Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଭଦାୟକ ଚିନ୍ତାଧାରା, ଶବ୍ଦ ଏବଂ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଚିନ୍ତା, ଶବ୍ଦ ଏବଂ କାର୍ଯ୍ୟରେ ନିରନ୍ତର ଅଭ୍ୟାସ କିପରି ଜୀବନରେ ବ୍ୟକ୍ତିର ଚରିତ୍ର ଏବଂ ଦିଗକୁ ରୂପ ଦିଏ ତାହା ଉପରେ ଆଲୋକପାତ କରାଯାଇଛି

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

‘‘କର୍ମଣା ମନସା ବାଚା ଯଦଭିକ୍ଷଣଂ ନିଷବତେ ।

ତଦେବାପହରତ୍ୟେନଂ ତସ୍ମାତ କଲ୍ୟାଣମାଚରେତ୍‍ ।।’’

ଜଣେ ବ୍ୟକ୍ତି ନିଜର କାର୍ଯ୍ୟ, ବିଚାର ଏବଂ ଶବ୍ଦ ମାଧ୍ୟମରେ ଯାହା କିଛି ନିରନ୍ତର ଅଭ୍ୟାସ କରେ, ଶେଷରେ ତା ବ୍ୟକ୍ତିତ୍ୱକୁ ଆକାର ଦିଏ ଏବଂ ସେହି ଦିଗରେ ଆକର୍ଷିତ କରେ; ତେଣୁ, ଜଣେ ସର୍ବଦା ନିଜ ଚିନ୍ତାଧାରା ଏବଂ ବାର୍ତ୍ତାଳାପରେ କେବଳ ଲାଭଦାୟକ ବିଷୟକୁ ସ୍ଥାନ ଦେବା ଉଚିତ୍

HS