Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ମହାମାନ୍ୟ ବାଲ ଗଙ୍ଗାଧର ତିଲକ ସ୍ଵାଧୀନତା ସଂଗ୍ରାମରେ ଝାସ ଦେବା ଲାଗି ଦେଶବାସୀଙ୍କୁ ପ୍ରେରଣା ଯୋଗାଇଥିଲେ । ତାଙ୍କ ଜୟନ୍ତୀ ଅବସରରେ ମୁଁ ଏହି ମହାନ ନେତାଙ୍କ ସ୍ମୃତି ପ୍ରତି ମଥାନତ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଲୋକମାନ୍ୟ ତିଲକଙ୍କ ପ୍ରଚେଷ୍ଟା ଲୋକଙ୍କ ମଧ୍ୟରେ ଗର୍ବ ଓ ଆତ୍ମବିଶ୍ୱାସର ଭାବନା ଭରିଦେଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଭାରତର ଇତିହାସକୁ ରୂପ ଦେବାରେ ସହାୟକ ହୋଇଥିଲା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********