ପିଏମଇଣ୍ଡିଆ
ପ୍ରସୂନ ଯୋଶୀ-ନମସ୍କାର ମୋଦୀ ଜୀ ।
ପ୍ରଧାନମନ୍ତ୍ରୀ– ଆପଣଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ନମସ୍କାର ।
ପ୍ରସୂନ ଯୋଶୀ-ମୋଦୀଜୀ ଆମ ସମସ୍ତେ ଜାଣିଛୁ ଯେ ଆପଣ ଅନେକ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଛନ୍ତି ଏବଂ ଆମେ ଆପଣଙ୍କର ଅଳ୍ପ କିଛି ସମୟ ଚୋରି କରିଛୁ । ପ୍ରଥମେ ଆପଣଙ୍କୁ ଅନେକ, ଅନେକ ଧନ୍ୟବାଦ ।
ମୁଁ କିଛି ସମୟ ପୂର୍ବରୁ ଭାରତ ସମ୍ବନ୍ଧରେ ଲେଖିଥିଲି ଯେ
‘ପୃଥିବୀର ଅନ୍ତରରେ ଯିଏ ଗଭୀର ଭାବେ ପ୍ରବେଶ କରିବ, ତା’ ଆଖିରେ ଜୀବନର ରାଗ ଦେଖାଯିବ
‘ପୃଥିବୀର ଅନ୍ତରରେ ଯିଏ ଗଭୀର ଭାବେ ପ୍ରବେଶ କରିବ, ତା’ ଆଖିରେ ଜୀବନର ରାଗ ଦେଖାଯିବ ।’
ଯେଉଁ ପାଦରେ ମାଟି ଲାଗିବ, ଧୁଳି ସଜେଇ ହେବ, ତା’ ସହିତ ଦିନେ ବିଶ୍ୱ ଚାଲିବ ।’
‘ରେଳ ଷ୍ଟେସନ’ରୁ ଆପଣଙ୍କ ଯାତ୍ରା ଆରମ୍ଭ ହୁଏ ଏବଂ ଆଜି ‘ରୟାଲ ପେଲେସ’ରେ ଆପଣ ଖାସ ଅତିଥି ହୋଇଛନ୍ତି ।
ମୋଦୀଜୀ ଆପଣ ଏହି ଯାତ୍ରାକୁ କିପରି ଭାବେ ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ: ପ୍ରସୂନ ଜୀ ପ୍ରଥମେ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ ଯେ ଏତେ ସଂଖ୍ୟାରେ ଆପଣମାନଙ୍କ ଦର୍ଶନ କରିବାରେ ମୋତେ ସୌଭାଗ୍ୟ ମିଳିଲା ଏବଂ ଆପଣ ପୃଥିବୀର ଧୂଳିରୁ ଆପଣଙ୍କ କଥା ଆରମ୍ଭ କରିଛନ୍ତି । ଆପଣ କବିରାଜ ତେଣୁ ‘ରେଲୱେରୁ ରୟାଲ ପେଲେସ’ ଭଳି ପଦ ରଚନା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ସରଳ; ମାତ୍ର ଜୀବନର ରାସ୍ତା ଅତି କଠିନ । ‘ରେଳ ଷ୍ଟେସନ’ କଥା କହିଲେ ଏହା ହେଉଛି ମୋ ଜୀବନର ବ୍ୟକ୍ତିଗତ କାହାଣୀ । ମୋ ଜୀବନର ସଂଘର୍ଷର ଏହା ହେଉଛି ଏକ ସ୍ୱର୍ଣ୍ଣିମ ପୃଷ୍ଠା, ଯାହାକି ମୋତେ ଜିଇଁବା ଶିଖେଇଛି, ଲଢ଼େଇ କରିବା ଶିଖେଇଛି ଏବଂ ଜୀବନ ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ହୋଇପାରେ । ଏହି ରେଳ ଧାରଣା ଉପରେ ଦୌଡି ଏବଂ ଏଥିରୁ ବାହାରୁଥିବା ସ୍ୱରରୁ ମୁଁ ପିଲାବେଳୁ ଶିଖିଛି, ବୁଝିଛି, ତେଣୁ ଏହା ହେଉଛି ମୋର ନିଜ କଥା । ମାତ୍ର ‘ରୟାଲ ପେଲେସ’, ଏହା ନରେନ୍ଦ୍ର ମୋଦୀଙ୍କର ନୁହେଁ । ଏହା ମୋର କାହାଣୀ ନୁହେଁ…
ପ୍ରସୂନ ଜୀ- ଆଉ ଯେଉଁ ଭାବନା ରହିଛି ଆପଣଙ୍କ ଭିତରେ…
ପ୍ରଧାନମନ୍ତ୍ରୀ- ସେ ‘ରୟାଲ ପେଲେସ’ ହେଉଛି ଦେଢ଼ଶହ କୋଟି ଭାରତୀୟଙ୍କ ସଂକଳ୍ପର ପରିଣାମ । ରେଳ ଧାରଣା ବାଲା ମୋଦୀ ହେଉଛି ଏହି ନରେନ୍ଦ୍ର ମୋଦୀ । ‘ରୟାଲ ପେଲେସ’ ରେ ଉପସ୍ଥିତ ମୋଦୀ 125କୋଟି ଭାରତ ବାସୀଙ୍କର ଏକ ସେବକ, ସେ ନରେନ୍ଦ୍ର ମୋଦୀ ନୁହେଁ କି । ଏବଂ ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି, ଭାରତୀୟ ସମ୍ବିଧାନର ସାମର୍ଥ୍ୟ, ଯେଉଁଠାରେ କି ଏପରି ଏକ ଅନୁଭବ ହୋଇଥାଏ, ଅନ୍ୟଥା ଯେଉଁ ସ୍ଥାନ କିଛି ପରିବାର ପାଇଁ ସଂରକ୍ଷିତ ରହିଥାଏ, ଏବଂ ଗଣତନ୍ତ୍ରରେ ଯଦି ଜନତା-ଜନାର୍ଦ୍ଦନ, ଯିଏକି ଈଶ୍ୱରଙ୍କ ରୂପ: ସେମାନେ ନିଷ୍ପତ୍ତି କରିନିଅନ୍ତି ତ ତେବେ ଜଣେ ଚା’ ବିକାଳି ମଧ୍ୟ ସେମାନଙ୍କ ପ୍ରତିନିଧି ହୋଇ ‘ରୟାଲ ପେଲେସ’ରେ ହାତ ମିଳାଇ ପାରେ ।
ପ୍ରସୂନ ଜୀ- ଏହି ଯେଉଁ ବ୍ୟକ୍ତି ନରେନ୍ଦ୍ର ମୋଦୀ ଏବଂ ଯିଏ ପ୍ରଧାନମନ୍ତ୍ରୀ ଭାବେ ଦେଶର ପ୍ରତିନିଧିତ୍ୱ କରନ୍ତି, ସେହି ଦୁଇ ଜଣ ଏକମୟ ହୋଇଯା’ନ୍ତି, ଯେତେବେଳେ କି ଏପରି ସ୍ଥାନରେ ଆପଣ ଥା’ନ୍ତି, କିମ୍ବା ଦେଖନ୍ତି ଯେ ମୁଁ ଏକ ଯାତ୍ରା କରିସାରିଛି କିମ୍ବା ଏହା ଏକାତ୍ମ ହୋଇଯାଇଥାଏ, ସବୁଯାକ ମିଳିତ ହୋଇଯାଏ, ଏବଂ ଜଣେ ହିଁ ବ୍ୟକ୍ତି ରହିଯାଏ?
ପ୍ରଧାନମନ୍ତ୍ରୀ- ଏପରି ହୋଇଥାଏ ଯେ ମୁଁ ସେଠାରେ ନଥାଏ । ଆଉ ମୁଁ ତ ଆଦିଶଙ୍କରଙ୍କ ଅଦ୍ୱୈତର ସେହି ସିଦ୍ଧାନ୍ତକୁ, କୌଣସି ଏକ ସମୟରେ ତାଙ୍କ ସହିତ ଜଡିତ ଥିଲି ତେଣୁ ମୁଁ ଜାଣିଛି ଯେ ଯେଉଁଠାରେ ମୁଁ ନାହିଁ, ତୁ ହିଁ ତୁ ରହିଛି; ଯେଉଁଠାରେ ଦୈତ୍ୟ ନାହିଁ ସେଠାରେ ଦ୍ୱନ୍ଦ୍ୱ ନାହିଁ, ଏବଂ ଏଥିପାଇଁ ଯେଉଁଠାରେ ଦୈତ୍ୟ ନାହିଁ, ଏବଂ ଏଥିପାଇଁ ମୁଁ ମୋ ଭିତରର ସେହି ନରେନ୍ଦ୍ର ମୋଦୀଙ୍କୁ ନେଇ ଯାଇଥାଏ ତେଣୁ ହୁଏତ ମୁଁ ଦେଶ ସହିତ ଅନ୍ୟାୟ କରିଦେବି । ଦେଶ ସହିତ ନ୍ୟାୟ ସେତେବେଳେ ହୋଇଥାଏ ଯେତେବେଳେ କି ମୋତେ ନିଜେ ନିଜକୁ ଭୁଲାଇ ଦେବାକୁ ହୋଇଥାଏ ଏବଂ ଶେଷ କରିଦେବାକୁ ହୋଇଥାଏ । ନିଜକୁ ମାଟିରେ ପ୍ରବେଶ କରିବାକୁ ପଡିଥାଏ ଏବଂ ତେବେ ଯାଇଁ ଉଦ୍ଭିଦ ଜନ୍ମ ହୁଏ । ବୀଜ ମଧ୍ୟ ଶେଷରେ ନଷ୍ଟ ହୋଇଯାଇଥାଏ, ଯାହାକି ବଟବୃକ୍ଷକୁ ଜନ୍ମ ଦେଇଥାଏ । ଏବଂ ଏଥିପାଇଁ ଅପଣ ଯାହା କହିଛନ୍ତି ମୁଁ ତାହାକୁ ଭିନ୍ନ ଭାବେ ଦେଖୁଛି ।
ପ୍ରସୂନ ଜୀ- ମାତ୍ର ଯେତେବେଳେ ଦେଶ କଥା ଆସିଥାଏ ସେତେବେଳେ ଆପଣ ତାହାକୁ ଅତ୍ୟନ୍ତ ଫୋକସ ହୋଇ ଦେଖିଥା’ନ୍ତି ଏବଂ ସବୁ ଲୋକ ସମ୍ପ୍ରତି ପରିବର୍ତ୍ତନ ସମ୍ବନ୍ଧରେ କହିଥା’ନ୍ତି । ପରିବର୍ତ୍ତନ ପ୍ରଥମେ ଚିନ୍ତାଧାରାରେ ଆସିଥାଏ ଏବଂ ପରେ କାର୍ଯ୍ୟଧାରାରେ ଆସେ, ପୁଣି ଏକ ପ୍ରକ୍ରିୟା ମଧ୍ୟଦେଇ ଗତି କରେ । ଆପଣଙ୍କଠାରୁ ଭଲ ଭାବେ କିଏ ବା ଜାଣିପାରେ ଏହି ବିଷୟକୁ । କିନ୍ତୁ ପରିବର୍ତ୍ତନ ଏହା ସହିତ ଆଉ ଏକ ବିଷୟ ନେଇ କରି ଆସିଥାଏ ମୋଦୀଜୀ-ଅଧୀରତା, ଆତୁରତା, ଅଧୈର୍ଯ୍ୟ, ଡିପ୍ରେସନ । ଆସନ୍ତୁ ଦେଖିବା ଏହି ଭିଡିଓ ସହିତ ଆମର କ’ଣ ଉଦ୍ଦେଶ୍ୟ ରହିଛି ।
ମୋଦୀଜୀ, ଏବେ ଆମେ ସମସ୍ତେ ଦେଖିଥିଲୁ ଏବଂ ଟ୍ୱିଟ୍ଟରରେ ପ୍ରଶାନ୍ତ ଦିକ୍ଷିତ ଜୀ ଥିଲେ, ଯିଏକି ଏକ ପ୍ରଶ୍ନ ମଧ୍ୟ ପଚାରିଥିଲେ ଯେ ବହୁତ କାମ ହେଉଛି, ରାସ୍ତା ନିର୍ମାଣ ହେଉଛି, ରେଳ ଲାଇନ ବିଛା ହେଉଛି, ଘର ଦ୍ରୂତ ଗତିରେ ନିର୍ମାଣ ହେଉଛି । ସେ କହୁଛନ୍ତି କି ଆଗରୁ ଯେତେବେଳେ ଆମକୁ ଦୁଇ ପାଦ ଚାଲିବାର ଅଭ୍ୟାସ ଥିଲା, ତେବେ ମୋଦୀଜୀ ଏବେ ଆମେ ଅନେକ ଗୁଣ ଅଧିକ ଚାଲୁଛୁ, କିନ୍ତୁ ତଥାପି ଅଧୈର୍ଯ୍ୟତା- ଏବେ, ଏବେ, ଏବେ କାହିଁକି ନୁହେଁ… ଏହାକୁ ଆପଣ କିପରି ଭାବେ ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ- ମୁଁ ଏହାକୁ ଟିକେ ଭିନ୍ନ ଭାବେ ଦେଖୁଛି । ଯେଉଁ ମୁହୂର୍ତ୍ତରେ ସନ୍ତୋଷ ଭାବ ଆସିଯାଏ-ବହୁତ ହୋଇଗଲା, ଚାଲ ଭାଇ ଏଇଥିରେ ଚଳିଯିବା, ତେବେ ଜୀବନ କେବେ ହେଲେ ଆଗକୁ ବଢ଼ିନଥାଏ । ସବୁ ବୟସରେ, ସମୁ ଯୁଗରେ, ସବୁ ଅବସ୍ଥାରେ କିଛି ନା କିଛି ନୂତନ କରିବାର, ନୂଆ ପାଇବାର ଉଦ୍ଦେଶ୍ୟ ଗତି ଦେଇଥାଏ, ଅନ୍ୟଥା ମୁଁ ବୁଝିଛି ଯେ ଜୀବନ ଅଟକି ଯାଇଥାଏ । ଏବଂ ଯଦି କେହି କହେ ଯେ ଅଧୈର୍ଯ୍ୟ ଖରାପ ଜିନିଷ ତେବେ ମୁଁ ବୁଝିବି ଯେ ସେ ଏବେ ବୁଢ଼ା ହୋଇଯାଇଛି । ମୋ ଦୃଷ୍ଟିରେ ଅଧୈର୍ଯ୍ୟ ତରୁଣାବସ୍ଥାର ଏକ ପରିଚୟ ଏବଂ ଆପଣ ଦେଖିଥିବେ ଯେ ଯାହାଘରେ ସାଇକେଲ ଅଛି ତା’ର ମନ ହୁଏ ଯେ ସ୍କୁଟର ଆସିଯିବ ତ ବଢ଼ିଆ ହେବ; ସ୍କୁଟର ଅଛି ତ ମନହେବ ଚାରି ଚକିଆ ଆସିଗଲେ ଭଲ ହେବ । ଏପରି ମନୋଭାବ ନଥିଲେ କାଲି ସାଇକେଲ ବି ଚାଲିଯିବ, ସେତେବେଳକୁ କହିବାକୁ ପଡିବ ଛାଡ ଏବେ ବସରେ ଚାଲିଯିବା । ଏହା ଜୀବନ ନୁହେଁ ।
ମୁଁ ଖୁସି ଯେ ଆଜି ଦେଢ଼ଶହ କୋଟି ଦେଶବାସୀଙ୍କ ହୃଦୟରେ ଗୋଟିଏ ଉଦ୍ଦୀପନା, ଉତ୍ସାହ, ଆଶା, ଅପେକ୍ଷା ଜାଗରିତ ହୋଇ ବାହାରକୁ ଆସୁଛି । ଅନ୍ୟଥା ଏକ ସମୟ ଥିଲା ଯେତେବେଳେ କି ନିରାଶାର ଏକ ଗର୍ତ୍ତରେ ଆମେ ଡୁବି ଯାଇଥିଲୁ । ଏପରି ସମୟ ଥିଲା ଯେତେବେଳେ ସମସ୍ତେ ଭାବୁଥିଲେ, ଛାଡ ଭାଇ, ଏବେ କିଛି ହେବାର ନାହିଁ, ଚାଲିଛି, ଦେଖାଯିବ । ମୁଁ ଏବେ ଖୁସି ଯେ ଆମେ ଏପରି ଏକ ପରିବେଶ ସୃଷ୍ଟି କରିଛୁ ଯେତେବେଳେ ଜନସାଧାରଣ ଆମଠାରୁ ଅଧିକ ଆଶା କରୁଛନ୍ତି ।
ଆପଣମାନଙ୍କଠାରୁ ଯେଉଁମାନେ ବହୁ ପୂର୍ବରୁ ଭାରତରୁ ବାହାରକୁ ଆସିଛନ୍ତି ସେମାନଙ୍କୁ ହୁଏତ ଜଣାନଥିବ, ମାତ୍ର ଆଜିଠାରୁ 15-17ବର୍ଷ ପୂର୍ବରୁ ଯେତେବେଳେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥିଲା, ସେତେବେଳେ ଗାଁର ଲୋକମାନେ ସରକାରୀ କାର୍ଯ୍ୟାଳୟକୁ ଯାଇଁ ସ୍ମାରକ ପତ୍ର ଦେଉଥିଲେ ଏବଂ ଦାବି କରୁଥିଲେ ଯେ ଏଥର ମରୁଡି ହୋଇଛି ତେଣୁ ଆମକୁ ଆମ ଅଂଚଳରେ ମାଟି ଖୋଳିବା କାମ ନିଶ୍ଚିତ ଭାବେ ଦିଅନ୍ତୁ, ଏବଂ ଆମେ ରାସ୍ତାରେ ମାଟି ପକାଇବା କାମ କରିବାକୁ ଚାହୁଁଛୁ ଯାହାଫଳରେ କି ଆମର କଚ୍ଚା ରାସ୍ତା ତିଆରି ହୋଇପାରିବ । ସେ ସମୟରେ ବି ଏପରି ଅଧୈର୍ଯ୍ୟତା ଥିଲା ଯେ-ମରୁଡି ହଉ, ସେମାନେ ଅପେକ୍ଷା କରୁଥିଲେ ଯେ ମରୁଡି ହେଉ, ଏବଂ ମାଟି ଖୋଳିବା କାମ ମିଳିଯିବ ଏବଂ ଏହାଫଳରେ ରାସ୍ତା ଉପରେ ମାଟି ପକାଇବାର ସୁଯୋଗ ମିଳିଯିବ ।
ଆଜି ମୋର ଅନୁଭବ ହେଉଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ଯାହା ପାଖରେ ସିଙ୍ଗଲ ଲେନ ରୋଡ ଥିଲା, ସେ କହୁଥିଲେ ଆଉ କ’ଣ ମୁଖ୍ୟମନ୍ତ୍ରୀ ଜୀ, ଏବେ ଡବଲ ରୋଡ ନିର୍ମାଣ କରନ୍ତୁ । ଡବଲ ରୋଡ ହେଲା ପରେ କହିଲେ କି, ଆରେ ସାହେବ ଏ କ’ଣ, ଫାଇବାର/ପିଚୁ ରୋଡ ହେବା ଆବଶ୍ୟକ ।
ମୋର ଭଲ ଭାବେ ସ୍ମରଣ ରହିଛି, ଗୁଜରାଟର ଶେଷ ଭାଗରେ ଉଚ୍ଛଲ ନିଝର ନାମରେ ଏକ ତହସିଲ ରହିଛି । ସେଠାରୁ କିଛି ଡ୍ରାଇଭର ଥରେ ମୋତେ ଭେଟିବାକୁ ଆସିଲେ । ସେ କହିଥିଲେ ଯେ ସେମାନଙ୍କୁ ପିଚୁ ରାସ୍ତା ଆବଶ୍ୟକ । ମୁଁ ସେମାନଙ୍କୁ କହିଥିଲି ଯେ, ବନ୍ଧୁଗଣ ମୁଁ ତମ ଅଂଚଳରେ ପୂର୍ବରୁ କେବେକେବେ ସ୍କୁଟର ଧରି ବୁଲୁଥିଲି, ବସରେ ଆସୁଥିଲି । ମୁଁ ବର୍ଷ ବର୍ଷ ଧରି ଜଙ୍ଗଲରେ କାମ କରୁଥିଲି । ତୁମର ଏଠାରେ ତ ରାସ୍ତା ଅଛି ।
ସେମାନେ କହିଲେ, ସାହେବ ରାସ୍ତା ତ ଅଛି, ମାତ୍ର ଆମେ ଏବେ କଦଳୀ ଚାଷ କରୁଛୁ ଏବଂ ଆମ କଦଳୀ ରପ୍ତାନୀ ହୋଇଥାଏ । ଆମେ ଏହି ରାସ୍ତାରେ ଗଲେ ଟ୍ରକରେ ଆମ କଦଳୀ ଦବିଯାଇଥାଏ । ଆମର ଶତକଡା 20 ପ୍ରତିଶତ କ୍ଷତି ହୋଇଥାଏ । ଆମକୁ ପିଚୁ ରାସ୍ତା ଆବଶ୍ୟକ ଯାହାଫଳରେ କି ଆମ କଦଳୀର କୌଣସି କ୍ଷତି ଯେପରି ଭାବେ ହେବ ନାହିଁ । ମୋ ଦେଶର ଜନସାଧାରଣଙ୍କ ହୃଦୟରେ ଏପରି ଭାବନା ଉଦ୍ରେକ ହେବା, ଏହି ଅଧୈର୍ଯ୍ୟ ସୃଷ୍ଟି ହେବା, ମୋ ପାଇଁ ପ୍ରଗତିର ବୀଜ ବୁଣିବା ସହିତ ସମାନ । ଏଥିପାଇଁ ଅଧୈର୍ଯ୍ୟତାକୁ ମୁଁ ଖରାପ ବୋଲି ମନେ କରେ ନାହିଁ ।
ଦ୍ୱିତୀୟ କଥା ହେଲା ଆପଣ ପରିବାର ମଧ୍ୟରେ ଦେଖିଥିବେ- ଯଦି ତିନି ପୁଅ ଅଛନ୍ତି, ତେବେ ବାପା-ମା’ ତିନି ଜଣଙ୍କୁ ଭଲ ପାଉଥିବେ । କିନ୍ତୁ କାମ ପଡିଲେ ଜଣକୁ କରିବା ପାଇଁ କୁହନ୍ତି । ଯିଏ କରିବ ତାକୁ ତ କହିବେ ନା । ଯଦି ଦେଶ ଆଜି ମୋଠାରୁ ଅଧିକ ଅପେକ୍ଷା ରଖେ, ଏଇଥିପାଇଁ ରଖେ କି ତା’ର ଭରସା ଅଛି, ତା’ ମୁଣ୍ଡରେ ପୁରାଇ ଦିଅ, ଆଜି ନାହିଁ ତ କାଲି, ଯେତେବେଳେ ହେଲେ ବି କରିକି ଛାଡିବ ।
ତେଣୁ ମୁଁ ଭାବୁଛି ଯେ-ଏକଥା ମଧ୍ୟ ସତ ଯେ ଦେଶ କେତେବେଳେ ହେଲେ ବି ଭାବିନଥିଲା ଯେ ଏପରି ଦୃତ ଗତିରେ କାମ କରିପାରିବ । ପୂର୍ବରୁ ଦେଶ ମାନି ନେଇଥିଲା, ପୂର୍ବରୁ ଅଳ୍ପ କିଛି ପ୍ରଗତି ହୋଇଗଲେ ସନ୍ତୋଷ ହୋଇ ଯାଉଥିଲା, ଚାଲ ବନ୍ଧୁ ହେଇଗଲା । ଏବେ କିନ୍ତୁ ତାକୁ ସନ୍ତୁଷ୍ଟି ମିଳୁ ନାହିଁ । ସେ ଅନୁଭବ କରୁଛି ଯେ ଆରେ ସାହବେ, ପୂର୍ବରୁ ଦିନକରେ ଯେତିକି ରାସ୍ତା ନିର୍ମାଣ ହେଉଥିଲା, ଏବେ ପାଖାପାଖି ତିନିଗୁଣା ରାସ୍ତା ଆମେ ନିର୍ମାଣ କରୁଛେ । ପୂର୍ବରୁ ଯେତିକି କାମ ଦିନକରେ ହେଉଥିଲା, ଏବେ ତାହା ତିନି ଗୁଣା ହେବା ଆରମ୍ଭ କରିଛି । ରେଳ ଧାରଣା ବିଛାଇବାର ଅଛି, ରେଳକୁ ଡବଲ ଲାଇନ କରିବା ହେଉ, ସୌର ଶକ୍ତି ଲଗାଇବାର ହେଉ, ପାଇଖାନା ନିର୍ମାଣ କରିବା ହେଉ, ସବୁ କଥାରେ । ତେଣୁ ଏଥିପାଇଁ ସ୍ୱାଭାବିକ ଯେ ଦେଶବାସୀଙ୍କୁ ଅପେକ୍ଷା ରହିଛି କାରଣ ଭରସା ଅଛି ।
ପ୍ରସୂନ ଜୀ- ଆଜ୍ଞା, ତେବେ ଏପରି ଲାଗୁଛି ଯେ ଯେତେବେଳେ ପୂର୍ବରୁ ରାସ୍ତା ତାଙ୍କ ପାଖେ ପହଂଚୁଥିଲା ଏବଂ ଯେତେବେଳେ ସେମାନଙ୍କ ପାଖରେ ରାସ୍ତା ପହଂଚିଯାଏ, ସେତେବେଳେ ସେମାନେ ଦୁନିଆ ପାଖରେ ପହଂଚିବାକୁ ଚାହାଁନ୍ତି । ତେଣୁ ଏକ ପକ୍ଷରେ ଆପଣ ଏହି ଆଶା ଜାଗ୍ରତ କରିବା ବିଷୟରେ କୁହନ୍ତି ଏବଂ ଏହି ଅଧୈର୍ଯ୍ୟତାକୁ ଆପଣ ଉତ୍ତମ ବୋଲି ମନେକରନ୍ତି ଏବଂ ଏହାର ଯେଉଁ ସକାରାତ୍ମକ ଦିଗ ରହିଛି ଯେ କିପରି ଭାବେ ଏ ଯେଉଁ ଅଧୈର୍ଯ୍ୟ ପଣିଆ ଏହା ଆଗକୁ ବଢ଼ିବାର ଭାବନାର ଦ୍ୟୋତକ । ଏ ସମ୍ବନ୍ଧରେ ଆମକୁ ଟିକେ ବୁଝାନ୍ତୁ ।
ମୋଦୀଜୀ, ଜନସାଧାରଣ ଏକପକ୍ଷରେ ଅଧୈର୍ଯ୍ୟ, ମାତ୍ର କେବେ କେବେ ଆପଣ କାମ କରୁଥିବା ସରକାରୀ ବ୍ୟବସ୍ଥାକୁ ନେଇ ଅଧୈର୍ଯ୍ୟ ହୋଇଯା’ନ୍ତି? ସରକାରୀ କାର୍ଯ୍ୟଧାରାକୁ ନେଇ, ମୋଦୀଜୀଙ୍କ ହିସାବରେ କାମ ଯେଉଁ ଗତିର ସହ ହେବା କଥା ତାହା ହୋଇନପାରିବା ଫଳରେ ଆପଣଙ୍କୁ କେବେ ନିରାଶା ହୋଇଥାଏ? ଯାହା ବୁଲେଟ ଟ୍ରେନର ଗତିରେ ଯେଉଁପରି ଆପଣଙ୍କ ମନରେ ଘଟିତ ହୋଇଥାଏ?
ପ୍ରଧାନମନ୍ତ୍ରୀ- ମୁଁ ଜାଣିନାହିଁ ଯେ ଜଣେ କବି ଭିତରେ ମଧ୍ୟ ଜଣେ ସାମ୍ବାଦିକ ରହିଥାଏ । ମୁଁ ଭାବୁଛି ଯେ ଯେଉଁଦିନ ମୋର ଅଧୈର୍ଯ୍ୟତା ଶେଷ ହୋଇଯିବ, ସେହି ଦିନ ମୁଁ ଏହି ଦେଶର କୌଣସି କାମରେ ଆସିବି ନାହିଁ । ମୁଁ ଚାହୁଁଛି ଯେ ମୋ ଭିତରେ ଏହି ଅଧୈର୍ଯ୍ୟ ପଣିଆ ଜାରି ରହିବା ଆବଶ୍ୟକ, କାରଣ ଏହା ହେଉଛି ମୋର ଶକ୍ତି, ଏହା ମୋତେ ଶକ୍ତି ଦେଇଥାଏ, ମୋତେ ଦୌଡାଇ ଥାଏ । ପ୍ରତି ରାତିରେ ଶୋଇଥାଏ ତ ପରବର୍ତ୍ତୀ ଦିନର ସ୍ୱପ୍ନ ନେଇ ଶୋଇଥାଏ ଏବଂ ସକାଳୁ ଉଠି କାମରେ ଲାଗିପଡିଥାଏ ।
ଯେତେବେଳେ ନିରାଶାର ପ୍ରଶ୍ନ ଉଠେ, ମୁଁ ମନେକରେ ଯେ ଯେତେବେଳେ ନିଜ ପାଇଁ କିଛି ନେବା, ପାଇବା ତଥା ତିଆରି କରିବାର ଅଛି, ସେତେବେଳେ ତାହା ଆଶା ଏବଂ ନିରାଶା ସହିତ ଯୋଡି ହୋଇଯାଏ । ମାତ୍ର ଯେତେବେଳେ ଆପଣ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଏହି ସଂକଳ୍ପକୁ ନେଇ ଚାଲନ୍ତି, ସେତେବେଳେ ମୁଁ ମନେକରେ ଯେ ନିରାଶା କେବେହେଲେ ପାଖ ମାଡିନଥାଏ ।
କିଛି ଲୋକଙ୍କୁ ବେଳେବେଳେ ମନେହୁଏ ଯେ, ଛାଡ କିଛି ବି ହେବାର ନାହିଁ, ସରକାର ବେକାର, ନିୟମ ବେକାର, ଆଇନ ବେକାର, ଅମଲାତନ୍ତ୍ର ବେକାର, ବ୍ୟବସ୍ଥା ସବୁ ବେକାର; ଆପଣଙ୍କୁ ଏପରି ଲୋକ ମିଳିବେ ଯେଉଁମାନେ କି ଏପରି କଥା କହିଥା’ନ୍ତି । ମୁଁ ଭିନ୍ନ ପ୍ରକାରର ମଣିଷ । ମୁଁ କେବେ କେବେ କହିଥାଏ ଯେ, ଯଦି ଏକ ଗ୍ଲାସ ଅଧା ଭରାହୋଇଥାଏ-ତେବେ କେହି କେହି ବ୍ୟକ୍ତି ମିଳିବେ ଯିଏ କହିବେ କି ଗ୍ଲାସ ଅଧା ଭରା ରହିଛି, ଆଉ ଜଣେ କହିବ କି ଅଧା ଖାଲି ରହିଛି । ମୋତେ କେହି ପଚାରିଲେ ମୁଁ କୁହେ ଯେ- ଅଧା ପାଣିରେ ଭରିଛି, ଅଧା ପବନରେ ଭରିଛି ।
ଏବଂ ସେଥିପାଇଁ ଆପଣ ଏବେ ଦେଖନ୍ତୁ, ସେହି ସରକାର, ସେହି ଆଇନ, ସେହି ଅମଲା, ସେହି ବ୍ୟବସ୍ଥା; ତା ସତ୍ତ୍ୱେ ମଧ୍ୟ ଯଦି 4 ବର୍ଷର ହିସାବ ନେବେ ତେବେ ଶେଷରେ ଆପଣ ଜାଣିପାରିବେ; ମୁଁ କୌଣସି ଅନ୍ୟ ସରକାରଙ୍କ ଆଲୋଚନା କରିବା ପାଇଁ ଏହି ମଂଚର ଉପଯୋଗ କରିବି ନାହିଁ, ଏବଂ ମୋତେ ଏହା କରିବାର ଆବଶ୍ୟକତା ମଧ୍ୟ ନାହିଁ । ମାତ୍ର ବୁଝାଇବା ଲାଗି ତୁଳନାତ୍ମକ ଅଧ୍ୟୟନର ଆବଶ୍ୟକତା ହୋଇଥାଏ କି ଭାଇ ଗତ ଦଶ ବର୍ଷରେ କାମ କିପରି ହୋଇଥିଲା ତାହାକୁ ଦେଖିବା ତ ଜଣାପଡିବ ଯେ ଚାରି ବର୍ଷ ମଧ୍ୟରେ କାମ କିପରି ହୋଇଛି । ତେବେ ଆପଣ ଜାଣିପାରିବେ ଯେ ସେତବେଳର ନିର୍ଣ୍ଣୟ ପ୍ରକ୍ରିୟା ଓ ଆଜିର ନିର୍ଣ୍ଣୟ ପ୍ରକ୍ରିୟା, ସେତେବେଳର କାର୍ଯ୍ୟଧାରା ଓ ଆଜିର କାର୍ଯ୍ୟଧାରା ମଧ୍ୟରେ ଆପଣଙ୍କୁ ଆକାଶ-ପାତାଳର ଫରକ ଜଣାପଡିବ । ଏହାର ଅର୍ଥ ଏଇଆ ଯେ, ଯଦି ଆପଣଙ୍କ ନୀତି ସ୍ପଷ୍ଟ, ନିୟମ ସ୍ପଷ୍ଟ, ଉଦ୍ଦେଶ୍ୟ ସାଧୁ ଏବଂ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ର ଲକ୍ଷ୍ୟ ରହିଛି ତେବେ ସେହି ବ୍ୟବସ୍ଥା ମାଧ୍ୟମରେ ଆପଣ ଉପଯୁକ୍ତ ପରିଣାମ ପାଇପାରିବେ ।
ମୋର ଏହି ଚିନ୍ତାଧାରାର ମୂଳଭୁତ କାରଣ ଏହା ନୁହେଁ ଯେ ମୁଁ ଯାହା ଚାହେଁ ତାହା ସବୁ ହୁଏ, ବରଂ ଏହା ନଘଟିଲେ ମଧ୍ୟ ମୁଁ ନିରାଶ ହୁଏ ନାହିଁ କାରଣ ମୁଁ ଚିନ୍ତା କରେ ଯେ ଏହା କାହିଁକି ହେଲା ନାହିଁ, ଆଗକୁ ଏହା କରିବାର ରାସ୍ତା କ’ଣ- ମୁଁ ଏ ବାଟରେ ଯାଇଥିଲି, ଟିକେ ନୂତନ ଢ଼ଙ୍ଗରେ କରିବି, ମୁଁ କରିକି ହିଁ ଛାଡେ ।
ପ୍ରସୂନ ଜୀ- ମୋଦୀଜୀ ଏଇଠି ଆମେ ଏକ ପ୍ରଶ୍ନ ଗ୍ରହଣ କରିବାକୁ ଚାହୁଁ ଯାହାକୁ କି ଭିଡିଓ ମାଧ୍ୟମରେ ଆମେ ଦେଖିବା । ଦିଲ୍ଲୀରୁ ପ୍ରିୟଙ୍କା ବର୍ମା ଆପଣଙ୍କ ପାଇଁ ଏକ ପ୍ରଶ୍ନ ପଚାରିଛନ୍ତି । ଆସନ୍ତୁ ଦେଖିବା-
ପ୍ରିୟଙ୍କା- ମୋଦୀଜୀ ମୁଁ ଦିଲ୍ଲୀରୁ ପ୍ରିୟଙ୍କା କହୁଛି, ଏବଂ ମୋର ମଧ୍ୟ ଆପଣଙ୍କୁ ଏକ ପ୍ରଶ୍ନ ଯେ ଆମେ ସରକାର ଏଇଥିପାଇଁ ପସନ୍ଦ କରୁ ଯେ ସରକାର ଆମ ପାଇଁ କାମ କରିବେ । କିନ୍ତୁ ଯେତବେଳଠାରୁ ଆପଣ ଆସିଛନ୍ତି ସେତବେଳଠାରୁ ତ ସିଷ୍ଟମ ପୁରା ବଦଳି ଯାଇଛି । ଆପଣ ତ ସରକାରଙ୍କ ସହିତ ଲୋକଙ୍କୁ ମଧ୍ୟ କାମରେ ଳଗାଇ ଦେଇଛନ୍ତି, ଯାହାକି ଖୁବ ଉତମ କଥା । କିନ୍ତୁ ମୋର ଆପଣଙ୍କୁ ଏକ ପ୍ରଶ୍ନ ଅଛି ଯେ ଏହା ପୂର୍ବରୁ କାହିଁକି ହେଉନଥିଲା? ଧନ୍ୟବାଦ ।
ପ୍ରସୂନ ଜୀ- ଏ ଯେଉଁ ପ୍ରଶ୍ନ ପଚାରୁଛନ୍ତି କି ଆପଣ ଲୋକଙ୍କୁ ଲୋକଙ୍କ ସହିତ ଯୋଡୁଛନ୍ତି, ସରକାରଙ୍କ କାମ ସହିତ । ଏବଂ ଏହା ଗ୍ୟାସ ସବସିଡି ବିଷୟ ହେଉ, ଅନେକ ବିଷୟରେ ଆପଣ ଜନସାଧାରଣଙ୍କଠାରୁ କିଛି ଅପେକ୍ଷା ରଖିଥା’ନ୍ତି, ଏହା ଆପଣଙ୍କର କିପରି ପଦକ୍ଷେପ?
ପ୍ରଧାନମନ୍ତ୍ରୀ-ପ୍ରିୟଙ୍କା ବହୁତ ଭଲ ପ୍ରଶ୍ନ ପଚାରିଛନ୍ତି ଏବଂ ଆପଣ 1857 ରୁ 1947 ପର୍ଯ୍ୟନ୍ତ ଦେଖନ୍ତୁ । ଏହା ପୂର୍ବକୁ ମଧ୍ୟ ଆମେ ଯାଇପାରୁ କିନ୍ତୁ ମୁଁ 1857 ପର୍ଯ୍ୟନ୍ତ ଯାଉଛି । ଯେତେବେଳେ କି 1857ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ହୋଇଥିଲା । ଆପଣ ଯେକୌଣସି ବର୍ଷ ଦେଖନ୍ତୁ, ଶହେ ବର୍ଷ ମଧ୍ୟରେ ଯେକୌଣସି ବର୍ଷ ଦେଖନ୍ତୁ, ଭାରତବର୍ଷର କୌଣସି କୋଣକୁ ଦେଖନ୍ତୁ । କେହି ନା କେହି ଭାରତର ସ୍ୱାଧୀନତା ପାଇଁ ଶହୀଦ ହୋଇଛନ୍ତି, ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ତ୍ୟାଗ କରିବା ପାଇଁ କିଛି ନା କିଛି କରିଛନ୍ତି, କେହି ନା କେହି ନବଯୁବକ ତାଙ୍କ ଜୀବନକୁ ଜେଲ ମଧ୍ୟରେ ବିତାଇ ଦେଇଛନ୍ତି । ଏହାର ଅର୍ଥ ହେଉଛି ସ୍ୱାଧୀନତାର ସଂଘର୍ଷ କୌଣସି ସମୟରେ, କୌଣସି କୋଣରେ ବନ୍ଦ ହୋଇଯାଇ ନାହିଁ । ଲୋକ ଆସୁଥିଲେ, ସଂଘର୍ଷ କରୁଥିଲେ, ଶହୀଦ ହେଉଥିଲେ, ସ୍ୱାଧୀନତାର ସଂଘର୍ଷ ଜାରି ରହିଥିଲା ।
କିନ୍ତୁ ମହାତ୍ମାଗାନ୍ଧୀ କ’ଣ କରିଥିଲେ । ମହାତ୍ମାଗାନ୍ଧୀ ଏହି ପୁରା ଭାବନାକୁ ଏକ ନୂତନ ରୂପ ପ୍ରଦାନ କରିଥିଲେ । ସେ ଏଥିସହିତ ଜନସାଧାରଣଙ୍କୁ ଯୋଡିଥିଲେ । ସାଧାରଣରୁ ସାଧାରଣ ବ୍ୟକ୍ତିଙ୍କୁ ପଚାରୁଥିଲେ ଯେ ଭାଇ ତୁମକୁ ଦେଶର ସ୍ୱାଧୀନତା ଦରକାର ନା ନାହିଁ? ଏପରି କରାଯାଉ କି ତୁମେ ଝାଡୁ ନେଇ ସଫେଇ କାର୍ଯ୍ୟ କର, ଦେଶକୁ ସ୍ୱାଧୀନତା ମିଳିବ । ତୁମକୁ ସ୍ୱାଧୀନତା ଦରକାର ନା? ତୁମେ ଶିକ୍ଷକତା କର, ଭଲ ଭାବେ ପିଲାଙ୍କୁ ପଢ଼ାଅ, ଦେଶକୁ ସ୍ୱାଧୀନତା ମିଳିବ । ତୁମେ ପ୍ରୌଢ଼ ଶିକ୍ଷା ପ୍ରଦାନ କରିପାରିବ, କର । ତୁମେ ଖଦି କାମ କରିପାରିବ, କର । ତୁମେ ନବଯୁବକମାନଙ୍କୁ ଏକାଠି କରି ପ୍ରଭାତ ଫେରୀ କରିପାରିବ, କର ।
ମହାତ୍ମାଗାନ୍ଧୀ ସ୍ୱାଧୀନତାକୁ ଏକ ଜନଆନ୍ଦୋଳନରେ ପରିବର୍ତ୍ତନ କରିଦେଇଥିଲେ । ସାଧାରଣ ଜନତାଙ୍କୁ ତାଙ୍କ କ୍ଷମତା ଅନୁସାରେ କାର୍ଯ୍ୟ ପ୍ରଦାନ କରିଥିଲେ । ତୁମେ ଅରଟ ଧରି ବସିଯାଅ, ସୁତା କାଟ, ଦେଶକୁ ସ୍ୱାଧୀନତା ମିଳିଯିବ । ଜନସାଧାରଣଙ୍କୁ ଭରସା ହୋଇଗଲା ଯେ, ହଁ ସ୍ୱାଧୀନତା ଏହାଫଳରେ ମିଳିପାରିବ ।
ମୁଁ ମନେକରେ ଯେ ମରିବା ବ୍ୟକ୍ତିଙ୍କ ସଂଖ୍ୟା କମ ନଥିଲା, ଦେଶ ପାଇଁ ପ୍ରାଣତ୍ୟାଗ କରିବା ବ୍ୟକ୍ତିଙ୍କ ସଂଖ୍ୟା କମ ନଥିଲା । ମାତ୍ର ସେମାନେ ଆସୁଥିଲେ ଓ ଶହୀଦ ହୋଇଯାଉଥିଲେ, ପୁଣି କେହି ନୂଆ ଆସୁଥିଲେ ଏବଂ ଶହୀଦ ହୋଇଯାଉଥିଲେ ।
ଗାନ୍ଧିଜୀ ଏକାଥରେ ଭାରତବର୍ଷର ପ୍ରତିଟି କୋଣରେ କୋଟି କୋଟି ଜନସାଧାରଣଙ୍କୁ ଠିଆ କରିଦେଇଥିଲେ ଯାହାଫଳରେ ସ୍ୱାଧୀନତା ପ୍ରାପ୍ତି କରିବା ସରଳ ହୋଇଗଲା । ମୁଁ ଭାବୁଛି ଯେ ବିକାଶ ମଧ୍ୟ ଜନଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ । ଯଦି କେହି ଭାବୁଥାଏ ଯେ ସରକାର ଦେଶକୁ ବଦଳେଇ ଦେବେ, ସରକାର ବିକାଶ କରିଦେବେ ତାହା ଭୁଲ । ସ୍ୱାଧୀନତା ପରେ ଏପରି ଏକ ପରିବେଶ ସୃଷ୍ଟି ହେଲା ଯେ ସ୍ୱାଧୀନତା ମିଳିଗଲା, ଏବେ ସବୁ ସରକାର କରିବେ । ଗାଁରେ ଏକ ଗାତ ହୋଇଗଲେ ମଧ୍ୟ ଗାଁ ଲୋକ ଏକାଠି ହେବେ ସ୍ମାରକପତ୍ର ପ୍ରସ୍ତୁତ କରିବେ, ଏକ ଜିପ ଭଡାରେ ନେବେ, ତହସିଲ ଭିତରକୁ ଯାଇ ସ୍ମାରକପତ୍ର ଦେବେ । ଯଦି ସେମାନେ ଚାହିଁଥାନ୍ତେ ତେବେ ଜିପ ଭଡା ଖର୍ଚ୍ଚରେ ଖାଲକୁ ପୋତି ଦେଇଥା’ନ୍ତେ । କିନ୍ତୁ ଏବେ ଏ କାମ ସରକାର କରିବେ ।
ସ୍ୱାଧୀନତା ପରେ ଏକ ପରିବେଶ ସୃଷ୍ଟି ହେଲା ଯେ, ସବୁ କାମ କିଏ କରିବେ ନାଁ ସରକାର କରିବେ । ଏହି କାରଣରୁ ଧୀରେଧୀରେ କ’ଣ ହେଲା ନା ଜନତା ଏବଂ ସରକାରଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବାରେ ଲାଗିଲା । ଆପଣ ଦେଖିଥିବେ ଓ ଅନୁଭବ କରିଥିବେ ଯେ ବସରେ ଜଣେ ଏକୁଟିଆ ବସିଥିବ, ପାଖରେ କୌଣସି ପାସେଞ୍ଜର ନଥିବ, ଅନେକ ବାଟ ଯିବାର ଅଛି ତେବେ ସେ ସିଟ ଭିତରେ ଆଙ୍ଗୁଠି ଭର୍ତ୍ତି କରିଥିବ । ତା’ ଭିତରେ ସେ ଏକ କଣା କରିବ, ଏବଂ ଧୀରେ ଧୀରେ ବସିବସି ଏହାକୁ କାଟିବାରେ ଲାଗିପଡିବ । କିନ୍ତୁ ଯେତେବେଳେ ସେ ଜାଣିପାରିବ ଯେ ଏହି ବସ ସରକାରୀ ଏବଂ ସରକାରୀ ଅର୍ଥ ହେଉଛି ମୋର, ସରକାର ମୋର ଏବଂ ଦେଶ ମୋର, ସେତେବେଳେ ସେ ଏପରି କାର୍ଯ୍ୟ କରିପାରିବ ନାହିଁ । ମାତ୍ର ଏପରି ଭାବ ଲୁପ୍ତ ହୋଇଗଲାଣି ।
ମୁଁ ଚାହୁଁଛି କି ଦେଶରେ ଏହି ଭାବ ପ୍ରବଳ ହେଉ । ଦ୍ୱିତୀୟ କଥା ହେଲା ଗଣତନ୍ତ୍ରରେ କୌଣସି ଚୁକ୍ତି ବା ରାଜିନାମା ନାହିଁ ଯେ ମୁଁ ଆଜି ଭୋଟ ଦେଇଦେଲି, ଏବେ ପାଞ୍ଚବର୍ଷ ପାଇଁ ବେଟା କାମ କର । ପାଞ୍ଚ ବର୍ଷ ପରେ ମୁଁ ପଚାରିବି ଯେ ତୁ କ’ଣ କରିଛୁ, ନଚେତ ଆଉ କାହାକୁ କ୍ଷମତାକୁ ନେଇ ଆସିବି । ଏହା ହେଉଛି ଭାଗିଦାରୀତାର କାର୍ଯ୍ୟ ଏବଂ ଏଥିପାଇଁ ମୁଁ ଭାବୁଛି ଯେ ଭାଗିଦାରୀତା ଭିତ୍ତିକ ଗଣତନ୍ତ୍ର ଉପରେ ବଳ ଦେବା ଆବଶ୍ୟକ । ଆପଣ ଅନୁଭବ କରିଥିବେ ଯେ ଯେତେବେଳେ ଦୈବ ଦୁର୍ବିପାକ ହୋଇଥାଏ, ସରକାରଙ୍କଠାରୁ ଅଧିକ ସମାଜର ଶକ୍ତି ଲାଗିଯାଇଥାଏ ଏବଂ ଆମେ ଖୁବ କମ ସମୟ ମଧ୍ୟରେ ସମସ୍ୟାର ସମାଧାନ ବାହାର କରିବାରେ ଶକ୍ତି ଲଗାଇ ଦେଇଥାଉ । ଏହାର କାରଣ କ’ଣ? ଜନତା-ଜନାର୍ଦ୍ଦନଙ୍କ ପାଖରେ ଅନେକ ଶକ୍ତି ଥାଏ । ଗଣତନ୍ତ୍ରରେ ଜନସାଧାରଣଙ୍କ ଉପରେ ଯେତିକି ଭରସା କରିବା, ଜନତାଙ୍କୁ ଯେତେ ଅଧିକ ଯୋଡିବା ସେତିକି ପରିମାଣ ମିଳିବ ।
ସରକାର ନିର୍ମାଣ ହେବା ପରେ ମୁଁ ପାଇଖାନା ନିର୍ମାଣ ଅଭିଯାନ ଚାଲୁ କରିଥିଲି । ଆପଣ କଳ୍ପନା କରନ୍ତୁ ସରକାର ଏହା କରିପାରିଥା’ନ୍ତେ । ସରକାର ତ ପୂର୍ବରୁ ପାଞ୍ଚହଜାର ନିର୍ମାଣ କରୁଥିବେ ଏବେ ଦଶ ହଜାର ନିର୍ମାଣ କରିପାରୁଛନ୍ତି । କହିବେ କି ଆରେ ପୁରୁଣା ସରକାର ପାଞ୍ଚ ହଜାର ନିର୍ମାଣ କରିଥିଲେ, ମୋଦୀଙ୍କର ଦଶ ହଜାର । ଦଶ ହଜାରରେ କ’ଣ କାମ ପୁରା ହେବ ଭାଇ? ଜନତା ଏହି କାମକୁ ଗ୍ରହଣ କଲେ, କାମ ପୁରା ହୋଇଗଲା ।
ଆଉ ଜନତାର ଶକ୍ତି ଦେଖନ୍ତୁ, ଭାରତରେ ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ରିହାତି ବ୍ୟବସ୍ଥା ରହିଛି । ମୁଁ ଆସି ସରକାରରେ କହିଲି ଯେ ଆପଣ ରିଜର୍ଭେସନ ପାଇଁ ଯେଉଁ ଫର୍ମ ପୂରଣ କରନ୍ତି ସେଥିରେ ଭାଇ ଲେଖନ୍ତୁ ତ, ମୁଁ ବରିଷ୍ଠ ନାଗରିକ, ମୋତେ ବେନିଫିଟ ମିଳେ, କିନ୍ତୁ ମୁଁ ମୋର ବେନିଫିଟ ଗ୍ରହଣ କରିବାକୁ ଚାହୁଁ ନାହିଁ । କଥା ଅତ୍ୟନ୍ତ ସରଳ ଥିଲା । ପ୍ରଧାନମନ୍ତ୍ରୀ ଭାବେ ମୁଁ କେବେ ହେଲେ ନିବେଦନ ମଧ୍ୟ କରିନଥିଲି । ଯିଏ ଭାରତର ବିଶେଷତା ଦେଖିଛି, ଭାରତର ସାମାନ୍ୟ ଜନତାର ଦେଶଭକ୍ତି ଦେଖିଛି ସେମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଏବେ ଏବେ ଆମେ ଏହି ନିର୍ଣ୍ଣୟ କରିଥିଲୁ ଯେ ଏପର୍ଯ୍ୟନ୍ତ 40 ଲକ୍ଷ ବରିଷ୍ଠ ନାଗରିକ, ଯେଉଁମାନେ କି ଏସିରେ ଯାତ୍ରା କରୁଥିବା ଲୋକ, ସେମାନେ ସ୍ଵେଚ୍ଛାକୃତ ଭାବେ ସବସିଡି ନେବେ ନାହିଁ, ଏପରି ଲେଖିକରି ଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ଟିକେଟ ନେଇକରି ଯାଇଛନ୍ତି ।
ଯଦି ମୁଁ ଆଇନତଃ କରିଥା’ନ୍ତି ଯେ ଆପଣ ବରିଷ୍ଠ ନାଗରିକଙ୍କୁ କୌଣସି କୋଚରେ ଏହି ଲାଭ ବନ୍ଦ ହୋଇଯାଇଥା’ନ୍ତା ତା’ହେଲେ ଶୋଭାଯାତ୍ରା ବାହାରିଥା’ନ୍ତା, କୁଶପୁତ୍ତଳିକା ଦାହ କରାଯାଇଥାନ୍ତ ଆହୁରି ପୁଣି? ପୁଣି ଲୋକପ୍ରିୟତା ରେଟିଂ ଆସିଥା’ନ୍ତା, ମୋଦୀ ତଳକୁ ଖସିଗଲେ । ଏହି ଦୋକାନ ଚାଲିଥା’ନ୍ତା । କିନ୍ତୁ ଆପଣ ଦେଖିଲେ 40 ଲକ୍ଷ ଲୋକ କେମିତି ଦେଶ ପାଇଁ ତ୍ୟାଗ କଲେ ।
ମୁଁ ଦିନେ ଲାଲ୍ଲକିଲ୍ଲା ଉପରୁ କହିଥିଲି- ଯେ ଯେଉଁମାନେ ବହନ କରିପାରିବେ, ସେମାନେ କାହିଁକି ଗ୍ୟାସ ସବସିଡି ନେବେ? ଆମ ଦେଶରେ ଗ୍ୟାସ ସିଲିଣ୍ଡର ସଂଖ୍ୟା ଆଧାରରେ ନିର୍ବାଚନ ଲଢ଼ାଯାଉଥିଲା । କେହି କହୁଥିଲା ଯେ ମୋତେ ପ୍ରଧାନମନ୍ତ୍ରୀ କରନ୍ତ, ଏବେ 9ଟି ସିଲିଣ୍ଡର ମିଳୁଛି, ମୁଁ 12ଟି ସିଲିଣ୍ଡର ଦେବି; ଏହି ଘୋଷଣା କରାଯାଇଥିଲା 2014 ରେ । ମୁଁ ଲୋକମାନଙ୍କ ଓଲଟା କଥା କହିଲି, ମୁଁ କହିଲି ଭାଇ ଆବଶ୍ୟକ ନାହିଁ ତ’ ଛାଡ଼ି ଦିଅନ୍ତୁ ନା ସବସିଡି, କ’ଣ ଆବଶ୍ୟକତା ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ହିନ୍ଦୁସ୍ଥାନର ପାଖାପାଖି 1 କୋଟି 25 ଲକ୍ଷରୁ ଉର୍ଦ୍ଧ୍ଵ ପରିବାର ଗ୍ୟାସ ସବସିଡି ଛାଡ଼ି ଦେଇଛନ୍ତି । ଦେଶରେ ସଚ୍ଚୋଟ ଲୋକମାନଙ୍କ ଅଭାବ ନାହିଁ । ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଏବଂ କିଛି କରିବାକୁ ପ୍ରସ୍ତୁତ ଲୋକମାନଙ୍କ ଅଭାବ ନାହିଁ ।
ଆମମାନଙ୍କ କାମ ହେଉଛି ଦେଶର ସାମର୍ଥ୍ୟକୁ ବୁଝିବା, ସେଗୁଡ଼ିକୁ ଯୋଡ଼ିବା ଏବଂ ମୋର ଏହି ପ୍ରୟାସ ଯେ ଆମେ, ସରକାରଙ୍କୁ ଦେଶକୁ ଚଳାଇବାର ଅଛି, ସରକାରଙ୍କ ଏ ଯେଉଁ ଅହଂକାର, ସେହି ଅହଂକାରକୁ ସରକାର ଛାଡ଼ି ଦେବା ଉଚିତ । ଜନତା-ଜନାର୍ଦ୍ଦନ ହିଁ ଶକ୍ତି ଅଟନ୍ତି, ସେମାନଙ୍କୁ ନେଇ ଚାଲିବା । ଆମେ ଚାହିଁଲେ ସେପରି ପରିଣାମ ସାଧାରଣ ଜନତା ଆଣି ଦେଇପାରିବ ଏବଂ ସେଥିପାଇଁ ମୁଁ ଜନତାଙ୍କ ସହିତ ମିଶି କାମ କରିବାର ଚିନ୍ତାଧାରାକୁ ନେଇ ଆଗକୁ ବଢ଼ୁଛି ।
ପ୍ରସୂନଜୀ : ବା! ମୋଦୀଜୀ, ଦୁଇ ପଦ ସେ ପୁରୁଣା କଥା ମନେ ପଡ଼ିଯାଉଛି, ସରକାର ଏବଂ ଜନତାଙ୍କ ମଧ୍ୟରେ ଏ ଯେଉଁ ଦୂରତା ହୋଇଯାଇଥିଲା-
ମୁଁ ତଳକୁ ମୁହଁ କରି ତୁମ ଚରଣ ଦେଖିବାକୁ ଚାହୁଁଛି, ତୁମେ ଯାଇ ଏକ ଉଚ୍ଚ ମଂଚ ଉପରେ ।
ପ୍ରଧାନମନ୍ତ୍ରୀ – ମୁଁ ତ’ ଜନତା-ଜନାର୍ଦ୍ଦଙ୍କୁ ହିଁ ପ୍ରାର୍ଥନା କରିବି ଯେ ଆପଣ ଆମକୁ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୋର ସେପରି ଅଭ୍ୟାସ ନହେଉ ।
ପ୍ରସୂନଜୀ- ମୋଦୀଜୀ ଠିକ ଏହିପରି । ଏହି ଗୋଟିଏ ପ୍ରଶ୍ନ ଆମେ ନେଉଛୁ ଏହାପରେ ଆମେ ପୁଣି ସେହି ପ୍ରସଙ୍ଗ ଆସିବା । ଆପଣ ଏବେ, ନିଶ୍ଚିତ ଭାବେ ଆପଣ କୁହନ୍ତୁ-
ଦର୍ଶକମାନଙ୍କ ମଧ୍ୟରୁ ଗୋଟିଏ ପ୍ରଶ୍ନ ପାଇଁ ଆମକୁ ଅନୁରୋଧ ଥିଲା-ଶ୍ରୀ ମୟୂରେଶ ଓଝାନୀଜୀ ଗୋଟିଏ ପ୍ରଶ୍ନ ପଚାରିବା ଲାଗି ଚାହୁଁଛନ୍ତି । ମୟୂରେଶ ଓଝାନୀଜୀ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ । ଦୟାକରି ଏ ଦିଗକୁ ଆସନ୍ତୁ ।
ପ୍ରଶ୍ନକର୍ତା- ନମସ୍କାର ମୋଦୀଜୀ, ଯେତେବେଳେ ଆପଣ ସର୍ଜିକାଲ ଷ୍ଟ୍ରାଇକ କରିବା ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ସାହସିକ ପଦକ୍ଷେପ ଗ୍ରହଣ କରିଥିଲେ ସେତେବେଳେ ଆପଣଙ୍କ ମନରେ କିପରି ଭାବନା ରହିଥିଲା?
ପ୍ରସୂନଜୀ– ସର୍ଜିକାଲ ଷ୍ଟ୍ରାଇକ ଉପରେ ଆପଣଙ୍କ ପ୍ରଶ୍ନ ଅଟେ ।
ପ୍ରଧାନମନ୍ତ୍ରୀ – ମୁଁ ଆପଣଙ୍କ ନିକଟରେ କୃତଜ୍ଞ ଯେ ଆପଣ ବାଣୀରୁ ଆପଣଙ୍କ ଭାବନା ପ୍ରକଟ କରିପାରିଲେ ନାହିଁ କିନ୍ତୁ ଆପଣ ଆକ୍ସନରେ ଆପଣଙ୍କ ଭାବନା ପ୍ରକଟ କଲେ ଏବଂ ଶବ୍ଦରେ ଆପଣଙ୍କ ସାଥୀ ମୋ ନିକଟରେ ଆପଣଙ୍କ ଭାବନା ପହଁଚାଇଲା । ପ୍ରଥମତଃ ଏହି ଦୃଶ୍ୟ ହୃଦୟକୁ ଛୁଇଁବା ଭଳି, ଏହା ମୋତେ ପ୍ରଭାବିତ କଲା, ଭଗବାନ ରାମଚନ୍ଦ୍ରଜୀ ଏବଂ ଲକ୍ଷ୍ମଣଙ୍କର ଯେଉଁ ଆଲୋଚନା ହୋଇଥିଲା, ଲଙ୍କା ତ୍ୟାଗ କରିବା ସମୟରେ, ସେହି ସିଦ୍ଧାନ୍ତକୁ ଆମେ ଦେଖିଛୁ । କିନ୍ତୁ ଯେତେବେଳେ କେହି ଆତଙ୍କବାଦୀ ଯୋଗାଣ କରିବାର ଉଦ୍ୟୋଗ ନିର୍ମାଣ କରି ବସିଛି, ମୋ ଦେଶର ନିର୍ଦ୍ଦୋଷ ନାଗରିକମାନଙ୍କୁ ଅକାରଣେ ହତ୍ୟା କରୁଛି, ଯୁଦ୍ଧ ଲଢ଼ିବାର ଶକ୍ତି ନାହିଁ, ପଛରୁ ଆକ୍ରମଣ କରିବାର ପ୍ରୟାସ କରୁଛି, ତା’ହେଲେ ଏ ମୋଦୀ, ସେହି ଭାଷାରେ ଜବାବ ଦେବା ଜାଣିଛି ।
ଆମର ଯବାନମାନଙ୍କୁ, ଟେଂଟରେ ଶୋଇଥିବା ସମୟରେ ରାତିରେ, କିଛି ଭୀରୁ ଆସି ସେମାନଙ୍କୁ ହତ୍ୟା କରିଦେବ? ଆପଣମାନଙ୍କ ମଧ୍ୟରୁ କେହି ଚାହିଁବ ଯେ ମୁଁ ଚୁପ ରହିବି? ସେମାନଙ୍କୁ ଇଟାର ଜବାବ ପଥରରେ ଦେବା ଉଚିତ କି ନାହିଁ? ଏବଂ ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଗଲା ଏବଂ ମୁଁ ମୋ ସେନାଙ୍କୁ ନେଇ ଗର୍ବିତ, ମୋର ଜବାନଙ୍କୁ ନେଇ ମୁଁ ଗର୍ବିତ । ଯେଉଁ ଯୋଜନା କରାଯାଇଥିଲା, ତା’କୁ ଶତପ୍ରତିଶତ, କୌଣସି ସାମାନ୍ୟ ଭୁଲ ନକରି ସେମାନେ କାର୍ଯ୍ୟକାରୀ କଲେ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଫେରିଆସିଲେ । ଆହୁରି ଆମର ସଚ୍ଚୋଟତା ଦେଖନ୍ତୁ- ମୁଁ ଆମର ଅଫିସର ଯିଏ ଏହାକୁ ପରିଚାଳନା କରୁଥିଲେ, ତାଙ୍କୁ କହିଲେ, ଯେ ଆପଣ ସାରା ଭାରତ ଜାଣୁ, ଗଣମାଧ୍ୟମ ସେଠାରେ ପହଁଚୁ, ପାକିସ୍ତାନର ସେନାକୁ ଫୋନ କରି କହିଦିଅନ୍ତୁ ଯେ ଆଜି ରାତିରେ ଆମେ ଏହା କରିଛୁ, ସେଠାରେ ଶବ ପଡ଼ିଛି, ତୁମମାନଙ୍କୁ ସମୟ ହେଲେ ଆସି ନେଇଯାଅ ।
ଆମେ ସକାଳ 11ଟାରେ ଫୋନ ଲଗାଇବାକୁ ଚେଷ୍ଟା କରୁଥିଲୁ, ଫୋନରେ କଥା ହେବାକୁ ଡରୁଥିଲେ, ଆସୁନଥିଲେ । ମୁଁ ଏଠାରେ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରି ରଖିଥିଲି, ଆମର ସେନା ଅଧିକାରୀ ଛିଡ଼ା ହୋଇଥିଲେ, ସାମ୍ବାଦିକମାନେ ଆଶ୍ଚର୍ଯ୍ୟରେ ପଡ଼ିଯାଇଥିଲା ଯେ କାହିଁକି ସେମାନଙ୍କୁ ଡକାଯାଇଥିଲା, କେହି କିଛି କହୁନାହାନ୍ତି ।
ମୁଁ କହିଲି, ସାମ୍ବାଦିକମାନେ ବସିଛନ୍ତି ସେମାନଙ୍କୁ ବସିବାକୁ ଦିଅନ୍ତୁ, ସେମାନେ ଟିକେ ଅସନ୍ତୁଷ୍ଟ ହେବେ କିନ୍ତୁ ସର୍ବପ୍ରଥମେ ପାକିସ୍ତାନକୁ ଖବର ଦିଅ, ଆମେ କରିଛୁ, ଆମେ ଲୁଚାଇ ନାହୁଁ । 12ଟା ବେଳେ ସେମାନେ ଫୋନରେ କଥା ହେଲେ, ସେମାନଙ୍କୁ କୁହାଗଲା-ଏମିତି ଏମିତି ହୋଇଛି ଏବଂ ଆମେ କରିଛୁ, ଏବଂ ତା’ ପରେ ଯାଇ ଗଣମାଧ୍ୟମକୁ କୁହାଗଲା, ଦୁନିଆକୁ ଆମେ କହିଲୁ ଯେ ଭାରତୀୟ ସେନାର ଏହା ଅଧିକାର ଥିଲା ନ୍ୟାୟ ହାସଲ କରିବା ଲାଗି ଏବଂ ଆମେ କରିଛୁ । ସର୍ଜିକାଲ ଷ୍ଟ୍ରାଇକ ଏହା ଭାରତର ବୀରମାନଙ୍କର ପରାକ୍ରମ ଥିଲା ହିଁ ଥିଲା, କିନ୍ତୁ ଆତଙ୍କବାଦକୁ ରପ୍ତାନି କରୁଥିବା ଲୋକମାନେ ଜାଣିବା ଉଚିତ ଯେ ଏବେ ହିନ୍ଦୁସ୍ତାନ ବଦଳି ସାରିଛି ।
ପ୍ରସୂନ ଜୀ- ମୋଦୀଜୀ, ଯେତେବେଳେ ଆପଣ ବୀରତାର କଥା କହିଲେ, ସେନାର କଥା କହିଲେ । ସେନାର ଏତେ ବଡ଼ ତ୍ୟାଗ ପରେ ମଧ୍ୟ ସେଠାରେ ଆମେ ରାଜନୀତି ପ୍ରବେଶ କରିବା ଦେଖୁଛୁ । ସେନାର ବୀରତା ଉପରେ ଲୋକମାନେ ପ୍ରଶ୍ନବାଚୀ ସୃଷ୍ଟି କରିବା ଲାଗି ପ୍ରସ୍ତୁତ ହୋଇଯା’ନ୍ତି, ଏହାକୁ ଆପଣ କିପରି ଦେଖୁଛନ୍ତି?
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ପୁଣି ଥରେ ମୁଁ ଏହି ମଂଚର ଉପଯୋଗ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମାଲୋଚନା କରିବା ଲାଗି ଉପଯୋଗ କରିବାକୁ ଚାହୁଁନାହିଁ । ମୁଁ ଏତିକି କହିବି- ଈଶ୍ୱର ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ ।
ପ୍ରସୂନଜୀ- ମୋଦୀଜୀ, ଏ କଥା ତ’ ଆମେ ଆଲୋଚନା କଲେ, ଆମେ ପରିବର୍ତ୍ତନ କଥା ଆଲୋଚନା କଲେ, ବ୍ୟଗ୍ରତ କଥା ଆଲୋଚନା କଲେ । କୁହାଯାଏ ଯେ ଯେଉଁଠି ନପହଁଚେ ରବି, ସେଠାରେ ପହଁଚେ କବି । କବି ହେବା ଦୃଷ୍ଟିରୁ କହୁନାହିଁ । ପ୍ରକୃତ ବିକାଶ ସେହି ଯାହା ସମସ୍ତଙ୍କ ପାଖରେ ପହଁଚେ । କୌଣସି ସଭ୍ୟତା-ଆପଣ ଏବେ କହିଲେ । ଯେପରି ଆପଣ ବୟସ୍କମାନଙ୍କ କଥା କହିଲେ, ବିଡ଼ମ୍ବନା କଥା କହିଲେ । ଯେକୌଣସି ସଭ୍ୟତା ଯେପର୍ଯ୍ୟନ୍ତ ସମାଜର ଦୁର୍ବଳ ସୀମା ପ୍ରତି ଧ୍ୟାନ ନଦେଇଛି ନିଜ ଉପରେ ଗର୍ବ କରିନପାରେ ।
କାର୍ଯ୍ୟକ୍ରମର ଏହି ଅଂଶରେ ଆମେ ସେହି ବର୍ଗଙ୍କ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ, ସେମାନେ ବୋଧହୁଏ ନଥାଇ ବି ଆମକୁ ଦେଖାଯାଉଛନ୍ତି । ବଡ଼ ବଡ଼ ଯୋଜନାର ପ୍ରଚାରରେ ସେମାନଙ୍କ ସ୍ୱାର୍ଥ କେଉଁଠି ହଜିଯାଇଥାଏ । ସେମିତି ଢୋଲର ସ୍ୱର ଆଗରେ ବଂଶୀର ସ୍ୱର ମନ୍ଥର ଲାଗିଥାଏ । ଆସନ୍ତୁ କେତେକ ଚିତ୍ର ଦେଖିବା ।
ମୋଦୀଜୀ ଆପଣ ଲାଲକିଲାରୁ ପ୍ରଥମେ ଟଏଲେଟ ଭଳି ପ୍ରସଙ୍ଗ ଊପରେ ଆଲୋଚନା କଲେ । କୌଣସି ପ୍ରଧାନମନ୍ତ୍ରୀ ପ୍ରଥମ ଥର ଲାଗି ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ, କିନ୍ତୁ ଯାହା ଛୋଟ ଲାଗିଥାଏ, ଛୋଟ ଦେଖାଯାଉଥିବା ପ୍ରସଙ୍ଗ ହୋଇଥାଏ, କିନ୍ତୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବ, ତା’କୁ ପ୍ରାଥମିକତା ଦେଇଛନ୍ତି, ଏହା ଆମେ ଦେଖିଲୁ । ଏହି ଯେଉଁ ପ୍ରାଥମିକତା ବଦଳିଛି, ଏହି ଯେଉଁ ପ୍ରାଥମିକତା ଯାହା ଆପଣ ନିଷ୍ପତ୍ତି ନେଉଛନ୍ତି, କେମିତି ଆପଣ ନିଷ୍ପତ୍ତି ନେଉଛନ୍ତି ଏବଂ ଏହି ପ୍ରସଙ୍ଗ କିପରି ସାମ୍ନାକୁ ଆସିଥାଏ?
ପ୍ରଧାନମନ୍ତ୍ରୀ – ଦେଖନ୍ତୁ ମୁଁ ଏହା ତ କହିବି ନାହିଁ ଯେ ସ୍ୱାଧୀନତାର 70 ବର୍ଷରେ କୌଣସି ସରକାର ଏହି ବିଷୟ ପ୍ରତି ଧ୍ୟାନ ଦେଇନାହାନ୍ତି, ଏହା କହିବା ତ’ ସେମାନଙ୍କ ପ୍ରତି ଅନ୍ୟାୟ ହେବ । ତା’ହେଲେ ମୁଁ ସେ ପ୍ରକାରରେ କଥାବାର୍ତ୍ତା କରୁନାହିଁ ଏବଂ ମୁଁ ତ’ ଲାଲକିଲ୍ଲାରୁ ମଧ୍ୟ କହିଥିଲି ଯେ ଆଜି ହିନ୍ଦୁସ୍ତାନ ଯେଉଁଠି ଅଛି ସେଥିରେ ଦେଶର ସ୍ୱାଧୀନ ହେବା ପର ଠାରୁ ଆରମ୍ଭ କରି ସମସ୍ତ ସରକାର, ସମସ୍ତ ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟ ସରକାର, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ, ସମସ୍ତ ଜନପ୍ରତିନିଧିଙ୍କର କିଛି ନା କିଛି ଯୋଗ ଦାନ ରହିଛି- ଏହା ମୁଁ ଲାଲକିଲ୍ଲା ଉପରୁ କହିଥିଲି ଏବଂ ମୁଁ ଏହାକୁ ମାନୁଛି । କିନ୍ତୁ ତାହା କେଉଁ ପ୍ରକାର କାରଣ ଅଟେ, ଏତେ ଅର୍ଥ ଖର୍ଚ୍ଚ ହେଉଛି, ସାଧାରଣ ଜନତାଙ୍କ ଜୀବନରେ ପରିବର୍ତ୍ତନ କାହିଁକି ଆସିପାରୁନାହିଁ?
ମହାତ୍ମା ଗାନ୍ଧୀ ଆମମାନଙ୍କୁ ଏକ ସିଦ୍ଧାନ୍ତ ଦେଇଥିଲେ ଏବଂ ମୁଁ ଭାବୁଛି ଯେ କୌଣସି ବିକାଶଶୀଳ ଦେଶ ଲାଗି ଏହାଠାରୁ ବଡ଼ ଅନ୍ୟ କୌଣସି ସିଦ୍ଧ ନାହିଁ । ମହାତ୍ମା ଗାନ୍ଧୀ କହିଥିଲେ ଯେ କୌଣସି ମଧ୍ୟ ନୀତି କରିବା ସମୟରେ ତାକୁ ନିକିତିରେ ତଉଲିବା ଉଚିତ ଯେ ତାହାର ଲାଭ ଶେଷ ଧାଡ଼ିରେ ବସିଥିବା ଲୋକର ଜୀବନରେ କିଭଳି ପ୍ରଭାବ ପକାଇବ । ମହାତ୍ମା ଗାନ୍ଧୀଙ୍କ ଏହି କଥା ମୋତେ ଖୁବ ଭଲ ଲାଗିଛି । ଆମେ ଯେତେ ନୀତି କରୁ, ବଡ଼ ବଡ଼ କଥା କହୁ, କିନ୍ତୁ ଭାଇ ଯାହା ପାଇଁ ତିଆରି ହୋଇଛି, ସେହି ସମାଜର ଶେଷ ଧାଡ଼ିର ବ୍ୟକ୍ତି, ସେଠାରେ ପହଁଚିବା ଲାଗି ଆମେ କେଉଁଠି ଯାଉଛୁ ।
ମୁଁ ଜାଣିଛି ଯେ ମୁଁ ଏହି କଠିନ କାମକୁ କାନ୍ଧରେ ଉଠାଇଛି, ହୋଇପାରେ ମୋର ଏ କାମକୁ କେହି ନକାରାତ୍ମକ ବୋଲି କହିପାରେ, କିନ୍ତୁ କ’ଣ ସେଥିପାଇଁ ଏହି କାମକୁ ଛାଡ଼ିଦେବା ଉଚିତ କି? ଗରିବ ଯେଉଁଠି ଅଛି ତା’କୁ ସେଠି ପଡ଼ିବାକୁ ଦିଆଯିବା ଉଚିତ କି? ଏବଂ ଏହାପରେ ଆପଣ କଳ୍ପନା କରିପାରିବେ ଯେ ଯେତେବେଳେ କୌଣସି ଛୋଟ ବାଳିକା ଉପରେ ବଳାତ୍କାର ହୋଇଥାଏ କେତେ ଯନ୍ତ୍ରଣାଦାୟକ ଘଟଣା ତାହା । କିନ୍ତୁ କ’ଣ ଆମେ ଏହା କହିବା ଯେ ତୁମ ସରକାରରେ ଏତିକି ହେଉଥିଲା, ମୋ ସରକାରେ ଏତିକି ହେଉଛି? ମୁଁ ଭାବୁଛି ଯେ ଏହାଠାରୁ ବଡ଼ ଭୁଲ ରାସ୍ତା ନଥାଇପାରେ । ବଳାତ୍କାର, ବଳାତ୍କାର ହୋଇଥାଏ ଗୋଟିଏ ଝିଅସହିତ ଏପରି ଅତ୍ୟାଚାର କିପରି ସହିପାରିବା? ଏବଂ ସେଥିପାଇଁ ମୁଁ ଲାଲକିଲ୍ଲା ଉପରୁ ନୂଆ ଢଙ୍ଗରେ ଏହି ବିଷୟକୁ ଉପସ୍ଥାପନ କରିଥିଲି । ମୁଁ କହିଥିଲି ଯଦି ଝିଅ ସନ୍ଧ୍ୟାରେ ବିଳମ୍ବରେ ଘରକୁ ଆସୁଛି ତ’ ପ୍ରତ୍ୟେକ ମାତା ପିତା ପଚାରୁଛନ୍ତି, କେଉଁଠି ଥିଲୁ? କାହିଁକି ଯାଇଥଲୁ? କାହାକୁ ଭେଟିଲୁ? ଫୋନରେ କଥା ହେବା ବେଳେ ମା’ ଯଦି ଦେଖିନିଏ, ଏ- କଥା ବନ୍ଦ କର, କାହା ସହ କଥା ହେଉଛୁ, କାହିଁକି କଥା ହେଉଛୁ ।
ଆରେ ଭାଇ, ଝିଅମାନଙ୍କୁ ତ’ ସବୁ ପଚାରୁଛ, ଥରେ ପୁଅଙ୍କୁ ତ’ ପଚାର, କେଉଁଠି ଯାଇଥିଲ? ଏ କଥା ମୁଁ ଲାଲକିଲ୍ଲାରୁ କହିଥିଲି । ଏବଂ ମୁଁ ମାନୁଛି ଯେ ଏହି କଳୁଷତା ସମାଜରେ ରହିଛି, ବ୍ୟକ୍ତି ନିକଟରେ ରହିଛି, ବିକୃତି ଅଟେ, ସବୁ ଥାଇ ସୁଦ୍ଧା ଦେଶ ପାଇଁ ଚିନ୍ତାର ବିଷୟ । ଏବଂ ଏହି ପାପ କରୁଥିବା ଲୋକ ତ’ କାହାର ପୁଅ । ତା’ ଘରେ ବି ତ’ ମା’ ଅଛି ।
ସେହିପରି ଆପଣ କଳ୍ପନା କରିପାରିବେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ଭାରତରେ ପରିମଳ ବିସ୍ତାର(Coverage) 35-40 ପ୍ରତିଶତ ପାଖାପାଖି ଥିଲା । କ’ଣ ଆଜି ଆମର ମା’ଉଉଣୀମାନଙ୍କୁ, କାରଣ ମୁଁ, ଦେଖନ୍ତୁ ଏକଥା, ର ଆଉ ଏକ କାରଣ ମଧ୍ୟ ରହିଛି- ମୁଁ ବହି ପଢ଼ି ଦାରିଦ୍ର୍ୟ ବିଷୟରେ ଜାଣିନାହିଁ । ମୋର ଟିଭି ପରଦାରେ ଦାରିଦ୍ର୍ୟର ଅନୁଭବ କରିବାର ନାହିଁ, ମୁଁ ସେହି ଜୀବନକୁ ଜିଇଁସାରି ଆସିଛି । ଦାରିଦ୍ର୍ୟ କ’ଣ ହୋଇଥାଏ, ପଛୁଆପଣ କ’ଣ ହୋଇଥାଏ, ଦାରିଦ୍ର୍ୟଭରା ଜୀବନରେ କିପରି ଅସୁବିଧା ସବୁ ରହିଥାଏ, ତାହା ମୁଁ ଦେଖିସାରି ଆସିଛି ।
ଏବଂ ସେଥିପାଇଁ, ମୁଁ ମାନୁଛି ଯେ- ରାଜନୀତି ତା’ ଜାଗାରେ ଅଛି, ମୋର ସମାଜ ନୀତି କୁହନ୍ତୁ, ମୋର ରାଷ୍ଟ୍ରନୀତି କୁହନ୍ତୁ, ମୋତେ କହିଥାଏ ଯେ ଏମାନଙ୍କ ଜୀବନରେ କିଛି ପରିବର୍ତ୍ତନ ମୁଁ ନିଶ୍ଚେ ଆଣିବି । ଏବଂ ତା’ପରେ ଯାଇ ମୁଁ ଲାଲକିଲ୍ଲାରୁ କହିଲେ ଯେ ଆମେ 18 ହଜାର ଗ୍ରାମ, ଯେଉଁଠି ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସେବା ପହଁଚି ନାହିଁ । ଏହାର ଅର୍ଥ ବାକି ଗ୍ରାମରେ ପହଁଚିଛି । ଯେଉଁମାନେ ପହଁଚାଇଛନ୍ତି ସେମାନଙ୍କୁ ଶତ ଶତ ପ୍ରଣାମ । କିନ୍ତୁ 70 ବର୍ଷ ପରେ 18ହଜାର ଗ୍ରାମରେ ନପହଁଚିବା, ଏହି ଉତ୍ତରଦାୟିତ୍ୱ ତ’ ଆମକୁ ନେବାର ଅଛି ।
ଏବଂ ମୁଁ ସରକାରୀ କାର୍ଯ୍ୟାଳୟରୁ କହିଥିଲି- ମୁଁ କହିଥିଲି- କେବେ କରିବ ଭାଇ? ତ’ କେହି କହିଲା 7 ବର୍ଷ ଲାଗିବ । ମୁଁ କହିଲି- ମୁଁ 7 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ । ଏବଂ ମୁଁ ଲାଲକିଲ୍ଲାରୁ ଘୋଷଣା କରିଦେଲି ଯେ 1 ହଜାର ଦିନରେ କାମ ସମ୍ପୂର୍ଣ୍ଣ କରିବା ଲାଗି ଚାହୁଁଛି । କଠିନ କାମ ଥିଲା, ଦୁର୍ଗମ ଅଂଚଳ ଥିଲା, କେଉଁଠି ତ’ ଉଗ୍ରବାଦୀ ଲୋକ, ମାଓବାଦୀଙ୍କ ଇଲାକା ଥିଲା । 18 ହଜାର ଗ୍ରାମରେ ବିଦ୍ୟୁତ ପହଁଚାଇବା କାର୍ଯ୍ୟ ପାଖାପାଖି ସମ୍ପୂର୍ଣ୍ଣ ହେଲା । ଏବେ ବୋଧହୁଏ 150 କି 175 ଗ୍ରାମ ବାକିଥିବ । କାମ ଚାଲିଛି ।
ଆପଣ କଳ୍ପନା କରିପାରିବେ ଯେ ଗରିବ ମା’ ଶୌଚାଳୟ ଯିବା ଲାଗି ସୂର୍ଯୋଦୟ ପୂର୍ବରୁ ଜଙ୍ଗଲକୁ ଯିବା ଲାଗି ଭାବିଥାଏ ଏବଂ ଦିନରେ କେତେବେଳେ ଯିବାକୁ ଥିଲେ, ଶାରୀରିକ ପୀଡ଼ା ସହିଥାଏ କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ । ସେ ଶୌଚାଳୟକୁ ଯାଇନଥାଏ । ସେହି ମା’କୁ କେତେ ଯନ୍ତ୍ରଣା ହେଉଥିବ? ତା’ର ଶରୀର ଉପରେ କିଭଳି ପ୍ରଭାବ ପଡ଼ୁଥିବ । କ’ଣ ଆମେ ଶୌଚାଳୟ ତିଆରି କରିପାରିବା ନାହିଁ? ଏହି ପ୍ରଶ୍ନ ମୋତେ ଶୋଇବାକୁ ଦେଲା ନାହିଁ । ଏବଂ ତା’ପରେ ଯାଇ ମୋର ଅନୁଭବ ହେଲା ଯେ ମୁଁ ଲାଲକିଲ୍ଲାରୁ ଯାଇ ନିଜର ଭାବନାକୁ ବିନା ଦ୍ୱନ୍ଦ୍ୱରେ କହିଦେବି, ଉତ୍ତରଦାୟିତ୍ୱ ବହୁତ ବଡ଼ ହେବ । କିନ୍ତୁ ମୁଁ ଦେଖଇଲି ଯେ ଦେଶ ବହୁତ ବଡ଼ ପ୍ରତିକ୍ରିୟା ପ୍ରକାଶ କଲା । ଯାହାଦ୍ୱାରା ମୋର ପାଖାପାଖି, ଆଜି ତିନି ଲକ୍ଷ ଗ୍ରାମ ଖୋଲା ମଳମୁକ୍ତ ହୋଇପାରିଛି ଏବଂ କାମ ଦ୍ରୁତଗତିରେ ଆଗେଇ ଚାଲିଛି । ଏବଂ ସେଥିପାଇଁ ଶେଷ ସୋପାନ ପର୍ଯ୍ୟନ୍ତ ସେବା ପହଁଚାଇବା ଗଣତନ୍ତ୍ରରେ ସରକାରଙ୍କ ପ୍ରାଥମିକ ଉତ୍ତରଦାୟିତ୍ୱ ।
ଏବଂ ଏହିପରି ମୁଁ ଯେବେ ଏହି ଦାୟିତ୍ୱ ମୁଣ୍ଡାଇଲି-ପ୍ରଥମେ ମୁଣ୍ଡାଇଲି, ଗ୍ରାମରେ ବିଦ୍ୟୁତ ପହଁଚାଇବି । ଏବେ ଦାୟିତ୍ୱ ମୁଣ୍ଡାଇଛି ଘରେ ବିଦ୍ୟୁତ ପହଁଚାଇବି । ଚାରି କୋଟି ପରିବାର ଏପରି ରହିଛନ୍ତି । ଭାରତରେ ମୋଟ 25 କୋଟି ପରିବାର ଅଛନ୍ତି, 120 କୋଟି ଜନସଂଖ୍ୟା ଅଛନ୍ତି, କିନ୍ତୁ ପାଖାପାଖି 25 କୋଟି ପରିବାର ଅଛନ୍ତି । ସ୍ୱାଧୀନତାର 70 ବର୍ଷ ପରେ ଚାରି କୋଟି ପରିବାରରେ ଆଜି ମଧ୍ୟ ଅଷ୍ଟାଦଶ ଶତାବ୍ଦୀର ଜୀବନ ରହିଛି । ସେମାନେ ଦୀପ ଜଳାଇ ଜୀବନ ବିତାଉଛନ୍ତି ।
ମୁଁ ଦାୟିତ୍ୱ ମୁଣ୍ଡାଇଛି । ସୌଭାଗ୍ୟ ଯୋଜନା ଅଧୀନରେ ମାଗଣାରେ ସେହି 4 କୋଟି ପରିବାରରେ ବିଦ୍ୟୁତ ସଂଯୋଗ ଦେବି । ସେମାନଙ୍କ ପିଲାମାନେ ପଢ଼ିବେ, ସେମାନଙ୍କ ଘରେ ଯଦି କମ୍ପ୍ୟୁଟର ଚଳାଇବାର ଅଛି, ମୋବାଇଲ ଚାର୍ଜ କରିବାର ଅଛି, ତା’ହେଲେ ଦୁନିଆ ସହ ଯୋଡ଼ି ହେବେ । ଟିଭି ଆଣିବାର ଖର୍ଚ୍ଚ ମିଳିଯିବ ତ’ ଟିଭି ଦେଖିବେ, ବଦଳୁଥିବା ଦୁନିଆକୁ ଦେଖିବେ । ସେ ଦୁନିଆ ସହିତ ଯୋଡ଼ି ହେବା ଲାଗି ସେମାନଙ୍କ ଭିତରେ ବ୍ୟଗ୍ରତା ମୋତେ ଉତ୍ପନ୍ନ କରିବାର ଅଛି । ସେମାନଙ୍କ ଭିତରେ ସେ ବ୍ୟଗ୍ରତା ଉତ୍ପନ୍ନ କରିବାର ଅଛି ଯାହାଦ୍ୱାରା ସେମାନେ କିଛି କରିବା ଲାଗି ମୋ ସହିତ ଯୋଗଦେବେ । ଏହା ହିଁ ତ’ ସଶକ୍ତିକରଣ ଅଟେ । ମୁଁ ଗରିବଙ୍କ ସଶକ୍ତିକରଣ କରି ଦାରିଦ୍ର୍ୟ ସହ ଲଢ଼ିବା ଲାଗି ମୋର ସାଥୀମାନଙ୍କ ନୂଆ ସେନା ପ୍ରସ୍ତୁତ କରିବା ଲାଗି ଚାହୁଁଛି, ଯେଉଁ ସେନା ଦାରିଦ୍ର୍ୟରୁ ବାହାରିଥିବ ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼ିବ ଏବଂ ତା’ହେଲେ ଯାଇ ଦାରିଦ୍ର୍ୟ ଦୂର ହେବ । ଦାରିଦ୍ର୍ୟ ହଟାଓ ବୋଲି ସ୍ଲୋଗାନ ଦେଲେ ହେବ ନାହିଁ ।
ପ୍ରସୂନଜୀ- ମୋଦୀଜୀ ଆପଣ ସମ୍ପୂର୍ଣ୍ଣ ପରିଶ୍ରମ କରୁଛନ୍ତି, ଏହା ସମସ୍ତେ ମାନୁଛନ୍ତି କିନ୍ତ କ’ଣ ଆପଣ ଏକାକୀ ଦେଶକୁ ବଦଳାଇପାରିବେ ।
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ମୁଁ ପରିଶ୍ରମ କରୁଛି, ଏ କଥା ଆପଣ କହିଲେ, ମୁଁ ଭାବୁଛି ଯେ ଦେଶରେ ଏ ବିଷୟରେ କୌଣସି ବିବାଦ ନାହିଁ । ମୁଁ ପରିଶ୍ରମ କରୁଛି ଏହା ପ୍ରସଙ୍ଗ ହିଁ ନୁହେଁ; ଯଦି ନକରିଥା’ନ୍ତି ତା’ହେଲେ ଏହା ପ୍ରସଙ୍ଗ ପାଲଟିଥା’ନ୍ତା । ମୋର ପୁଞ୍ଜି ହେଉଛି ପ୍ରାମାଣିକତା । ମୋ ପାଖରେ ପୁଞ୍ଜି ହେଉଛି ମୋର 120 କୋଟି ଦେଶବାସୀଙ୍କ ସ୍ନେହ ଏବଂ ସେଥିପାଇଁ ମୁଁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ଚାହୁଁଛି । ଏବଂ ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ମୁଁ ମଧ୍ୟ ଆପଣମାନଙ୍କ ଭଳି ଜଣେ ସାଧାରଣ ନାଗରିକ । ମୋ ଭିତରେ ମଧ୍ୟ ସେ ସବୁ ଦୁର୍ବଳତା ରହିଛି ଯାହା ସାଧାରଣ ନାଗରିକମାନଙ୍କ ପାଖରେ ରହିଛି ।
କେହି ମୋତେ ଅଲଗା ବୋଲି ଭାବନ୍ତୁ ନାହିଁ । ଆପଣମାନେ ମୋତେ ଆପଣମାନଙ୍କ ଭଳି ଭାବିନିଅନ୍ତୁ, ଏବଂ ଏହା ହିଁ ବାସ୍ତବତା । ମୁଁ କୌଣସି ସ୍ଥାନରେ ବସିଛି, ତାହା ତ’ ଏକ ବ୍ୟବସ୍ଥାର ଅଂଶବିଶେଷ, କିନ୍ତୁ ମୁଁ ସେଠାରେ ଅଛି, ଯେଉଁଠି ଆପଣମାନେ ଅଛନ୍ତି । ଆପଣମାନଙ୍କ ଠାରୁ ମୁଁ ଭିନ୍ନ ନୁହେଁ । ମୋ ଭିତରେ ମଧ୍ୟ ଏକ ବିଦ୍ୟାର୍ଥୀ ରହିଛି । ଏବଂ ମୁଁ, ମୋର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞ ଯେ ପିଲାଦିନେ ସେମାନେ ମୋତେ ଏପରି ରାସ୍ତା ଦେଖାଦେଇଥିଲେ ଯାହାଦ୍ୱାରା ମୋ ଭିତରେ ଥିବା ବିଦ୍ୟାର୍ଥୀ କେବେହେଲେ ମରିବ ନାହିଁ । ଏବଂ ମୋତେ ଯେଉଁ ଦାୟିତ୍ୱ ମିଳିଥାଏ ତା’କୁ ମୁଁ ଶିଖିବା ଲାଗି ଚେଷ୍ଟା କରିଥାଏ, ବୁଝିବା ଲାଗି ଚେଷ୍ଟା କରିଥାଏ । ଭୁଲ ହେବ ନାହିଁ, ମୁଁ ଯେତେବେଳେ ନିର୍ବାଚନ ଲଢ଼ୁଥିଲି ମୁଁ ଦେଶବାସୀଙ୍କୁ କହିଥିଲି ଯେ ମୋ ପାଖରେ ଅଭିଜ୍ଞତା ନାହିଁ । ମୋ ହାତରେ ଭୁଲ ହୋଇପାରେ । କିନ୍ତୁ ମୁଁ ଦେଶବାସୀଙ୍କୁ ଏହି ବିଶ୍ୱାସ ଦେଇଥିଲି ଯେ ମୁଁ ଭୁଲ କରିପାରେ କିନ୍ତୁ ମନ୍ଦ ଉଦ୍ଦେଶ୍ୟ ନେଇ କେବେହେଲେ ଭୁଲ କରିବି ନାହିଁ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ କାମ କରିବାର ସୁଯୋଗ ମିଳିଥିଲା ଏବେ ଚାରି ବର୍ଷ ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀଙ୍କ, ପ୍ରଧାନସେବକର କାମ ମୋତେ ମିଳିଛି । କିନ୍ତୁ ଭୁଲ ଉଦ୍ଦେଶ୍ୟରେ କୌଣସି କାମ କରିବି ନାହିଁ, ମୁଁ ଦେଶକୁ କଥା ଦେଇଛି ।
ଏବେ ପ୍ରଶ୍ନ ଏହା ଯେ ମୁଁ କେବେ ହେଲେ ଭାବି ନାହିଁ ଯେ ଦେଶକୁ ବଦଳାଇଦେବି, ଏହା କେବେହେଲେ ଭାବିନାହିଁ । କିନ୍ତୁ ମୋ ଭିତରେ ଏକ ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ମୋ ଦେଶରେ ଯଦି ଲକ୍ଷାଧିକ ସମସ୍ୟା ରହିଛି ତା’ହେଲେ 120 କୋଟି ସମାଧାନ ମଧ୍ୟ ରହିଛି । ଯଦି ନିୟୁତ ସମସ୍ୟା ରହିଛି ତା’ହେଲେ ବିଲିୟନ ସମାଧାନ ମଧ୍ୟ ରହିଛି । 120 କୋଟି ଦେଶବାସୀଙ୍କ ଶକ୍ତି ଉପରେ ମୋର ଭରସା ରହିଛି ଏବଂ ମୁଁ ଅନୁଭବ କରିଛି ଯେ କେହି କଳ୍ପନା କରିପାରିବ-ନୋଟବନ୍ଦୀ । ଆପଣ ଯଦି ଟିଭି ଖୋଲି ଦେଖିବେ ତା’ହେଲେ ନୋଟବନ୍ଦୀ ମାନେ ମୋର ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହିତ ଦେଖାହୋଇଥିଲା ସେ କହିଲେ ମୋଦୀଜୀ – ମୋର ସେ ଭଲ ବନ୍ଧୁ । କହିଲେ ମୁଁ ଏବଂ ମୋର ପତ୍ନୀ କଥା ହେଉଥିଲୁ ମୋ ବନ୍ଧୁ ଏଥର ଗଲେ । ମୁଁ କହିଲି, କାହିଁକି, କ’ଣ ହେଲା? ସେ କହିଲେ, ବନ୍ଧୁ ତୁମେ ଯେଉଁ ନୋଟବନ୍ଦୀ କଲ, ଯେହେତୁ ଭେନେଜୁଏଲାରେ ସେ ସମୟରେ ନୋଟବନ୍ଦୀ ଚାଲିଥିଲା, ପଡ଼ୋଶୀ ହୋଇଥିବାରୁ ତାଙ୍କୁ ଜଣାଥିଲା ।
ସେ କହିଲେ, ମୋର ପତ୍ନୀ ଏବଂ ଆମେ ଦୁହେଁ ଚର୍ଚ୍ଚା କରୁଥିଲୁ ଯେ ମୋର ବନ୍ଧୁ ଏଥର ଗଲେ । 86 ପ୍ରତିଶତ ନୋଟ ବ୍ୟବସାୟିକ ବ୍ୟବସ୍ଥାରୁ ବାହାରକୁ ଚାଲିଗଲା, ଟିଭି ପରଦାରେ ଲାଗାତାର ସରକାରଙ୍କ ବିରୋଧରେ ଧୂଆଁଧାର ଆକ୍ରମଣ ହେଉଥିଲା, କିନ୍ତୁ ଦେଶବାସୀଙ୍କ ପ୍ରତି ମୋର ଭରସା ଥିଲା, କାରଣ ଦେଶ, ମୋ ଦେଶ ସଚ୍ଚୋଟତା ପାଇଁ ଲଢ଼େଇ କରୁଥିଲା । ମୋର ସାଧାରଣ ଦେଶର ନାଗରିକ ସଚ୍ଚୋଟତା ଲାଗି କଷ୍ଟ ଅନୁଭବ କରିବା ଲାଗି ପ୍ରସ୍ତୁତ ଅଛି, କିଛି କରିବା ଲାଗି ପ୍ରସ୍ତୁତ ଅଛି । ଯଦି ଏହା ମୋ ଦେଶର ଶକ୍ତି ତା’ହେଲେ ମୋତେ ଏହି ଶକ୍ତି ଅନୁରୂପ ନିଜକୁ ବଦଳାଇବାର ଅଛି । ଏବଂ ଏହାର ଫଳ ହେଉଛି ଯେ ଆଜି ଯେତେ ମଧ୍ୟ ଫଳାଫଳ ଆପଣ ଦେଖୁଛନ୍ତି, ମୋଦୀ ତ’ ନିମିତ୍ତ ମାତ୍ର ଏବଂ ବାସ୍ତବରେ ମୋଦୀର ଏଠି ଆବଶ୍ୟକତା ରହିଛି, କ’ଣ ଆବଶ୍ୟକତା ରହିଛି, କାହାକୁ ପଥର ଫିଙ୍ଗିବାକୁ ହେଲେ କାହାକୁ ଫିଙ୍ଗିବା? କାହା ଉପରେ ଅଳିଆ ଫିଙ୍ଗିବାକୁ ହେଲେ କାହା ଉପରେ ଫିଙ୍ଗିବା? କାହାକୁ ଗାଳି ଦେବାର ଥିଲେ କାହାକୁ ଦେବା?
ପ୍ରସୂନ ଜୀ– ନିଶ୍ଚିତ
ପ୍ରଧାନମନ୍ତ୍ରୀ– କାରଣ ମୁଁ ଏପରି ଜୀବନ ବିତାଇ ଆସିଛି ତ’ ମୋ ପାଇଁ ଏସବୁ ସମ୍ମୁଖୀନ ହେବା ଅତ୍ୟନ୍ତ ସ୍ୱାଭାବିକ ଥିଲା । ଆମେ ଧକ୍କା ଖାଇ ଖାଇ ଆସିଛୁ । ଅନେକ ପ୍ରକାରର ସମସ୍ୟାରୁ ବାହାରି ଆସିଛୁ ତ ମୁଁ ଲେଖିଥିଲି ଯେଉଁମାନେ ମୋତେ- ମୋର ସମ୍ପୂର୍ଣ୍ଣ କବିତାର ପଦ ମନେ ନାହିଁ କିନ୍ତୁ କାହାର ଆଗ୍ରହ ଥିଲେ ମୋର ଏକ ପୁସ୍ତକ ରହିଛି ଆପଣମାନେ ଦେଖିନେବେ । ମୁଁ ସେଥିରେ ଲେଖିଥିଲି-
“ଯେଉଁମାନେ ମୋତେ ପଥର ଫିଙ୍ଗନ୍ତି ମୁଁ ସେହି ପଥରକୁ ପାହାଚ କରିଦିଏ ଏବଂ ସେହି ପାହାଚରେ ଚଢ଼ି ଆଗକୁ ବଢ଼ିଥାଏ” ।
ଏବଂ ସେଥିପାଇଁ ମୋର ବିଚାର ରହିଛି ଟିମ ଇଣ୍ଡିଆ, କେବଳ ସରକାରରେ ବସିଥିବା ଲୋକମାନେ ନୁହନ୍ତି, ପ୍ରଶାସନ ରହିଛି, ରାଜ୍ୟ ସରକାର ରହିଛନ୍ତି, ସଂଘୀୟ ଢାଂଚା ଲାଗି ମୋର ବହୁତ ବଡ଼ ପ୍ରାଥମିକତା ରହିଛି । ସହଯୋଗୀ ସଂଘବାଦକୁ ମୁଁ ପ୍ରତିଦ୍ୱନ୍ଦ୍ୱି ସହଯୋଗୀ ସଂଘବାଦ ଦିଗରେ ନେବା ଲାଗି ପ୍ରୟାସ କରିଛି ।
ମୁଁ ଏବେ ଦେଶର 115ଟି ଜିଲ୍ଲାକୁ ଚିହ୍ନଟ କରିଛି । ମୁଁ ସେଗୁଡ଼ିକୁ ପ୍ରୋତ୍ସାହିତ କରୁଛି ଯେ ଆପଣମାନେ ନିଜ ରାଜ୍ୟର ଯାହା ଏଭରେଜ ରହିଛି, ସେପର୍ଯ୍ୟନ୍ତ ଆସିଯାଅ, ମୁଁ ଆପଣମାନଙ୍କ ସହିତ ରହିଛି । ମୁଁ ସେମାନଙ୍କ ଉତ୍ସାହ ବଢ଼ାଉଛି ଏବଂ ସେମାନେ କରୁଛନ୍ତି । ଏବଂ ତାହାର ପରିଣାମ ଯେ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ପୂରଣ ହୋଇଯାଉଛି । 18 ହଜାର ଗ୍ରାମରେ ବିଦ୍ୟୁତ ସଂଯୋଗ, କେହି ମୋଦୀ ଖୁଣ୍ଟ ପୋତିବାକୁ ଯାଇଥିଲା କି? ଖୁଣ୍ଟ ପୋତିବା ଲାଗି ମୋର ଦେଶବାସୀ ଯାଇଥିଲେ । ବିଦ୍ୟୁତ ପହଁଚାଇବା ଲାଗି ମୋର ଦେଶବାସୀ ଯାଇଥିଲେ । ଏବଂ ସେଥିପାଇଁ ମହାତ୍ମା ଗାନ୍ଧୀଙ୍କ ସେହି କଥା ଯାହାକୁ ମୁଁ ଏକ ମନ୍ତ୍ର ରୂପରେ ଗ୍ରହଣ କରିଛି ଯେ ସ୍ୱାଧୀନତା ଲାଗି ଅନେକ ପାଗଳ ଥିଲେ, ସ୍ୱାଧୀନତା ଲାଗି ପ୍ରାଣବଳୀ ଦେବାକୁ ଅନେକ ଥିଲେ ଏବଂ ସେମାନଙ୍କ ତ୍ୟାଗ-ତପସ୍ୟାକୁ କେହି କମ ବୋଲି କହିପାରିବ ନାହିଁ, ସେମାନଙ୍କ ବଳିଦାନକୁ କେହି କମ ବୋଲି ଆକଳନ କରିପାରିବ ନାହିଁ । କିନ୍ତୁ ଗାନ୍ଧୀ ସ୍ୱାଧୀନତାକୁ ଜନଆନ୍ଦୋଳନ କରିଦେିଥିଲେ, ମୁଁ ବିକାଶକୁ ଜନ-ଆନ୍ଦୋଳନ କରିବାକୁ ଚାହୁଁଛି ।
ମୋଦୀ ଏକାକୀ କିଛି କରିବ ନାହିଁ ଏବଂ ମୋଦୀ କିଛି କରିବା ଉଚିତ ମଧ୍ୟ ନୁହେଁ, କିନ୍ତୁ ଦେଶ ସବୁକିଛି କରୁ ଏବଂ ମୋଦୀ ମଧ୍ୟ… ବେଳେ ବେଳେ ତ’ ମୁଁ କହୁଥିଲି, ଯେତେବେଳେ ମୁଁ ଗୁଜରାଟରେ ଥିଲି ତ କହୁଥିଲି, ମୁଁ କହିଥିଲି- ଆମ ଦେଶ ଏପରି ଯେ ସରକାର ଯଦି ବାଧକ ସାଜିବା ବନ୍ଦ କରିଦିଅନ୍ତି ତା’ହେଲେ ଦେଶ ବହୁତ ଆଗକୁ ବଢ଼ିପାରିବ । ସେହି ମୌଳିକ ବିଚାର ନେଇ ଚାଲିବା ଭଳି ବ୍ୟକ୍ତି ମୁଁ ।
ପ୍ରସୂନ ଜୀ- କବିତା କଥା ଆପଣ କହିଲେ ତ’ ମୁଁ ଆପଣଙ୍କୁ ଆଗରେ ଦେଖି ଏକ କବିତା ଶୁଣାଇବାକୁ ଚାହୁଁଛି, ଯେଉଁ କବିତା, ମୁଁ ପାଠ କରିବି ତାହା ଭାରତ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ । ଆପଣଙ୍କ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଉପଯୁକ୍ତ । ଆପଣ ବୋଧହୁଏ ବୁଝିପାରିବେ ଯେ ମୁଁ କ’ଣ କହିବାକୁ ଚାହୁଁଛି-
“ସର୍ପ କାହିଁକି ଏତେ ଚକିତ? ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ଅଭ୍ୟସ୍ତ, ଯୁଗ ଯୁଗ ଧରି ପିଉଅଛି ବିଷ, ସତ୍ୟ ଅଟେ, ଆଶ୍ୱସ୍ତ ମୁଁ ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ଅଭ୍ୟସ୍ତ, ଯୁଗ ଯୁଗ ଧରି ପିଉଅଛି ବିଷ, ସତ୍ୟ ଅଟେ, ଆଶ୍ୱସ୍ତ ମୁଁ ।
ଏହି ମୋର ମାଟି ନେଇଛି ଗନ୍ଧ ମୋର ରକ୍ତର, ଯାହା କହୁ ଅଛି ମୌନର, ଅଭିବ୍ୟକ୍ତିର ।
ମୁଁ ଅଭୟ ନେଇ ଚାଲିବି, ନା ମୁଁ ବିଚଳିତ, ନା ମୁଁ ତ୍ରସ୍ତ ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ ।
ମୋର ଏହି ଉଦ୍ଗମ କେଉଁଠି ଏବଂ କେଉଁଠି ମୋର ଗନ୍ତବ୍ୟ?
ମୋତେ ଦୃଶ୍ୟମାନ ହେଉଛି ସତ୍ୟ, ସ୍ୱରୂପ ଯାହାର ଭବ୍ୟ ।
ଆତ୍ମସନ୍ଧାନରେ ଯୁଗ ଯୁଗ ଧରି ରହିଅଛି ମୁଁ ବ୍ୟସ୍ତ ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ ।
ମୁଁ ଏହା ଜାଣିଛି ସୃଷ୍ଟିର ମୁଁ ଫୋଟକା ।
ମୁଁ ଏକ ଲଘୁ ବିନ୍ଦୁ, ମୁଁ ଏକ ଲଘୁ ବିନ୍ଦୁ, ଏକ ଶାଶ୍ୱତ ବୃଷ୍ଟିରେ ।
ପାଇବାର ନାହିଁ ସାଗରକୁ, ମୁଁ ନଦୀରେ ସନ୍ତୁଷ୍ଟ ।
ସର୍ପ କାହିଁକି ଏତେ ଚକିତ? ଦଂଶନରେ ମୁଁ ଅଭ୍ୟସ୍ତ ।
ପ୍ରଧାନମନ୍ତ୍ରୀ- ପ୍ରସୂନ ଜୀ! ଆମେ ଆପଣଙ୍କ ଭାବନାକୁ ସମ୍ମାନ ଦେଉଛୁ, କିନ୍ତୁ ଆମ ଭିତରେ ମଧ୍ୟ ସେହି ଭାବ ରହିଛି- ଅମୃତସ୍ୟ ପୁତ୍ରା ବୟଂ (ଆମେ ଅମୃତ ସନ୍ତାନ)
ଏହି ଭାବନାକୁ ନେଇ ନେଇ ଆମେ ଲାଳିତ ପାଳିତ ହୋଇଛୁ ଏବଂ ସେଥିପାଇଁ ଆମ ଦେଶରେ ଅନେକ ଲୋକ ଦଂଶନ ମଧ୍ୟ ସହିଛନ୍ତି, ବିଷ ମଧ୍ୟ ପିଇଛନ୍ତି, ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ଅପମାନର ମଧ୍ୟ ସମ୍ମୁଖୀନ ହୋଇଛନ୍ତି କିନ୍ତୁ ସ୍ୱପ୍ନକୁ କେବେହେଲେ ମୃତ୍ୟୁବରଣ କରିବାକୁ ଦେଇନାହାନ୍ତି । ଏବଂ ଏହି ଯେଉଁ ଉତ୍ସାହ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଶକ୍ତି ରଖିଥାଏ ଏବଂ ମୁଁ ଏହାର ଅନୁଭବ କରିଥାଏ ।
ପ୍ରସୂନଜୀ- ଏଠାରୁ କିଛି ପ୍ରଶ୍ନ ନେବା । ଶ୍ରୀ ସାମୁଏଲ ଡାଓଜର୍ଟଙ୍କ ଠାରୁ ନେବା ଏକ ପ୍ରଶ୍ନ, ସେ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ହଁ ଆପଣ ଆପଣଙ୍କ ପ୍ରଶ୍ନ ଆପଣଙ୍କ ପାଖରେ କେହି ଛିଡ଼ା ହୋଇଥିବେ ତାଙ୍କୁ ଦେଇ ଦିଅନ୍ତୁ ଲେଖିକରି କେବଳ । ଆପଣ ଦେଇଦିଅନ୍ତୁ, ମୁଁ ପଚାରିଦେବି । ମୁଁ ଆପଣଙ୍କ ନାମ ଘୋଷଣା କରିବି ।
ସାମୁଏଲ ଡାଓଜର୍ଟ – ଶୁଭସନ୍ଧ୍ୟା ପ୍ରଧାନମନ୍ତ୍ରୀ । ମୋଦୀକେୟାର ସମ୍ପର୍କରେ ଆପଣଙ୍କ ମତ କ’ଣ? ସମସ୍ତେ ଏହା ବିଷୟରେ ଆଲୋଚନା କରୁଛନ୍ତି, ଧନ୍ୟବାଦ ।
ପ୍ରସୂନଜୀ- ମୁଁ ଭାବୁଛି ମୋଦୀ କେୟାର, ସେହିପରି ଓବାମା କେୟାର, ମୋଦୀ କେୟାର ମଧ୍ୟରେ ସମାନ୍ତରାଳ ରେଖା ଟାଣିଛନ୍ତି ସେ । ତ’ ସେହି ବିଷୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେ ବୋଧହୁଏ ଆଲୋଚନା କରିବା ଲାଗି ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ- ଦେଖନ୍ତୁ, ମୁଁ ଅନୁଭବ କରୁଛି ଯେ ତିନୋଟି କଥା ପ୍ରତି ମୋର ଏକ ଆଗ୍ରହ ରହିଛି, ମୁଁ କୌଣସି ବଡ଼ କଥା କହୁଥିବା ଲୋକଙ୍କ ମଧ୍ୟରୁ ନୁହେଁ । ମୋର ଜୀବନର ପୃଷ୍ଠଭୂମି ଏପରି ଯେ, ଆମର ମେଘନାଦ ଭାଇ ବସିଛନ୍ତି ଏଠି, ମୋର ସେପରି କିଛି କଥାବାର୍ତ୍ତା କରିବାର ପରମ୍ପରା ନାହିଁ । କିନ୍ତୁ ତିନୋଟି କଥା- ପିଲାମାନଙ୍କୁ ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କଙ୍କୁ ଔଷଧ- ଏହି ତିନୋଟି କଥା ଯାହା ଆମକୁ ଏକ ସୁସ୍ଥ ସମାଜ ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି । ମୁଁ ଅନୁଭବ କରିଛି ଯେ କେତେ ଭଲ ପରିବାର ହୋଇଥାଉ ପଛେ, କୌଣସି ବ୍ୟସନ ନଥାଉ, କୌଣସି ଖରାପ ଗୁଣ ନଥାଉ, କିଛି କଥା ନଥାଉ, ବହୁତ ଭଲ ଭାବେ ଚାଲୁଥିବା ପରିବାର, କାହାର ହାନି ସୁଦ୍ଧା କରିନଥିବ; କିନ୍ତୁ ସେହି ପରିବାରରେ ଯଦି କେହି ରୋଗ ପଡ଼ିଯାଏ । କଳ୍ପନା କରନ୍ତୁ ତ’ ଚାଲ ଭାଇ ଝିଅ ବଡ଼ ହୋଇଯାଇଛି, ଝିଅର ବାହାଘର କରିବାର ଅଛି, ଏବଂ ଘରେ ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଯାଏ, ତ’ ସାରା ଯୋଜନା ଶେଷ ହୋଇଯାଏ । ଝିଅ କୁଆଁରୀ ରହିଯାଏ, ରୋଗ ସାରା ପରିବାରକୁ ନଷ୍ଟ କରିଚାଲିଥାଏ ।
ଜଣେ ଗରିବ ବ୍ୟକ୍ତି ଅଟୋ ରିକ୍ସା ଚଳାଉଛି, ରୋଗରେ ପଡ଼ିଗଲା । କେବଳ ସେହି ବ୍ୟକ୍ତି ନୁହେଁ ସାରା ପରିବାର ରୋଗରେ ପଡ଼ିଯାଏ । ସମଗ୍ର ବ୍ୟବସ୍ଥା ରୋଗଗ୍ରସ୍ତ ହୋଇପଡ଼େ । ଏବଂ ତା’ପରେ ଯାଇ ଆମେ କିଛି ଚିନ୍ତା କଲୁ ତ ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସାମୂହିକ ଆଭିମୁଖ୍ୟ ନେଲୁ । କିଛି ଲୋକ ଏହାକୁ ମୋଦୀ କେୟାର ରୂପରେ ଆଜି ପ୍ରଚଳିତ କରୁଛନ୍ତି । ମୂଳତଃ ଯୋଜନା ହେଉଛି ଆୟୁଷ୍ମାନ ଭାରତ । ଏବଂ ସେଥିରେ ଆମେ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟ କଥା କହୁ, ସୁଲଭ ସ୍ୱାସ୍ଥ୍ୟ କଥା କହୁ, ନିରନ୍ତର ଶୃଙ୍ଖଳା କଥା ହେଉ, ଏ ସମସ୍ତ ବିଷୟକୁ ନେଇ ଆମେ ଆଗକୁ ବଢ଼ୁଛି ।
ଏହାର ଦୁଇଟି ଦିଗ ରହିଛି । ଗୋଟିଏ- ଆମେ ଦେଶରେ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବାକୁ ଚାହୁଁଛୁ ଯାହାଦ୍ୱାରା ଆଖପାଖର 12-15 ଗ୍ରାମରେ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟର ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ, ଏବଂ ସେ ସମସ୍ତ ପ୍ରଯୁକ୍ତି ପରିଚାଳିତ ହୋଇଥିବ । ଯାହାଦ୍ୱାରା ବଡ଼ ଡାକ୍ତରଖାନା ସହ ଯୋଡ଼ି ହେବା ସମ୍ଭବ ହୋଇପାରିବ, ସେଠାକୁ ରୋଗୀ ଆସିଲେ ତ’ ତାଙ୍କୁ ତୁରନ୍ତ ଗାଇଡ କରିହେବ କ’ଣ ଔଷଧ ଦରକାର, ବ୍ୟବସ୍ଥା କରିହେବ ।
ଦ୍ୱିତୀୟରେ- ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେବା । ତାହା ଯୋଗ ହେଉ, ତାହା ଲାଇଫ ଷ୍ଟାଇଲ ହେଉ, ଏ ସମସ୍ତ ବିଷୟକୁ ନିରାକରଣ ଯୋଗ୍ୟ ସ୍ୱାସ୍ଥ୍ୟ ଲାଗି, ତାହା ପୁଷ୍ଟିସାଧନ ହେଉ । ଆମେ ଏକ ପୋଷଣ ମିଶନ ଆରମ୍ଭ କରିଛୁ । ମହିଳା ଏବଂ ଶିଶୁ ବିକାଶ ଲାଗି, ତାହା ଦ୍ୱାରା ଆମେ କରିଛୁ ।
ବିଶ୍ୱର ସମୃଦ୍ଧ ଦେଶରେ ମଧ୍ୟ ମାତୃତ୍ୱ ଅବକାଶ ଲାଗି ଆଜି ମଧ୍ୟ ସେତିକି ଉଦାରତା ଦେଖିବାକୁ ମିଳୁନାହିଁ ଯେତିକି ଆମ ସରକାର ନେଇ ଆସିଛନ୍ତି । ମୁଁ ମାନୁଛି ଯେ ଇଂଲଣ୍ଡର ଲୋକମାନେ ମଧ୍ୟ ଏହା ଜାଣି ଖୁସି ହେବେ ଯେ ଆମେ ସେହି ଶିଶୁମାନଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରି, ସେହି ମା’ଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରି ମାତୃତ୍ୱ ଅବକାଶକୁ, 26 ସପ୍ତାହ କରିଦେଇଛୁ ।
ଆଉ ଏକ ଦିଗ ରହିଛି ଯେ ପରିବାରକୁ ଏପରି ଏକ ବ୍ୟବସ୍ଥା ଦିଆଯାଉ । ଭାରତରେ ପାଖାପାଖି 10 କୋଟି ପରିବାର ଅର୍ଥାତ 50 କୋଟି, ଜନସଂଖ୍ୟା ଏକପ୍ରକାରରେ ଅଧା ଜନସଂଖ୍ୟା, ସେମାନଙ୍କୁ ସାରା ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଗର ଖର୍ଚ୍ଚ ସରକାର ପରିଶୋଧ କରିବେ । ଗୋଟିଏ ବର୍ଷରେ ପରିବାରର ଜଣେ ବ୍ୟକ୍ତି, ସବୁ ବ୍ୟକ୍ତିଙ୍କୁ ଯଦି ଯେତିକି ରୋଗ ହୋଇଥାଏ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସରକାର ଦେବେ । ଏହି କାରଣରୁ ଗରିବର ପରିବାରରେ ଏହି ଯେଉଁ ସଂକଟ ଆସିଛି ସେଥିରୁ ମୁକ୍ତି ମିଳିବ ।
ମୁଁ ଜାଣିଛି ଯେ ଏହା ବଡ଼ ଭଗୀରଥ କାର୍ଯ୍ୟ କିନ୍ତୁ କାହାକୁ ତ’ କରିବାକୁ ହେବ ।
ଦ୍ୱିତୀୟରେ- ଏହି କାରଣରୁ ଯେଉଁ ବଡ଼ ଘରୋଇ ଡାକ୍ତରଖାନା ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି ଟାୟାର-2, ଟାୟାର-3 ସହଜରରେ ଭଲ ଡାକ୍ତରଖାନାର ନେଟୱାର୍କ ଛିଡ଼ା ହେବ । କାରଣ ସେମାନଙ୍କୁ ଜଣା ଅଛି ଯେ ରୋଗୀ ଆସିଲେ, କାଣ ରୋଗୀକୁ ଜଣାଅଛି ଯେ ମୋର ଖର୍ଚ୍ଚ କେହି ଦେବ, ତା’ହେଲେ ସେ ନିଶ୍ଚୟ ଆସିବ ।
ଅଳ୍ପ ରୋଗ ହେଲେ ଆଜି ସେ ଯାଉନାହିଁ, କହୁଛି ଛାଡ଼ ଦୁଇ ଦିନରେ ଭଲ ହୋଇଯିବ, ସେ ସହି ନେଉଛି । କିନ୍ତୁ ଯେତେବେଳେ ଜାଣିବ ସେ ଯିବ । ଡାକ୍ତରଖାନାକୁ ମଧ୍ୟ ଜଣା ଅଛି ଯେ ଭାଇ ରୋଗୀ ନିଶ୍ଚିତ ଆସୁ କାରଣ ଟଙ୍କା ଦେବା ଲୋକ ଅନ୍ୟ କେହି । ଏବଂ ଏହି କାରଣରୁ ନୂଆ ହସପିଟାଲର ଶୃଙ୍ଖଳା ଛିଡ଼ା ହେବ ।
ଆହୁରି ମୁଁ ମାନୁଛି ଯେ ନିକଟ ଭବିଷ୍ୟତରେ ଏବଂ ଆପଣମାନଙ୍କ ମଧ୍ୟରୁ ଯିଏ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି, ଏକ ହଜାରରୁ ଅଧିକ ଭଲ ଡାକ୍ତରଖାନା ତିଆରି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସ୍ଥାୟୀ ସମାଧାନ ବ୍ୟବସ୍ଥାରେ ସୃଷ୍ଟି ହୋଇଛି ।
ସେହିପରି ଔଷଧ-ପ୍ୟାକିଂ ଭଲ ହୋଇଥିଲେ, ଔଷଧ ଲେଖୁଥିବା ଲୋକମାନଙ୍କୁ କିଛି ମିଳିଥାଏ । ଆପଣମାନେ ଜାଣିଥିବେ ଡାକ୍ତରମାନଙ୍କ କନଫେରେନ୍ସ କେତେବେଳେ ସିଙ୍ଗାପୁରରେ ହୋଇଥାଏ କେତେବେଳେ ଦୁବାଇରେ ହୋଇଥାଏ । ସେଠାରେ କେହି ରୋଗରେ ପଡ଼ିଛି ସେଥିପାଇଁ ସେମାନେ ଯାଆନ୍ତି ନାହିଁ, ଔଷଧ ନିର୍ମାତା କମ୍ପାନୀଙ୍କ ପାଇଁ ଜରୁରୀ ସେଥିପାଇଁ ଯାଆନ୍ତି ।
ତ’ ଆମେ କ’ଣ କଲୁ-ଜେନେରିକ ମେଡିସିନ, ଏବଂ ତାହା ସେତିକି ଉତ୍ତମ ମାନର ହୋଇଥାଏ । ଯେଉଁ ଔଷଧ 100ଟଙ୍କାରେ ମିଳିଥାଏ, ତାହା ଆଜି ଜେନେରିକ ମେଡିକାଲ ଷ୍ଟୋରରେ 15 ଟଙ୍କାରେ ମିଳିଥାଏ । ପାଖାପାଖି 3ହଜାର ଏପରି ଆମେ ଜନଔଷଧାଳୟର କାମ କରିଛୁ, ଏବଂ ଆହୁରି ମଧ୍ୟ ଆମେ ବଢ଼ାଉଛୁ । ଯାହାଦ୍ୱାରା ସାଧାରଣ ବ୍ୟକ୍ତି, ଏବଂ ତାହାକୁ ଆମେ ପ୍ରଚାର ଓ ପ୍ରସାର ମଧ୍ୟ କରୁଛୁ ।
**********
Your life began from a Railway Station, and you are coming to this programme from the Royal Palace. What do you have to say about your life journey, asks Prasoon Joshi to PM @narendramodi. Watch. https://t.co/uhwZ5577gM #BharatKiBaat
— PMO India (@PMOIndia) April 18, 2018
My life at the Railway Station taught me so much. It was about my personal struggles. When you said Royal Palace, it is not about me but about the 125 crore people of India: PM @narendramodi #BharatKiBaat pic.twitter.com/JeCvkGUOtg
— PMO India (@PMOIndia) April 18, 2018
The person in the Railway Station was Narendra Modi. The person in the Royal Palace in London is the Sevak of 125 crore Indians: PM @narendramodi #BharatKiBaat
— PMO India (@PMOIndia) April 18, 2018
रेलवे स्टेशन मेरे जीवन का स्वर्णिम पृष्ठ जिसने मुझे जीना और जूझना सीखाया: PM @narendramodi https://t.co/uhwZ5577gM
— PMO India (@PMOIndia) April 18, 2018
Prashant Dixit asks- yes work is happening, but still there is still some degree of impatience. What do you have to say to this. #BharatKiBaat
— PMO India (@PMOIndia) April 18, 2018
'Besabri' is not a bad thing. If a person has a cycle, a person aspires a scooter. If a person has a scooter, a person aspires a car. It is nature to aspire. India is getting increasingly aspirational: PM @narendramodi https://t.co/uhwZ5577gM
— PMO India (@PMOIndia) April 18, 2018
जिस पल संतोष का भाव पैदा हो जाता है, जीवन फिर आगे नहीं बढ़ता। हर आयु, हर युग में कुछ न कुछ नया पाने को गति देता है: PM @narendramodi
— PMO India (@PMOIndia) April 18, 2018
जज्बा होना सबसे ज़रूरी है... मुझे ख़ुशी है कि आज सवा सौ करोड़ लोगों के मन में एक उमंग, आशा और संकल्प का भाव है और लोग मुझसे अपेक्षा कर रहे हैं: PM @narendramodi
— PMO India (@PMOIndia) April 18, 2018
जज्बा होना सबसे ज़रूरी है... मुझे ख़ुशी है कि आज सवा सौ करोड़ लोगों के मन में एक उमंग, आशा और संकल्प का भाव है और लोग मुझसे अपेक्षा कर रहे हैं: PM @narendramodi
— PMO India (@PMOIndia) April 18, 2018
लोगों की मुझसे अपेक्षा इसलिए है कि उन्हें विश्वास है कि हम करके जरूर दिखाएंगे: PM @narendramodi
— PMO India (@PMOIndia) April 18, 2018
बेसब्री मेरे लिए ऊर्जा है और जब आप ‘सर्वजन हिताय, सर्वजन सुखाय’ के संकल्प को लेकर चलते हैं तो निराशा की बात ही नहीं उठती: PM @narendramodi pic.twitter.com/3U9uS2Fmyy
— PMO India (@PMOIndia) April 18, 2018
‘तब और अब’ में जमीन आसमान का अंतर क्योंकि जब नीति स्पष्ट हो, नीयत साफ़ हो, और इरादे नेक हों तो उसी व्यवस्था के साथ आप इच्छित परिणाम ले सकते हैं: PM @narendramodi pic.twitter.com/k0O8OII99I
— PMO India (@PMOIndia) April 18, 2018
Priyanka Verma from Delhi has a question for the PM- we select a Government that works for us. You have tried to change systems, but my question is should all this not have been done earlier. #BharatKiBaat
— PMO India (@PMOIndia) April 18, 2018
During the freedom struggle Mahatma Gandhi did something very different.
— PMO India (@PMOIndia) April 18, 2018
He turned the freedom struggle into a mass movement. He told every person that whatever you are doing will contribute to India's freedom: PM @narendramodi
Today the need of the hour is to make development a mass movement: PM @narendramodi
— PMO India (@PMOIndia) April 18, 2018
Participative democracy makes good governance possible: PM @narendramodi
— PMO India (@PMOIndia) April 18, 2018
लोकतंत्र कोई कॉन्ट्रैक्ट एग्रीमेंट नहीं, ये भागीदारी का काम; जनता-जनार्दन की ताकत बहुत होती है और उन पर जितना भरोसा होगा, उसके परिणाम देखने को मिलेंगे: PM @narendramodi
— PMO India (@PMOIndia) April 18, 2018
There is a question from the audience on the surgical strikes. https://t.co/uhwZ5577gM
— PMO India (@PMOIndia) April 18, 2018
Look back at India's history. India has never desired anyone else's territory. During World War 1 and 2 we had no stake but our soldiers took part in the Wars. These were big sacrifices. Look at our role in UN Peacekeeping Forces: PM @narendramodi
— PMO India (@PMOIndia) April 18, 2018
We believe in peace. But we will not tolerate those who like to export terror. We will give back strong answers and in the language they understand. Terrorism will never be accepted: PM @narendramodi
— PMO India (@PMOIndia) April 18, 2018
Those who like exporting terror, I want to tell them that India has changed and their antics will not be tolerated: PM @narendramodi
— PMO India (@PMOIndia) April 18, 2018
I do not need to read books to understand poverty. I have lived in poverty, I know what it is to be poor and belong to the backward sections of society.
— PMO India (@PMOIndia) April 18, 2018
I want to work for the poor, the marginalised and the downtrodden: PM @narendramodi
18,000 villages did not have electricity. So many women do not have access to toilets. These realities of our nation did not let me sleep. I was determined to bring about a positive change in the lives of India's poor: PM @narendramodi
— PMO India (@PMOIndia) April 18, 2018
Prasoon Joshi asks the Prime Minister- you are working hard but can you change the nation alone?
— PMO India (@PMOIndia) April 18, 2018
I am like any common citizen. And, I also have drawbacks like normal people do: PM @narendramodi
— PMO India (@PMOIndia) April 18, 2018
मेरी पूँजी है – कठोर परिश्रम, प्रमाणिकता और सवा सौ करोड़ लोगों का प्यार: PM @narendramodi
— PMO India (@PMOIndia) April 18, 2018
मैंने देशवासियों को भरोसा दिलाया था कि मैं गलतियाँ कर सकता हूँ लेकिन गलत इरादे से कोई काम नहीं करूँगा: PM @narendramodi
— PMO India (@PMOIndia) April 18, 2018
We have a million problems but we have a billion people who can solve them: PM @narendramodi #BharatKiBaat
— PMO India (@PMOIndia) April 18, 2018
सवा सौ करोड़ देशवासियों की शक्ति पर मेरा भरोसा और आज जितने बदलाव देश में देखने को मिल रहे हैं, ये उसी का परिणाम है: PM @narendramodi
— PMO India (@PMOIndia) April 18, 2018
सवा सौ करोड़ देशवासियों की शक्ति पर मेरा भरोसा और आज जितने बदलाव देश में देखने को मिल रहे हैं, ये उसी का परिणाम है: PM @narendramodi
— PMO India (@PMOIndia) April 18, 2018
बच्चों को पढ़ाई, युवा को कमाई और बुजुर्गों को दवाई – इन तीनों पर ही हमने विशेष ध्यान दिया: PM @narendramodi
— PMO India (@PMOIndia) April 18, 2018
देश में वेलनेस सेंटर हो या प्रिवेंटिव हेल्थकेयर हो, हम हर भारतीय के स्वास्थ्य के लिए काम कर रहे हैं: PM @narendramodi
— PMO India (@PMOIndia) April 18, 2018
Santosh Patil from Karnataka asks a question to PM @narendramodi on how Bhagwan Basaveshwara has influenced him.
— PMO India (@PMOIndia) April 18, 2018
भगवान बसवेश्वर ने लोकतंत्र के लिए अपना पूरा जीवन खपा दिया और समाज को जोड़ने का अभूतपूर्व काम किया : PM @narendramodi
— PMO India (@PMOIndia) April 18, 2018
लोकतंत्र, सामाजिक चेतना और नारी सशक्तिकरण के लिए किया गया भगवान बसवेश्वर का प्रयास हम सभी के लिए प्रेरणास्त्रोत : PM @narendramodi
— PMO India (@PMOIndia) April 18, 2018
हम एक ऐसा इको-सिस्टम बना रहे हैं जहाँ सभी के लिए अवसर हो: PM @narendramodi pic.twitter.com/Rit4Pzu5oK
— PMO India (@PMOIndia) April 18, 2018
आज हम किसान कल्याण के लिए काम कर रहे हैं चाहे वो 2022 तक कृषि से होने वाली आय को दोगुनी करनी हो, यूरिया की आसान उपलब्धता हो या यूरिया की नीम-कोटिंग हो, हम एक निश्चित लक्ष्य के साथ आगे बढ़ रहे हैं: PM @narendramodi
— PMO India (@PMOIndia) April 18, 2018
चाहे कोई पैरामीटर हो, देश के लिए अच्छा करने में हमने कोई कमी नहीं रखी है: PM @narendramodi
— PMO India (@PMOIndia) April 18, 2018
The 125 crore people of India are my family: PM @narendramodi
— PMO India (@PMOIndia) April 18, 2018
आज हम आर्टिफिसियल इंटेलिजेंस के युग में जी रहे हैं और हम टेक्नोलॉजी से अलग नहीं रह सकते: PM @narendramodi
— PMO India (@PMOIndia) April 18, 2018
What prevented Indian Prime Ministers from going to Israel.
— PMO India (@PMOIndia) April 18, 2018
Yes, I will go to Israel and I will even go to Palestine.
I will further cooperation with Saudi Arabia and for the energy needs of India I will also engage with Iran: PM @narendramodi
भारत आँख झुकाकर या आँख उठाकर नहीं बल्कि आँख मिला कर बात करने में विश्वास करता है: PM @narendramodi
— PMO India (@PMOIndia) April 18, 2018
Democracy cannot succeed without constructive criticism: PM @narendramodi
— PMO India (@PMOIndia) April 18, 2018
I want this Government to be criticised. Criticism makes democracy strong: PM @narendramodi
— PMO India (@PMOIndia) April 18, 2018
My problem is not against criticism. To criticise, one has to research and find proper facts. Sadly, it does not happen now. What happens instead is allegations: PM @narendramodi
— PMO India (@PMOIndia) April 18, 2018
इतिहास में नाम अंकित करना मेरा लक्ष्य नहीं, मैं उसी तरह जैसे मेरे सवा सौ करोड़ देशवासी: PM @narendramodi
— PMO India (@PMOIndia) April 18, 2018
I was not born with an aim to be in history books.
— PMO India (@PMOIndia) April 18, 2018
I request you all- remember our country and not Modi. I am just like you all, a common citizen of India: PM @narendramodi