ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଦ୍ୱାରା ମୂଳ କ୍ଷରଣ (Base Erosion) ଏବଂ ଲାଭ ସ୍ଥାନାନ୍ତରଣ ନିରାକରଣ କରିବା ଲାଗି ଟିକସ ସନ୍ଧି ଲାଗୁ କରିବା ନିମନ୍ତେ ବହୁପକ୍ଷୀୟ ସମ୍ମେଳନକୁ ଅନୁମୋଦନ ମିଳିଛି । ପୂର୍ବରୁ ଟିକସ ବ୍ୟବସ୍ଥାରେ ରହିଥିବା ଶୂନ୍ୟସ୍ଥାନ ଏବଂ ତାରତମ୍ୟର ଉପଯୋଗ କରାଯାଇ କମ ଟିକସ କିମ୍ବା ଆଦୌ ଟିକସ ଆଦାୟ କରାଯାଉନଥିବା ଅଂଚଳକୁ ଲାଭ ସ୍ଥାନାନ୍ତର କରାଯାଉଥିଲା, ଯେଉଁଠି କୌଣସି ଅର୍ଥନୈତିକ କାର୍ଯ୍ୟକଳାପ ନଥିଲା, ଫଳରେ କର୍ପୋରେଟ ଟିକସକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଷୋଧ କରାଯାଉନଥିଲା । ତେଣୁ ମୂଳ କ୍ଷରଣ ଏବଂ ଲାଭ ସ୍ଥାନାନ୍ତରଣ ନିରାକରଣ ପାଇଁ ଟିକସ ଯୋଜନା ପ୍ରସ୍ତୁତ କରିବା ମାଧ୍ୟମରେ ଓଇସିଡି/ଜି 20 ବିଇପିଏସ ପ୍ରକଳ୍ପ ଦ୍ୱାରା ଏହି ପ୍ରଥା କାର୍ଯ୍ୟକାରୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି ।
ବିଇପିଏସକୁ ସମ୍ପୂର୍ଣ୍ଣ ବିସ୍ତୃତ ଭାବେ କାର୍ଯ୍ୟକାରୀ କରିବା ଲାଗି ଚୂଡ଼ାନ୍ତ ବିଇପିଏସ୍ ପ୍ରକଳ୍ପରେ 15ଟି କାର୍ଯ୍ୟଧାରା ଯୋଗ କରାଯାଇଛି । ଚୂଡ଼ାନ୍ତ ବିଇପିଏସ୍ ପ୍ୟାକେଜ୍ ଲାଗୁ କରିବା ପାଇଁ 3 ହଜାରରୁ ଅଧିକ ଦ୍ୱିପାକ୍ଷିକ ଟିକସ ଚୁକ୍ତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହା ଅଧିକ ଚାପଯୁକ୍ତ ତଥା ସମୟସାପେକ୍ଷ । ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ସମ୍ମେଳନ ଏକ ବହୁପକ୍ଷୀୟ ବ୍ୟବସ୍ଥା ଭାବେ ଦେଖାଯାଉଛି ଯାହା ବିଇପିଏସ୍ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଲାଗି ସହଜରେ ସମସ୍ତ ଦ୍ୱିପାକ୍ଷିକ ଟିକସ ଚୁକ୍ତି (କଭର କରୁଥିବା ଟିକସ ଚୁକ୍ତି/ସିଟିଏ)କୁ କଭର କରିବ । ଫେବୃଆରୀ 2015 ଜି-20 ରାଷ୍ଟ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନିଷ୍ପତ୍ତି ଅନୁଯାୟୀ ଏପରି ବହୁପାକ୍ଷିକ ବ୍ୟବସ୍ଥା ବିକଶିତ କରିବା ଲାଗି ଏକ ଆଡହକ ଗ୍ରୁପ୍ ଗଠନ କରାଯିବ ।
**********