Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ନୌରେ ଏବି ବାଜପେୟୀ ଭେଷଜ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ମହୋଦୟା, କେନ୍ଦ୍ରରେ ମନ୍ତ୍ରୀପରିଷଦରେ ମୋର ବରିଷ୍ଠ ସହଯୋଗୀ ଏବଂ ଏହି ମାଟିର ପ୍ରତିନିଧି ଶ୍ରୀମାନ ରାଜନାଥ ସିଂହ ମହାଶୟ, ଏଠାକାର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମହାଶୟ, ଦୀନେଶ ଶର୍ମା ମହାଶୟ, ବିଧାନସଭାର ଅଧ୍ୟକ୍ଷ ମହୋଦୟ ଶ୍ରୀମାନ ନାରାୟଣ ଦିକ୍ଷୀତ ମହାଶୟ, ୟୁପି ସରକାରର ମନ୍ତ୍ରୀଗଣ, ୟୁପିର ସାଂସଦଗଣ ଏବଂ ଉପସ୍ଥିତ ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ ।

ଲକ୍ଷ୍ନୌର ସାଂସଦ ମୋତେ ସ୍ୱାଗତ କଲେ, ତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱାଗତ କଲେ, ତେଣୁ କାଶୀର ସାଂସଦ ଧନ୍ୟବାଦ ଜଣାଉଛି । ଆଜି ମୋସୌଭାଗ୍ୟ ଯେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ମୋତେ ଆସିବାର ସୁଯୋଗ ଦେଇଛି ଏହି କାର୍ଯ୍ୟକ୍ରମ ଓ ଏହା ପୂର୍ବରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୋତେ ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କ ବନ୍ଦନା କରିବା, ତାଙ୍କର ଦୃଷ୍ଟିଭଙ୍ଗୀକୁ ସମ୍ମାନ ଜଣାଇବା ପାଇଁ ସୁଯୋଗ ମିଳିଛି ।

ଏଠାକୁ ଆସିବା ପୂର୍ବରୁ ମୁଁ ଦିଲ୍ଲୀରେ ଅଟଳ ଜଳ ଯୋଜନାର ଶୁଭାରମ୍ଭ କରିଥିଲି । 6 ହଜାର କୋଟି ଟଙ୍କାରେ ଏହି ଯୋଜନା ଅଧୀନରେ ଉତ୍ତରପ୍ରଦେଶ ସମେତ ଦେଶର 7ଟି ରାଜ୍ୟରେ ଭୂତଳ ଜଳ ସ୍ତରରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରାଯିବ ।

ଏହା ସହିତ ଆଜି ହିଁ ହିମାଚଳକୁ ଲଦାଖ ସହିତ ଯୋଡ଼ୁଥିବା ରୋହତଙ୍ଗ ସୁଡ଼ଙ୍ଗର ନାମ ମଧ୍ୟ ଅଟଳ ସୁଡଙ୍ଗ ନାମରେ ନାମିତ କରାଯାଇଛି ।

ଏହା ମଧ୍ୟ ଏକ ସଂଯୋଗ ଯେ ଆଜିର ଦିନକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି, , ତ୍ତରପ୍ରଦେଶର ଶାସନ ଯେଉଁ ଭବନରୁ ଚାଲୁଛି, ସେଠାରେ ଅଟଳ ମହୋଦୟଙ୍କର ପ୍ରତିମା ଅନାବରଣ କରାଯାଇଛି । ତାଙ୍କର ଏହି ଭବ୍ୟ ପ୍ରତିମା, ଲୋକଭବନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁଶାସନର, ଲୋକ ସେବାର ନିରନ୍ତର ପ୍ରେରଣା ଦେଉଥିବ ।

ସାଥୀଗଣ, ଏହାବ୍ୟତୀତ ଅଟଳ ମହୋଦୟଙ୍କୁ ସମର୍ପିତ ଅଟଳ ମେଡିକାଲ(ଭେଷଜ) ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି । ଯେଉଁ ଲକ୍ଷ୍ନୌ ବର୍ଷ ବର୍ଷ ଧରି ଅଟଳ ମହୋଦୟଙ୍କର କର୍ମଭୂମି ଥିଲା, ଅଟଳ ମହୋଦୟଙ୍କର ସଂସଦୀୟ କ୍ଷେତ୍ର ଥିଲା, ସେଠାକୁ ଆସି ଶିକ୍ଷା ସହିତ ଜଡ଼ିତ, ସ୍ୱାସ୍ଥ୍ୟ ସହିତ ଜଡ଼ିତ ସଂସ୍ଥାନର ଶିଳାନ୍ୟାସ କରିବା, ଯାହାକୁ ମଧ୍ୟ ସୁଯୋଗ ମିଳିବ, ତାଙ୍କ ଜୀବନରେ ଏହା ସୌଭାଗ୍ୟର ବିଷୟ ହୋଇ ରହିବ, ମୋ ପାଇଁ ମଧ୍ୟ ଆଜି ଏହା ହେଉଛି ସୌଭାଗ୍ୟର ମୂହୁର୍ତ୍ତ

ଯେତେବେଳେ ଅଟଳ ମହୋଦୟ ଏଠାକାର ସାଂସଦ ଥିଲେ, ସେ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଇଥିଲେ । ରିଙ୍ଗ ରୋଡ଼ କା ହେଉ, ପୁରୁଣା ଲକ୍ଷ୍ନୌରେ ଡ୍ରେନେଜ୍ ବ୍ୟବସ୍ଥା ହେଉ, ଏଠାକାର ବିମାନବନ୍ଦରର ଆଧୁନିକୀକରଣ ହେଉ, ବାଲ୍ମିକୀ- ଆମ୍ବେଦକର ଆବାସ ଯୋଜନା ହେଉ, ବାୟୋଟେକ୍ ପାର୍କ ହେଉ, ଲକ୍ଷ୍ନୌକୁ ନୂତନ ପରିଚୟ ଦେଉଥିବା ଶହ ଶହ କାର୍ଯ୍ୟ ଅଟଳ ମହୋଦୟ କରିଛନ୍ତି । ଏବେ ସାଂସଦ ଭାବେ ଶ୍ରୀମାନ ରାଜନାଥ ସିଂହ ମହାଶୟ ଏହି ପରମ୍ପରା ତୁଲାଇ ଚାଲିଛନ୍ତି, ପରିପାଳନ ମଧ୍ୟ କରି ଚାଲିଛନ୍ତି ।

ସାଥୀଗଣ, ଅଟଳ ମହୋଦୟ କହୁଥିଲେ ଯେ ଜୀବନକୁ ଭାଗ ଭାଗ କରି ଦେଖା ଯାଇ ପାରିବ ନାହିଁ, ତାକୁ ସମଗ୍ରତାର ସହିତ ଦେଖିବାକୁ ହେବ । ଏ କଥା ସରକାରଙ୍କ ପାଇଁ ମଧ୍ୟ ହେଉଛି ସେତିକି ସତ୍ୟ, ଆଉ ସୁଶାସନ ପାଇଁ ମଧ୍ୟ, ଭଲ ଶାସନ ପାଇଁ ମଧ୍ୟ ଏହା ହେଉଛି ଉପଯୁକ୍ତ ମାନଦଣ୍ଡ ।

ସୁଶାସନ ମଧ୍ୟ ସେତେବେଳ ଯାଏଁ ସମ୍ଭବ ନୁହେଁ, ଯେତେବେଳ ପର୍ଯ୍ୟନ୍ତ ଆମେ ସମସ୍ୟା ଗୁଡ଼ିକୁ ସଂପୂର୍ଣ୍ଣତାର ସହିତ, ସମଗ୍ରତାର ସହିତ ନ ଭାବିବା, ଅବା ତାର ସମାଧାନ ପାଇଁ ପ୍ରୟାସ ନ କରିବା । ମୁଁ ସନ୍ତୁଷ୍ଟ ଯେ ଯୋଗୀ ମହୋଦୟଙ୍କ ସରକାର ମଧ୍ୟ ସମଗ୍ରତାର ଏହି ଚିନ୍ତାଧାରାକୁ ସାକାର କରିବାର ଭରପୂର ପ୍ରୟାସ କରୁଛନ୍ତି ।

ଅଟଳ ଭେଷଜ ବିଶ୍ୱବିଦ୍ୟାଳୟ ସେହି ଚିନ୍ତାଧାରାକୁ ପରିଲକ୍ଷିତ କରୁଛି । ଏହି ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶରେ ଡାକ୍ତରୀ ଶିକ୍ଷା ଏବଂ ତାହାକୁ ବ୍ୟାପକତା ପ୍ରଦାନ କରିବ, ସଂପୂର୍ଣ୍ଣତା ଦେବ ଏବଂ ପାଠ୍ୟକ୍ରମ ଠାରୁ ନେଇ ପରୀକ୍ଷା ପର୍ଯ୍ୟନ୍ତ ଏଥିରେ ଗୋଟିଏ ସୂତ୍ର ରହିବ, ଗୋଟିଏ ସ୍ୱରୂପ ରହିବ ଆଉ ସ୍ୱାଭାବିକ ଏକାତ୍ମ ଭାବ ରହିବ ।

ମେଡିକାଲ କଲେଜ ହେଉ, ଡେଣ୍ଟାଲ କଲେଜ ହେଉ, ପାରା ମେଡିକାଲ କଲେଜ ହେଉ, ନର୍ସିଂ ହେଉ, ଚିକିତ୍ସା ସହିତ ଜଡ଼ିତ ପ୍ରତ୍ୟେକ ପାଠ୍ୟକ୍ରମ, ଡିଗ୍ରୀ ହେଉ, ଆପଣ ଏହାର ତତ୍ତ୍ଵାବଧାନରେ ଏହି ବିଶ୍ୱବିଦ୍ୟାଳୟ ଏହି ସମସ୍ତ ବ୍ୟବସ୍ଥାଗୁଡ଼ିକୁ, ପାଠ୍ୟକ୍ରମକୁ ଆଗକୁ ବଢ଼ାଇବେ ।

ସରକାରୀ ହେଉ, ଅର୍ଦ୍ଧ ସରକାରୀ ହେଉ, ଅବା ଘରୋଇ ମେଡିକାଲ ସଂସ୍ଥାନ, ସମସ୍ତଙ୍କୁ ଅନୁବନ୍ଧନ ଏହି ବିଶ୍ୱବିଦ୍ୟାଳୟରୁ ମିଳିବ । ଏକ ସମାନ ଶିକ୍ଷଣୀୟ ବାର୍ଷିକ କ୍ୟାଲେଣ୍ଡର ଲାଗୁ ହେବ, ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟରେ ହେବ, ପାରଦର୍ଶୀ ଢଙ୍ଗରେ ହେବ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଉତ୍ତରପ୍ରଦେଶରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷାରେ ମଧ୍ୟ ସଂସ୍କାର ଆସିବ ।

ସାଥୀଗଣ, ତ୍ତରପ୍ରଦେଶ ସହିତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଆମର ଦୃଷ୍ଟିଭଙ୍ଗୀ ଏବଂ ମାର୍ଗଦର୍ଶନ ଉଭୟ ପୂର୍ବରୁ ହିଁ ସ୍ପଷ୍ଟ ରହିଛି । ସ୍ୱାସ୍ଥ୍ୟ ସହିତ ଏହା ସହିତ ଜଡ଼ିତ ସୁବିଧାଗୁଡ଼ିକରେ ସଂସ୍କାର ଉପରେ ମଧ୍ୟ ଆମେ ଧ୍ୟାନ କେନ୍ଦ୍ରିତ କରିଛୁ ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପାଇଁ ସରକାରଙ୍କର ରୋଡ୍ ମ୍ୟାପ୍ ହେଉଛି-

ପ୍ରଥମରେ- ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉ,

ଦ୍ୱିତୀୟରେ- ସୁଲଭ ସ୍ୱାସ୍ଥ୍ୟ ସେବା, ଏହାର ଯେତେ ସମ୍ପ୍ରସାରଣ ହେବ, ସେଥିପାଇଁ ପ୍ରୟାସ କରାଯାଉ,

ତୃତୀୟରେ- ଯୋଗାଣ କ୍ଷେତ୍ରର ହସ୍ତକ୍ଷେପ, ଅର୍ଥାତ ଏହି କ୍ଷେତ୍ରର ପ୍ରତ୍ୟେକ ଚାହିଦାକୁ ଦେଖି ଯୋଗାଣ ସୁନିଶ୍ଚିତ କରିବା,

ଆଉ ଚତୁର୍ଥରେ- ମିଶନ ମୋଡରେ ହସ୍ତକ୍ଷେପ କରିବା ଅର୍ଥାତ ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ ଯୋଜନାକୁ ମିଶନ ମୋଡରେ ଚଳାଇବା । ଆପଣ ସରକାରଙ୍କର ସମସ୍ତ ଯୋଜନାକୁ ଦେଖିବେ ତ ସେଗୁଡ଼ିକ ଏହି ମାର୍ଗରେ ଚାଲିଛନ୍ତି, ଏହି ରୋଡ୍ ମ୍ୟାପରେ ଆଗକୁ ବଢ଼ୁଛନ୍ତି ।

ସାଥୀଗଣ, ରୋଗବ୍ୟାଧି ପାଇଁ ହେବାକୁ ଥିବା ଖର୍ଚ୍ଚକୁ ରୋକିବାର ସବୁଠାରୁ ସହଜ ଉପାୟ ହେଲା ଯେ ରୋଗ ହେବାରୁ ରକ୍ଷା ପାଇଯିବା । ଏହା ହେଉଛି ପ୍ରତିଷେଧକ ସ୍ୱାସ୍ଥ୍ୟସେବା । ଆଉ ଏଥିପାଇଁ ଆମେ ଯେତେ ବ୍ୟାପକ ପରିମାଣରେ ଆମେ ଲୋକମାନଙ୍କୁ ସଚେତନ କରିବା, ସଚେତନତା ସୃଷ୍ଟି ହେବ, ଯେତେ ଅଧିକ ପରିମାଣରେ ସାଧାରଣ ମଣିଷ ଏହାକୁ ନେଇ ଗମ୍ଭୀର ରହିବ, ତା ଭିତରେ ସେତିକି  ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ, ଶରୀର ସୁସ୍ଥ ରହିବ ।

ସ୍ୱଚ୍ଛ ଭାରତ- ହେଉଛି ଏକ ପ୍ରକାର ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଅଭିଯାନ ।  ଯୋଗ ମଧ୍ୟ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପାଇଁ ଶୂନ ଖର୍ଚ୍ଚର ସ୍ୱାସ୍ଥ୍ୟସେବା ।

ଉଜ୍ଜ୍ୱଳା ଯୋଜନାରେ ମାଆମାନଙ୍କୁ ଧୂଆଁରୁ ମୁକ୍ତି ଦେବା ମଧ୍ୟ ହେଉଛି ପ୍ରତିଷେଧକ ସ୍ୱାସ୍ଥ୍ୟସେବାର କାର୍ଯ୍ୟ, , ଅନ୍ୟ ପକ୍ଷରେ ଦେଶର ନାଗରିକଙ୍କୁ ଫିଟ୍ ଇଣ୍ଡିଆ ଅଭିଯାନର ଅଂଶ ଭାବେ ଗ୍ରହଣ କରି ସେମାନଙ୍କୁ ଫିଟ୍ ରହିବା ପାଇଁ ପ୍ରେରଣା ଦେବା, ଏହା ସହିତ ଆୟୁର୍ବେଦକୁ ପ୍ରୋତ୍ସାହନ ଦେବା, କାରଣ ଆଜିକାଲି ସମଗ୍ର ବା ବୌଦ୍ଧିକ ସ୍ୱାସ୍ଥ୍ୟସେବାର ଚାହିଦା ବଢ଼ି ଚାଲିଛି ।

ପ୍ରତ୍ୟେକ ଲୋକ ପାର୍ଶ୍ଵପ୍ରତିକ୍ରିୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ଆଉ ସେଥିରେ ଆୟୁଷ, ଆୟୁର୍ବେଦ, ଏହା ବହୁତ ବଡ଼ ଭୂମିକା ତୁଲାଇ ପାରିବେ । ଏଭଳି ପ୍ରତ୍ୟେକ ପ୍ରାରମ୍ଭିକ କାର୍ଯ୍ୟ ରୋଗଗୁଡ଼ିକରୁ ରକ୍ଷା ପାଇବା ପାଇଁ ନିଜର ପ୍ରମୁଖ ଯୋଗଦାନ ଦେଉଛନ୍ତି । ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମେ ଯେତିକି ଗୁରୁତ୍ୱାରୋପ କରିବା, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆମର ଚିନ୍ତା ସେତିକି ହିଁ କମ୍ ହୋଇ ଚାଲିବ । ଏହା ଫଳରେ ଗୋଟିଏ ପଟେ ଯେଉଁଠି ସଂକ୍ରାମକ ରୋଗରୁ ରକ୍ଷା ପାଇବାରେ ସହାୟତା ମିଳୁଛି ସେଠି ଅନ୍ୟପଟେ ଜୀବନଶୈଳୀ କାରଣରୁ ଯେଉଁ ସବୁ ରୋଗ ହୋଇଥାଏ ସେହି ରୋଗଗୁଡ଼ିକୁ ଦୂର କରିବାରେ ମଧ୍ୟ ଏହା ଫଳପ୍ରଦ ପ୍ରମାଣିତ ହେଉଛି ।

ସାଥୀଗଣ, ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷାର ହିଁ ହେଉଛି ଗୋଟିଏ ଶୃଙ୍ଖଳ- ଦେଶର ଗ୍ରାମାଂଚଳରେ 1.25 ଲକ୍ଷରୁ ଅଧିକ ଆରୋଗ୍ୟ କେନ୍ଦ୍ର ନିର୍ମାଣ । ଏହି କେନ୍ଦ୍ରଗୁଡ଼ିକ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଧରି, ଆରମ୍ଭରୁ ହିଁ ସେଗୁଡ଼ିକର ଚିକିତ୍ସା ଓ ସାହାଯ୍ୟକାରୀ ପ୍ରମାଣିତ ହେବଏହିଭଳି ଭାବେ ସରକାରଙ୍କର ବିଶେଷ ଗୁରୁତ୍ୱ ପ୍ରତିଷେଧକ କାର୍ଯ୍ୟକ୍ରମର ସମ୍ପ୍ରସାରଣ ଉପରେ ମଧ୍ୟ ରହୁଛି । ଆମେ ଏହା ସହିତ ନୂତନ ଟିକାକୁ ଯୋଡ଼ିବା, ଦୂରଦୂରାନ୍ତ ଅଞ୍ଚରେ ମଧ୍ୟ ଟିକାକରଣ ଅଭିଯାନ ପହଞ୍ଚାଇବାରେ ସଫଳତା ପାଇଛୁ ।

ଏଇ ନିକଟରେ ମୁଁ କାନପୁରରେ ଏହାର ଶୁଭାରମ୍ଭ କରିଥିଲି, ପଶୁଙ୍କ ଆରୋଗ୍ୟ ହେବାଠାରୁ ଆରମ୍ଭ କରି, ପାଦ ଏବଂ ମୁଖଜନିତ ରୋଗଭଳିପଶୁଙ୍କ ଆରୋଗ୍ୟ ମଧ୍ୟ ମଣିଷଙ୍କ ପାଇଁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟରେ ଆସୁଛି । ଯଦି ପଶୁ ଅସୁସ୍ଥ ନୁହଁନ୍ତି ତ ରୋଗ ବ୍ୟାପିବାର ସେମାନେ ମାଧ୍ୟମ ହେବେ ନାହିଁ । ଅର୍ଥାତ ଏକପ୍ରକାରେ ସାମଗ୍ରିକ ଆଭିମୁଖ୍ୟକୁ ଆମେ ଆବଶ୍ୟକତା ଅନୁସାରେ ଗୁରୁତ୍ୱ ଦେଇ ଆଗକୁ ବଢ଼ାଇବାର ଅଛି ।

ସାଥୀଗଣ, ସ୍ୱାସ୍ଥ୍ୟ ସୁରକ୍ଷାର ଅନେକ ପ୍ରକାରର ପଦକ୍ଷେପ, ଅର୍ଥାତ ସୁଲଭତାକୁ ପ୍ରୋତ୍ସାହନ ଦେବା ପାଇଁ, ଏଥିପାଇଁ ମଧ୍ୟ ସରକାରଙ୍କ ଦ୍ୱାରା ବହୁତ ଗୁଡ଼ିଏ ଐତିହାସିକ ପଦକ୍ଷେପ ନିଆଯାଇଛି ।  

ୟୁଷ୍ମାନ ଭାରତ ଯୋଗୁଁ ଦେଶର ପ୍ରାୟ 70ଲକ୍ଷ ଗରିବ ରୋଗୀଙ୍କର ମାଗଣାରେ ଚିକିତ୍ସା ହୋଇ ସାରିଛି । ଏହି ଆୟୁଷ୍ମାନ ଭାରତ ଯୋଜନା ହେଉଛି ବିଶ୍ୱର ସବୁଠାରୁ ବଡ଼ ଯୋଜନା । ଆମେରିକା, କାନାଡ଼ା, ଏବଂ ମେକ୍ସିକୋର ମୋଟ ଜନସଂଖ୍ୟା ଠାରୁ ଅଧିକ ଭାରତରେ ଆୟୁଷ୍ମାନ ଯୋଜନାର ହିତାଧିକାରୀ ଅଛନ୍ତି । ଅତି କମ୍ ସମୟରେ 70 ଲକ୍ଷ ଲୋକ ଏହାର ଲାଭ ପାଇ ପାରିଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ, ଯେତେ ଶୀଘ୍ର ମୃତ୍ୟୁ ଆସିଯିବ, ସେତେ ଭଲ ହେବ । ଯେତେ ଦିନ ଯାଏ କଷ୍ଟ ସହି ପାରିବେ, ରୋଗ ସହି ପାରିବେ, ସହି ଚାଲିଥିବେ, କିନ୍ତୁ ପିଲାମାନଙ୍କୁ ଋଣରେ ବୁଡ଼ାଇ ସ୍ୱାସ୍ଥ୍ୟ ପାଇଁ କିଛି କରିବାର ନାହିଁ, ଅପରେସନ କରିବାର ନାହିଁ । ହୃଦରୋଗର ଚିକିତ୍ସା କରିବାର ନାହିଁ, କର୍କଟ ରୋଗର ଚିକିତ୍ସା କରିବାର ନାହିଁ, ସବୁକିଛି ଆଶା ଛାଡ଼ି ଦେଇଥିଲେ ।

କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଆସିବା ପରେ ସେମାନଙ୍କୁ ଏକ ନୂତନ ଜୀବନ, ନୂତନ ବିଶ୍ୱାସ, ନୂତନ ଉତ୍ସାହ ମିଳିଗଲା ଆଉ ଗୋଟିଏ ଟଙ୍କା ଖର୍ଚ୍ଚ ନ କରି 70 ଲକ୍ଷ ଲୋକଙ୍କର ଉପଚାର ହୋଇଗଲା । ଆଉ ମୁଁ ଖୁସି ଯେ ଉତ୍ତରପ୍ରଦେଶ ଏହି ଯୋଜନାକୁ ଆଗକୁ ନେବାରେ ବହୁତ ସକ୍ରିୟତା ଦେଖାଇଛି । କେବଳ ଉତ୍ତର ପ୍ରଦେଶରେ ପ୍ରାୟ 11 ଲକ୍ଷ ଏଭଳି ଲୋକଙ୍କୁ ଏହାର ଲାଭ ମିଳିଛି, 11 ଲକ୍ଷ ଲୋକ !

ସେହିଭଳି ଜନଔଷଧୀ ଯୋଜନା- ଏଥିରେ ଶସ୍ତାରେ ଔଷଧ ମିଳୁଛି । ଅର୍ଥାତ ଯେଉଁ ଔଷଧ ଆପଣ ବଜାରକୁ ଯାଇ 100 ଟଙ୍କା ଦେଇ କିଣୁଥିଲେ, ଜନ ଔଷଧୀ କେନ୍ଦ୍ରରେ ତାହା 30-40 ଟଙ୍କାରେ ମିଳି ଯାଉଛି । ଯେଉଁମାନଙ୍କୁ ଦୀର୍ଘ ଦିନ ଧରି ଔଷଧ ଖାଇବାକୁ ପଡ଼ୁଛି, ସେମାନଙ୍କର ମାସକୁ 800, 1000, 1200, 1500 ଟଙ୍କାର ବିଲ୍ ସଂଚୟ ହେଉଛି । ଅର୍ଥାତ ସମଗ୍ର ଦେଶରେ ଏହି ଜନ ଔଷଧୀ କେନ୍ଦ୍ର ବହୁତ ଲୋକପ୍ରିୟ ହେବାରେ ଲାଗିଛି ଆଉ ଲୋକ ଜନ ଔଷଧୀ କେନ୍ଦ୍ରର ଔଷଧକୁ ମଧ୍ୟ ପସନ୍ଦ କରୁଛନ୍ତି ସେହିପରି ଷ୍ଟେଂଟ ଏବଂ ନି-କ୍ୟାପର ମୂଲ୍ୟ ମଧ୍ୟ ବହୁତ କମ କରାଯାଇଛି ।

ସାଥୀଗଣ, ଯେଭଳି- ଗରିବରୁ ଗରିବଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଉଛି, ଠିକ୍ ସେହିଭଳି ସ୍ୱାସ୍ଥ୍ୟ ସେବାର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଚାହିଦା ବୃଦ୍ଧି ପାଉଛି ତ ନୂଆ ନୂଆ ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ୍ ଖୋଲିବାର ପଥ ଉନ୍ମୁକ୍ତ ହେଉଛି ।

ଗତ 5 ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟାରେ ମେଡିକାଲ ସିଟ୍ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ସମଗ୍ର ଦେଶରେ 75 ଟି ନୂତନ ମେଡିକାଲ କଲେଜକୁ ମଞ୍ଜୁରି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛିଏକପ୍ରକାରେ ପ୍ରତ୍ୟେକ 3ଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡିକାଲ କଲେଜ ଖୋଲିବାର ଆମର ଦୃଷ୍ଟିକୋଣକୁ ଆଗକୁ ନେବାରେ ଏକ ସଫଳ ପ୍ରୟାସ ହୋଇଛି । ଆଉ ଏହାର ବହୁତ ବଡ଼ ଲାଭ ମଧ୍ୟ ଉତ୍ତର ପ୍ରଦେଶକୁ ମିଳିଛି । ବିଗତ 2-3 ବର୍ଷରେ ହିଁ ଉତ୍ତର ପ୍ରଦେଶରେ 2 ଡଜନରୁ ଅଧିକ ମେଡିକାଲ କଲେଜକୁ ଅନୁମୋଦନ କରାଯାଇଛି । ଅଧିକାଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ଅବା ପୁଣି ନିର୍ମାଣ ପ୍ରକ୍ରିୟାରେ ରହିଛି ।

ସାଥୀଗଣ, ସରକାରଙ୍କ ପକ୍ଷରୁ ମହିଳାମାନଙ୍କର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ମିଶନ ମୋଡରେ ରାଷ୍ଟ୍ରୀୟ ପୋଷଣ ଅଭିଯାନ ସମେତ ଅନେକ ନୂତନ କାର୍ଯ୍ୟକ୍ରମ ଚାଲୁ କରାଯାଇଛି । ଯକ୍ଷ୍ମାକୁ ଭାରତରୁ 2025 ସୁଦ୍ଧା ସଂପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଜାତୀୟ ଅଭିଯାନ ଚାଲୁ ରହିଛି । ଦେଶର ଲୋକମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ, ରୋଗ ଜନିତ ହେଉଥିବା ସେମାନଙ୍କର ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଏହି ଚାରୋଟି ପ୍ରମୁଖ ପଦକ୍ଷେପ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ।

ସାଥୀଗଣ, ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ଏହି ଅଭୂତପୂର୍ବ କାର୍ଯ୍ୟର ଲାଭ ୟୁପିରେ ମଧ୍ୟ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏନସେଫାଲାଇଟିସ୍ ଏହି ମାମଲାରେ ଯୋଗୀ ମହାଶୟ ଏବଂ ତାଙ୍କ ଟିମ୍ ସମଗ୍ର ଉତ୍ତର ପ୍ରଦେଶର ଜନତା ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଉ ଏଥିପାଇଁ ଆପଣ ସମସ୍ତେ ହେଉଛନ୍ତି  ଅଭିନନ୍ଦନର ଅଧିକାରୀ । ଅନ୍ତରାଷ୍ଟ୍ରୀୟ ସଂଗଠନଗୁଡ଼ିକ ମଧ୍ୟ, ଦୁନିଆର ମାନ୍ୟତାପ୍ରାପ୍ତ ପ୍ରତିଷ୍ଠାନ ମଧ୍ୟ ଉତ୍ତର ପ୍ରଦେଶର ଏହି ସଫଳତାକୁ ପ୍ରଶଂସା କରିଛି, ତାକୁ ପ୍ରଶଂସା କରିଛି ।

ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟସୁବିଧାଗୁଡ଼ିକୁ ଗାଁ ଗାଁ ପର୍ଯ୍ୟନ୍ତ ଉପଲବ୍ଧ କରାଇବାର ଯେଉଁ ଅଭିଯାନ ଏଠାକାର ସରକାର ଚଳାଇଛନ୍ତି, ତାହା ଉତ୍ତରପ୍ରଦେଶର ଲୋକଙ୍କ ଜୀବନକୁ ସହଜ କରିବା ଦିଗରେ ହେଉଛି ଏକ ବଡ଼ ପଦକ୍ଷେପ ।

ଏବେ ଆମର ମଧ୍ୟ ପ୍ରୟାସ ହେବା ଦରକାର ଯେ ରାଷ୍ଟ୍ରୀୟ ପୋଷଣ ମିଶନ ଏବଂ ମିଶନ ଇନ୍ଦ୍ରଧନୁଷର କାର୍ଯ୍ୟକୁ ଆମେ ଆହୁରି ଦ୍ରୁତ କରିବା, ଫଳରେ, ଆଗାମୀ ସମୟରେ ଉତ୍ତର ପ୍ରଦେଶର ପ୍ରତ୍ୟେକ ପିଲା ସୁରକ୍ଷିତ ରହିବେ, ପ୍ରତ୍ୟେକ ନାଗରିକ ସୁସ୍ଥ ରହିବେ ।

ସାଥୀଗଣ, ଆଜି ସୁଶାସନ ଦିବସ ଅବସରରେ, ଏଭଳି ସମୟରେ ଯେତେବେଳେ ଆମେ ନବବର୍ଷ ଏବଂ ନବ ଦଶକରେ ପ୍ରବେଶ କରିବାକୁ ଯାଉଛେ, ସେତେବେଳେ ଆମେ ଅଟଳ ମହାଶୟଙ୍କର ଆଉ ଏକ କଥାକୁ ଅବଶ୍ୟ ମନେ ରଖିବା ଉଚିତ । ଅଟଳ ମହାଶୟ କହୁଥିଲେ କି, ପ୍ରତ୍ୟେକ ପିଢି ଭାରତର ପ୍ରଗତିରେ ଯୋଗଦାନର ମୂଲ୍ୟାଙ୍କନ ଦୁଇଟି ଆଧାରରେ ହେବ । ଆଉ ଏହି ଦୁଇଟି ମାନଦଣ୍ଡ ପ୍ରତ୍ୟେକ ନାଗରିକଙ୍କ ପାଇଁ ରହିବ । ଆମେ ଯେ କୌଣସି କାର୍ଯ୍ୟ କରିବା, ଦୁଇଟି ଯାକ ମାନଦଣ୍ଡ ଆମ ଆଗରେ ରଖି କରିବା । ଅଟଳ ମହାଶୟ ଆମକୁ ଯେଉଁ ପଥ ଦେଖାଇଛନ୍ତି, ସେହି ଦୁଇଟି ମଧ୍ୟରୁ ପ୍ରଥମଟି ହେଉଛି ଆମକୁ ଯେଉଁ ପରମ୍ପରା ମିଳିଛି, କେତେ ସମସ୍ୟାଗୁଡ଼ିକୁ ଆମେ ସମାଧାନ କରିଛେ? ଏହା ହେଉଛି ପ୍ରଥମ ମାନଦଣ୍ଡ । ପରମ୍ପରାରେ ସମସ୍ୟାଗୁଡ଼ିକ ଆସିଥାଏ, କିନ୍ତୁ ଆମକୁ ଯେଉଁ ପରମ୍ପରା ମିଳିଛି, ତାହା କେତେ ସମସ୍ୟାଗୁଡ଼ିକୁ ସମାଧାନ କରିଛି । ଆଉ ଅନ୍ୟଟି ହେଉଛି, ରାଷ୍ଟ୍ରର ଭବିଷ୍ୟତ ବିକାଶ ପାଇଁ ଆମେ ନିଜ ପ୍ରୟାସରେ, ନିଜ ପଦକ୍ଷେପରେ କେତେ ସୁଦୃଢ଼ ମୂଳଦୁଆ ରଖିଛେ ।

ସାଥୀଗଣ, ଏହି ଦୁଇଟି ପ୍ରଶ୍ନର ଉତ୍ତରରେ ଆଜି ଆମେ କହିପାରିବା କି 2020ରେ ଭାରତ ଅଭୂତପୂର୍ବ ଉପଲବ୍ଧିଗୁଡ଼ିକ ସହିତ ପ୍ରବେଶ କରୁଛି । ଆମକୁ ପରମ୍ପରା ଆଧାରରେ ଯାହା ମଧ୍ୟ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସମସ୍ୟା ଏବଂ ଆହ୍ୱାନ ମିଳିଛି, ତାହାର ସମାଧାନ ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ ।

370 ଧାରା, କେତେ ବଡ଼ ପୁରୁଣା ବ୍ୟାଧି ଥିଲା, କେତେ ଜଟିଳ ଲାଗୁଥିଲା, ଆମକୁ ପାରମ୍ପରିକ ଭାବେ ମିଳିଥିଲା, କିନ୍ତୁ ଆମର ଦାୟିତ୍ୱ ଥିଲା କି ଆମେ ଏଭଳି କଠିନରୁ କଠିନ ଆହ୍ୱାନକୁ ସମାଧାନ କରିବାରେ ଭରପୂର ପ୍ରୟାସ କଲେ ଆଉ ହେଲା, ସହଜରେ ହୋଇଗଲା । ସମସ୍ତଙ୍କ ଧାରଣା ଖଣ୍ଡ ବିଖଣ୍ଡିତ ହୋଇଗଲା ।

ରାମ ଜନ୍ମଭୂମିର ଏତେ ପୁରାତନ ମାମଲା, ଶାନ୍ତିପୂର୍ଣ୍ଣ ସମାଧାନ- ଭାରତ ସ୍ୱାଧୀନ ହେଲା, ବିଭାଜିତ ହେଲା, ସେତେବେଳେ ଠାରୁ ନେଇ ଲକ୍ଷ ଲକ୍ଷ ଗରିବ- ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦଳିତ, ବଞ୍ଚିତ ଏବଂ ଶୋଷିତ । ନିଜ ଧର୍ମକୁ ରକ୍ଷା କରିବାକୁ ଯାଇ, ପିନ୍ଧିଥିବା ଲୁଗାକୁ ଧରି ନିଜ ଝିଅମାନଙ୍କର ଇଜ୍ଜତ ବଞ୍ଚାଇବା ପାଇଁ ଯେଉଁ ଲୋକମାନେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଆସି ଭାରତର ଶରଣ ନେବାକୁ ବାଧ୍ୟ ହୋଇଥିଲେ, ଏଭଳି ଶରଣାର୍ଥୀଙ୍କୁ ନାଗରିକତାର ଗାରିମା ଦେବାର ପଥ, ଏଭଳି ଅନେକ ସମସ୍ୟାର ସମାଧାନ ଦେଶର 130 କୋଟି ଭାରତବାସୀ ବାହାର କରିଛନ୍ତି ।

ଏହି ଆତ୍ମବିଶ୍ୱାସରେ ଭରପୁର ହିନ୍ଦୁସ୍ତାନ 2020ରେ ପ୍ରବେଶ କରୁଛି, ଏକ ନୂତନ ଦଶକରେ ପାଦ ରଖୁଛି । ଆଉ ଏବେ ମଧ୍ୟ ଯାହା କିଛି ବାକି ଅଛି, ତାହାର ସାମଧାନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ, ପ୍ରତ୍ୟେକ ଭାରତବାସୀ ପ୍ରୟାସ କରୁଛନ୍ତି ।  ପ୍ରତ୍ୟେକ ଗରିବଙ୍କୁ ଘର ଦେବା ହେଉ, ପ୍ରତ୍ୟେକ ଘରେ ପାଣି ପହଞ୍ଚାଇବାର ହେଉ । କେତେ ବଡ଼ ଆହ୍ୱାନ ହେଉ, ଆମେ ଆହ୍ୱାନର ମୁକାବିଲା କରିବାର ସ୍ୱଭାବକୁ ନେଇ ବାହାରି ପଡିଛୁ ।

ସାଥୀଗଣ, 2014ରୁ ନେଇ 2019 ପର୍ଯ୍ୟନ୍ତ ସମୟ ମଧ୍ୟରେ ଆମେ ଆହ୍ୱାନର ମୁକାବିଲା କରିବାର ସୁଯୋଗକୁ ମଧ୍ୟ ହାତଛଡା କରିନାହୁଁ । 2014ରେ ଦେଶର ଅଧାରୁ ଅଧିକ ଜନସଂଖ୍ୟା ପାଖରେ ଶୌଚାଳୟ ନ ଥିଲା, ଏବେ ଶୌଚାଳୟ ପହଞ୍ଚି ସାରିଛି ।

କୋଟି କୋଟି ଗରିବ ପରିବାର, ଆମର ମାଆ ଭଉଣୀମାନେ, ରୋଷେଇ ଘରେ ଧୂଆଁ ସହିତ ଜୀବନ କାଟୁଥିଲେ, ଏବେ ଏବେ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ଗ୍ୟାସ ପହଞ୍ଚି ଯାଉଛି ।

ହଜାର ହଜାର ଗାଁ, ହଜାର ହଜାର ପରିବାର ଅନ୍ଧକାରରେ ଜିଇଁବା ପାଇଁ ବାଧ୍ୟ ହେଉଥିଲେ, ଏବେ ସେମାନଙ୍କ ଘରେ ବିଜୁଳି ପହଞ୍ଚୁଛି ।

ଆଧାରୁ ଅଧିକ ଲୋକ ବ୍ୟାଙ୍କଠାରୁ ଦୂରରେ ଥିଲେ, ସେମାନଙ୍କ ପାଇଁ ଏବେ ବ୍ୟାଙ୍କର ଦରଜା ଖୋଲା ଅଛି ।

କୋଟି କୋଟି ଗରିବ ପରିବାରଙ୍କ ପାଖରେ ନିଜର ଘର ନ ଥିଲା, ପ୍ରାୟ 2 କୋଟି ଗରିବ ପରିବାରଙ୍କର ଘର ନିର୍ମାଣ ହୋଇସାରିଛି । 2022 ପର୍ଯ୍ୟନ୍ତ ପ୍ରତ୍ୟେକ ଗରିବ, ଯେଉଁମାନଙ୍କ ଘର ନାହିଁ, ସେମାନଙ୍କୁ ନିଜର ପକ୍କା ଘର ଦେବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ଗାଁ ଗାଁକୁ ସଡ଼କ ସହିତ ଯୋଡିବାର କାର୍ଯ୍ୟ, ରେଳ ଯୋଗାଯୋଗ ପହଞ୍ଚାଇବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଆଉ 2024 ସୁଦ୍ଧା ପ୍ରତ୍ୟେକ ଘରେ ଜଳ ପହଞ୍ଚାଇବାର ସଂକଳ୍ପକୁ ସିଦ୍ଧ କରିବା ପାଇଁ ମଧ୍ୟ ଆମେ ସମ୍ପୂର୍ଣ୍ଣ ତତ୍ପରତାର ସହିତ ଏକାଠି ହୋଇଛୁ ।

ଏହି ସମାଧାନ ନିଉ ଇଣ୍ଡିଆର ପ୍ରଗତି ପାଇଁ ଦୃଢ ମୂଳଦୁଆ ପ୍ରସ୍ତୁତ କରୁଛି ।

ଏହି ଦୃଢ ମୂଳଦୁଆ ଆଧାରରେ ଆମେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ସଂକଳ୍ପକୁ ସିଦ୍ଧ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରି ଦେଶକୁ ସାଙ୍ଗରେ ନେଇ ଆଗକୁ ବଢ଼ୁଛୁ, ଫଳରେ କୋଟି କୋଟି ଭାରତବାସୀଙ୍କ ଜୀବନସ୍ତର ଉପରକୁ ଉଠୁ, ଗରିବରୁ ଅତି ଗରିବ ଲୋକଙ୍କୁ ମଧ୍ୟ ଗାରିମା ଓ ସମ୍ମାନ ମିଳୁ ।

ସାଥୀଗଣ, ଏହା ହିଁ ସୁଶାସନ, ଏହା ହିଁ ହେଉଛି ସ୍ୱରାଜ୍ୟ, ଯାହାର କଳ୍ପନା ଅଟଳ ବିହାରୀ ବାଜପେୟୀ ମହାଶୟ ଏବଂ ମହାମନା ମାଲବ୍ୟ ମହାଶୟଙ୍କ ସହିତ ସମସ୍ତ ରାଷ୍ଟ୍ର ନିର୍ମାତାମାନେ କରିଥିଲେ ।

ଆମ ସରକାର ପାଇଁ ସୁଶାସନର ଅର୍ଥ ହେଉଛି-

ଶୁଣାଣି, ସମସ୍ତଙ୍କ କଥାର ହେଉ,

ସୁବିଧା, ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚୁ

ସୁଅବସର, ପ୍ରତ୍ୟେକ ଭାରତୀୟଙ୍କୁ ମିଳୁ ।

ସୁରକ୍ଷା, ପ୍ରତ୍ୟେକ ଦେଶବାସୀ ଅନୁଭବ କରନ୍ତୁ ।

ଆଉ ସୁଲଭତା, ସରକାରଙ୍କର ପ୍ରତ୍ୟେକ ଶାସନକଳକୁ ସୁନିଶ୍ଚିତ କରିବାକୁ ହେବ ।

ଆମ ପାଇଁ ସୁଶାସନର ଗୋଟିଏ ମାତ୍ର ମନ୍ତ୍ର ହେଉଛି, ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ ଏବଂ ସମସ୍ତଙ୍କର ବିଶ୍ୱାସ ।

ଏହି ଭାବ ଆଉ ସ୍ୱଭାବ ସହିତ ଆମେସବୁ ଏକାଠି ହୋଇଛୁ ।

ସାଥୀଗଣ, ଆମର ଏହି ନିରନ୍ତର ପ୍ରୟାସ ରହିଛି ଯେ ସରକାରଙ୍କ ଠାରୁ କ୍ଷମତାର ସୁଖକୁ ଅଲଗା କରି ସେବା ସଂସ୍କାର ଯୋଡି ଦିଆଯାଉଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ସାଧାରଣ ମଣିଷ ଜୀବନରେ ସରକାରଙ୍କ ଦଖଲ ଯେତେ କମ୍ ହେବ, କମ୍ କରିବାର ପ୍ରୟାସ କରିବା ଉଚିତ ।

ଆମର ପ୍ରୟାସ ହେଉଛି ଯେ ସରକାର, ଅଟକାଇବା ବଦଳରେ, ଦ୍ୱନ୍ଦ୍ୱ ବଦଳରେ, ସମାଧାନ କରିବାର ମାଧ୍ୟମ ପାଲଟନ୍ତୁ । ଆପଣ ଯଦି ଏହି ସରକାରର ମୂଲ୍ୟାଙ୍କନ କରିବେ, , ପ୍ରତିଟି ପଦକ୍ଷେପରେ ଏହି ପ୍ରୟାସକୁ ଆପଣ ଅନୁଭବ କରିବେ ।

ଏବେ ଦେଶ ଦସ୍ତାବିଜ ପ୍ରାମାଣିକତା ସତ୍ୟପାଠ ଧାରାରୁ ବାହାରକୁ ବାହାରି ଯାଇଛି । ଆପଣ ନିଜେ ନିଜକୁ ପ୍ରମାଣିତ କରିଦେଲେ, ନିଜେ ଦାୟିତ୍ୱ ନେଲେ, ଏହା ହେଉଛି ସରକାରଙ୍କ ପାଇଁ ବହୁତ କିଛି ।

ଆଜି ଅଧିକାଂଶ ସରକାରୀ ସେବାକୁ ଅନ୍ଲାଇନ୍ କରି ଦିଆଯାଇଛି, ଡିଜିଟାଲ କରି ଦିଆଯାଇଛି । ଜନ୍ମ ପ୍ରମାଣପତ୍ର ଠାରୁ ନେଇ ପେନସନ ପାଇଁ ଆବଶ୍ୟକ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ଅଧିକାଂଶ ସେବାଗୁଡିକ ଅନଲାଇନରେ ଉପଲବ୍ଧ ହେଉଛି । ପୂର୍ବରୁ ଯେଉଁଠାରେ କାଗଜ, ଦସ୍ତାବିଜ ଏବଂ ସରକାରୀ ଅଫିସ ବୁଲି ବୁଲି ଜଣେ ସାଧାରଣ ବ୍ୟକ୍ତି ଫଶି ରହୁଥିଲା, ଏବେ ଜୀବନ ବହୁତ ସହଜ ଓ ସରଳ ହେଉଛି ।

ସାଥୀଗଣ, ଆମେ ସୁଶାସନର ସେହି ସମୟ ଆଡକୁ ବଢୁଛେ, ଯେଉଁଠି ଜନତାଙ୍କୁ ଆବେଦନର ଆବଶ୍ୟକତା ନ ହେଉ ବରଂ ସରକାର ସେମାନଙ୍କ ଘରକୁ ଯାଇ ନିବେଦନ କରିବେ ଯେ କାହିଁ କେଉଁଠି କିଛି ସମସ୍ୟା ତ ନାହିଁ । ଆପଣ ଦେଖିବେ କି ଜନହିତର ଯେତେ ମଧ୍ୟ ଯୋଜନା ଆଜି ଚାଲୁଛି, ସେଥିରେ ହିତାଧିକାରୀଙ୍କ ଚୟନଠାରୁ ନେଇ ସେମାନଙ୍କ ପାଖରେ ସୁଫଳ ପହଞ୍ଚାଇବା ପାଇଁ ଟେକ୍ନୋଲୋଜିର, ବିଜ୍ଞାନର ତଥ୍ୟ ଭରପୂର ଉପଯୋଗ ହେଉଛି ।

ସୁବିଧା ସିଧାସଳଖ ମିଳୁ ଯୋଗାଣ ତୁରନ୍ତ ହେଉ, ନିର୍ଦ୍ଧାରିତ ଲକ୍ଷ୍ୟ ରହୁ, ଏହାକୁ ଆମେ ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ଆଣିବା ପାଇଁ ପ୍ରୟାସ କରିଛୁ । ଏଥିରେ ପାରଦର୍ଶିତା ମଧ୍ୟ ଆସୁଛି, ଜନତାଙ୍କ ସେବା ମଧ୍ୟ ଦ୍ରୁତ ଗତିରେ ହେଉଛି ଦେଶର ସଚ୍ଚୋଟ କରଦାତାମାନଙ୍କର ଅର୍ଥ ମଧ୍ୟ ସଞ୍ଚୟ ହେଉଛି ।

ସାଥୀଗଣ, ଆଜି ଅଟଳ ସିଦ୍ଧିର ଏହି ମାଟିରେ ମୁଁ ୟୁପିର ଯୁବ ସାଥୀମାନଙ୍କୁ ଏଠାକାର ପ୍ରତ୍ୟେକ ନାଗରିକମାନଙ୍କୁ ଆଉ ଏକ ଅନୁରୋଧ କରିବା ପାଇଁ ଆସିଛି ।

ସ୍ୱାଧୀନତା ପରେ ଆମେ ବାରମ୍ବାର ଦେଖିଛେ, ବର୍ଷ ବର୍ଷ ଧରି ଆମେ ଅଧିକାର ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଛେ, କିନ୍ତୁ ଏବେ ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ଆଡ଼କୁ ଅଗ୍ରସର ହେଉଛେ, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ତଉଲିଲେ, ଆମ ପାଇଁ ସମୟର ଆବଶ୍ୟକତା ହେଉଛି ଏବେ ଆମେ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱ ଉପରେ ମଧ୍ୟ ସେତିକି ଅଧିକ ଗୁରୁତ୍ୱ ଦେବା ।

ଏ କଥା ମୁଁ ଏଥିପାଇଁ କହୁଛି, କାରଣ ୟୁପିରେ ଯେଭଳି ଭାବରେ କିଛି ଲୋକ ବିରୋଧ ପ୍ରଦର୍ଶନ ନାମରେ ହିଂସା କଲେ, ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ, ସେମାନେ ନିଜ ଘରେ ବସି ଥରେ ନିଜକୁ ନିଜେ ପ୍ରଶ୍ନ କରନ୍ତୁ କି ତାଙ୍କର ଏହି ପଥ ସଠିକ୍ ଥିଲା କି? ତାଙ୍କ ପ୍ରବୃତି ଯୋଗ୍ୟ ଥିଲା କି? ସେଠି ଯାହା କିଛି ପୋଡ଼ି ଦିଆଗଲା, ନଷ୍ଟ କରି ଦିଆଗଲା, ତାହା କଣ ସେମାନଙ୍କର ପିଲାମାନଙ୍କ କାର୍ଯ୍ୟରେ ଆସି ନଥାନ୍ତା?

ଏହି ପ୍ରଦର୍ଶନରେ, ହିଂସାରେ ଯେଉଁ ଲୋକଙ୍କର ମୃତ୍ୟୁ ହୋଇଛି, ଯେଉଁ ସାଧାରଣ ନାଗରିକ ଆହତ ହେଲେ, ଯେଉଁ ପୁଲିସକର୍ମୀ ଆହତ ହେଲେ, ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କ ଉପରେ, ଣ ବିତିଥିବ କ୍ଷଣେ ମାତ୍ର ପାଇଁ ଆମେ ଭାବିଲେ ନାହିଁ ? ଆଉ ଏଥିପାଇଁ ମୁଁ ଅନୁରୋଧ କରିବି କି ମିଥ୍ୟା ଗୁଜବକୁ ବିଶ୍ୱାସ କରି ହିଂସା କରୁଥିବା ଲୋକଙ୍କୁ, ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ମୁଁ ବହୁତ ଅନୁରୋଧ କରିବାକୁ ଚାହିଁବି କି ଉନ୍ନତ ସଡ଼କ, ଉନ୍ନତ ପରିବହନ ବ୍ୟବସ୍ଥା, ଉନ୍ନତ ସ୍ଵେରେଜ୍ ଲାଇନ୍, ନାଗରିକମାନଙ୍କର ହେଉଛି ଅଧିକାର । ତ ଏହାକୁ ସୁରକ୍ଷିତ ରଖିବା, ପରିଷ୍କାର ପରିଚ୍ଛନ୍ନ ରଖିବା ମଧ୍ୟ ହେଉଛି ନାଗରିକମାନଙ୍କର ଦାୟିତ୍ୱ ।

ଆଉ ଏକ ଦାୟିତ୍ୱକୁ ଆମେ ସଦା ସର୍ବଦା ନିଜ ସହିତ ମନେ ରଖିବା ଦରକାର ।

ତ୍ତମ ଶିକ୍ଷା, ସୁଲଭ ଶିକ୍ଷା ହେଉଛି ଆମର ଅଧିକାର, କିନ୍ତୁ ଶିକ୍ଷା ସଂସ୍ଥାନର ସୁରକ୍ଷା, ଶିକ୍ଷକମାନଙ୍କର ସମ୍ମାନ, ଏହା ମଧ୍ୟ ହେଉଛି ଆମର ଦାୟିତ୍ୱ ।

ଚିକିତ୍ସା ସୁବିଧା ହେଉଛି ଆମର ଅଧିକାର, କିନ୍ତୁ ଡାକ୍ତରମାନଙ୍କୁ ସହଯୋଗ ଏବଂ ସମ୍ମାନ ଦେବା ମଧ୍ୟ ହେଉଛି ଆମର ଦାୟିତ୍ୱ ।

ସୁରକ୍ଷିତ ବାତାବରଣ ମିଳିବା ହେଉଛି ଆମର ଅଧିକାର, କିନ୍ତୁ ସୁରକ୍ଷା ପାଇଁ ଦାୟିତ୍ୱରେ ଥିବା ପୁଲିସ ବଳଙ୍କ କାମକୁ ସମ୍ମାନ ଦେବା ଏହା ହେଉଛି ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ।

ଅଧିକାରର ଏକ ମର୍ଯ୍ୟାଦା ଅଛି, ତାହାର ଏକ ପରିସର ମଧ୍ୟ ରହିଛି, ସୀମା ରହିଛି । କିନ୍ତୁ ଦାୟିତ୍ୱର, ର୍ତ୍ତବ୍ୟର ଭାବନା ହେଉଛି ବହୁତ ବ୍ୟାପକ ।

ସାଥୀଗଣ, ଏହି ଭାବନା ନାଗରିକମାନଙ୍କ ସହିତ ସରକାରଙ୍କ ସହିତ ସରକାରଙ୍କର ପ୍ରତ୍ୟେକ ଶାସନ କଳ ପାଇଁ ମଧ୍ୟ ସେତିକି ଜରୁରି

ସରକାରଙ୍କର ଦାୟିତ୍ୱ ହେଉଛି କି ସେ 5 ବର୍ଷ ପାଇଁ ନୁହେଁ, ବରଂ 5 ପିଢିଙ୍କୁ ଧ୍ୟାନରେ ରଖି ନିଜର କାର୍ଯ୍ୟ କରିବାର ଅଭ୍ୟାସ କରନ୍ତୁ । ମୁଁ ସନ୍ତୁଷ୍ଟ ଯେ ୟୁପି ସରକାର ନିଜର ଏହି ଦାୟିତ୍ୱକୁ ତୁଲାଇବାରେ ଭରପୂର ପ୍ରୟାସ କରୁଛନ୍ତି

ଆମେ ନିଜର ଦାୟିତ୍ୱ ତୁଲାଇବା, ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବା, ଏହି ସୁଶାସନ ଏବଂ ଆଜିର ଦିବସରେ ଅଟଳ ମହାଶୟଙ୍କୁ ସ୍ମରଣ କରି, ଆମ ସମସ୍ତଙ୍କର ସଙ୍କଳ୍ପ ହେବା ଉଚିତ, ଏହା ଜନତାଙ୍କର ଆଶା, ଆମ ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଶିକ୍ଷା ।

ପୁଣିଥରେ ଉତ୍ତରପ୍ରଦେଶର ଲୋକଙ୍କୁ ଅଟଳ ମେଡିକାଲ ବିଶ୍ୱବିଦ୍ୟାଳୟ ପାଇଁ ବହୁତ ବହୁତ ଶୁଭେଚ୍ଛା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ସହିତ, କିଛିଦିନ ପରେ ନବବର୍ଷର ପ୍ରାରମ୍ଭ ହେବ, ଏହି ନୂଆ ବର୍ଷ ମଧ୍ୟ ବେଶୀ ଦୂର ନୁହେଁ, ମାତ୍ର ଏକ ସପ୍ତାହ, ଉତ୍ତରପ୍ରଦେଶର ଲୋକମାନଙ୍କୁ, ବର୍ଷ 2020ର ବହୁତ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!!!

**********