ପିଏମଇଣ୍ଡିଆ

ଆପଣ ସମସ୍ତଙ୍କୁ ପବିତ୍ର ବିଜୟା ଦଶମୀ ପର୍ବରେ ବହୁତ ବହୁତ ଶୁଭକାମନା ।
ଆମ ଦେଶରେ ଉତ୍ସବ ହେଉଛି ଗୋଟିଏ ପ୍ରକାରରେ ସାମାଜିକ ଶିକ୍ଷାର ମାଧ୍ୟମ । ଆମର ପ୍ରତ୍ୟେକ ଉତ୍ସବ ସହିତ ସମାଜକୁ ସମ୍ମିଳିତ ଶକ୍ତି ଆଡ଼କୁ ନେଇ ଯିବା, ସମାଜ ପ୍ରତି ସମ୍ବେଦନଶୀଳ ହେବା, ମୂଲ୍ୟବୋଧଗୁଡ଼ିକୁ ଅନବରତ ମନେ ରଖିବା, ଆଉ ବିକୃତିଗୁଡ଼ିକୁ ଶେଷ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବା; ଏହା ଏକ ଶିକ୍ଷାର ରୂପ ହେଉଛି – ଆମର ଏହି ଉତ୍ସବଗୁଡ଼ିକର ପରମ୍ପରା । ଆମର ଉତ୍ସବଗୁଡ଼ିକ ମଧ୍ୟ ଚାଷବାସ ସହିତ ଯୋଡ଼ି ହୋଇ ଅଛି, ଆମର ଉତ୍ସବଗୁଡ଼ିକ ନଦୀ-ପର୍ବତ ସହିତ ଯୋଡ଼ି ହୋଇ ଅଛି, ଆମର ଉତ୍ସବଗୁଡ଼ିକ ଇତିହାସ ସହିତ ଯୋଡ଼ି ହୋଇ ଅଛି, ଆମର ଉତ୍ସବଗୁଡ଼ିକ ସାଂସ୍କୃତିକ ପରମ୍ପରା ସହିତ ଯୋଡ଼ି ହୋଇ ଅଛି ।
ହଜାର-ହଜାର ବର୍ଷ ହୋଇଗଲା, କିନ୍ତୁ ପ୍ରଭୁ ଶ୍ରୀରାମ, ପ୍ରଭୁ ଶ୍ରୀକୃଷ୍ଣ ଏମାନଙ୍କର ଗାଥା ଆଜି ମଧ୍ୟ ସାମାଜିକ ଜୀବନକୁ ନବଚେତନା ଦେଇଥାଏ, ପ୍ରେରଣା ଦେଇଥାଏ । ନବରାତ୍ରୀର ପବିତ୍ର ପର୍ବ ଅବସରରେ ଆଜି ବିଜୟା ଦଶମୀ ପର୍ବରେ ରାବଣ-ଦହନର ପରମ୍ପରା ରହିଛି । ଏହି ରାବଣ-ଦହନ ସେହି ପରମ୍ପରାର ଗୋଟିଏ ଅଂଶ । କିନ୍ତୁ ଜଣେ ନାଗରିକ ହିସାବରେ ସାମାଜିକ ଜୀବନରେ ଯେଉଁ ରାବଣ ପ୍ରବୃତ୍ତି ରହିଥାଏ, ତାହାକୁ ବିନାଶ କରିବା ପାଇଁ ମଧ୍ୟ ସମାଜ ନିରନ୍ତର ଜାଗ୍ରତ ପ୍ରୟାସ କରି ଚାଲିବା ଦରକାର ।
ଆଉ ଏଭଳି ଉତ୍ସବରୁ କେବଳ ମନୋରଞ୍ଜନ ନୁହେଁ, କୌଣସି ଉଦ୍ଦେଶ୍ୟ ରଖିବା ଦରକାର । ଏଭଳି ଉତ୍ସବ ଦ୍ୱାରା କିଛି କରି ଯିବାର ସଂକଳ୍ପ ହେବା ଦରକାର । କେହି କଳ୍ପନା କରି ପାରିବେ କି ଅଯୋଧ୍ୟାରୁ ବସ୍ତ୍ର ପିନ୍ଧି ବାହାରି ଆସିଥିବା ପ୍ରଭୁ ଶ୍ରୀରାମ ସମଗ୍ର ରାସ୍ତାରେ ଚାଲି-ଚାଲି ସଂଗଠନ ଶକ୍ତିର ଏତେ ବଡ଼ କୌଶଳ ଜଣାଇ ଦେଉଛନ୍ତି କି ଲଙ୍କା ବିଜୟରେ ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତି ତାଙ୍କ ସହିତ ଯୋଡ଼ି ହୋଇଗଲେ । ମନୁଷ୍ୟ ମଧ୍ୟ ଯୋଡ଼ି ହେଲେ, ବାନର ମଧ୍ୟ ଯୋଡ଼ି ହେଲେ, ପ୍ରକୃତି ମଧ୍ୟ ସେମାନଙ୍କ ସହିତ ରହିଲା । ଲୋକ ସଂଗ୍ରହର କେତେ ବଡ଼ ଅଦ୍ଭୁତ ଶକ୍ତି ଥିବ, ତେଣୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଏତେ ବଡ଼ ସାମର୍ଥ୍ୟକୁ ନିଜ ସହିତ ଯୋଡ଼ି ପାରିଥିବେ । ଆଉ ବିଜୟ ପ୍ରାପ୍ତ କରିବା ପରେ ମଧ୍ୟ ସେହି ନମ୍ରତାର ସହିତ ଜନ-ସମାଜ ପାଇଁ ନିଜେ-ନିଜକୁ ସମର୍ପିତ କରିବାରେ ଲାଗି ରହିଲେ ।
ସେହିପରି ଭାବେ ଆଜି ବିଜୟା ଦଶମୀର ପର୍ବରେ ଆମେ ମଧ୍ୟ ସଂକଳ୍ପ କରିବା କି 2022, ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରିବ; ଆମେ ମଧ୍ୟ କୌଣସି ସଂକଳ୍ପ କରିବା, ଆମେ ମଧ୍ୟ କୌଣସି ସିଦ୍ଧି ପାଇଁ ରାସ୍ତା ବାଛିବା । ଆଉ 2022 ପର୍ଯ୍ୟନ୍ତ ଜଣେ ନାଗରିକ ହିସାବରେ ଦେଶକୁ କୌଣସି ସକରାତ୍ମକ ଯୋଗଦାନ ଦେବା, କିଛି ନା କିଛି ଯୋଗଦାନ କରିବା । ଆମେ 2022, ସ୍ୱାଧୀନତାର 75 ବର୍ଷକୁ ନିଶ୍ଚିତ ରୂପେ ସ୍ମରଣରେ ରଖିଥିବା । ମହାପୁରୁଷମାନେ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ରତା ଦେଲେ, ତାହାର ଅନୁରୂପକୁ ପ୍ରସ୍ତୁତ ଓ ସାକାର କରିପାରିବା, ଆଉ ଏଥିପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭଳି ଆମେ ମଧ୍ୟ କିଛି ସଂକଳ୍ପ ନେବାର ବ୍ରତ ନେଇ ଚାଲିବା, ଏହା ହେଉଛି ମୋର ଆପଣ ମାନଙ୍କୁ ଅନୁରୋଧ । ବହୁତ ବହୁତ ଶୁଭକାମନା ।
ପୁଣି ଥରେ ଆପଣ ମାନଙ୍କୁ ବିଜୟାଦଶମୀର ବହୁତ ବହୁତ ଶୁଭକାମନା ।
**********
Joined Vijaya Dashmi celebrations in Delhi. https://t.co/RuhEnzspxk
— Narendra Modi (@narendramodi) September 30, 2017