ।

ଖ. ରେଳବାଇରେ ରୋଲିଂ ଷ୍ଟକ ସହିତ ସିଗନାଲ ଏବଂ ସଂଚାର ବ୍ୟବସ୍ଥାର ଆଧୁନିକୀକରଣ।

ଗ. ରେଳ ପରିଚାଳନା ବ୍ୟବସ୍ଥା ଏବଂ ନିୟମ ନିର୍ଦ୍ଧାରଣର ଆଧୁନିକୀକରଣ ।

ଘ. ଆନ୍ତଃମଡେଲ ପରିବହନ, ଲଜିଷ୍ଟିକ୍ସ ପାର୍କ ଏବଂ ମାଲ ଭଡ଼ା ଟର୍ମିନାଲର ବିକାଶ ।

ଙ. ନିର୍ମାଣ ଏବଂ ଟ୍ରାକ, ସେତୁ, ସୁଡ଼ଙ୍ଗ, ଓଭର ହେଡ ବିଦ୍ୟୁତିକରଣ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସହିତ ନିର୍ଦ୍ଧାରିତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପ୍ରଯୁକ୍ତି ।

ଚ. ଉଭୟ ଦେଶ ଦ୍ୱାରା ମିଳିତ ଭାବେ ସହମତି ଆଧାରିତ ସହଯୋଗର ଅନ୍ୟାନ୍ୟ କ୍ଷେତ୍ର ।

**********