Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ନୌ ଦଶହରା ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲକ୍ଷ୍ନୌ ଦଶହରା ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲକ୍ଷ୍ନୌ ଦଶହରା ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲକ୍ଷ୍ନୌ ଦଶହରା ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌଠାରେ ରାମଲୀଳା ମଇଦାନରେ ଅନୁଷ୍ଠିତ ପବିତ୍ର ଦଶହରା ଉତ୍ସବରେ ଯୋଗ ଦେଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଏଥିସହିତ ବିଜୟ ଦଶମୀ ଉପଲକ୍ଷେ ସେଠାରେ ଉପସ୍ଥିତ ରହିଥିବା ଜନସାଧାରଣ ଏବଂ ଦେଶବାସୀଙ୍କୁ ସେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମଲୀଳା ଦେଶର ଏକ ପ୍ରାଚୀନ ପରମ୍ପରା । ଏହା ସତ୍ୟ ଉପରେ ଅସତ୍ୟର ବିଜୟ ଭାବେ ବିବେଚନା କରାଯାଏ । ଏହି ଉପଲକ୍ଷେ ପ୍ରତିବର୍ଷ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ମଧ୍ୟରେ ଲୁକ୍କାୟିତ ମନ୍ଦ ଭାବନା ତଥା ଶକ୍ତିକୁ ପରିହାର କରି ଏକ ଆଦର୍ଶ ସମାଜ ଗଠନ କରିବା ଏବଂ ଏଥିଲାଗି ଆଜିର ପବିତ୍ର ଦିବସରେ ଅଙ୍ଗୀକାରବଦ୍ଧ ହେବା । ଏହାଦ୍ଵାରା ଆମ ଦେଶରେ ଏକ ମହାନ ପରମ୍ପରା ଓ ଆଦର୍ଶ ସୃଷ୍ଟି ହେଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆତଙ୍କବାଦ ସମଗ୍ର ମାନବ ସମାଜର ଶତ୍ରୁ । ମର୍ଯ୍ୟାଦାପୁରୁଷ ଶ୍ରୀରାମ ହେଉଛନ୍ତି ତ୍ୟାଗ, ନିଷ୍ଠା, ଆଦର୍ଶ ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ । ସେ କହିଥିଲେ ଯେ ରାମାୟଣରେ ଜଟାୟୁ ଚରିତ୍ରର ବର୍ଣ୍ଣନା ରହିଛି । ଜଟାୟୁ ସେତେବେଳେ ରାବଣର ଆତଙ୍କବାଦ ବିରୁଦ୍ଧରେ ନିର୍ଭୀକ ଭାବେ ସଂଗ୍ରାମ କରି ଅନାବିଳ ତ୍ୟାଗ ଓ ଅଦମ୍ୟ ସାହସର ପରିଚୟ ଓ ପରମ୍ପରା ସୃଷ୍ଟି କରିପାରିଥିଲା । ଆଜି ଆମେ 125 କୋଟି ଭାରତୀୟ ସେହି ପଥକୁ ଆପଣେଇ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ କରିବାର ବେଳ ଆସିଛି । ଆମେ ପ୍ରତ୍ୟେକ ବ୍ୟକ୍ତି ଯଦି ସଦାସର୍ବଦା ଜାଗ୍ରତ ରହିବା ତା’ହେଲେ ଆତଙ୍କବାଦୀଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଦେଇପାରିବା । ବିଶ୍ଵବାସୀ ଏବେ ମିଳିତ ଭାବେ ମାନବିକତାକୁ ଆଧାର କରି ଆତଙ୍କବାଦ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଆତଙ୍କବାଦ ପାଇଁ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ସେମାନେ ମଧ୍ୟ ଆଉ ବର୍ତ୍ତି ଯାଇ ପାରିବେ ନାହିଁ ।

ସେ କହିଥିଲେ ଯେ ଆଜି ମଧ୍ୟ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ କରାଯାଉଛି । ମାତୃ ଗର୍ଭରେ କନ୍ୟାଭୃଣ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକୁ ପ୍ରତ୍ୟେକ ବ୍ୟକ୍ତି ପରିହାର କରିବା ଲାଗି ସଙ୍କଳ୍ପବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ଵାନ ଦେଇଥିଲେ ।