Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ନିବେଶକ ସମ୍ମେଳନ-2018 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ମହାଶୟ, ମୋର ସହଯୋଗୀ ଆମର ବରିଷ୍ଠ ମନ୍ତ୍ରୀ ଏବଂ ଏହି ଲକ୍ଷ୍ନୌ ନଗରୀର ପ୍ରତିନିଧି ଦେଶର ସ୍ଵରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ମହାଶୟ, ଆମ ମଧ୍ୟରେ ଉପସ୍ଥିତ ଜଣେ ବରିଷ୍ଠ ରାଜନେତା ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମାନ ଅନିରୁଦ୍ଧ ଜଗନ୍ନାଥ ମହାଶୟ, ବିଦେଶରୁ ଆସିଥିବା ବିଶିଷ୍ଟ ମନ୍ତ୍ରୀଗଣ, ସାରା ଦେଶରୁ ବିଶାଳ ସଂଖ୍ୟାରେ ଆସିଥିବା ସମସ୍ତ ନିବେଶକ, ଉଦ୍ୟୋଗୀଗଣ ଏବଂ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ।

ଯେତେବେଳେ ପରିବର୍ତ୍ତନ ହୋଇଥାଏ ତ ସାମ୍ନାରୁ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶରରେ ଏତେ ବ୍ୟାପକ ସ୍ତରରେ ନିବେଶକ ସମ୍ମେଳନ ହେବା, ନିବେଶକ ସମ୍ମେଳନରେ ଏତେ ନିବେଶକ ଆଉ ଉଦ୍ୟୋଗୀଙ୍କ ଏକଜୁଟ ହେବା, ନିଜକୁ ନିଜ ମଧ୍ୟରେ ହେଉଛି ଏକ ବଡ଼ ପରିବର୍ତ୍ତନ । ମୁଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ମହାଶୟଙ୍କୁ, ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ସହଯୋଗୀମାନଙ୍କୁ, ଏଠାକାର ଅମଲାତନ୍ତ୍ରକୁ, ଏଠାକାର ପୁଲିସ ବିଭାଗକୁ ଏବଂ ଉତ୍ତରପ୍ରଦେଶର ଜନତା ଜନାର୍ଦ୍ଦନଙ୍କୁ ଅଭିନନ୍ଦନ ଜଣାଉଛି କି ସେମାନେ ନିଜ ଉତ୍ତରପ୍ରଦେଶକୁ ଏତେ କମ୍ ସମୟରେ ସମୃଦ୍ଧି ଏବଂ ବିକାଶର ପଥରେ ନେଇ ଯିବାରେ ସଫଳ ହୋଇଛନ୍ତି ।

ପୂର୍ବ ସ୍ଥିତିରେ କ’ଣ ଥିଲା, କେଉଁ କାରଣରୁ ଥିଲା, ଏହା ୟୁପିର ଲୋକଙ୍କ ଠାରୁ ଭଲ ଭାବରେ କେହି ଅଧିକ ଜାଣନ୍ତି ନାହିଁ । ଭୟ ଏବଂ ଅସୁରକ୍ଷାର ବାତାବରଣରେ ଯେତେବେଳେ ସାଧାରଣ ମଣିଷର ଜୀବନ କଷ୍ଟକର ହୋଇ ଯାଇଥାଏ । ତ ପୁଣି ଉଦ୍ୟୋଗ ପାଇଁ କିପରି ଭାବି ପାରୁଥିବେ । ବିକାଶର କଥା କହିବା, ଯୁବକମାନଙ୍କୁ ନୂତନ ସୁଯୋଗର କଥା କହିବା, ମଧ୍ୟମ ବର୍ଗର ଆକାଂକ୍ଷାର କଥା କହିବା, ମୁଁ ଜାଣି ପାରୁ ନାହିଁ କି ଏଭଳି ବାତାବରଣରେ କେବେ ସମ୍ଭବ ନ ଥିଲା । ନକାରାତ୍ମକ ପୂର୍ଣ୍ଣ ସେହି ପରିବେଶରେ ରାଜ୍ୟକୁ ସକାରାତ୍ମକ ଆଡ଼କୁ ନେବା ନିରାଶାଠାରୁ ଅଲଗା କରି ଆଶାର କିରଣ ଜାଗ୍ରତ କରିବାର କାମ ଯୋଗୀ ସରକାର କରିଛନ୍ତି । ସେ ଅଭିନନ୍ଦନର ପାତ୍ର ।

ଉତ୍ତରପ୍ରଦେଶରେ ଏବେ ତ ମୂଳଦୂଆ ପ୍ରସ୍ତୁତ ହୋଇଯାଇଛି । ଯାହା ଉପରେ ନୂତନ ଉତ୍ତରପ୍ରଦେଶର ଭବନ ଆଉ ଦିବ୍ୟ ଅଟ୍ଟାଳିକାର ନିର୍ମାଣ ହେବ ଆଉ ଏଥିପାଇଁ ଏହି ପବିତ୍ର କାର୍ଯ୍ୟରେ ସାମିଲ ହେବା ପାଇଁ କାନ୍ଧରେ କାନ୍ଧ ମିଳାଇ ଚାଲିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଆଉ ଥରେ ବହୁତ-ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଆମ ଦେଶର ପୁରୁଣା ପ୍ରଚଳିତ କଥା ରହିଛି କି ‘କୋଶ-କୋଶରେ ବଦଳେ ପାଣି, ଚାରି କୋଶରେ ବାଣୀ’, ଅର୍ଥାତ କିଛି ଦୂରରେ ପାଣି ବଦଳି ଥାଏ, ଆଉ ଚାରି କୋଶ ଦୂରରେ କଥାବାର୍ତ୍ତା ବଦଳି ଯାଇଥାଏ । ଉତ୍ତରପ୍ରଦେଶରେ ଏତେ ବ୍ୟାପକ ମାତ୍ରାରେ ସଂସାଧନ ଏବଂ ସାମର୍ଥ୍ୟ ରହିଛି । କି ଏଠାରେ ଶହ ଶହ ବର୍ଷ ଧରି ପ୍ରାୟ ପ୍ରତ୍ୟେକ କ୍ଷେତ୍ରର ନିଜର ଭିନ୍ନ ପରିଚୟ ରହିଛି ।

ଚିକ୍କଣ(ଚିକିନୀ) ବସ୍ତ୍ର କାର୍ଯ୍ୟ ଲାଗି ଲକ୍ଷ୍ନୌର ପ୍ରସିଦ୍ଧି ରହିଛି, ତ ମଲିହାବାଦର ଆମ୍ବ ସାରା ଦୁନିଆକୁ ରପ୍ତାନୀ ହୋଇଥାଏ । ବଦୋହୀର ଗାଲିଚା ହେଉ, ତ ବନାରସର ଜରି-ଦରଜୀଙ୍କ କଳା ଏବଂ ଶାଢୀ ବେଶ ପ୍ରସିଦ୍ଧ । ମୁରାଦାବାଦରେ ତିଆରି ପିତଳ ବାସନ ଦେଶ ବିଦେଶକୁ ଯାଉଛି, ତ ଫିରୋଜାବାଦର କାଚ ମଧ୍ୟ ଚମକ ଦେଖାଇ ରହିଥାଏ । ଆମର ଆଗ୍ରାର ପେଠା ହେଉ, ତ କନୌଜର ଅତର ମଧ୍ୟ ହେଉ । ଏଠାରେ ସକାଳ ବନାରସର ହେଉ, ତ ସଂଧ୍ୟା ଅବଧର ହେଉ । ଏଠାରେ ତାଜମହଲ, ସାରନାଥ ଅଛି ତ ଅଯୋଧ୍ୟା, ମଥୁରା, କାଶୀ ମଧ୍ୟ ଅଛି । ଏଠାରେ ରାମଙ୍କର ଲୀଳା ଅଛି ତ କୃଷ୍ଣଙ୍କର ରାସ ମଧ୍ୟ ଅଛି । ଏଠାରେ ଗଙ୍ଗା ଅଛି, ଯମୁନା ଅଛି ସରଜୂର ଆଶୀର୍ବାଦ ମଧ୍ୟ ଅଛି ।

ଏଠାରେ ଆଇଆଇଟି କାନପୁର ଅଛି, ଆଇଆଇମ୍ ଲକ୍ଷ୍ନୌ ଅଛି, ତ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଭଳି ମହାନ ଅନୁଷ୍ଠାନ ମଧ୍ୟ ଏଠାରେ ଅଛି । ଏହା କେବଳ ଉତ୍ତର ପ୍ରଦେଶର ଗୌରବଶାଳୀ ଇତିହାସ ନୁହେଁ, ହେଉଛି ଏଠାକାର ବର୍ତ୍ତମାନ ମଧ୍ୟ । ଏହି ଝଲକ୍ ହେଉଛି ଉତ୍ତର ପ୍ରଦେଶର ବୟନଶିଳ୍ପ କ୍ଷେତ୍ରର, ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ । ଏହି ଝଲକ୍ ହେଉଛି ଏଠାକାର ସଂସ୍କୃତିର, କୃଷି କ୍ଷେତ୍ରର ମଧ୍ୟ । ଏହି ଝଲକ୍ ହେଉଛି ଏଠାକାର ଶିକ୍ଷାର, ଏହି ଝଲକ୍ ହେଉଛି ୟୁପିର ସଂପୂର୍ଣ୍ଣ ଶକ୍ତିର, ୟୁପିର ଭକ୍ତିର ।

ଏହା ହେଉଛି ସେହି ସାମର୍ଥ୍ୟ, ସେହି ଶକ୍ତି । ଯାହା ବଳରେ ଉତ୍ତରପ୍ରଦେଶ ପୂର୍ବ-ଭାରତର ହିଁ ନୁହେଁ, ବରଂ ସମଗ୍ର ଦେଶର ବିକାଶ ଇଞ୍ଜିନ ହୋଇ ପାରିବ ।

ଭାଇ ଓ ଭଉଣୀମାନେ, ଉତ୍ତରପ୍ରଦେଶ ଆଜି ଶସ୍ୟ ଉତ୍ପାଦନରେ, ଗହମ ଉତ୍ପାଦନରେ, ଆଖୁ ଉତ୍ପାଦନରେ, ଦୁଗ୍ଧ ଉତ୍ପାଦନରେ, ଆଳୁ ଉତ୍ପାଦନରେ ସମଗ୍ର ଦେଶରେ ହେଉଛି ଏକ ନମ୍ବର ରାଜ୍ୟ । ଦେଶରେ ପନିପରିବା ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ଏବଂ ଫଳ ଉତ୍ପାଦନ କ୍ଷେତ୍ରରେ ତୃତୀୟ ସ୍ଥାନରେ ମଧ୍ୟ ଏହି ଉତ୍ତରପ୍ରଦେଶରେ ରହିଛି । ଲଘୁ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଉତ୍ତରପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।

ବିଗତ କେତେ ବର୍ଷରେ ତମାମ ବିପରୀତ ପରିସ୍ଥିତି ରହିଥିବା ସତ୍ତ୍ୱେ ନିଜ ରାଜ୍ୟକୁ ଏହିଭଳି ଭାବେ ସମ୍ଭାଳିଥିବା ୟୁପିର କୋଟି-କୋଟି ଭାଇ ଓ ଭଉଣୀମାନଙ୍କୁ ମୁଁ ଯେତିକି ପ୍ରଶଂସା କରିବି ସେତିକି କମ୍ ହେବ । କିନ୍ତୁ ନମ୍ବର ଏକ ଏବଂ ନମ୍ବର ଦୁଇର ଏହି ପ୍ରତିଯୋଗିତା ମଧ୍ୟରେ କିଛି ମହତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ମଧ୍ୟ ମନ୍ଥନ କରାଯିବା ଆବଶ୍ୟକ ।

ପ୍ରଶ୍ନ ଏହା ହେଉଛି କି ଏବେ ଆଗକୁ କ’ଣ ହେବ । କ’ଣ ଉତ୍ତରପ୍ରଦେଶର କ୍ଷମତା କେବଳ ଏତିକି ହିଁ ଅଛି । କ’ଣ ଉତ୍ତରପ୍ରଦେଶ ନିଜର ସାମର୍ଥ୍ୟ ସହିତ ସଂପୂର୍ଣ୍ଣ ନ୍ୟାୟ କରି ପାରୁଛି ।

ସାଥୀଗଣ, ଉତ୍ତରପ୍ରଦେଶରେ ମୂଲ୍ୟ(Values) ରହିଛି, ଗୁଣ(Virtues) ରହିଛି, କିନ୍ତୁ ଏବେ ପରିବର୍ତ୍ତିତ ସମୟରେ ମୂଲ୍ୟ ସଂସ୍କରଣର ମଧ୍ୟ ଅଧିକ ଆବଶ୍ୟକତା ରହିଛି । କେବଳ କାର୍ଯ୍ୟ ସଂସ୍କୃତିରେ ହିଁ ନୁହେଁ, କେବଳ ବ୍ୟବସାୟ ସଂସ୍କୃତିରେ ହିଁ ନୁହେଁ, ବରଂ ପ୍ରତ୍ୟେକ କ୍ଷେତ୍ରରେ ୟୁପିର ଯେଉଁ ସହଯୋଗୀ-କ୍ଷମତା ରହିଛି, ସେଥିରେ ମୂଲ୍ୟ ସଂସ୍କରଣର ଆଜି ଅଧିକ ଆବଶ୍ୟକତା ରହିଛି । ମୁଁ ବହୁତ ଖୁସି ଯେ ଯୋଗୀ ମହାଶୟଙ୍କ ସରକାର ଏହି କଥାକୁ ଧ୍ୟାନରେ ରଖି ନିଜର ନିର୍ଣ୍ଣୟ ନେଉଛନ୍ତି । ନୀତି ପ୍ରସ୍ତୁତ କରୁଛନ୍ତି ।

ୟୁପିରେ ଔଦ୍ୟୋଗିକ ନିବେଶକୁ ରୋଜଗାର ସୃଜନ ସହିତ ଯୋଡ଼ି ଏଠାରେ ନୀତି ପ୍ରସ୍ତୁତ କରୁଛନ୍ତି । ନୀତିଗତ ନିର୍ଣ୍ଣୟ ନିଆ ଯାଉଛି । ଯୋଗୀ ମହାଶୟଙ୍କ ସରକାରଙ୍କ ଦ୍ୱାରା ଭିନ୍ନ-ଭିନ୍ନ କ୍ଷେତ୍ର ହିସାବରେ, ଭିନ୍ନ-ଭିନ୍ନ ନୀତି ପ୍ରସ୍ତୁତ କରି କାର୍ଯ୍ୟ କରାଯାଉଛି ।

ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ଅକ୍ଷୟ ଓ ନବୀକରଣୀୟ ଶକ୍ତି, ସ୍ୱରୋଜଗାର ଭଳି ଅନେକ କ୍ଷେତ୍ର ପାଇଁ, ଅନେକ ସୁଦୂର ପ୍ରସାରୀ ପ୍ରଭାବ ସୃଷ୍ଟୀକାରୀ ନୀତି ପ୍ରସ୍ତୁତ କରାଯାଇଛି । ଏବେ ୟୁପିରେ ଉଦ୍ୟୋଗୀଙ୍କ ପାଇଁ ନାଲି ଫିତା ନୁହେଁ ନାଲି କାର୍ପେଟର ବ୍ୟବସ୍ଥା ରହିଥିବ ।

ଆଜି ଶିଳ୍ପ ପାଇଁ ଯେଉଁ ଡିଜିଟାଲ ମଞ୍ଜୁରି ବ୍ୟବସ୍ଥା ପ୍ରାରମ୍ଭ କରାଯାଇଛି । ତାହା ମଧ୍ୟ ହେଉଛି ଏହାର ଉଦାହରଣ । ଏହା ଗୋଟିଏ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ହେବ ଯାହା ମାଧ୍ୟମରେ ଉଦ୍ୟୋଗୀଙ୍କୁ ଏକ ସ୍ଥିରୀକୃତ ସମୟ ସୀମା ମଧ୍ୟରେ ଅନ୍-ଲାଇନ ଅନୁମତି ମିଳିଯିବ । ଏଥିରେ ଲୋକମାନଙ୍କର ଦଖଲ ମଧ୍ୟ ଅତିକମ୍ ହେବ । ନିଶ୍ଚିତ ରୂପେ ଏହା ୟୁପିରେ ସହଜରେ ବ୍ୟବସାୟ କରିବାର ଦୃଷ୍ଟିରୁ ଏକ ପ୍ରମୁଖ ପଦକ୍ଷେପ ହେବ । ଯୋଗୀ ସରକାର ସଂପୂର୍ଣ୍ଣ ଗମ୍ଭୀରତା ସହିତ କୃଷକଙ୍କୁ, ମହିଳାଙ୍କୁ ଓ ଯୁବକଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରୁଛନ୍ତି ।

ମୋତେ ଅବଗତ କରାଯାଇଛି କି ଏହି ବର୍ଷ ଧାନ ସଂଗ୍ରହ ଚାରି ଗୁଣା ବଢ଼ିଛି । ଆଉ ଆଖୁର ଉତ୍ପାଦନ ମଧ୍ୟ ବିଗତ ବର୍ଷ ତୁଳନାରେ ପାଖା-ପାଖି 40ପ୍ରତିଶତ ବଢ଼ିଛି । ୟୁପି ସରକାର ଏବେ ସମସ୍ତଙ୍କ ପାଇଁ ଶକ୍ତି (ପାୱାର ଫର ଅଲ) ଲକ୍ଷ୍ୟ ସହିତ ଯୋଡ଼ି ହୋଇ ଯାଇଛନ୍ତି । ଆଉ ଏହା ଦ୍ୱାରା ସ୍ଥାନୀୟ ଉଦ୍ୟୋଗ ଗୁଡ଼ିକୁ ବହୁତ ଲାଭ ହେବ ।

ସାଥୀଗଣ, ଉତ୍ତରପ୍ରଦେଶକୁ ମାଆ ଗଙ୍ଗାଙ୍କର ପାହାଡ଼ିଆ ଅଂଚଳରୁ ବହୁତ ଆଶୀର୍ବାଦ ମିଳିଛି । ଏଠାକାର 60 ପ୍ରତିଶତ ଜନସଂଖ୍ୟା କାର୍ଯ୍ୟ କରୁଥିବା ଗୋଷ୍ଠୀ ବୟସ ବର୍ଗର ରହିଛନ୍ତି । ଏହି ଆର୍ଥିକ ଏବଂ ଜନ ସାଂଖିକ ବିଭାଜନର ଯଦି ଦୃଢ଼ତାର ସହିତ ସଠିକ୍ ବ୍ୟବହାର କରାଯିବ, ମୋର ବିଶ୍ୱାସ ରହିଛି କି ୟୁପିକୁ କେତେ ନୂତନ ଶିଖରକୁ ଅତିକ୍ରମ କରିବାର ଏକ ନୂତନ ଉର୍ଜ୍ଜା ଦେବ, ଶକ୍ତି ଦେବ ଆଉ ପହଂଚାଇ କରି ରହିବ ।

ମୁଁ ଆଗରୁ ମଧ୍ୟ କହିଛି କି ୟୁପିର ଶକ୍ତି ହେଉଛି ବହୁତ । ଶକ୍ତି ଯୁକ୍ତ ନୀତି ଯୁକ୍ତ ଯୋଜନା ଯୁକ୍ତ ସଂପାଦନା କରିବା ଦ୍ୱାରା ହିଁ ପ୍ରଗତି ଆସିଥାଏ । ଏବେ ୟୁପିରେ ସୁପରହିଟ୍ ଦକ୍ଷତା ଦେବା ପାଇଁ, ମୋର ବିଶ୍ୱାସ ରହିଛି କି ଯୋଗୀ ମହାଶୟଙ୍କର ଟିମ୍ ପ୍ରସ୍ତୁତ ରହିଛନ୍ତି, ଏଠାକାର ନାଗରିକ ପ୍ରସ୍ତୁତ ରହିଛନ୍ତି । ଏଠାକାର ମଣିଷ ପ୍ରସ୍ତୁତ ହୋଇ ରହିଛନ୍ତି । ଆଜିର ଏହି ସମୟରେ ଶିଳ୍ପ 4.0 ଟେକ୍ନୋଲଜି ସମ୍ପନ୍ନ ମୂଲ୍ୟ ଶୃଙ୍ଖଳକୁ ଅଧିକ ନମନୀୟ, ଅଧିକ ଦକ୍ଷ, ଉଚ୍ଚ ଗୁଣାତ୍ମକ ଏବଂ ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ତୁରନ୍ତ ପହଂଚାଇଲା ଭଳି ପ୍ରସ୍ତୁତ କରୁଛି ।

ଏବେ ମୁଁ ପ୍ରଦର୍ଶନୀରେ ଏଭଳି କୌଶଳ ସବୁ ଦେଖିଛି । ସୂଚନା ପ୍ରଯୁକ୍ତି ବିଦ୍ୟା, ଉପଭୋକ୍ତାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଏଠାରେ ବହୁତ ବଡ଼ ସମ୍ଭାବନା ରହିଛି । ସମଗ୍ର ଦେଶରେ ଯେଉଁ ସମୟରେ ସ୍ମାର୍ଟ ସହର ଏବଂ ଅମୃତ ସହରର ସବୁଠାରୁ ଅଧିକ ସଂଖ୍ୟା ରହିଛି ସେହି ପ୍ରଦେଶର ନାମ ହେଉଛି ଉତ୍ତରପ୍ରଦେଶ ।

ଭାଇ ଓ ଭଉଣୀମାନେ, ମୁଁ ଏବେ ଦୁଇ ଦିନ ଆଗରୁ ମହାରାଷ୍ଟ୍ରରେ ମୁମ୍ବାଇରେ ଏଭଳି ଏକ ନିବେଶ ସମ୍ମେଳନକୁ ଯାଇଥିଲି । ଆଉ ମହାରାଷ୍ଟ୍ର ସରକାର ନିଜର ରାଜ୍ୟ ବ୍ୟବସ୍ଥାକୁ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାରେ ବଦଳାଇବାକୁ ଲକ୍ଷ୍ୟ ରଖିଛନ୍ତି । ମୁଁ ଆଜି ଆପଣମାନଙ୍କ ମଧ୍ୟରେ ଆଉ ଏକ ବିଚାର ରଖିବାକୁ ଚାହୁଁଛି । କ’ଣ ମହାରାଷ୍ଟ୍ର ଆଉ ଉତ୍ତରପ୍ରଦେଶ ମଧ୍ୟରେ ଏହି କଥାର ପ୍ରତିଯୋଗିତା ଆରମ୍ଭ ହୋଇ ପାରିବ କି? ଦୁଇଟି ମଧ୍ୟରୁ କେଉଁ ରାଜ୍ୟ ପ୍ରଥମେ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ପ୍ରାପ୍ତ କରି ପାରିବ । କ’ଣ ଉତ୍ତରପ୍ରଦେଶର ସରକାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସହିତ ଅଲଗା-ଅଲଗା ସ୍ତରରେ ପତିଯୋଗିତା କରିବେ, ପ୍ରତିଯୋଗିତା କରିବେ । ଆଉ ଏହି ପ୍ରତିଯୋଗିତା ଯେତେ ଅଧିକ ହେବ ସେତିକି ହିଁ ରାଜ୍ୟରେ ନିବେଶ ମଧ୍ୟ ବଢ଼ିବ । ରାଜ୍ୟର ବିକାଶ ହେବ, ରାଜ୍ୟରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ଏହି ପ୍ରକାରର ସୁସ୍ଥ ଦୌଡ଼, ପ୍ରତିଯୋଗୀତା ମୂଳକ ସହଯୋଗୀ ସଙ୍ଘୀୟ ଭାବନାକୁ ମଧ୍ୟ ଆହୁରି ମଜବୁତ କରିବ ।

ସାଥୀଗଣ, ୟୁପିର ଅର୍ଥବ୍ୟବସ୍ଥାରେ ସୂକ୍ଷ୍ମ, ଲଘୁ ଆଉ ମଧ୍ୟମ ଉଦ୍ୟୋଗ ଗୁଡ଼ିକରେ ଯାହାକୁ ଆମେ ଏମଏସଏମଇ ରୂପରେ ଜାଣୁଛୁ – ଏହାର ବହୁତ ବଡ଼ ଯୋଗଦାନ ରହିଛି, ବହୁତ ବଡ଼ ନେଟୱାର୍କ ରହିଛି । କୃଷି ପରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହିଁ ରୋଜଗାରର ସବୁଠାରୁ ଅଧିକ ସୁଯୋଗ ସୃଷ୍ଟି ହୋଇଛି ।
ଏବେ ମୋତେ ଅବଗତ କରାଯାଇଛି କି ୟୁପିରେ ପାଖାପାଖି 50 ଲକ୍ଷ ଏମ୍ଏସ୍ଏମ୍ଇ ରହିଛି । ଏଥିରେ କାମ କରୁଥିବା ଲକ୍ଷ-ଲକ୍ଷ ଲୋକଙ୍କର ହିଁ ପରିଶ୍ରମ, ଯାହା ୟୁପିର ହସ୍ତଶିଳ୍ପ, ଖାଦ୍ୟ ଉତ୍ପାଦର ପ୍ରକ୍ରିୟାକରଣ, କାର୍ପେଟ, ରେଡିମେଡ଼୍ ବସ୍ତ୍ର, ଚମଡ଼ା ଉତ୍ପାଦର ରପ୍ତାନୀରେ ନିରନ୍ତର ଅଗ୍ରଣୀ ରହିଛି । ଦେଶର ବିଭିନ୍ନ କ୍ଷେତ୍ରରେ ଏଭଳି ବିଶେଷ ଉତ୍ପାଦ ରହିଛି ଯାହା ଏମ୍ଏସ୍ଏମ୍ଇ କ୍ଷେତ୍ର ଦ୍ୱାରା ନିଜର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପରିଚୟ ତିଆରି କରିଛନ୍ତି । ରୋଜଗାର ସୃଷ୍ଟି କରିବାର ନୂଆ ସୁଯୋଗ ପାଇଁ ଯେଉଁମାନେ ଏହି କ୍ଷେତ୍ରରେ ଆଗରୁ କାମ କରୁଛନ୍ତି ସେମାନଙ୍କର ଆୟ ବଢ଼ାଇବା ପାଇଁ ଆମକୁ ନୂଆ ଭାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ମୁଁ ଏହା ଜାଣି ଖୁସି ଯେ ଉତ୍ତରପ୍ରଦେଶ ସରକାର ଏହି ମହତ୍ୱପୂର୍ଣ୍ଣ ତଥ୍ୟକୁ ଧ୍ୟାନରେ ରଖି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (One District One Product) ଯୋଜନା ଆରମ୍ଭ କରିଛନ୍ତି । ମୁଁ ଭାବୁଛି କି ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ଗେମ ଚେଞ୍ଜର । ଆମେ କ୍ଲଷ୍ଟର ଏପ୍ରୋଚ(ପୁଂଜ ଆଭିମୁଖ୍ୟ) ସହିତ ପରିଚିତ ଥିଲୁ କିନ୍ତୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ) ଏକ ସଂପୂର୍ଣ୍ଣ ବୌଦ୍ଧିକ ପରିବେଶ ବ୍ୟବସ୍ଥା ସୃଷ୍ଟି କରେ । ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ସ୍ତରରେ କୌଶଳ ବିକାଶ, ଉତ୍ପାଦ ମାର୍କେଟିଂ, ପ୍ୟାକେଜିଂ, ବ୍ରାଣ୍ଡିଂ ତାହାର କାର୍ଯ୍ୟ ମଧ୍ୟ ବହୁତ ସହଜରେ କରାଯାଇ ପାରେ ।

ଭାଇ ଓ ଭଉଣୀମାନେ ୟୁପିରେ ନିର୍ବାଚନ ପ୍ରଚାର ସମୟରେ ମୁଁ ସବୁବେଳେ କହୁଥିଲି କି ଯେତେବେଳେ ରାଜ୍ୟକୁ ଡବଲ୍ ଇଞ୍ଜିନର ଶକ୍ତି ମିଳିବ ତ ବିକାଶ ଆହୁରି ଅଧିକ ଦ୍ରୁତ ଗତିରେ ହେବ । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ) ଯୋଜନାକୁ ପୃଷ୍ଠପୋଷକତାର ସମର୍ଥନ ଓ ଶକ୍ତି ମିଳିବ । କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମିଶନ ଦ୍ୱାରା ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ, ଷ୍ଟାର୍ଟ୍-ଅପ୍ ଇଣ୍ଡିଆ ମିଶନ ଦ୍ୱାରା, ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଦ୍ୱାରା – ଏହା ଛଡ଼ା ସବୁଠାରୁ ବଡ଼ ଲାଭ ମିଳିବ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ।

ଏହି ଯୋଜନା ଦ୍ୱାରା କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଦଶ କୋଟିରୁ ଅଧିକ ମୁଦ୍ରା ଋଣ ଦେଇ ସାରିଛନ୍ତି । ଲୋକମାନଙ୍କୁ ବ୍ୟାଙ୍କ ଗ୍ୟାରେଂଟି ବିନା ସହ-ରୋଜଗାର ପାଇଁ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଦିଆ ଯାଇ ସାରିଛି ।

ଏହି ବଜେଟରେ ଆମ ସରକାର ଆହୁରି ତିନି ଲକ୍ଷ କୋଟି ଟଙ୍କା ମୁଦ୍ରା ଋଣ ଭାବରେ ଦେବାର ନିଷ୍ପତ୍ତି କରିଛନ୍ତି । ମୋର ବିଶ୍ୱାସ ରହିଛି କି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ) ପ୍ରତ୍ୟେକ ମୁଦ୍ରାର ତାଳମେଳ ୟୁପିରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ତାହାର କାୟାକଳ୍ପ କରିବା ପାଇଁ ହେଉଛି ଏକ ବହୁତ ହିଁ ସହଜ ରାସ୍ତା ବୋଲି ମୁଁ ଭାବୁଛି ।

ସାଥୀଗଣ, ଆମକୁ ବିଶେଷଭାବେ ଏବଂ ଦକ୍ଷତାର ଆନ୍ତଃ-ସଂଯୋଗ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯଦି ମିରଟରେ କୌଣସି ବିଶ୍ୱ ସ୍ତରୀୟ ପାତ୍ରର ଉତ୍ପାଦ ତିଆରି କରୁଛି । ତ ତାହା ସହିତ ହିଁ ଆମକୁ ବିଶ୍ୱ ସ୍ତରୀୟ ବ୍ରାଣ୍ଡିଂ ଏବଂ ବଜାର କରିବା ଭଳି ଉଦ୍ୟୋଗକୁ ମଧ୍ୟ ଆଗକୁ ବଢ଼ାଇବାକୁ ହେବ । ବିଶ୍ୱସ୍ତରୀୟ ବଂଟନ ବ୍ୟବସ୍ଥା ହେବ, ବିଶ୍ୱସ୍ତରୀୟ ସେବା ହେବ ତ ବିଶ୍ୱସ୍ତରୀୟ ଦକ୍ଷତା ମଧ୍ୟ ଆମ ଉତ୍ପାଦ ସହିତ ଯୋଡ଼ି ହେବା ପାଇଁ ସ୍ୱତଃ ଆସିବ ।
ସାଥୀଗଣ, କ୍ଷେତ ସହିତ ଯୋଡ଼ି ହୋଇଥିବା ଏକ ବଡ଼ ଆହ୍ୱାନ ରହିଛି । କ୍ଷେତରୁ ନେଇ ବଜାର ପର୍ଯ୍ୟନ୍ତ ପହଂଚିବାରେ ବଡ଼ ମାତ୍ରାରେ ଫସଲ ଏବଂ ଫଳ, ପନିପରିବା ଖରାପ ହୋଇ ଯାଉଛି । ଗୋଟିଏ ଅନୁମାନ ରହିଛି କି ଦେଶରେ ପ୍ରତ୍ୟେକ ବର୍ଷ କୃଷକ ଭାଇମାନଙ୍କୁ 90 ହଜାରରୁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ଏହି କାରଣରୁ ହେଉଛି ।

ଏବେ ଯେପରି ମୁଁ ଆଳୁର କଥା କହିବି । ୟୁପି ହେଉଛି ଆଳୁ ଉତ୍ପାଦନରେ ଏକ ନମ୍ବର । ଆଗରୁ ତ ଆଳୁର ଚିପ୍ସ ଘରେ-ଘରେ ତିଆରି ହେଉଥିଲା । କିନ୍ତୁ ଏବେ ଏହା ସମୟ ସହିତ ବହୁତ କମ୍ ହୋଇ ଯାଇଛି । ଆପଣ ଚିନ୍ତା କରନ୍ତୁ ଯଦି ଆଳୁରୁ ଚିପ୍ସ ତିଆରି କରିବା ଉଦ୍ୟୋଗ ଯଦି ସ୍ଥାନୀୟ ସ୍ତରରେ ଉପଲବ୍ଧ ହେବ, ସେମାନଙ୍କ ପର୍ଯ୍ୟନ୍ତ ପହଂଚିବା ସହଜ ହେବ, ତ କେତେ ହଜାର କୋଟି ଟଙ୍କାର ବଜାର ଚାହିଦା କୃଷକମାନଙ୍କ ଖୁବ ସହଜରେ ମିଳିଯିବ । ଏଠାକାର ଦଶେରୀ ଆମ୍ବ ତ ହେଉଛି ପ୍ରସିଦ୍ଧ । କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ବଜାର ଚାହିଦା ଏବଂ ସଂରକ୍ଷଣ ଅଭାବରୁ ବହୁ ମାତ୍ରାରେ ଆମ୍ବ ନଷ୍ଟ ହୋଇଯାଏ । ଆମ୍ବ ଉତ୍ପାଦକ ଏହାକୁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବଜାର ଭିତ୍ତିଭୂମି ଏବଂ ସଂରକ୍ଷଣର ଗୋଟିଏ ଗ୍ରୀଡ଼ ତିଆରି କରିବା ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି । ଆମ୍ବଶସ୍ ରୁ କେତେ ପ୍ରକାରର ପୁଷ୍ଟି ଯୁକ୍ତ ଉତ୍ପାଦ ତିଆରି ହୁଏ । କେବଳ ଆମକୁ କୃଷକ ଏବଂ ଶିଳ୍ପ ମଧ୍ୟରେ ଥିବା ସଂଯୋଗକୁ ସୁଦୃଢ଼ କରିବାର ଅଛି । ଏବେ ଯେପରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉତ୍ତରପ୍ରଦେଶ ହେଉଛି ଦେଶରେ ସବୁଠାରୁ ଆଗୁଆ । କିନ୍ତୁ ଏବେ ଏହା ଉପରେ କିପରି ଅଧିକରୁ ଅଧିକ ମୂଲ୍ୟଯୁକ୍ତ କରାଯାଇ ପାରେ । କ୍ଷେତରୁ ଚାମଚ(ଫାର୍ମରୁ ଫର୍କ) ପର୍ଯ୍ୟନ୍ତ କିପରି ସଂପୂର୍ଣ୍ଣ ଶୃଙ୍ଖଳ, ସଂପୂର୍ଣ୍ଣ ଭିତ୍ତିଭୂମିକୁ ଆଧୁନିକ କରାଯାଇ ପାରିବ । ଏହି ବିଷୟରେ ମଧ୍ୟ ଆମକୁ ଆଗକୁ ଯାଇ କୌଣସି ନା କୌଣସି ପଦକ୍ଷେପ ଉଠାଇବାକୁ ପଡ଼ିବ ।

କୃଷକଙ୍କ ଉତ୍ପାଦ ଆଉ ଶିଳ୍ପର ଆବଶ୍ୟକତା ମଧ୍ୟରେ ସଂଯୋଗ ଦୃଢ଼ କରିବା, ଫସଲ, ଶସ୍ୟ, ଫଳ, ପନିପରିବା-ତାହାର ନଷ୍ଟ କମ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ଯୋଗାଣ ଏବଂ ଭିତ୍ତିଭୂମିର ଆଧୁନିକୀକରଣ କରାଯାଉଛି । କୃଷକଙ୍କର ଆୟ ବଢ଼ାଇବା ଏବଂ ତାହାର କ୍ଷତି କମ୍ କରିବା ଦିଗରେ ଏହି ଯୋଜନା ହେଉଛି ବହୁତ ହିଁ ମହତ୍ୱପୂର୍ଣ୍ଣ । ଏହି କ୍ଷତିକୁ କମ୍ କରିବା ପାଇଁ ଦେଶର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 100 ପ୍ରତିଶତ ଏଫଡିଆଇ(ବିଦେଶୀ ପୁଞ୍ଜି ନିବେଶ)କୁ ମଧ୍ୟ ମଞ୍ଜୁରି ଦିଆ ଯାଇଛି ।

ସାଥୀଗଣ, ଉତ୍ତରପ୍ରଦେଶରେ କୃଷିଜାତ ସହ ଉତ୍ପାଦ, କୃଷିଜାତ ଆବର୍ଜନା ଏହା ଦ୍ୱାରା ମଧ୍ୟ ସଂପଦର ଅସୀମ ସମ୍ଭାବନା ନିହିତ ରହିଛି । ବିଶେଷ କରି ଆଖୁ ଉତ୍ପାଦନରେ, ୟୁପି ସବୁଠାରୁ ଆଗୁଆ ରହିବା କାରଣରୁ ଏଠାରେ ଇଥାନଲ ଉତ୍ପାଦନର ଏକ ବହୁତ ବଡ଼ ଶକ୍ତି ହିଁ ରହିଛି । ୟୁପିରେ ଜୈବ-ଜାଳେଣି(Bio-fuel) କ୍ଷେତ୍ରରେ ଯେତିକି ବିକାଶ ହେବ ତାହାର ପ୍ରଭାବ ଦିଲ୍ଲୀ ଏନସିଆର ପର୍ଯ୍ୟନ୍ତ ଦେଖାଯିବ ।

ପର୍ଯ୍ୟାବରଣ ସହିତ ଏହା ସ୍ୱଚ୍ଛ ଶକ୍ତି(କ୍ଲିନ ଏନର୍ଜି)ଆଡ଼କୁ ମଧ୍ୟ ଏକ ବଡ଼ ପଦକ୍ଷେପ ହେବ ଆଉ ମୁଁ ଖୁସି ଯେ ରାଜ୍ୟରେ ଏକ ନୂତନ ବାୟୋ ଜାଳେଣି ନୀତି ପ୍ରସ୍ତୁତ କରାଯାଇଛି । ଏହି ନୀତି ଦ୍ୱାରା ଶସ୍ୟ ଜାଳିବା ଭଳି ସମସ୍ୟାଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ ମିଳିବ । ଏ ସମସ୍ତ ହିଁ ପ୍ରୟାସ 2022 ପର୍ଯ୍ୟନ୍ତ କୃଷକଙ୍କ ଆୟ ଦ୍ୱିଗୁଣ କରିବାର ଆମର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ବହୁତ ସାହାଯ୍ୟ କରିବ ।

ସାଥୀଗଣ, ଆଜି ଏହି ଅବସରରେ ମୁଁ ଏକ ମହତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିବାକୁ ଚାହୁଁଛି । ଆଉ ପ୍ରକୃତରେ ଏହି ଘୋଷଣା ନା କେବଳ ଉତ୍ତରପ୍ରଦେଶ ପାଇଁ କିନ୍ତୁ ସଂପୂର୍ଣ୍ଣ ହିନ୍ଦୁସ୍ଥାନ ପାଇଁ ହେଉଛି ଏକ ମହତ୍ୱପୂର୍ଣ୍ଣ ଘୋଷଣା । ଏହି ବର୍ଷ ବଜେଟରେ ପ୍ରସ୍ତାବ ରଖାଯାଇଥିଲା । କି ଦେଶରେ ଦୁଇଟି ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣ କରାଯିବ । ଏହା ମଧ୍ୟରୁ ଗୋଟିଏ ହେଉଛି ଉତ୍ତରପ୍ରଦେଶରେ ପ୍ରସ୍ତାବିତ । ବୁନ୍ଦେଲଖଣ୍ଡର ବିକାଶକୁ ବିଶେଷ ଭାବେ ଧ୍ୟାନରେ ରଖି ସ୍ଥିର କରାଯାଇଛି । ଯେ ୟୁପିରେ ପ୍ରତିରକ୍ଷା ଶିଳ୍ପ କରିଡରର ବିସ୍ତାର ଆଗ୍ରା, ଆଲିଗଡ଼, ଲକ୍ଷ୍ନୌ, କାନପୁର, ଝାନ୍ସୀ ଆଉ ଚିତ୍ରକୁଟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଶୃଙ୍ଖଳ ରହିବ । ଏହି କରିଡରରେ 20 ହଜାର କୋଟି ଟଙ୍କାର ନିବେଶର ସମ୍ଭାବନା ରହିଛି ଏବଂ ଏହା ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବ ।

ଯୋଗୀ ମହାଶୟଙ୍କ ସରକାରରେ ତିଆରି ହେବାକୁ ଯାଉଛି ପୂର୍ବାଂଚଳ ଏକ୍ସପ୍ରେସ ସଡକ ଏବଂ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଦ୍ୱାରା ବିଶେଷ କରି ପୂର୍ବାଂଚଳ ଏବଂ ବୁନ୍ଦେଲଖଣ୍ଡର ଔଦ୍ୟୋଗୀକରଣ – ମୁଁ ଭାବୁଛି ତାହା କାରଣରୁ ବହୁତ ଦ୍ରୁତ ଗତିରେ ହେବ ।

ଭାଇ ଓ ଭଉଣୀମାନେ ୟୁପିରେ ଆଗରୁ ଏଠି ଲକ୍ଷ୍ନୌ, ବାରଣାସୀ ଏବଂ ଗୋରଖପୁରରେ କେବଳ ତିନୋଟି ହିଁ ବିମାନ ବନ୍ଦର ଥିଲା । ଏବେ କୁଶୀନଗର ଏବଂ ଜେବରରେ ଦୁଇଟି ନୂତନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ କରିବାର କାମ ମଧ୍ୟ ଆରମ୍ଭ କରାଯାଉଛି ।

ଏହାଛଡ଼ା ଉଡ଼ାଣ ଯୋଜନା ମାଧ୍ୟମରେ ଆଗ୍ରା, କାନପୁର, ଆହ୍ଲାବାଦ, ବରେଲି, ଝାନ୍ସୀ, ଚିତ୍ରକୁଟ, ମୁରାଦାବାଦ, ଆଲିଗଡ଼, ଆଜମଗଡ଼ ଭଳି 11 ଟି ସହରରେ ବିମାନ ବନ୍ଦରର ବିକାଶ କରାଯାଉଛି । ଶୀଘ୍ର ହିଁ ଏହି ସହର ମାନଙ୍କରେ ବିମାନ ଉଡ଼ାଣର ସୁବିଧା ଉପଲବ୍ଧ ହେବ । ଆଉ ଯେବେ ମୁଁ କହୁଛି କି ମୋର ସ୍ୱପ୍ନ ରହିଛି କି ହୱାଇ ଚପଲ ପିନ୍ଧୁଥିବା ଲୋକ ଉଡ଼ାଜାହାଜ (ହୱାଇ ଜାହାଜ)ରେ ଯାତ୍ରା କରିବା ଭଳି ହେବା ଦରକାର ।

ଆପଣ ଚିନ୍ତା କରନ୍ତୁ ଯେତେବେଳେ ୟୁପିରେ ଏତେ ବିମାନ ବନ୍ଦର କାର୍ଯ୍ୟକ୍ଷମ ନୁହଁନ୍ତି । କେବଳ ସ୍ଥିରିକୃତ ରହିଛି ତେଣୁ ଏଠାରେ ଯାତ୍ରୀ ଏୟାର ଟ୍ରାଫିକରେ ବିଗତ ବର୍ଷ ତିରିଶ ପ୍ରତିଶତ ବୃଦ୍ଧି ଘଟିଛି । ଏହା ହେଉଛି ଅନ୍ତରାଷ୍ଟ୍ରୀୟ ପରିସଂଖ୍ୟାନରୁ ମଧ୍ୟ କେତେ ଅଧିକ ଆଉ ଯେତେବେଳେ ନୂତନ ବିମାନ ବନ୍ଦରର କାମ କରିବାକୁ ଲାଗିବା ତ କେତେ ବଡ଼ ପରିବର୍ତ୍ତନ ଆସିବ ଏହାର କଳ୍ପନା ଆପଣ କରି ପାରୁଥିବେ ।

ଉତ୍ତରପ୍ରଦେଶରେ ଦେଶର ସବୁଠାରୁ ବଡ଼ ରେଳ ନେଟୱାର୍କ ରହିଛି । ପାଖାପାଖି 9ହଜାର କିଲୋମିଟର ଦୀର୍ଘ ରେଳ ନେଟୱାର୍କ । ଜାତୀୟ ରାଜପଥ ନେଟୱାର୍କରେ ମଧ୍ୟ ୟୁପିର ସ୍ଥାନ ହେଉଛି ବଡ଼ ମହତ୍ୱପୂର୍ଣ୍ଣ । ଯେତେବେଳେ ପୂର୍ବାଂଚଳ ଏବଂ ପଶ୍ଚିମାଂଚଳ ସମର୍ପିତ ମାଲ ପରିବହନ ସଡକ/କରିଡର (dedicated freight corridor)ର ନିର୍ମାଣ ସଂପୂର୍ଣ୍ଣ ହୋଇଯିବ ତ ୟୁପିର ଅର୍ଥ ବ୍ୟବସ୍ଥାକୁ ଏକ ନୂତନ ଶକ୍ତି ମିଳିବ ଏକ ନୂତନ ବଳ ମିଳିବ । ମହତ୍ୱପୂର୍ଣ୍ଣ ହେଉଛି କି ଏହି ଦୁଇଟି କରିଡର ୟୁପିର ହିଁ ଦାଦରୀରେ ରହିଛି । ଏହି କରିଡର ସହିତ ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ଏବଂ ଅମୃତସର ଦିଲ୍ଲୀ-କୋଲକାତା ଶିଳ୍ପ କରିଡରର ତ୍ରିଶକ୍ତି ୟୁପିର ବିକାଶରେ ଏକ ବଡ଼ ଲମ୍ଫ ଆଣିବ, ପ୍ରଗତି ଆଣିବ ।

ବାରଣାସୀରୁ ହଳଦିଆ ମଧ୍ୟରେ ତିଆରି କରାଯାଉଥିବା ଜାତୀୟ ଜଳପଥ ଦ୍ୱାରା ମଧ୍ୟ ୟୁପିର ଔଦ୍ୟୋଗିକ ବିକାଶରେ ସାହାଯ୍ୟ ମିଳିବ । ଏହା ବ୍ୟତୀତ ଲକ୍ଷ୍ନୌ, ଗାଜିଆବାଦ, ନୋଏଡ଼ାରେ ମେଟ୍ରୋର ବିସ୍ତାର, ମିରଟ, କାନପୁର ବାରଣାସୀରେ ନୂତନ ମେଟ୍ରୋ, ୟୁପିରେ ବିଶ୍ୱସ୍ତରୀୟ ପରିବହନ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଏହା ସହିତ ଭାରତନେଟ୍ ପରିଯୋଜନା ମାଧ୍ୟମରେ ଉତ୍ତରପ୍ରଦେଶର ସବୁ ପଂଚାୟତରେ ଅପଟିକାଲ ଫାଇବର ସଂଯୋଗ ଏଠାକାର ଗ୍ରାମୀଣ ଅଂଚଳକୁ ପୂର୍ଣ୍ଣ ଭାବରେ ଦୁନିଆ ସହିତ ଯୋଡ଼ି ଦେବ । ଆଧୁନିକ ଜାତୀୟ ରାଜପଥ, ରେଳପଥ, ସହ ମେଟ୍ରୋ, ଆକାଶ ପଥ, ଜଳପଥ, ସୂଚନା ପଥ ଏ ସବୁକୁ ମିଶାଇ ଏଭଳି ଭିତ୍ତିଭୂମି ପ୍ରସ୍ତୁତ କରିବା ଯାହା ଉତ୍ତରପ୍ରଦେଶକୁ ଏକବିଂଶ ଶତାବ୍ଦୀରେ ନୂତନ ଶିଖରକୁ ନେଇ କରି ହିଁ ଯିବ । ଉତ୍ତମ ଯୋଗାଯୋଗ, ଶିଳ୍ପ ଏବଂ ବିନିର୍ମାଣ ୟୁନିଟ ପରିବହନ ମାଧ୍ୟମରେ ଅନ୍ୟ ସହିତ ନିର୍ବିବାଦରେ ସହଯୋଗ କରିବାରେ ବହୁତ ସାହାଯ୍ୟ କରିବ । ଯେତେବେଳେ ପରିବହନ ଜନିତ ସମସ୍ୟା କମ୍ ହେବ ତ ବ୍ୟବସାୟ ମଧ୍ୟ ସେତିକି ହିଁ ସହଜରେ ହେବ, ପର୍ଯ୍ୟଟନ ମଧ୍ୟ ବଢ଼ିବ ଆଉ ଏ ସମସ୍ତ ଜିନିଷର ପ୍ରଭାବ ରୋଜଗାର ବିକାଶ ଉପରେ ଦୃଷ୍ଟିକୁ ଆସିବ ।

ସାଥୀଗଣ, ପର୍ଯ୍ୟଟନକୁ କେତେ ଥର ବିକାଶର ଗୁଣିତକ ଭାବେ ମଧ୍ୟ ଦେଖା ଯାଇଥାଏ । ଉତ୍ତରପ୍ରଦେଶ ଐତିହାସିକ, ସାଂସ୍କୃତିକ ପରମ୍ପରା ଚାରି ଆଡ଼େ ରହିଛି । କଳାର ଅନେକ ବିଧି ଏହି ଉତ୍ତରପ୍ରଦେଶରେ ବିରାଜମାନ ରହିଛି । ଆବଶ୍ୟକତା ରହିଛି ପର୍ଯ୍ୟଟକ କେନ୍ଦ୍ର ତଥା ପରିବେଶ ବ୍ୟବସ୍ଥାକୁ ସୁଦୃଢ଼ କରିବା । ଐତିହ୍ୟ/ହେରିଟେଜ୍ ପର୍ଯ୍ୟଟନ, ହସ୍ତଶିଳ୍ପ/ହେଣ୍ଡିକ୍ରାଫ୍ଟ ପର୍ଯ୍ୟଟନ, ପରିବେଶ/ଇକୋ ପର୍ଯ୍ୟଟନ, ବଣ୍ୟଜୀବନ ପର୍ଯ୍ୟଟନ, ଗ୍ରାମ୍ୟ ପର୍ଯ୍ୟଟନ କେତେ ହିଁ ସମ୍ଭାବନା ୟୁପିରେ ରହିଛି ଯାହାକୁ ଆହୁରି ଅଧିକ ଉନ୍ନତ ଉପାୟରେ ସେସବୁର ଲାଭ ଉଠାଯାଇପାରିବ ।

ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ଏହି ବିଷୟରେ ମଧ୍ୟ ଉତ୍ତରପ୍ରଦେଶ ହେଉଛି ଦେଶର ଶ୍ରେଷ୍ଠ ରାଜ୍ୟ ମାନଙ୍କ ମଧ୍ୟରେ ଗୋଟିଏ । ତାହାକୁ ଏକ ନମ୍ବର କରାଯାଇ ପାରିବ । ଏହି ସମ୍ମେଳନରେ ଯେଉଁ ନୂତନ ପର୍ଯ୍ୟଟନ ନୀତି ଘୋଷଣା କରାଯାଇଛି । ମୋର ବିଶ୍ୱାସ ରହିଛି କି ତାହା ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ । ୟୁପିରେ ଏବେ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଶିଳ୍ପର ସ୍ଥାନ ଦିଆ ଯାଇଛି ।

ଭାଇ ଓ ଭଉଣୀମାନେ, ଆଗାମୀ ବର୍ଷ ଆରମ୍ଭରେ ଅର୍ଥାତ 2019 ଜାନୁୟାରୀ, ଆଗାମୀ ବର୍ଷ ଆରମ୍ଭରେ ପ୍ରୟାଗରେ ମଧ୍ୟ ମହାକୁମ୍ଭର ଆୟୋଜନ କରାଯିବ । ସମଗ୍ର ବିଶ୍ୱରେ ଏହା ହେଉଛି ଏଭଳି ସବୁଠାରୁ ବଡ଼ ସାଂସ୍କୃତିକ ଆୟୋଜନ ହେବ । ବିଗତ ବର୍ଷ ମିଳିତ ଜାତିସଂଘ ଦ୍ୱାରା ୟୁଏନଓ ତରଫରୁ କୁମ୍ଭକୁ ମାନବତାର ଅମୂଲ୍ୟ ଧରୋହର ରୂପେ ମାନ୍ୟତା ମିଳିଛି । ଏହା ଆମ ସମସ୍ତଙ୍କ ପାଇଁ ବିଶେଷ କରି ଉତ୍ତରପ୍ରଦେଶ ସରକାରଙ୍କ ପାଇଁ ହେଉଛି ଏକ ବହୁତ ବଡ଼ ସୁଯୋଗ । କୁମ୍ଭ ସମୟରେ କଳ୍ପବାସୀଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଆସୁଥିବା ଲକ୍ଷ-ଲକ୍ଷ କୋଟି-କୋଟି ଲୋକଙ୍କ ପାଇଁ 2019ର ଏଇ ଆମର କୁମ୍ଭ ଅବିଶ୍ୱାସନୀୟ ହୋଇ ରହୁ, ସେମାନଙ୍କ ଜୀବନର ସବୁଠାରୁ ବଡ଼ ସ୍ମରଣୀୟ ହେଉ । ଏଠାକାର ଯୁବକଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରୁ, ଏହି ଲକ୍ଷ୍ୟ ସହିତ ଯଦି ଆମେ ସସ୍ତେ ମିଶି ନା କେବଳ ଭାରତରେ ଦୁନିଆରେ, ଦୁନିଆର କୌଣସି ଦେଶ ଏଭଳି ନ ଥିବ ଏଥର ଯେଉଁଥିରେ କୌଣସି ନା କୌଣସି ବ୍ୟକ୍ତି ଏହି କୁମ୍ଭ ମେଳାକୁ ଆସି ନ ଥିବେ । ଗୋଟିଏ ପ୍ରକାରରେ ବିଶ୍ୱସ୍ତରୀୟ କୁମ୍ଭ ମେଳା ଆଉ ଉତ୍ତରପ୍ରଦେଶର ପ୍ରାଣ, ଭାରତର ପରିଚୟ ଏହା ଦ୍ୱାରା ସମ୍ଭବ ହେବ ।

ସାଥୀଗଣ, ଏଭଳି ନିବେଶକ ସମ୍ମେଳନର ଶୁଭାରମ୍ଭ ବହୁତ ପୂର୍ବରୁ ଗୁଜରାଟରେ ଆରମ୍ଭ ହୋଇଥିଲା । ଏହା ପରେ ଏହି ଧାରା ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆସାମ ଭଳି ରାଜ୍ୟ ଦେଇ ଏବେ ଆସି ଉତ୍ତରପ୍ରଦେଶରେ ପହଂଚିଛି । ଆମ ପାଇଁ ଏହା ମହତ୍ୱପୂର୍ଣ୍ଣ ହେବ କି ନିବେଶକ ସମ୍ମଳନରେ ହୋଇଥିବା ଏମଓୟୁ ଗୁଡ଼ିକ ଯଥା ଶୀଘ୍ର ଧରାପୃଷ୍ଠକୁ ଓହ୍ଲାଇ ଆସିବ ଆଉ ଏଠାକାର ଲୋକଙ୍କୁ ଅଧିକରୁ ଅଧିକ ରୋଜଗାର ମିଳୁ ।

ମୁଁ ଯୋଗୀ ମହାଶୟଙ୍କ ସମ୍ପର୍କରେ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି କି ସେ ପ୍ରତିଶୃତି ଦେଇଛନ୍ତି । ଏହି ସମସ୍ତ ଏମଓୟୁ ଗୁଡ଼ିକୁ ସେ ନିଜେ ଅନୁଧ୍ୟାନ କରିବେ । ସେ ସ୍ୱୟଂ ଏହାର ଅଗ୍ରଗତି ନେଇ ଦୃଷ୍ଟି ରଖିବେ । ଆଉ ଏଥିପାଇଁ ଏଠାରେ ଯେଉଁ ଏମଓୟୁ ଗୁଡ଼ିକ କରାଯାଇଛି । ତା’ମଧ୍ୟ ପ୍ରସ୍ତୁତ ହୋଇ ରହୁ କି ଏବେ ଉତ୍ତରପ୍ରଦେଶ ସମାନଙ୍କ ପଛରେ ଲାଗିଯିବ ।

ଆମ ସରକାର ସେ କେନ୍ଦ୍ରରେ ଥାଉ ଅବା ରାଜ୍ୟରେ ନିଯୁକ୍ତି କୈନ୍ଦ୍ରିକ ସହିତ ଜନ କୈନ୍ଦ୍ରିକ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଏକ ଏଭଳି ଅର୍ଥବ୍ୟବସ୍ଥା ଯେଉଁଥିରେ ଗରିବ ମାନଙ୍କୁ ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ମଧ୍ୟ ହେଉ ଯାହା ଗରିବଙ୍କୁ ସାଙ୍ଗରେ ନେଇ ଚାଲୁ । ଏଥିପାଇଁ ସହଜରେ ବ୍ୟବସାୟ ସହିତ ଆମେ ସହଜରେ ସହାବସ୍ଥାନକୁ ମଧ୍ୟ ପ୍ରାଥମିକତା ଦେଉଛୁ । ଏହି ସରକାରଙ୍କର ନୀତି ଏବଂ ଯୋଜନା ଗୁଡ଼ିକର ପ୍ରଭାବ ଏହା କି ଜନ-ଧନ-ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା 31 କୋଟି ଗରିବ ଲୋକଙ୍କର ବ୍ୟାଙ୍କ ଖାତା ଖୋଲା ଯାଇସାରିଛି । 18 କୋଟିରୁ ଅଧିକ ଗରିବଙ୍କୁ ପ୍ରତିଦିନ 90 ପଇସା ଆଉ ମାସକୁ 1 ଟଙ୍କାର ପ୍ରିମିୟମରେ ବୀମା କବଚ ଦିଆ ଯାଇଛି ।

ବିଗତ ତିନି ବର୍ଷରେ ଗରିବ ଏବଂ ନିମ୍ନ ମଧ୍ୟବିତ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରାୟ ଏକ କୋଟି ଘର ତିଆରି କରା ଯାଇଛି । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଛଅ କୋଟିରୁ ଅଧିକ ଶୌଚାଳୟ ତିଆରି କରାଯାଇଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର 3କୋଟି 30 ଲକ୍ଷରୁ ଅଧିକ ଗରିବ ମହିଳା ମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆ ସରିଛି ।

ଏହି ବଜେଟରେ ଏବେ ଉଜ୍ଜ୍ୱଳା ଯୋଜନାର ଲକ୍ଷ୍ୟ 8 କୋଟି କରି ଦିଆଯାଇଛି । ଦେଶର ପ୍ରତ୍ୟେକ ଗରିବଙ୍କ ଘର ଆଲୋକିତ ହେଉ ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ 4 କୋଟି ଗରିବଲୋକଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦିଆଯିବ ।

ଏହି ବଜେଟରେ ଆମେ ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ ଘୋଷଣା କରିଛୁ । ଏହି ଯୋଜନା ଅଧୀନରେ ଦେଶର 10 କୋଟି ଗରିବ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ଦିଆଯିବ । ଆଉ ଯାହା ଦ୍ୱାରା ଗୋଟିଏ ଗରିବ ପରିବାରରେ ବେମାରୀ ଦେଖାଦେଲେ ବର୍ଷସାରା ସେହି ଗରିବ ପରିବାରକୁ ଔଷଧର ଖର୍ଚ୍ଚ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ହେବ ତ ପାଞ୍ଚ ଲକ୍ଷ ଟଙ୍କା ସରକାର ବୀମା କଂପାନୀ ମାଧ୍ୟମରେ ସେହି ଗରୀବ ପରିବାରକୁ ଦେଇ ଦେବେ ।

ଏଭଳି ଆହରି ଅନେକ କାର୍ଯ୍ୟ ଏବଂ ଯୋଜନାଗୁଡିକ ମାଧ୍ୟମରେ ଆମ ସରକାର ଗରିବଙ୍କ ଜୀବନକୁ ସହଜ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଆମ ସରକାର ଏହା ସୁନିଶ୍ଚିତ କରୁଛନ୍ତି କି ଦେଶରେ ଯେଉଁ ଢାଂଚାଗତ ପରିବର୍ତ୍ତନ କରାଯାଉଛି, ନୀତିରେ ପରିବର୍ତ୍ତନ କରାଯାଉଛି । ତାହାର ଲାଭ ଦେଶର କୃଷକ, ଗରିବ, ଦଳିତ, ପଛୁଆବର୍ଗ ଆଉ ସମାଜର ବଞ୍ଚିତ ପରିବାରଙ୍କ ପାଖରେ ପହଂଚୁ ।

ସାଥୀଗଣ, ନ୍ୟୁ ଇଣ୍ଡିଆର ନିର୍ମାଣ ପାଇଁ, ନ୍ୟୁ ଉତ୍ତରପ୍ରଦେଶର ନିର୍ମାଣ ପାଇଁ ନୂତନ ଉତ୍ସାହ, ନୂତନ ଆଶାର ସହିତ, ନୂତନ ନିବେଶର ମଧ୍ୟ ଆବଶ୍ୟକତା ରହିଛି । ମୋର ଆଶା ଅଛି କି ନିବେଶକ ସମ୍ମେଳନ ଉତ୍ତରପ୍ରଦେଶରେ ନିବେଶ ସମ୍ଭାବନାର ନୂତନ ଦ୍ୱାର ଉନ୍ମୁକ୍ତ କରିବାରେ ସଫଳ ହେବ । ଏହି ଆଶା ଓ ବିଶ୍ୱାସ ସହିତ ମୋ କଥା ସମାପ୍ତ କରୁଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ଶ୍ରୀମାନ ଅନିରୁଦ୍ଧ ଜଗନ୍ନାଥ ମହାଶୟଙ୍କୁ ମଧ୍ୟ ହୃଦୟର ସହିତ କୃତଜ୍ଞତା ଜଣାଉଛି । ଆଉ ମୋର ବିଶ୍ୱାସ ଅଛି କି ଯୋଗୀ ମହାଶୟଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ବିକାଶର ଶିଖରରେ ପହଂଚିବା ପାଇଁ ଦ୍ରୁତ ଗତିରେ ଆଗକୁ ବଢିବାର ଯେଉଁ ପ୍ରୟାସ କରୁଛି ସେଥିପାଇଁ ଆପଣ ସମସ୍ତଙ୍କର ଆଶୀର୍ବାଦ ମିଳିବ, ଆପଣ ସମସ୍ତଙ୍କର ସହଯୋଗ ମିଳିବ । ଆଉ ନୂତନ ଭାରତ ନିର୍ମାଣରେ ଉତ୍ତରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ତାହାକୁ ଆମେ ସମସ୍ତେ ମିଳିମିଶି ସଂମ୍ପୂର୍ଣ୍ଣ କରିବା । ଏହି ଗୋଟିଏ ଆଶା ଆକାଂକ୍ଷା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ, ନମସ୍ତେ ।