Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକସଭାରେ ପ୍ରଧାନମନ୍ତ୍ରୀ : ଜିଏସଟି -ପରିବର୍ତ୍ତନ ଦିଗରେ ଟିମ୍ ଇଣ୍ଡିଆର ଏକ ବୃହତ ପଦକ୍ଷେପ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବସ୍ତୁ ଓ ସେବା କର (ଜିଏସଟି)କୁ ‘ଟିମ୍ ଇଣ୍ଡିଆର ଏକ ବୃହତ ପଦକ୍ଷେପ’, ‘ପରିବର୍ତ୍ତନ ଦିଗରେ ବୃହତ ପଦକ୍ଷେପ’ ଓ ‘ପାରଦର୍ଶିତା ଦିଗରେ ଏକ ବୃହତ ପଦକ୍ଷେପ’ ବୋଲି ଉଲ୍ଲେଖ କରିଛନ୍ତି ।

ଲୋକସଭାରେ ଜିଏସଟି ବିଲ୍ ଉପରେ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ଅଗଷ୍ଟ 8 ତାରିଖକୁ ଉଲ୍ଲେଖ କରି କହିଥିଲେ ଯେ, 1942 ମସିହାର ଆଜିର ଦିନରେ ମହାତ୍ମା ଗାନ୍ଧି ଭାରତ ଛାଡ଼ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ । ସେ କହିଛନ୍ତି ଯେ, ଦେଶ ଆଜି ଟିକସ ଆତଙ୍କବାଦରୁ ମୁକ୍ତ ହେବା ଦିଗରେ ନିଜର ଅଭିଯାନ ଆରମ୍ଭ କରିବ ।

ଜିଏସଟି ବିଲ ସଂସଦରେ ଗୃହିତ ହେବା କୌଣସି ରାଜନୈତିକ ଦଳର ବିଜୟ ନୁହେଁ ବରଂ ଭାରତୀୟ ଗଣତନ୍ତ୍ରର ବିଜୟ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।

ବସ୍ତୁ ଓ ସେବା କର ଉପରେ ଆଲୋଚନା ଓ କଥାବାର୍ତ୍ତାକୁ ସ୍ମରଣ କରି ସେ କହିଛନ୍ତି ଯେ, ଏହା ଉପରେ ଆଲୋଚନା ପାଇଁ ଉଭୟ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଥିଲେ । ଉଭୟଙ୍କ ମଧ୍ୟରୁ ଜଣେ ଲୋକସଭାରେ ଓ ଅନ୍ୟଜଣେ ରାଜ୍ୟସଭାରେ ସାଂସଦ ଅଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିଏସଟି ପ୍ରସଙ୍ଗରେ ସହମତି ସାବ୍ୟସ୍ତ କରୁଛି ଯେ ଭାରତରେ ରାଷ୍ଟ୍ରନୀତି ହେଉଛି ରାଜନୀତିର ଊଦ୍ଧ୍ୱର୍ରେ ।

‘ଏକ ଭାରତ’ ହାର (Necklace)ରେ ଜିଏସଟି ହେଉଛି ଆଉ ଏକ ମୋତି ଯେପରିକି – ରେଳବାଇ, ସର୍ବଭାରତୀୟ ସେବା, ଭାରତ ନେଟ୍ ଓ ସାଗରମାଳା ଭଳି ।

ଜିଏସଟି ସହ ଟିକସ ପ୍ରକ୍ରିୟାରେ ସମାନତା ଆଣିବା ଆମର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆ ବ୍ୟବସ୍ଥାରେ ଖାଉଟି ହେଉଛନ୍ତି ସର୍ବେସର୍ବା । ମଣିଷ, ଟଙ୍କା, ମେସିନ, ସାମଗ୍ରୀ ଓ ସମୟର ବିବେକସମ୍ମତ ଉପଯୋଗ ହେଉଛି ଆର୍ଥିକ ନୀତିର ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ଜିଏସଟି ଏସବୁ ହାସଲ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜିଏସଟି ବାସ୍ତବିକ ସମୟର ତଥ୍ୟକୁ ଆଣିବାରେ ସହାୟକ ହେବ । ଏହାର ଶକ୍ତି ହେଉଛି ପ୍ରଯୁକ୍ତିବିଦ୍ୟା । ଅଧିକାଂଶ ସାମଗ୍ରୀ ଯାହା ଉପଭୋକ୍ତା ଦରଦାମ ବୃଦ୍ଧିକୁ ପ୍ରଭାବିତ କରିବ, ତାକୁ ଜିଏସଟି ପରିସୀମାର ବାହାରେ ରଖାଯାଇଛି ବୋଲି ସେ କହିଛନ୍ତି । ଜିଏସଟିରେ ଟିକସ ଆଦାୟରେ ଦୁର୍ନୀତି ହ୍ରାସ କରିବା ସହ ଆଦାୟର ମୂଲ୍ୟକୁ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛୋଟ ବ୍ୟବସାୟୀଙ୍କୁ ବି ଜିଏସଟିରୁ ଉଲ୍ଲେଖନୀୟ ଲାଭ ମିଳିବ ଓ ସେମାନେ ଅଧିକ ସୁରକ୍ଷିତ ଅନୁଭବ କରିବେ ।

ସରକାର ଗରିବଙ୍କୁ ଆର୍ଥିକ ଓ ଶିକ୍ଷାଗତ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଫଳରେ ଆମେ ଦାରିଦ୍ର୍ୟକୁ କମ୍ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********