Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଓସରେ ଚତୁର୍ଦ୍ଦଶ ଆସିଆନ-ଭାରତ ଶିଖର ବୈଠକ ଏବଂ ଏକାଦଶ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଓସର ରାଜଧାନୀ ଭିଏଣ୍ଟିଆନେଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ଆସିଆନ-ଭାରତ ଶିଖର ବୈଠକ ଏବଂ ଏକାଦଶ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କରିବେ । 7 ଓ 8 ତାରିଖ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକ୍ ଏକାଉଂଟରେ ଏହି ବିଷୟରେ ସୂଚନା ଦେଇଛନ୍ତି:-

“ମୁଁ 7 ଓ 8 ତାରିଖ ଦୁଇ ଦିନ ଧରି ଲାଓସର ରାଜଧାନୀ ଭିଏଣ୍ଟିଆନେଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ଆସିଆନ-ଭାରତ ଶିଖର ବୈଠକ ଏବଂ ଏକାଦଶ ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେବାକୁ ଯିବି । ତୃତୀୟ ଥର ପାଇଁ ମୁଁ ଏହି ଶିଖର ବୈଠକରେ ଯୋଗଦେଉଛି ।

ଆମର ପ୍ରାଚ୍ୟମୁଖୀ ନୀତି (Look East Policy) ମଧ୍ୟରେ ଆସିଆନ ଏକ ପ୍ରମୁଖ ଭାଗିଦାର ଗୋଷ୍ଠୀ । ଏହି ନୀତି ଆମର ଉତ୍ତର-ପୂର୍ବାଞ୍ଚଳର ଆର୍ଥିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଞ୍ଚଳରେ ପାରମ୍ପରିକ ଓ ଅଣପାରମ୍ପରିକ ନିରାପତ୍ତା ଆହ୍ୱାନଗୁଡିକର ମୁକାବିଲା କରିବା ତଥା ନିରାପତ୍ତାଜନିତ ସ୍ୱାର୍ଥର ସୁରକ୍ଷା ଲାଗି ଆସିଆନ ସହିତ ଆମର ରଣନୀତିକ ଭାଗିଦାରୀତା ବହୁତ ମହତ୍ୱପୂର୍ଣ୍ଣ । ସେହିପରି ପୂର୍ବ ଏସିଆ ସମ୍ମିଳନୀ ହେଉଛି ଏକ ଅଗ୍ରାଧୀକାର ଆନ୍ତର୍ଜାତିକ ମଞ୍ଚ ଯେଉଁଠାରେ ଏସିଆ ପ୍ରଶାନ୍ତମହାସାଗର ଅଞ୍ଚଳ ପ୍ରତି ଆହ୍ୱାନ ଏବଂ ସୁବିଧାସୁଯୋଗ ନେଇ ବ୍ୟାପକ ବିଚାରବିମର୍ଷ କରାଯାଇଥାଏ ।

ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ସହ ଭାରତର ନିବିଡ ଐତିହାସିକ ସମ୍ପର୍କ ରହିଆସିଛି ।

ଏହି ରାଷ୍ଟ୍ରମାନଙ୍କ ସହ ଆମର ଯୋଗସୂତ୍ର, ସମ୍ପର୍କ ଓ ସେମାନଙ୍କ ପ୍ରତି ଆଭିମୁଖ୍ୟକୁ ଗୋଟିଏ ଶଦ୍ଦରେ କହିବାକୁ ଗଲେ ତା’ହେଲା – ସଂଯୋଗୀକରଣ । ଆମେ ଭୌତିକ ଓ ଡିଜିଟାଲ ସଂଯୋଗୀକରଣକୁ ପରିବ୍ୟାପ୍ତ କରିବାକୁ ଆଗ୍ରହୀ ଅଛୁ; ଏହିସବୁ ରାଷ୍ଟ୍ରର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଦେଖିବାକୁ ଚାହୁଁଛୁ; ଆମ ଦେଶ ଦେଶ ମଧ୍ୟରେ ପ୍ରତିଷ୍ଠାନଗତ ସମ୍ବନ୍ଧକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ; ଆମ ଲୋକମାନଙ୍କର ହିତସାଧନ ପାଇଁ ଏକ ସୁସଂଯୋଜିତ ଆଧୁନୀକ ବିଶ୍ୱର ନିର୍ମାଣ ଦିଗରେ ଆଗ୍ରହୀ ଅଛୁ ।

ଏହି ଗସ୍ତ କାଳରେ ଶିଖର ବୈଠକରେ ଭାଗନେଉଥିବା ରାଷ୍ଟ୍ରନେତାମାନଙ୍କ ସହ ମୁଁ ବ୍ୟାପକ ମତ ବିନିମୟ କରିବାର ସୁଯୋଗ ପାଇବି । ଏହି ସମୟରେ ସବୁ ଅଂଶୀଦାର ଦେଶମାନଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥଜଡିତ ପ୍ରସଙ୍ଗ ନେଇ ଆଲୋଚନା ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****