Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେଶମ କୀଟ, ରେଶମ ଉଦ୍ୟୋଗ କ୍ଷେତ୍ରରେ ମିଳିତ ଗବେଷଣା ଲାଗି ଭାରତ-ଜାପାନ ବୁଝାମଣା ନେଇ କ୍ୟାବିନେଟକୁ ଅବଗତ କରାଗଲା


ରେଶମ କୀଟ ଏବଂ ରେଶମ ଉଦ୍ୟୋଗ କ୍ଷେତ୍ରରେ ମିଳିତ ଅନୁସନ୍ଧାନ ଉଦ୍ଦେଶ୍ୟରେ ଭାରତର କେନ୍ଦ୍ରୀୟ ରେଶମ ବୋର୍ଡ ଏବଂ ଜାପାନର ନେସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଆଗ୍ରୋ-ବାୟୋଲୋଜିକାଲ୍ ସାଇନ୍ସେସ୍ (ଏନ୍ଆଇଏଏସ୍) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଏହି ଏମ୍ଓୟୁ ସମ୍ପର୍କରେ ଅବଗତ କରାଯାଇଥିଲା ।

ଭାରତୀୟ ଉଷ୍ମ ମଣ୍ଡଳ କ୍ଷେତ୍ରର ସ୍ଥିତି ଅନୁଯାୟୀ ଉପଯୁକ୍ତ ରେଶମ କୀଟ/ଏଣ୍ଡି ପୋକର ପ୍ରୋଲିଫିକ୍ ବିଭୋଲ୍ଟାଇନ୍ ହାଇବ୍ରିଡ୍ ବିକଶିତ କରିବା ଲାଗି ମିଳିତ ଅନୁସନ୍ଧାନ ଆରମ୍ଭ କରିବା ଉଦ୍ଦେଶ୍ୟରେ ସିଏସବି ଏବଂ ଏନ୍ଆଇଏସ୍ ମଧ୍ୟରେ ଏହି ଏମ୍ଓୟୁ ଗତ 11.11.2016 ରେ ସ୍ୱାକ୍ଷରିତ ହୋଇଥିଲା । ଏହି ଏମ୍ଓୟୁ ବୈଜ୍ଞାନିକ ଏବଂ ପ୍ରଯୁକ୍ତିଭିତ୍ତିକ ପ୍ରକୃତିର । ଏହା ପ୍ରଲିଫିକ୍ ହାଇବ୍ରିଡ ରେଶମ କୀଟ ବିକଶିତ କରିବାରେ ସହାୟକ ହେବ, ଯାହଦ୍ୱାରା ନିର୍ମାଣ କ୍ଷମତାରେ ସୁଧାର ଆସିବା ସହିତ ଭାରତୀୟ ରେଶମ ଉଦ୍ୟୋଗର ଗୁଣବତ୍ତା ବଢ଼ିବ ତଥା ଏହାଦ୍ୱାରା ରେଶମ ଉତ୍ପାଦର ରପ୍ତାନୀରେ ମଧ୍ୟ ବୃଦ୍ଧି ଘଟିବ ।

ଏହା ଆଶା କରାଯାଉଛି ଯେ ବୁଝାମଣାପତ୍ର ଫଳରେ ଭାରତୀୟ ବସ୍ତ୍ର ଏବଂ ପୋଷାକ ଉଦ୍ୟୋଗ ବିଶ୍ୱସ୍ତରୀୟ ରେଶମ ଏବଂ ରେଶମ ଉତ୍ପାଦ ପ୍ରସ୍ତୁତ କରିବାରେ ସମର୍ଥ ହେବ । ଗୁଣବତ୍ତା ଏବଂ ଉତ୍ପାଦକତାରେ ଉନ୍ନତି କାରଣରୁ ଅନ୍ତତଃ ରେଶମ ଉତ୍ପାଦର ରପ୍ତାନୀ ବୃଦ୍ଧିପାଇବ ।

**********