ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକମାନ୍ୟ ତିଳକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ଲୋକମାନ୍ୟ ତିଳକ ରାଷ୍ଟ୍ରବାଦର ଭାବନାକୁ ଜାଗ୍ରତ କରିଥିଲେ ଏବଂ ପିଢ଼ି ପିଢ଼ିଙ୍କୁ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପ୍ରେରିତ କରିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆମ ସଂସ୍କୃତିକୁ ଲୋକପ୍ରିୟ କରିବା ଏବଂ ଭାଇଚାରାର ଭାବନାକୁ ଆଗକୁ ବଢ଼ାଇବା ଲାଗି ତାଙ୍କର ପ୍ରୟାସ ସମାନ ଭାବେ ପ୍ରେରଣାଦାୟୀ ଥିଲା। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ଲେଖା ଲୋକମାନଙ୍କୁ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିଥିଲା ଏବଂ ଗର୍ବର ଭାବନାକୁ ଆଗକୁ ବଢ଼ାଇଥିଲା।
ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
“ଲୋକମାନ୍ୟ ତିଳକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ସେ ରାଷ୍ଟ୍ରବାଦର ଭାବନାକୁ ଜାଗ୍ରତ କରିଥିଲେ ଏବଂ ପିଢ଼ି ପରେ ପିଢ଼ିଙ୍କୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥିଲେ। ଆମ ସଂସ୍କୃତିକୁ ଲୋକପ୍ରିୟ କରିବା ଏବଂ ଭାଇଚାରାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ପ୍ରୟାସ ମଧ୍ୟ ସମାନ ଭାବରେ ପ୍ରେରଣାଦାୟୀ ଥିଲା। ତାଙ୍କ ଲେଖା ଲୋକମାନଙ୍କୁ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିଥିଲା ଏବଂ ଗର୍ବର ଭାବନାକୁ ଆଗକୁ ବଢ଼ାଇଥିଲା ’’
HS
Tributes to Lokmanya Tilak on his birth anniversary. A towering figure of India’s freedom struggle, he awakened the spirit of nationalism and inspired generations to dedicate themselves to the service of people. Equally inspiring were his efforts to make our culture popular and…
— Narendra Modi (@narendramodi) July 23, 2026