Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ମଣ ରାଓ ଇନାମଦାରଙ୍କର ଜନ୍ମ ଶତବାର୍ଷିକୀରେ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲକ୍ଷ୍ମଣ ରାଓ ଇନାମଦାରଙ୍କର ଜନ୍ମ ଶତବାର୍ଷିକୀରେ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲକ୍ଷ୍ମଣ ରାଓ ଇନାମଦାରଙ୍କର ଜନ୍ମ ଶତବାର୍ଷିକୀରେ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲକ୍ଷ୍ମଣ ରାଓ ଇନାମଦାରଙ୍କର ଜନ୍ମ ଶତବାର୍ଷିକୀରେ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଦେଶର ଭିନ୍ନ ଭିନ୍ନ ଅଂଚଳରୁ ଆସିଥିବା, ସମବାୟ ଆନ୍ଦୋଳନ ସହିତ ଯୋଡ଼ି ହୋଇଥିବା ଆପଣ ସମସ୍ତ ମହାନୁଭବ ।

ଲକ୍ଷ୍ମଣ ରାଓ ଇନାମଦାର ମହୋଦୟଙ୍କ ଶତାବ୍ଦୀ ସମାରୋହ ସହିତ ଏହି ସମବାୟ ଆନ୍ଦୋଳନକୁ ଆହୁରି ଅଧିକ ବେଗ ମିଳୁ, ନୂତନ ଉର୍ଜ୍ଜା ମିଳୁ ଆଉ ସମାଜ ପ୍ରତି ଏକ ସମ୍ବେଦନାର ସହିତ ସାଧାରଣ ମଣିଷର ସମସ୍ୟାର ସମାଧାନ ପାଇଁ ମିଳିମିଶି ବସି କିଭଳି ରାସ୍ତା ଖୋଜାଯିବ, ତା’ସହିତ ସହାଯାଗ ଆଉ ସମବାୟ ଦ୍ୱାରା ସମସ୍ୟାର ସମାଧାନ କିଭଳି ହେବ, ଏଥିପାଇଁ ଆପଣମାନେ ସାରା ଦିନ ବସି କରି ବ୍ୟାପକ ଚିନ୍ତନ କରିବାକୁ ଯାଉଛନ୍ତି ।

ଆମ ଦେଶ ହେଉଛି ‘ବହୁରତ୍ନା ବସୁନ୍ଧରା’ । ପ୍ରତ୍ୟେକ ସମୟରେ, ପ୍ରତି ଭୂଭାଗରେ ସମାଜ ପାଇଁ ବଂଚିବାବାଲା, ସମାଜକୁ କିଛି ନା କିଛି ଦେଇ ଯିବା ବାଲାଙ୍କର ଶୃଙ୍ଖଳା ହେଉଛି ଅଗଣିତ ।

କୌଣସି ସମୟ ଏପରି ନାହିଁ, କୌଣସି ଭୂଭାଗ ଏପରି ନାହିଁ କି ଯେଉଁଠାରେ ଆଜି ମଧ୍ୟ ସମାଜରେ ସମର୍ପିତ ବ୍ୟକ୍ତି ଆମ ନଜରକୁ ଆସୁ ନଥିବେ । କିଛି ଲୋକ ଥାଆନ୍ତି ଯେଉଁମାନେ ଟିଭି କାରଣରୁ, ଖବରକାଗଜ କାରଣରୁ, ପ୍ରଚାର ମାଧ୍ୟମ କାରଣରୁ, ନିଜର କାର୍ଯ୍ୟକାଳ ମଧ୍ୟରେ ମାନ ସମ୍ମାନ କାରଣରୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ରହନ୍ତି; ଆଉ ଚର୍ଚ୍ଚାରେ ରହନ୍ତି ତ କେବେ-କେବେ ବହୁତ ବଡ଼ ମଧ୍ୟ ଲାଗନ୍ତି । କିନ୍ତୁ ଏହି ଦେଶ ହେଉଛି ଏପରି ଯେ ଯେଉଁଥିରେ ବହୁତ ବଡ଼ ବର୍ଗ ଏପରି ରହିଛନ୍ତି, ଯେଉଁମାନେ କେବେ ଖବରକାଗଜ ମୁଖ୍ୟାଂଶରେ ନ ଥାଆନ୍ତି, ଟିଭିରେ କେବେ ଚମକନ୍ତି ନାହିଁ । ସେମାନଙ୍କର ସେଭଳି ବହୁତ ବାଃ-ହା ବାଃ-ହା, ମାନ ପ୍ରତିଷ୍ଠା, ପୁରସ୍କାର ଭଳି କିଛି ନ ଥାଏ । କିନ୍ତୁ ଜଣେ ମୁକ ସାଧକଙ୍କ ଭଳି ସମର୍ପିତ ଜୀବନ ଜୀଇଁ-ଜୀଇଁ ‘ଗୋଟିଏ ଦୀପରୁ ଜଳୁ ଦ୍ୱିତୀୟ ଦୀପ, ଜଳୁ ଦୀପ ହଜାରେ’, ଏହି ଭଳି ଭାବରେ ତିଳ-ତିଳ ଜଳୁଥିବା ଶରୀରର କୋଣ ଅନୁକୋଣ ଆଦର୍ଶ ପାଇଁ, ମୂଲ୍ୟବୋଧ ପାଇଁ ଉତ୍ସର୍ଗ କରି ନିଜର ଜୀବନ ବଂଚି ଥାଆନ୍ତି । ସେମାନେ ଅଜଣା ଚେହେରା ହୋଇଥିବା ପରେ ମଧ୍ୟ, ତାଙ୍କ ଦ୍ୱାରା ଦେଶକୁ ଯାହା ମିଳେ, ଏହାର ମୂଲ୍ୟ କେବେ ହେଲେ ମଧ୍ୟ କିଛି କମ ହୋଇ ନଥାଏ । ଓକିଲ ସାହେବ ଏଭଳି ଜୀବନ ମଧ୍ୟରୁ ଜଣେ ଥିଲେ ।

ଆଜି କେତେ ଲୋକଙ୍କ ମନରେ ମଧ୍ୟ ଏ ପ୍ରଶ୍ନ ଉଠିବ କି ଆମେ ତ କେବେ ନାମ ମଧ୍ୟ ଶୁଣି ନଥିଲୁ, ଆପଣ ଶତାବ୍ଦୀ ପାଳନ କରୁଛନ୍ତି । ମୁଁ ମାନୁଛି ଯେ କେବେ ନାମ ଶୁଣି ନଥିଲେ, ତାହା ହିଁ ତ ତାଙ୍କର ସବୁଠାରୁ ବଡ଼ ବିଶେଷତା ଥିଲା । ନିଜକୁ ନିଜେ ସବୁବେଳେ ପଛରେ ରଖି; ଆଉ ମୁଁ ମାନୁଛି ଯେ ସମବାୟର ସଫଳତାର ପ୍ରଥମ ମନ୍ତ୍ର ଏହା ହୋଇଥାଏ ଯେ ନିଜକୁ ଯେତେ ହୋଇ ପାରିବ ସେତେ ଦୂରରେ ରଖିବା ଆଉ ସମସ୍ତଙ୍କୁ ଏକାଠି କରି ଲୋକଙ୍କୁ ଆଗକୁ କରିବା, ତାହା ହିଁ ହେଉଛି ସମବାୟର ସବୁଠାରୁ ବଡ଼ ମନ୍ତ୍ର ।

ସେ ବ୍ୟକ୍ତି ନିର୍ମାଣରେ ନିଜର ଜୀବନ ଲଗାଇ ଦେଲେ, ରାଷ୍ଟ୍ର ନିର୍ମାଣର ଗୋଟିଏ ରାସ୍ତା ସେ ଖୋଜିଲେ । ଏହା ମୋର ସୌଭାଗ୍ୟ ଥିଲା, ଜୀବନର ବହୁତ ସମୟ ତାଙ୍କ ସହିତ ବିତାଇବାର ସୁଯୋଗ ମୋତେ ମିଳିଥିଲା । ଯୁବକ ସମୟରେ ଅନେକ ବର୍ଷ ତାଙ୍କ ମାର୍ଗଦର୍ଶନରେ କାମ କରି ଚାଲିଥିଲି । ତେଣୁ ମୋ ପାଇଁ ଓକିଲ ସାହେବଙ୍କ ଜୀବନ ଏକ ନିତ୍ୟ ପ୍ରେରଣାର ସ୍ରୋତ ହୋଇ ରହିଛି । ଆଉ ଯେବେ ମୁଁ ତାଙ୍କ ଜୀବନ ଉପରେ ଗୋଟିଏ ପୁସ୍ତକ ଲେଖୁଥିଲି; 25-30 ବର୍ଷ ତଳର କଥା । ଆଉ ଯେବେ ମୁଁ ସୂକ୍ଷ୍ମ ଭାବେ ଦେଖୁଥିଲି ତ ମୁଁ ଆଶ୍ଚର୍ଯ୍ୟ ହେଉଥିଲି କି ମୁଁ ମଧ୍ୟ ତାଙ୍କ ପାଖରେ ରହୁଥିଲି, ଏତେ ବର୍ଷ ଧରି ରହୁଥିଲି । କିନ୍ତୁ ବହୁତଗୁଡ଼ିଏ କଥା ଥିଲା ଯାହା, ତାଙ୍କ ଯିବା ପରେ ହିଁ ଜଣା ପଡ଼ିବାକୁ ଲାଗିଲା, ଅର୍ଥାତ ଜୀବନକୁ କିଭଳି ଜୀଇଁଥିବେ, ଏ ହେଉଛି ଏହାର ଏକ ଉତ୍ତମ ଉଦାହରଣ । ସରଳତାପୂର୍ଣ୍ଣ ଜୀବନ ଆଉ ପୁଣି ନିଜକୁ ସବୁବେଳେ ଛବିରେ ଆସିବାକୁ ନ ଦେବା; ସାଥୀମାନେ ଆଗକୁ ବଢ଼ନ୍ତୁ, ସାଥୀମାନଙ୍କ ଶକ୍ତି ଆଗକୁ ବଢୁ, ବିଚାରଧାରାକୁ ଶକ୍ତି ମିଳୁ, ଏହା ନିଜକୁ ନିଜ ମଧ୍ୟରେ ଏହି ମହାନ ପରମ୍ପରାର ଗୋଟିଏ ଅମୂଲ୍ୟ ରତ୍ନ ଭାବେ ସେ କାମ କରିଛନ୍ତି ।

ଶତାବ୍ଦୀ ବର୍ଷ ପାଇଁ ବହୁ କାର୍ଯ୍ୟକ୍ରମ ଥିବ । ସମବାୟ ଆନ୍ଦୋଳନକୁ ଏକ ନୂତନ ଶକ୍ତି ମିଳିବ । କିନ୍ତୁ ଆଜି ଆମେ ଯେବେ ଓକିଲ ସାହେବଙ୍କର ଶତାବ୍ଦୀ ବର୍ଷ ନିମନ୍ତେ ସହକାରିତା କ୍ଷେତ୍ରକୁ ଯାହା ତାଙ୍କର ଯୋଗଦାନ ଥିଲା, ତାକୁ ସ୍ମରଣ କରି ଆଗକୁ ବଢ଼ୁଅଛୁ ସେତେବେଳେ, ଆପଣ ଦିନ ସାରା ବସି ଚର୍ଚ୍ଚା କରିବାକୁ ଯାଉଛନ୍ତି । ବିଶ୍ୱରେ ସମବାୟ କ୍ଷେତ୍ରରେ କ’ଣ ସବୁ ସର୍ବୋତ୍ତମ ଅବଲମ୍ବନ ରହିଛି, ତାହାର ଚର୍ଚ୍ଚା କରିବାକୁ ଯାଉଛନ୍ତି ।

କୃଷି କ୍ଷେତ୍ରରେ ଆମେ ସମବାୟ ମାଧ୍ୟମରେ କିଭଳି ଆଗକୁ ବଢ଼ିବା, 2022, ଆମର କୃଷକଙ୍କ ଆୟ କିପରି ଦୁଇଗୁଣା ହେବ, ଏଭଳି କେଉଁ ଜିନିଷ ଗୁଡ଼ିକୁ ଆମେ ଯୋଡ଼ିବା, ଏଭଳି କେଉଁ ଖରାପ ଅଭ୍ୟାସ ଗୁଡ଼ିକୁ ଆମେ ଛାଡ଼ିବା ଆଳରେ ଆମେ ଆମର କୃଷି ଜଗତକୁ ମଧ୍ୟ ଆମର ଗ୍ରାମୀଣ ଜୀବନକୁ ଆଧୁନିକ ଭାରତର ସନ୍ଦର୍ଭରେ ପ୍ରସ୍ତୁତ କରିବା । ବିକାଶର ସେହି ଦିଗରେ ପ୍ରସ୍ତୁତ କରିବା ।

ଏବେ ତ ଇଏ ସମ୍ଭବ ନୁହେଁ କି ସହର ତ ଆଗକୁ ବଢ଼ିଯିବ ଆଉ ଗାଁ କୁ ଆମେ ପଛରେ ଛାଡ଼ିଦେବା । ଗୋଟିଏ ସମାନ ବିକାଶର ଆବଶ୍ୟକତା ରହିଛି । ସମାନ ସୁଯୋଗର ଆବଶ୍ୟକତା ରହିଛି । ଆଉ ସମାନ ବିକଶ, ସମାନ ସୁଯୋଗର ମୂଳରେ ସହକାର୍ଯ୍ୟ ହେଉଛି ଏକ ମନ୍ତ୍ର । କାଳକ୍ରମେ ବ୍ୟବସ୍ଥାଗୁଡ଼ିକରେ ଦୋଷ ଆସି ଥାଏ । କିଛି ବ୍ୟବସ୍ଥା ମଝିରେ ଅଟକି ଯାଇଥାଏ । ସମବାୟ କ୍ଷେତ୍ରରେ ଯୋଡ଼ି ହୋଇଥିବା ପ୍ରତ୍ୟେକଙ୍କୁ ଆତ୍ମ ଚିନ୍ତନ ମଧ୍ୟ କରି ଚାଲିଥିବା ଆବଶ୍ୟକ । କ’ଣ ଏହା ତ ନୁହେଁ କି ସମବାୟ ହେଉଛି ଏକ ଢ଼ାଂଚା । ଏକ ଆଇନଗତ ବ୍ୟବସ୍ଥା ରହିଛି, ଏକ ସାମ୍ବିଧାନିକ ପରିଧି, ନିୟମର ପରିସର ଭିତରେ ହୋଇଥିବା ଏକ କିଛି ଜିନିଷ । ଆଉ ସେହି ଦୂଆରେ ଆମେ ନିଜକୁ-ନିଜେ ବସାଇ ଦେବା ତା’ହେଲେ ମଧ୍ୟ ଆମେ ସହଯୋଗୀ ହୋଇଯିବା । ମୁଁ ଭାବୁଛି ତା’ହେଲେ ବଡ଼ ଭୁଲ ହୋଇଯିବ ।

ଏତେ ବଡ଼ ଦେଶ । ବ୍ୟବସ୍ଥାର ଆବଶ୍ୟକତା ପଡ଼ିଥାଏ, ନିୟମ ଆବଶ୍ୟକ ହୋଇଥାଏ, କିଛି ଢାଞ୍ଚାର ଆବଶ୍ୟକତା ପଡ଼ିଥାଏ, କ’ଣ କରାଯିବ ଏବଂ କ’ଣ କରା ନ ଯିବ, ତାହାର ଆବଶ୍ୟକତା ପଡ଼ିଥାଏ, ତାହା ତ ଜରୁରୀ ଅଟେ । କିନ୍ତୁ ସମବାୟ ତାହା ଦ୍ୱାରା ଚାଲି ନଥାଏ, ସମବାୟ ହେଉଛି ଏକ ଜୀବନ ଶକ୍ତି । ସମବାୟ ଏକ ବ୍ୟବସ୍ଥା ନୁହେଁ, ହେଉଛି ଏକ ଆତ୍ମା । ଆଉ ଏହି ଆତ୍ମା ପାଇଁ ଆବଶ୍ୟକ ହେଉଛି ସଂସ୍କାର ଆଉ ଏଥିପାଇଁ ଇନାମଦାରଜୀ ବାରମ୍ବାର କହୁଥିଲେ, କୌଣସି ସଂସ୍କାର ବିନା ସମବାୟ ସମ୍ଭବ ନୁହେଁ ।

ଆଜି କେବେ-କେବେ ଦୃଷ୍ଟିକୁ ଆସେ ଯେ ଉତ୍ସାହ କେଉଁଠି ଢାଞ୍ଚାରେ ହଜି ଯାଇ ନାହିଁ ତ । କ’ଣ ଆମକୁ ସମବାୟର ଆତ୍ମାକୁ ପୁର୍ନଜୀବୀତ କରିବା ପାଇଁ , ପୁନଃ-ଚେତନାବନ୍ତ କରିବା ପାଇଁ, ଓକିଲ ସାହେବଙ୍କ ଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ । ଆଉ ଆମେ ଯେତେ ଅଧିକ ମାତ୍ରାରେ ସମବାୟର ଆତ୍ମାକୁ ଶକ୍ତି ଦେବା, ତ ବ୍ୟବସ୍ଥାଗୁଡ଼ିକରେ ନିଜକୁ ନିଜେ ଯାହା କିଛି ଦୋଷ ଥିବ, ତାହା ହେଲେ ବୋଧହୁଏ ବ୍ୟବସ୍ଥାଗୁଡ଼ିକ ଠିକ ହୋଇଯିବ । ଆମ ଦେଶରେ ସମବାୟର ସମ୍ପୂର୍ଣ୍ଣ ଆନ୍ଦୋଳନ ଗ୍ରାମୀଣ ଆଧାରରେ ରହିଛି । କିନ୍ତୁ ଏହି କଥାକୁ ମନା କରି ହେବ ନାହିଁ ଯେ ଏହି ଆଇନ-କାନୁନ ଦ୍ୱାରା ଯେବେ ସହରାଞ୍ଚଳର ସମବାୟର ଦୁନିଆ ଠିଆ ହେବାକୁ ଲାଗିଲା, ସେଥିରେ ମଧ୍ୟ ଯେବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ, ତାହା ମଧ୍ୟ ସହରାଞ୍ଚଳ, ତା’ପରେ ତାହାର ଯେଉଁ ରୂପ-ରଙ୍ଗ ବଦଳିବାକୁ ଲାଗିଲା, ତାହାର କାୟା ବିସ୍ତାର ହେବାକୁ ଲାଗିଲା, ଆଶା-ଆଶଙ୍କାର ପରିସର ବଢ଼ି ଚାଲିଲା । ଆଜି ମଧ୍ୟ ଗ୍ରାମୀଣ ଜୀବନ ସହିତ ଯୋଡ଼ି ହୋଇଥିବା ସମବାୟ ଆନ୍ଦୋଳନରେ ସେହି ପବିତ୍ରତା ଅନୁଭବ ହୋଇଥାଏ ।

କୃଷକଙ୍କୁ ମଧ୍ୟ ଲାଗିଥାଏ କି ହଁ ଏହା ହେଉଛି ମୋ ପାଇଁ ସଠିକ ରାସ୍ତା, ଆଉ ଏହି କାର୍ଯ୍ୟର ସମବାୟ ଆନ୍ଦୋଳନ ପାଇଁ ସମୟ ଦେଉଥିବା ଲୋକଙ୍କୁ ମଧ୍ୟ ଲାଗିଥାଏ, ହଁ, ମୁଁ ଏହା ମାଧ୍ୟରେ ଗାଁ, ଗରିବ କୃଷକ ପାଇଁ କିଛି କରି ପାରୁଛି । ଏବେ ଆପଣମାନେ ଆଜି ଏତେ କଥା ଚର୍ଚ୍ଚା କରିବେ । ଗୋଟିଏ ଛୋଟ ବିଷୟ ମୋ ମନରେ ଅଛି, ଯାହା ମୁଁ ଆପଣଙ୍କ ସାମ୍ନାରେ ରଖିବାକୁ ଚାହୁଁଛି, ଆପଣମାନେ ନିଶ୍ଚିତ ତା’ ଉପରେ ଚର୍ଚ୍ଚା କରିବେ ।

ଆମ ଦେଶରେ କୃଷକଙ୍କର ବହୁତ ସମସ୍ୟା ରହିଛି, କିନ୍ତୁ ଗୋଟିଏ କଥା ଯଦି ଆମେ ଦେଖିବା, କୃଷକ ଯାହା କିଣୁଛନ୍ତି ଖୁଚୁରା ଦରରେ କିଣୁଛନ୍ତି ଆଉ ଯେବେ ବିକ୍ରି କରିଥା’ନ୍ତି ତ ପାଇକାରୀ ଦରରେ ବିକ୍ରି କରିଥା’ନ୍ତି । ଏହା ଓଲଟା ହୋଇ ପାରିବ କି, ସେ କିଣିବେ ପାଇକାରୀ ଦରରେ ଆଉ ବିକ୍ରି କରିବେ ଖୁଚୁରା ଦରରେ? ତ କେହି ତାଙ୍କୁ ଲୁଟି ପାରିବେ ନାହିଁ । କେହି ଦଲାଲ ତାକୁ ଳୁଟି ଖାଇବେ ନାହିଁ । ଯେଉଁ ଲୋକମାନେ ଡାଏରୀ ଉଦ୍ୟୋଗର ଅଧ୍ୟୟନ କରିଥିବେ, ସମବାୟ ଡାଏରୀ, ଏହି କଥା ଆଡ଼କୁ ଆପଣ ଧ୍ୟାନ ଦିଅନ୍ତୁ, ତାହାର ବିଶେଷତା ଅଛି; ସେଥିରେ କୃଷକ ପାଇକାରୀ ଦରରେ କିଣନ୍ତି, ପାଇକାରୀ ଦରରେ ବିକ୍ରି କରନ୍ତି । ଏହା ଦେଖନ୍ତୁ, ଏହା ହେଉଛି ଏହାର ବିଶେଷତା । ଡାଏରୀ ଉଦ୍ୟୋଗର ସଫଳତାର ମୂଳରେ ସେ କିଣନ୍ତି ହୋଲସେଲରେ ବିକ୍ରି କରନ୍ତି ହୋଲସେଲରେ । କାହିଁକି? ଆଗରୁ ଯେଉଁ କ୍ଷୀର ଉତ୍ପାଦନ କରୁଥିଲେ ତ ଦଶଟି ଘରେ ଯାଇ ଏକ-ଏକ ଲିଟର କ୍ଷୀର ବିକ୍ରି କରିବାକୁ ଯାଉଥିଲେ, ଆଜି ଦଶ ଲିଟର ନେଇ ଗୋଟିଏ ହିଁ ସଂଗ୍ରହ କେନ୍ଦ୍ରକୁ ଚାଲି ଯାଉଛନ୍ତି, କ୍ଷୀର ଦେଇ ଚାଲି ଆସୁଛନ୍ତି; ଅର୍ଥାତ ହୋଲସେଲରେ ବିକ୍ରି କରୁଛନ୍ତି । ଆଉ ସେ କିଣୁଛନ୍ତି ତ ଡାଏରୀ ଦ୍ୱାରା, ତାହାର ପଶୁ ଆହାର ଅଛି, ଔଷଧ ଅଛି, ତାହାର ପଶୁମାନଙ୍କର ଯତ୍ନ ନେବାର ଅଛି; ଏହି ସମସ୍ତ ବ୍ୟବସ୍ଥା ସାମୁହିକ ରୂପରେ ସମଗ୍ର ଗାଁକୁ ମିଳୁଛି ।
ତାହାର ଗୋଟିଏ ପରିଣାମ ଆସିଲା ଯେ ଡାଏରୀରେ ତାହାକୁ କୌଣସି ନା କୌଣସି ଶକ୍ତି ମିଳିଲା, ସେ ବଂଚି ଚାଲିଲା, ଅତିରିକ୍ତ ଆୟର ସାଧନ ହେଲା । ଅନ୍ୟ ସବୁ କ୍ଷେତ୍ରରେ ତାହାର ଗୋଟିଏ କଷ୍ଟ ରହିଛି । ଆମେ ଯଦି ଏହା, ମାନି ନିଅନ୍ତୁ ସେ ଘରୋଇ ଭାବରେ ହୋଲସେଲରେ କ୍ଷୀର ଦେଉଥାଏ ତ ଏତେ ରୋଜଗାର ହୁଏ ନାହିଁ । ତାହା ସମବାୟ ଥିଲା ଆଉ ତେଣୁ ତାହାର ରୋଜଗାରର ଆଧାର ହେଲା । କ’ଣ ଆମେ ଏଭଳି ସମବାୟ ଆନ୍ଦୋଳନ ଠିଆ କରି ପାରିବା ଯାହା ଏକ ତ ପରମ୍ପରାଗତ ଚାଲି ଆସୁଅଛି । ଆଗରୁ ପାଞ୍ଚଟି ମଣ୍ଡଳି ଥିଲେ, ସେହି ମାନେ ଚଲାଉଥିଲେ, ମୁଁ ଦେଖେଇଦେବି, ମୁଁ ଷଷ୍ଠଟି ତିଆରି କରିଦେବି । ଗୋଟିଏ ନୂଆ ସମବାୟର ରୂପ ପ୍ରସ୍ତୁତ ହୋଇଛି । କିନ୍ତୁ ସେହି ପାଞ୍ଚଟି ଚାଲୁଛି, ଚାଲୁ । ଆଉ ଏଭଳି ଦଶଟି ବିଷୟ ଅଛି, କି ଯେଉଁଥିରେ ଏବେ କେହି ପାଦ ରଖି ନାହାଁନ୍ତି, କ’ଣ ଆମେ ସେହି ନୂଆ କ୍ଷେତ୍ରକୁ ଯାଇ ସମବାୟ ଦ୍ୱାରା ସମସ୍ୟାର ସମାଧାନ କରି ପାରିବି ମୁଁ? ଅଗଣିତ କ୍ଷେତ୍ର ପଡ଼ିଛି ଯେଉଁଠିକି ଆଜି ମଧ୍ୟ ସମବାୟର କ୍ଷେତ୍ରର ପବନ ବାଜି ନାହିଁ । ଯେଉଁଠି ପଡ଼ିଛି ସେହିଠାରେ ପ୍ରତିଯୋଗିତା ବହୁତ ହେଉଛି; ଚିନି ଅଛି ପ୍ରତିଯୋଗିତା ବହୁତ ଅଛି, କ୍ଷୀର ଅଛି ପ୍ରତିଯୋଗିତା ବହୁତ ଅଛି । ଯେଉଁଠାରେ କିଛି ନା କିଛି ଅଛି ସେହିଠାରେ ପ୍ରତିଯୋଗିତା ହେବା ଏକ ସ୍ୱାଭାବିକ କଥା । କିନ୍ତୁ ଏଭଳି ଅନେକ କ୍ଷେତ୍ର ଅଛି, ଯେଉଁଠାରେ ଗୋଟିଏ ପିଢିକୁ ଯୋଡ଼ିଲେ, ତେବେ ଯାଇ ସମବାୟର ଶକ୍ତି ବଢ଼ିବ ।

କ’ଣ ଆମେ ଗୋଟିଏ ନୂଆ ପିଢିକୁ, ନୂଆ ଉତ୍ସାହ ସହିତ ଆଉ ବିଶେଷ କରି ଗ୍ରାମୀଣ ଜୀବନରେ ଆମୂଳ-ଚୂଳ ପରିବର୍ତ୍ତନ ଆଣିବା ପାଇଁ ସମବାୟ ଆନ୍ଦୋଳନରେ ପ୍ରେରିତ କରି ପାରିବା କି? ଆମ ଦେଶର ସ୍ୱଭାବକୁ ସମବାୟ ଆନ୍ଦୋଳନ ସଠିକ ଭାବେ ସୁହାଇଥାଏ । ଏହା ଉଧାରରେ ଆଣାଯାଇଥିବା ବିଚାର-ବ୍ୟବସ୍ଥା ନୁହେଁ,ଏହା ହେଉଛି ଆମର ମୌଳିକ ଚିନ୍ତନ ସ୍ୱଭାବ-ସଂସ୍କାର ଅନୁକୂଳ ବ୍ୟବସ୍ଥା । ଆଉ ଏଥିପାଇଁ ଏହାର ଏଠାରେ ପଲ୍ଲବୀତ ହେବା ହେଉଛି ଖୁବ ସ୍ୱାଭାବିକ । ଏଥିପାଇଁ ଆପଣଙ୍କୁ ଅନ୍ତଃକ୍ଷେପଣ କରିବାକୁ ପଡ଼ିବ ନାହିଁ । ଅନ୍ୟ ସବୁ ବ୍ୟବସ୍ଥା ଯଦି ଆମେ ଆଣୁଛୁ, ଯଦି ଧାର ଆଣୁଛୁ ତାହେଲେ ଏକ ବିଦେଶୀ ଉପାଦାନ ଭାବେ ପ୍ରତିରୋଧ ରହିଥାଏ । ଏହା ହେଉଛି ଆମର ସହଜ ପ୍ରାକୃତିକ ବ୍ୟବସ୍ଥାର ଏକ ଅଂଶ, ଆମେ ମିଶି ଏହା କରିପାରିବୁ ।
ଏବେ ଆଜି ଯେପରି ନିମ-ଲେପିତ ୟୁରିଆର କାମ ଚାଲୁ ରହିଛି । କୃଷକଙ୍କର ବହୁତ ଲାଭ ହୋଇଛି ଏହା କାରଣରୁ ୟୁରିଆ ପାଇଁ ହୋ-ହାଲ୍ଲା ବନ୍ଦ ହୋଇଛି । କିନ୍ତୁ ଏହି ନିମ-ଲେପିତ କରିବା ପାଇଁ ନିମର ଫଳକୁ ଏକାଠି କରିବା, ଏକାଠି କରି ତାହାର ତେଲ ବାହାର କରିବା, ଆଉ ତେଲ ବାହାର କରି ତାକୁ ୟୁରିଆ ପ୍ରସ୍ତୁତ କରୁଥିବା କାରଖାନା ପର୍ଯ୍ୟନ୍ତ ପହଞ୍ଚାଇବା; ଏହା ଏତେ ବଡ଼ ନୂଆ କଥା ବାହାରିଛି । ଯଦି ଆମର ଗାଁର ମହିଳାଙ୍କର ଯଦି ସହକାରିତା ମଣ୍ଡଳୀ ଗଢ଼ା ହୋଇଯିବ ଆଉ ଏହି ନିମ ଲେପନ ପାଇଁ ଯେଉଁ ନିମର ଆବଶ୍ୟକତା ରହିଛି, କେବଳ ଫଳ ହିଁ ଏକାଠି କରନ୍ତୁ ଜଙ୍ଗଲରୁ , ଯେଉଁଠାରେ ନିମର ଗଛ ଅଛି ଫଳ ଏକାଠି କରନ୍ତୁ । ଏବେ ଦେଖନ୍ତୁ ଗୋଟିଏ ନୂଆ ସହଭାଗିତାର କ୍ଷେତ୍ର ଖୋଲି ପାରିବ, ନୂଆ ସମବାୟ ଆରମ୍ଭ ହୋଇ ପାରିବ ।
ମୁଁ ଆମର ଯେତେ ଡାଏରୀବାଲା ମିତ୍ର ଅଛନ୍ତି, ତାଙ୍କୁ ବାରମ୍ବାର କହୁଛି କି ଆପଣ କୃଷକଙ୍କୁ ପଶୁପାଳନ ପାଇଁ ପ୍ରେରିତ କରନ୍ତୁ । ଆମକୁ ଆଗ୍ରହ ପୂର୍ବକ ମହୁମାଛି ରଖିବା ପାଇଁ ମଧ୍ୟ ଯୋର ଦେବା ଆବଶ୍ୟକ, ମଧୁ ବିପ୍ଳବ କରିବା ଆବଶ୍ୟକ, ଦେଶରେ ମଧୁ ବିପ୍ଳବ ଆଣିବା ଦରକାର । ସମବାୟ ଆନ୍ଦୋଳନ ଦ୍ୱାରା ଏହି ମଧୁ ବିପ୍ଳବ ଆସି ପାରିବ । ମହୁ, କୃଷକ ଯେପରି ପଶୁପାଳନ କରୁଛି, ଦୁଗ୍ଧ ଉତ୍ପାଦନ କରୁଛି, ସେହିପରି ନିଜର 50 ମହୁମାଛି ସ୍ଥିର କରି ନିଅନ୍ତୁ, ଆଉ ବାର୍ଷିକ ଆରାମରେ ଦେଢ଼ ଦୁଇ ଲକ୍ଷ ଟଙ୍କା ତାହା ତାଙ୍କର ରୋଜଗାର ବଢ଼ାଇ ଦେଇ ପାରିବ । ଆଉ ଯେଉଁ ଡାଏରୀ ଅଛି, କ୍ଷୀର ନେବାକୁ ଯାଉଛନ୍ତି, ତା’ସହିତ ମହୁ ମଧ୍ୟ ନେଇ କରି ଆସିଯିବେ, ମହୁ ନେଇ କରି ଆସିଯିବେ । ତାହାର ଯେପରି ଡାଏରୀରେ ପ୍ରକ୍ରିୟାକରଣ ହେଉଛି, ତାହାର ପ୍ରକ୍ରିୟାକରଣ ହେଉ, ତାହାର ବଜାର ସୃଷ୍ଟି ରହିଛି । ଯେଉଁ ରାସାୟନିକ ମହମ ରହିଥାଏ, ଯଦି ତାହା 100 ଟଙ୍କାରେ ମଧ୍ୟ ବିକ୍ରି ହୁଏ, ତ ମହୁ ମହମ, 400-450 ଟଙ୍କାରେ ବିକ୍ରି ହୁଏ, ବହୁତ ବଡ଼ ଚାହିଦା ଅଛି । ଭାରତରେ ମଧ୍ୟ ତାହାର ବହୁତ ବଡ଼ ବଜାର ଅଛି । କିନ୍ତୁ ଆମ କୃଷକ ଆଜି ମଧ୍ୟ ତା’ବିଷୟରେ ଅଜଣା । ମହୁମାଛି ମଧ୍ୟ ଶହ ଶହ ପ୍ରକାରର ଅଛନ୍ତି, ଆଉ ମହୁମାଛିଙ୍କ ଯୋଗୁଁ ଫସଲକୁ ମଧ୍ୟ ବହୁତ ବଡ଼ ଲାଭ ହୋଇଥାଏ । ଆଉ ଆଜି ଯେଉଁମାନେ ଉଦ୍ୟାନ କୃଷିରେ କାମ କରୁଛନ୍ତି, ସେମାନଙ୍କ ପାଇଁ ତ ମହୁମାଛି ଆମ୍ବାସଡ଼ର ଭଳି କାମ କରିଥାଏ, ଗୋଟିଏ ପ୍ରାଣୀକୁ ନିୟୋଜିତ କରିବା ଭଳି କାମ କରିଥାଏ । କହିବାର ଅର୍ଥ ଏହି କି ଏଭଳି ବହୁତ ନୂତନ କ୍ଷେତ୍ର ଅଛି ଯେଉଁ ନୂତନ କ୍ଷେତ୍ରରେ ଆମେ କିପରି ଆଗକୁ ବଢ଼ିବା? ଏବେ ଆମର ସମୁଦ୍ର କୂଳ ଅଛି । ସମୁଦ୍ର କୂଳରେ ରହୁଥିବା ଆମର ଯେଉଁ ମତ୍ସ୍ୟଜୀବୀ ଭାଇ ଭଉଣୀ । ବର୍ଷରେ ପାଖା-ପାଖି ପାଞ୍ଚ ମାସ ସେମାନଙ୍କର କାମ ବନ୍ଦ ହୋଇ ଯାଇଥାଏ । ପାଣିପାଗ ଯୋଗୁଁ, ବର୍ଷା ଦିନେ ସମୁଦ୍ର ଭିତରକୁ ଯିବା ବିପଦଜନକ ହୋଇଥାଏ ଏଥିପାଇଁ ଯିବା ବନ୍ଦ ହୋଇ ଯାଇଥାଏ । କିନ୍ତୁ ସମୁଦ୍ର-ଘାସର ଚାଷ ହୋଇଥାଏ, ଆମର ଏଠାରେ ଲୋକପ୍ରିୟ ହୋଇ ନାହିଁ । ଆମର ସାମୁଦ୍ର କୂଳରେ ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନେ ଯଦି ଏହି ସମବାୟ ଆନ୍ଦୋଳନ ଦ୍ୱାରା ସମୁଦ୍ର ପାଣିରେ ହିଁ ସମୁଦ୍ର-ଘାସର ଚାଷ କରିବେ ତ ଆଜି ଔଷଧ ପ୍ରସ୍ତୁତି ପାଇଁ, ଧରି ନିଅନ୍ତୁ ସମୁଦ୍ର-ଘାସର ବଜାର ମିଳିଲା ନାହିଁ, କେବଳ ତାହାକୁ ସମୁଦ୍ର ମଧ୍ୟରେ, 45 ଦିନର ଅବଧିରେ ତାହା ଅମଳ ହୋଇଥାଏ, 45ଦିନ ପରେ ତା’ର ସେହି ଫସଲ ପ୍ରସ୍ତୁତ ହୋଇ ଯାଇଥାଏ, ପ୍ରତି 45 ଦିନରେ ଥରେ ଗୋଟିଏ ଫସଲ ମିଳିଥାଏ । ଯଦି ସେହି 45 ଆପଣ ଏମିତି ହିଁ ସମୁଦ୍ର ମଧ୍ୟରେ ଆପଣ ଖେଳାଇଦେଲେ ତ ପ୍ରତିଦିନ ଆପଣ ତାହାର ଫସଲ ନେଇ ପାରିବେ । କିଛି ନ କରନ୍ତୁ, ତାହାର କେବଳ ରସ ବାହାର କରନ୍ତୁ, ଆଉ କ୍ଷେତରେ କେବଳ ରସ ଛିଞ୍ଚିବାର କାମ କରନ୍ତୁ । ତା’ହେଲେ ମଧ୍ୟ ବହୁତ ବଡ଼ ବଜାରରୁ ଜମିକୁ ସୁରକ୍ଷା କରିବାର ବହୁତ ବଡ଼ କାମ ସମୁଦ୍ର-ଘାସ ରସ ଦ୍ୱାରା ହୋଇ ପାରିବ । କିଛି କରିବାର ନାହିଁ, ଏହା ହେଉଛି ବିନା ପରିଶ୍ରମ କାମ । କ’ଣ ସମବାୟ ଆନ୍ଦୋଳନ ଦ୍ୱାରା ସମୁଦ୍ର କୂଳର ଆମର ମତ୍ସ୍ୟଜୀବୀ ଭାଇ ଯାହାଙ୍କର ପାଖା-ପାଖି ପାଞ୍ଚ ମାସର କାମ ବନ୍ଦ ହୋଇ ଯାଇଥାଏ, ଯାହାଙ୍କ ପରିବାରର ମହିଳାମାନେ ଦିନ ରାତି ଘରେ ଥାଆନ୍ତି, ତାଙ୍କ ପାଇଁ ଅବସର/ସୁଯୋଗ ଖୋଲା ଯାଇ ପାରେ ।

ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଛି ଯେ ଆମର ଏଠି ଗ୍ରାମୀଣ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସମବାୟ ଆନ୍ଦୋଳନ ଛୋଟ-ଛୋଟ ଜିନିଷଗୁଡ଼ିକ ଦ୍ୱାରା ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।
ମୁଁ ଅନୁରୋଧ କରିବି କି ଓକିଲ ସାହେବ ଯେଉଁ ଭାବ ତତ୍ତ୍ଵକୁ ସମବାୟ ଆନ୍ଦୋଳନ ଦ୍ୱାରା ଯୋଡ଼ିଛନ୍ତି, ଯେଉଁ ସଂସ୍କାର ତତ୍ତ୍ଵକୁ ସମବାୟ ଆନ୍ଦୋଳନ ଦ୍ୱାରା ଯୋଡ଼ିଛନ୍ତି, ଯେଉଁ ସମ୍ବେଦନଶୀଳତାକୁ ସମବାୟ ଆନ୍ଦୋଳନ ଦ୍ୱାରା ଯୋଡ଼ିବା ପାଇଁ ଆଗ୍ରହ କରିଛନ୍ତି, ସେହି ମୂଳଭୂତ ତତ୍ତ୍ଵଗୁଡ଼ିକୁ ନେଇ ମୂଳଭୂତ ବିଚାରଗୁଡ଼ିକୁ ନେଇ, ଆଜି ଯେଉଁ ସମବାୟ କ୍ଷେତ୍ର ଦ୍ୱାରା ଯୋଡ଼ି ହୋଇଥିବା ବନ୍ଧୁ ଏଠାକୁ ଆସିଛନ୍ତି, ସେମାନେ ଏହାର ଆହୁରି ଅଧିକ ପ୍ରଚାର ପ୍ରସାର କରିବେ, ଆଉ ଅଧିକ ଲୋକଙ୍କୁ ଯୋଡ଼ିବେ, ଆଉ ସମ୍ପୂର୍ଣ୍ଣ ଭାବେ ଆମର ସମବାୟ ଆନ୍ଦୋଳନ ସିଧା ଅର୍ଥରେ କହିଲେ ସାଧାରଣ ମଣିଷଙ୍କର ଅଧିକାରକୁ ରକ୍ଷା କରି ତାହାକୁ ସମାନ ସହଯୋଗ ସହିତ ଆଗକୁ ବଢ଼ାଇବାର କାମରେ ଆସିବ ।

ଏହି ଏକ ଆଶା ସହିତ ଓକିଲ ସାହେବଙ୍କ ପୂଣ୍ୟ ସ୍ମରଣ କରି, ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ-ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ ।

**********