Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ନୌ ‘କୃଷି କୁମ୍ଭ- 2018’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (ଭିଡିଓ କନଫରେନ୍ସ ଜରିଆରେ)


ନମସ୍କାର! ମନ୍ତ୍ରୀ ପରିଷଦରେ ମୋର ସାଥୀ ରାଧାମୋହନ ସିଂହ ମହାଶୟ, ଉତ୍ତର ପ୍ରଦେଶର ଲୋକପ୍ରିୟ ଏବଂ ଯଶସ୍ୱୀ ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ଜାପାନ ସରକାରଙ୍କର ସହକାରୀ-ଉପ-ମନ୍ତ୍ରୀ ତକାମୀ ନାକାଡ଼ ମହାଶୟ, ଇସ୍ରାଏଲର ପ୍ରଭାରୀ ରାଜଦୁତ ମାୟା କାଡ଼ୋଶ ମହାଶୟ, କୃଷି ଜଗତର ବୈଜ୍ଞାନିକଗଣ, ଅନ୍ୟ ମହାନୁଭବଗଣ ଏବଂ ୟୁପିର କୋଣ ଅନୁକୋଣରୁ ପହଂଚିଥିବା ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ ।

ପ୍ରୟାଗରାଜରେ ହେବାକୁ ଥିବା ଅର୍ଦ୍ଧକୁମ୍ଭ ପାଇଁ ତ ଏବେ କିଛି ମାସ ବାକି ଅଛି । କିନ୍ତୁ ୟୁପିର ଧରଣୀରେ ଆଜି ଆଉ ଏକ କୁମ୍ଭ ଆଜିଠାରୁ ଆରମ୍ଭ ହୋଇ ଯାଇଛି । ୟୁପିର ଭିନ୍ନ ଭିନ୍ନ ଗାଁରୁ ପ୍ରାୟ 50 ହଜାର କୃଷକ, ଦେଶ-ବିଦେଶରୁ ଆସିଥିବା ବୈଜ୍ଞାନିକ, ଉଦ୍ୟମୀ, ଲକ୍ଷ୍ନୌରେ ଏହି କୃଷି କୁମ୍ଭର ଅଂଶ ଭାବେ ସାମିଲ ହେଉଛନ୍ତି । ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି । ଆଉ ୟୁପିର ସାଂସଦ ଭାବେ ଏହା ମଧ୍ୟ ମୋର କର୍ତବ୍ୟ ହେଉଛି ଯେ ଆପଣ ମାନଙ୍କର ସୁଖ ଦୁଃଖର ସାଥୀ ହୋଇ ଆପଣଙ୍କର ବିକାଶ ଯାତ୍ରା ପାଇଁ କିଛି ନା କିଛି ପ୍ରୟାସ କରି ଚାଲିବି ।

କିଛି ମାସ ପୂର୍ବେ କୃଷି ଉନ୍ନତି ମେଳା ସମୟରେ ମୁଁ ବୃହତ କୃଷକ ମେଳା କରିବା ପାଇଁ ପରାମର୍ଶ ଦେଇଥିଲି । ଏହାର ହିଁ ବିସ୍ତାର ଆଜି ଆମେ ଏହି କୃଷି-କୁମ୍ଭ ଭାବେ ଦେଖୁଛେ । ଏହି ଉତ୍ତମ ପ୍ରୟାସ ପାଇଁ ମୁଁ ଯୋଗୀ ମହାଶୟ ଏବଂ ତାଙ୍କର ସମଗ୍ର ଟିମ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ଇସ୍ରାଏଲ ଏବଂ ଜାପାନର ସରକାରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି ଯିଏକି ଏହି ଆୟୋଜନରେ ହେଉଛନ୍ତି ଆମର ସହଯୋଗୀ । ଏଠାରେ ସହଯୋଗୀ ରାଜ୍ୟ ଭାବେ ଅଂଶ ଗ୍ରହଣ କରିଥିବା ହରିୟାଣାକୁ ମଧ୍ୟ ଏହି ଆୟୋଜନ ଦ୍ୱାରା ବହୁତ ଲାଭ ହେବାକୁ ଯାଉଛି ।

ସାଥୀଗଣ, କୁମ୍ଭ ଶବ୍ଦ ଯେତେବେଳେ ମଧ୍ୟ କୌଣସି ଆୟୋଜନ ସହିତ ଯୋଡ଼ି ହୋଇଥାଏ, ତ ତାହାର ମହତ୍ୱ ଆହୁରି ଅଧିକ ବ୍ୟାପକ ହୋଇ ଯାଇଥାଏ । କୁମ୍ଭ ଗୋଟିଏ ପଟେ ମାନବତାର, ବିଚାରଧାରାର, ବିମର୍ଶର ଏକ ଅନନ୍ତ ଅନ୍ତଃ – ପ୍ରବାହ ଅଟେ । ମୋର ବିଶ୍ୱାସ ରହିଛି କି ଏହି ପରମ୍ପରା, ଏହି ଭାବନାକୁ ଏହି କୃଷି କୁମ୍ଭ ସାକାର କରିବ ଆଉ ଆଗାମୀ ତିନି ଦିନରେ କୃଷି କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଜ୍ଞାନ କୌଶଳ ଏବଂ ଅନ୍ୟ ସୁଯୋଗଗୁଡ଼ିକ ପାଇଁ ନୂତନ ରାସ୍ତା ଖୋଲିବ ।

ସାଥୀଗଣ, ମୋତେ ଅବଗତ କରା ଯାଇଛି କି ଏହି ମେଳାରେ ପ୍ରାୟ 200 ପ୍ରଦର୍ଶନୀ ମଣ୍ଡପ ଲଗା ଯାଇଛି, ଯେଉଁଥିରେ କୃଷକମାନଙ୍କୁ ନୂତନ ଜ୍ଞାନ କୌଶଳ ବିଷୟରେ ସୂଚନା ଦିଆଯାଉଛି, କୃଷି ସହିତ ଜଡ଼ିତ ନୂତନ ଯନ୍ତ୍ରପାତି ସେଠାରେ ରଖାଯାଇଛିମୋର ବିଶ୍ୱାସ ରହିଛି କି ଯେଉଁ କୃଷକ ମଧ୍ୟ ଏଠାକୁ ଆସିବେ ସେ ଏହାଦ୍ୱାରା ଲାଭାନ୍ୱିତ ହେବେ ଏବଂ ଉତ୍ପାଦନ ବୃଦ୍ଧି କରିବା ସହିତ, ଗୁଣବତ୍ତା ମଧ୍ୟ ସୁନିଶ୍ଚିତ କରିବାରେ ମଧ୍ୟ କୃଷକ ମାନଙ୍କୁ ସାହାଯ୍ୟ ମିଳିବ ।

ସାଥୀଗଣ, ସମଗ୍ର ଦେଶରେ ଖରିଫ୍ ଋତୁ ପ୍ରାୟ ଶେଷ ହୋଇ ଆସିଲାଣି । ସମସ୍ତ କୃଷକ ଭାଇ ଭଉଣୀ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି । ଏ ଥର ମଧ୍ୟ ରେକର୍ଡ ପରିମାଣର ଉତ୍ପାଦନ ହେବାର ସମ୍ଭାବନା ରହିଛି । ୟୁପି ତ ହେଉଛି ସେହି ସ୍ଥାନ ଯେଉଁଠାରେ ଥିବା ପରିଶ୍ରମୀ କୃଷକମାନଙ୍କ ଦ୍ୱାରା ଦେଶର ଖାଦ୍ୟାନ୍ନର ପ୍ରାୟ 20 ପ୍ରତିଶତ ଉତ୍ପାଦନ କରାଯାଏ । ଏଥିପାଇଁ ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ସାରା ଦେଶର ମଣ୍ଡି ଗୁଡ଼ିକରେ ଧାନ ଏବଂ ଡାଲି ସମେତ ସମସ୍ତ ଫସଲ ଗୁଡ଼ିକର ବିକ୍ରିବଟା ଆଜି ଚାଲୁଛି । ମୋତେ ଅବଗତ କରାଯାଇଛି କି  ଉତ୍ତର ପ୍ରଦେଶର ଅନେକ ଭାଗରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥର ତ କୃଷକମାନଙ୍କୁ ଯେଉଁ ମୂଲ୍ୟ ମିଳୁଛି ତାହା ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ମିଳୁଛି । ଆପଣମାନଙ୍କୁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି କି ସରକାର ରବି ଏବଂ ଖରିଫ୍ ଋତୁର 21ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଐତିହାସିକ ବୃଦ୍ଧି କରିଛନ୍ତି । ଏହି ଫସଲ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ କିପରି ହ୍ରାସ ପାଇବ ଏବଂ ଅତି କମ୍ ରେ 50 ପ୍ରତିଶତ ଲାଭ ସିଧାସଳଖ କୃଷକ ମାନଙ୍କୁ ମିଳି ପାରିବ ଏହା ସ୍ଥିର କରାଯାଇଛି ।

ସାଥୀଗଣ, ୟୁପିର କୃଷକ ଯେତେବେଳେ ଉତ୍ପାଦନ କ୍ଷେତ୍ରରେ ରେକର୍ଡ କରୁଛନ୍ତି ତ ଯୋଗୀ ମହାଶୟଙ୍କ ସରକାର କୃଷକମାନଙ୍କଠାରୁ ଖାଦ୍ୟଶସ୍ୟ କିଣିବା କ୍ଷେତ୍ରରେ ରେକର୍ଡ ଅତିକ୍ରମ କରି ଚାଲିଛନ୍ତି । ଆଉ ଏଥିପାଇଁ ମୁଁ ଯୋଗୀ ମହାଶୟଙ୍କ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଗହମ କ୍ଷେତ୍ରରେ ଏଥର ପ୍ରାୟ 50-55 ଲକ୍ଷ ମେଟ୍ରିକ ଟନ୍ ଗହମ ସଂଗ୍ରହ କରାଯାଇଛି । ଯେତେବେଳେ କି ପୂର୍ବ ସରକାରଙ୍କ ସମୟରେ ମାତ୍ର 7-8 ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ହେଉଥିଲା, ଅର୍ଥାତ୍ ପ୍ରାୟ 7-8 ଗୁଣ ଅଧିକ କୃଷକ ମାନଙ୍କଠାରୁ କିଣା ଯାଉଛି ଏବଂ ସେମାନଙ୍କୁ ଉଚିତ ଦାମ ମିଳୁ, ଏଥିପାଇଁ ଭାରତୀୟ ଜନତା ପାର୍ଟିର ଯୋଗୀ ମହାଶୟଙ୍କ ସରକାର ବ୍ୟବସ୍ଥା କରିଛନ୍ତି । କେବଳ ଏତିକି ନୁହେଁ, ଯେଉଁ ଖାଦ୍ୟ ଶସ୍ୟ କିଣା ହୋଇଛି, ତାହା ଇ-ଉପାର୍ଜନ ଅର୍ଥାତ୍ ଟେକ୍ନୋଲଜି ମାଧ୍ୟମରେ ସିଧା ସଳଖ କୃଷକମାନଙ୍କଠାରୁ କିଣାଯାଇଛି, ଯାହାଦ୍ୱାରା ମଧ୍ୟସ୍ଥିମାନଙ୍କୁ ହଟାଇବାରେ ମଧ୍ୟ ସହାୟତା ମିଳିଛି ।

ସାଥୀଗଣ, ଏ ପରିବର୍ତ୍ତନ କେବଳ ଧାନ ଏବଂ ଗହମର କିଣିବା କ୍ଷେତ୍ରରେ ନୁହେଁ ବରଂ ଆଖୁ କ୍ରୟ ପ୍ରକ୍ରିୟାକୁ ନେଇ ମଧ୍ୟ ପରିବର୍ତ୍ତନ ସ୍ପଷ୍ଟ ଦେଖିବାକୁ ମିଳୁଛି । ଚଳିତ ଋୁତୁରେ ପ୍ରାୟ 27 ହଜାର କୋଟିରୁ ଅଧିକ ଦେୟ କୃଷକ ମାନଙ୍କୁ ପ୍ରଦାନ କରାଯାଇଛି । ଏତିକି ନୁହେଁ ପୂର୍ବ ବକେୟା ରାଶିରୁ ପ୍ରାୟ 11 ହଜାର କୋଟି ଟଙ୍କା କୃଷକମାନଙ୍କୁ ଦିଆଯାଇସାରିଛି । ମୋତେ ଅବଗତ କରାଯାଇଛି କି ଚିନି କାରଖାନା ଉପରେ ଯେଉଁ ବକେୟା ଅଛି, ତାହା ମଧ୍ୟ ଶୀଘ୍ର ଦେବା ପାଇଁ ଯୋଗୀ ସରକାର ପ୍ରୟାସ କରୁଛନ୍ତି । ମୁଁ ଏହା ଜାଣି ଖୁସି ଯେ ୟୁପି ସରକାର ପ୍ରଥମ ଥର ଆଳୁ କ୍ରୟ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ନିଶ୍ଚିତ ଭାବେ ସେହି କୃଷକମାନଙ୍କୁ ଲାଭ ମିଳିବ, ଯେଉଁମାନଙ୍କୁ ଆଳୁର ଉଚିତ ମୂଲ୍ୟ ମିଳିବାରେ ସମସ୍ୟା ସୃଷ୍ଟି ହେଉଥିଲା ।

ସାଥୀଗଣ, ୟୁପିରେ ହେଉଥିବା ଏହି ପ୍ରୟାସ କେନ୍ଦ୍ର ସରକାରଙ୍କର ସେହି ପ୍ରତିବଦ୍ଧତାର ହେଉଛି ଅଂଶ, ଯାହା ଦ୍ୱାରା ଗାଁ ଏବଂ କୃଷକ ଆମ ଆର୍ଥିକ ଚିନ୍ତନର ଏକ ପ୍ରମୁଖ ଅଂଶ ପାଲଟିଛନ୍ତି । ଏହା ହେଉଛି ଆମର ସ୍ପଷ୍ଟ ମତ କି କୃଷକଙ୍କୁ କେହି ଆଗକୁ ଆଣନ୍ତି ନାହିଁ, ବରଂ କୃଷକ ଦେଶକୁ ଆଗକୁ ନେଇଥାଏ । ଏହା ହେଉଛି କାରଣ କି ସରକାର କୃଷି ଏବଂ କୃଷକ ମାନଙ୍କ ସହିତ ଜଡ଼ିତ ସମସ୍ୟା ଗୁଡ଼ିକ ସମାଧାନ ପାଇଁ ଛୋଟ ଛୋଟ କାର୍ଯ୍ୟ କରିବାର ପୁରୁଣା ଚିନ୍ତାଧାରା ବଦଳରେ ଏବେ ସଂପୂର୍ଣ୍ଣ ସମଗ୍ରିକ ଭାବେ ତାସହିତ କାର୍ଯ୍ୟ କରୁଛନ୍ତି । ଆମର ଧ୍ୟାନ କୃଷକମାନଙ୍କର ଛୋଟ ଛୋଟ ଅସୁବିଧାଗୁଡ଼ିକୁ ଦୂର କରିବା ଉପରେ ରହିଛି ।

ସାଥୀଗଣ, ବର୍ଷ 2022 ପର୍ଯ୍ୟନ୍ତ ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ, ଦେଶର କୃଷକଙ୍କର ଆୟ ଦୁଇ ଗୁଣ ହେଉ, ଏଥିପାଇଁ ସରକାର ସଂକଳ୍ପବଦ୍ଧ ଅଛନ୍ତି । କୃଷକଙ୍କର ଆୟ ବୃଦ୍ଧି କରିବା ପାଇଁ କମ୍ ଖର୍ଚ୍ଚ, ଅଧିକ ଲାଭ, ନୀତିରେ ଅଗ୍ରସର ହୋଇ ଚାଷବାସରେ ବୈଜ୍ଞାନିକ କୌଶଳର ଅଭୂତପୂର୍ବ ସମନ୍ୱୟ କରାଯାଉଛି । ବିହନ ଠାରୁ ବଜାର ପର୍ଯ୍ୟନ୍ତ ଏକ ସୁଦୃଢ଼ ବ୍ୟବସ୍ଥା ଦେଶରେ ପ୍ରସ୍ତୁତ କରାଯାଉଛି । ମୃତ୍ତିକାର ସ୍ୱାସ୍ଥ୍ୟଠାରୁ ନେଇ ମଣ୍ଡି ଗୁଡ଼ିକରେ ସଂସ୍କାରକୁ ପର୍ଯ୍ୟନ୍ତ ଅନେକ ପଦକ୍ଷେପ ଉଠାଯାଉଛି । ସାରା ଦେଶରେ ପ୍ରାୟ 16 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କୃଷକମାନଙ୍କୁ ଦିଆଯାଇସାରିଛି, ଯେଉଁଥିରୁ ପ୍ରାୟ 3 କୋଟି କେବଳ ଏହି ଉତ୍ତର ପ୍ରଦେଶରେ ବଂଟନ କରାଯାଇଛି । ଏହାଦ୍ୱାରା କୃଷକମାନଙ୍କୁ ଏହା ସ୍ଥିର କରିବାରେ ସହଜ ହେଉଛି କି ସେହି ମାଟି କେଉଁ ଫସଲ ପାଇଁ ଉପଯୁକ୍ତ ରହିବ, ଆଉ କେଉଁ ସାର କେତେ ମାତ୍ରାରେ ପକାଇବାର ଆବଶ୍ୟକତା ଅଛି ।

ସାଥୀଗଣ, ମାଟିର ଗୁଣବତା ସହିତ ତାହାର ଉତ୍ପାଦନ ଶକ୍ତିକୁ ବଜାୟ ରଖିବା ପାଇଁ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି, ଆବର୍ଜନାରୁ ଯେଉଁ ଖତ ଉତ୍ପାଦନ ହେଉଛି, ତାହାର ଅଧିକ ଉପଯୋଗ ପାଇଁ କୃଷକମାନଙ୍କୁ ପ୍ରେରଣା ଦିଆଯାଉଛି । କିନ୍ତୁ ଦେଶର ଆବଶ୍ୟକତା ଅନୁସାରେ ଉତ୍ପାଦନ ମଧ୍ୟ ହେଉ, ଏଥିପାଇଁ ୟୁରିଆ ଭଳି ସାରର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରାଯାଇଛି । ସେହିପରି ଜଳସେଚନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଉଛି । ବଡ଼ ବଡ଼ ଜଳସେଚନ ପ୍ରକଳ୍ପ ବ୍ୟତୀତ ଜଳସେଚନର ନୂଆ ନୂଆ କୌଶଳକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ପ୍ରତି ବୁନ୍ଦା, ଅଧିକ ଫସଲ (Per Drop, More Crop) ଗୋଟିଏ ଗୋଟିଏ ବୁନ୍ଦାରୁ ଫସଲକୁ କିପରି ଲାଭ ମିଳିବ । ପର୍ ଡ୍ରପ୍, ମୋର୍ କ୍ରପ୍ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ବୁନ୍ଦା ଜଳସେଚନ, ଫୁଆରା ଜଳସେଚନ, ଅର୍ଥାତ୍ ବୁନ୍ଦା ବୁନ୍ଦା ସେଚ ବ୍ୟବସ୍ଥା, ସୂକ୍ଷ୍ମ ସିଂଚନ ପଦ୍ଧତି ଭଳି ବୈଜ୍ଞାନିକ କୌଶଳ ଆମ ଜଳସେଚନ ବ୍ୟବସ୍ଥାର ଅଂଶ ପାଲଟି ଯାଉଛନ୍ତି ।

ଇସ୍ରାଏଲ ତ ଜଳସେଚନର ଏହି ନୂତନ ପଦ୍ଧତିରେ ମହାରଥୀ ହୋଇସାରିଛି । ସେହିପରି ଜାପାନ ମଧ୍ୟ କୃଷି ସହିତ ଜଡ଼ିତ ଜ୍ଞାନ କୌଶଳ କ୍ଷେତ୍ରରେ ବହୁତ ବ୍ୟାପକ କାର୍ଯ୍ୟ କରୁଛି । ସେ ଯାହା ହେଉ, ଏହି କୃଷି କୁମ୍ଭର ସହଯୋଗୀ ହୋଇଥିବା କାରଣରୁ ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ଦେଶକୁ ଏହି ଦୁଇଟି ଦେଶର ବିଶେଷଜ୍ଞମାନଙ୍କଠାରୁ ଲାଭ ମିଳିବାକୁ ଯାଉଛି ।

ସାଥୀଗଣ, ଏହା ସହିତ ଆମେ ବିଜୁଳି ଏବଂ ଡିଜେଲରେ ଚାଲୁଥିବା ପମ୍ପକୁ ସୌର ପମ୍ପରେ ବଦଳାଇବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଏହି ବ୍ୟବସ୍ଥା ଗୁଡ଼ିକ ଦ୍ୱାରା ଅତିରିକ୍ତ ସେଚ ସୁବିଧାର ବହୁତ ବଡ଼ ସାଧନ ହେଉଛି ଏହି ପମ୍ପ । ସେ ଯାହା ହେଉ, ଏହି ଦିଗରେ ମଧ୍ୟ ବହୁତ ବଡ଼ ପ୍ରୟାସ ହେଉଛି । ବିଜୁଳି ଅଥବା ଡିଜେଲରେ ଚାଲୁଥିବା ଏହି ପମ୍ପକୁ ସୌର ଶକ୍ତିରେ ଚାଲୁଥିବା ପମ୍ପରେ ବଦଳାଇବାର କାର୍ଯ୍ୟ ବ୍ୟାପକ ଅଭିଯାନରେ ଚାଲୁ ରହିଛି । ଏହା ଅଧୀନରେ ଆଗାମୀ ଚାରି ବର୍ଷରେ, ସାରା ଦେଶରେ ପ୍ରାୟ 28 ଲକ୍ଷ କୃଷକଙ୍କ ଚାଷ ଜମିରେ ସୌର ପମ୍ପ ଲାଗାଯିବ । ଏହା ଦ୍ୱାରା କୃଷକମାନଙ୍କୁ ଗୋଟିଏ ପଟେ ମାଗଣା ବିଜୁଳି ତମିଳିବ ଅନ୍ୟ ପକ୍ଷରେ ଆବଶ୍ୟକତାଠାରୁ ଯେଉଁ ଅଧିକ ଶକ୍ତି ଉତ୍ପାଦନ ହେବ, ତାହାକୁ ଯେଉଁ ବିଜୁଳି ବିତରଣ କମ୍ପାନୀ ମାନେ ଅଛନ୍ତି, ତାହାଙ୍କୁ ବିକ୍ରୟ କରିପାରିବେ ।

ସାଥୀଗଣ, ଗୋଟିଏ ସମୟ ଥିଲା, କାଲି ଯେଉଁ କୃଷକ ଆମର ଅନ୍ନଦାତା ଥିଲା, ଆଜି ଶକ୍ତିଦାତା (ଉର୍ଜ୍ଜାଦାତା) ମଧ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇ ଯାଇଛି । ସେ ମଧ୍ୟ ହେଉଛି ଅନ୍ନଦାତା ଏବେ ଉର୍ଜ୍ଜାଦାତା ମଧ୍ୟ ହୋଇଯିବ । ସାଥୀଗଣ, ଏହି ଅଭିଯାନ ଦ୍ୱାରା କୃଷକ ମାନଙ୍କ ଜୀବନରେ କେତେ ପରିବର୍ତ୍ତନ ଆସୁଛି ଏହାର ସାକ୍ଷୀ ମୁଁ କିଛି ଦିନ ପୂର୍ବେ ଯେତେବେଳେ ଗୁଜରାଟ ଯାଇଥିଲି ତ ମୋତେ ଦେଖିବାକୁ ମିଳିଲା କି ସେଠାରେ ଗାଁରେ କିଛି କୃଷକ ପରିବାର ମିଶି ଚାଷ ଜମିରେ ସୋଲାର ପାନେଲ ଆଉ ସୌର ପମ୍ପର କାମ ଆରମ୍ଭ କଲେ । ସୂର୍ଯ୍ୟ କିରଣରୁ ବିଜୁଳି ଉତ୍ପାଦନ କରିବା ଆରମ୍ଭ କଲେ, ସେଥିରେ ନିଜ ଜମିର କାମ ହୋଇଗଲା, ପମ୍ପ ଚାଲୁଥିଲା, ଏହାଦ୍ୱାରା ସେମାନଙ୍କର ବିଜୁଳି ଆବଶ୍ୟକତା ତ ପୂରଣ ହେଉଥିଲା, ଏହା ସହିତ ପ୍ରତି ବର୍ଷ ବିଜୁଳି ବିକ୍ରି କରି 50 ହଜାର ଟଙ୍କା ଆୟ କରୁଛନ୍ତି ।

ସାଥୀଗଣ, ବିଜ୍ଞାନର ସିଧା ସଳଖ ଲାଭ କୃଷକ ମାନଙ୍କୁ ମିଳୁ, ଏଥିପାଇଁ ସରକାର ଗମ୍ଭୀରତାର ସହିତ ପ୍ରୟାସ କରିଛନ୍ତି । କୃଷକ ଏବଂ ବୈଜ୍ଞାନିକ ମାନଙ୍କ ଦ୍ୱାରା, ଗବେଷଣା କେନ୍ଦ୍ର ସହିତ ସିଧାସଳଖ ଯୋଡ଼ିବାର କାମ କରାଯାଉଛି, ଫଳରେ ଚାଷବାସ ସହିତ ଜଡ଼ିତ ଯେଉଁ ନୂତନ ଆବିଷ୍କାର ହେଉଛି, ବିହନ ସହିତ ହେଉ, ତାର ସଠିକ୍ ତଥ୍ୟ, ଅତି କମ୍ ସମୟରେ କୃଷକମାନଙ୍କ ପାଖରେ ପହଂଚି ପାରିବ । ଏଥିପାଇଁ ସାରା ଦେଶରେ ପ୍ରାୟ 700 କୃଷି ବିଜ୍ଞାନ କେନ୍ଦ୍ରକୁ ମଧ୍ୟ ବହୁତ ବଡ଼ ଦାୟିତ୍ୱ ତୁଲାଇବାକୁ ଦିଆ ଯାଇଛି । ଚାଷବାସ କ୍ଷେତ୍ରରେ ଗବେଷଣା ସହିତ ଜଡ଼ିତ ଆଧୁନିକ ସଂସ୍ଥାନ ନିର୍ମାଣ କରାଯାଉଛି । ବାରଣାସୀରେ ନିର୍ମାଣ ହେଉଥିବା ଧାନ ଗବେଷଣା କେନ୍ଦ୍ର ଏହି ଦିଗରେ ମଧ୍ୟ ହେଉଛି ଏକ ବଡ଼ ପ୍ରୟାସ । କୃଷକକୁ ଉତ୍ପାଦନର ଅଧିକ ମୂଲ୍ୟ ଦେବା ପାଇଁ ମୂଲ୍ୟଯୁକ୍ତ ପାଇଁ ମଧ୍ୟ ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଶତ ପ୍ରତିଶତ ଏଫଡ଼ିଆଇର ନିଷ୍ପତ୍ତି ସରକାର ନେଇଛନ୍ତି ।

ଆମେ ମଧ୍ୟ ଜାଣିଛେ କି ଟମାଟୋ ବିକ୍ରି କରିବା ତ ଶସ୍ତାରେ ବିକ୍ରି ହୋଇଥାଏ, କିନ୍ତୁ ଟମାଟୋର ରସ ବିକ୍ରି କରିବା ଆଉ ତାକୁ ବୋତଲରେ ଭରି ବିକ୍ରି କରିବା ତ, ଅଧିକ ଅର୍ଥ ମିଳିଥାଏ । କଞ୍ଚା ଆମ୍ବ ବିକ୍ରି କରିବା ଦ୍ୱାରା କମ୍ ଅର୍ଥ ମିଳିଥାଏ, , କଞ୍ଚା ଆମ୍ବରୁ ଆଚାର ପ୍ରସ୍ତୁତ କରି ବିକ୍ରି କରିବା ତ, ଅଧିକ ଅର୍ଥ ମିଳିଥାଏ । ସେହିପରି କଞ୍ଚା ଲଙ୍କା ବିକ୍ରି କଲେ କମ୍ ପଇସା ମିଳିଥାଏ, କିନ୍ତୁ ଲଙ୍କା ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରିବା ତ, ଅଧିକ ଅର୍ଥ ମିଳିଥାଏ । ଏହା ହେଉଛି ମୂଲ୍ୟଯୁକ୍ତ । ଏହା ବ୍ୟତୀତ ଚଳିତ ବର୍ଷ ବଜେଟରେ ଟମାଟୋ, ପିଆଜ ଏବଂ ଆଳୁର ଉତ୍ପାଦନ ସହିତ ଜଡ଼ିତ ମୂଲ୍ୟଯୁକ୍ତ ପାଇଁ 500 କୋଟି ଟଙ୍କାର ଧନରାଶିରେ ଟିଓପି (ଟପ୍) ଯୋଜନାର ମଧ୍ୟ ଘୋଷଣା କରାଯାଇଛି । ଏହାଦ୍ୱାରା ମଧ୍ୟ ୟୁପିର ଆଳୁ ଚାଷୀଙ୍କୁ ବହୁତ ଲାଭ ମିଳିବ । ଏହାଦ୍ୱାରା କୃଷିରେ ନିବେଶର ମାର୍ଗ ଖୋଲି ଯାଇଛି । ଯାହାର ବହୁତ ବଡ଼ ଲାଭ ଉତ୍ତର ପ୍ରଦେଶକୁ ହେଉଛି । ମୋତେ ଅବଗତ କରାଯାଇଛି କି ୟୁପି ନିବେଶକ ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଅର୍ଥାତ କୃଷି ଉତ୍ପାଦନ କ୍ଷେତ୍ରରେ ମୂଲ୍ୟବୃଦ୍ଧିରେ ପ୍ରାୟ 16 ହଜାର କୋଟି ଟଙ୍କାର ନିବେଶର ପ୍ରସ୍ତାବ ଆସିଥିଲା । ସେଥି ମଧ୍ୟରୁ ସାଢ଼େ 3 ହଜାର କୋଟିର 14ଟି ପ୍ରକଳ୍ପର ଲୋକାର୍ପଣ ମଧ୍ୟ ହୋଇ ସାରିଛି ।

ସାଥୀଗଣ, ଏହା ତ ହେଉଛି ସେହି କାର୍ଯ୍ୟ, ଯାହା ଚାଷବାସକୁ ଲାଭକାରୀ କରିବା ପାଇଁ କରାଯାଉଛି, ଏହା ବ୍ୟତୀତ ଅନ୍ୟ ମାଧ୍ୟମରେ କୃଷକ ମାନଙ୍କର ଆୟ ବୃଦ୍ଧି କରିବା ପାଇଁ ପ୍ରୟାସ ହେଉଛି । ସବୁଜ ବିପ୍ଳବର ସଫଳ ପ୍ରୟାସ ପରେ ଏବେ ଆମେ ଶ୍ୱେତ ବିପ୍ଳବ, ମଧୁ ବିପ୍ଳବ, ନୀଳ ବିପ୍ଳବ ଭଳି ନୂତନ ରାସ୍ତାରେ ଆଗେଇ ଚାଲିଛୁ । ଦୁଗ୍ଧ ଉତ୍ପାଦନ ହେଉ, ମହୁ ଉତ୍ପାଦନ ହେଉ, ଅଣ୍ଡା ଅବା ମାଛ ଉତ୍ପାଦନ ହେଉ, ଦେଶ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଦୁଇ ଦିନ ପୂର୍ବେ ଭାରତ ସରକାର ମାଛ ଉତ୍ପାଦନ ସହିତ ଜଡ଼ିତ କୃଷକ ପରିବାରକୁ, ମତ୍ସ୍ୟଜୀବୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସାଢ଼େ 7 ହଜାର କୋଟି ଟଙ୍କାର ଏକ ନୂତନ ପାଣ୍ଠିକୁ ମଞ୍ଜୁରି  ଦେଇଛନ୍ତି ।

ସାଥୀଗଣ, ଏହି କୃଷି କୁମ୍ଭରେ ଉପସ୍ଥିତ ଆପଣ ସମସ୍ତ କୃଷକ, ଚାଷବାସ ସହିତ ଜଡ଼ିତ ବିଶେଷଜ୍ଞ, ବୈଜ୍ଞାନିକ, ହେଉଛନ୍ତି ଭାରତର ଅର୍ଥ ବ୍ୟବସ୍ଥାର ଏକ ବହୁତ ବଡ଼ ଅଂଶ, କାରଣ ଆପଣମାନେ ଯାହା କିଛି ମଧ୍ୟ କରୁଛନ୍ତି, ତାହା ଆଗାମୀ ସମୟରେ ଦ୍ରୁତ ଗତିରେ ବଢ଼ି ଚାଲୁଥିବା ଆମର ଆର୍ଥିକ ସାମର୍ଥ୍ୟ ଉପରେ ବହୁତ ବଡ଼ ପ୍ରଭାବ ପକାଇବ । ମୋର ଆପଣମାନଙ୍କୁ ଅନୁରୋଧ କି ଏହି କୃଷି କୁମ୍ଭରେ କୃଷକ ମାନଙ୍କ ସହିତ ବସି ଚାଷବାସ ସହିତ ଜଡ଼ିତ କୌଶଳ ଉପରେ ଆହୁରି ଗଭୀର ମନ୍ଥନ ହେଉ । ସାରର ଉପଯୋଗ କିଭଳି ହ୍ରାସ ପାଇବ, କମ୍ ପାଣିର କିପରି ଉଚିତ ଉପଯୋଗ ହେବ, ଅମଳ ପରବର୍ତ୍ତି ଫସଲ ସାଇତା କୌଶଳ କିପରି ଉନ୍ନତତର ହେଉ, ରୋବ ଏବଂ ଡ୍ରୋନ ଭଳି କୌଶଳ କ୍ଷେତରେ କିପରି ପ୍ରଭାବଶାଳୀ ଢ଼ଙ୍ଗରେ ଉପଯୋଗ ହେବ, ଏଭଳି ଅନେକ ବିଷୟ ଅଛି ଯାହା ଉପରେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଏହା ବ୍ୟତୀତ ଫସଲର ଅବଶିଷ୍ଟାଂଶକୁ, ଯାହାକୁ କି ଏକ ବର୍ଜ୍ୟ ଭାବେ ଦେଖାଯାଏ, ତାକୁ ମଧ୍ୟ ନୂତନ କୌଶଳ ମାଧ୍ୟମରେ ସମ୍ପଦରେ କିଭଳି ପରିବର୍ତ୍ତନ କରାଯାଇ ପାରିବ, ଆବର୍ଜନାକୁ ମଧ୍ୟ କାଂଚନ ବା ସୁନାରେ ପରିଣତ କରାଯାଇ ପାରିବ, ଚାଷ ଜମିରେ କୌଣସି ଜିନିଷ ଅନାବଶ୍ୟକ ନୁହେଁ, ଫସଲ ପୂର୍ବରୁ ମଧ୍ୟ ନୁହେଁ କି ଫସଲ ପରେ ମଧ୍ୟ ନୁହେଁ । ଚାଷ ଜମିର ପ୍ରତ୍ୟେକଟି ଜିନିଷ ସୁନା ହୋଇଥାଏ । କୃଷକ ଯଦି ତାକୁ ବଣିଆ ଭଳି ଉପଯୋଗ କରି ପାରିବ ତ ତାଚାଷ ଜମିର ଗୋଟିଏ ମଧ୍ୟ ଜିନିଷ ନଷ୍ଟ ହେବ ନାହିଁ, ବେକାର ହେବ ନାହିଁ । ଆବର୍ଜନା ମଧ୍ୟ ସୁନା ହୋଇ ପାରେ, ଆବର୍ଜନାରୁ ମଧ୍ୟ ସମ୍ପଦ ସୃଷ୍ଟି ହୋଇ ପାରିବ । ଏହା ଉପରେ ମଧ୍ୟ ବ୍ୟାପକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସରକାର ଏବେ ଫସଲର ଅବଶିଷ୍ଟାଂଶ ଜଳାଇବାକୁ ରୋକିବା ପାଇଁ କୃଷକ ମାନଙ୍କୁ ଯନ୍ତ୍ରପାତି ବ୍ୟବହାର କରିବା ନିମନ୍ତେ 50 ରୁ 80 ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦେଉଛନ୍ତି । କିନ୍ତୁ ଆମକୁ କୌଶଳ ଆଧାରିତ କିଛି ଦୃଢ଼ ପଦକ୍ଷେପ ଦିଗରେ ବଢ଼ିବାକୁ ହେବ, ଯାହା ଦ୍ୱାରା ଆମର କୃଷକ ଭାଇ ମାନଙ୍କ ସାମ୍ନାରେ ଅବଶିଷ୍ଟାଂଶ ଜଳାଇବାର ବାଧ୍ୟ ବାଧକତା ଶେଷ ହୋଇଯାଉ, ଆଉ ଏହା ଦ୍ୱାରା ପର୍ଯ୍ୟାବରଣର ମଧ୍ୟ ରକ୍ଷା ହେଉ ।

ମୋର ମଧ୍ୟ ବିଶ୍ୱାସ ଅଛି ଆଗାମୀ ତିନି ଦିନ ମଧ୍ୟରେ କୃଷିକୁ ଲାଭଦାୟୀ କରିବା ପାଇଁ ଏହି ବିଷୟ ଉପରେ, ଆଉ ଏଥିରେ ମୂଲ୍ୟଯୁକ୍ତ କିପରି ହେବ, ତାହା ଉପରେ ଆପଣ ମାନେ ଚିନ୍ତନ କରିବେ । ବିଶେଷ କରି ୟୁପିର ଭିନ୍ନ ଭିନ୍ନ ଜିଲ୍ଲାରେ, ସେଠାକାର ଆବଶ୍ୟକତା ହିସାବରେ କିପରି ନୂତନ ପ୍ରୟୋଗ କରାଯାଇ ପାରୁଛି, ତାହା ଉପରେ ମଧ୍ୟ ଚର୍ଚ୍ଚା କରିବେ ।

ଏହି କୃଷି କୁମ୍ଭ ୟୁପି ସହିତ ସମ୍ପୂର୍ଣ୍ଣ ଦେଶର କୃଷି ବ୍ୟବସ୍ଥାକୁ ନୂତନ ଦିଗ ଦେବ । ଏହି କାମନା ସହିତ ପୁଣି ଥରେ ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!

************