Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ


ଗ୍ରେଟ ବ୍ରିଟେନର ଲଣ୍ଡନଠାରେ ଅନୁଷ୍ଠିତ ଭାରତ କି ବାତ୍ ସବ୍ କେ ସାଥ୍ କାର୍ଯ୍ୟକ୍ରମରେ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ଜନତାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଥିଲେ ।

ଅଂଶଗ୍ରହଣକାରୀମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦେଇଥିଲେ । ଅଂଶଗ୍ରହଣକାରୀଙ୍କ ସହ ତାଙ୍କ ଭାବ ବିନିମୟର ପ୍ରମୁଖ ଅଂଶ ନିମ୍ନରେ ଦିଆଗଲା;

ରେଳ ଷ୍ଟେସନ ହେଉଛି ମୋ ଜୀବନର ସ୍ୱର୍ଣ୍ଣିମ ପୃଷ୍ଠା, ଯାହାକି ମୋତେ ବଞ୍ଚିବା ଏବଂ ସଂଗ୍ରାମ କରିବା ଶିଖାଇଥିଲା ।

ରେଳ ଷ୍ଟେସନରେ ଥିବା ବ୍ୟକ୍ତି ଥିଲା ନରେନ୍ଦ୍ର ମୋଦୀ । ଲଣ୍ଡନର ରାଜପ୍ରାସାଦରେ ଏବେ ଉପସ୍ଥିତ ଥିବା ବ୍ୟକ୍ତି 125 କୋଟି ଭାରତୀୟଙ୍କ ସେବକ ।

ରେଳ ଷ୍ଟେସନରେ ମୋ ଜୀବନ ମୋତେ ବହୁତ କିଛି ଶିଖାଇଛି । ଏହା ମୋର ବ୍ୟକ୍ତିଗତ ସଂଗ୍ରାମର କଥା । ଯେତେବେଳେ ତୁମେ ରାଜପ୍ରାସାଦର କଥା କହିଲ, ଏହା ମୋ କଥା ନୁହେଁ, 125 କୋଟି ଭାରତୀୟଙ୍କ ବିଷୟରେ ।

‘ବେସବରୀ’ (ଅଧୈର୍ଯ୍ୟ) କିଛି ଖରାପ କଥା ନୁହେଁ । ଯଦି ଜଣେ ବ୍ୟକ୍ତିର ସାଇକେଲ ଅଛି, ସେ ସ୍କୁଟର ଚାହୁଁଛି । ଯଦି ଜଣେ ବ୍ୟକ୍ତିର ସ୍କୁଟର ଅଛି, ସେ କାର୍ ଚାହୁଁଛି । ଉଚ୍ଚାକାଂକ୍ଷା ଏକ ପ୍ରକୃତି । ଭାରତ ଧୀରେ ଧୀରେ ଅଧିକ ଉଚ୍ଚାକାଂକ୍ଷୀ ହେବାରେ ଲାଗିଛି ।

ଜୀବନରେ ଯେତେବେଳେ ସନ୍ତୋଷର ଭାବନା ଆସିଯିବ, ଜୀବନ ଆଉ ଆଗକୁ ବଢ଼ି ପାରେ ନାହିଁ । ପ୍ରତି ଜୀବନ, ପ୍ରତି ଯୁଗରେ କିଛି ନା କିଛି ନୂତନ ପାଇବାର ଲକ୍ଷ୍ୟ ନେଇ ଗତି କରିଥାଏ ।

ଆକାଂକ୍ଷୀ ହେବା ଜରୁରି । ମୁଁ ଖୁସି ଯେ, ଆଜି 125 କୋଟି ଲୋକଙ୍କ ମନରେ ଏକ ଆଶା, ସଂକଳ୍ପର ଭାବ ଅଛି ଏବଂ ସେମାନେ ମୋ ଠାରୁ କିଛି ଆଶା କରୁଛନ୍ତି ।

ଇତିହାସ ପୁସ୍ତକରେ ସ୍ଥାନ ପାଇବା ଆଶା ନେଇ ମୁଁ ଜନ୍ମି ନଥିଲି । ମୁଁ ସମସ୍ତଙ୍କ ଅନୁରୋଧ କରୁଛି ଆମ ଦେଶକୁ ମନେ ରଖିବାକୁ, ମୋଦୀକୁ ନୁହେଁ । ମୁଁ ତୁମ ସମସ୍ତଙ୍କ ଭଳି ଜଣେ, ଭାରତର ଜଣେ ସାଧାରଣ ନାଗରିକ ।

ହଁ ଲୋକମାନେ ଆମଠାରୁ ବହୁତ ଅଧିକ ଆଶା ରଖିଛନ୍ତି, କାରଣ ସେମାନେ ଜାଣନ୍ତି ଆମେ ତାହା କରିପାରିବୁ । ଲୋକମାନେ ଜାଣନ୍ତି, ଯେତେବେଳେ ସେମାନେ କିଛି କହିବେ, ସରକାର ତାହା ଶୁଣିବେ ଏବଂ କରିବେ ।

ଲୋକମାନେ ମୋ ଠାରୁ ଆଶା କରୁଛନ୍ତି କାରଣ ସେମାନେ ଜାଣନ୍ତି ମୁଁ ତାହା କରି ଦେଖାଇବି ।

ଅଧୈର୍ଯ୍ୟ ହେବା ମୋ ପାଇଁ ଏକ ଶକ୍ତି । ଆପଣ ଯେତେବେଳେ ସର୍ବଜନ ହିତାୟ, ସର୍ବଜନ ସୁଖାୟସଂକଳ୍ପରେ ଆଗେଇ ଚାଲିବେ ନିରାଶାର ପ୍ରଶ୍ନ ଉଠିବ ନାହିଁ ।

ସେ ସମୟ ଏବଂ ଏବେକାର ସମୟ ମଧ୍ୟରେ ଆକାଶ ପାତାଳ ଫରକ । କାରଣ ଯେତେବେଳେ ନୀତି, ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସ୍ପଷ୍ଟ ତେବେ ଆପଣମାନେ ସେହି ବ୍ୟବସ୍ଥା ମଧ୍ୟରେ ଆକାଂକ୍ଷିତ ସଫଳତା ପାଇପାରିବେ ।

ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ କିଛି ଭିନ୍ନ ଧରଣର କାର୍ଯ୍ୟ କରିଥିଲେ । ସେ ସ୍ୱାଧୀନତା ସଂଗ୍ରାମକୁ ଏକ ଗଣ ସଂଗ୍ରାମରେ ପରିଣତ କରିଥିଲେ । ସେ ସମସ୍ତଙ୍କୁ କହିଥିଲେ ଯେ, ତୁମେ ଯାହାବି କରୁଛ ତାହା ଭାରତର ସ୍ୱାଧୀନତା ଲଢ଼େଇର ଅଂଶ ହେବ ।

ଆଜି ବିକାଶକୁ ଗଣ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି ।

ଅଂଶଗ୍ରାହୀ(Participatory) ଗଣତନ୍ତ୍ର ଉତ୍ତମ ପ୍ରଶାସନକୁ ସମ୍ଭବ କରିଥାଏ ।

ଲୋକତନ୍ତ୍ର ଏକ ଚୁକ୍ତିନାମା କି ବୁଝାମଣା ନୁହେଁ, ଏହା ଅଂଶଗ୍ରହଣ ବା ସହଯୋଗର କାମ   । ଜନତା ଜନାର୍ଦ୍ଦନଙ୍କ ଶକ୍ତି ବହୁତ ଏବଂ ଏହା ଉପରେ ଯେତେ ଭରସା କରିବେ, ସେତେ ଉତ୍ତମ ଫଳ ମିଳିପାରିବ ।

ଭାରତର ଇତିହାସକୁ ଲକ୍ଷ୍ୟ କରନ୍ତୁ, ଭାରତ କେବେ ଅନ୍ୟର ଅଞ୍ଚଳ ଦଖଲ କରିବାକୁ ଇଚ୍ଛା କରିନାହିଁ । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମର କୌଣସି ଭୂମିକା ନଥିଲେ ମଧ୍ୟ ଆମ ସୈନ୍ୟମାନେ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ । ଏହା ଥିଲା ଏକ ବୃହତ ବଳିଦାନ । ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଆମର ଭୂମିକାକୁ ଦେଖନ୍ତୁ ।

ଆମେ ଶାନ୍ତିରେ ବିଶ୍ୱାସ କରୁ । ତେବେ ଆତଙ୍କବାଦ ରପ୍ତାନି କରୁଥିବା ଶକ୍ତିଙ୍କୁ ଆମେ କେବେ ବରଦାସ୍ତ କରିବୁ ନାହିଁ ।  ସେମାନେ ଯେଉଁ ଭାଷା ବୁଝନ୍ତି, ସେହି ଭାଷାରେ ଆମେ ଦୃଢ଼ ଉତ୍ତର ଦେବୁ । ଆତଙ୍କବାଦ କେବେ ବି ଗ୍ରହଣୀୟ ନୁହେଁ ।

ଯେଉଁମାନେ ଆତଙ୍କବାଦ ରପ୍ତାନି କରିବାକୁ ପସନ୍ଦ କରୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଭାରତ ଏବେ ମତ ପରିବର୍ତ୍ତନ କରିଛି ଏବଂ ସେମାନଙ୍କ କାର୍ଯ୍ୟ ଗ୍ରହଣୀୟ ହୋଇପାରିବନି ।

ଦାରିଦ୍ୟ କ’ଣ ବୁଝିବାକୁ ମୋର ପୁସ୍ତକ ପଢ଼ିବା ଆବଶ୍ୟକ ନାହିଁ । ମୁଁ ଦାରିଦ୍ର୍ୟରେ ବଞ୍ଚିଛି, ଜାଣିଛି ଗରିବୀ କ’ଣ ଏବଂ ସମାଜର ପଛୁଆବର୍ଗରେ କେଉଁମାନେ ରହନ୍ତି । ମୁଁ ଗରିବ, ନିଷ୍ପେସିତ ଏବଂ ଅବହେଳିତଙ୍କ ପାଇଁ କାମ କରିବାକୁ ଇଚ୍ଛା କରୁଛି,

18 ହଜାର ଗ୍ରାମରେ ବିଜୁଳି ନାହିଁ । ଅନେକ ମହିଳାଙ୍କ ପାଇଁ ଶୌଚାଳୟ ଯିବାର ସୁବିଧା ନାହିଁ । ଆମ ଦେଶର ଏହି ବାସ୍ତବତା ମୋତେ ଶାନ୍ତିରେ ଶୁଆଇ ଦେଇନାହିଁ । ଭାରତର ଗରିବଙ୍କ ଜୀବନ ଧାରାରେ ଏକ ସକାରାତ୍ମକ ପରିବର୍ତ୍ତନ ପାଇଁ ମୁଁ ପ୍ରତିଜ୍ଞାବଦ୍ଧ ।

ମୁଁ ଯେ’କୌଣସି ସାଧାରଣ ନାଗରିକଙ୍କ ଭଳି ଜଣେ । ସାଧାରଣ ଲୋକଙ୍କ ଭଳି ମୋର ମଧ୍ୟ ତ୍ରୁଟି ରହିଛି ।

ମୋର ଶକ୍ତି- କଠୋର ପରିଶ୍ରମ, ପ୍ରାମାଣିକତା ଏବଂ 125 କୋଟି ଲୋକଙ୍କ ଭଲ ପାଇବା ।

ମୁଁ ଦେଶବାସୀଙ୍କ ଭରସା ଦେଇଥିଲି ଯେ, ଭୁଲ କରିପାରେ କିନ୍ତୁ ଖରାପ ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବି ନାହିଁ ।

ଆମର ଏକ ନିୟୁତ ସମସ୍ୟା ଥାଇପାରେ, କିନ୍ତୁ ଆମ ପାଖରେ ଏହାର ସମାଧାନ ପାଇଁ ଶହେ କୋଟି ଲୋକ ଅଛନ୍ତି ।

ଦେଶରେ କଲ୍ୟାଣ କେନ୍ଦ୍ର (ୱେଲନେସ୍ ସେଣ୍ଟର) ହେଉ କିମ୍ବା ପ୍ରତିଷେଧକ ସ୍ୱାସ୍ଥ୍ୟରକ୍ଷା (ପ୍ରିଭେଣ୍ଟିଭ୍ ହେଲଥକେର), ଆମେ ପ୍ରତ୍ୟେକ ଭାରତୀୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରୁଛୁ ।

ଲଣ୍ଡନରେ ମୁଁ ଗୋଟିଏ କାମ କରିବାକୁ ଚାହୁଁଛି ତାହା ହେଲା – ଭଗବାନ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ।

ଭଗବାନ ବାସବେଶ୍ୱର ଲୋକତନ୍ତ୍ର ପାଇଁ ନିଜର ପୁରା ଜୀବନ ବଳି ଦେଇଥିଲେ ଏବଂ ସମାଜକୁ ଯୋଡ଼ିବା ଦିଗରେ ଅଭୂତପୂର୍ବ କାମ କରିଥିଲେ ।

ଲୋକତନ୍ତ୍ର, ସାମାଜିକ ନ୍ୟାୟ ଏବଂ ନାରୀ ସଶକ୍ତିକରଣ ପାଇଁ ଭଗବାନ ବାସବେଶ୍ୱର କରିଥିବା ପ୍ରତ୍ୟେକ କାର୍ଯ୍ୟ ଆମ ପାଇଁ ପ୍ରେରଣାର ସ୍ରୋତ ।

ଆମେ ଏପରି ଏକ ଇକୋ-ସିଷ୍ଟମ ପ୍ରସ୍ତୁତ କରୁଛୁ ଯାହାକି ସମସ୍ତଙ୍କ ପାଇଁ ସୁବିଧା ଆଣିବ ।

ଆଜି ଆମେ କୃଷକ କଲ୍ୟାଣ ପାଇଁ ହେଉ କିମ୍ବା 2022 ସୁଦ୍ଧା କୃଷି ଆୟ ଦୁଇ ଗୁଣ କରିବା ଏବଂ ୟୁରିଆ ଉପଲବ୍ଧତା ସହଜ କରିବା କିମ୍ବା ୟୁରିଆର ନିମ କୋଟିଂ ହେଉ ପ୍ରତ୍ୟେକ ସ୍ତରରେ ନିଶ୍ଚିତ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ ।

ଯେକୌଣସି ପରିମାପ(Parameter) ହେଉ, ଦେଶ ପାଇଁ ଭଲ କରିବା ଦିଗରେ ଆମେ କୌଣସି ହେଳା କରୁନାହୁଁ ।

ଭାରତର 125 କୋଟି ଲୋକ ମୋର ପରିବାର ।

ଆଜି ଆମେ କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ଅଛୁ ଏବଂ ଟେକ୍ନୋଲଜିଠାରୁ ଆମେ ଅଲଗା ରହିପାରିବାନି ।

ଭାରତର ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତରେ କ’ଣ ବାଧା ରହିଛି । ହଁ ମୁଁ ଇସ୍ରାଏଲ ଗସ୍ତରେ ଯିବି, ଏପରିକି ପାଲେଷ୍ଟାଇନ ଗସ୍ତରେ ମଧ୍ୟ । ସାଉଦିଆରବ ସହ ମୁଁ ସହଯୋଗ ବଢ଼ାଇବି ଏବଂ ଭାରତର ଶକ୍ତି କ୍ଷେତ୍ରର ଆବଶ୍ୟକତା ପାଇଁ ଇରାନ ସହ ସମ୍ପର୍କ ବୃଦ୍ଧି କରିବି ।

ଭାରତ ଆଖି ତଳକୁ କରି କିମ୍ବା ଆଖି ଉଠାଇ ନୁହେଁ ବରଂ ଆଖିକୁ ଆଖି ମିଳାଇ କଥା ହେବାରେ ବିଶ୍ୱାସ କରେ ।

ଗଠନମୂଳକ ସମାଲୋଚନା ବିନା ଗଣତନ୍ତ୍ର ସଫଳ ହୁଏ ନାହିଁ ।

ଏହି ସରକାରକୁ ସମାଲୋଚନା କରାଯାଉ ବୋଲି ମୁଁ ଚାହେଁ । ସମାଲୋଚନା ଗଣତନ୍ତ୍ରକୁ ଦୃଢ଼ କରିଥାଏ ।

ସମାଲୋଚନା ମୋର ସମସ୍ୟା ନୁହେଁ । କିନ୍ତୁ ସମାଲୋଚନା କରିବା ପାଇଁ ଜଣକୁ ପ୍ରସଙ୍ଗ ବୁଝିବାକୁ ଏବଂ ଠିକ୍ ତଥ୍ୟ ହାସଲ କରିବାକୁ ପଡ଼ିବ । କିନ୍ତୁ ଦୁଃଖର କଥା ଏବେ ତାହା ହେଉନାହିଁ । ବରଂ ଏବେ କେବଳ ଦୋଷାରୋପ କରାଯାଉଛି ।

ଇତିହାସରେ ନାମ ଲିପିବଦ୍ଧ କରିବା ମୋର ଲକ୍ଷ୍ୟ ନୁହେଁ । ମୋର 125 କୋଟି ଦେଶବାସୀ ଯାହା ମୁଁ ଠିକ୍ ସେମାନଙ୍କ ପରି ।

ଇତିହାସ ବହିରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ମୁଁ ଜନ୍ମିନାହିଁ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି- ଦେଶକୁ ମନେ ରଖିବାକୁ, ମୋଦୀକୁ ନୁହେଁ । ମୁଁ ଠିକ୍ ଆପଣମାନଙ୍କ ଭଳି ଏବଂ ଭାରତର ଜଣେ ସାଧାରଣ ନାଗରିକ ।

 

**********